ବାଲେଶ୍ୱର

ଜେଏମଏମ ଜନସମାବେଶରେ କେନ୍ଦ୍ରୀୟ ଅଧ୍ୟକ୍ଷ ଶିବୁ ସୋରେନ: କାହା ବିରୋଧରେ କହିଲେନି

 ଜେଏମଏମ ଜନସମାବେଶରେ କେନ୍ଦ୍ରୀୟ ଅଧ୍ୟକ୍ଷ ଶିବୁ ସୋରେନ:   କାହା  ବିରୋଧରେ  କହିଲେନି

 ବାରିପଦା ଅଫିସ,୨୪।୧- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଳକ ଭାତଛତରଠାରେ ଜେଏମଏମ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା)ର ନିର୍ବାଚନ ମଣ୍ଡଳୀସ୍ତରୀୟ ଜନସମାବେଶ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି  ସମାବେଶରେ ଜେଏମଏମ କେନ୍ଦ୍ରୀୟ ଅଧ୍ୟକ୍ଷ ଶିବୁ ସୋରେନ ଯୋଗ ଦେଇଥିଲେ।  ହେଲେ ସେ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ବିରୋଧରେ ନ ଗର୍ଜି ନରମ ମନୋଭାବ ପୋଷଣ କରିଥିବାରୁ କର୍ମୀ ମହଲରେ ଅସନ୍ତୋଷ ଦେଖାଦେଇଛି। ହେଲେ ଦଳର ଅନ୍ୟ ଆଶାୟୀ ପ୍ରାର୍ଥୀମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଓଡ଼ିଶା କଂଗ୍ରେସ ସହିତ ଜେଏମଏମର ମେଣ୍ଟ ହେବା ନେଇ ହେଉଥିବା ଚର୍ଚ୍ଚା ସମ୍ପର୍କରେ କେନ୍ଦ୍ରୀୟ ଅଧ୍ୟକ୍ଷ ସୋରେନ ମୁହଁ ଖୋଲିଥିଲେ । ରାଜ୍ୟରେ ମେଣ୍ଟ ହେବା ନେଇ  ଦଳ ପକ୍ଷରୁ କୌଣସି ସିଦ୍ଧାନ୍ତ ନିଆଯାଇ ନାହିଁ।     ଆସନ୍ତା ୩୦ ତାରିଖରେ  ଏ ସମ୍ପର୍କରେ ଚୂଡାନ୍ତ  ନିଷ୍ପତ୍ତି ନିଆଯିବ ବୋଲି ସେ ଗଣମାଧ୍ୟମକୁ କହିଥିଲେ।

ମୟୂରଭଞ୍ଜ ଜିଲାର ଆଦିବାସୀଙ୍କ ସୁଖଦୁଃଖରେ ଜେଏମଏମ ଆରମ୍ଭରୁ ସାମିଲ ହୋଇଛି ଏବଂ  ଆଗକୁ ବି ରହିଥିବ । ଏଣୁ ଜିଲାର ଆଦିବାସୀଙ୍କ ସମଗ୍ର ବିକାଶ ପାଇଁ ଜେଏମଏମ ହାତରେ ଶାସନ କ୍ଷମତା ଦେବାକୁ ସେ ମୟୂରଭଞ୍ଜ ଜିଲାବାସୀଙ୍କୁ କହିଥିଲେ। ଏହି ସମାବେଶରେ ସେ ନିଜ ଝିଅ ତଥା ଜେଏମଏମ ରାଜ୍ୟ ମହିଳା ସଭାନେତ୍ରୀ ଅଞ୍ଜନି ସୋରେନଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ। ଏହାପରେ ଜେଏମଏମ୍‌ର ରାଜ୍ୟ ମହିଳା ସଭାନେତ୍ରୀ ଅଞ୍ଜନି ସୋରେନ  ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ। ସେ ନିଜେ ଦଳର  ମୟୂରଭଞ୍ଜ ଜିଲାର  ଏମପି ପ୍ରାର୍ଥୀ ହେବେ ବୋଲି କହିଥିଲେ। ଯାହା ସଭାସ୍ଥଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା।   ଜେଏମଏମ୍‌ର ଜିଲା ସଭାପତି ଫାଗୁ ସୋରେନଙ୍କ ଅଧ୍ୟକ୍ଷତାରେ  ଆୟୋଜିତ ଏହି  ସମାବେଶରେ  ମୋରଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ଆଶାୟୀ ବିଧାୟକ ପ୍ରାର୍ଥୀ  କଳିଙ୍ଗ କେଶରୀ ଜେନା  କିନ୍ତୁ   ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ ମୟୂରଭଞ୍ଜରେ ପର୍ଯ୍ୟଟନ ଶିଳ୍ପ, କାଗଜ କଳ ଆଦି ପ୍ରତିଷ୍ଠା ଦାବି କରିଥିଲେ। ସେହିପରି ରାଜ୍ୟ ସଭାପତି ମହେଶ ହେମ୍ବ୍ରମ, ରାଜ୍ୟ ମହିଳା ସଭାନେତ୍ରୀ ଅଞ୍ଜନି ସୋରେନ ଓ ବରିଷ୍ଠ ନେତା ଲକ୍ଷ୍ମଣ ଟୁଡୁ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। 

ପ୍ରକାଶଥାଉ କି ଗତ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଗସ୍ତରେ ଆସିଥିଲେ। ଯାହା ରାଜ୍ୟ ସମେତ ଜିଲା ରାଜନୀତିକୁ ସରଗରମ  କରିଥିଲା।  ଏହାପରେ ଜେଏମଏମ କେନ୍ଦ୍ରୀୟ ଅଧ୍ୟକ୍ଷ କିନ୍ତୁ ନିଜ ଦୁଇ ଦିନିଆ  ଗସ୍ତ ଅବସରରେ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ବିରୋଧରେ  ପଦୁଟିଏ ମଧ୍ୟ ନ କହିବା ଜେଏମଏମ କର୍ମୀଙ୍କ ମଧ୍ୟରେ ନୈରାଶ୍ୟଭାବ ଦେଖାଦେଇଛି।  ଏହି କାର୍ଯ୍ୟକ୍ରମରେ ମୋରଡ଼ା, ଶୁଳିଆପଦା ଓ ରାସଗୋବିନ୍ଦପୁର ଅଞ୍ଚଳର ହଜାର ହଜାର କର୍ମୀ ଯୋଗ ଦେଇଥିଲେ।  

All Right Reserved By

ବାଲେଶ୍ୱର

 ଜିଲା ବିଜେଡି ଉପସଭାପତି ପଦରୁ ଇସ୍ତଫା ଦେଲେ ଦେବାନନ୍ଦ

ଜିଲା ବିଜେଡି ଉପସଭାପତି ପଦରୁ ଇସ୍ତଫା ଦେଲେ ଦେବାନନ୍ଦ

ପାଟଣା,୨୧।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବିଜେଡି ଉପସଭାପତି ଦେବାନନ୍ଦ ପୃଷ୍ଟି ରବିବାର ପଦରୁ ଇସ୍ତଫା ଦେଇଛନ୍ତି। 

ଅସୁସ୍ଥ ହୋଇପଡ଼ିଲେ କନଷ୍ଟେବଳ

ଅସୁସ୍ଥ ହୋଇପଡ଼ିଲେ କନଷ୍ଟେବଳ

କେନ୍ଦୁଝର,୨୧ା୪(ଡି.ଏନ୍‌.ଏ.) : ସ୍ଥାନୀୟ ମାଇନିଂ ପଡ଼ିଆରେ ସଦର ଓ ତେଲକୋଇ ନିବାଚନମଣ୍ଡଳୀରେ ନିର୍ବାଚନ ପରିଚାଳନା ଏବଂ ପୋଲିଂ ପାର୍ଟି ବିଭିନ୍ନ ବୁଥ କେନ୍ଦ୍ରକୁ ଯିବା ପାଇଁ ରବିବାର ପ୍ରସ୍ତୁତ ଚାଲିଥିଲା। 

ଖଣି ଖାଦାନ ପୂର୍ଣ୍ଣ ହେଲେ ବି କମୁନି ଦୁଃଖ: ଦାଦନ ନେଲା ଜୀବନ

ଖଣି ଖାଦାନ ପୂର୍ଣ୍ଣ ହେଲେ ବି କମୁନି ଦୁଃଖ: ଦାଦନ ନେଲା ଜୀବନ

ରାଇସୁଆଁ,୨୧।୪(ଡି.ଏନ୍‌.ଏ.): କେନ୍ଦୁଝର ଖଣି ଖାଦାନପୂର୍ଣ୍ଣ ଜିଲା ହୋଇଥିଲେ ମଧ୍ୟ ଏଠାରେ ବେକାରି ସମସ୍ୟା ଅହେତୁକ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ବେକାର ଯୁବକମାନେ ରୋଜଗାର ଲାଗି ଜିଲା ଓ ରାଜ୍ୟ ବାହାରକୁ ଯାଉଛନ୍ତି। ମାତ୍ର ସେଠାରେ ନିର୍ଯାତନାର ଶିକାର ହୋଇ ଅନେକଙ୍କ ମୃତ୍ୟୁ ଘଟୁଛି।

ନବନିର୍ମାଣ କୃଷକ ସଂଗଠନର ପୋଲିଂ ପାର୍ଟିକୁ ବିରୋଧ: ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୋଲିସ

ନବନିର୍ମାଣ କୃଷକ ସଂଗଠନର ପୋଲିଂ ପାର୍ଟିକୁ ବିରୋଧ: ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୋଲିସ

କେନ୍ଦୁଝର,୨୧।୪(ଡି.ଏନ୍‌.ଏ): କେନ୍ଦୁଝର ଜିଲା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରବିବାର ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନ୍‌ସନ ଦାବିରେ କେନ୍ଦୁଝର ମାଇନିଂ ସ୍କୁଲ୍‌ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

ଦେଶୀ ମଦ ଜବତ: ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ଦେଶୀ ମଦ ଜବତ: ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ବନ୍ତ,୨୧ା୪(ଡି.ଏନ୍‌.ଏ): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଚଣ୍ଡିପୁର ଗ୍ରାମରେ ଶନିବାର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି।

ବୁଲେଟ୍‌କୁ ଧକ୍କା ଦେଲା ଟ୍ରେଲର: ଜଣେ ମୃତ

ବୁଲେଟ୍‌କୁ ଧକ୍କା ଦେଲା ଟ୍ରେଲର: ଜଣେ ମୃତ

ରେମୁଣା,୨୧।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଶେରଗଡ଼ ଫାଣ୍ଡି ସମ୍ମୁଖରେ ରବିବାର ଏକ ଦୁର୍ଘଟଣା ଘଟିଛି।

ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ

ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ

କେନ୍ଦୁଝର,୨୧ା୪(ସ୍ବ.ପ୍ର.): ଉପଯୁକ୍ତ ପରିଚାଳନା ଅଭାବରୁ କେନ୍ଦୁଝର ସହରରେ ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ ହୋଇପଡିଛି। ମାଧପୁର ଓ ଶିରିପୁର ରାସ୍ତାରେ ଶନିବାର ଦୀର୍ଘ ଘଣ୍ଟା ଧରି ରାସ୍ତା ଜାମ ଯୋଗୁ ଯାତାୟାତ ବ୍ୟାହତ ହୋଇଥିଲା। 

ଯୋଡ଼ାରେ କଂଗ୍ରେସର ପ୍ରଚାର

ଯୋଡ଼ାରେ କଂଗ୍ରେସର ପ୍ରଚାର

ଯୋଡ଼ା, ୨୧ା୪(ଡି.ଏନ.ଏ.): ଚମ୍ପୁଆ ନିର୍ବାଚନମଣ୍ଡଳୀର ଯୋଡ଼ାଠାରେ ଶନିବାର ନିର୍ବାଚନ ପ୍ରଚାରକୁ କଂଗ୍ରେସ ଜୋରଦାର କରିଛି।  

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ: ୨ ପ୍ରାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଭଦ୍ରକ ଅଫିସ, ୨୧।୪ - ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୯ରେ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗଙ୍କ ଦ୍ୱାରା ଗତ ମାର୍ଚ୍ଚ ୧୦ରୁ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। 

ପାନ ଦୋକାନୀ ହତ୍ୟା ଘଟଣା: ଜଣେ ଯୁବତୀଙ୍କ ସମେତ ୨ ଗିରଫ

ପାନ ଦୋକାନୀ ହତ୍ୟା ଘଟଣା: ଜଣେ ଯୁବତୀଙ୍କ ସମେତ ୨ ଗିରଫ

ରେମୁଣା, ୨୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ନୂଆଗଁାସ୍ଥିତ ସାଆନ୍ତା ଛକରେ ପାନ ଦୋକାନୀ ହତ୍ୟା ଘଟଣାର ୧୦ଦିନ ପରେ ପୋଲିସ ଜଣେ ଯୁବତୀଙ୍କ ସମେତ ୨ଜଣଙ୍କୁ ଗିରଫ କରିଛି। 

ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା

ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା

ଖଇରା, ୨୧।୪(ଡି.ଏନ.ଏ.)-ଖଇରା ବ୍ଲକ ବର୍ତ୍ତନା ପଞ୍ଚାୟତ ଅଧୀନ ତୁମ୍ବାପଦି ଗ୍ରାମର ଚାଷୀ ସୂର୍ଯ୍ୟମଣୀ ପାଢୀଙ୍କର ଦୁର୍ଘଟଣାରେ ମୃତ୍ୟୁବରଣ କରିବା ପରେ ଏବେ ତାଙ୍କ ପରିବାରକୁ ବୀମା ଅର୍ଥ ବାବଦରେ ବର୍ତ୍ତନା ସେବା ସମବାୟ ସମିତି ତରଫରୁ ୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। 

ମାନସଙ୍କ ମାରାଥନ୍‌ ପ୍ରଚାର: ଘରକୁ ଘର ବୁଲି ଭୋଟଭିକ୍ଷା

ମାନସଙ୍କ ମାରାଥନ୍‌ ପ୍ରଚାର: ଘରକୁ ଘର ବୁଲି ଭୋଟଭିକ୍ଷା

ବାଲେଶ୍ୱର ଅଫିସ, ୨୧।୪-ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ମାନସ ଦାସପଟ୍ଟନାୟକ ପ୍ରଚାରକୁ ଜୋରଦାର୍‌ କରିବା ସହ ନେତା ଓ କର୍ମୀଙ୍କ ସହ ମିଶି ଘରକୁ ଘର ଯାଇ ଭୋଟ ପାଇଁ ନିବେଦନ କରୁଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri