ବାଲେଶ୍ୱର

କୃଷକ କଲ୍ୟାଣ କାର୍ଡ ଥାଇ ବି ମିଳିଲାନି ସେବା: ଘର ବାରଣ୍ଡାରେ ପଡି ପ୍ରାଣ ହରାଇଲେ ବୃଦ୍ଧ

କୃଷକ କଲ୍ୟାଣ କାର୍ଡ ଥାଇ ବି ମିଳିଲାନି ସେବା:  ଘର ବାରଣ୍ଡାରେ ପଡି ପ୍ରାଣ ହରାଇଲେ ବୃଦ୍ଧ

ଖଇରା,୨୪।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତ ପାଣିସାଉଁଳି ଗ୍ରାମର ଜାନୁଆ ହେମ୍ରମ୍‌(୬୨) ବୁଧବାର ଆଖି ବୁଜିଛନ୍ତି । ଆଦିବାସୀ ସମ୍ପ୍ରଦାୟର ଜାନୁଆ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ପାଇଲେ ନାହିଁ। ବାଲେଶ୍ୱର ଡାକ୍ତରଖାନାରୁ ତାଙ୍କୁ ଫେରାଇ ଦିଆଗଲା। ଘର ବାରଣ୍ଡାରେ ପଡିଥିବା ଖଟିଆରେ ଶୋଇ ସେ ମୃତ୍ୟୁସହ ସଂଗ୍ରାମ କରୁଥିଲେ । ପୁଅ ବୋହୂ  ଅନ୍ୟ ଉପାୟ ନ ପାଇଁ ଗ୍ରାମଦେବୀଙ୍କୁ ପୂଜାର୍ଚ୍ଚନା କରିବା ସହ ଝଡାଫୁଙ୍କା କରୁଥିଲେ। ଶେଷରେ ବୁଧବାର ଅପରାହ୍ନରେ ତାଙ୍କର ପରଲୋକ ଘଟିଛି। ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ସବୁବର୍ଗର ଲୋକମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଜାନୁଆଙ୍କ ପରି ରୋଗୀମାନେ ଆର୍ଥିକ ଅନଟନ ଯୋଗୁ ଚିକିତ୍ସା ନ ପାଇବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।

  ମିଳିଥିବା ସୂଚନା ଅନୁଯାୟୀ, ୯ତାରିଖ ସନ୍ଧ୍ୟାରେ ଜାନୁଆ ଜଣେ ସମ୍ପର୍କୀୟଙ୍କ ବାଇକରେ ବସି ଗଣ୍ଡିବେଡ ବଜାରକୁ ଯାଉଥିଲେ। ଏହି ସମୟରେ ବିପରିତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ ତାଙ୍କ ଗାଡ଼ିକୁ ଧକ୍କା ଦେଇ ଦ୍ରୁତ ଗତିରେ ପଳାଇଥିଲା। ଜାନୁଆ ତଳେ ପଡିଯିବାରୁ ତାଙ୍କ ଛାତିରେ ଆଘାତ ଲାଗିଥିଲା। ତାଙ୍କୁ ପ୍ରଥମେ ସୋର ଓ ପରେ ବାଲେଶ୍ୱର ଡାକ୍ତରଖାନାକୁ ନିଆଯାଇଥିଲା। ବାଲେଶ୍ୱର ଡାକ୍ତରଖାନାରେ ୨ଦିନ ରହିବା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ବାଲେଶ୍ୱରରେ ଟଙ୍କା ଖର୍ଚ୍ଚ କରିବାକୁ ଅସମର୍ଥ ଥିବା ଜାନୁଆଙ୍କ ପରିବାର  ଆଉ କଟକ ଯିବାକୁ ସାହସ ବାନ୍ଧି ପାରି ନ ଥିଲେ। ସରକାର ଦେଇଥିବା କୃଷକ କଲ୍ୟାଣ କାର୍ଡ ଦେଖାଇଥିଲେ ଏ କାର୍ଡ କିଛି କାମରେ ଲାଗିବ ନାହିଁ ବୋଲି ଡାକ୍ତର ମନା କରି ଦେଇଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ଟଙ୍କା ମାଗିଲେ। ହେଲେ ଟଙ୍କା ବଦଳରେ ସରକାରଙ୍କ ତରଫରୁ ମିଳିଥିବା କୃଷକ କଲ୍ୟାଣ କାର୍ଡ ଦେଖାଇବା ପରେ ଡାକ୍ତର ଚିକିତ୍ସା ଲାଗି ମନା କରିଦେଇଥିବା ବଡପୁଅ ବୁଦ୍ଧିରାମ ଅଭିଯୋଗ କରିଛନ୍ତି। କିଛିଦିନ ତଳେ ତାଙ୍କ ଗ୍ରାମର ଜଣେ ବ୍ୟକ୍ତିଙ୍କ କଟକରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଡାକ୍ତରଖାନାରୁ ମୃତଦେହ କାଢିବାକୁ ୪୫ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଲା ବୋଲି ଜାନୁଆଙ୍କ ସାନପୁଅ ମୋହନ କହିଛନ୍ତି। ଏହି କାରଣରୁ ସେମାନେ ବାଧ୍ୟ ହୋଇ ବାପାଙ୍କ ଜୀବନ ରକ୍ଷା ପାଇଁ ଦେବୀଙ୍କ ପୂଜାର ସାହାରା ନେଇଥିଲେ ବୋଲି ସେ କହିଛନ୍ତି। ସରକାରଙ୍କ କୌଣସି ଯୋଜନା ଗରୀବଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ଶୋକାକୁଳ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବିବେକାନନ୍ଦ ଦାସଙ୍କ ସହ ଯୋଗାଯୋଗ କରିବାରେ ଯଦି ପରିବାର ତରଫରୁ କିଛି ପୁରୁଣା କାର୍ଡ ଦିଆଯାଇଥାଏ ତେବେ ହୁଏତ ଅଫିସ ତାହା ଗ୍ରହଣ କରି ନ ଥାଇ ପାରେ ବୋଲି କହିଛନ୍ତି। 


All Right Reserved By

ବାଲେଶ୍ୱର

ନେସ୍କୋ କାର୍ଯ୍ୟାଳୟରେ ବିଦ୍ୟୁତ୍‌ କର୍ମଚାରୀଙ୍କ ଧାରଣା

ନେସ୍କୋ କାର୍ଯ୍ୟାଳୟରେ ବିଦ୍ୟୁତ୍‌ କର୍ମଚାରୀଙ୍କ ଧାରଣା

ଭୋଗରାଇ, ୧୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଦେହୁର୍ଦ୍ଦାସ୍ଥିତ ନେସ୍କୋ ବିଭାଗ କାର୍ଯ୍ୟାଳୟରେ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ଦ୍ୱାରା ଗୁରୁବାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇ ଧାରଣା ଦିଆଯାଇଛି। 

ନାସାରେ ବାଲେଶ୍ୱର ଛାତ୍ରୀଙ୍କ କୃତିତ୍ୱ

ନାସାରେ ବାଲେଶ୍ୱର ଛାତ୍ରୀଙ୍କ କୃତିତ୍ୱ

ବାଲେଶ୍ୱର ଅଫିସ, ୧୯।୪-ବାଲେଶ୍ୱର ସେଣ୍ଟ ଭିନ୍‌ସେଣ୍ଟ କନ୍‌୍‌ଭେଣ୍ଟ ସିନିୟର ସେକେଣ୍ଡାରୀ ସ୍କୁଲର ୧୩ଜଣ ଛାତ୍ରୀଛାତ୍ର ୟୁଏସ୍‌ଏ ଓରଲାଣ୍ଡସ୍ଥିତ ନ୍ୟାଶନାଲ ଏରୋନେଟିକ୍‌ ଆଣ୍ଡ ସ୍ପେଶ୍‌ ଆଡ଼ମିନିଷ୍ଟ୍ରେଶନ (ନାସା) ସେଣ୍ଟରରେ ଆୟୋଜିତ ଅନ୍ତର୍ଜାତୀୟ ଅନ୍ତରୀକ୍ଷ ବିଜ୍ଞାନ ସମ୍ମିଳନୀରେ ଯୋଗଦେଇଥିଲେ। 

