ଜୀବନଚର୍ଯ୍ୟା |

ମେଦବହୁଳତାରୁ ଦୂରେଇ ରହିବା ପାଇଁ ଶୁଅନ୍ତୁ ଏତିକି ସମୟ...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ଶୁଅନ୍ତୁ ଏତିକି  ସମୟ...

ଯଦି ରାତିରେ ନିଦ ଆସିବାକୁ କଷ୍ଟ ହେଉଛି କିମ୍ବା ବିଳମ୍ବ ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। କରାଯାଇଥିବା ଏକ ଗବେଷଣାରୁ ଗବେଷକ ଜାଣିପାରିଛନ୍ତି ଯେ, ନିଦ ହେଉ ନ ଥିଲେ ମଧୁମେହ, ମେଦବହୁଳତା ପରି ସମସ୍ୟା ଅତି ଶୀଘ୍ର ଦେଖାଦେଇଥାଏ। ବୋଷ୍ଟନ୍‌ର ବିମେସ ହସ୍‌ପିଟାଲ୍‌ର ଗବେଷକ ସେମାନଙ୍କ ଗବେଷଣା ରିପୋର୍ଟରେ ଏହା ଉଲ୍ଳେଖ କରିଛନ୍ତି।  ଦିନକୁ ୫ ଘଣ୍ଟାରୁ କମ୍‌ ସମୟ ଶୋଉଥିବା ବ୍ୟକ୍ତିଙ୍କୁ ନିଦ୍ରାହୀନତା ହୋଇଛି ବୋଲି କୁହାଯାଇଥାଏ। ଯଦି ଏହି ସମସ୍ୟା ଦୀର୍ଘଦିନ ଧରି ଲାଗି ରୁହେ, ତେବେ ମଧୁମେହ ଓ ମେଦବହୁଳ ଦେଖାଦେବା ନିଶ୍ଚିତ। ଏହାଦ୍ୱାରା ଏକ ବର୍ଷ ମଧ୍ୟରେ ଓଜନ ପ୍ରାୟ ୪.୫ ରୁ ୫.୫ କିଲୋଗ୍ରାମ୍‌ ବଢ଼ିଯିବ। ନିଦ ରକ୍ତ ଶର୍କରା ଓ ଇନସୁଲିନ୍‌ ସ୍ତରକୁ ପ୍ରଭାବିତ କରେ। ଏନେଇ କେତେକ ନିଦ ବିଶେଷଜ୍ଞ କୁହନ୍ତି,ଅନିଦ୍ରା ଯୋଗୁ ମେଦବହୁଳତା ଦେଖାଦେଇଥାଏ। ଗବେଷକ ୫ ହଜାର ଲୋକଙ୍କ ଉପରେ ଏଥିପାଇଁ ଛଅ ସପ୍ତାହ ଅଧ୍ୟୟନ କରିଥିଲେ।  କିଛି ଲୋକଙ୍କୁ ୧୦ ଘଣ୍ଟା ଶୋଇବାକୁ କୁହାଯାଇଥିଲା। ଏହାର ୨୮ ଘଣ୍ଟା ପରେ ସେମାନଙ୍କୁ ୫ ଘଣ୍ଟା ଶୋଇବାକୁ ଦିଆଯାଇଥିଲା ନିର୍ଦ୍ଦେଶ। ୫ ଘଣ୍ଟାରୁ କମ୍‌ ଶୋଉଥିବା ବ୍ୟକ୍ତିଙ୍କଠାରେ ଇନ୍‌ସୁଲିନ୍‌ ସ୍ତର ହ୍ରାସ ପାଇଥିବାର ଦେଖାଯାଇଥିଲା। ଏହି ରିପୋର୍ଟ ହେଲଥ୍‌ ସାଇନ୍ସ୍‌ ଜର୍ଣ୍ଣାଲ୍‌ରେ ପ୍ରକାଶିତ ହୋଇଛି।

All Right Reserved By

ଜୀବନଚର୍ଯ୍ୟା |

କ୍ୟାନସରକୁ  ବି ଦୂରେଇଦିଏ ଏହି ଫଳ

କ୍ୟାନସରକୁ ବି ଦୂରେଇଦିଏ ଏହି ଫଳ

ଅଙ୍ଗୁରରେ ଥିବା ପୋଷକତତ୍ତ୍ୱ କ୍ୟାନସର ଓ ଡାଇବେଟିସ୍‌ ଭଳି ମାରାତ୍ମକ ରୋଗକୁ ଦୂରେଇ ଦେଇଥାଏ। ନିକଟରେ ଆମେରିକାରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଏ ଯେ ଅଙ୍ଗୁର ମଞ୍ଜିର ରସ ପିଇଲେ କ୍ୟାନସର ଭଳି ମାରାତ୍ମକ ବ୍ୟାଧି ବ୍ୟାପି ନ ଥାଏ। 

ଯୁବ ସୁଲଭ ଠାଣି ବଜାୟ ରଖିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

ଯୁବ ସୁଲଭ ଠାଣି ବଜାୟ ରଖିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

କପେ ଚା’ ଦିନଯାକର ମାନସିକ ଚାପରୁ ମୁକ୍ତି ଦେବା ସହିତ ଶରୀରରେ ଆଣିଥାଏ ଫୁର୍ତ୍ତି। ଚା’ର କେତେକ ଔଷଧୀୟ ଗୁଣ ରହିଛି ।

କଫ ହେଉଥିଲେ ସକାଳୁ ଆପଣାନ୍ତୁ ଏହି ସହଜ ଉପାୟ...

କଫ ହେଉଥିଲେ ସକାଳୁ ଆପଣାନ୍ତୁ ଏହି ସହଜ ଉପାୟ...

ଲବଙ୍ଗର ଔଷଧୀୟ ଗୁଣ ଅନେକ। ବର୍ଷାଦିନେ ସକାଳୁ ଲବଙ୍ଗକୁ ଗରମ ପାଣିରେ ଫୁଟାଇ  ପିଇଲେ ଏହା ଶରୀର ଲାଗି ହୋଇଥାଏ ହିତକର । 

ଆଣ୍ଠୁଗଣ୍ଠି ବାତରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ଆଣ୍ଠୁଗଣ୍ଠି ବାତରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ସାଲାଡ୍‌ ଖାଇବା ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ। ସାଲାଡ୍‌ରେ ପ୍ରଚୁର ପରିମାଣରେ ଭିଟାମିନ୍‌, ଫୋଲିକ୍‌ ଏସିଡ୍‌, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଲୌହ ଓ ପୋଟାସିୟମ ଭଳି ପୁଷ୍ଟିକର ଉପାଦାନ ରହିଥାଏ।

ଅମୃତ ଭଣ୍ଡାର ଅମୃତ ଗୁଣ...

ଅମୃତ ଭଣ୍ଡାର ଅମୃତ ଗୁଣ...

ଅମୃତଭଣ୍ଡାରେ ଭରି ରହିଛି ଅନେକ ଅମୃତ ଗୁଣ। ଏହାର ବହୁ ଔଷଧୀୟ ଗୁଣ ଥିବାରୁ ଖାଦ୍ୟରେ ଏହାକୁ ନିୟମିତ ଗ୍ରହଣ କଲେ ଅନେକ ରୋଗ ଦୂର ହୁଏ। 

ରକ୍ତହୀନତାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ରକ୍ତହୀନତାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ସକାଳୁ ଆଖୁରସ ପିଇଲେ ମିଳେ ଅନେକ ଉପକାର। ଆଖୁରସରେ ଶରୀରକୁ ସୁସ୍ଥ ରଖିବା ଭଳି ଭିଟାମିନ୍‌,କ୍ୟାଲସିୟମ୍‌, ଫସଫରସ୍‌, ଗ୍ଲୁକୋଜ୍‌ ଆଦି ତତ୍ତ୍ୱ ଭରି ରହିଛି।

ସକାଳେ ଖାଆନ୍ତୁ ୪ଟି ଚିନା ବାଦାମ; ମିଳିବ ଅନେକ ଫାଇଦା...

ସକାଳେ ଖାଆନ୍ତୁ ୪ଟି ଚିନା ବାଦାମ; ମିଳିବ ଅନେକ ଫାଇଦା...

ପ୍ରତିଦିନ ସକାଳେ କିଛି ସମୟ ବ୍ୟାୟାମ ପରେ ୪ଟି ଚିନା ବାଦାମ ଖାଇଲେ ମିଳିଥାଏ ଅନେକ ଉପକାର। ନିୟମିତ ଏପରି କଲେ କ୍ୟାନସରରୁ ମୁକ୍ତି ମିଳିପାରିିବ ବୋଲି ଆୟୁର୍ବେଦରେ ଉଲ୍ଲେଖ କରାଯାଇଛି। 

ଥ୍ରେଡିଂ ପରେ...

ଥ୍ରେଡିଂ ପରେ...

ମୁହଁକୁ ସୁନ୍ଦର ଦେଖାଯିବାକୁ  ହେଲେ ମହିଳାମାନେ ଥ୍ରେଡିଂ କରିଥାନ୍ତି । ଥ୍ରେଡିଂ ପରେ ସେମାନେ ଏମିତି କିଛି ଭୁଲ୍‌ କରିଥାନ୍ତି ତାହା ପରବର୍ତ୍ତୀ ସମୟରେ ଚିନ୍ତାର କାରଣ ହୋଇଥାଏ । ତେବେ ଏଭଳି ସମସ୍ୟାରୁ ଦୂରେଇ ରହିବାପାଇଁ ନିମ୍ନୋକ୍ତ ଟିପ୍ସକୁ ଆପଣାଇପାରିବେ.....

ସକାଳେ ଖାଆନ୍ତୁ ଡ୍ରାଏ ଫ୍ରୁଟସ୍‌ ରହିବେ ବହୁ ରୋଗରୁ ଦୂରେଇ...

ସକାଳେ ଖାଆନ୍ତୁ ଡ୍ରାଏ ଫ୍ରୁଟସ୍‌ ରହିବେ ବହୁ ରୋଗରୁ ଦୂରେଇ...

ସକାଳେ ଡ୍ରାଏ ଫ୍ରୁଟସ୍‌  ଖାଇଲେ ମିଳିଥାଏ ଅନେକ ସୁଫଳ। ଏହା ଯୋଗୁ ମେଦବହୁଳତା ହ୍ରାସ ପାଇଥାଏ। ନିୟମିତ ଏପରି କଲେ ୬ମାସରୁ ଏକ ବର୍ଷ ମଧ୍ୟରେ ବିନା ଡାଏଟିଂରେ ତଥା ବ୍ୟାୟାମରେ ଜଣେ ସ୍ଲିମ୍‌ ହୋଇପାରିବେ। 

ସକାଳେ ପିଅନ୍ତୁ ଅଧାକପ୍‌ କିସ୍‌ମିସ୍‌ ପାଣି; ରହିବେ ବହୁ ରୋଗରୁ ଦୂରେଇ...

ସକାଳେ ପିଅନ୍ତୁ ଅଧାକପ୍‌ କିସ୍‌ମିସ୍‌ ପାଣି; ରହିବେ ବହୁ ରୋଗରୁ ଦୂରେଇ...

ସକାଳୁ କିଛି ସମୟ ବ୍ୟାୟାମ କରିବା ପରେ ଖାଲି ପେଟରେ କିସ୍‌ମିସ୍‌ ପାଣି ପିଇଲେ ସ୍ବାସ୍ଥ୍ୟ ଲାଗି ଖୁବ୍‌ ଭଲ। ନିୟମିତ ଏପରିକଲେ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳିଥାଏ। ଏହା ଲିଭରର କାର୍ଯ୍ୟକୁ ସ୍ବାଭାବିକ କରିବା ସହିତ ଏସିଡିଟି ସମସ୍ୟା ଦୂର କରେ।

ଅନ୍ତର୍ଜାତୀୟ ଅପସ୍ମାର ଦିବସ  ସମ୍ପର୍କରେ ଉପସ୍ଥାପନା...

ଅନ୍ତର୍ଜାତୀୟ ଅପସ୍ମାର ଦିବସ ସମ୍ପର୍କରେ ଉପସ୍ଥାପନା...

ଆଜି (ପ୍ରତିବର୍ଷ ଫେବୃୟାରୀ ଦ୍ୱିତୀୟ ସୋମବାର) ହେଉଛି ଅନ୍ତର୍ଜାତୀୟ ଅପସ୍ମାର ଦିବସ। ସେ ସମ୍ପର୍କରେ ଉପସ୍ଥାପନା...

କ୍ୟାନସର ଚିହ୍ନଟର ନୂଆ ଉପାୟ

କ୍ୟାନସର ଚିହ୍ନଟର ନୂଆ ଉପାୟ

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଥିବା ପ୍ରମୁଖ କେତୋଟି ରୋଗ ମଧ୍ୟରୁ କ୍ୟାନ୍‌ସର ଅନ୍ୟତମ। ପ୍ରାରମ୍ଭିକ ଅବସ୍ଥାରେ କେତେକ କ୍ୟାନ୍‌ସରକୁ ଚିହ୍ନଟ କରାଯାଇପାରିଲେ ଏଥିରୁ ଆରୋଗ୍ୟ ମିଳି ପାରୁଛି।