ଅନଗୁଳ-ଢେଙ୍କାନାଳ

୮ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: କଲିକତାରୁ ଧରାପଡ଼ିଲେ ଅଭିଯୁକ୍ତ ଅନାମ

୮ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: କଲିକତାରୁ ଧରାପଡ଼ିଲେ ଅଭିଯୁକ୍ତ ଅନାମ

ଅନୁଗୋଳ ଅଫିସ, ୨୪।୧- ବହୁଚର୍ଚ୍ଚିତ ଅନୁଗୋଳ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣାର ଅଭିଯୁକ୍ତ ଗୋଡ଼ିସାହିର ଅନାମ ଓରଫ ଶ୍ରୀନିବାସ ଦେହୁରି (୨୩)ଙ୍କୁ ପୋଲିସ ଗିରଫ କରିଛି। ଟ୍ରକ୍‌ରେ ଭୁବନେଶ୍ୱରରୁ କଲିକତା ଖସିଯାଇଥିବା ବେଳେ ଅନୁଗୋଳ ସ୍ପେଶାଲ୍‌ ସ୍କ୍ବାଡ୍‌ ତାଙ୍କୁ ସେଠାରୁ ଧରିବାରେ ସଫଳ ହୋଇଛି। ସମ୍ପୃକ୍ତା ୮ମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାରୁ ଅଭିଯୁକ୍ତ ଅନାମ ତାଙ୍କୁ ପଥରରେ ଛେଚିବା ପରେ ବଳାତ୍କାର କରିଥିବା ସ୍ବୀକାର କରିଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। 

ସମ୍ପୃକ୍ତ ଅଧିକାରୀଙ୍କ କହିବା ଅନୁଯାୟୀ, ନାବାଳିକା ଛାତ୍ରୀଙ୍କୁ ଅନାମ ପୂର୍ବରୁ ଦୁଇଥର ପ୍ରେମ ନିବେଦନ କରି ବିଫଳ ହୋଇଥିଲେ। ରବିବାର ଅନାମ ନାଳ କୂଳକୁ ଗାଧୋଇବାକୁ ଯାଇଥିବା ବେଳେ ନାବାଳିକାଙ୍କ ସହ ଭେଟ ହୋଇଥିଲା। ସେଠାରେ ଅଭିଯୁକ୍ତ ତାଙ୍କୁ ଏକୁଟିଆ ଦେଖି ପୁଣି ପ୍ରେମ ନିବେଦନ କରିଥିଲେ। କିନ୍ତୁ ନାବାଳିକା ଏହାକୁ ପ୍ରତ୍ୟାଖାନ କରିବାରୁ ଅନାମ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। କିନ୍ତୁ ଛାତ୍ରୀଜଣଙ୍କ ଦୌଡ଼ିବାକୁ ଉଦ୍ୟମ କରିବାରୁ ଉତ୍ତ୍ୟକ୍ତ ଅନାମ ତାଙ୍କ ମୁଣ୍ଡ ପଛକୁ ଏକ ପଥରରେ ଛେଚି ଦେଇଥିଲେ। ଛାତ୍ରୀ ବେହୋସ ହୋଇଯିବା ପରେ ତାଙ୍କୁ ଅନ୍ୟ ଏକ ସ୍ଥାନକୁ ନେଇ ବଳାତ୍କାର କରିଥିଲେ। ପରେ ମୁହଁକୁ ଛେଚି ହତ୍ୟା କରିଥିଲେ। ଏହାପରେ ନାଳରେ ଗାଧୋଇ ପ୍ରଥମେ ଘରକୁ ଓ ସେଠାରୁ ବାଇକ୍‌ରେ ପରଜଙ୍ଗ ଖଣ୍ଡୁଆଳମୁଣ୍ଡାରେ ଥିବା ମାଉସୀ ଘରକୁ ପଳାଇଥିଲେ। ମାଉସୀ ପୁଅ ତାଙ୍କୁ ତାଳଚେରରେ ଛାଡ଼ିବା ପରେ ସେ ଟ୍ରକ୍‌ ଯୋଗେ ଭୁବନେଶ୍ୱର ପଳାଇ ଆସିଥିଲେ। କିନ୍ତୁ ପୋଲିସ ତାଙ୍କୁ ଧରିବାକୁ ଉଦ୍ୟମ ଚଳାଇଥିବାରୁ ଆଉ ଏକ ଟ୍ରକ୍‌ରେ ବସି କଲିକତା ଖସି ଯାଇଥିଲେ। ସେଠାରେ ଏଣେ ତେଣେ ବୁଲୁଥିବା ବେଳେ ଅନୁଗୋଳ ସ୍ପେଶାଲ ସ୍କ୍ବାଡ୍‌ ତାଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କୁ ଧରିବାକୁ ଅନୁଗୋଳ ପୋଲିସ ପକ୍ଷରୁ ୩ଟି ସ୍କ୍ବାଡ୍‌ ଗଠନ କରାଯାଇ କଟକ, ଭୁବନେଶ୍ୱର, ଢେଙ୍କାନାଳ, ଦେବଗଡ଼, କେନ୍ଦୁଝର, ରାଉରକେଲା ଆଦି ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏପରି କି ଢେଙ୍କାନାଳ ଜିଲାରେ ଗୋଟିଏ ଟିମ୍‌ ସାଦା ପୋଷାକରେ ଡେରା ପକାଇଥିଲା। ହେଲେ ଅନାମ କଲିକତା ପଳାଇଥିବା ଖବର ମିଳିବା ପରେ ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇଙ୍କ ସହ ମଙ୍ଗଳବାର ଏକ ଟିମ୍‌ କଲିକତା ଯାଇ ତାଙ୍କୁ ଗିରଫ କରିଥିଲା। ସେଠାରୁ ଅଭିଯୁକ୍ତକୁ ଧରି ପୋଲିସ ବୁଧବାର ଅନୁଗୋଳରେ ପହଞ୍ଚତ୍ବା ପରେ ଏକ ଅଜଣାସ୍ଥାନରେ ରଖି ଜେରା କରୁଛି। ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ସହ ଅନ୍ୟମାନେ ପଚରାଉଚରା କରୁଛନ୍ତି। ଗୁରୁବାର ଉତ୍ତରକେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ ମଧ୍ୟ ଅଭିଯୁକ୍ତଙ୍କୁ ପଚରାଉଚରା କରିବେ ବୋଲି ସୂଚନା ମିଳିଛି।

All Right Reserved By

ଅନଗୁଳ-ଢେଙ୍କାନାଳ

ସହରରେ ଯାଞ୍ଚ ହେଲା ଖାଦ୍ୟର ମାନ: ୨୨ ସ୍ଥାନରୁ ନମୁନା ସଂଗ୍ରହ

ସହରରେ ଯାଞ୍ଚ ହେଲା ଖାଦ୍ୟର ମାନ: ୨୨ ସ୍ଥାନରୁ ନମୁନା ସଂଗ୍ରହ

ଅନୁଗୋଳ ଅଫିସ, ୧୬।୨- ଫୁଡ୍‌ ସେଫଟି ଅନ୍‌ ହୁଇଲ ମାଧ୍ୟମରେ ଅନୁଗୋଳ ସହରର ୨୨ଟି ସ୍ଥାନରେ ଶୁକ୍ରବାର ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ କରାଯାଇଛି। ଏହି ଯାଞ୍ଚ ବେଳେ ଡାଲି ଜାତୀୟ, ଦୁଗ୍ଧ ଓ ଲଙ୍କାଗୁଣ୍ଡରେ ଅପମିଶ୍ରଣ ହୋଇଥିବା ଜଣାପଡ଼ିଥିଲା। 

ବର୍ଦ୍ଧିତ ମଜୁରି ମାଗିଲେ କେନ୍ଦୁପତ୍ର କର୍ମଚାରୀ

ବର୍ଦ୍ଧିତ ମଜୁରି ମାଗିଲେ କେନ୍ଦୁପତ୍ର କର୍ମଚାରୀ

ଅନୁଗୋଳ ଅଫିସ, ୧୬।୨- କେନ୍ଦୁପତ୍ର ବିଭାଗରେ କାର୍ଯ୍ୟ କରୁଥିବା ଅଣକୁଶଳୀ, କୁଶଳୀ, ଅର୍ଦ୍ଧକୁଶଳୀ, ଉଚ୍ଚକୁଶଳୀ ସିଜିନାଲ କର୍ମଚାରୀଙ୍କୁ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ଦୈନିକ ମଜୁରିରୁ ବଞ୍ଚତ୍ତ କରାଯାଉଛି। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଓ ତାଙ୍କ ପରିବାର ପ୍ରତି ଏହା ଅନ୍ୟାୟ ବୋଲି ଅନୁଗୋଳ କେନ୍ଦୁପତ୍ର କର୍ମଚାରୀ ସଂଘ ଅଭିଯୋଗ କରିଛି। 

ଉନ୍ନୟନ କାର୍ଯ୍ୟର ସମୀକ୍ଷା, ଶିଳାନ୍ୟାସ

ଉନ୍ନୟନ କାର୍ଯ୍ୟର ସମୀକ୍ଷା, ଶିଳାନ୍ୟାସ

ଅନୁଗୋଳ ଅଫିସ, ୧୬।୨- ଅନୁଗୋଳ ବ୍ଲକ ବାରଗୌଣିଆ ପଞ୍ଚାୟତରେ ଶୁକ୍ରବାର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ସହ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ଜିଲା ପ୍ରତିନିଧି ଭକ୍ତି ପ୍ରସାଦ ଦାସ ଏହି ଉତ୍ସବରେ ଯୋଗଦେଇଥିଲେ। 

ସିନଫେଷ୍ଟ୍‌ ଉଦ୍‌ଯାପିତ: ‘କଠିନ ପରିଶ୍ରମ ଜୀବନର ମୂଳମନ୍ତ୍ର’

ସିନଫେଷ୍ଟ୍‌ ଉଦ୍‌ଯାପିତ: ‘କଠିନ ପରିଶ୍ରମ ଜୀବନର ମୂଳମନ୍ତ୍ର’

ଢେଙ୍କାନାଳ ଅଫିସ, ୧୬।୨- କଠିନ ପରିଶ୍ରମ, ଉଚିତ ସମୟରେ ଠିକ୍‌ ନିର୍ଣ୍ଣୟ ନେବା ଜୀବନର ମୂଳମନ୍ତ୍ର। ଏହାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଇପାରିଲେ ଭବିଷ୍ୟତ ସ୍ବର୍ଣ୍ଣିମ ହୋଇପାରିବ ବୋଲି କହିଛନ୍ତି ପଦ୍ମଶ୍ରୀ ଡି. ପ୍ରକାଶ ରାଓ। 

ସ୍କାଉଟ୍ସ, ଗାଇଡ୍ସ କ୍ୟାମ୍ପୋରି ଉଦ୍‌ଘାଟିତ: ଭାଗନେଲେ ୫୪୪ ଛାତ୍ରୀଛାତ୍ର

ସ୍କାଉଟ୍ସ, ଗାଇଡ୍ସ କ୍ୟାମ୍ପୋରି ଉଦ୍‌ଘାଟିତ: ଭାଗନେଲେ ୫୪୪ ଛାତ୍ରୀଛାତ୍ର

ଢେଙ୍କାନାଳ ଅଫିସ, ୧୬ା୨- ଢେଙ୍କାନାଳସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୩୩ତମ ଭାରତ ସ୍କାଉଟ୍ସ ଓ ଗାଇଡ୍ସ କ୍ୟାମ୍ପୋରି। ୩ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜିଲାର ୧୭୨ ହାଇସ୍କୁଲର ୪୫୨  ବାଳକ ୯୨ ବାଳିକା, ୧୪୧ ସ୍କାଉଟ୍ସ ମାଷ୍ଟର ଏବଂ ୨୪ ଗାଇଡ୍ସ କ୍ୟାପଟେନ୍‌ ଅଂଶଗ୍ରହଣ କରିଛନ୍ତି।

ମୌଳିକ ସୁବିଧାରୁ ବାଦ୍‌ ରାଜସ୍ବ ଗ୍ରାମ ଘଟିଟେଣ୍ଟୁଲି: ପାହାଡ଼ ଚଢ଼ିଲେ ଘରେ ପହଞ୍ଚେ ରାଶନ

ମୌଳିକ ସୁବିଧାରୁ ବାଦ୍‌ ରାଜସ୍ବ ଗ୍ରାମ ଘଟିଟେଣ୍ଟୁଲି: ପାହାଡ଼ ଚଢ଼ିଲେ ଘରେ ପହଞ୍ଚେ ରାଶନ

ଛେଣ୍ଡିପଦା, ୧୬।୨(ଡି.ଏନ.ଏ.): ରାଜସ୍ବ ଗ୍ରାମ ମାନ୍ୟତା ପାଇ ମଧ୍ୟ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସୀମାନ୍ତ କତଡା ପଞ୍ଚାୟତ ଘଟିଟେଣ୍ଟୁଲି ଗ୍ରାମବାସୀ। ଗାଁରେ ପଶିବାକୁ କି ବାହାରିବାକୁ ରାସ୍ତା ନ ଥିବାରୁ ଦୟନୀୟ ହୋଇପଡିଛି ସେମାନଙ୍କ ଅବସ୍ଥା। 

ଲୁଣ ନ ନେଲେ ଚାଉଳ ମନା

ଓଡ଼ାପଡ଼ା, ୧୬।୨- ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଏବେ ସାମିଲ ହୋଇଛି ଆଇରନ୍‌ ଏବଂ ଆୟୋଡିନଯୁକ୍ତ ଲୁଣ। ଓଡ଼ିଶା ସ୍ମଲ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେଶନ (ଓଏସ୍‌ଆଇସି) ଦ୍ୱାରା ପ୍ରସ୍ତୁତ ଏହି ଅତ୍ୟାବଶ୍ୟକ ସାମଗ୍ରୀ କିଲୋ ପିଛା ୨୦ଟଙ୍କା ଦରରେ ଡିଲର ପଏଣ୍ଟରେ ବିକ୍ରି କରାଯାଉଛି।

ଲକ୍ଷେ ଟଙ୍କା ଯୌତୁକ ପାଇଁ ବୋହୂକୁ ହାଣିଲେ ଶ୍ୱଶୁର

ଲକ୍ଷେ ଟଙ୍କା ଯୌତୁକ ପାଇଁ ବୋହୂକୁ ହାଣିଲେ ଶ୍ୱଶୁର

ଛେଣ୍ଡିପଦା,୧୫।୨(ସ୍ବ.ପ୍ର)- ଛେଣ୍ଡିପଦା ଥାନା ସରପାଳ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଲକ୍ଷେ ଟଙ୍କା ଯୌତୁକ ପାଇଁ  ଗ୍ରାମର କେଶବ ସାହୁ ତାଙ୍କ ବୋହୂ କୁସୁମ(୩୦)ଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି। 

୩୩ ତମ ଜିଲା ଭାରତ ସ୍କାଉଟ୍‌ ଗାଇଡ କ୍ୟାମ୍ପୋରୀ ଉଦ୍‌ଘାଟିତ

୩୩ ତମ ଜିଲା ଭାରତ ସ୍କାଉଟ୍‌ ଗାଇଡ କ୍ୟାମ୍ପୋରୀ ଉଦ୍‌ଘାଟିତ

ଢେଙ୍କାନାଳ ଅଫିସ,୧୫।୨- ଢେଙ୍କାନାଳ ସହରସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ପରିସରରେ ଶୁକ୍ରବାର ଅପରାହ୍ନରେ ୩୩ତମ ଢେଙ୍କାନାଳ ଜିଲା ଭାରତ ସ୍କାଉଡ ଓ ଗାଇଡ୍‌ କ୍ୟାମ୍ପୋରି  ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ।

 ଶିଶୁମାନଙ୍କ ଶିକ୍ଷା ଦାନରେ ମା’ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଶିଶୁମାନଙ୍କ ଶିକ୍ଷା ଦାନରେ ମା’ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପରଜଙ୍ଗ,୧୫।୨(ଡି.ଏନ.ଏ.)- ପରଜଙ୍ଗ ବ୍ଲକ କୂଆଳୋ ପଞ୍ଚାୟତ ପରମହଂସପୁର ଠାରେ ଥିବା ସେଣ୍ଟ ଜାଭିୟର ସ୍କୁଲରେ ଶୁକ୍ରବାର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 

ସଧାରଣ ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର

ସଧାରଣ ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର

କାମାକ୍ଷାନଗର,୧୫।୨(ଡି.ଏନ୍‌.ଏ.): ସାଧାରଣ ନିିର୍ବାଚନକୁ ନେଇ ଢେଙ୍କାନାଳ ଜିଲା କାମାକ୍ଷାନଗର ମହାବିଦ୍ୟାଳୟରେ ଶୁକ୍ରବାର ପୋଲିଂ ଓ ପ୍ରିଜାଇଡିଂ ଅଫିସରମାନଙ୍କୁ ତାଲିମ ଦିଆଯାଇଛି ।

ବଢୁଛି ଖଣି କ୍ଷତିଗ୍ରସ୍ତଙ୍କ ଅସନ୍ତୋଷ: ଓସିପି ସମ୍ମୁଖରେ ଅନଶନ, ଧାରଣା

ବଢୁଛି ଖଣି କ୍ଷତିଗ୍ରସ୍ତଙ୍କ ଅସନ୍ତୋଷ: ଓସିପି ସମ୍ମୁଖରେ ଅନଶନ, ଧାରଣା

କଣିହାଁ,୧୫।୨ (ଡି.ଏନ.ଏ.) - ଅନୁଗୋଳ ଜିଲାସ୍ଥିତ ଏମ୍‌ସିଏଲର କଣିହାଁ ଓସିପିରେ ଜମିବାଡି ହରାଇଥିବା କ୍ଷତିଗ୍ରସ୍ତଙ୍କ ଅସନ୍ତୋଷ ବଢିବାରେ ଲାଗିଛି। କଣିହାଁ ଗ୍ରାମବାସୀ ଗୁରୁବାର ଖଣି ବନ୍ଦ ଆନ୍ଦୋଳନ ସହ ଆମରଣ ଅନଶନରେ ବସିଥିବାବେଳେ କଂସମୁଣ୍ଡା ଗ୍ରାମର ଏସ୍‌ସିଏସ୍‌ଟି ସଙ୍ଗଠନ ପକ୍ଷରୁ ଖଣି ଫାଟକ ସମ୍ମୁଖରେ ଧାରଣା ଦିଆଯାଇଛି।