ସମ୍ପାଦକୀୟ |

ଭିଗନ୍‌ଙ୍କ ପାଇଁ ସୁଯୋଗ

ଭିଗନ୍‌ଙ୍କ ପାଇଁ ସୁଯୋଗ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଆଜିକାଲି ଭିଗନ୍‌ (ଶୁଦ୍ଧ ନିରାମିଷାଶୀ- ଯେଉଁମାନେ ମାଛ, ମାଂସ, ଅଣ୍ଡା, ମହୁ, କ୍ଷୀର ଓ କ୍ଷୀରଜାତ ଦ୍ରବ୍ୟ ପ୍ରଭୃତି କୌଣସି ପ୍ରକାର ପ୍ରାଣିଜ ଖାଦ୍ୟ ଖାଆନ୍ତି ନାହିଁ କିମ୍ବା ପ୍ରାଣୀଙ୍କ ଦାନ୍ତ, ଶିଙ୍ଗ, ଚମଡ଼ା ପ୍ରଭୃତିରୁ ପ୍ରସ୍ତୁତ କୌଣସି ଦ୍ରବ୍ୟ ବ୍ୟବହାର କରନ୍ତି ନାହିଁ)ମାନଙ୍କ ପାଇଁ ଅନେକ ସୁଯୋଗ ରହିଛି। ଏଥିପାଇଁ କେବଳ ଅଧ୍ୟବସାୟ ଓ ସାହସ ଦରକାର- ଯେକୌଣସି ପ୍ରକାର ବ୍ୟବସାୟ ପାଇଁ ଏହା ଦରକାର ପଡ଼ିଥାଏ। ତେବେ ଅଧିକ ସହାନୁଭୂତିଶୀଳ ଜୀବନଶୈଳୀ ପାଇଁ ଆପଣଙ୍କୁ ଆଧୁନିକ ଫେଶନ ଛାଡ଼ିବାକୁ ପଡ଼ିବ ନାହିଁ। ପୁନଃଚକ୍ରିତ ପଲିଷ୍ଟରରୁ ଫେଶନବାଲା ଉତ୍ପାଦ ତିଆରି ହୋଇପାରୁଛି। ଆଜିକାଲି ବହୁ ପ୍ରକାର ଜୋତା, ବେଲ୍‌ଟ ଓ ମନିପର୍ସ ମିଳୁଛି, ଯାହା ଚମଡ଼ାରୁ ତିଆରି ହୋଇ ନ ଥାଏ। ଏଗୁଡ଼ିକ ବିଭିନ୍ନ ପରିବେଶ-ଅନୁକୂଳ ପଦାର୍ଥ ଯଥା କପା, କାନଭାସ, ନାଇଲନ, ଭେଲ୍‌ଭେଟ, ଲିନେନ ଓ ଉଦ୍ଭିଜ୍ଜ ପଦାର୍ଥରୁ ତିଆରି ହେଉଛି। ଏପରି କି ଏସବୁ ଜୋତା ପ୍ରଭୃତିରେ ବ୍ୟବହାର ହେଉଥିବା ଅଠା ବି ପ୍ରାଣୀ ଚମଡ଼ାରୁ ତିଆରି ହୋଇ ନ ଥାଏ କିମ୍ବା ପ୍ରାଣୀଙ୍କଠାରେ ପରୀକ୍ଷା ହୋଇ ନ ଥାଏ। 

ଆପଣ ଏକ ସାପ୍ତାହିକ ଜୈବିକ ବଜାର ଆରମ୍ଭ କରିପାରିବେ। ପିପୁଲ ଫର୍‌ ଆନିମଲ୍‌ସ କିଛିଦିନ ପାଇଁ ଏହା ଆରମ୍ଭ କରିଥିଲା ଏବଂ ଭଲ ବି ଚାଲିଥିଲା। ବର୍ତ୍ତମାନ ଦିଲ୍ଲୀରେ ତିନୋଟି ସାପ୍ତାହିକ ଜୈବିକ ବଜାର ଅଛି ଏବଂ ସେଗୁଡ଼ିକରେ ମଞ୍ଜି, ଗଛ, ପନିପରିବା ଓ ସାଲାଡଠାରୁ ଆରମ୍ଭ କରି ତେଲ ଓ ଛେନା (ଗାଈ କ୍ଷୀରରୁ ପ୍ରସ୍ତୁତ ନୁହେଁ) ପର୍ଯ୍ୟନ୍ତ ପ୍ରତ୍ୟେକ ଜିନିଷ ବିକ୍ରି ହେଉଛି। ଏଥିରେ ଆପଣ ଭିଗନ୍‌ ରୋଷେଇ ବହି, ଭିନେଗାର ଓ ସସ୍‌, ଚା, ମାଟି ବା ସିରାମିକ୍‌ ପାତ୍ର, ବାସ୍ନା, ସାବୁନ, ସ୍କିନ୍‌କେୟାର, କେଶତୈଳ ଓ ଭିଗନ୍‌ ଖାଦ୍ୟ ବିକ୍ରି କରିପାରିବେ। କାଳକ୍ରମେ ଫୁଲ ବଜାର ପରି ଏହା ଏକ ସ୍ଥାୟୀ ବଜାରରେ ପରିଣତ ହୋଇଯିବ ଏବଂ ସରକାର ସେଥିପାଇଁ ଜାଗା ଦେବେ। ସିଡ୍‌ନୀଠାରେ ପ୍ରତିବର୍ଷ ଏକ ଭିଗନ୍‌ ଫେଷ୍ଟିଭାଲ ପାଳିତ ହୁଏ। ଏହା ଖୁବ୍‌ ବଡ଼। ସାରା ଅଷ୍ଟ୍ରେଲିଆରୁ ଲୋକମାନେ ଏଥିରେ ଅଂଶଗ୍ରହଣ କରନ୍ତି (www.crueltyfreefestival.org.au)। ଆପଣ ମଧ୍ୟ ପ୍ରତିବର୍ଷ ଏପରି ଭିଗନ୍‌ ମେଳା ଆୟୋଜନ କରିପାରିବେ ଏବଂ ଏହାର ନାଁ ଦେଇପାରିବେ କ୍ରୁଏଲ୍‌ଟି-ଫ୍ରି ଫେଷ୍ଟିଭାଲ। 

ମୁଁ ଭିଗନ୍‌ ବେକରି (ପାଉଁରୁଟି, କେକ୍‌ ପ୍ରଭୃତିର ଦୋକାନ), କନ୍‌ଫେକ୍ସନେରି (ମିଠାଇ ଦୋକାନ) ଓ ଚକୋଲେଟିୟର (ଚକୋଲେଟ୍‌ ଦୋକାନ)ରୁ କିଣାକିଣି କରିଥାଏ। ଏହିସବୁ ଦୋକାନରେ କେବଳ ଅପ୍ରାଣିଜ ଖାଦ୍ୟପଦାର୍ଥ ହିଁ ମିଳିଥାଏ। ଆପଣ ଏପରି ଦୋକାନ ଆରମ୍ଭ କରିପାରିବେ। କିନ୍ତୁ ଏହା କରିବାକୁ ଗଲେ ଆପଣଙ୍କୁ ଦୋକାନରେ ମହଜୁଦ ରଖୁଥିବା ବା ଦୋକାନ ପାଇଁ କିଣୁଥିବା ପ୍ରତ୍ୟେକ ସରଞ୍ଜାମ ଓ ଖାଦ୍ୟପଦାର୍ଥର ମୂଳ ଉତ୍ସ ବିଷୟରେ ଜାଣିବାକୁ ପଡ଼ିବ। ସେଥିରେ ଯେପରି କୌଣସି ପ୍ରକାର ରାସାୟନିକ, ଜୈବ-ପରିବର୍ତ୍ତିତ ଉପାଦାନ ବା ପ୍ରାଣିଜ ପଦାର୍ଥ ନ ଥାଏ। ସେଥିପାଇଁ ଆପଣଙ୍କୁ ପ୍ରତ୍ୟେକ ଉପାଦାନର ମୂଳ ଉତ୍ସ ବିଷୟରେ ଅନୁସନ୍ଧାନ କରିବା ସହିତ ପ୍ରତ୍ୟେକ ଯୋଗାଣକାରୀଙ୍କ ସମ୍ପର୍କରେ ଜାଣିବାକୁ ପଡ଼ିବ। ପାମ୍‌ତେଲ ବଦଳରେ ନଡ଼ିଆତେଲ ଓ କୋକୋ ବଟର ବ୍ୟବହାର କରନ୍ତୁ। ମିଠା ପାଇଁ ଚିନି ବଦଳରେ ଆଖୁରସରୁ ଜଳୀୟ ଅଂଶ ଶୁଖାଇ ପ୍ରସ୍ତୁତ ଗୁଡ଼, ନଡ଼ିଆ ଶର୍କରା ଓ ଶୁଦ୍ଧ ମେପଲ ଶର୍କରା ବ୍ୟବହାର କରନ୍ତୁ। 

ଆପଣ ମଧ୍ୟ ଏକ ଦୋକାନ ଖୋଲିପାରିବେ, ଯେଉଁଥିରେ କେବଳ ଭିଗନ୍‌ ତେଲ, କ୍ଷୀର ଓ ଲହୁଣି ବିକ୍ରି ହେଉଥିବ, ଯଥା- ଅଲିଭ ତେଲ, ୟେର୍ବା ମେଟ୍‌, ନଡ଼ିଆ, ଅଳସୀ, ଚିଆ, ହେମ୍ପ ଓ କଳା ରାଶି ତେଲ, କାଜୁ ଓ ଶି ବଟର, ବାଦାମ ତେଲ ଓ କ୍ଷୀର, ଅଳସୀ କ୍ଷୀର, ମେପଲ ସିରପ, ଗୁଡ଼, ଜୈବ ନଡ଼ିଆ ଶର୍କରା, ଷ୍ଟିଭିଆ ଜିଲିଟୋଲ, ଭଲ ସୂର୍ଯ୍ୟମୁଖୀ ତେଲ ଇତ୍ୟାଦି। ଏଥି ସହ ପ୍ରାଣୀ ଅଧିକାର ଶାର୍ଟ ଓ ବୋତାମ ମଧ୍ୟ ଦୋକାନରେ ରଖିପାରନ୍ତି। ପୌଷ୍ଟକତା ଦ୍ୱାରା ସ୍ବାସ୍ଥ୍ୟ ବୃଦ୍ଧି କରନ୍ତୁ। ବିଭିନ୍ନ ପ୍ରକାର ନକଲି ମାଂସ, ଛେନା, ଚିକେନ୍‌ ସାଣ୍ଡ୍‌ଓ୍ବିଚ୍‌, ହଟ୍‌ଡକ୍‌, କବାବ, ବର୍ଗର, ମାଂସ ତରକାରି, ଫ୍ରେଞ୍ଚ୍‌ ଟୋଷ୍ଟ ପ୍ରଭୃତି ଦେଇ ସେମାନଙ୍କୁ ଚକିତ କରିଦିଅନ୍ତୁ। ଛେନାର ଭିଗନ୍‌ ବିକଳ୍ପ ଆଜିକାଲି ଅନ୍‌ଲାଇନ ବିକ୍ରି ହେଲାଣି। ଏସବୁ ଖାଦ୍ୟ ଉପଲବ୍ଧ ହେଲେ ବହୁଲୋକ ଭିଗନ୍‌ ହେବାକୁ ପସନ୍ଦ କରିବେ। ଆଜିକାଲି ଏପରି କୃତ୍ରିମ ମାଂସ ମିଳିଲାଣି, ଯାହା ଦେଖିବାକୁ ଓ ଖାଇବାକୁ ମାଂସ ପରି ହେଲେ ମଧ୍ୟ ସେଥିରେ ମାଛ, ମାଂସ, ଅଣ୍ଡା, କ୍ଷୀର, କୋଲେଷ୍ଟରଲ, ହାଇଡ୍ରୋଜେନେଟେଡ୍‌ ଫ୍ୟାଟ୍‌, ଜିନ୍‌-ପରିବର୍ତ୍ତିତ ଉପାଦାନ, କୃତ୍ରିମ ରଙ୍ଗ, ବାସ୍ନା ଓ ସଂରକ୍ଷଣକାରକ ନ ଥାଏ। 

ଯଦି ଆପଣ ଏକ କାଫେ (ଚା, କଫି, ଜଳଖିଆ ଦୋକାନ) ଖୋଲିଛନ୍ତି, ତେବେ ସେଥିରେ ପ୍ଲାଷ୍ଟିକ୍‌ କପ୍‌, ପ୍ଲାଷ୍ଟିକ୍‌ ଛଣା ଆଦି ଆଦୌ ବ୍ୟବହାର କରନ୍ତୁ ନାହିଁ। ପ୍ଲାଷ୍ଟିକ୍‌ ଛଣା ବଦଳରେ ସଫା କନାରେ ଛାଣନ୍ତୁ। ବଳକା ଖାଦ୍ୟ ପ୍ରଭୃତି ଏଣେତେଣେ ନ ପକାଇ ତାକୁ ପୋତି ସେଥିରୁ କମ୍ପୋଷ୍ଟ ତିଆରି କରନ୍ତୁ, ନ ହେଲେ ପ୍ରାଣୀ ଆଶ୍ରୟସ୍ଥଳକୁ ଦେଇଦିଅନ୍ତୁ। ବୋନ୍‌ ଚାଇନାରେ ତିଆରି କପ୍‌, ପ୍ଲେଟ୍‌ ଆଦୌ କିଣନ୍ତୁ ନାହିଁ। ପରିବେଶ-ଅନୁକୂଳ ପଦାର୍ଥରେ ବାସନ ସଫା କରନ୍ତୁ। ଆପଣଙ୍କ ବହି, ଲେବଲ, ରସିଦ, ମେନ୍ୟୁ ପ୍ରଭୃତି ପୁନଚକ୍ରିତ କାଗଜ ଓ ସୋୟା-ଭିତ୍ତିକ କାଳିରେ ଛାପନ୍ତୁ। ଆପଣଙ୍କ ପରିତ୍ୟକ୍ତ ବନସ୍ପତି ତେଲକୁ ଫୋପାଡ଼ି ନ ଦେଇ କାର୍‌ ଇନ୍ଧନ ଭାବେ ବ୍ୟବହାର କରନ୍ତୁ, ଯାହା ଫଳରେ ପେଟ୍ରୋଲ ବଞ୍ଚିଯିବ। 

ଆପଣ ନିଜ ଘରେ କିଛି ଜିନିଷ ତିଆରି କରି ତା’ର ବିକ୍ରି ପାଇଁ ବିଜ୍ଞାପନ ଦେଇପାରିବେ, ଯେପରି ବାଦାମ ବଟର। ଏହାକୁ ଆପଣ ବିନା ପାମ୍‌ ତେଲ ଓ ସଂରକ୍ଷଣକାରକରେ ତିଆରି କରିପାରିବେ। ଭେଗ୍‌ ଏଲ୍‌ଏଲ୍‌ସି (www.thevegg.com) ହେଉଛି ପାଉଡରୀକୃତ ଭିଗନ୍‌ ଅଣ୍ଡା କେଶରର ନିର୍ମାତା ଓ ଅନ୍‌ଲାଇନ୍‌ ବିକ୍ରିକର୍ତ୍ତା। ଏହା ହେଉଛି ରକି ଶେପାର୍ଡ ନାମକ ଜଣେ ଲୋକ ଦ୍ୱାରା ପରିଚାଳିତ ବ୍ୟବସାୟ। ସେ ବିଶ୍ୱର ପ୍ରଥମ ଭିଗନ୍‌ ଅଣ୍ଡା କେଶର ଉଦ୍ଭାବକ। 

ଆପଣ ଏକ ଭିଗନ୍‌ ପ୍ରସାଧନ ସାମଗ୍ରୀ ଓ ସ୍କିନ୍‌କେୟାର୍‌ ଦୋକାନ ଖୋଲିପାରନ୍ତି। ଏହି ପ୍ରସାଧନ ସାମଗ୍ରୀଗୁଡ଼ିକରେ କୌଣସି ପ୍ରାଣିଜ ଚର୍ବି, ଜେଲାଟିନ୍‌ ବା ହାଡ଼ ବ୍ୟବହାର କରାଯାଏ ନାହିଁ। ଏଗୁଡ଼ିକ ପ୍ରାଣୀଙ୍କଠାରେ ପରୀକ୍ଷା ବି କରାଯାଏ ନାହିଁ। ଏଗୁଡ଼ିକ ନିଷ୍ଠୁରତାମୁକ୍ତ ଓ କ୍ଷତିକାରକ ରାସାୟନିକମୁକ୍ତ। ପାମ୍‌ତେଲ ପ୍ରକୃତରେ ଏକ ଶୁଷ୍କକାରକ, ଏହା ଚର୍ମକୁ ଆର୍ଦ୍ର ରଖେ ନାହିଁ କି ଚର୍ମର କିଛି ଉପକାର କରେ ନାହିଁ। କିନ୍ତୁ ଏହା ଶସ୍ତା ହୋଇଥିବାରୁ ସବୁ କମ୍ପାନୀ ଏହାକୁ ବ୍ୟବହାର କରନ୍ତି। ସେହିପରି ତଥାକଥିତ ଦାମୀ କମ୍ପାନୀ ସ୍କିନ୍‌ କେୟାର ସାମଗ୍ରୀରେ ଲାନୋଲିନ୍‌ ଓ ଶେଲାକ୍‌ ବ୍ୟବହାର କରାଯାଏ। ଏଗୁଡ଼ିକ ଚର୍ମର କୌଣସି ଉପକାର କରନ୍ତି ନାହିଁ, କିନ୍ତୁ ବେଶିଦିନ ସାଇତି ରଖାଯାଇପାରୁ ଥିବାରୁ ଏଗୁଡ଼ିକ ବ୍ୟବହାର କରାଯାଏ। ଭିଗନ୍‌ ଦୋକାନରେ ଏଗୁଡ଼ିକ ବ୍ୟବହାର ହୋଇଥିବା ସାମଗ୍ରୀ ନ ରହିବା ଉଚିତ। ଭିଗନ୍‌ ସାବୁନ ବ୍ୟବହାର କଲେ ଆଲର୍ଜି ହେବ ନାହିଁ ଏବଂ ଏହି ସାବୁନରେ କେବଳ ଉଦ୍ଭିଜ୍ଜ ତେଲ ଓ ପ୍ରାକୃତିକ ବାସ୍ନା ବ୍ୟବହାର କରାଯାଏ। ପ୍ଲାନେଟ୍‌ ଇଙ୍କ୍‌ ନାମକ ଏକ କମ୍ପାନୀ ପରିବେଶ-ଅନୁକୂଳ ଉଦ୍ଭିଦ-ଭିତ୍ତିକ ସାମଗ୍ରୀ ବିକ୍ରି କରୁଛି। 

Email: gandhim@nic.in

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ରାଜସ୍ଥାନ ବାର୍ମେର ଜିଲାର ଏକ ନିର୍ବାଚନ ସଭାରେ ଏପ୍ରିଲ ୨୧ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରି ଭୋଟ ମାଗିଛନ୍ତିି। ସେ କହିଛନ୍ତି, ଦିନେ ଛାଡ଼ି ଦିନେ ପାକିସ୍ତାନ ବାରମ୍ବାର କହିଆସୁଛି ଯେ, ତା’ ପାଖରେ ପରମାଣୁ ବୋମା ରହିଛି। କିନ୍ତୁ ପାକିସ୍ତାନ ମନେରଖିବା ଉଚିତ ଯେ, ଭାରତ ପାଖରେ ଥିବା ପରମାଣୁ ଅସ୍ତ୍ର ଦୀପାବଳି ପାଇଁ ସାଇତା ..

ଲୋକପ୍ରତିନିଧି କାହାନ୍ତି

ଲୋକପ୍ରତିନିଧି କାହାନ୍ତି

ସହଦେବ ସାହୁ

ବିଲାତକୁ ଗଣତନ୍ତ୍ରର ଜନନୀ କୁହାଯାଏ, କିନ୍ତୁ ତାହାର ଲିଖିତ ସମ୍ବିଧାନ ନାହିଁ, କନ୍‌ଭେନ୍‌ସନ୍‌ ବା ପରମ୍ପରା ସମ୍ବିଧାନର କାମ କରୁଛି: ରାଜା ବା ରାଣୀ ବଂଶାନୁକ୍ରମେ ରାଷ୍ଟ୍ରମୁଖ୍ୟ ହେଉଥିବାରୁ ବିଲାତ ରିପବ୍ଲିକ୍‌ ବା ସାଧାରଣତନ୍ତ୍ର ନୁହେଁ। ଆମ ସମ୍ବିଧାନ-ପ୍ରଣେତାମାନେ ବିଲାତ ଢାଞ୍ଚାର କ୍ୟାବିନେଟ ବା ସଂସଦୀୟ ଗଣତନ୍ତ୍ରକୁ ଅନୁକରଣ ..

ସବୁଥିରେ ପଲିଟିକ୍ସ

ସବୁଥିରେ ପଲିଟିକ୍ସ

ସବ୍ୟସାଚୀ ଅମିତାଭ

ଗଣତନ୍ତ୍ର କ୍ଷମତା ଦେଇଛି। ନିଜେ ନିଜର ଶାସନ କରିବାର କଳା ଲୋକଙ୍କୁ ଶିଖାଇଛି। ହେଲେ ବର୍ତ୍ତମାନ ସମୟର ରାଜନୀତି ଗଣତନ୍ତ୍ରକୁ ଧୀରେ ଧୀରେ କବଳିତ କରିସାରିଲାଣି। ସବୁ କଥାରେ ରାଜନୀତି। ଚାଷୀ ମଲେ ରାଜନୀତି, ପୀଡିତା ଆତ୍ମହତ୍ୟା କଲେ ବି ରାଜନୀତି, ପେଟ୍ରୋଲ ଦର ବଢିଲେ ରାଜନୀତି ଆଉ ଆଦର୍ଶ ହେବାର ..

ଏଇ ଭାରତରେ

ଏଇ ଭାରତରେ

ବିହାରର ଭାଗଲପୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ କରାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ଉପହାର ସ୍ବରୂପ ସେ ନିଜ ଅଢ଼େଇ ବର୍ଷର ପୁଅକୁ ମଧ୍ୟ ସ୍ତ୍ରୀଙ୍କ ହାତରେ ଟେକି ଦେଇଛନ୍ତି। ଏହି ଘଟଣା ଏବେ ଭାଗଲପୁରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗାଁର ଅନେକ ଲୋକ ଏହି ବି..

କଲମ୍ବୋ ନିଆଁ

କଲମ୍ବୋ ନିଆଁ

ଦ୍ୱୀପ ଦେଶ ଶ୍ରୀଲଙ୍କାରେ ଦୀର୍ଘ ବର୍ଷ ପରେ ୨୧ ଏପ୍ରିଲ ୨୦୧୯ରେ ଭୟଙ୍କର ଆତଙ୍କ ଦେଖାଦେଇଛି। ରାଜଧାନୀ କଲମ୍ବୋ ଓ ଆଖପାଖ  ଅଞ୍ଚଳର କେତେକ ଚର୍ଚ୍ଚ ଓ ହୋଟେଲରେ ଲଗାତର ୮ଟି ବିସ୍ଫୋରଣରେ ୨୦୭ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ବେଳେ ୪୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୪୦ ବିଦେଶୀ ଥିବା ଖବର ମିଳିଛି। 

ଜୀବ ସୁରକ୍ଷା ପୃଥିବୀ ରକ୍ଷା

ଜୀବ ସୁରକ୍ଷା ପୃଥିବୀ ରକ୍ଷା

୨୦୧୯ର ଧରିତ୍ରୀ ଦିବସ ପାଳନ ଅବସରରେ ଦିଆଯାଇଥିବା ସଚେତନଧର୍ମୀ ଡାକରାଟା ହେଉଛି ‘ସବୁ ଜୀବଙ୍କୁ ସୁରକ୍ଷା ଦିଅ।’ ଆଠ ନିୟୁତ ଜୀବ ଜାତିର ପୃଥିବୀଟା ଆଜି ଜୀବ ବିଲୁପ୍ତି ପଥରେ ଅଗ୍ରସର। ସକଳ ଜୀବଙ୍କ ପ୍ରାଣସୂତ୍ର ପୃଥିବୀ ସେମାନଙ୍କ ପ୍ରାଣରକ୍ଷା ପାଇଁ ମଣିଷକୁ ଆହ୍ବାନ କରୁଛି। ତେବେ ମଣିଷ କ’ଣ ଜୀବ ବିଲୁପ୍ତିର କାରଣ ସାଜିଛି? ମଣିଷ ଆବିର୍ଭାବ ପୂର୍ବରୁ ତ ପୁଣି ପୃଥିବୀ ପାଞ୍ଚ ପାଞ୍ଚ ଥର ସମୂହ ବିଲୋପକୁ ସାମନା କରିଛି। 

କହିବା କାହାକୁ, ଶୁଣିବ କିଏ

କହିବା କାହାକୁ, ଶୁଣିବ କିଏ

ଯେଉଁ କଥାକୁ ଡର ଥିଲା ତାହା ହିଁ ହେଲା। ଆଶା ଥିଲା, ସରକାର ଆଉ କିଛି କରନ୍ତୁ ବା ନ କରନ୍ତୁ, ନିର୍ବାଚନ ସମୟରେ ମଦକୁ ନିଶ୍ଚିତ ନିଷିଦ୍ଧ କରିବେ। ହେଲେ, ହେଲା ଠିକ୍‌ ତା’ର ଓଲଟା। ସରକାରଙ୍କ ଅବକାରୀ ବିଭାଗ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ମଦ ଦୋକାନୀଙ୍କ ଲାଇସେନ୍ସକୁ ନବୀକରଣ କରି ଏ କ୍ଷେତ୍ରକୁ ସବୁଜ ସଙ୍କେତ(?) ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ନୂତନ ଭାବେ ଅବକାରୀ ନୀତି ପ୍ରସ୍ତୁତ କରିଛନ୍ତି। 

ଏଇ ଭାରତରେ

ଏଇ ଭାରତରେ

ଗୁଜରାଟର ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ଅନ୍ୟ ଗଁାଗୁଡ଼ିକଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ ପ୍ରଚାର କରାଯାଇ ନ ଥାଏ। ଗାଁ ଲୋକଙ୍କ ମତରେ ପ୍ରଚାର କରାଗଲେ ପରିବେଶରେ ଶବ୍ଦ ପ୍ରଦୂଷଣ ବୃଦ୍ଧିପାଇବ। ତେଣୁ ସେମାନେ କୌଣସି ପ୍ରଚାରଗାଡିକୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥାନ୍ତି। 


ଭାଷଣ ଓ ଭୋଟ

ଭାଷଣ ଓ ଭୋଟ

ଆକାର ପଟେଲ

କୋଡ଼ିଏ ବର୍ଷ ତଳେ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ ମୁମ୍ବାଇରେ ନିର୍ବାଚନ ଲଢ଼ୁଥିଲେ। ସମାଜବାଦୀ ପାର୍ଟି ଟିକେଟରେ ଠିଆହୋଇ ସେ ଶିବସେନା ନେତା ତଥା ବାନ୍ଦ୍ରା ଇଷ୍ଟ୍‌ର ବିଧାୟକ  ମଧୁକର ସାର୍ପୋଟଦାରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ୨୦୧୦ରେ ପରଲୋକ ଗମନ କରିଥିବା ସାର୍ପୋଟଦାର ବାବ୍ରି ମସ୍‌ଜିଦ ଭଙ୍ଗା ଘଟ..

ପ୍ରତିଶ୍ରୁତି ଓ ପ୍ରତାରଣାର ଖେଳ

ପ୍ରତିଶ୍ରୁତି ଓ ପ୍ରତାରଣାର ଖେଳ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

ପ୍ରଥମରୁ ସପ୍ତମ ଯାଏ ପ୍ରାୟ ଦୁଇମାସ ଧରି ଚାଲିଛି ବିଶ୍ୱର ବୃହତ୍ତମ ଗଣତନ୍ତ୍ରର ସବୁଠୁଁ ମହତ୍ତ୍ୱପୂର୍ଣ୍ଣ ଉତ୍ସବ। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟ ଡୋରି ହାତକୁ ନେବା ପାଇଁ ଏଇ ବଳ କଷାକଷିର ପର୍ବ ଆରମ୍ଭ ହୋଇଗଲାଣି କେବେଠୁଁ। ନିର୍ବାଚନରେ ଭୋଟ ଦେବା ଭଳି ନାଗରିକର ପବିତ୍ର କର୍ତ୍ତବ୍ୟ ସମ୍ପାଦନ କରି ପାଞ୍ଚବର୍ଷ ହେଲା ନିଘୋଡ ନିଦରେ ଶୋଇ ପଡିଥିବା ଜ..

‘ଦି ଓଭରଷ୍ଟୋରି’ ଔପନ୍ୟାସିକ

‘ଦି ଓଭରଷ୍ଟୋରି’ ଔପନ୍ୟାସିକ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ଆମେରିକାରେ ଖବରକାଗଜ, ପତ୍ରିକା, ଅନ୍‌ଲାଇନ୍‌ ସାମ୍ବାଦିକତା, ସାହିତ୍ୟ ଏବଂ ସଙ୍ଗୀତ ରଚନା କ୍ଷେତ୍ରରେ ଉତ୍କର୍ଷ ଲାଭ କରୁଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଥାଏ। ହଙ୍ଗେରି ଜନ୍ମିତ ଆମେରିକୀୟ ଯୋଶେଫ୍‌ ଫୁଲିଜର ୧୯୧୭ରେ ଏହି ସମ୍ମାନ ପ୍ରତିଷ୍ଠା କରିଥିଲେ। ପ୍ରତିବର୍ଷ ୨୧ଟି କ୍ଷେତ୍ରରେ ଏହି ମର୍ଯ୍ୟାଦାଜନକ ପୁରସ୍କାର ଦିଆଯାଇ ଆସୁଥିବାରୁ ନୂଆ ବିଜେତାଙ୍କ ଉପରେ ସମସ୍ତଙ୍କ ଲକ୍ଷ୍ୟ ଥାଏ। ଚଳିତବର୍ଷ ସାହିତ୍ୟ କ୍ଷେତ୍ରରେ ରିଚାର୍ଡ ..

ଏଇ ଭାରତରେ

ଏଇ ଭାରତରେ


ଅଙ୍ଗଦାନ ମହାପୁଣ୍ୟ। ଜଣଙ୍କ ମୃତ୍ୟୁ ପରେ ତା’ର ବିଭିନ୍ନ ଅଙ୍ଗ ଦାନ କରାଯାଇପାରିବ। ତେଣୁ କୌଣସି ବ୍ୟକ୍ତି ମୃତ୍ୟୁ ପୂର୍ବରୁ ଅଙ୍ଗଦାନ ପାଇଁ ଶପଥ ନେଇଥିଲେ ଏହା ସମ୍ଭବ ହୋଇପାରିବ। ଜଣଙ୍କର କିଡ୍‌ନୀ, ଚକ୍ଷୁ, ହୃତ୍‌ପିଣ୍ଡ ଭଳି ବିଭିନ୍ନ ଅଙ୍ଗ ଏକାଧିକ ଲୋକଙ୍କଠାରେ ପ୍ରତିରୋପଣ କରାଯାଇପାରେ।   ତେବେ ଏ ନେଇ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି। ଏହି ମର୍ମରେ ଛ..


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri