ବାଣିଜ୍ୟ |

ମୁହଁ ଖୋଲିଲେ ଗୀତା ଗୋପୀନାଥ;ଭାରତରେ ଋଣଛାଡ଼ ବଦଳରେ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଦେବା ଉଚିତ୍‌

ମୁହଁ ଖୋଲିଲେ ଗୀତା ଗୋପୀନାଥ;ଭାରତରେ ଋଣଛାଡ଼ ବଦଳରେ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଦେବା ଉଚିତ୍‌

ଡାଭୋସ୍‌,୨୪-୧: ଭୋଟ୍‌ ହାତେଇବାକୁ ହେଲେ ଚାଷୀଙ୍କ ଋଣଛାଡ଼ ଏକ ବଡ଼ ବିକଳ୍ପ ବୋଲି ଭାରତରେ ରାଜନୈତିକ ଦଳଗୁଡିକ ବିଚାର କରୁଛନ୍ତି। ଏହି କାରଣରୁ ନିର୍ବାଚନ ବେଳେ ଚାଷୀଙ୍କ ଋଣଛାଡ଼ କରାଯିବ ବୋଲି ଘୋଷଣା କରାଯାଉଛି। ତେବେ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିର ମୁଖ୍ୟ ଅର୍ଥନୀତିବିଦ୍‌ ଗୀତା ଗୋପିନାଥ କହିଛନ୍ତି ଯେ, ଭାରତରେ ଚାଷୀଙ୍କ ଋଣଛାଡ଼ ଲାଗି ରାଜ୍ୟ ସରକାରଗୁଡିକ ନେଇଥିବା ପଦକ୍ଷେପ ଠିକ୍‌ ନୁହେଁ। ଏହା ବଦଳରେ ସେମାନଙ୍କ ବ୍ୟାଙ୍କ ଆକାଣ୍ଟକୁ ସିଧାସଳଖ ଟଙ୍କା ଜମା କରିବା ଭଲ ବିକଳ୍ପ ହେବ। ଏଠାରେ ଡବ୍ଲ୍ୟୁଇଏଫ୍‌ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଗୋପୀନାଥ କହିଛନ୍ତି ଯେ, ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ହେଲେ ସେମାନଙ୍କ ସହ ମିଳିମିଶି କାମ କରିବାକୁ ହେବ। ଏଥିସହିତ କୃଷି ଉତ୍ପାଦନ ବଢ଼ାଇବା ଲାଗି ଚାଷୀଙ୍କୁ ଉନ୍ନତ କିସମର ମଞ୍ଜି ଏବଂ ପ୍ରଯୁକ୍ତି କୌଶଳ ଯୋଗାଇବାକୁ ହେବ। ସୂଚନାଥାଉ କି, କୃଷି  ଋଣ ଛାଡ଼କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ସମାଲୋଚନା କରିସାରିଛନ୍ତି। ସମସ୍ତ ରାଜନୈତିକ ଦଳଗୁଡିକ କୃଷି ଋଣ ଛାଡ଼କୁ ନିଜର ନିର୍ବାଚନୀ ଇସ୍ତାହାରରୁ ହଟାଇ ଦେବା ଆବଶ୍ୟକ ବୋଲି ରାଜନ ନିର୍ବାଚନ କମିଶନଙ୍କୁ ପତ୍ର ଲେଖି ଦାବି କରିଥିଲେ। ଗୀତା କହିଛନ୍ତି ଯେ, ଚଳିତ ବର୍ଷ ଏନ୍‌ଡିଏ ସରକାରଙ୍କ ଲାଗି କୃଷି ସେକ୍ଦର ଓ ଅଧିକ ନିଯୁକ୍ତି ସୃଷ୍ଟି ଦୁଇଟି ବଡ଼ ଚ୍ୟାଲେଞ୍ଜ ରହିଛି। ଏହାସତ୍ତ୍ୱେ ଭାରତର ଅର୍ଥନୀତି ଭଲ ପ୍ରଦର୍ଶନ କରିବ ବୋଲି ଗୀତା ଆଶାବ୍ୟକ୍ତ କରିଛନ୍ତି।

All Right Reserved By

ବାଣିଜ୍ୟ |

ଇରାନ ତେଲ କ୍ରୟ ନେଇ ଭାରତକୁ ଆମେରିକା ଝଟକା

ଇରାନ ତେଲ କ୍ରୟ ନେଇ ଭାରତକୁ ଆମେରିକା ଝଟକା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩-୪: ଇରାନରୁ ତେଲ କିଣିବା ନେଇ ଆମେରିକା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।  ଇରାନରୁ ତେଲ କିଣିବା ଲାଗି ଭାରତ ସମେତ ୮ଟି ଦେଶ ପାଇଁ ଆମେରିକା କଟକଣା କୋହଳ କରିଥିଲା। 

ଆସସ୍‌ ପକ୍ଷରୁ ବ୍ୟାକ୍‌ ଟୁ ସ୍କୁଲ୍‌ ଅଫର ଘୋଷଣା

ଆସସ୍‌ ପକ୍ଷରୁ ବ୍ୟାକ୍‌ ଟୁ ସ୍କୁଲ୍‌ ଅଫର ଘୋଷଣା

ଭୁବନେଶ୍ୱର, ୨୩।୪(ବ୍ୟୁରୋ): ଆସସ୍‌ ପକ୍ଷରୁ ବ୍ୟାକ୍‌ ଟୁ ସ୍କୁଲ୍‌ ଅଫର ଘୋଷଣା କରାଯାଇଛି। 

୪ ଲକ୍ଷ ପୋଷ୍ଟ ହଟାଇଲା ଶେୟାର ଚାଟ୍‌

୪ ଲକ୍ଷ ପୋଷ୍ଟ ହଟାଇଲା ଶେୟାର ଚାଟ୍‌

ନୂଆଦିଲ୍ଲୀ,୨୩।୪: ୨୦୧୯ ଫେବୃୟାରି ପରେ ଶେୟାରଚାଟ୍‌ ପକ୍ଷରୁ ୪,୮୭୦୦୦ପୋଷ୍ଟ୍‌କୁ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି।

ଡିସିବି ବ୍ୟାଙ୍କର ଆର୍ଥିକ ଫଳାଫଳ ଘୋଷଣା

ଡିସିବି ବ୍ୟାଙ୍କର ଆର୍ଥିକ ଫଳାଫଳ ଘୋଷଣା

ମୁମ୍ବାଇ, ୨୩।୪: ଡିସିବି ବ୍ୟାଙ୍କର ପରିଚାଳନା ମଣ୍ଡଳୀ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସର ଆର୍ଥିକ ଫଳାଫଳ ସହ ସମଗ୍ର ଆର୍ଥିକ ବର୍ଷର ଫଳାଫଳ ଘୋଷଣା କରାଯାଇଛିା 

ଡାଉନଲୋଡ ସ୍ପିଡ୍‌ରେ ଜିଓ ଆଗୁଆ

ଡାଉନଲୋଡ ସ୍ପିଡ୍‌ରେ ଜିଓ ଆଗୁଆ

ନୂଆଦିଲ୍ଲୀ, ୨୩।୪:୪ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ଚାର୍ଟରେ ଜିଓ ସବୁଠୁ ଆଗରେ ରହିଛି। ଟେଲିକମ ନିୟାମକ ପ୍ରାଧିକରଣ(ଟ୍ରାଏ) ପକ୍ଷରୁ ପ୍ରକାଶ କରାଯାଇଥିବା ଚାର୍ଟରେ ଏହା ଦର୍ଶାଯାଇଛି।

ସହଜ ହେବ ବ୍ୟବସାୟ;ଇଜ୍‌ ଅଫ୍‌ ଡୁଇଂ ବିଜନେସ ର଼୍ୟାଙ୍କିଙ୍ଗରେ ଟପ୍‌ ୫୦ରେ ସ୍ଥାନ ପାଇବା ଲକ୍ଷ୍ୟ

ସହଜ ହେବ ବ୍ୟବସାୟ;ଇଜ୍‌ ଅଫ୍‌ ଡୁଇଂ ବିଜନେସ ର଼୍ୟାଙ୍କିଙ୍ଗରେ ଟପ୍‌ ୫୦ରେ ସ୍ଥାନ ପାଇବା ଲକ୍ଷ୍ୟ

ନୂଆଦିଲ୍ଲୀ,୨୩-୪: ବ୍ୟବସାୟୀ ସୁଗମତା କ୍ଷେତ୍ରରେ ଭାରତ ଆଉ କିଛି ଦିନ ଭିତରେ ଇତିହାସ ରଚିବାକୁ ଯାଉଛି।

ନୀରବ,ଚୋକ୍‌ସୀଙ୍କ ପଳାୟନର ପ୍ରଭାବ;ରୁପା ଗହଣା ରପ୍ତାନି କମିଛି ୭୫%

ନୀରବ,ଚୋକ୍‌ସୀଙ୍କ ପଳାୟନର ପ୍ରଭାବ;ରୁପା ଗହଣା ରପ୍ତାନି କମିଛି ୭୫%

ନୂଆଦିଲ୍ଲୀ,୨୩-୪: ହୀରା ବ୍ୟବସାୟୀ ନୀରବ ମୋଦି ଓ ମେହୁଲ ଚୋକ୍‌ସୀଙ୍କ ବିଦେଶ ପଳାୟନ ପରେ ଭାରତୀୟ ରୁପା ଗହଣା ବଜାର ବେଶ୍‌ ପ୍ରଭାବିତ ହୋଇଛି।

ସୁପ୍ରିମକୋର୍ଟରେ ଟିକଟକ୍‌ ମାମଲାର ଶୁଣାଣି;ମାଡ୍ରାସ ହାଇକୋର୍ଟକୁ ୨୪ ସୁଦ୍ଧା ସମୟ, ନଚେତ ବ୍ୟାନ ହଟିବ

ସୁପ୍ରିମକୋର୍ଟରେ ଟିକଟକ୍‌ ମାମଲାର ଶୁଣାଣି;ମାଡ୍ରାସ ହାଇକୋର୍ଟକୁ ୨୪ ସୁଦ୍ଧା ସମୟ, ନଚେତ ବ୍ୟାନ ହଟିବ

ନୂଆଦିଲ୍ଲୀ,୨୩-୪: ଭାରତ ସମେତ ବିଶ୍ୱର ବହୁ ଦେଶରେ ଅତ୍ୟନ୍ତ ଲୋକପ୍ରିୟ ସର୍ଟ ଭିଡ଼ିଓ ଆପ୍‌ ଟିକ୍‌ଟକ ଉପରେ ଲାଗିଥିବା ବ୍ୟାନ୍‌ ହଟିଯିବା ସମ୍ଭାବନା ରହିିଛି। ସୋମବାର ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ଆଗତ ମାମଲାର ଶୁଣାଣି ହୋଇଥିଲା। ମାଡ୍ରାସ ହାଇକୋର୍ଟ ବ୍ୟାନ ସଂକ୍ରାନ୍ତରେ ଦେଇଥିବା ଆଦେଶର ପୁନର୍ବିଚାର କରି ଆସନ୍ତା ୨୪ରେ ନିଜର ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାନ୍ତୁ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ବୋଚ୍ଚ ଅଦାଲତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। 

ବିଆଇଏସ୍‌ ଅଧୀନକୁ ଆସିବ ହେଲମେଟ ସୁରକ୍ଷାମାନ

ବିଆଇଏସ୍‌ ଅଧୀନକୁ ଆସିବ ହେଲମେଟ ସୁରକ୍ଷାମାନ

ନୂଆଦିଲ୍ଲୀ,୨୩-୪: ଦୁଇଚକିଆ ଗାଡ଼ିଚାଳକମାନେ ବ୍ୟବହାର କରୁଥିବା ହେଲମେଟର ସୁରକ୍ଷା ମାନକୁ ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡ(ବିଆଇଏସ୍‌) ଅଧୀନକୁ ଅଣାଯିବ। ଏଥିପାଇଁ ଏକ ନୂଆ ନିୟମ ଲାଗୁ ହେବ। ହେଲମେଟ ପ୍ରସ୍ତୁତି ବିଆଇଏସ୍‌ ମାନଦଣ୍ଡ ଅନୁଯାୟୀ ହେଉ ନ ଥିବାରୁ ଏହାର ମାନ ନେଇ ପ୍ରଶ୍ନବାଚୀ ଉଠିଛି। ଦେଶରେ ବର୍ଷରେ ପ୍ରାୟ ୨ କୋଟି ହେଲମେଟ ତିଆରି ହେଉଥିବା ବେଳେ ତହିଁରୁ ୭୦ ପ୍ରତିଶତ କ୍ଷୁଦ୍ର ଓ ଅସଂଗଠିତ କମ୍ପାନୀ ଦ୍ୱାରା ତିଆରି କରାଯାଉଛି। 

ଆଇବିସି ଯାଞ୍ଚରୁ ଖୁଲାସା;୨୦୦ରୁ ଊର୍ଦ୍ଧ୍ୱ କମ୍ପାନୀରେ ୧ ଲକ୍ଷ କୋଟିରୁ ଅଧିକ ଦୁର୍ନୀତି

ନୂଆଦିଲ୍ଲୀ,୨୩-୪: ଦେଶର ଉଦ୍ୟୋଗ ଜଗତରେ ଦୁର୍ନୀତି ଛାଇଯାଇଛି। ଦେବାଳିଆ ଆଇନ ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି) ଅଧୀନରେ ଯାଞ୍ଚ ବେଳେ ୨୦୦ରୁ ଊର୍ଦ୍ଧ୍ୱ କମ୍ପାନୀର ଫରେନ୍ସିକ ଅଡିଟ୍‌ ବେଳେ ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ଧରାପଡିଛି। ଆଇବିସି ଅଧୀନରେ ଇନ୍‌ସଲଭେନ୍ସି ରିଜଲ୍ୟୁଶନର ସାମ୍ନା କରୁଥିବା କମ୍ପାନୀଗୁଡ଼ିକ ପାଣ୍ଠି ସ୍ଥାନାନ୍ତର କରିଥିବା ଆଶଙ୍କା କରାଯାଉଛି। ଆଇବିସି ଅଧୀନରେ ରିଜଲ୍ୟୁଶନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ କେତେକ ହାଇପ୍ରୋଫାଇଲ ମାମଲା ସୁପାରିସ କରିଥିଲା, ସେଥିରେ ସର୍ବାଧିକ ଦୁର୍ନୀତି ଧରାପଡିଛି। 

କେନ୍ଦ୍ରକୁ ଶିବସେନାର ପରାମର୍ଶ;ଜେଟ୍‌ ଏୟାରଓ୍ବେଜ କର୍ମଚାରୀଙ୍କୁ ବଞ୍ଚାଅ

କେନ୍ଦ୍ରକୁ ଶିବସେନାର ପରାମର୍ଶ;ଜେଟ୍‌ ଏୟାରଓ୍ବେଜ କର୍ମଚାରୀଙ୍କୁ ବଞ୍ଚାଅ

ମୁମ୍ବାଇ,୨୩-୪: ଜେଟ୍‌ ଏୟାରଓ୍ବେଜକୁ ଅଧିଗ୍ରହଣ କରି ଏହି ଏୟାରଲାଇନ କର୍ମଚାରୀଙ୍କୁ ବଞ୍ଚାଇବାକୁ ଶିବସେନା ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛି। ଦଳର ମୁଖପତ୍ର ‘ସାମ୍‌ନା’ର ସମ୍ପାଦକୀୟରେ ଲେଖାଯାଇଛି ଯେ, ବେକାରିଙ୍କର ଅଭିଶାପ ସ୍ବାଧ୍ୱୀଙ୍କ ଅଭିଶାପଠାରୁ ଅଧିକ ଶକ୍ତିଶାଳୀ। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଏଟିଏସ୍‌ର ପୂର୍ବତନ ପ୍ରମୁଖ ହେମନ୍ତ କରକରେଙ୍କ ମୃତ୍ୟୁକୁ ନେଇ ସ୍ବାଧ୍ୱୀ ପ୍ରଜ୍ଞାଙ୍କ ମନ୍ତବ୍ୟ ପରେ ଶିବସେନା ପକ୍ଷରୁ ଉକ୍ତ ମନ୍ତବ୍ୟ ଦିଆଯାଇଛି।

ଆର୍‌ବିଆଇ ବଳକା ଅର୍ଥକୁ ନେଇ ଜଲାନ କମିଟି ରିପୋର୍ଟ ଶୀଘ୍ର

ନୂଆଦିଲ୍ଲୀ,୨୩-୪: ଆର୍‌ବିଆଇର ବଳକା ଅର୍ଥ ସଂକ୍ରାନ୍ତ ରିପୋର୍ଟ ପ୍ରଦାନ ଲାଗି ଗଠନ ହୋଇଥିବା ଜଲାଲ କମିଟି ଏହାର ରିପୋର୍ଟ ଶୀଘ୍ର ପ୍ରଦାନ କରିବ ବୋଲି ଜଣାପଡିଛି। କମିଟିର ଅଧ୍ୟକ୍ଷ ପୂର୍ବତନ ଆରିବଆଇ ଗଭର୍ନର ବିମଳ ଜଲାନ କାର୍ଯ୍ୟ କରୁଛନ୍ତି।  କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ପ୍ରାୟ ୧-୩ ଲକ୍ଷ କୋଟି ଟଙ୍କାର ବଳକା ଅର୍ଥ ସଂକ୍ରାନ୍ତରେ କମିଟି ରିପୋର୍ଟ ଦେଇପାରନ୍ତି ବୋଲି ବିଦେଶୀ ବ୍ରୋକରେଜ ଫାର୍ମ ବ୍ୟାଙ୍କ ଅଫ୍‌ ଆମେରିକା ମେରିଲ୍‌ ଲିଞ୍ଚ୍‌ କହିଛି। ଏହା ମୋଟ ଘରୋଇ ଉତ୍ପାଦର ୦.୫%ରୁ ୧.୫% ରହିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଆର୍‌ବିଆଇ ଦ୍ୱାରା ପ୍ରଦାନ କରାଯିବାକୁ ଥିବା ଏହି ଅର୍ଥକୁ ସରକାର ଯଦି ବ୍ୟାଙ୍କର ପୁଞ୍ଜୀକରଣ କ୍ଷେତ୍ରରେ ଖର୍ଚ୍ଚ କରନ୍ତି ତେବେ ଏହା ଲିକ୍ୟୁଡିଟି କ୍ଷେତ୍ରରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଏହା କହିଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri