ଖେଳ |

ଅନ୍ତିମ ୨ ଦିନିକିଆ, ଟି୨୦ ସିରିଜରୁ କୋହଲିଙ୍କୁ ବିଶ୍ରାମ; ରୋହିତଙ୍କ ନେତୃତ୍ୱ

ଅନ୍ତିମ ୨ ଦିନିକିଆ, ଟି୨୦ ସିରିଜରୁ କୋହଲିଙ୍କୁ ବିଶ୍ରାମ;  ରୋହିତଙ୍କ ନେତୃତ୍ୱ

ନାପିଏର, ୨୪।୧(ପି.ଟି.)- ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଓ ଅତ୍ୟଧିକ କାର୍ଯ୍ୟଭାରକୁ ଦୃଷ୍ଟିରେ ରଖି ଭାରତୀୟ ଅଧିନାୟକ ତଥା ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଅନ୍ତିମ ଦୁଇଟି ମୁକାବିଲା ଓ ଟି୨୦ ସରିଜରୁ ବିଶ୍ରାମ ଦିଆଯାଇଛି। କୋହଲିଙ୍କ ଅନୁପସ୍ଥିତିରେ ଓପନର ତଥା ଉପ-ଅଧିନାୟକ ରୋହିତ ଶର୍ମା ଭାରତ ନେତୃତ୍ୱ ନେବେ। ଗତ କେତେ ମାସ ମଧ୍ୟରେ ଭାରତ କ୍ରମାଗତ ଭାବେ କ୍ରିକେଟ ଖେଳିଆସୁଛି। କୋହଲିଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତିବା ସହ ପ୍ରଥମ ଦ୍ୱିପାକ୍ଷିକ ଦିନିକିଆ ସିରଜରେ ବିଜୟ ହାସଲ କରି ଇତିହାସ ସୃଷ୍ଟି କରିଥିଲା। କୋହଲିଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାରକୁ ଦୃଷ୍ଟିରେ ରଖି ଚୟନ କମିଟି ଏହି ନିଷ୍ପତ୍ତି ନେଇଛି ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି। କୋହଲିଙ୍କୁ ବିଭିନ୍ନ ସିରିଜରେ ବିଶ୍ରାମ ଦିଆଯିବା କଥା ଆଦୌ ନୁଆ ନୁହଁ। ପୂର୍ବରୁ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ କୋହଲିଙ୍କୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଟି୨୦ ସିରିଜରେ ମଧ୍ୟ ବିଶ୍ରାମ ଦିଆଯାଇଥିଲା। ୟୁନାଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଗତ ସେପ୍ଟେମ୍ବରରେ ଅନୁଷ୍ଠିତ ଏସିଆ କପ୍‌ରେ ମଧ୍ୟରେ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲା ଓ ତାଙ୍କ ଅନୁପସ୍ଥିତିରେ ରୋହିତଙ୍କ ନେତୃତ୍ୱରେ ଭାରତ ଏସିଆକପ୍‌ ଚାମ୍ପିୟନ ହୋଇଥିଲା। ଆସନ୍ତା ମେ’ରୁ ଜୁନ୍‌ ମାସ ପର୍ଯ୍ୟନ୍ତ ଇଂଲଣ୍ଡରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ ପୂର୍ବରୁ ଭାରତ ପାଇଁ ଆଗାକୁ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି। ନ୍ୟୁଜିଲାଣ୍ଡ ଗସ୍ତ ପରେ ଭାରତ ଫେବୃୟାରୀ ୪ରୁ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଘରୋଇ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବାର କାର୍ଯକ୍ରମ ରହିଛି। ଏହା ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଆରମ୍ଭ ହେବ। ପୂର୍ବରୁ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରାଙ୍କୁ ମଧ୍ୟ ସମକାରଣ ପାଇଁ ବିଶ୍ରାମ ଦିଆଯାଇଛି। ପେବୃୟାରୀ ୬ରେ ଓ୍ବେଲିଂଟନରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ଆରମ୍ଭ ହେବ।   

ତେବେ କୋହଲିଙ୍କ ବଦଳ ଖେଳାଳି ଭାବେ କାହକୁ ଚୟନ କରାଯିବ ନାହିଁ। ଅନ୍ତିମ ଦୁଇଟି ଦିନିକିଆ ସମେତ ଟି୨୦ ସିରିଜରେ ରୋହିତ ଦଳରେ ନେତୃତ୍ୱ ନେବେ ବୋଲି କୁହାଯାଇଛି। ୨୦୧୮ରେ ଅସାଧାରଣ ପ୍ରଦର୍ଶନ କରି ମଙ୍ଗଳବାର ୩୦ ବର୍ଷୀୟ କୋହଲି ପ୍ରଥମ କ୍ରିକେଟର ଭାବେ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି)ର ୩ଟି ପୁରସ୍କାର ଜିତଥିଲେ। ସେ ସାର ଗ୍ୟାରୀଫିଲ୍ଡ ସୋବର୍ସ କ୍ରିକେଟର ଅଫ୍‌ ଦି ଇୟର, ଟେଷ୍ଟ ପ୍ଲେୟାର ଅଫ୍‌ ଦି ଇୟର ଓ ଦିନିକିଆ ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ଜିତିଥିଲେ। ଗତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ କୋହଲି ୪୦.୨୮ ରନ ହାରରେ ମୋଟ ୨୮୨ ରନ ସଂଗ୍ରହ କରିଥିଲେ। ଏଥି ମଧ୍ୟରେ ପର୍ଥ ପିଚ୍‌ରେ ତାଙ୍କର ଏକ ଶତକ ମଧ୍ୟ ସାମିଲ ରହିଛି। ଦିନିକିଆରେ ୩୯ଟି ଶତକ ହାସଲ କରିବା ସହ ସେ ସବୁ ଫର୍ମାଟରେ ମୋଟ ୬୪ଟି ଶତକ ଅର୍ଜନ କରିଛନ୍ତି।

All Right Reserved By

ଖେଳ |

ଗୋଲ୍ଡ କପ୍‌ ମହିଳା ଫୁଟବଲ: ମ୍ୟାନ୍‌ମାର ଚାମ୍ପିୟନ

ଗୋଲ୍ଡ କପ୍‌ ମହିଳା ଫୁଟବଲ: ମ୍ୟାନ୍‌ମାର ଚାମ୍ପିୟନ

ଭୁବନେଶ୍ୱର, ୧୫।୨(କ୍ରୀଡ଼ା ପ୍ରତିନିଧି)-

କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହିରୋ ଗୋଲ୍ଡ କପ୍‌ ଚତୁଃରାଷ୍ଟ୍ରୀୟ ମହିଳା ଫୁଟବଲ ଟୁର୍ନାମେଣ୍ଟରେ ବାଜି ମାରିଛି ମ୍ୟାନ୍‌ମାର। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ୪୪ ର଼୍ୟାଙ୍କ୍‌ପ୍ରାପ୍ତ ଏହି ଦଳ ୧୦୮ ନମ୍ବର ନେପାଳକୁ ୩-୧ ଗୋଲରେ ପରାସ୍ତ କରି ଚାମ୍ପିୟନ ହୋଇଛି। ମ୍ୟାନ୍‌ମାର ପକ୍ଷରୁ ୟି ୟି ଉ ୨ଟି, ୱିନ୍‌ ଥିଙ୍ଗ୍‌ ଟୁନ୍‌ ଗୋଟିଏ ଗୋଲ ଦେଇଥିବାବେଳେ ନେପାଳର ମଞ୍ଜଲି କୁମାରୀ ୟୋନଜାନ ଗୋଟିଏ ଗୋଲ ପରିଶୋଧ କରିିଥିଲେ।

  ସିନ୍ଧୁ-ସାଇନା ଫାଇନାଲ

ସିନ୍ଧୁ-ସାଇନା ଫାଇନାଲ

ଗୁଆହାଟୀ, ୧୫ା୨ (ପି.ଟି.)-ଚଳିତ ୮୩ତମ  ୟୋନେକ୍ସ-ସନ୍‌ରାଇଜ୍‌ ସିନିୟର ନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ପି. ଭି. ସିନ୍ଧୁ ଓ ସାଇନା ନେହ୍ବାଲ ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିଛନ୍ତି। ଫଳରେ ନାଗପୁରଠାରେ ଟୁର୍ନାମେଣ୍ଟର ଗତ ସଂସ୍କରଣରେ  ଦୁଇ ଖେଳାଳିଙ୍କ ମଧ୍ୟରେ ହୋଇଥିବା ଟାଇଟଲ ମୁକାବିଲାର ପୁନରାବୃତ୍ତି ଦେଖିବାକୁ ମିଳିବ।

 ଡୋପ୍‌ ଟେଷ୍ଟରେ ଧରାପଡ଼ିଲେ ଆର୍ଯ୍ୟନ

ଡୋପ୍‌ ଟେଷ୍ଟରେ ଧରାପଡ଼ିଲେ ଆର୍ଯ୍ୟନ

ନୂଆଦିଲ୍ଲୀ, ୧୫ା୨ (ପି.ଟି.)-୧୬ ବର୍ଷୀୟ ଟେନିସ ଖେଳାଳି ଆର୍ଯ୍ୟନ ଭାଟିଆ ଡୋପ୍‌ ଟେଷ୍ଟରେ ଧରାପଡ଼ିଛନ୍ତି। ତାଙ୍କୁ ତୁରନ୍ତ ସସ୍‌ପେଣ୍ଡ କରାଯାଇଛି। ନ୍ୟାଶନାଲ ଆଣ୍ଟିଂ ଡୋପିଙ୍ଗ  ଏଜେନ୍ସି  (ନାଡା) ତରଫରୁ ଶୁକ୍ରବାର ଏ ବିଷୟରେ ସୂଚନା ଦିଆଯାଇଛି। ଡୋପ୍‌ ଟେଷ୍ଟରେ ଧରାପଡ଼ିବାରେ ଆର୍ଯ୍ୟନ ହେଉଛନ୍ତି ପ୍ରଥମ ଭାରତୀୟ ଟେନିସ୍‌ ଖେଳାଳି। ଗତବର୍ଷ ଏଠାରେ ଅନୁଷ୍ଠିତ ଫେନେଷ୍ଟା ଓପନ୍‌ ନ୍ୟାଶନାଲ ଟେନିସ ଚାମ୍ପିୟନଶିପ୍‌ ବେଳେ  ଭାଟିଆଙ୍କ ମୂତ୍ର ନମୁନା ସଂଗ୍ରହ କରାଯାଇଥିଲା। ଚାମ୍ପିୟନଶିପ୍‌ ବେଳେ ନାଡା ପକ୍ଷରୁ ପ୍ରଥମଥର ଟେନିସ୍‌ ଖେଳାଳିଙ୍କଠାରୁ ସାମ୍ପଲ ସଂଗ୍ରହ କରାଯାଇଥିଲା।

ଷ୍ଟ୍ରାଣ୍ଡଜା ବକ୍ସିଂ: ଲାଥରଙ୍କ ପଦକ ନିଶ୍ଚିତ

ଷ୍ଟ୍ରାଣ୍ଡଜା ବକ୍ସିଂ: ଲାଥରଙ୍କ ପଦକ ନିଶ୍ଚିତ

ନୂଆଦିଲ୍ଲୀ,୧୫।୨(ପିଟି)- ପୂର୍ବତନ ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ପଦକଧାରୀ ସୋନିଆ ଲାଥର (୫୭ କିଗ୍ରା)ଙ୍କ ସମେତ ୩ ଜଣ ଭାରତୀୟ ବକ୍ସର ବୁଲଗେରିଆର ସୋଫିଆଠାରେ ଚାଲିଥିବା ଷ୍ଟ୍ରାଣ୍ଡଜା ମେମୋରିଆଲ ଟୁର୍ନାମେଣ୍ଟରେ ପଦକ ନିଶ୍ଚିତ କରିଛନ୍ତି।

ବାକୁ ବିଶ୍ୱକପ୍‌ରେ ଖେଳିବେନାହିଁ ଜିମ୍ନାଷ୍ଟ ଆଶିଷ

ବାକୁ ବିଶ୍ୱକପ୍‌ରେ ଖେଳିବେନାହିଁ ଜିମ୍ନାଷ୍ଟ ଆଶିଷ

ଗୁଆହାଟୀ,୧୫।୨- ଏସିଆନ୍‌ ଗେମ୍ସ ବ୍ରୋଞ୍ଜ ପଦକଧାରୀ ଆଶିଷ କୁମାର ଦୋହା ବିଶ୍ୱକପ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ମାତ୍ର ବାକୁଠାରେ ହେବାକୁ ଥିବା ବିଶ୍ୱକପ୍‌ରେ ଅଂଶଗ୍ରହଣ କରିପାରିବେ ନାହିଁ।

କପିଳ ଦେବଙ୍କୁ ଅତିକ୍ରମ କଲେ ଷ୍ଟେଇନ

କପିଳ ଦେବଙ୍କୁ ଅତିକ୍ରମ କଲେ ଷ୍ଟେଇନ

ଡର୍ବାନ,୧୫।୨- ଦକ୍ଷିଣ ଆଫ୍ରିକାର ବରିଷ୍ଠ ପେସର ଡେଲ ଷ୍ଟେଇନ ସର୍ବାଧିକ ସଂଖ୍ୟକ ଟେଷ୍ଟ ଉଇକେଟ ନେଇଥିବା ବୋଲରଙ୍କ ତାଲିକାରେ କିମ୍ବଦନ୍ତୀ ଭାରତୀୟ ଅଲରାଉଣ୍ଡର କପିଳ ଦେବଙ୍କୁ ଅତିକ୍ରମ କରିଛନ୍ତି। 

ଭାରତୀୟ ଦଳ ଘୋଷିତ: ଫେରିଲେ କୋହଲି, ରାହୁଲ

ଭାରତୀୟ ଦଳ ଘୋଷିତ: ଫେରିଲେ କୋହଲି, ରାହୁଲ

ନୂଆଦିଲ୍ଲୀ,୧୫।୨- ବହୁ ପ୍ରତିକ୍ଷିତ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ଓ ଦିନିକିଆ ସିରିଜ୍‌ ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଶୁକ୍ରବାର ଭାରତୀୟ ଦଳ ଘୋଷଣା କରାଯାଇଛି। 

ବିରଳ ରେକର୍ଡ ଅଧିକାରୀ ହନୁମା ବିହାରୀ

ବିରଳ ରେକର୍ଡ ଅଧିକାରୀ ହନୁମା ବିହାରୀ

ନାଗପୁର,୧୫।୨- ଭାରତୀୟ ଦଳର ମିଡ୍‌ଲ ଅର୍ଡର ବ୍ୟାଟ୍ସମ୍ୟାନ ହନୁମା ବିହାରୀ ଶୁକ୍ରବାର ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି।

ସେମିରେ ସାଇନା, କାଶ୍ୟପ, ସୌରଭ

ସେମିରେ ସାଇନା, କାଶ୍ୟପ, ସୌରଭ

ଗୁଆହାଟୀ,୧୫।୨(ପିଟି)- ପୂର୍ବତନ ଚାମ୍ପିୟନ ସାଇନା ନେହ୍ବାଲ ତାଙ୍କ ସ୍ବାମୀ ପାରୁପଲ୍ଲୀ କାଶ୍ୟପ ଓ ସୌରଭ ବର୍ମା ଏଠାରେ ଚାଲିଥିବା ୮୩ତମ ଜାତୀୟ ସିନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ସେମି ଫାଇନାଲରେ ପ୍ରବେଶ କରିଛନ୍ତି। 

ପଣ୍ଟିଂଙ୍କୁ ଆଇପିଏଲରୁ ବାସନ୍ଦ କରାଯାଉ -ଓ୍ବର୍ନ

ପଣ୍ଟିଂଙ୍କୁ ଆଇପିଏଲରୁ ବାସନ୍ଦ କରାଯାଉ -ଓ୍ବର୍ନ

ନୂଆଦିଲ୍ଲୀ,୧୫।୨- ଅଷ୍ଟ୍ରେଲିଆନ କିମ୍ବଦନ୍ତୀ ଅଧିନାୟକ ରିକି ପଣ୍ଟିଂଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଫ୍ରାଞ୍ଚାଇଜର କୋଚ ପଦରେ ରହିବାରୁ ବାରଣ କରାଯିବା ଦରକାର ବୋଲି ଶେନ ଓ୍ବର୍ନ ଅନୁଭବ କରିଛନ୍ତି। 

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ କ୍ରିକେଟରଙ୍କ ପ୍ରତିକ୍ରିୟା

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ କ୍ରିକେଟରଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୫।୨- ଜମ୍ମୁ-କଶ୍ମୀର ପୁଲଓ୍ବାମାଠାରେ ଆତଙ୍କବାଦୀ ଆକ୍ରମଣରେ ୪୪ ଜଣ ସିଆରପିଏଫ୍‌ ଯବାନ ଶହୀଦ ହୋଇଛନ୍ତି। ଏହାପରେ ପୂରା ଦେଶ ବାସୀଙ୍କ ଭଳି ଭାରତୀୟ କ୍ରିକେଟରମାନେ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। 

ଓଡ଼ିଶା ମହିଳା ଦଳର ହ୍ୟାଟ୍ରିକ ବିଜୟ

ଓଡ଼ିଶା ମହିଳା ଦଳର ହ୍ୟାଟ୍ରିକ ବିଜୟ

କଟକ ଅଫିସ,୧୫ା୨- ଗୋଆର ସାନଗୁଏମ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ୧୯ବର୍ଷରୁ କମ୍‌ ମହିଳା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟର ମ୍ୟାଚ୍‌ରେ ଓଡ଼ିଶା ୧୧୧ରନରେ ସୌରାଷ୍ଟ୍ରକୁ ପରାସ୍ତ କରିଛି ।