ରାଜ୍ୟ |

ନେତାଜୀଙ୍କ ୧୨୨ତମ ଜନ୍ମ ବାର୍ଷିକୀ: ସ୍ବାଧୀନତା ପ୍ରାପ୍ତିର ୭୫ ଭାଗ ଶ୍ରେୟ ନେତାଜୀଙ୍କର

ନେତାଜୀଙ୍କ ୧୨୨ତମ ଜନ୍ମ ବାର୍ଷିକୀ: ସ୍ବାଧୀନତା ପ୍ରାପ୍ତିର ୭୫ ଭାଗ ଶ୍ରେୟ ନେତାଜୀଙ୍କର

କଟକ ଅଫିସ, ୨୪ା୧- ଭାରତ ସ୍ବାଧୀନତା ପ୍ରାପ୍ତିର ୭୫ ପ୍ରତିଶତ ଶ୍ରେୟ ନେତାଜୀଙ୍କ ନାମରେ ଯାଉଛି। ବିଶ୍ୱର ବହୁ ଦାର୍ଶନିକ ଓ ଗବେଷକ ଏହି ମତ ଦେଉଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଆଜାଦ୍‌ ହିନ୍ଦ୍‌ ଫୌଜର ଏହି ଜନନାୟକଙ୍କୁ ଦେଖି ବ୍ରିଟିଶ୍‌ ଶାସକଙ୍କ ହୋସ୍‌ ଉଡିଯାଇଥିଲା ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ବୁଧବାର ନେତାଜୀ ଜୟନ୍ତୀ ଅବସରରେ ପ୍ରଫେସର ଗଣେଶୀ ଲାଲ କଟକ ଓଡ଼ିଆବଜାରସ୍ଥିତ ନେତାଜୀ ଜନ୍ମସ୍ଥାନକୁ ଆସି ସଂଗ୍ରହାଳୟ ବୁଲିଥିଲେ। ଏହି ଅବସରରେ ରାଜ୍ୟପାଳ ‘ଆଜାଦିକି ଦୁଲହନ୍‌, ମେରି କଫନ୍‌ କି ଚୁନ୍‌ରି ଉଡେ’ ବାର୍ତ୍ତା ଦେଇଥିଲେ। 

ଜିଲା ପ୍ରଶାସନ, କଟକ ମହାନଗର ନିଗମ ଓ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଟ୍ରଷ୍ଟର ମିଳିତ ସହଯୋଗରେ ମହାନ୍‌ ସ୍ବାଧୀନତା ସଂଗ୍ରାମୀ, ଦେଶ ଭକ୍ତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ୧୨୨ତମ ଜନ୍ମ ବାର୍ଷିକୀ ପାଳିତ ହୋଇଯାଇଛି। ଏଥିପାଇଁ  ନେତାଜୀଙ୍କ ଜନ୍ମ ସ୍ଥାନ ସ୍ଥାନୀୟ ଓଡିଆ ବଜାରସ୍ଥିତ ଜାନକୀନାଥ ଭବନ ଉତ୍ସବ ମୁଖର ହୋଇଉଠିଛି। ରାଜ୍ୟପାଳଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ଯୋଗଦେବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମୁଖ୍ୟମନ୍ତ୍ରୀ ନେତାଜୀଙ୍କ ଜନ୍ମ କୋଠରି ଓ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବା ସହ ରାଜ୍ୟ ସଂସ୍କୃତି ବିଭାଗ ଓ ଓଡିଶା ଲଳିତ କଳା ଏକାଡେମୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ଓ ନେତାଜୀଙ୍କ ଜୀବନୀ ଉପରେ ଆଧାରିତ ବାଲୁକା କଳା ପ୍ରଦର୍ଶନୀକୁ ବୁଲି ଦେଖିଥିଲେ। 

ଏହି କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ, ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ନିର୍ମାଣ ଶ୍ରମିକ ଓ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂ, ଏମ୍‌ପି  ସୌମ୍ୟରଞ୍ଜନ ପଟ୍ଟନାୟକ, ସିଏମ୍‌ସି ମେୟର ମୀନାକ୍ଷୀ  ବେହେରା, ଡେପୁଟି ମେୟର ଅଜୟ ବାରିକ ପ୍ରମୁଖ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସକାଳେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଛାତ୍ରୀଛାତ୍ରଙ୍କ ଦ୍ୱାରା ସ୍ଥାନୀୟ ଏନସିସି ମୁଖ୍ୟାଳୟଠାରୁ  ଜାନକୀନାଥ ଭବନ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଯାଇଥିଲା। ଏଥିସହିତ ନେତାଜୀଙ୍କ ଜନ୍ମ କୋଠରିରେ ହୋମଯଜ୍ଞ ଆୟୋଜନ କରାଯାଇଥିଲା। ଜାନକୀନାଥ ଭବନଠାରେ ନେତାଜୀ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ବିଭାଗୀୟ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ ପୁରସ୍କୃତ କରିଥିଲେ ା  ଅପରାହ୍ନରେ ରେଭେନ୍‌ଶା କଲିଜିଏଟ୍‌ ସ୍କୁଲ ପୁରାତନ ଛାତ୍ର ସଂସଦ ତରଫରୁ କଲିଜିଏଟ୍‌ ସ୍କୁଲଠାରେ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

All Right Reserved By

ରାଜ୍ୟ |

ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ଆଜି

ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ଆଜି

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଶୁଣାଣି ବୁଧବାର ହେବ। ନିର୍ବାଚନ ସମ୍ପର୍କିତ ଭୁବନେଶ୍ୱରରେ ଥିବା ସ୍ବତନ୍ତ୍ର କୋର୍ଟରେ ତାଙ୍କ ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି।

ଭାଜପା-ବିଜେଡି ମୁହାଁମୁହିଁ

ଭାଜପା-ବିଜେଡି ମୁହାଁମୁହିଁ

ପୁରୀ ଅଫିସ, ୨୪।୪: ପୁରୀ ଭାଜପା ଯୁବମୋର୍ଚ୍ଚା ଜିଲା ସଭାପତି ଜୟନ୍ତ କୁମାର ଦାଶଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପ୍ରଥମେ ବ୍ୟକ୍ତି, ପରେ ଦଳ:ଗଜପତି ମହାରାଜା

ପ୍ରଥମେ ବ୍ୟକ୍ତି, ପରେ ଦଳ:ଗଜପତି ମହାରାଜା

ପୁରୀ ଅଫିସ,୨୪ା୪: ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। 

୨ଟି ବୁଥ୍‌ରେ ମତଦାନ ଅଧାରୁ ବନ୍ଦ

୨ଟି ବୁଥ୍‌ରେ ମତଦାନ ଅଧାରୁ ବନ୍ଦ

ପୁରୀ ଅଫିସ,୨୪ା୪:  ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପୁରୀ ଜିଲାର କେତେକ ବୁଥ୍‌ରେ ହିଂସାକାଣ୍ଡ ଘଟିଛି। ତେବେ ବ୍ରହ୍ମଗିରି ଓ ସତ୍ୟବାଦୀ ନିର୍ବାଚନମଣ୍ଡଳୀର ଗୋଟିଏ ଲେଖାଏ ବୁଥ୍‌ରେ ଭିଭିପିଏଟି ଏବଂ ଇଭିଏମ୍‌କୁ ଲୋକେ ଭାଙ୍ଗିଦେଇଛନ୍ତି। 

ଭାଜପାର ଆଚରଣ ବିଧି ଉଲ୍ଲଂଘନ: କାର୍ଯ୍ୟାନୁଷ୍ଠାନ  ପାଇଁ ସିଇଓଙ୍କୁ ଫେରାଦ

ଭାଜପାର ଆଚରଣ ବିଧି ଉଲ୍ଲଂଘନ: କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓଙ୍କୁ ଫେରାଦ

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ପ୍ରଚାର ବନ୍ଦ ସମୟରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜୁ ଜନତା ଦଳ ୧୦ ଦଫା ଅଭିଯୋଗ ଉପସ୍ଥାପନ କରିଛି।

ପୁଣି ବଢ଼ିଲା ତାପମାତ୍ରା: ୪୦ ଡିଗ୍ରୀ ଟପିଲା ୫ ଜିଲା

ପୁଣି ବଢ଼ିଲା ତାପମାତ୍ରା: ୪୦ ଡିଗ୍ରୀ ଟପିଲା ୫ ଜିଲା

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ରାଜ୍ୟରେ ପୁଣି ବଢ଼ିଛି ତାପମାତ୍ରା। ମଙ୍ଗଳବାର ରାଜ୍ୟର ୫ ଜିଲାରେ ପାରଦ ୪୦ଡିଗ୍ରୀ ଟପିଛି। ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିଥିବା ବେଳେ ଉପକୂଳ ଓଡ଼ିଶାରେ କମ୍‌ ତାତି ରହିଛି।

କପିଳାସ ରୋଡ୍‌-ସାଲେଗାଓଁ ରେଳପଥ ଦୋହରୀକରଣ କାର୍ଯ୍ୟ: ଏପ୍ରିଲ ୨୫ରୁ ମେ ୮ ପର୍ଯ୍ୟନ୍ତ ବାତିଲ ହେବ ଅଧିକାଂଶ ଟ୍ରେନ୍‌

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ଖୋର୍ଦ୍ଧା ରୋଡ୍‌ ଡିଭିଜନ ଅଧୀନରେ ଥିବା କପିଳାସ ରୋଡ୍‌ ଓ ସାଲେଗାଓଁ ଷ୍ଟେଶନ ମଧ୍ୟରେ ରେଳଲାଇନ୍‌ ମରାମତି ତଥା ଦୋହରୀକରଣ କାର୍ଯ୍ୟ ପାଇଁ ଏପ୍ରିଲ ୨୫ରୁ ମେ ୮ ପର୍ଯ୍ୟନ୍ତ ଏହି ରୁଟ୍‌ର ଅଧିକାଂଶ ଟ୍ରେନ୍‌କୁ ବାତିଲ କରାଯାଇଛି। 

ଜୁଲାଇ, ଅଗଷ୍ଟ ପାଇଁ ଗୋ ଏୟାରର ସ୍ବତନ୍ତ୍ର ଭଡ଼ା ଘୋଷଣା

ଜୁଲାଇ, ଅଗଷ୍ଟ ପାଇଁ ଗୋ ଏୟାରର ସ୍ବତନ୍ତ୍ର ଭଡ଼ା ଘୋଷଣା

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ଆସନ୍ତା ଜୁଲାଇ ଏବଂ ଅଗଷ୍ଟରେ ଭୁବନେଶ୍ୱର ଓ ମୁମ୍ବାଇ ମଧ୍ୟରେ ବିମାନ ଯାତ୍ରା କରିବା ପାଇଁ ଗୋ ଏୟାର ସ୍ବତନ୍ତ୍ର ଭଡ଼ା ଘୋଷଣା କରିଛି। ଏ ନେଇ ଗୋ ଏୟାର ନିଜର ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ଜଣାଇଛି। 

ଭୋଟ ଦେବାରୁ ବଞ୍ଚିତ ହେଲେ ମହାରଥୀ: ଆଜି ହେବ ଜାମିନ ଆବେଦନର ଶୁଣାଣି

ଭୋଟ ଦେବାରୁ ବଞ୍ଚିତ ହେଲେ ମହାରଥୀ: ଆଜି ହେବ ଜାମିନ ଆବେଦନର ଶୁଣାଣି

ଭୁବନେଶ୍ୱର,୨୩।୪ (ବ୍ୟୁରୋ)- ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ବାଡ୍‌ ମାଜିଷ୍ଟ୍ରେଟ୍‌ ଓ ତାଙ୍କ ଟିମ୍‌କୁ ଆକ୍ରମଣ କରି ଜେଲ୍‌ ଯାଇଥିବା ବିଜେଡିର ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଭୋଟ ଦେବାରୁ ବଞ୍ଚତ୍ତ ହୋଇଛନ୍ତି। 

ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର:  ‘ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲୋକଙ୍କ ସେବାରେ ଥିବି’

ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର: ‘ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲୋକଙ୍କ ସେବାରେ ଥିବି’

ଭଦ୍ରକ ଅଫିସ/ବାସୁଦେବପୁର/ବନ୍ତ/ଧାମନଗର, ୨୪।୪ (ଡି.ଏନ.ଏ.) - ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ବିଜେଡି ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭଦ୍ରକ ଜିଲା ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ଦଳୀୟ ବିଧାନସଭା ଓ ଲୋକ ସଭା ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରି ଫେରିଛନ୍ତି। 

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ;  ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ; ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

ମାହାଙ୍ଗା,୨୩ା୪(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କଟକ ଜିଲାର ମାହାଙ୍ଗା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ଜେ.ଏନ. କଲେଜ ପଡ଼ିଆଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। 

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

କେନ୍ଦ୍ରାପଡ଼ା ଅଫିସ, ୨୩।୪- କେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମସ୍ତ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗାଦି ଛାଡିବା ସମୟ ଆସିଗଲାଣି ବୋଲି କହିଥିବା ବେଳେ ରାଫେଲ ପ୍ରସଙ୍ଗକୁ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri