ବ୍ରହ୍ମପୁର

ସରିଲା ୨ ଦିନିଆ ସମରାଭ୍ୟାସ: ଡମି ଆତଙ୍କବାଦୀ ଠାବ

ସରିଲା ୨ ଦିନିଆ ସମରାଭ୍ୟାସ:   ଡମି ଆତଙ୍କବାଦୀ ଠାବ

ଛତ୍ରପୁର,୨୪ା୧(ଡି.ଏନ.ଏ)-ଗଞ୍ଜାମ ପୋଲିସ ଜିଲା ଅଧୀନ ଆର୍ଯ୍ୟପଲ୍ଲୀ ମେରାଇନ ଥାନା ପକ୍ଷରୁ ୨ ଦିନ ଧରି ଚାଲିଥିବା ସମରାଭ୍ୟାସ ବୁଧବାର ଶେଷ ହୋଇଛି।  ଡମି ଆତଙ୍କବାଦୀଙ୍କୁ ବୁଧବାର ପୋଲିସ ପକ୍ଷରୁ ଠାବ କରାଯାଇଛି।  ଗଞ୍ଜାମ ବ୍ଲକ ପ୍ରୟାଗୀ ଠାରୁ ବନ୍ଦର ପର୍ଯ୍ୟନ୍ତ  ସମୁଦ୍ର, ସମୁଦ୍ର ତଟ ଓ ଏହାକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ସମରାଭ୍ୟାସ କରାଯାଇଥିଲା।  ଡିଏସପି କେଶବ ଚନ୍ଦ୍ର ବେହେରା, ଆର୍ଯ୍ୟପଲ୍ଲୀ ମେରାଇନ ଥାନା ଆଇଆଇସି ବିଶ୍ୱଜ କୁମାର ରାଉତରାୟଏହାର ମନିଟରିଂ କରିଥିଲୋ ଜଣେ ଇନ୍ସପେକ୍ଟର, ୫ ଏଏସଆଇ, ୭ ହାବିଲଦାର ଏଥିରେ ସାମିଲ ଥିବା ବେଳେ ସମୁଦ୍ର ତଟରେ ୪୦ ପୋଲିସ କନଷ୍ଟେବଳ ଓ ସିପାହୀ ମୁତୟନ ହୋଇଥିଲେ । ସମୁଦ୍ର ଉପରେ ନଜର ରଖାଯାଉଥିବା ବେଳେ  ସମୁଦ୍ର ତଟକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ନିକଟ ପାଲୁର, ହୁମ୍ମା, ଆଇଆରଇ ଛକ, ଡୁଗୁଲୁ ଛକ, ପୁରୁଣା ଛତ୍ରପୁର ଛକଗୁଡିକରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।  ପ୍ରତିବର୍ଷ ୨ ଥର ଏପରି ସମରାଭ୍ୟାସ କରାଯାଉଛିା ସମୁଦ୍ର ପଥ ଦେଇ ଆତଙ୍କବାଦୀ ପ୍ରବେଶକୁ ରୋକିବା ଏହାର ମୂଳ ଲକ୍ଷ୍ୟ ବୋଲି ସୂଚନା ଦିଆଯାଇଛିିା  ୨୦୦୮ରେ ସମୁଦ୍ରପଥ ଦେଇ ଆତଙ୍କବାଦୀମାନେ ଆସି ବମ୍ବେର ତାଜ ହୋଟେଲ ଓ ସ୍ଥାନୀୟ ଅନ୍ୟ ହୋଟେଲରେ ଥିବା ପର୍ଯ୍ୟଟକମାନଙ୍କୁ ଆକ୍ରମଣ କରିଥିଲେ।  ଏହାପରେ ଆର୍ଯ୍ୟପଲ୍ଲୀରେ ମେରାଇନ ଥାନା ପ୍ରତିଷ୍ଠା କରାଯିବା ସହ ଏହି ସମରାଭ୍ୟାସ କରାଯାଉଛି।  

All Right Reserved By

ବ୍ରହ୍ମପୁର

ନିଖୋଜ ଜିଆର୍‌ଏସ୍‌ଙ୍କ ପରିବାରକୁ ନ୍ୟାୟ ଦାବିରେ ଧାରଣା

ନିଖୋଜ ଜିଆର୍‌ଏସ୍‌ଙ୍କ ପରିବାରକୁ ନ୍ୟାୟ ଦାବିରେ ଧାରଣା

ଫୁଲବାଣୀ ଅଫିସ, ୨୩।୪-ଚଳିତ ସାଧାରଣ ନିର୍ବାଚନରେ ଜିଆରଏସ୍‌ ସଂଯୁକ୍ତା ଦିଗାଲଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଯେପରି ଚାଞ୍ଚଲ୍ୟ ଖେଳାଇ ଦେଇଛି ସେହିପରି ୨୦୧୪ ସାଧାରଣ ନିର୍ବାଚନ କାର୍ଯ୍ୟରେ ଯାଇ ଘରକୁ ଫେରି ନ ଥିବା ଜିଆରଏସ୍‌ ମମତା ନାୟକଙ୍କ ଘଟଣା ମଧ୍ୟ ଜିଲାରେ ଲୋକଙ୍କ ମନରେ ତାଜା ହୋଇ ରହିଛି । 

ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ଆନ୍ଦୋଳନକୁ ପୂରିବ ୧୨ ବର୍ଷ

ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ଆନ୍ଦୋଳନକୁ ପୂରିବ ୧୨ ବର୍ଷ

ବ୍ରହ୍ମପୁର ଅଫିସ,୨୩।୪- ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଜୋରଦାର ଆନ୍ଦୋଳନ ୨୦୦୭ ଡିସେମ୍ବର ମାସରୁ ଆରମ୍ଭ ହୋଇଥିଲା। 

ଅଂଶୁଘାତରୁ ରକ୍ଷା ଲାଗି ପଦକ୍ଷେପ ଗ୍ରହଣ କରାଯିବ

ଫୁଲବାଣୀ ଅଫିସ, ୨୩।୪-ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଯାତ୍ରୀବାହୀ ଯାନ ଚଳାଚଳ ବନ୍ଦ ରହିବ ।

ଆବର୍ଜନା ଧୂଅଁ।ରେ ଅତିଷ୍ଠ ବ୍ରହ୍ମପୁରବାସୀ

ଆବର୍ଜନା ଧୂଅଁ।ରେ ଅତିଷ୍ଠ ବ୍ରହ୍ମପୁରବାସୀ

ବ୍ରହ୍ମପୁର ଅଫିସ୍‌,୨୩।୪-ସ୍ବଚ୍ଛତା ପାଇଁ ଗୋଟିଏ ପରେ ଗୋଟିଏ ପୁରସ୍କାର ହାତଉଛି ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)। ସହରର ସଫେଇକୁ ନେଇ ପ୍ରଚାର କରାଯାଉଛି। କିନ୍ତୁ ଅନ୍ୟପଟେ ସହରକୁ ପ୍ରଦୂଷିତ କରୁଛି ବିଏମ୍‌ସି। 

ରୌଦ୍ରତାପ ମୁକାବିଲା ଚିନ୍ତା: ବସ୍‌ରେ ରହିବ ପାଣି, ଓଆରଏସ୍‌ ପ୍ୟାକେଟ୍‌

ଛତ୍ରପୁର,୨୩।୪(ଡି.ନ.ଏ)-ଗଞ୍ଜାମ ଜିଲାରେ ରୌଦ୍ରତାପ ମୁକାବିଲା ପାଇଁ ଜିଲାସ୍ତରରେ ଏକ ବୈଠକ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେବାକୁ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛିା ଅନ୍ୟପକ୍ଷରେ ରୌଦ୍ର ମୁକାବିଲା ପାଇଁ ଅନ୍ୟ କ’ଣ ସବୁ ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଗଞ୍ଜାମ ଜିଲାପାଳ ତଥା ଜିଲା ସଡକ ସୁରକ୍ଷା କମିଟିର ଅଧ୍ୟକ୍ଷ ଓ ଗଞ୍ଜାମ ଆରଟିଓଙ୍କ ନିକଟକୁ ଆସିଛି ା ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ପ୍ରେମାନନ୍ଦ ଖୁଣ୍ଟିଆଙ୍କ ଠାରୁ ଏହି ନିର୍ଦ୍ଦେଶନାମା ଆସିଛି । ପ୍ରତି ବସରେ ଯାତ୍ରୀମାନଙ୍କ ପାଇଁ ପିଇବା ପାଣି, ଓଆରଏସ ପ୍ୟାକେଟ୍‌ ରଖାଯିବା ଏହାର ନିୟମିତ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

୧,୮୧୦ ଜଣଙ୍କୁ ଫେରସ୍ତ ମିଳିବ ଜମା ଟଙ୍କା

ଛତ୍ରପୁର,୨୩। ୪(ଡି.ନ.ଏ)-ଛତ୍ରପୁର ସମବାୟ ବ୍ୟାଙ୍କ ପକ୍ଷରୁ ଆଉ ୧,୮୧୦ ଜମାକାରୀଙ୍କୁ ସେମାନଙ୍କ ଜମା ଅର୍ଥ ଫେରସ୍ତ କରାଯିବ ।  ଜମାକାରୀଙ୍କ ଜମା ଅର୍ଥରୁ ୧୮ ଲକ୍ଷ ୧୧ ହଜାର ଟଙ୍କା ଫେରସ୍ତ କରାଯିବ ବୋଲି ଜଣାପଡିଛି ା ଛତ୍ରପୁର ସମବାୟ ବ୍ୟାଙ୍କରୁ ଋଣ ନେଇ ବହୁ ଲୋକେ ପୈଠ କରି ନ ଥିବାରୁ ବ୍ୟାଙ୍କ ଏକପ୍ରକାର ଦେବାଳିଆ ହୋଇଯାଇଥିଲା ।  ଏହାର କାରବାର ଉପରେ ଆରବିଆଇ ପ୍ରତିବନ୍ଧକ ଲଗାଇଥିଲା। ଫଳରେ ଜମାକାରୀମାନେ ସେମାନଙ୍କ ଜମା ଟଙ୍କା ପାଇପାରୁ ନ ଥିଲେ ।  ଏହାପରେ କେତେକ ପଦକ୍ଷେପ ନିଆଯିବାରୁ ୨୦୧୮ ଜାନୁୟାରୀ ୨୦ରେ ଜମାକାରୀମାନଙ୍କୁ ସେମାନଙ୍କ ଜମା ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫେରସ୍ତ ଦିଆଯିବା ଆରମ୍ଭ ହୋଇଥିଲା। ତକତ୍ାଳନୀ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଛତ୍ରପୁର ସମବାୟ ବ୍ୟାଙ୍କକୁ ଆସି ଜମାକାରୀମାନଙ୍କୁ ସେମାନଙ୍କ ଜମା ଟଙ୍କା ବଣ୍ଟନ ଆରମ୍ଭ କରିଥିଲେ। ଏହାପରଠାରୁ ଜମା ମଧ୍ୟରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ଟଙ୍କା ଜମାକାରୀମାନଙ୍କୁ ଫେରସ୍ତ କରାଯାଉଛି। ୧ ଲକ୍ଷ ଟଙ୍କାରୁ କମ୍‌ ଜମା ଥିବା ଜମାକାରୀ ସଂଖ୍ୟା ଅଧିକ ଥିବା ଜଣାପଡିଛି ।  ୧ ଲକ୍ଷରୁ ଉର୍ଦ୍ଧ୍ୱ ଜମା ଥିବା ଜମାକାରୀଙ୍କୁ କେବଳ ୧ ଲକ୍ଷ ଟଙ୍କା ଜମା ଅର୍ଥ ଫେରସ୍ତ କରାଯାଉଛି।

ଠେଙ୍ଗାରେ ଆକ୍ରମଣ ମାମଲା, ୨ ଭାଇ ଗିରଫ

ବୁଗୁଡ଼ା,୨୨।୪(ଡି.ଏନ.ଏ.)-ବୁଗୁଡ଼ା ଥାନା ଅନ୍ତର୍ଗତ ମତାଝରି ଗ୍ରାମରେ ହୋଇଥିବା ଠେଙ୍ଗା ଆକ୍ରମଣ ମାମଲାରେ ବୁଗୁଡ଼ା ପୋଲିସ ସୋମବାର ୨ ଭାଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେମାନେ ହେଲେ ମତାଝରି ଗ୍ରାମର ଅମର ପ୍ରଧାନ ଓ କଂଗ୍ରେସ ପ୍ରଧାନ । ଏନେଇ ବୁଗୁଡ଼ା ଥାନରେ  ନଂ ୭୩/୧୯ରେ ଏକ ମାମଲା ରୁଜୁ ହୋଇଥିଲା ।

ବନ୍ଧୁକ ଦେଖାଇ ଧମକ ଦେବା ଅଭିଯୋଗ: ଭାଜପା ବିଧାୟକ ପ୍ରାର୍ଥୀ, ସହଯୋଗୀଙ୍କ ନାମରେ ମାମଲା

ଗୋପାଳପୁର,୨୨ା୪-ରାଜନୀତିକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ଅଭିଯୋଗରେ ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ଓ ତାଙ୍କ ସହଯୋଗୀଙ୍କ ନାମରେ ଗୋଳନ୍ଥରା ଥାନାରେ  ମାମଲା ରୁଜୁ ହୋଇଛି।
 ଗତ ୧୯ ତାରିଖ ରାତିରେ ୧୮ ନଂ. ଜୋନ ଜିଲା ପରିଷଦ ସଭ୍ୟ ଗୋବିନ୍ଦ ବେହେରାଙ୍କ ବାପା ତଥା ଗୋଳନ୍ଥରା ଥାନା ଆରୁଆସୁନାପୁର ଗ୍ରାମର ଜୀବନ ବେହେରା ଓ ତାଙ୍କ ସାଙ୍ଗ ଶଙ୍କର ବେହେରା ବାଇକ ଯୋଗେ ଘରକୁ ଫେରୁଥିଲେ। ଝାଟିପଦର ଗ୍ରାମ କେନାଲ ନିକଟରେ ସେମାନଙ୍କୁ ଭାଜପାର ଚିକିଟି ବିଧାୟକ ପ୍ରାର୍ଥୀ ମନୋରଞ୍ଜନ  ଦ୍ୟାନସାମନ୍ତରା, ପିଣ୍ଟୁ ସେଠୀ, ଚନ୍ଦ୍ରଶେଖର ବେହେରା ଓ ଅନ୍ୟ ସହଯୋଗୀମାନେ ଅଟକାଇ ଭୋଟକୁ ନେଇ ଯୁକ୍ତିତର୍କ କରିଥିଲେ। ପରେ ସେମାନେ ବନ୍ଧୁକ ଦେଖାଇ ଧମକ ଦେବା ସହ ନିସ୍ତୁକ ମାଡ ମାରିଥିଲେ ବୋଲି ଜୀବନ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ ।

ନାବାଳିକାଙ୍କୁ ବଳାତ୍କାର ଘଟଣା, ଅଭିଯୁକ୍ତ କୋର୍ଟଚାଲାଣ

ପୋଲସରା,୨୨।୪(ଡି.ଏନ.ଏ.)-ପୋଲସରା ଥାନା ଅଞ୍ଚଳରେ ଜଣେ ୧୩ ବର୍ଷିୟା  ନାବାଳିକାଙ୍କୁ ବଳାକତ୍ାର କରାଯାଇଥିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଯୁବକଙ୍କୁ ପୋଲିସ ରବିବାର ଗିରଫ କରିଛି ।

ରୁଟିରେ ନିଶା ଦେଇ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଜି.ଉଦୟଗିରି,୨୨ା୪(ଡି.ଏନ.ଏ.)-କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଅଞ୍ଚଳରେ ଜଣେ ନାବାଳିକା(୧୬)ଙ୍କୁ ରୁଟିରେ ନିଶା ଦେଇ ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ସୋମବାର ଜଣେ ବିବାହିତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଜିତେନ୍ଦ୍ର କୁମାର ଦିଗାଲ। ତାଙ୍କୁ ଫୁଲବାଣୀସ୍ଥିତ ପୋକ୍‌ସୋ କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଜୀବନାନନ୍ଦ ଜେନା କହିଛନ୍ତି ।

ଦେଶୀ ବିହନର ବ୍ୟବହାରକୁ ଗୁରୁତ୍ୱ

ଦେଶୀ ବିହନର ବ୍ୟବହାରକୁ ଗୁରୁତ୍ୱ

ବ୍ରହ୍ମପୁର ଅଫିସ,୨୨।୪: ଲୋକଶକ୍ତି ନିର୍ମାଣ ଟ୍ରଷ୍ଟ ଏବଂ ରୁଷିକୂଲ୍ୟା ରୟତ ମହାସଭା ପକ୍ଷରୁ ସୋମବାର ଗଞ୍ଜାମ କଳା ପରିଷଦଠାରେ ବିଶ୍ୱ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଚାଷ ନିମନ୍ତେ ଦେଶୀ ବିହନର ବ୍ୟବହାର ପାଇଁ ଏହି ଅବସରରେ ଚାଷୀଙ୍କୁ ଆହ୍ବାନ ଦିଆଯାଇଥିଲା।

ରଞ୍ଜିତାଙ୍କୁ ଦୁଇଟି ପଦକ

ରଞ୍ଜିତାଙ୍କୁ ଦୁଇଟି ପଦକ

ବ୍ରହ୍ମପୁର ଅଫିସ୍‌,୨୨ା୪- ପୁନେର ଚାକନ୍‌ଠାରେ ବିଲିଭ୍‌ ଫିଟନେସ୍‌ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ବ୍ରହ୍ମପୁରର ରଞ୍ଜିତା ମିଶ୍ର ଦୁଇଟି ପଦକ ଜିତିଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri