ଅନଗୁଳ-ଢେଙ୍କାନାଳ

‘କାଳିଆ’ରେ ବିଜେଡି ନେତା ହିତାଧିକାରୀ: ଭାଜପାର ଅଭିଯୋଗ

‘କାଳିଆ’ରେ ବିଜେଡି ନେତା ହିତାଧିକାରୀ: ଭାଜପାର ଅଭିଯୋଗ

ଢେଙ୍କାନାଳ ଅଫିସ, ୨୪।୧: ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା କୃଷିଭିତ୍ତିକ ଯୋଜନା ‘କାଳିଆ’ରେ ବିଜେଡି ନେତା ହିତାଧିକାରୀ ବୋଲି ଅଭିଯୋଗ ଆଣିଛି ଢେଙ୍କାନାଳ ଜିଲା ଭାଜପା କୃଷକ ମୋର୍ଚ୍ଚା। ବୁଧବାର ସ୍ଥାନୀୟ ଦକ୍ଷିଣକାଳୀ ରୋଡ୍‌ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଢେଙ୍କାନାଳ ଲୋକସଭା ପ୍ରଭାରୀ ଦେବାଶିଷ ହୋତା ଏପରି ଅଭିଯୋଗ ଆଣିବା ସହ ଶାସକ ବିଜେଡି ଉପରେ ପ୍ରବଳ ବର୍ଷିଥିଲେ। ଦେବାଶିଷ କହିଛନ୍ତି, ‘କାଳିଆ’ ଯୋଜନାରେ ଅଧିକାଂଶ ସ୍ଥାନରେ ଶାସକ ଦଳର ଜନପ୍ରତିନିଧି ନିଜକୁ ତାଲିକାଭୁକ୍ତ କରାଇଛନ୍ତି। ବିଜେଡି ନିର୍ବାଚନୀ ଚାନ୍ଦା ଆଦାୟ କରିବାକୁ ଏହି ଯୋଜନା କାର୍ଯ୍ୟକାରୀ କରିଛି। ଏହାଦ୍ୱାରା ପ୍ରକୃତ ହିତାଧିକାରୀ ଲାଭବାନ ହେବେନାହିଁ। ଜିଲାର ଜଣେ ମନ୍ତ୍ରୀଙ୍କ ସମ୍ପର୍କୀୟ, ପୂର୍ବତନ ଜିଲା ପରିଷଦ ଉପାଧ୍ୟକ୍ଷଙ୍କ ସମେତ ଅନେକ ସରପଞ୍ଚ କାଳିଆ ଯୋଜନାରେ ହିତାଧିକାରୀ ଅଛନ୍ତି। ହେଲ୍‌ପ୍‌ ଲାଇନ ନମ୍ବରରେ ଯୋଗାଯୋଗ କରାଯିବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉନାହିଁ। ଆସନ୍ତା ନିର୍ବାଚନରେ ଚାଷୀମାନେ ଏହାର ଜବାବ ଦେବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିଲା କୃଷକ ମୋର୍ଚ୍ଚାର ଦୁର୍ଗା ପ୍ରସାଦ ସାହୁ, ରମେଶ ଚନ୍ଦ୍ର ସାମଲ, ଜିଲା କୃଷକ ମୋର୍ଚ୍ଚା ସଭାପତି ଦୟାନିଧି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

All Right Reserved By

ଅନଗୁଳ-ଢେଙ୍କାନାଳ

ସହରରେ ଯାଞ୍ଚ ହେଲା ଖାଦ୍ୟର ମାନ: ୨୨ ସ୍ଥାନରୁ ନମୁନା ସଂଗ୍ରହ

ସହରରେ ଯାଞ୍ଚ ହେଲା ଖାଦ୍ୟର ମାନ: ୨୨ ସ୍ଥାନରୁ ନମୁନା ସଂଗ୍ରହ

ଅନୁଗୋଳ ଅଫିସ, ୧୬।୨- ଫୁଡ୍‌ ସେଫଟି ଅନ୍‌ ହୁଇଲ ମାଧ୍ୟମରେ ଅନୁଗୋଳ ସହରର ୨୨ଟି ସ୍ଥାନରେ ଶୁକ୍ରବାର ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ କରାଯାଇଛି। ଏହି ଯାଞ୍ଚ ବେଳେ ଡାଲି ଜାତୀୟ, ଦୁଗ୍ଧ ଓ ଲଙ୍କାଗୁଣ୍ଡରେ ଅପମିଶ୍ରଣ ହୋଇଥିବା ଜଣାପଡ଼ିଥିଲା। 

ବର୍ଦ୍ଧିତ ମଜୁରି ମାଗିଲେ କେନ୍ଦୁପତ୍ର କର୍ମଚାରୀ

ବର୍ଦ୍ଧିତ ମଜୁରି ମାଗିଲେ କେନ୍ଦୁପତ୍ର କର୍ମଚାରୀ

ଅନୁଗୋଳ ଅଫିସ, ୧୬।୨- କେନ୍ଦୁପତ୍ର ବିଭାଗରେ କାର୍ଯ୍ୟ କରୁଥିବା ଅଣକୁଶଳୀ, କୁଶଳୀ, ଅର୍ଦ୍ଧକୁଶଳୀ, ଉଚ୍ଚକୁଶଳୀ ସିଜିନାଲ କର୍ମଚାରୀଙ୍କୁ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ଦୈନିକ ମଜୁରିରୁ ବଞ୍ଚତ୍ତ କରାଯାଉଛି। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଓ ତାଙ୍କ ପରିବାର ପ୍ରତି ଏହା ଅନ୍ୟାୟ ବୋଲି ଅନୁଗୋଳ କେନ୍ଦୁପତ୍ର କର୍ମଚାରୀ ସଂଘ ଅଭିଯୋଗ କରିଛି। 

ଉନ୍ନୟନ କାର୍ଯ୍ୟର ସମୀକ୍ଷା, ଶିଳାନ୍ୟାସ

ଉନ୍ନୟନ କାର୍ଯ୍ୟର ସମୀକ୍ଷା, ଶିଳାନ୍ୟାସ

ଅନୁଗୋଳ ଅଫିସ, ୧୬।୨- ଅନୁଗୋଳ ବ୍ଲକ ବାରଗୌଣିଆ ପଞ୍ଚାୟତରେ ଶୁକ୍ରବାର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ସହ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ଜିଲା ପ୍ରତିନିଧି ଭକ୍ତି ପ୍ରସାଦ ଦାସ ଏହି ଉତ୍ସବରେ ଯୋଗଦେଇଥିଲେ। 

ସିନଫେଷ୍ଟ୍‌ ଉଦ୍‌ଯାପିତ: ‘କଠିନ ପରିଶ୍ରମ ଜୀବନର ମୂଳମନ୍ତ୍ର’

ସିନଫେଷ୍ଟ୍‌ ଉଦ୍‌ଯାପିତ: ‘କଠିନ ପରିଶ୍ରମ ଜୀବନର ମୂଳମନ୍ତ୍ର’

ଢେଙ୍କାନାଳ ଅଫିସ, ୧୬।୨- କଠିନ ପରିଶ୍ରମ, ଉଚିତ ସମୟରେ ଠିକ୍‌ ନିର୍ଣ୍ଣୟ ନେବା ଜୀବନର ମୂଳମନ୍ତ୍ର। ଏହାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଇପାରିଲେ ଭବିଷ୍ୟତ ସ୍ବର୍ଣ୍ଣିମ ହୋଇପାରିବ ବୋଲି କହିଛନ୍ତି ପଦ୍ମଶ୍ରୀ ଡି. ପ୍ରକାଶ ରାଓ। 

ସ୍କାଉଟ୍ସ, ଗାଇଡ୍ସ କ୍ୟାମ୍ପୋରି ଉଦ୍‌ଘାଟିତ: ଭାଗନେଲେ ୫୪୪ ଛାତ୍ରୀଛାତ୍ର

ସ୍କାଉଟ୍ସ, ଗାଇଡ୍ସ କ୍ୟାମ୍ପୋରି ଉଦ୍‌ଘାଟିତ: ଭାଗନେଲେ ୫୪୪ ଛାତ୍ରୀଛାତ୍ର

ଢେଙ୍କାନାଳ ଅଫିସ, ୧୬ା୨- ଢେଙ୍କାନାଳସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୩୩ତମ ଭାରତ ସ୍କାଉଟ୍ସ ଓ ଗାଇଡ୍ସ କ୍ୟାମ୍ପୋରି। ୩ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜିଲାର ୧୭୨ ହାଇସ୍କୁଲର ୪୫୨  ବାଳକ ୯୨ ବାଳିକା, ୧୪୧ ସ୍କାଉଟ୍ସ ମାଷ୍ଟର ଏବଂ ୨୪ ଗାଇଡ୍ସ କ୍ୟାପଟେନ୍‌ ଅଂଶଗ୍ରହଣ କରିଛନ୍ତି।

ମୌଳିକ ସୁବିଧାରୁ ବାଦ୍‌ ରାଜସ୍ବ ଗ୍ରାମ ଘଟିଟେଣ୍ଟୁଲି: ପାହାଡ଼ ଚଢ଼ିଲେ ଘରେ ପହଞ୍ଚେ ରାଶନ

ମୌଳିକ ସୁବିଧାରୁ ବାଦ୍‌ ରାଜସ୍ବ ଗ୍ରାମ ଘଟିଟେଣ୍ଟୁଲି: ପାହାଡ଼ ଚଢ଼ିଲେ ଘରେ ପହଞ୍ଚେ ରାଶନ

ଛେଣ୍ଡିପଦା, ୧୬।୨(ଡି.ଏନ.ଏ.): ରାଜସ୍ବ ଗ୍ରାମ ମାନ୍ୟତା ପାଇ ମଧ୍ୟ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସୀମାନ୍ତ କତଡା ପଞ୍ଚାୟତ ଘଟିଟେଣ୍ଟୁଲି ଗ୍ରାମବାସୀ। ଗାଁରେ ପଶିବାକୁ କି ବାହାରିବାକୁ ରାସ୍ତା ନ ଥିବାରୁ ଦୟନୀୟ ହୋଇପଡିଛି ସେମାନଙ୍କ ଅବସ୍ଥା। 

ଲୁଣ ନ ନେଲେ ଚାଉଳ ମନା

ଓଡ଼ାପଡ଼ା, ୧୬।୨- ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଏବେ ସାମିଲ ହୋଇଛି ଆଇରନ୍‌ ଏବଂ ଆୟୋଡିନଯୁକ୍ତ ଲୁଣ। ଓଡ଼ିଶା ସ୍ମଲ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେଶନ (ଓଏସ୍‌ଆଇସି) ଦ୍ୱାରା ପ୍ରସ୍ତୁତ ଏହି ଅତ୍ୟାବଶ୍ୟକ ସାମଗ୍ରୀ କିଲୋ ପିଛା ୨୦ଟଙ୍କା ଦରରେ ଡିଲର ପଏଣ୍ଟରେ ବିକ୍ରି କରାଯାଉଛି।

ଲକ୍ଷେ ଟଙ୍କା ଯୌତୁକ ପାଇଁ ବୋହୂକୁ ହାଣିଲେ ଶ୍ୱଶୁର

ଲକ୍ଷେ ଟଙ୍କା ଯୌତୁକ ପାଇଁ ବୋହୂକୁ ହାଣିଲେ ଶ୍ୱଶୁର

ଛେଣ୍ଡିପଦା,୧୫।୨(ସ୍ବ.ପ୍ର)- ଛେଣ୍ଡିପଦା ଥାନା ସରପାଳ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଲକ୍ଷେ ଟଙ୍କା ଯୌତୁକ ପାଇଁ  ଗ୍ରାମର କେଶବ ସାହୁ ତାଙ୍କ ବୋହୂ କୁସୁମ(୩୦)ଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି। 

୩୩ ତମ ଜିଲା ଭାରତ ସ୍କାଉଟ୍‌ ଗାଇଡ କ୍ୟାମ୍ପୋରୀ ଉଦ୍‌ଘାଟିତ

୩୩ ତମ ଜିଲା ଭାରତ ସ୍କାଉଟ୍‌ ଗାଇଡ କ୍ୟାମ୍ପୋରୀ ଉଦ୍‌ଘାଟିତ

ଢେଙ୍କାନାଳ ଅଫିସ,୧୫।୨- ଢେଙ୍କାନାଳ ସହରସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ପରିସରରେ ଶୁକ୍ରବାର ଅପରାହ୍ନରେ ୩୩ତମ ଢେଙ୍କାନାଳ ଜିଲା ଭାରତ ସ୍କାଉଡ ଓ ଗାଇଡ୍‌ କ୍ୟାମ୍ପୋରି  ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ।

 ଶିଶୁମାନଙ୍କ ଶିକ୍ଷା ଦାନରେ ମା’ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଶିଶୁମାନଙ୍କ ଶିକ୍ଷା ଦାନରେ ମା’ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପରଜଙ୍ଗ,୧୫।୨(ଡି.ଏନ.ଏ.)- ପରଜଙ୍ଗ ବ୍ଲକ କୂଆଳୋ ପଞ୍ଚାୟତ ପରମହଂସପୁର ଠାରେ ଥିବା ସେଣ୍ଟ ଜାଭିୟର ସ୍କୁଲରେ ଶୁକ୍ରବାର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 

ସଧାରଣ ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର

ସଧାରଣ ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର

କାମାକ୍ଷାନଗର,୧୫।୨(ଡି.ଏନ୍‌.ଏ.): ସାଧାରଣ ନିିର୍ବାଚନକୁ ନେଇ ଢେଙ୍କାନାଳ ଜିଲା କାମାକ୍ଷାନଗର ମହାବିଦ୍ୟାଳୟରେ ଶୁକ୍ରବାର ପୋଲିଂ ଓ ପ୍ରିଜାଇଡିଂ ଅଫିସରମାନଙ୍କୁ ତାଲିମ ଦିଆଯାଇଛି ।

ବଢୁଛି ଖଣି କ୍ଷତିଗ୍ରସ୍ତଙ୍କ ଅସନ୍ତୋଷ: ଓସିପି ସମ୍ମୁଖରେ ଅନଶନ, ଧାରଣା

ବଢୁଛି ଖଣି କ୍ଷତିଗ୍ରସ୍ତଙ୍କ ଅସନ୍ତୋଷ: ଓସିପି ସମ୍ମୁଖରେ ଅନଶନ, ଧାରଣା

କଣିହାଁ,୧୫।୨ (ଡି.ଏନ.ଏ.) - ଅନୁଗୋଳ ଜିଲାସ୍ଥିତ ଏମ୍‌ସିଏଲର କଣିହାଁ ଓସିପିରେ ଜମିବାଡି ହରାଇଥିବା କ୍ଷତିଗ୍ରସ୍ତଙ୍କ ଅସନ୍ତୋଷ ବଢିବାରେ ଲାଗିଛି। କଣିହାଁ ଗ୍ରାମବାସୀ ଗୁରୁବାର ଖଣି ବନ୍ଦ ଆନ୍ଦୋଳନ ସହ ଆମରଣ ଅନଶନରେ ବସିଥିବାବେଳେ କଂସମୁଣ୍ଡା ଗ୍ରାମର ଏସ୍‌ସିଏସ୍‌ଟି ସଙ୍ଗଠନ ପକ୍ଷରୁ ଖଣି ଫାଟକ ସମ୍ମୁଖରେ ଧାରଣା ଦିଆଯାଇଛି।