ବାଲେଶ୍ୱର

ପ୍ରକଳ୍ପ ଲାଗି ଜମି ମିଳୁନି

ପ୍ରକଳ୍ପ ଲାଗି ଜମି ମିଳୁନି

ଭଦ୍ରକ ଅଫିସ, ୨୪।୧ - ଭାରତୀୟ ତୈଳ ନିଗମ ପକ୍ଷରୁ ଭଦ୍ରକରେ ପ୍ରସ୍ତାବିତ ବୟନ ଓ ବସ୍ତ୍ର ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ କ୍ଷେତ୍ରରେ ରାଜ୍ୟର ବିଜେଡି ସରକାର ବାଧକ ସାଜିଛନ୍ତି। କେନ୍ଦ୍ର ସରକାରଙ୍କ ଆର୍ଥତ୍କ ଅନୁଦାନରେ ହେବାକୁ ଥିବା ଏହି ପ୍ରକଳ୍ପ ଲାଗି ରାଜ୍ୟ ସରକାର ୭୫ ଏକର ଜମି ଯୋଗାଇବାକୁ କେନ୍ଦ୍ର ପକ୍ଷରୁ ବାରମ୍ବାର ଚିଠି କରାଯାଉଥିଲେ ମଧ୍ୟ ରାଜ୍ୟ ସରକାର ଜମି ନ ଯୋଗାଇ ଏକ ବୃହତ୍‌ ପ୍ରକଳ୍ପ ପ୍ରତିଷ୍ଠାରେ ଅନ୍ତରାୟ ସୃଷ୍ଟି କରୁଛନ୍ତି। ଯେଉଁ ପ୍ରକଳ୍ପ ପ୍ରତିଷ୍ଠା ହେଲେ ଭଦ୍ରକ ଜିଲାର ବେକାର ଯୁବତୀ ଯୁବକ ଉପକୃତ ହେବା ସହ ଜିଲା ଓ ରାଜ୍ୟର ମଧ୍ୟ ଆର୍ଥତ୍କ ଅଭବୃଦ୍ଧି ଘଟିବ। ପ୍ରକଳ୍ପ ପାଇଁ ତୁରନ୍ତ ଜମି ଯୋଗାଇ ଦେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଚିଠି କରିବା ସତ୍ତ୍ବେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ନ ଦେବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଭାଜପା ପକ୍ଷରୁ ଜିଲା କାର୍ଯ୍ୟାଳୟରେ ବୁଧବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ନିନ୍ଦା କରାଯାଇଛି। ତୁରନ୍ତ ଜମି ଯୋଗାଇବା ଦାବିରେ ମଙ୍ଗଳବାର ରାଜ୍ୟପାଳଙ୍କୁ ଜିଲା ପ୍ରଶାସନ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହାର ପ୍ରତିବାଦରେ ଆସନ୍ତା ସୋମବାର ଭଦ୍ରକ ବନ୍ଦ ପାଳନ କରାଯିବ ବୋଲି ଭାଜପା ପକ୍ଷରୁ ସୂଚନା ଦିଆଯାଇଛି। ଭାଜପା ରାଜ୍ୟ ଉପସଭାପତି ବିଷ୍ଣୁ ସେଠୀ, ଜିଲା ସଭାପତି ବଦ୍ରିନାରାୟଣ ଧଳ, ଶରତ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡା. ପ୍ରଦୀପ ନାୟକ, ଦୀନବନ୍ଧୁ ପତି, ଭାସ୍କର ସାହୁ, ରାଜୀବ ମହାନ୍ତି, ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆ, ଜିଲା ସମ୍ପାଦକ ପ୍ରଭାତ ଜେନା, ଅମ୍ବିକା ଦାସ ଓ ଶରତ ପଢିଆରୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶ ଯେ, କେନ୍ଦ୍ର ସରକାର ଭାରତର ପୂର୍ବଭାଗକୁ ଏକ ଉନ୍ନତ ଅଞ୍ଚଳ କରିବାର ସ୍ବପ୍ନ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟା ଫଳରେ ୧୯୭୧ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ଡାଇନଷ୍ଟିମ କ୍ଷେତ୍ରରେ ୨୫୦୦ କୋଟି ପୁଞ୍ଜି ନିବେଶ ସାଙ୍ଗକୁ ୨୫ରୁ ୩୦ ହଜାର ଲୋକଙ୍କ ରୋଜଗାର ସୃଷ୍ଟିର ସମ୍ଭାବନା ରହିଛି। ଏହି ପ୍ରକଳ୍ପ ପାଇଁ ୨୦୧୭ ନଭେମ୍ବର ୧୬ରେ ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା। ପ୍ରାଥମିକ ଆକଳନ ଅନୁଯାୟୀ ୩୫ ଏକର ଜମିର ଆବଶ୍ୟକତା ଥିବାବେଳେ ପରେ ଏହାର ଆବଶ୍ୟକତାକୁ ବୃଦ୍ଧି କରାଯାଇ ୭୫ ଏକର କରାଯାଇଥିଲା। 


All Right Reserved By

ବାଲେଶ୍ୱର

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ଚାନ୍ଦବାଲି,୧୯ା୨(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ତଥା ମତୋ ପୋଲିସ ଫାଣ୍ଡି ଅଧୀନ ପ୍ରତାପପୁର ଗାଁ ରାସ୍ତାରୁ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ମଙ୍ଗଳବାର ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି ।  

ଟ୍ରଲର ଧକ୍କାରେ ଶିକ୍ଷୟତ୍ରୀ ମୃତ

ଟ୍ରଲର ଧକ୍କାରେ ଶିକ୍ଷୟତ୍ରୀ ମୃତ

କେନ୍ଦୁଝର, ୧୯।୨(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜୁଡ଼ିଆ ଘାଟି ନିକଟରେ ଟ୍ରଲର ଧକ୍କା ଦେବାରୁ ଜଣେ ଶିକ୍ଷୟତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ତାଙ୍କ ନାଁ ମୌସୁମୀ ଦାସ ଅଧିକାରୀ ବୋଲି ଜଣାପଡ଼ିଛି। 

ଭଗବାନ ଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ: ଯୋଗଦେଲେ ରାଜ୍ୟପାଳ

ଭଗବାନ ଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ: ଯୋଗଦେଲେ ରାଜ୍ୟପାଳ

ବାହାନଗା,୧୯।୨ (ଡି. ଏନ. ଏ.): ବାଲେଶ୍ୱର ଜିଲାର ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ଭଗବାନ ଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହ ଉତ୍ସବରେ ଓଡିଶାର ରାଜ୍ୟପାଳ ଗଣେଶି ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି।

ବାବା ଲୋକନାଥଙ୍କ ୭୩ତମ ଅଗ୍ନିଉତ୍ସବ: ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ବାବା ଲୋକନାଥଙ୍କ ୭୩ତମ ଅଗ୍ନିଉତ୍ସବ: ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଭଦ୍ରକ ଅଫିସ, ୧୯।୨:ଭଦ୍ରକ ସହରର ପ୍ରସିଦ୍ଧ ବାବା ଲୋକନାଥ ମନ୍ଦିରରେ ୭୩ତମ ଅଗ୍ନିଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଷ୍ଟପ୍ରହର ନାମଯଜ୍ଞ ସମେତ ପୁଲଓ୍ବାମା ଆକମ୍ରଣରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛିl 

ଚରମ୍ପା ଗଳା ପୋଲର ସମ୍ପ୍ରସାରଣ ପାଇଁ ଧାରଣା

ଚରମ୍ପା ଗଳା ପୋଲର ସମ୍ପ୍ରସାରଣ ପାଇଁ ଧାରଣା

ଭଦ୍ରକ ଅଫିସ,୧୯।୨: ଭଦ୍ରକ ୧୬ନଂ ଜାତୀୟ ରାଜପଥ ଚରମ୍ପାଠାରେ ଥିବା ଗଳା ପୋଲର ସମ୍ପ୍ରସାରଣ ପାଇଁ ସମ୍ପ୍ରସାରଣ କମିଟି ସଦସ୍ୟ ପକ୍ଷରୁ ମଙ୍ଗଳବାର ସକାଳେ  ଗଣଧାରଣା  ଦିଅlଯାଇଥିଲା। 

ଅଭିଯୁକ୍ତଙ୍କ ଜମିରେ ଖଣିଜ ଷ୍ଟକୟାର୍ଡ

ଅଭିଯୁକ୍ତଙ୍କ ଜମିରେ ଖଣିଜ ଷ୍ଟକୟାର୍ଡ

ଯୋଡ଼ା, ୧୯।୨(ଡି.ଏନ.ଏ.): ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ବାଂଶପାଣି ରେଳ ସାଇଡିଂ ନିକଟ ଯୋଡ଼ା-ବାମେବାରୀ ରାସ୍ତା ପାର୍ଶ୍ୱରେ ଥିବା ଜଣେ ଅଭିଯୁକ୍ତଙ୍କ ଜମିରେ ଏକ ଶିଳ୍ପ ସଂସ୍ଥାର ଖଣିଜ ଗଛିତ ହେଉଛି। 

ପୁଣି ନକଲି ଜର୍ଦ୍ଦା କାରଖାନା ଠାବ

ପୁଣି ନକଲି ଜର୍ଦ୍ଦା କାରଖାନା ଠାବ

ଭଦ୍ରକ ଅଫିସ, ୧୯।୨ - ଭଦ୍ରକ ଜିଲା ପୁରୁଣାବଜାର ଥାନା ପୋଲିସ ସୋମବାର ମଧ୍ୟାହ୍ନରେ ପୁଣି ଏକ ନକଲି ଜର୍ଦ୍ଦା କାରଖାନା ଠାବ କରିଛି। ମୁଖ୍ୟ କାର୍ପଟଦାର ଫେରାର ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ, ମେଶିନ, ଏସେନ୍ସ ଓ ସିଲ୍‌ ମେଶିନ ପୋଲିସ ଜବତ କରିଛି। 

ଧାନକିଣାରେ ଅନିୟମିତତା: ଚାଷୀଙ୍କ ଧାରଣା

ଧାନକିଣାରେ ଅନିୟମିତତା: ଚାଷୀଙ୍କ ଧାରଣା

ଭଣ୍ଡାରିପୋଖରୀ, ୧୯।୨ (ଡି.ଏନ.ଏ.) - ଭଣ୍ଡାରିପୋଖରୀ ସଦରମହକୁମାଠାରେ  ଥିବା ନଗୁଁଆ ପ୍ରାଥମିକ କୃଷି ସମବାୟ ସମିତିରେ ଧାନକିଣାରେ ଅନିୟମିତତା ପ୍ରତିବାଦରେ ଚାଷୀମାନେ ସୋମବାର ସମିତି କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଇଥିଲେ।

ଅସ୍ବାସ୍ଥ୍ୟକର ପରିବେଶରେ ରନ୍ଧା ଯାଉଛି ମଧ୍ୟାହ୍ନ ଭୋଜନ

ବଡ଼ସାହି,୧୯ା୨(ସ୍ବ.ପ୍ର.)-ବିଭିନ୍ନ ସମୟରେ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରିବା ପାଇଁ ସ୍କୁଲ ପରିସରଭୁକ୍ତ ଅଞ୍ଚଳକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିବା ସହ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ବୃଦ୍ଧି, ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ, ବିଦ୍ୟାର୍ଥୀଙ୍କୁ ମାଗଣାରେ ପୋଷାକ ବଣ୍ଟନ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଆଦି ସରକାର ଯୋଗାଇ ଦେଉଛନ୍ତି। ମାତ୍ର ରୋଷେଇ ପାଇଁ ଉଦ୍ଦିଷ୍ଟ ଭିତ୍ତିଭୂମି ନ ଥିବାରୁ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ଥିବା ବିଭିନ୍ନ ସ୍କୁଲରେ ଅସ୍ବାସ୍ଥ୍ୟକର ପରିବେଶରେ ରୋଷେଇ କାର୍ଯ୍ୟ ଚାଲୁଅଛି। 

ପତ୍ନୀ ନିର୍ଯାତନା ମାମଲା : ସ୍ବାମୀଙ୍କୁ ୨ବର୍ଷ ଜେଲ୍‌

ପତ୍ନୀ ନିର୍ଯାତନା ମାମଲା : ସ୍ବାମୀଙ୍କୁ ୨ବର୍ଷ ଜେଲ୍‌

ବାରିପଦା ଅଫିସ, ୧୯ା୨-ପତ୍ନୀ ନିର୍ଯାତନା ମାମଲାର ବିଚାର କରି ରାଇରଙ୍ଗପୁର ଏସଡିଜେଏମ୍‌ ରାକେଶ କୁମାର ମୁଦୁଲି ତାଙ୍କ ସ୍ବାମୀ ବିଶୋଇ ଥାନା ତଳାପତି ଗ୍ରାମର ସରୋଜ ଗୋଚ୍ଛାୟତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତଙ୍କୁ ୨ବର୍ଷ ଜେଲଦଣ୍ଡ ସହ ୧ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଭିଯୁକ୍ତଙ୍କୁ ଅଧିକ ୩ମାସ ଜେଲ ଭୋଗିବାକୁ ରାୟରେ କୁହାଯାଇଛି।

ଖଇରା-ଫତେପୁର ରାସ୍ତା ଅବରୋଧ

ଖଇରା-ଫତେପୁର ରାସ୍ତା ଅବରୋଧ

ଖଇରା,୧୯।୨(ଡି.ଏନ.ଏ.)-ବାଲେଶ୍ୱର ଜିଲାର ଖଇରା ଓ ଔପଦା ୨ବ୍ଲକକୁ ସଂଯୋଗ କରୁଥିବା ଖଇରା-ଫତେପୁର ରାସ୍ତାକୁ ନିର୍ମାଣ କରୁଥିବା ଠିକାଦାର ଗତ ୨ମାସ ହେଲା ରାସ୍ତାକୁ ଅସମ୍ପୂର୍ଣ୍ଣ ଅବସ୍ଥାରେ ଛାଡି ଚାଲିଯାଇଛନ୍ତି। 

ଧାନର ଅଭାବୀ ବିକ୍ରି ଚିନ୍ତା  ଜିଲାପାଳଙ୍କୁ ଭେଟିଲେ ସୋସାଇଟି ସମ୍ପାଦକ, ଚାଷୀ

ଧାନର ଅଭାବୀ ବିକ୍ରି ଚିନ୍ତା ଜିଲାପାଳଙ୍କୁ ଭେଟିଲେ ସୋସାଇଟି ସମ୍ପାଦକ, ଚାଷୀ

ବାଲେଶ୍ୱର ଅଫିସ,୧୮।୨-ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳର କୋ-ଅପରେଟିଭ୍‌ ସୋସାଇଟିର ସମ୍ପାଦକ ଏବଂ ସଭାପତି ଧାନର ଅଭାବୀ ବିକ୍ରି ନେଇ ସୋମବାର ଜିଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି।