ରାଜ୍ୟ | ଉପକୂଳ ଓଡିଶା

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପୋଲିସର ପଦକ୍ଷେପ:ଶାଶୁଶ୍ୱଶୁରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲା

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପୋଲିସର ପଦକ୍ଷେପ:ଶାଶୁଶ୍ୱଶୁରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲା

ରଣପୁର,୨୪ା୧ (ସ୍ବ.ପ୍ର.)- ନୟାଗଡ଼ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି ଅନ୍ତର୍ଗତ ଡିହଗାଁ ଗ୍ରାମରେ ଜଣେ ବ୍ୟକ୍ତି ମାସ ମାସ ଧରି ଘରକୁ ଆସୁ ନ ଥିବାରୁ ଏହାକୁ ବିରୋଧ କରି ତାଙ୍କ ସ୍ତ୍ରୀ ନିଜ ଶାଶୁଶ୍ୱଶୁରଙ୍କୁ ନଜରବନ୍ଦୀ କରି ଘରେ ରଖିଥିଲେ। ଏପରି କି ଚିକିତ୍ସା ପାଇଁ ମଧ୍ୟ ଛାଡୁ ନ ଥିଲେ। ଝିଅ ପ୍ରଭାସିନୀ ରାଉତରାୟ ଭାଉଜଙ୍କ ଏଭଳି କାର୍ଯ୍ୟକୁ ବିରୋଧ କରି ସ୍ଥାନୀୟ ପୋଲିସରେ ଅଭିଯୋଗ କରିଥିଲେ। ସୁଫଳ ନ ମିଳିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ା ଏ ନେଇ ହାଇକୋର୍ଟରେ ଡବ୍ଲ୍ୟୁପିସି ନଂ. ୪ରେ ମାମଲା ରୁଜୁ ହୋଇଥିଲା। ଗତ ୧୭ ତାରିଖରେ ହାଇକୋର୍ଟ ଏହାର ବିଚାର କରି ଘରେ ନଜରବନ୍ଦୀ ଥିବା ଶାଶୁ ହେମ ରାଉତରାୟ, ଶ୍ୱଶୁର ରଘୁନାଥ ରାଉତରାୟଙ୍କୁ ଉଦ୍ଧାର କରି ଚିକିତ୍ସା କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ବୁଧବାର ରଣପୁର ଥାନା ଏସ୍‌ଆଇ ଏସ୍‌.ଏସ୍‌. ହରୋ, ଫାଣ୍ଡି ଅଧିକାରୀ ସୁବାସ ଚମ୍ପତିରାୟ ଓ ଷ୍ଟାଫ୍‌ ଡିହଗଁାରେ ପହଞ୍ଚି ଶାଶୁଶ୍ୱଶୁରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରଣପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। 

   ଘଟଣାରୁ ପ୍ରକାଶ ଯେ, ଡିହଗଁାର ରଘୁନାଥ ରାଉତରାୟଙ୍କ ଝିଅ ପ୍ରଭାସିନୀ ରାଉତରାୟ ସୁନାଖଳା ଫାଣ୍ଡିରେ ଅଭିଯୋଗ କରିଥିଲେ ଯେ, ତାଙ୍କ ଭାଇ ରଞ୍ଜନ ରାଉତରାୟଙ୍କ ସ୍ତ୍ରୀ କୁନି ରାଉତରାୟ ୧ମାସରୁ ଊର୍ଦ୍ଧ୍ୱ ସମୟ ହେବ ବାପା ରଘୁନାଥ ରାଉତରାୟ, ମା’ ହେମଙ୍କୁ ଘରେ ତାଲା ପକାଇ ନଜରବନ୍ଦୀ କରି ରଖିଛନ୍ତି। ପରିବାର ଓ ବନ୍ଧୁ ବାନ୍ଧବଙ୍କୁ ଭେଟିବାକୁ ଦେଉନାହାନ୍ତି। ୧୫ଦିନ ହେବ ମା’ବାପାଙ୍କ ଶରୀର ଅସୁସ୍ଥ ଥିଲେ ମଧ୍ୟ ଭାଉଜ କୁନି ଚିକିତ୍ସା ପାଇଁ ଛାଡୁନାହାନ୍ତି। ଅଭିଯୋଗ ପାଇ ରଣପୁର ଥାନା ଅଧିକାରୀ ବୈଦ୍ୟନାଥ ଭୋଇ, ସୁନାଖଳା ଫାଣ୍ଡି ଅଧିକାରୀ ଓ ଫୋର୍ସ ଗ୍ରାମକୁ ଯାଇଥିଲେ ମଧ୍ୟ ଗ୍ରାମବାସୀଙ୍କ ସହ ଭାଉଜଙ୍କ ବିରୋଧ ଯୋଗୁ ସେମାନଙ୍କୁ ଉଦ୍ଧାର କରିପାରି ନ ଥିଲେ ା ଏହାକୁ ନେଇ ସେଠାରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଅନ୍ୟପକ୍ଷରେ କୁନିଙ୍କ ଅଭିଯୋଗ ଅନୁଯାୟୀ, କଟକରେ ଚାକିରି କରୁଥିବା ତାଙ୍କ ସ୍ବାମୀ ରଞ୍ଜନ ସେଠାରେ ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ରଖି ଗ୍ରାମକୁ ଆସୁନାହାନ୍ତି। ଏହାକୁ ତାଙ୍କର ୪ବର୍ଷର ଝିଅ ଓ ସେ ବିରୋଧ କରି ଶାଶୁଶ୍ୱଶୁରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା କିମ୍ବା ବାହାରକୁ ଛାଡୁନାହାନ୍ତି। 

All Right Reserved By

ରାଜ୍ୟ | ଉପକୂଳ ଓଡିଶା

ଶହୀଦ ଯବାନ ମନୋଜଙ୍କ ପାଇଁ ନିଆଳିରେ ଶୋକାକୁଳ ପରିବେଶ: ସମସ୍ତଙ୍କ ମୁହଁରେ ଗୋଟିଏ କଥା ପାକିସ୍ତାନକୁ ଜବାବ ଦିଅ

ଶହୀଦ ଯବାନ ମନୋଜଙ୍କ ପାଇଁ ନିଆଳିରେ ଶୋକାକୁଳ ପରିବେଶ: ସମସ୍ତଙ୍କ ମୁହଁରେ ଗୋଟିଏ କଥା ପାକିସ୍ତାନକୁ ଜବାବ ଦିଅ

ନିଆଳି,୧୬।୨(ଡି.ଏନ୍‌.ଏ.): ଜମୁ-କଶ୍ମୀରର ପୁଲଓ୍ବାମାଠାରେ ଗୁରୁବାର ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଛନ୍ତି ନିଆଳି ବ୍ଲକ ଅନ୍ତର୍ଗତ ରତନପୁର ପଞ୍ଚାୟତ ଗଜାବର ଗ୍ରାମର ମନୋଜ ବେହେରା(୩୨)। ଏହି ଖବର ମିଳିବା ପରେ ମନୋଜଙ୍କ ଗ୍ରାମ ସହିତ ସମଗ୍ର ନିଆଳି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଅଚଳ ହେବ ସମସ୍ତ ଶୀତଳ ଭଣ୍ଡାର, ସହାୟତା ନ କଲେ ୨୨ରୁ ବନ୍ଦ ରହିବ

ଅଚଳ ହେବ ସମସ୍ତ ଶୀତଳ ଭଣ୍ଡାର, ସହାୟତା ନ କଲେ ୨୨ରୁ ବନ୍ଦ ରହିବ

ଭୁବନେଶ୍ୱର,୧୬।୨(ବ୍ୟୁରୋ)-ରାଜ୍ୟରେ ଶୀତଳ ଭଣ୍ଡାର ଅବସ୍ଥା ଅତ୍ୟନ୍ତ ଦୟନୀୟ। ୨୦୦୦ ସୁଦ୍ଧା ୧୧୦ଟି ଶୀତଳ ଭଣ୍ଡାର ରାଜ୍ୟରେ ଥିବା ବେଳେ ଏବେ ମାତ୍ର ୧୨ରୁ ୧୫ଟି କାର୍ଯ୍ୟକ୍ଷମ ରହିଛି। ବୁଡିଯାଉଥିବା ଶୀତଳ ଭଣ୍ଡାରକୁ ସହାୟତା ନ କଲେ ଆସନ୍ତା୨୨ ତାରିଖରୁ ସମସ୍ତ ଶୀତଳ ଭଣ୍ଡାରରେ ତାଲା ପକାଯିବ। ଓଡିଶା ଶୀତଳ ଭଣ୍ଡାର ସଂଘ ରାଜ୍ୟ ସରକାରଙ୍କୁ ଏଭଳି ଚେତାବନୀ ଦେଇଛି।

 ସତର୍କ କଲେ ନିର୍ବାଚନ କମିଶନ:ସୋସିଆଲ ମିଡିଆରେ ପ୍ରଚାର କଲେ ଖର୍ଚ୍ଚ ପ୍ରାର୍ଥୀଙ୍କ ତାଲିକାରେ ଯୋଡ଼ା ଯିବ

ସତର୍କ କଲେ ନିର୍ବାଚନ କମିଶନ:ସୋସିଆଲ ମିଡିଆରେ ପ୍ରଚାର କଲେ ଖର୍ଚ୍ଚ ପ୍ରାର୍ଥୀଙ୍କ ତାଲିକାରେ ଯୋଡ଼ା ଯିବ

ଭୁବନେଶ୍ୱର,୧୬।୨(ବ୍ୟୁରୋ)- ସୋସିଆଲ ମିଡିଆରେ ଯଦି କୌଣସି ପ୍ରାର୍ଥୀ ନିର୍ବାଚନ ପ୍ରଚାର କରିବେ ତେବେ ତାହାକୁ ସେହି ପ୍ରାର୍ଥୀଙ୍କର ନିର୍ବାଚନ ଖର୍ଚ୍ଚରେ ଯୋଡ଼ା ଯିବ। ଭାରତର ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ନେତୃତ୍ୱରେ ଓଡିଶା ଗସ୍ତରେ ଆସିଥିବା  ୬ଜଣିଆ ଟିମ୍‌ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।  

୬ଜିଲାରେ ଝଡ଼ବର୍ଷା, ଉପକୂଳରେ ପ୍ରବଳ କୁହୁଡ଼ି ସମ୍ଭାବନା

୬ଜିଲାରେ ଝଡ଼ବର୍ଷା, ଉପକୂଳରେ ପ୍ରବଳ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର,୧୬।୨(ବ୍ୟୁରୋ)- ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ୬ଟି ଜିଲାରେ ଘଡଘଡି ସହ ଝଡବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗୀର ଏବଂ ନୂଆପଡା ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।

୨ ନାବାଳିକା ଭଉଣୀଙ୍କୁ ଅପହରଣ ଘଟଣା: ଉଦ୍ଧାର ପରେ ମା’ ପାଖରେ ରହିଲେନି ବଡ଼ଝିଅ

୨ ନାବାଳିକା ଭଉଣୀଙ୍କୁ ଅପହରଣ ଘଟଣା: ଉଦ୍ଧାର ପରେ ମା’ ପାଖରେ ରହିଲେନି ବଡ଼ଝିଅ

କଟକ ଅଫିସ, ୧୬।୨: ସିଡିଏ କାଠଯୋଡ଼ି ବିହାର ଅଞ୍ଚଳର ୨ ନାବାଳିକା ଭଉଣୀଙ୍କୁ ଅପହରଣ ଘଟଣା ଦୈନିକ ନୂଆମୋଡ଼ ନେବାରେ ଲାଗିଛି। ସାନଭଉଣୀ ଘରକୁ ଫେରି ମା’ଙ୍କ ସହ ମର୍କତନଗର ଥାନାକୁ ଯାଇ ଅପହରଣ ଅଭିଯୋଗ କରିଥିଲେ। ଏହାର ୧୨ ଘଣ୍ଟା ମଧ୍ୟରେ ସେ ଆତ୍ମହତ୍ୟା କରିଥିଲେ। ଗୁରୁବାର ତାଙ୍କ ବଡ଼ଭଉଣୀ ଉଦ୍ଧାର ହେବା ପରେ ମା’ ପାଖରେ ରହିବାକୁ ରାଜି ହୋଇନାହାନ୍ତି।

କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ: ପ୍ରଥମ ପର୍ଯ୍ୟାୟରେ ୧୧ଲୋକ ସଭା, ୭୭ ବିଧାନସଭା ଆସନ ପାଇଁ ବଛାଗଲା

କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ: ପ୍ରଥମ ପର୍ଯ୍ୟାୟରେ ୧୧ଲୋକ ସଭା, ୭୭ ବିଧାନସଭା ଆସନ ପାଇଁ ବଛାଗଲା

ଭୁବନେଶ୍ୱର, ୧୬।୨(ବ୍ୟୁରୋ): ରାଜ୍ୟରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୧ ଲୋକ ସଭା ଓ ଏହା ଅନ୍ତର୍ଗତ ୭୭ ବିଧାନସଭା ଆସନ ପାଇଁ ଏହି ତାଲିକା ପ୍ରସ୍ତୁତ ହୋଇଛି।

ଏନ୍‌ଜିଟିଙ୍କ କଡ଼ା ଆଦେଶ: ବିଛାଯାଇଥିବା ପାଇପ୍‌ରେ ପାଣି ନେଇପାରିବନି ମଦ କମ୍ପାନୀ

ଏନ୍‌ଜିଟିଙ୍କ କଡ଼ା ଆଦେଶ: ବିଛାଯାଇଥିବା ପାଇପ୍‌ରେ ପାଣି ନେଇପାରିବନି ମଦ କମ୍ପାନୀ

କଟକ ଅଫିସ, ୧୬।୨- ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଧୀନ ତିତିରିକଟା ଗ୍ରାମରେ ସ୍ଥାପିତ ହୋଇଥିବା ବୌଦ୍ଧ ଡିଷ୍ଟିଲେରି (ମଦ କମ୍ପାନୀ) ଉପରେ ଏନ୍‌ଜିଟି ଅଙ୍କୁଶ ଲଗାଇଛନ୍ତି। ଆଗତ ମାମଲାର ଶୁଣାଣି କରି ଏନ୍‌ଜିଟିଙ୍କ ଦିଲ୍ଲୀସ୍ଥିତ ମୁଖ୍ୟ ଖଣ୍ଡପୀଠ  କମ୍ପାନୀ ପକ୍ଷରୁ ଜଙ୍ଗଲ ଜମି ଉପରେ ବେଆଇନ ଭାବେ ବିଛାଯାଇଥିବା  ପ୍ରାୟ ୪ କିଲୋମିଟର ବ୍ୟାପି ପାଣି ପାଇପ୍‌ ଲାଇନକୁ ବ୍ୟବହାର କରିବା ଉପରେ ରୋକ ଲଗାଇଛନ୍ତି।

ପୁଲଓ୍ବାମା ଆକ୍ରମଣ ଘଟଣା: ଶହୀଦ୍‌ଙ୍କ ପରିବାରକୁ  ୧୦ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା, ଆଜି ସବୁ ଶିକ୍ଷାନୁଷ୍ଠାନରେ ନୀରବ ପ୍ରାର୍ଥନା

ପୁଲଓ୍ବାମା ଆକ୍ରମଣ ଘଟଣା: ଶହୀଦ୍‌ଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା, ଆଜି ସବୁ ଶିକ୍ଷାନୁଷ୍ଠାନରେ ନୀରବ ପ୍ରାର୍ଥନା

