ସମ୍ବଲପୁର

ଜୋଙ୍କ ଜଳ ସେଚନ ବିବାଦ ତୁଟିଲା: ୩୦ ଦିନ ପରେ ଧାରଣା ହଟିଲା; ତଳମୁଣ୍ଡ ପାଇଁ ପାଣି ଛଡାଗଲା

ଜୋଙ୍କ ଜଳ ସେଚନ ବିବାଦ ତୁଟିଲା:  ୩୦ ଦିନ ପରେ ଧାରଣା ହଟିଲା;  ତଳମୁଣ୍ଡ ପାଇଁ ପାଣି ଛଡାଗଲା

ନୂଆପଡା ଅଫିସ,୨୪ା୧: ନୂଆପଡା ଜିଲାର ଭାତହାଣ୍ଡି କୁହାଯାଉଥିବା ଜୋଙ୍କ ଜଳ ସେଚନ ପ୍ରକଳ୍ପରୁ ରବି ଚାଷ ସକାଶେ ପାଣି ବଣ୍ଟନକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହୋଇଛି । ମଙ୍ଗଳବାର ବିଳମ୍ବିତ ରାତିର ନିଷ୍ପତ୍ତି ପରେ ଜିଲାପାଳ, ଏସପି ଦୁହେଁ ବୁଧବାର ମଧ୍ୟାହ୍ନରେ ଧାରଣାସ୍ଥଳରେ ପହଞ୍ଚତ୍ ନିର୍ଭର ପ୍ରତିଶ୍ରୁତି ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଛନ୍ତି । ଅପରାହ୍ନରେ ଜଳ ସେଚନ ବିଭାଗ ତଳ ମୁଣ୍ଡକୁ ଡ୍ୟାମରୁ ପାଣି ଛାଡିବା ପରେ ସବୁ ବିବାଦର ପୂର୍ଣ୍ଣଛେଦ ପଡିଛି । ଚାଷୀଙ୍କ ବିଭିନ୍ନ ଦାବି ଉପରେ କାର୍ଯ୍ୟାନୁଷ୍ଠାନ ସହ ପ୍ରତିବର୍ଷ ଡ୍ୟାମତଳି ସବୁ ଚାଷୀଙ୍କୁ ପାଣି ଦେବାର ବ୍ୟବସ୍ଥା କରାଯିବ ବୋଲି ଜଣାଇବା ପରେ ଖୁସିର ଲହରୀ ଖେଳିଯାଇଥିଲା । 

     ସବୁଦିନ ଭଳି କେନାଲ ମୁଣ୍ଡରେ ଉପର ମୁଣ୍ଡ ଚାଷୀଙ୍କ ଧାରଣା ସକାଳ ୭ଟାରେ ଆରମ୍ଭ ହୋଇଥିଲା । ଜିଲାପାଳ ଡା.ପୋମା ଟୁଡୁ ଏବଂ ଏସପି ସ୍ମିତ ପରମାର ଅନ୍ୟମାନଙ୍କ ସହ ମଧ୍ୟାହ୍ନ ଗୋଟାଏରେ ଧାରଣାସ୍ଥଳରେ ପହଞ୍ଚତ୍ଥିଲେ । ଯୋଗେଶ୍ୱର ମଞ୍ଚ ତରଫରୁ ସ୍ବାଗତ କରାଯାଇଥିଲା । ଜିଲାପାଳ ଚାଷୀଙ୍କ ସ୍ବାର୍ଥ୍ୟକୁ ଦୃଷ୍ଟିରେ ରଖି ପ୍ରଶାସନ ସବୁବେଳେ କାମ କରୁଛି । ସବୁ ଦାବିଗୁଡିକ ଉପରେ ଆମେ ଗୁରୁତ୍ୱ ଦେଇଛୁ । ଏଠାରେ ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀଙ୍କୁ ସ୍ଥାନାନ୍ତର କରାଯିବ। ପାଣି ପଞ୍ଚାୟତ ନିର୍ବାଚନ ସକାଶେ ତୁରନ୍ତ ବିଜ୍ଞପ୍ତି ଜାରି କରାଯିବ । ଡ୍ୟାମରେ ଆସନ୍ତା ବର୍ଷଠାରୁ ୩୫୪ ମିଟର ପାଣି ରଖିବାକୁ ବିଧିବଦ୍ଧ ଚେଷ୍ଟା କରାଯିବ। ଏହା ପରେ କାହାରି ସମସ୍ୟା ହେବ ନାହିଁ । ସମସ୍ତ ଚାଷୀଙ୍କୁ ପାଣି ମିଳିବ ବୋଲି କହିଥିଲେ । ଏହାକୁ ସୁପରିଚାଳନା କରିବାକୁ ଚାଷୀମାନଙ୍କୁ ଜିଲାପାଳ ଅନୁରୋଧ କରିଥିଲେ। ଜିଲାପାଳଙ୍କ ନିଷ୍ପତ୍ତିକୁ ସ୍ବାଗତ କରି ସନ୍ଧ୍ୟାରେ ଚାଷୀମାନେ ଆନ୍ଦୋଳନରୁ ଓହରିଯାଇଥିଲେ । ପରେ ଜିଲାପାଳ କେନାଲ ଯାଇ ଜୋଙ୍କ ଜଳ ପ୍ରକଳ୍ପ ବୁଲି ଦେଖିଥିଲେ । ଅପରାହ୍ନ ୩ଟାରେ ଡ୍ୟାମରୁ ଅଧିକାରୀମାନେ ପାଣି ଛାଡିଥିଲେ । ଅଧିକାରୀଙ୍କ ସହ ବରିଷ୍ଠ ଆଇନଜୀବୀ ପ୍ରସନ୍ନ ଚନ୍ଦ୍ର ମହାପାତ୍ର, ଜିଲା ଓକିଲ ସଂଘ ସଭାପତି ପ୍ରସନ୍ନ ପାଢୀ, ସିଭିଲ ବାର ଆସୋସିଏଶନ ସମ୍ପାଦକ ବିଶ୍ୱମଣୀ ପାଣିଗା୍ରହୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଯେ, ଜୋଙ୍କ ଜଳ ସେଚନ ପ୍ରକଳ୍ପର ଉପରମୁଣ୍ଡ ଚାଷୀମାନେ ଆଜକୁ ୩୦ ଦିନ ଧରି କେନାଲ ମୁଣ୍ଡରେ ଧାରଣାରେ ବସିଥିବାବେଳେ କେନାଲରେ ପାଣି ଛାଡିଲେ ଜଳ ସମାଧି ଦେବୁ ବୋଲି ପ୍ରଶାସନକୁ ନାକେଦମ କରି ରଖିଥିଲେ । ତଥାପି ପ୍ରଶାସନ ତରଫରୁ ଠୋସ ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ ହୋଇଥିଲା । ଏପଟେ ହାଇକୋର୍ଟ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ପ୍ରଶାସନକୁ ଚାପ ପକାଇଆସୁଥିଲେ ତଳମୁଣ୍ଡ ଚାଷୀ । ମଝିରେ ପ୍ରଶାସନ ଫସି ଯାଇଥିଲା । ଶେଷ ସମୟରେ ଜିଲାପାଳ ଏବଂ ଏସପି ହସ୍ତକ୍ଷେପ କରି ସମାଧାନର ସୂତ୍ର ଖୋଜି ବାହାର କରିଥିଲେ । ମଙ୍ଗଳବାର ଦିନତମାମ କସରତ କରିଥିଲେ । ପର୍ଯ୍ୟାୟକ୍ରମେ ବରିଷ୍ଠ ଆଇନଜୀବୀ, ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ବସି ଆଲୋଚନା କରିଥିଲେ । ସେମାନଙ୍କ ପରାମର୍ଶକ୍ରମେ ପୁଣି ଥରେ ଦୁଇ ପକ୍ଷର ଚାଷୀନେତାମାନଙ୍କୁ ନେଇ ସଦଭାବନା ସଭାଗୃହରେ ବୈଠକ କରିଥିଲେ । ଦୀର୍ଘ ୩ ଘଣ୍ଟାର ମାରାଥନ ବୈଠକ ପରେ ମଙ୍ଗଳବାର ରାତି ସାଢେ ୧୧ଟାରେ ନିସ୍କର୍ଷ ବାହାରିଥିଲା । ଚୂଡାନ୍ତ ନିଷ୍ପତ୍ତି ଉପରେ ଦୁଇ ମୁଣ୍ଡର ଚାଷୀନେତାମାନେ ମୋହର ମାରିଥିଲେ । ଆଗକୁ ଦୁଇ ଗୋଷ୍ଠୀ ମଧ୍ୟରେ କିପରି ଭାବେ ଶାନ୍ତିର ବାତାବରଣ ରକ୍ଷା କରିବାରେ ପ୍ରଶାସନ ସହାୟକ ହୋଇପାରୁଛି ତାହା ଦେଖିବାକୁ ବାକି ରହିଲା। 

All Right Reserved By

ସମ୍ବଲପୁର

ଉତ୍ସବ ପ୍ରଧାନପାଟ ଉଦ୍‌ଯାପିତ

ଉତ୍ସବ ପ୍ରଧାନପାଟ ଉଦ୍‌ଯାପିତ

ଦେବଗଡ଼,୧୬ା୨(ସ୍ବ.ପ୍ର)ପର୍ଯ୍ୟଟନସ୍ଥଳୀ ପ୍ରଧାନପାଟସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ୫ଦିନ ଦିନ ଧରି ଚାଲିଥିବା ୧୯ତମ ଉସତ୍ବ ପ୍ରଧାନପାଟ-୨୦୧୯ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାର କାର୍ଯ୍ୟକ୍ରମରେ  ଜିଲାପାଳ ସୁଧାଂଶୁ ମୋହନ ସାମଲ  ଅଧ୍ୟକ୍ଷତା କରିଥିଲେ। 

ଫସଲବୀମା ପରଦାନ ଦାବିରେ ଚାଷୀକଁର ଧାରନା  : ଲିଖିତ ପରତିଶୁରତି ଦେଲେ ଉପଜିଲାପାଳ

ଫସଲବୀମା ପରଦାନ ଦାବିରେ ଚାଷୀକଁର ଧାରନା : ଲିଖିତ ପରତିଶୁରତି ଦେଲେ ଉପଜିଲାପାଳ

ରେଢାଖୋଲ ୧୬।୨(ଡି.ଏନ.ଏ.): ପ୍ରଧାନମନ୍ତ୍ରୀ ଫସଲବୀମା ପରଦାନ ଦାବିରେ ରେଢ଼ାଖାଲ ବ୍ଲକ ଗଡ଼ଗଡ଼ବାହାଲ ପଁଚେତ୍‌ର ଚାଷୀମାନେ ଶୁକୁରବାର ଉପଜିଲାପାଳକଁର ଦପ୍‌ତର ଆଘେ ଧାରନାରେ ବସିଥିଲେ। ସଖାଲର ପାଖାପାଖି ୧୦ଟାରୁ ୫ଟା ତକ୍‌ ଧାରନା ଦିଆଯାଇଥିଲା। ଉପଜିଲାପାଳ ବିଶିକେଶନ ଦେହୁରୀ ଚାଷୀକୁ ବୀମାଟଁକା ଦେବାର ଲାଗି ପଦକ୍ଷେପ ନିଆଯିବା ବଲି ଲିଖିତ ପରତିଶୁର୍‌ତି ଦେଲା ଉତାରୁ ଧାରନାରୁ ଚାଷୀମାନେ ଉଠିଥିଲେ। 

ଭତାରୁ ବଁଚିତ ୩ କଳାକାର

ଭତାରୁ ବଁଚିତ ୩ କଳାକାର

ଅତାବିରା, ୧୬।୨ (ଡି.ଏନ.ଏ): ରାଏଜ୍‌ ସରକାର ରାଏଜର କଳାକାରମାନକୁ ମାସିକ ୧୨ଶହ ଟଁକା ଲେଖେଁ କଳାକାର ଭତା ଯୁଗେଇ ଦେଉଛନ୍‌। ହେଲେ ଇ ଭତା ଲାଗି ଦରକାରି ପରମାନପତର, ବଏସ, ସଠିକ୍‌ ବିବରନ୍‌ ଦେବାର ଲାଗି ଆବେଦନ ଫର୍ମରେ ଲେଖା ଅଛେ। 

ଅଫିସ କାଯ୍‌ ଚାଲିଛେ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ : ମଦୁଆକର କବ୍‌ଜାରେ କରମତଲା ପଁଚେତ୍‌

ଅଫିସ କାଯ୍‌ ଚାଲିଛେ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ : ମଦୁଆକର କବ୍‌ଜାରେ କରମତଲା ପଁଚେତ୍‌

ସଇଁତଲା,୧୬ା୨ (ଡି.ଏନ.ଏ):  ପଁଚେତ୍‌ ଅଫିସ ମଦୁଆକର ଆଡ୍ଡା ପାଲଟିଥିବାର ଲାଗି ପଁଚେତ୍‌ର ସବୁ କାମ୍‌ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଚାଲୁଥିବାର ଖୋଦ୍‌ ସରପଁଚ୍‌ କହୁଛନ୍‌। ଏନ୍‌ତା ଗୁଟେ ଆଶିରିଯ୍‌ ଘଟନା ଦେଖ୍‌ବାକେ ମିଲିଛେ ସଇଁତଲା ବ୍ଲକର କରମତଲା ପଁଚେତ ଅଫିସରେ। 

ଭୂମି ଅଧିକାର ଦାବିରେ ରଣହୁଙ୍କାର

ଭୂମି ଅଧିକାର ଦାବିରେ ରଣହୁଙ୍କାର

ବରଗଡ଼ ଅଫିସ୍‌,୧୫।୨: ଭୂମି ଅଧିକାର ପ୍ରଦାନ ଦାବି ନେଇ ବରଗଡ଼ରେ ଆନ୍ଦୋଳନ ଜୋର୍‌ ଧରିଛି ।

ଧରାପଡିଲେ ୪ ହାଇୱେ ଲୁଟେରା:  ୩୧ଟନ୍‌ ଲୁଟ୍‌ ଲୁହାରଡ୍‌, ଟ୍ରକ୍‌  ଜବତ୍‌

ଧରାପଡିଲେ ୪ ହାଇୱେ ଲୁଟେରା: ୩୧ଟନ୍‌ ଲୁଟ୍‌ ଲୁହାରଡ୍‌, ଟ୍ରକ୍‌ ଜବତ୍‌

 ବଲାଙ୍ଗୀର ଅଫିସ, ୧୫ା୨:ବଲାଙ୍ଗୀର ଜିଲା ପୋଲିସ ଏକ ହାଇୱେ ଲୁଟେରା ଦଳକୁ ଗିରଫ କରି ସେମାନଙ୍କଠାରୁ ସମସ୍ତ ଲୁଟ୍‌ ସାମଗ୍ରୀ ଓ ଲୁଟ୍‌ରେ ବ୍ୟବହୃତ ସାମଗ୍ରୀ ଜବତ୍‌ କରିଛି ।  

ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ, ୬ଗିରଫ

ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ, ୬ଗିରଫ

ବଲାଙ୍ଗୀର ଅଫିସ, ୧୫ା୨:ବଲାଙ୍ଗୀର ବନବିଭାଗ ଟିମ୍‌ ଏକ ବଡଧରଣର ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ କରିଛି ।  ଗୁରୁବାର ବିଳମ୍ବିତ ରାତିରେ କେନ୍ଦୁ କାଠଗଣ୍ଡି ବୋଝେଇ ଏକ ଟ୍ରକ୍‌, ଏକ କାର ଓ ବାଇକ୍‌ ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।  

ପିରବତୀ ଯୁକ୍ତ ୨ ମହିଳା କଲେଜର ତୃତୀୟ ବାର୍ଷିକ ଉତ୍ସବ

ପିରବତୀ ଯୁକ୍ତ ୨ ମହିଳା କଲେଜର ତୃତୀୟ ବାର୍ଷିକ ଉତ୍ସବ

କର୍ଲାମୁଣ୍ଡା,୧୫।୨(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଅଞ୍ଚଳର ଏକମାତ୍ର ପିରବତୀ ଯୁକ୍ତ ୨ ମହିଳା ମହାବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି। 

ବିପୁଳ ପରିମାଣର ମଦ, ମହୁଲ ପୋଚ ଜବତ

ବିପୁଳ ପରିମାଣର ମଦ, ମହୁଲ ପୋଚ ଜବତ

ପାଟଣାଗଡ, ୧୫।୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକର ରେଙ୍ଗାଲି ଏବଂ ଛେଲଖାଇ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ଦେଶୀ ରନ୍ଧାମଦ ଏବଂ ମହୁଲ ପୋଚ ଜବତ କରିଛି। 

ସଂକଳ୍ପିତ ହେଲେ ସବୁକାମ ସମ୍ଭବ ହେବ

ସଂକଳ୍ପିତ ହେଲେ ସବୁକାମ ସମ୍ଭବ ହେବ

ଅମରପାଲି,୧୫।୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଗ୍ରାମ ପଞ୍ଚାୟତର ଭୁତିଆପାଲିସ୍ଥିତ ପରମେଶ୍ୱରୀ କଲେଜରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି।

ଅବକାରୀ ବିଭାଗ ଚଢ଼ାଉ: ଦେଶୀ ମଦ ଜବତ, ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଅବକାରୀ ବିଭାଗ ଚଢ଼ାଉ: ଦେଶୀ ମଦ ଜବତ, ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ପାଟଣାଗଡ଼,୧୫।୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକର ରେଙ୍ଗାଲି ଏବଂ ଛେଲଖାଇ ଗ୍ରାମରେ ଅବକାରୀ ବିଭାଗ ଶୁକ୍ରବାର ଚଢ଼ାଉ କରିଛିି। ଏହି ଚଢ଼ାଉରେ ଜଣେ ମହିଳା ସମେତ ୫ ଜଣଙ୍କୁ ଗିରଫ କରାଯିବା ବେଳେ ୧୭୬ ଲିଟର ଦେଶୀ ରନ୍ଧା ମଦ, ୧୨୦ କେଜି ମହୁଲ ଏବଂ ରେଙ୍ଗାଲି ଜଙ୍ଗଲରୁ ୩.୫ କୁଇଣ୍ଟାଲ ମହୁଲ ପୋଚ ଜବତ କରିଥିଲେ। 

ସପନ୍‌ ହେଇ ରହିଗଲା ପକାଘର: ଭୁଲ କଲା ପରଶାସନ, ଦୁଖ୍‌ ଭୁଗ୍‌ଲେ ଅମ୍ବରିଶ

ସପନ୍‌ ହେଇ ରହିଗଲା ପକାଘର: ଭୁଲ କଲା ପରଶାସନ, ଦୁଖ୍‌ ଭୁଗ୍‌ଲେ ଅମ୍ବରିଶ

ଉଲୁଣ୍ଡା, ୧୫।୨ (ଡି.ଏନ.ଏ): ପଁଚେତ୍‌ କଁଥିରେ ୨୦୧୬ ଏପ୍ରିଲ ମାସେ ଛପାହେଲା ନାଁ। ସରକାରୀ ଆବାସ ଯୋଜନାରେ ପକାଘର ଖଁଡ଼େ ମିଲବା ଇ ଆଶାରେ ସେ ଖୁସ୍‌ଥିଲେ।