ରାଜ୍ୟ | ଉପକୂଳ ଓଡିଶା

ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ: ଭଙ୍ଗା ଚାଳଘରେ ଜରିପାଲ ଘୋଡ଼ାଇ ରହୁଛନ୍ତି ପରିବାର

ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ: ଭଙ୍ଗା ଚାଳଘରେ ଜରିପାଲ ଘୋଡ଼ାଇ ରହୁଛନ୍ତି ପରିବାର

ରଣପୁର,୨୪ା୧ (ସ୍ବ.ପ୍ର.)- ସରକାର ବାସହୀନ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଆବାସ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଏବେ ବି ବହୁ ଗରିବ ପରବାର ଅଛନ୍ତି ଯେଉଁମାନଙ୍କ ପାଇଁ ପକ୍କାଘର ସ୍ବପ୍ନ ପାଲଟିଛି। ସେମାନଙ୍କ ପାଇଁ ଜରିପାଲ ଘୋଡା ଭଙ୍ଗା ଚାଳଘର ଭରସା ହୋଇଛି। ଏମିତି ଏକ ନଜିର ନୟାଗଡ଼ ଜିଲା ରଣପୁର ଏନ୍‌ଏସିର ୮ନଂ. ୱାର୍ଡ ଶାମୁକାସାହିରେ ଦେଖିବାକୁ ମିଳିଛି। ଏଠାରେ ଶରତ ମିଶ୍ର ପରିବାର ସହ ରହନ୍ତି। ଶରତଙ୍କ ବୟସ ୭୦ବର୍ଷରୁ ଊର୍ଦ୍ଧ୍ୱ ହେବ। ପରିବାର କହିଲେ ୨ପୁଅ, ଗୋଟିଏ ଝିଅ ଅଛନ୍ତି। ୪ ଡେସିମିଲ ଜମିକୁ ଛାଡିଦେଲେ ସମ୍ପତ୍ତି ବୋଲି କିଛି ନାହିଁ। ଶାମୁକାସାହିରେ ଭଙ୍ଗା ମାଟି କାନ୍ଥ ଉପରେ ଚାଳଛପର ଉଡିଯାଇଥିଲାବେଳେ ଅଧା ପାଲ ପକାଇ ଏହି ପରିବାର ବାସ କରୁଛନ୍ତି। ଶରତ ରଣପୁର କୋର୍ଟ ପରିସରରେ ଲୋକଙ୍କ ପାଇଁ ଲେଖାଲେଖି କାମ କରି ଯାହାକିଛି ରୋଜଗାର କରନ୍ତି। ତାଙ୍କର ୨ପୁଅ ମଧ୍ୟ ମୂଲ ମଜୁରି କରନ୍ତି। ଏହି ରୋଜଗାରରେ ପରିବାର ଚଳିଥାଏ। ଅର୍ଥାଭାବରୁ ଝିଅକୁ ୨୮ବର୍ଷ ହୋଇଥିଲେ ମଧ୍ୟ ତାଙ୍କୁ ବିବାହ ଦେଇପାରି ନାହାନ୍ତି। ସରକାରୀ ସାହାଯ୍ୟ କହିଲେ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ତାଙ୍କୁ ବାଦ୍‌ ଦିଆଯାଇଥିଲା ବେଳେ ତାଙ୍କ ଝିଅ ନାମରେ ମାସକୁ କିଛି ଚାଉଳ ପ୍ରଦାନ କରାଯାଉଛି। ୨୦୧୩-୧୪ ମସିହା ବାତ୍ୟାରେ ତାଙ୍କ ଚାଳ ଛପର ଘରଟି ଭାଙ୍ଗିଯାଇଥିଲା। ସ୍ଥାନୀୟ ତହସିଲ ତରଫରୁ ତାଙ୍କୁ କେବଳ ୨ହଜାର ଟଙ୍କା ଦିଆଯାଇଥିଲା। ସେବେଠାରୁ ବ୍ଲକ ଅଫିସ ଓ ପରେ ରଣପୁର ଏନ୍‌ଏସିରେ ପକ୍କା ଘରଟିଏ ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଏହି ଯୋଜନାରେ ସାମିଲ କରାଯାଉ ନାହିଁ। ପିସିଦେଇ ନ ପାରିବାରୁ ତାଙ୍କୁ ଆବାସ ଯୋଜନାରେ ପକ୍କାଘର ମିଳୁ ନ ଥିବା ଶରତ ଅଭିଯୋଗ କରିଛନ୍ତି। ଅଧିକାଂଶ ସମୟରେ ତାଙ୍କ ଘର ଆଗ ଦେଇ ବହୁ ପ୍ରଶାସନିକ ଅଧିକାରୀ ଓ ନେତା ଯାତାୟାତ କରୁଥିଲେ ମଧ୍ୟ ତାଙ୍କ ଘର ଉପରେ କାହାରି ନଜର ପଡିପାରୁନାହିଁ ା ବିଧାୟକ ତାଙ୍କ ସାହିର ହୋଇଥିଲା ବେଳେ ରାଗ ରଖି ବାରମ୍ବାର ତାଙ୍କୁ ବିଭିନ୍ନ ସରକାରୀ ଯୋଜନାରୁ ବାଦ୍‌ ଦେଉଛନ୍ତି ବୋଲି ସେ ନୟାଗଡ଼ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ତୁରନ୍ତ ଜିଲା ପ୍ରଶାସନ ଏହାର ତଦନ୍ତ କରି ଶରତଙ୍କୁ ଆବାସ ଯୋଜନାରେ ନୂତନ ପକ୍କା ଘର ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ା ଏ ନେଇ ରଣପୁର ଏନ୍‌ଏସି ନିର୍ବାହୀ ଅଧିକାରିଣୀ ଅର୍ଚ୍ଚନା ନାୟକଙ୍କୁ ପଚାରିବାରୁ ସେ କହିଥିଲେ, ଆମେ ଚାହିଁଲେ ତାଙ୍କୁ ଆବାସ ଯୋଜନାରେ ସାମିଲ କରି ପକ୍କା ଘର ଯୋଗାଇଦେବୁ ା ସେ ଯଦି ଏହି ଯୋଜନାରୁ ବାଦ୍‌ ପଡିଛନ୍ତି ତା’ହେଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ା ରଣପୁର ବିଧାୟକ ରବିନାରାୟଣ ମହାପାତ୍ର କହନ୍ତି, ରଣପୁର ଏନ୍‌ଏସିରେ ମୋ ଦ୍ୱାରା ୮ଶହ ଆବାସ ଗୃହ ହିତାଧିକାରୀଙ୍କୁ ବଣ୍ଟାଯାଇଛି। ଶରତ ଏହି ଯୋଜନାରେ ପାଇବା ପାଇଁ ମୋତେ କେବେ ଜଣାଇ ନାହାନ୍ତି କି ଆବେଦନ କରିନାହାନ୍ତି। ମୋତେ ଯଦି ଆବେଦନ କରନ୍ତି ତେବେ ସେ ଏହି ଯୋଜନାରେ ସାମିଲ ହୋଇପାରିବେ ା ତାଙ୍କର କେବେ ମୁଁ କୌଣସି ସରକାରୀ ଯୋଜନା କାଟି ନାହିଁ ା 


All Right Reserved By

ରାଜ୍ୟ | ଉପକୂଳ ଓଡିଶା

ନରେନ୍ଦ୍ର ପୁଷ୍କରିଣୀରୁ କଢ଼ାଗଲା ଡଙ୍ଗା

ନରେନ୍ଦ୍ର ପୁଷ୍କରିଣୀରୁ କଢ଼ାଗଲା ଡଙ୍ଗା

ପୁରୀ ଅଫିସ, ୧୯ା୪: ଆସନ୍ତା ମେ ୭ ତାରିଖରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନଯାତ୍ରା। ବାହାର ଚନ୍ଦନଯାତ୍ରାରେ ମହାପ୍ରଭୁ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ। 

ରାତିରେ ଭୋଟ ବକ୍ସ ଧରି ଜଙ୍ଗଲରେ ୧୭କି.ମି. ଚାଲି ଚାଲି ଗଲେ ଅଧିକାରୀ

ରାତିରେ ଭୋଟ ବକ୍ସ ଧରି ଜଙ୍ଗଲରେ ୧୭କି.ମି. ଚାଲି ଚାଲି ଗଲେ ଅଧିକାରୀ

ତୁମୁଡ଼ିବନ୍ଧ,୧୯।୪(ଡି.ଏନ୍‌.ଏ.): ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଥିଲା। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତର ୧୩୭ ଓ ୧୩୮ ନମ୍ବର ବୁଥ୍‌ରେ ଭୋଟ ଗ୍ରହଣ ହୋଇଥିଲା।

ଯାତ୍ରୀଙ୍କ ପାଇଁ ଖୁସି ଖବର:ଗଡ଼ିବ ଆଉ ୩ ମେମୁ ଟ୍ରେନ

ଯାତ୍ରୀଙ୍କ ପାଇଁ ଖୁସି ଖବର:ଗଡ଼ିବ ଆଉ ୩ ମେମୁ ଟ୍ରେନ

ଭୁବନେଶ୍ୱର,୧୯ା୪:ବର୍ତ୍ତମାନ ପ୍ରଚଳିତ ୩ ଲୋକାଲ ଟ୍ରେନ ବଦଳରେ ନୂଆ କରି ଆଉ ୩ ମେମୁ ଟ୍ରେନ ଚଳାଇବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ହୋଇଛି।

ଜିଲାରେ ହେଭିଓ୍ବେଟ୍‌ ନେତାଙ୍କ ପ୍ରଚାର ଆଜି:ରଣପୁରରେ ନବୀନ, ନୟାଗଡ଼ରେ ରାଜନାଥ ସିଂ

ଜିଲାରେ ହେଭିଓ୍ବେଟ୍‌ ନେତାଙ୍କ ପ୍ରଚାର ଆଜି:ରଣପୁରରେ ନବୀନ, ନୟାଗଡ଼ରେ ରାଜନାଥ ସିଂ

ନୟାଗଡ଼ ଅଫିସ,୧୯ା୪:ଜିଲାର ଦଶପଲ୍ଲା ବିଧାନସଭା ଆସନ ପାଇଁ ଗୁରୁବାର ନିର୍ବାଚନ ଶେଷ ହୋଇଛି। ଆସନ୍ତା ୨୩ ତାରିଖରେ ଜିଲାର ଅବଶିଷ୍ଟ ୩ଟି ନିର୍ବାଚନମଣ୍ଡଳୀରେ ମତଦାନ ହେବ।

ବଟଗୋସାଇଁଙ୍କ ମାଇପିମେଳା ଯାତ୍ରା:ଗୁହାରିଆ ପଡ଼ିଲେ ୨ଶହ ନିଃସନ୍ତାନ ମହିଳା

ବଟଗୋସାଇଁଙ୍କ ମାଇପିମେଳା ଯାତ୍ରା:ଗୁହାରିଆ ପଡ଼ିଲେ ୨ଶହ ନିଃସନ୍ତାନ ମହିଳା

ନିମାପଡ଼ା,୧୯ା୪(ଡି.ଏନ୍‌.ଏ.):ପୁରୀ ଜିଲାର ନିମାପଡ଼ା ବ୍ଲକ ଅନ୍ତର୍ଗତ ଅଂଶାଲୋ, କାହ୍ନପୁର, ନଢ଼ଣା ଗ୍ରାମର କେନ୍ଦ୍ରସ୍ଥଳିରେ ଥିବା ପ୍ରଭୁ ବଟ ଗୋସାଇଁଙ୍କ ମାଇପି ମେଳା ଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି।

ଦୟଣା ଲାଗି ହେଲେ ମହାପ୍ରଭୁ

ଦୟଣା ଲାଗି ହେଲେ ମହାପ୍ରଭୁ

ପୁରୀ ଅଫିସ,୧୯ା୪:ଚୈତ୍ର ଶୁକ୍ଳ ତ୍ରୟୋଦଶୀରେ ରାମକୃଷ୍ଣ ଦୟଣା ଚୋରି କରିଥିଲେ। ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଭୋଗମଣ୍ଡପ ଘରେ ବନ୍ଧା ପଡ଼ିିଥିଲେ। 

ଭଇଁଷାପାଲିରେ ଜଣେ ଦେଲେ ଭୋଟ

ଭଇଁଷାପାଲିରେ ଜଣେ ଦେଲେ ଭୋଟ

ବଲାଙ୍ଗୀର ଅଫିସ, ୧୯ା୪- ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁଇଁନ୍ତଲା ବ୍ଳକ୍‌ ଭଇଁଷାପାଲି ପ୍ରାଥମିକ ସ୍କୁଲ ବୁଥ୍‌ରେ ଜଣେ ମାତ୍ର ଭୋଟର ମତଦାନ କରିଛନ୍ତି। 

 ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ:ନବୀନ ଓଡ଼ିଶାବାସୀଙ୍କୁ ଧୋକା ଦେଇଛନ୍ତି

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ:ନବୀନ ଓଡ଼ିଶାବାସୀଙ୍କୁ ଧୋକା ଦେଇଛନ୍ତି

କଟକ ଅଫିସ୍‌/ ପୁରୀ ଅଫିସ, ୧୯ା୪:ମହାନଦୀ ଜଳ ବିବାଦ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଭ୍ରାନ୍ତ କରାଯାଇଥିଲା।

ଭାଇ ଚାପୁଡ଼ା ମାଡ଼ରେ ଭଉଣୀ ମୃତ

ଭାଇ ଚାପୁଡ଼ା ମାଡ଼ରେ ଭଉଣୀ ମୃତ

ଖଡିଆଳ,୧୯ା୪(ଡି.ଏନ.ଏ.):ନୂଆପଡା ଜିଲା ଖଡିଆଳ ଥାନା ନେହେନା ଗାଁରେ ଜଣେ ବ୍ୟକ୍ତି ନିଜ ଭଉଣୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବା ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗ ହୋଇଛି ।

ଭୋଟ ବର୍ଜନ କଲେ ୭ ଗାଁର ଭୋଟର

ଭୋଟ ବର୍ଜନ କଲେ ୭ ଗାଁର ଭୋଟର

ଲୋଇସିଂହା/ବାଲିଗୁଡା/ବେଗୁନିଆପଡା,୧୯ା୪(ଡି.ଏନ୍‌.ଏ.):ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନମଣ୍ଡଳୀର ୩ ଓ କନ୍ଧମାଳ ଜିଲା ବାଲିଗୁଡା ନିର୍ବାଚନମଣ୍ଡଳୀର ୪ ଗଁାର ଭୋଟର ଗୁରୁବାର ଅନୁଷ୍ଠିତ  ସାଧାରଣ ନିର୍ବାଚନକୁ ବର୍ଜନ କରିଛନ୍ତି। 

କେନ୍ଦ୍ର ଅବହେଳାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଭାଇରାଲ

କେନ୍ଦ୍ର ଅବହେଳାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଭାଇରାଲ

ଭୁବନେଶ୍ୱର,୧୯ା୪(ବ୍ୟୁରୋ):କେନ୍ଦ୍ର ସରକାର ଓଡ଼ିଶାକୁ ଅବହେଳା କରୁଛନ୍ତି। ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେଜଣ ଯୁବତୀଯୁବକଙ୍କ ସହ ଆଲୋଚନା କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। 

ବଢୁଛି ବିଜେଡିର ରାଜନୈତିକ ହିଂସା:ହିଂସାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାଜପା

ବଢୁଛି ବିଜେଡିର ରାଜନୈତିକ ହିଂସା:ହିଂସାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାଜପା

ଭୁବନେଶ୍ୱର,୧୯ା୪(ବ୍ୟୁରୋ):ରାଜ୍ୟରେ ଆତଙ୍କରାଜ ଚଳାଇ ଶାସକ ବିଜେଡିର ନେତା ଓ ଗୁଣ୍ଡାମାନେ ଭାଜପା ପ୍ରାର୍ଥୀ ଏବଂ କର୍ମୀଙ୍କୁ ଆକ୍ରମଣ କରୁଛନ୍ତି ା ରାଜନୈତିକ ହତ୍ୟାକାଣ୍ଡ  ମଧ୍ୟ ରାଜ୍ୟରେ ହୋଇସାରିଲାଣି ା


Model This Week

କ୍ରିଷ୍ଣା
Why Dharitri