ଭୁବନେଶ୍ୱର, ୧୬।୨(ବ୍ୟୁରୋ): ଜମ୍ମୁ-କଶ୍ମୀରର ପୁଲଓ୍ବାମାଠାରେ ଗୁରୁବାର ଆତଙ୍କବାଦୀ ଆକ୍ରମଣରେ ୪୪ଜଣ ସିଆର୍‌ପିଏଫ୍‌ ଯବାନ୍‌ ଶହୀଦ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ୨ ଯବାନ ପ୍ରସନ୍ନ ସାହୁ ଓ ମନୋଜ ବେହେରା।

ମୌଳିକ ସମସ୍ୟା ସମାଧାନ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ମୌଳିକ ସମସ୍ୟା ସମାଧାନ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଗଣିଆ,୧୬।୨(ଡି.ଏନ.ଏ.)-ଗଣିଆ ବ୍ଲକ ବଡଶିଲିଙ୍ଗା ପଞ୍ଚାୟତର ଜନସଙ୍ଗଠନ ଆଦିମ ଅଧିବାସୀ ମୁକ୍ତିମଞ୍ଚ ତରଫରୁ ଶୁକ୍ରବାର ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟା ସମାଧାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ସମ୍ବଳିତ ଏକ ଦାବିପତ୍ର ବିଡିଓଙ୍କ ଜରିଆରେ ପ୍ରଦାନ କରାଯାଇଛି । 

ତଦନ୍ତ ଆଳରେ ଉପେକ୍ଷା: ପ୍ରକୃତ ହିତାଧିକାରୀ ପାଉନାହାନ୍ତି ଆବାସ ଗୃହ

ତଦନ୍ତ ଆଳରେ ଉପେକ୍ଷା: ପ୍ରକୃତ ହିତାଧିକାରୀ ପାଉନାହାନ୍ତି ଆବାସ ଗୃହ

ନୂଆଗାଁ,୧୬।୨(ଡି.ଏନ.ଏ.)-ସରକାର ଦେଶର ପ୍ରତି ଗରିବ ଲୋକଙ୍କୁ ଆବାସ ଯୋଜନା ମାଧ୍ୟମରେ ପକ୍କାଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ଅନେକ ସ୍ଥାନରେ ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା ଯୋଗୁ ପ୍ରକୃତ ହିତାଧିକାରୀ ଆବାସ ଯୋଜନା ମାଧ୍ୟମରେ ଘର ପାଇବାରୁ ବଞ୍ଚତ୍ତ ହେଉଛନ୍ତି। 

ଆରମ୍ଭ ହେଲା ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା

ଆରମ୍ଭ ହେଲା ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା

ଭୁବନେଶ୍ୱର,୧୬।୨(ବ୍ୟୁରୋ)- ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେଶନ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ସାରା ଦେଶରେ ୧୨ଲକ୍ଷ ୮୭ହଜାର ଛାତ୍ରୀଛାତ୍ର ଚଳିତବର୍ଷ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଦେଉଥିବା ବେଳେ ଓଡ଼ିଶାରୁ ପ୍ରାୟ ୧୬ହଜାର ପରୀକ୍ଷାର୍ଥୀ ରହିଛନ୍ତି।

ଭତାରୁ ବଁଚିତ ୩ କଳାକାର

ଭତାରୁ ବଁଚିତ ୩ କଳାକାର

ଅତାବିରା, ୧୬।୨ (ଡି.ଏନ.ଏ): ରାଏଜ୍‌ ସରକାର ରାଏଜର କଳାକାରମାନକୁ ମାସିକ ୧୨ଶହ ଟଁକା ଲେଖେଁ କଳାକାର ଭତା ଯୁଗେଇ ଦେଉଛନ୍‌। ହେଲେ ଇ ଭତା ଲାଗି ଦରକାରି ପରମାନପତର, ବଏସ, ସଠିକ୍‌ ବିବରନ୍‌ ଦେବାର ଲାଗି ଆବେଦନ ଫର୍ମରେ ଲେଖା ଅଛେ।