ବେଆଇନ ପିସ୍ତଲ ସହ ୮ ଜୀବନ୍ତ ଗୁଳି ଜବତ, ଅଭିଯୁକ୍ତ ଗିରଫ

ବେଆଇନ ପିସ୍ତଲ ସହ ୮ ଜୀବନ୍ତ ଗୁଳି ଜବତ, ଅଭିଯୁକ୍ତ ଗିରଫ

ବଡବିଲ, ୧୯।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଉପରବସ୍ତିରୁ ଜଣେ ଯୁବକଙ୍କ ନିକଟରୁ ଏକ ବିଦେଶୀ ପିସ୍ତଲ ସହ ୮ଟି ଜୀବନ୍ତ ଗୁଳି ଜବତ ହୋଇଥିବାବେଳେ ସମ୍ପୃକ୍ତ ଅଭିଯୁକ୍ତ ସେକ ମୁମତାଜଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି।

କ୍ଷମତାକୁ ଆସିଲେ ଭାଜପା ନିଯୁକ୍ତି ସୁଯୋଗ ବଢାଇବ

କ୍ଷମତାକୁ ଆସିଲେ ଭାଜପା ନିଯୁକ୍ତି ସୁଯୋଗ ବଢାଇବ

ଆନନ୍ଦପୁର,୧୯।୪(ସ୍ବ.ପ୍ର.)- କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର କେନ୍ଦୁଝର ଜିଲା ଗସ୍ତରେ ଆସି ଆନନ୍ଦପୁର ଓ ଘସିପୁରା ନିର୍ବାଚନମଣ୍ଡଳୀରେ ଭାଜପା ବିଧାୟକ ପ୍ରାର୍ଥୀ ଏବଂ କେନ୍ଦୁଝର ଏମ୍‌ପି ପ୍ରାର୍ଥୀଙ୍କ ପାଇଁ ଭୋଟ ପ୍ରଚାର କରିଛନ୍ତି।

ଭଦ୍ରକରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର:  ନିର୍ବାଚନ ପ୍ରସ୍ତୁତି ତଦାରଖ କଲେ

ଭଦ୍ରକରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର: ନିର୍ବାଚନ ପ୍ରସ୍ତୁତି ତଦାରଖ କଲେ

ଭଦ୍ରକ ଅଫିସ, ୧୯।୪ - କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅନିଲ କୁମାର ସାମଲ ଗୁରୁବାର ଦିନିକିଆ ଭଦ୍ରକ ଗସ୍ତରେ ଆସି ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। 

ଭୂତକୋଠି ପାଲଟିଛି ଜଳସେଚନ ବିଶ୍ରାମାଗାର

ଭୂତକୋଠି ପାଲଟିଛି ଜଳସେଚନ ବିଶ୍ରାମାଗାର

ଆରଡ଼ି, ୧୯।୪ (ଡି.ଏନ.ଏ.) - ଭଦ୍ରକ ଜିଲା ଆରଡ଼ି ସନ୍ନିକଟ କୁଳେଇପଦା ପଡ଼ିଆରେ ନିର୍ମିତ ଜଳସେଚନ ବିଶ୍ରାମାଗାର ଏବେ ଭୂତକୋଠି ପାଲଟିଛି। ବର୍ଷତମାମ ଗୃହରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। 

ପାଣି ପାଇପ୍‌ ଚୋରି ଘଟଣା: ଜଣେ ଗିରଫ

ଯୋଡ଼ା, ୧୮।୪(ଡି.ଏନ.ଏ.)-ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଦାମପୁର ଗ୍ରାମରେ ଗତ ୧୫ ତାରିଖ ସୋମବାର ଭୋର ସମୟରେ ଗ୍ରାମୀଣ ଜଳ ଯୋଗାଣ ସଂସ୍ଥା ଦ୍ୱାରା ପାଣି ଯୋଗାଣ ପାଇଁ ରଖାଯାଇଥିବା ପାଇପଗୁଡିକୁ ଚୋରି ଉଦ୍ୟମ କରୁଥିବା ବେଳେ ପୋଲିସ ଜଣଙ୍କୁ ଗିରଫ କରିଛି।  

ପୂର୍ବାଞ୍ଚଳ ଦୃଷ୍ଟିହୀନ ବିଦ୍ୟାଳୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ: ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟ ଟିମ୍‌ ଚାମ୍ପିୟନ,ରୋଟାରୀ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା

ପୂର୍ବାଞ୍ଚଳ ଦୃଷ୍ଟିହୀନ ବିଦ୍ୟାଳୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ: ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟ ଟିମ୍‌ ଚାମ୍ପିୟନ,ରୋଟାରୀ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ, ୧୮।୪-ବିହାର ମୁଜାଫରପୁରଠାରେ ଅନୁଷ୍ଠିତ ୨ୟ ପୂର୍ବାଞ୍ଚଳ ଦୃଷ୍ଟିହୀନ ବିଦ୍ୟାଳୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶାର ବାଲେଶ୍ୱର ଜିଲା ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟ ଟିମ୍‌ ଚାମ୍ପିୟନ ହୋଇଛି।

ଗଣତାନ୍ତ୍ରିକ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ବାନ

ଗଣତାନ୍ତ୍ରିକ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ବାନ

ଭୋଗରାଇ, ୧୮।୪(ଡି.ଏନ.ଏ.)-ଭାଜପା ଓ ବିଜେଡିକୁ ଆସନ୍ତା ନିର୍ବାଚନରେ ପରାସ୍ତ କରି କେନ୍ଦ୍ର ଓ ରାଜ୍ୟରେ ଏକ ଧର୍ମନିରପେକ୍ଷ ସରକାର ଗଠନ ଲାଗି ଭୋଗରାଇ ବିଧାନସଭା କ୍ଷେତ୍ରର ସିପିଏମ୍‌ ଶାଖା ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। 

ଅବହେଳିତ କଣ୍ଡରାଗଡିଆ ଗ୍ରାମ: ଭୋଟବର୍ଜନ ଲାଗି ଗ୍ରାମବାସୀଙ୍କ ଚେତାବନୀ

ଅବହେଳିତ କଣ୍ଡରାଗଡିଆ ଗ୍ରାମ: ଭୋଟବର୍ଜନ ଲାଗି ଗ୍ରାମବାସୀଙ୍କ ଚେତାବନୀ

ଖଇରା, ୧୮।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ସାରକୋଣା ପଞ୍ଚାୟତ ଅଧୀନ କଣ୍ଡରାଗଡିଆ ଗ୍ରାମକୁ ନିତିଦିନିଆ ରାସ୍ତା ନାହିଁ। ଘରପୋଡି ବେଳେ ଦମକଳ ଗାଡିଟିଏ ଗଁାକୁ ପଶିପାରୁନି। 

ପୀଡ଼ିତା ନାବାଳିକାଙ୍କୁ କଟକ ସ୍ଥାନାନ୍ତର

ପୀଡ଼ିତା ନାବାଳିକାଙ୍କୁ କଟକ ସ୍ଥାନାନ୍ତର

ଭଦ୍ରକ ଅଫିସ,୧୮ା୪ : ଗ୍ରାମାଞ୍ଚଳ ଥାନା ଅଧୀନରେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ଉଦ୍ୟମ ମାମଲାରେ ପୀଡିତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି l

ବିଲଣାରେ ବିଜେଡିର କର୍ମୀ ସମ୍ମିଳନୀ

ବିଲଣାରେ ବିଜେଡିର କର୍ମୀ ସମ୍ମିଳନୀ

ତିହିଡି,୧୮।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ନିର୍ବାଚନମଣ୍ତଳୀ ଅଧୀନ ବିଲଣା ପଞ୍ଚାୟତରେ ଗୁରୁବାର ପୂର୍ବାହ୍ନରେ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। 


Model This Week

କ୍ରିଷ୍ଣା
Why Dharitri