ବାଲେଶ୍ୱର

ବ୍ଲକ ସଂଘରୁ ବହିଷ୍କୃତ ହେଲେ ୩ ଜିଆର୍‌ଏସ୍‌

ବ୍ଲକ ସଂଘରୁ ବହିଷ୍କୃତ ହେଲେ ୩ ଜିଆର୍‌ଏସ୍‌

ବାସୁଦେବପୁର, ୨୪।୧ (ଡି.ଏନ.ଏ.) - ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ୩୬ ପଞ୍ଚାୟତରେ କାର୍ଯ୍ୟରତ ଜିଆର୍‌ଏସ୍‌ ସଂଘକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ବାଲିନଗରସ୍ଥିତ ଯାଦବ ପଡ଼ିଆ ରାଧାକୃଷ୍ଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବ୍ଲକ ସଂଘ ପକ୍ଷରୁ ୩ ଜିଆର୍‌ଏସ୍‌ଙ୍କୁ ବହିଷ୍କୃତ କରାଯାଇଛି। ରାଜ୍ୟ ସଂଘର ଆହ୍ବାନ କ୍ରମେ ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନରେ ବାସୁଦେବପୁର ଶାଖାରେ କାର୍ଯ୍ୟରତ ୨୭ ସଦସ୍ୟଙ୍କ ମଧ୍ୟରୁ ୩ ଜିଆର୍‌ଏସ୍‌ ସାମିଲ ନ ହୋଇ କାର୍ଯ୍ୟରେ ଯୋଗ ଦେଇଥିବା ନେଇ ସଂଘ କ୍ଷୋଭ ପ୍ରକାଶ କରିଥିଲା। ସଭାପତି ଦେବପ୍ରକାଶ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସର୍ବସମ୍ମତି କ୍ରମେ ସଂଘର ନିଷ୍ପତ୍ତିକୁ ବିରୋଧ କରି ବ୍ଲକ କାର୍ଯ୍ୟରେ ନିଜକୁ ସାମିଲ କରିଥିବା ବିଦେଇପୁର, ଜଗନ୍ନାଥପୁର ଓ ରାଜଘରପୋଖରୀ ପଞ୍ଚାୟତର ଜିଆର୍‌ଏସ୍‌ଙ୍କୁ ବହିଷ୍କୃତ କରାଯାଇଥିବା ବାସୁଦେବପୁର ସଂଘ ସଭାପତି, ସମ୍ପାଦକ ଲିଖିତ ଭାବେ ଜଣାଇଛନ୍ତି। ସମ୍ପାଦକ ଗଣେଶ ଚନ୍ଦ୍ର ଓଝା,  ଉମାକାନ୍ତ ଖିଲାର, ଲମ୍ବୋଧର ଦାସ, ଯୋଗେନ୍ଦ୍ର ନାୟକ, ଅନ୍ତର୍ଯ୍ୟାମୀ ମହାକୁଡ, ଉମେଶ ଚନ୍ଦ୍ର ମହାନ୍ତି, ବିଜୟ କୁମାର କରଙ୍କ ସମେତ ଜିଆର୍‌ଏସ୍‌ମାନେ ବୈଠକରେ ଉପସ୍ଥିତ ଥିଲେ। କାର୍ଯ୍ୟରେ ଯୋଗଦାନ ସମ୍ପର୍କରେ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ଚାଲିଥିବା ବେଳେ ଏହି ୩ ଜିଆର୍‌ଏସ୍‌ କାର୍ଯ୍ୟରେ ଯୋଗଦେବା ଘଟଣାକୁ ବ୍ଲକ ସଂଘ ନିନ୍ଦା କରିଛି।

All Right Reserved By

ବାଲେଶ୍ୱର

 ଜିଲା ବିଜେଡି ଉପସଭାପତି ପଦରୁ ଇସ୍ତଫା ଦେଲେ ଦେବାନନ୍ଦ

ଜିଲା ବିଜେଡି ଉପସଭାପତି ପଦରୁ ଇସ୍ତଫା ଦେଲେ ଦେବାନନ୍ଦ

ପାଟଣା,୨୧।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବିଜେଡି ଉପସଭାପତି ଦେବାନନ୍ଦ ପୃଷ୍ଟି ରବିବାର ପଦରୁ ଇସ୍ତଫା ଦେଇଛନ୍ତି। 

ଅସୁସ୍ଥ ହୋଇପଡ଼ିଲେ କନଷ୍ଟେବଳ

ଅସୁସ୍ଥ ହୋଇପଡ଼ିଲେ କନଷ୍ଟେବଳ

କେନ୍ଦୁଝର,୨୧ା୪(ଡି.ଏନ୍‌.ଏ.) : ସ୍ଥାନୀୟ ମାଇନିଂ ପଡ଼ିଆରେ ସଦର ଓ ତେଲକୋଇ ନିବାଚନମଣ୍ଡଳୀରେ ନିର୍ବାଚନ ପରିଚାଳନା ଏବଂ ପୋଲିଂ ପାର୍ଟି ବିଭିନ୍ନ ବୁଥ କେନ୍ଦ୍ରକୁ ଯିବା ପାଇଁ ରବିବାର ପ୍ରସ୍ତୁତ ଚାଲିଥିଲା। 

ଖଣି ଖାଦାନ ପୂର୍ଣ୍ଣ ହେଲେ ବି କମୁନି ଦୁଃଖ: ଦାଦନ ନେଲା ଜୀବନ

ଖଣି ଖାଦାନ ପୂର୍ଣ୍ଣ ହେଲେ ବି କମୁନି ଦୁଃଖ: ଦାଦନ ନେଲା ଜୀବନ

ରାଇସୁଆଁ,୨୧।୪(ଡି.ଏନ୍‌.ଏ.): କେନ୍ଦୁଝର ଖଣି ଖାଦାନପୂର୍ଣ୍ଣ ଜିଲା ହୋଇଥିଲେ ମଧ୍ୟ ଏଠାରେ ବେକାରି ସମସ୍ୟା ଅହେତୁକ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ବେକାର ଯୁବକମାନେ ରୋଜଗାର ଲାଗି ଜିଲା ଓ ରାଜ୍ୟ ବାହାରକୁ ଯାଉଛନ୍ତି। ମାତ୍ର ସେଠାରେ ନିର୍ଯାତନାର ଶିକାର ହୋଇ ଅନେକଙ୍କ ମୃତ୍ୟୁ ଘଟୁଛି।

ନବନିର୍ମାଣ କୃଷକ ସଂଗଠନର ପୋଲିଂ ପାର୍ଟିକୁ ବିରୋଧ: ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୋଲିସ

ନବନିର୍ମାଣ କୃଷକ ସଂଗଠନର ପୋଲିଂ ପାର୍ଟିକୁ ବିରୋଧ: ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୋଲିସ

କେନ୍ଦୁଝର,୨୧।୪(ଡି.ଏନ୍‌.ଏ): କେନ୍ଦୁଝର ଜିଲା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରବିବାର ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନ୍‌ସନ ଦାବିରେ କେନ୍ଦୁଝର ମାଇନିଂ ସ୍କୁଲ୍‌ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

ଦେଶୀ ମଦ ଜବତ: ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ଦେଶୀ ମଦ ଜବତ: ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ବନ୍ତ,୨୧ା୪(ଡି.ଏନ୍‌.ଏ): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଚଣ୍ଡିପୁର ଗ୍ରାମରେ ଶନିବାର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି।

ବୁଲେଟ୍‌କୁ ଧକ୍କା ଦେଲା ଟ୍ରେଲର: ଜଣେ ମୃତ

ବୁଲେଟ୍‌କୁ ଧକ୍କା ଦେଲା ଟ୍ରେଲର: ଜଣେ ମୃତ

ରେମୁଣା,୨୧।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଶେରଗଡ଼ ଫାଣ୍ଡି ସମ୍ମୁଖରେ ରବିବାର ଏକ ଦୁର୍ଘଟଣା ଘଟିଛି।

ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ

ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ

କେନ୍ଦୁଝର,୨୧ା୪(ସ୍ବ.ପ୍ର.): ଉପଯୁକ୍ତ ପରିଚାଳନା ଅଭାବରୁ କେନ୍ଦୁଝର ସହରରେ ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ ହୋଇପଡିଛି। ମାଧପୁର ଓ ଶିରିପୁର ରାସ୍ତାରେ ଶନିବାର ଦୀର୍ଘ ଘଣ୍ଟା ଧରି ରାସ୍ତା ଜାମ ଯୋଗୁ ଯାତାୟାତ ବ୍ୟାହତ ହୋଇଥିଲା। 

ଯୋଡ଼ାରେ କଂଗ୍ରେସର ପ୍ରଚାର

ଯୋଡ଼ାରେ କଂଗ୍ରେସର ପ୍ରଚାର

ଯୋଡ଼ା, ୨୧ା୪(ଡି.ଏନ.ଏ.): ଚମ୍ପୁଆ ନିର୍ବାଚନମଣ୍ଡଳୀର ଯୋଡ଼ାଠାରେ ଶନିବାର ନିର୍ବାଚନ ପ୍ରଚାରକୁ କଂଗ୍ରେସ ଜୋରଦାର କରିଛି।  

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ: ୨ ପ୍ରାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଭଦ୍ରକ ଅଫିସ, ୨୧।୪ - ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୯ରେ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗଙ୍କ ଦ୍ୱାରା ଗତ ମାର୍ଚ୍ଚ ୧୦ରୁ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। 

ପାନ ଦୋକାନୀ ହତ୍ୟା ଘଟଣା: ଜଣେ ଯୁବତୀଙ୍କ ସମେତ ୨ ଗିରଫ

ପାନ ଦୋକାନୀ ହତ୍ୟା ଘଟଣା: ଜଣେ ଯୁବତୀଙ୍କ ସମେତ ୨ ଗିରଫ

ରେମୁଣା, ୨୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ନୂଆଗଁାସ୍ଥିତ ସାଆନ୍ତା ଛକରେ ପାନ ଦୋକାନୀ ହତ୍ୟା ଘଟଣାର ୧୦ଦିନ ପରେ ପୋଲିସ ଜଣେ ଯୁବତୀଙ୍କ ସମେତ ୨ଜଣଙ୍କୁ ଗିରଫ କରିଛି। 

ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା

ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା

ଖଇରା, ୨୧।୪(ଡି.ଏନ.ଏ.)-ଖଇରା ବ୍ଲକ ବର୍ତ୍ତନା ପଞ୍ଚାୟତ ଅଧୀନ ତୁମ୍ବାପଦି ଗ୍ରାମର ଚାଷୀ ସୂର୍ଯ୍ୟମଣୀ ପାଢୀଙ୍କର ଦୁର୍ଘଟଣାରେ ମୃତ୍ୟୁବରଣ କରିବା ପରେ ଏବେ ତାଙ୍କ ପରିବାରକୁ ବୀମା ଅର୍ଥ ବାବଦରେ ବର୍ତ୍ତନା ସେବା ସମବାୟ ସମିତି ତରଫରୁ ୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। 

ମାନସଙ୍କ ମାରାଥନ୍‌ ପ୍ରଚାର: ଘରକୁ ଘର ବୁଲି ଭୋଟଭିକ୍ଷା

ମାନସଙ୍କ ମାରାଥନ୍‌ ପ୍ରଚାର: ଘରକୁ ଘର ବୁଲି ଭୋଟଭିକ୍ଷା

ବାଲେଶ୍ୱର ଅଫିସ, ୨୧।୪-ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ମାନସ ଦାସପଟ୍ଟନାୟକ ପ୍ରଚାରକୁ ଜୋରଦାର୍‌ କରିବା ସହ ନେତା ଓ କର୍ମୀଙ୍କ ସହ ମିଶି ଘରକୁ ଘର ଯାଇ ଭୋଟ ପାଇଁ ନିବେଦନ କରୁଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri