ଅନଗୁଳ-ଢେଙ୍କାନାଳ

ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ପରିବାରକୁ ଭେଟିଲା ମହିଳା ମୋର୍ଚ୍ଚା ଟିମ୍‌

ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ପରିବାରକୁ ଭେଟିଲା ମହିଳା ମୋର୍ଚ୍ଚା ଟିମ୍‌

ଅନୁଗୋଳ ଅଫିସ, ୨୪।୧: ଅନୁଗୋଳ ଉପକଣ୍ଠରେ ଜଣେ ୮ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା କରାଯିବା ଘଟଣାକୁ ନେଇ ଜନ ଅସନ୍ତୋଷ ଥମୁ ନ ଥିବା ବେଳେ ବୁଧବାର ଭାଜପାର ରାଜ୍ୟ ମହିଳା ମୋର୍ଚ୍ଚା ଟିମ୍‌ ସମ୍ପୃକ୍ତ ପରିବାରକୁ ଭେଟି ସମବେଦନା ଜଣାଇଛି। ଏହି ଅବସରରେ ମୋର୍ଚ୍ଚା ଉପସଭାନେତ୍ରୀ ସ୍ମୃତି ପଟ୍ଟନାୟକ ରାଜ୍ୟ ସରକାର, ଅନୁଗୋଳ ପ୍ରଶାସନ ଓ ପୋଲିସ ଉପରେ ବର୍ଷିଛନ୍ତି।

ସେ କହିଛନ୍ତି, ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଗୋଟିଏ ପରେ ଗୋଟିଏ ନାବାଳିକା ବଳାତ୍କାରର ଶିକାର ହେଉଛନ୍ତି। କେତେକ ସ୍ଥାନରେ ସେମାନଙ୍କୁ ହତ୍ୟା ମଧ୍ୟ କରାଯାଉଛି। ଅନୁଗୋଳରେ ଏପରି ଘଟଣା ବଢ଼ୁଥିବା ବେଳେ ପୋଲିସ ଓ ପ୍ରଶାସନ ସ୍ଥାଣୁ ପାଲଟିଥିବା ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି। ସେହିପରି ସନ୍ଧ୍ୟାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ରାଜ୍ୟ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଘଟଣାର ଠିକ୍‌ ତଦନ୍ତ କରିବାକୁ ଦାବି କରାଯାଇଛି। ମୃତ ଛାତ୍ରୀଙ୍କ ପରିବାରକୁ ୧୦ରୁ ୧୫ ଲକ୍ଷ ଟଙ୍କାର ସହାୟତା ଓ ପରିବାର ଲୋକଙ୍କ ସମ୍ମାନ ଫେରାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ। ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଉ। ସହର ଉପକଣ୍ଠରେ ଏପରି ଘଟଣା ଘଟିବାର ୪ ଦିନ ପରେ ମଧ୍ୟ ଶାସକ ଦଳର ନେତା ଛାତ୍ରୀଙ୍କ ପରିବାର ଲୋକଙ୍କୁ ନ ଭେଟିବା ଜନସାଧାରଣଙ୍କୁ ଚକିତ କରିଛି। ସେହିପରି ବନ୍ତଳା ଥାନା ଅଧୀନରେ ଜଣେ ସାଢ଼େ ୩ ବର୍ଷର ଶିଶୁକନ୍ୟା ବଳାତ୍କାର ଘଟଣାରେ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଦାବି କରାଯାଇଛି। ସମ୍ପୃକ୍ତା ଶିଶୁକନ୍ୟା ସାବାଳିକା ହେବା, ବିବାହ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ସରକାର ବହନ କରିବା ଓ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି। ଉଭୟ ଘଟଣା ନେଇ ରାଜ୍ୟ ଭାଜପା ମହିଳା ମୋର୍ଚ୍ଚା ସଦସ୍ୟାମାନେ ଅନୁଗୋଳ ଏସ୍‌ପିଙ୍କୁ ଭେଟି ଆଲୋଚନା କରିଛନ୍ତି। ମୋର୍ଚ୍ଚା ଉପସଭାନେତ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ଉପସଭାନେତ୍ରୀ ନିୟତି ଗିରି, ରାଜ୍ୟ ସୋସିଆଲ ମିଡିଆ ଆବାହିକା କସ୍ତୁରୀ ମିଶ୍ର, ରାଜ୍ୟ ସମ୍ପାଦିକା ଦୀପ୍ତିରେଖା ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସଂଘମିତ୍ରା ପ୍ରଧାନ, ଜିଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, ଉପସଭାନେତ୍ରୀ ଲକ୍ଷ୍ମୀପ୍ରିୟା ମହାନ୍ତି, ସାଧାରଣ ସମ୍ପାଦିକା ଜୟନ୍ତୀ ପ୍ରଧାନ, ସମ୍ପାଦିକା ସ୍ମିତାରାଣୀ ସାହୁ, ସୁଚିସ୍ମିତା ତ୍ରିପାଠୀ, ସଦସ୍ୟ ପ୍ରତାପ ପ୍ରଧାନ, ମୀନକେତନ ଅମାତ, ପ୍ରକାଶ ସିଂ, ଯଯାତି ପଟ୍ଟନାୟକ ଓ ସୋମନାଥ ରାଉତ ପ୍ରମୁଖ ଟିମ୍‌ରେ ସାମିଲ ଥିଲେ। ଉକ୍ତ ଟିମ୍‌ ବନ୍ତଳା ଅଞ୍ଚଳର ସମ୍ପୃକ୍ତା ଶିଶୁକନ୍ୟାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଭେଟିଥିଲେ।

ସ୍କୁଲ ଯିବାକୁ ଭୟ ଲାଗୁଛି 

ଅନୁଗୋଳ ସହର ଉପକଣ୍ଠରେ ଘଟିଯାଇଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣାର ୪ଦିନ ପରେ ବି ଗ୍ରାମବାସୀଙ୍କ ଆଖିରୁ ଲୁହ ଶୁଖୁନି। ଅନେକଙ୍କ ଘରେ ଏବେ ବି ଚୁଲି ଜଳିନି। ନାବାଳିକାଙ୍କ ସହପାଠିନୀମାନେ ମଧ୍ୟ ଏକ ପ୍ରକାର ଭୟଭୀତ ଅବସ୍ଥାରେ ଅଛନ୍ତି। ଯେଉଁ ରାସ୍ତାରେ ଅଭିଯୁକ୍ତ ଗୋଡ଼ିସାହିର ଅନାମ ଦେହୁରୀ ଏହି ଘଟଣା ଘଟାଇଥିଲେ ସେହି ରାସ୍ତା ଦେଇ ସ୍କୁଲ ଯିବାକୁ ଗଁାର ଛାତ୍ରୀମାନେ ସାହସ କରିପାରୁ ନାହାନ୍ତି। ମହିଳାମାନେ କହିଛନ୍ତି, ଏପରି ଘଟଣାକୁ ସହଜରେ ହଜମ କରିହେଉନି। ଗଁାର ସମସ୍ତେ ମର୍ମାହତ। ଅଭିଯୁକ୍ତ ଅନାମଙ୍କୁ ପୋଲିସ ଧରି ଫାଶୀ ଦେଉ। ଏହା ପରେ ଆମକୁ ଶାନ୍ତି ମିଳିବ।

ବର୍ଷ ଆରମ୍ଭରୁ ୮ ମାମଲା

ଅନୁଗୋଳ ଜିଲାରେ ବର୍ଷ ଆରମ୍ଭରୁ ୮ ଜଣ ନାବାଳିକାଙ୍କୁ ବଳାକତ୍ାର ଓ ଅସଦାଚରଣ ନେଇ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିବା ଅଭିଯୋଗ କରିଛନ୍ତି ଭାଜପା ଜିଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ। ଅନୁଗୋଳ ସମେତ ବଅଁରପାଳ, ବନ୍ତଳା, କିଶୋରନଗର, ଛେଣ୍ଡିପଦା ଆଦି ଥାନାରେ କେବଳ ମାମଲା ରୁଜୁ କରାଯାଇଥିବାବେଳେ ଅଭିଯୁକ୍ତମାନେ ଖୋଲାଖୋଲି ବାହାରେ ବୁଲୁଥିବା ସେ କହିଛନ୍ତି। ସରକାରଙ୍କ ପରୀ ଯୋଜନା ଜିଲାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବାବେଳେ ଓଡ଼ିଶା ପୋଲିସର ମର୍ଯ୍ୟାଦା ଆପ୍‌ ମଧ୍ୟ ଅକାମୀ ହୋଇଯାଇଥିବା ସେ ଅଭିଯୋଗ ଆଣିଛନ୍ତି।


All Right Reserved By

ଅନଗୁଳ-ଢେଙ୍କାନାଳ

ସହରରେ ଯାଞ୍ଚ ହେଲା ଖାଦ୍ୟର ମାନ: ୨୨ ସ୍ଥାନରୁ ନମୁନା ସଂଗ୍ରହ

ସହରରେ ଯାଞ୍ଚ ହେଲା ଖାଦ୍ୟର ମାନ: ୨୨ ସ୍ଥାନରୁ ନମୁନା ସଂଗ୍ରହ

ଅନୁଗୋଳ ଅଫିସ, ୧୬।୨- ଫୁଡ୍‌ ସେଫଟି ଅନ୍‌ ହୁଇଲ ମାଧ୍ୟମରେ ଅନୁଗୋଳ ସହରର ୨୨ଟି ସ୍ଥାନରେ ଶୁକ୍ରବାର ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ କରାଯାଇଛି। ଏହି ଯାଞ୍ଚ ବେଳେ ଡାଲି ଜାତୀୟ, ଦୁଗ୍ଧ ଓ ଲଙ୍କାଗୁଣ୍ଡରେ ଅପମିଶ୍ରଣ ହୋଇଥିବା ଜଣାପଡ଼ିଥିଲା। 

ବର୍ଦ୍ଧିତ ମଜୁରି ମାଗିଲେ କେନ୍ଦୁପତ୍ର କର୍ମଚାରୀ

ବର୍ଦ୍ଧିତ ମଜୁରି ମାଗିଲେ କେନ୍ଦୁପତ୍ର କର୍ମଚାରୀ

ଅନୁଗୋଳ ଅଫିସ, ୧୬।୨- କେନ୍ଦୁପତ୍ର ବିଭାଗରେ କାର୍ଯ୍ୟ କରୁଥିବା ଅଣକୁଶଳୀ, କୁଶଳୀ, ଅର୍ଦ୍ଧକୁଶଳୀ, ଉଚ୍ଚକୁଶଳୀ ସିଜିନାଲ କର୍ମଚାରୀଙ୍କୁ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ଦୈନିକ ମଜୁରିରୁ ବଞ୍ଚତ୍ତ କରାଯାଉଛି। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଓ ତାଙ୍କ ପରିବାର ପ୍ରତି ଏହା ଅନ୍ୟାୟ ବୋଲି ଅନୁଗୋଳ କେନ୍ଦୁପତ୍ର କର୍ମଚାରୀ ସଂଘ ଅଭିଯୋଗ କରିଛି। 

ଉନ୍ନୟନ କାର୍ଯ୍ୟର ସମୀକ୍ଷା, ଶିଳାନ୍ୟାସ

ଉନ୍ନୟନ କାର୍ଯ୍ୟର ସମୀକ୍ଷା, ଶିଳାନ୍ୟାସ

ଅନୁଗୋଳ ଅଫିସ, ୧୬।୨- ଅନୁଗୋଳ ବ୍ଲକ ବାରଗୌଣିଆ ପଞ୍ଚାୟତରେ ଶୁକ୍ରବାର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ସହ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ଜିଲା ପ୍ରତିନିଧି ଭକ୍ତି ପ୍ରସାଦ ଦାସ ଏହି ଉତ୍ସବରେ ଯୋଗଦେଇଥିଲେ। 

ସିନଫେଷ୍ଟ୍‌ ଉଦ୍‌ଯାପିତ: ‘କଠିନ ପରିଶ୍ରମ ଜୀବନର ମୂଳମନ୍ତ୍ର’

ସିନଫେଷ୍ଟ୍‌ ଉଦ୍‌ଯାପିତ: ‘କଠିନ ପରିଶ୍ରମ ଜୀବନର ମୂଳମନ୍ତ୍ର’

ଢେଙ୍କାନାଳ ଅଫିସ, ୧୬।୨- କଠିନ ପରିଶ୍ରମ, ଉଚିତ ସମୟରେ ଠିକ୍‌ ନିର୍ଣ୍ଣୟ ନେବା ଜୀବନର ମୂଳମନ୍ତ୍ର। ଏହାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଇପାରିଲେ ଭବିଷ୍ୟତ ସ୍ବର୍ଣ୍ଣିମ ହୋଇପାରିବ ବୋଲି କହିଛନ୍ତି ପଦ୍ମଶ୍ରୀ ଡି. ପ୍ରକାଶ ରାଓ। 

ସ୍କାଉଟ୍ସ, ଗାଇଡ୍ସ କ୍ୟାମ୍ପୋରି ଉଦ୍‌ଘାଟିତ: ଭାଗନେଲେ ୫୪୪ ଛାତ୍ରୀଛାତ୍ର

ସ୍କାଉଟ୍ସ, ଗାଇଡ୍ସ କ୍ୟାମ୍ପୋରି ଉଦ୍‌ଘାଟିତ: ଭାଗନେଲେ ୫୪୪ ଛାତ୍ରୀଛାତ୍ର

ଢେଙ୍କାନାଳ ଅଫିସ, ୧୬ା୨- ଢେଙ୍କାନାଳସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୩୩ତମ ଭାରତ ସ୍କାଉଟ୍ସ ଓ ଗାଇଡ୍ସ କ୍ୟାମ୍ପୋରି। ୩ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜିଲାର ୧୭୨ ହାଇସ୍କୁଲର ୪୫୨  ବାଳକ ୯୨ ବାଳିକା, ୧୪୧ ସ୍କାଉଟ୍ସ ମାଷ୍ଟର ଏବଂ ୨୪ ଗାଇଡ୍ସ କ୍ୟାପଟେନ୍‌ ଅଂଶଗ୍ରହଣ କରିଛନ୍ତି।

ମୌଳିକ ସୁବିଧାରୁ ବାଦ୍‌ ରାଜସ୍ବ ଗ୍ରାମ ଘଟିଟେଣ୍ଟୁଲି: ପାହାଡ଼ ଚଢ଼ିଲେ ଘରେ ପହଞ୍ଚେ ରାଶନ

ମୌଳିକ ସୁବିଧାରୁ ବାଦ୍‌ ରାଜସ୍ବ ଗ୍ରାମ ଘଟିଟେଣ୍ଟୁଲି: ପାହାଡ଼ ଚଢ଼ିଲେ ଘରେ ପହଞ୍ଚେ ରାଶନ

ଛେଣ୍ଡିପଦା, ୧୬।୨(ଡି.ଏନ.ଏ.): ରାଜସ୍ବ ଗ୍ରାମ ମାନ୍ୟତା ପାଇ ମଧ୍ୟ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସୀମାନ୍ତ କତଡା ପଞ୍ଚାୟତ ଘଟିଟେଣ୍ଟୁଲି ଗ୍ରାମବାସୀ। ଗାଁରେ ପଶିବାକୁ କି ବାହାରିବାକୁ ରାସ୍ତା ନ ଥିବାରୁ ଦୟନୀୟ ହୋଇପଡିଛି ସେମାନଙ୍କ ଅବସ୍ଥା। 

ଲୁଣ ନ ନେଲେ ଚାଉଳ ମନା

ଓଡ଼ାପଡ଼ା, ୧୬।୨- ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଏବେ ସାମିଲ ହୋଇଛି ଆଇରନ୍‌ ଏବଂ ଆୟୋଡିନଯୁକ୍ତ ଲୁଣ। ଓଡ଼ିଶା ସ୍ମଲ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେଶନ (ଓଏସ୍‌ଆଇସି) ଦ୍ୱାରା ପ୍ରସ୍ତୁତ ଏହି ଅତ୍ୟାବଶ୍ୟକ ସାମଗ୍ରୀ କିଲୋ ପିଛା ୨୦ଟଙ୍କା ଦରରେ ଡିଲର ପଏଣ୍ଟରେ ବିକ୍ରି କରାଯାଉଛି।

ଲକ୍ଷେ ଟଙ୍କା ଯୌତୁକ ପାଇଁ ବୋହୂକୁ ହାଣିଲେ ଶ୍ୱଶୁର

ଲକ୍ଷେ ଟଙ୍କା ଯୌତୁକ ପାଇଁ ବୋହୂକୁ ହାଣିଲେ ଶ୍ୱଶୁର

ଛେଣ୍ଡିପଦା,୧୫।୨(ସ୍ବ.ପ୍ର)- ଛେଣ୍ଡିପଦା ଥାନା ସରପାଳ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଲକ୍ଷେ ଟଙ୍କା ଯୌତୁକ ପାଇଁ  ଗ୍ରାମର କେଶବ ସାହୁ ତାଙ୍କ ବୋହୂ କୁସୁମ(୩୦)ଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି। 

୩୩ ତମ ଜିଲା ଭାରତ ସ୍କାଉଟ୍‌ ଗାଇଡ କ୍ୟାମ୍ପୋରୀ ଉଦ୍‌ଘାଟିତ

୩୩ ତମ ଜିଲା ଭାରତ ସ୍କାଉଟ୍‌ ଗାଇଡ କ୍ୟାମ୍ପୋରୀ ଉଦ୍‌ଘାଟିତ

ଢେଙ୍କାନାଳ ଅଫିସ,୧୫।୨- ଢେଙ୍କାନାଳ ସହରସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ପରିସରରେ ଶୁକ୍ରବାର ଅପରାହ୍ନରେ ୩୩ତମ ଢେଙ୍କାନାଳ ଜିଲା ଭାରତ ସ୍କାଉଡ ଓ ଗାଇଡ୍‌ କ୍ୟାମ୍ପୋରି  ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ।

 ଶିଶୁମାନଙ୍କ ଶିକ୍ଷା ଦାନରେ ମା’ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଶିଶୁମାନଙ୍କ ଶିକ୍ଷା ଦାନରେ ମା’ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପରଜଙ୍ଗ,୧୫।୨(ଡି.ଏନ.ଏ.)- ପରଜଙ୍ଗ ବ୍ଲକ କୂଆଳୋ ପଞ୍ଚାୟତ ପରମହଂସପୁର ଠାରେ ଥିବା ସେଣ୍ଟ ଜାଭିୟର ସ୍କୁଲରେ ଶୁକ୍ରବାର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 

ସଧାରଣ ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର

ସଧାରଣ ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର

କାମାକ୍ଷାନଗର,୧୫।୨(ଡି.ଏନ୍‌.ଏ.): ସାଧାରଣ ନିିର୍ବାଚନକୁ ନେଇ ଢେଙ୍କାନାଳ ଜିଲା କାମାକ୍ଷାନଗର ମହାବିଦ୍ୟାଳୟରେ ଶୁକ୍ରବାର ପୋଲିଂ ଓ ପ୍ରିଜାଇଡିଂ ଅଫିସରମାନଙ୍କୁ ତାଲିମ ଦିଆଯାଇଛି ।

ବଢୁଛି ଖଣି କ୍ଷତିଗ୍ରସ୍ତଙ୍କ ଅସନ୍ତୋଷ: ଓସିପି ସମ୍ମୁଖରେ ଅନଶନ, ଧାରଣା

ବଢୁଛି ଖଣି କ୍ଷତିଗ୍ରସ୍ତଙ୍କ ଅସନ୍ତୋଷ: ଓସିପି ସମ୍ମୁଖରେ ଅନଶନ, ଧାରଣା

କଣିହାଁ,୧୫।୨ (ଡି.ଏନ.ଏ.) - ଅନୁଗୋଳ ଜିଲାସ୍ଥିତ ଏମ୍‌ସିଏଲର କଣିହାଁ ଓସିପିରେ ଜମିବାଡି ହରାଇଥିବା କ୍ଷତିଗ୍ରସ୍ତଙ୍କ ଅସନ୍ତୋଷ ବଢିବାରେ ଲାଗିଛି। କଣିହାଁ ଗ୍ରାମବାସୀ ଗୁରୁବାର ଖଣି ବନ୍ଦ ଆନ୍ଦୋଳନ ସହ ଆମରଣ ଅନଶନରେ ବସିଥିବାବେଳେ କଂସମୁଣ୍ଡା ଗ୍ରାମର ଏସ୍‌ସିଏସ୍‌ଟି ସଙ୍ଗଠନ ପକ୍ଷରୁ ଖଣି ଫାଟକ ସମ୍ମୁଖରେ ଧାରଣା ଦିଆଯାଇଛି।