ସମ୍ପାଦକୀୟ |

ସଂରକ୍ଷଣର ଥୋପ ନୁହେଁ, ନିଯୁକ୍ତି ଲୋଡ଼ା

ସଂରକ୍ଷଣର ଥୋପ ନୁହେଁ, ନିଯୁକ୍ତି ଲୋଡ଼ା

ବିଚିତ୍ର ବିଶ୍ୱାଳ

ମୂଳ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ, ସେ ସମସ୍ୟାରୁ ଲୋକଙ୍କ ଦୃଷ୍ଟି ହଟେଇବା ପାଇଁ ସରକାର ବିଭିନ୍ନ ବାଟରେ ଚେଷ୍ଟା କରୁଥିବାର ଦେଖାଯାଉଛି। ଏହାର ସଦ୍ୟତମ ଉଦାହରଣ ହେଉଛି ଅର୍ଥନୈତିକ ଭାବେ ପଛୁଆ ସାଧାରଣ ବର୍ଗଙ୍କ ପାଇଁ ୧୦% ସ୍ଥାନ ସଂରକ୍ଷଣ ଘୋଷଣା। ସାଧାରଣ ବର୍ଗଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି ଆଦି କ୍ଷେତ୍ରରେ ୧୦% ସ୍ଥାନ ସଂରକ୍ଷଣ ଏକ ଉତ୍ତମ ନିଷ୍ପତ୍ତି। କିନ୍ତୁ ପ୍ରଶ୍ନ ଉଠୁଛି, ଯେତେବେଳେ ସାରା ଦେଶରେ ନିଯୁକ୍ତି ହ୍ରାସ ଜନିତ ବେକାରି ସମସ୍ୟା ଅତି ସାଂଘାତିକ ସ୍ଥିତିରେ ପହଞ୍ଚତ୍ଛି, ସେତେବେଳେ ପ୍ରଥମେ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବା ଦରକାର। କିନ୍ତୁ କେନ୍ଦ୍ର ସରକାର ନିର୍ବାଚନର ଅବ୍ୟବହିତ ପୂର୍ବରୁ ଅତି ଚତୁରତାର ସହିତ ସାଧାରଣ ବର୍ଗର ଗରିବଙ୍କ ପାଇଁ ୧୦% ସ୍ଥାନ ସଂରକ୍ଷଣ ଘୋଷଣା କରି ନିଯୁକ୍ତି ହ୍ରାସ ପରି ସମସ୍ୟାକୁ ଲୁଚେଇବାକୁ ବୃଥା ପ୍ରୟାସ କରୁଛନ୍ତି। ଗୋଟେ ଛୋଟ କାହାଣୀରୁ ଆମେ ପରିସ୍ଥିତିକୁ ଆଉ ଟିକେ ଭଲ ଭାବେ ବୁଝି ପାରିବା। 

ଥରେ ମୁଲ୍ଲା ନସିରୁଦ୍ଦିନ୍‌ଙ୍କ ଆର୍ଥିକ ପରିସ୍ଥିତି ଅତ୍ୟନ୍ତ ସଂକଟଜନକ ହୋଇପଡ଼ିଲା। ପରିବାର ପ୍ରତିପୋଷଣ କରିବା ବି ତାଙ୍କ ପାଇଁ କଷ୍ଟକର ହୋଇଗଲା। ଦୁଇ ବେଳା ରୁଟି ବି ତାଙ୍କୁ ନସୀବ୍‌ ହେଲା ନାହିଁ । ମୁଲ୍ଲା ବାଧ୍ୟହୋଇ ରାଜାଙ୍କ ପାଖକୁ ଗୁହାରି କରିବାକୁ ଗଲେ। ରାଜା ମୁଲ୍ଲାଙ୍କ କଥା ଶୁଣି ଗମ୍ଭୀର ହୋଇଗଲେ ଓ ତାଙ୍କ ସମସ୍ୟାର ସମାଧାନ କରିବା ପାଇଁ ତାଙ୍କୁ କେତେକ ସ୍ବତନ୍ତ୍ର ସୁବିଧା ପ୍ରଦାନ କଲେ। ରାଜା ଘୋଷଣା କଲେ ଯେ, ଆଜିଠାରୁ ମୁଲ୍ଲାଙ୍କ ପାଇଁ ନିକଟସ୍ଥ ମସ୍‌ଜିଦ୍‌ରେ ପ୍ରାର୍ଥନା କରିବା ଲାଗି ଗୋଟିଏ ସ୍ବତନ୍ତ୍ର ସ୍ଥାନ ରହିବ। ମୁଲ୍ଲା ରାସ୍ତାରେ ଯିବା ବେଳେ ଗାଁର ସାଧାରଣ ଲୋକମାନେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିବା ବାଧ୍ୟତାମୂଳକ ହେବ। ମୁଲ୍ଲାଙ୍କ ଘର ବାହାରେ ଜଣେ ଜଗୁଆଳି ଚବିଶ୍‌ ଘଣ୍ଟା ପ୍ରହରା ଦେବ। ରାଜାଙ୍କ ଘୋଷଣା ଶୁଣି ମୁଲ୍ଲା ଘରକୁ ଫେରିଲେ। ଗତ ମାସରେ ଏଇ କାହାଣୀଟି ଗୋଟେ ଗାଁର ସଭାରେ କହିସାରିବା ପରେ ଲୋକମାନଙ୍କୁ ପଚାରିଲି, ଏହାଦ୍ୱାରା ମୁଲ୍ଲାଙ୍କ ସମସ୍ୟାର ସମାଧାନ ହେବ କି? ଉପସ୍ଥିତ ଲୋକମାନେ ଏକ ସ୍ବରରେ କହିଉଠିଲେ ନିଶ୍ଚୟ ହେବ। ପରେ ଲୋକମାନଙ୍କୁ ଆଉ ଥରେ ଭଲକରି ଭାବିବାକୁ କହିବାରୁ ଧୀରେ ଧୀରେ ଲୋକଙ୍କର ମତ ବଦଳିଲା। ଅନେକ ଲୋକ କହିଲେ ଏହାଦ୍ୱାରା ତ ମୁଲ୍ଲାଙ୍କର ଅଭାବ ଅନଟନ ପରିସ୍ଥିତି ଦୂର ହେବ ନାହିଁ । 

ସେହି ଗାଁର ଲୋକଙ୍କ ମତ ପରି ସମ୍ପ୍ରତି ୧୦% ସ୍ଥାନ ସଂରକ୍ଷଣ ଘୋଷଣାରେ ଆମେ ସମସ୍ତେ ଖୁସି ହେଉଛେ। କିନ୍ତୁ ଏହାଦ୍ୱାରା ଅସଲ ସମସ୍ୟା ଅର୍ଥାତ୍‌ ନିଯୁକ୍ତିର ଅଭାବ ଦୂର ହେବ କି? ବର୍ତ୍ତମାନ ଆମ ଦେଶରେ ବେକାରି ସମସ୍ୟା ଅତି ଉତ୍କଟ ହୋଇଛି। ଦିନକୁ ଦିନ ନିଯୁକ୍ତି ଦ୍ରୁତଗତିରେ ହ୍ରାସ ପାଇ ଚାଲୁଛି। କିନ୍ତୁ ସରକାର ନିଯୁକ୍ତି ସୃଷ୍ଟି କରିବା ଦିଗରେ ଆଶାନୁରୂପ ପଦକ୍ଷେପ ନ ନେଇ ଅତି ଚତୁରତାର ସହିତ ସଂରକ୍ଷଣ କାର୍ଡ ଲୋକଙ୍କ ଆଗକୁ ଫୋପାଡ଼ିଛନ୍ତି, ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି ଓ ନିଯୁକ୍ତି ପରି ଗମ୍ଭୀର ପ୍ରସଙ୍ଗ ଉପରୁ ସମସ୍ତଙ୍କ ନଜର ହଟିଯାଇଛି। ଏହି ସଂରକ୍ଷଣ କାର୍ଡ ଖେଳି ସରକାର ହୁଏତ ଆଗାମୀ ନିର୍ବାଚନ ବୈତରଣୀ ପାର ହୋଇଯାଇପାରନ୍ତି, କିନ୍ତୁ ନିଯୁକ୍ତି ହ୍ରାସ ପରି ଗମ୍ଭୀର ସମସ୍ୟାର ସମାଧାନ ହେବ ନାହିଁ ଓ ବେକାର ସମସ୍ୟା ଦୂର ହେବ ନାହିଁ।

ସମ୍ପ୍ରତି ସାଧାରଣ ବର୍ଗଙ୍କ ପାଇଁ ଯେଉଁ ୧୦% ସ୍ଥାନ ସଂରକ୍ଷଣ ଘୋଷଣା କରାଯାଇଛି, ତାହା ବି ଏତେ ସହଜ କଥା ନୁହେଁ। ଯଦିଓ ଏହା ଲୋକ ସଭାରେ ଗୃହୀତ ହୋଇସାରିଛି, ତଥାପି ଏଥିପାଇଁ ଆହୁରି ଲମ୍ବା ବାଟ ଯିବାର ଅଛି। କାରଣ ନିୟମ ଅନୁସାରେ ସମୁଦାୟ ୫୦% ସ୍ଥାନ ହିଁ  ସଂରକ୍ଷଣ ହୋଇପାରିବ, ଯାହା ପୂର୍ବରୁ ହୋଇସାରିଛି। ତେଣୁ ସରକାରଙ୍କୁ ଏଥିପାଇଁ ସମ୍ବିଧାନ ସଂଶୋଧନ କରିବା ପାଇଁ ପଡ଼ିବ। ସମ୍ବିଧାନରେ ସଂଶୋଧନ ଆଣିବା ଅତ୍ୟନ୍ତ ବିଳମ୍ବିତ ପ୍ରକ୍ରିୟା। ଇତିମଧ୍ୟରେ ସରକାରଙ୍କ ଏହି ଘୋଷଣା ବିରୋଧରେ ସୁପ୍ରିମ୍‌କୋର୍ଟରେ ବି ଅଭିଯୋଗ ହୋଇଛି। ତେଣୁ ସରକାରଙ୍କ ପାଇଁ ଏହି ରାସ୍ତା ଆଦୌ ସହଜ ହେବ ନାହିଁ । ଅସଲ କଥା ହେଉଛି, ସରକାର ବି ଏ କଥା ଜାଣନ୍ତି। ତଥାପି ସେ ଏପରି ଏକ ବିଲ୍‌ ଆଣିବାର ଅସଲ କାରଣ ହେଉଛି, ୨୦୧୯ ନିର୍ବାଚନ ପୂର୍ବରୁ ନିଜର ଉଜୁଡ଼ା ଭାବମୂର୍ତ୍ତିକୁ ସଜାଡ଼ି ଲୋକଙ୍କ ଭୋଟ୍‌କୁ ନିଜ ଆଡ଼କୁ ଟାଣିବା। ଆଜି ଯେଉଁ ସାଧାରଣ ବର୍ଗର ଲୋକମାନେ ଏହି ୧୦% ସ୍ଥାନ ସଂରକ୍ଷଣକୁ ନେଇ ଅତ୍ୟନ୍ତ ଉତ୍ସାହିତ ହେଉଛନ୍ତି, ସେମାନେ ବି ଏହି ବିଲ୍‌ରେ ଥିବା ଗହନ କଥାକୁ ନଜରକୁ ନେବା ଆବଶ୍ୟକ। ସରକାରଙ୍କ ଏହି ବିଲ୍‌ ଅନୁସାରେ ଯେଉଁ ସାଧାରଣ ବର୍ଗ ଲୋକମାନଙ୍କର ବାର୍ଷିକ ରୋଜଗାର ୮ ଲକ୍ଷ ପର୍ଯ୍ୟନ୍ତ ହୋଇଥିବ ସେମାନେ ଏହି ସଂରକ୍ଷଣ ସୁବିଧା ପାଇପାରିବେ। ଅର୍ଥାତ୍‌ ମାସକୁ ୬୦ରୁ ୬୫ ହଜାର ଟଙ୍କା ରୋଜଗାର କରୁଥିବା ଲୋକମାନେ ବି ଏହି ସଂରକ୍ଷଣ ସୁବିଧା ପାଇବେ। ଏଠାରେ ପ୍ରଶ୍ନ ଉଠୁଛି ମାସକୁ ୬୦ ହଜାର ଟଙ୍କା ରୋଜଗାର କରୁଥିବା ଲୋକ କ’ଣ ଗରିବ? ଗୋଟିଏ ପଟେ ସରକାର ମାସକୁ ୪୦୦ରୁ ୫୦୦ ଟଙ୍କା ରୋଜଗାର କରୁଥିବା ଲୋକକୁ ଗରିବ ସୀମାରେଖା (ବିପିଏଲ୍‌) ତଳେ ରଖୁଥିବା ବେଳେ ଅନ୍ୟପଟେ ସଂରକ୍ଷଣ ବେଳକୁ ମାସକୁ ୬୦ ହଜାର ଟଙ୍କା ରୋଜଗାର କରୁଥିବା ଲୋକକୁ ଗରିବ ହିସାବରେ ଗଣନା କରୁଛନ୍ତି। ଏହା ପରସ୍ପରବିରୋଧୀ ନୁହେଁ କି? ଏହି ବ୍ୟବସ୍ଥାରୁ ଲାଭ ପାଇବା ପାଇଁ ବିଲ୍‌ ଅନୁସାରେ ମାସକୁ ୬୦ ହଜାର ଟଙ୍କା ରୋଜଗାର କରୁଥିବା ସାଧାରଣ ବର୍ଗର ଲୋକ ସହିତ ଜଣେ ଅତି ଗରିବ ତଥା ମୂଲିଆ, ଚାଷୀ, ରିକ୍ସା ଚଲେଇ ପେଟ ପୋଷୁଥିବା ସାଧାରଣ ବର୍ଗର ଲୋକଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିବ। ତେଣୁ ନିରିଖେଇ ଦେଖିଲେ ବୁଝି ହେଉଛି ଯେ, ଏହି ସଂରକ୍ଷଣ ବ୍ୟବସ୍ଥାରୁ ସାଧାରଣ ବର୍ଗର ଗରିବ ଲୋକଙ୍କୁ ଲାଭ ପାଇବାର ଆଶା ଅତ୍ୟନ୍ତ କ୍ଷୀଣ। ଯେଉଁ କ୍ରିମିଲେୟାର୍‌ ଲୋକମାନେ ପୂର୍ବରୁ ଲାଭ ପାଉଥିଲେ, ପ୍ରକାରାନ୍ତରେ ସେହିମାନେ ହଁି ଲାଭ ପାଇବେ। 

ଏତଦ୍‌ବ୍ୟତୀତ ସମ୍ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକ୍ଷାଧିକ ପଦବୀ ଖାଲି ପଡ଼ିଛି। ସରକାର ସେଗୁଡ଼ିକୁ ପୂରଣ କରିବା ପାଇଁ ବ୍ୟବସ୍ଥା କରୁନାହାନ୍ତି। ଘରୋଇ କ୍ଷେତ୍ରରେ ନିଯୁକ୍ତିର ପରିମାଣ ଦ୍ରୁତଗତିରେ ହ୍ରାସ ପାଉଛି। ସେଥିପ୍ରତି ସରକାରଙ୍କର ନିଘା ନାହିଁ । ବିଶ୍ୱବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ଉପଦେଶରେ ସରକାର ଯେଉଁପରି ଆର୍ଥିକ ନୀତି ଲାଗୁ କରୁଛନ୍ତି, ସେଥିରେ ବର୍ଷକୁ ବର୍ଷ ଦେଶରେ ନିଯୁକ୍ତି ସୁଯୋଗ ହ୍ରାସ ପାଉଛି। ଏପରି ପରିସ୍ଥିତିରେ ସରକାରଙ୍କ ପାଇଁ ସଂରକ୍ଷଣ ଘୋଷଣା ପୂର୍ବରୁ ଏକମାତ୍ର ପ୍ରାଥମିକ କର୍ତ୍ତବ୍ୟ ହେବା କଥା ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା। କାରଣ ଚାକିରି ନ ଥିଲେ ସରକାର ସଂରକ୍ଷଣ କାହାକୁ କେମିତି ଦେବେ?

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର, bichitrabiswal@gmail.com

All Right Reserved By

ସମ୍ପାଦକୀୟ |

ମିଶ୍ରିତ ଦ୍ୱନ୍ଦ୍ୱ

ମିଶ୍ରିତ ଦ୍ୱନ୍ଦ୍ୱ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ଜାତୀୟ ନମୁନା ସର୍ଭେ କାର୍ଯ୍ୟାଳୟ (ଏନ୍‌ଏସ୍‌ଏସ୍‌ଓ)ର ଲେବର ସର୍ଭେ ରିପୋର୍ଟ ଏକ ଡ୍ରାଫ୍ଟ ମାତ୍ର, ଏହା ସର୍ବଶେଷ ରିପୋର୍ଟ ନୁହେଁ ବୋଲି ମୋଦି ସରକାର ଦାବି କରିବାର କେଇଦିନ ପରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗଓ୍ବାର ଲୋକ ସଭା..

ପ୍ରବାସୀ ଓ ଆପ୍ରବାସୀ

ପ୍ରବାସୀ ଓ ଆପ୍ରବାସୀ

ଶରତ ଚନ୍ଦ୍ର ମିଶ୍ର

ପ୍ରତ୍ୟେକ ଦେଶରେ ଅଳ୍ପବହୁତ ବିଦେଶାଗତ ବ୍ୟକ୍ତି ଥାଆନ୍ତି ଓ କେତେକ ସ୍ଥାନରେ ସେମାନେ ନାଗରିକତ୍ୱ ଲାଭକରି ପୁରୁଷାନୁକ୍ରମେ ସେଠାରେ ବାସ କରନ୍ତି। ଯେଉଁମାନେ ବିଦେଶରେ ଯାଇ ରହନ୍ତି ଆମେ ସେମାନଙ୍କୁ ପ୍ରବାସୀ କହୁ, ଆଉ ସେ ଦେଶର ଲୋକମାନେ ସେମାନଙ୍କୁ ଆପ୍ରବାସୀ କହନ୍ତି। ଧନୀ ଓ ଉନ୍ନତ ରାଷ୍ଟ୍ର, ବିକାଶଶୀଳ ଓ ଜନବହୁଳ ରାଷ୍ଟ୍ରଗୁଡ଼ିକର ଆପ୍ରବାସୀ..

ମହାଦାନୀ

ମହାଦାନୀ

ଶିବରାମ ଶତପଥୀ

ପୁରାଣ ପୃଷ୍ଠା ଓଲଟାଇଲେ ଆମେ କେତେଜଣ ମହାଦାନୀଙ୍କ ବିଷୟରେ ଅବଗତ ହେଉ। ସୂର୍ଯ୍ୟବଂଶର ପ୍ରାତଃସ୍ମରଣୀୟ ସମ୍ରାଟ୍‌ ହରିଶ୍ଚନ୍ଦ୍ର ନିଜର ରାଜ୍ୟ ସହ ସର୍ବସ୍ବ ଦାନ କରିବା ପରେ ଦକ୍ଷିଣା ଦେବା ପାଇଁ ନିଜର ପତ୍ନୀ ଓ ପୁତ୍ରକୁ ବିକ୍ରିକରି ପରିଶେଷରେ ନିଜକୁ ଚଣ୍ଡାଳ ହାତରେ ବିକିଦେଇ ଶ୍ମଶାନ ରକ୍ଷକ ସାଜିଥିଲେ। ବିଷ୍ଣୁଭକ୍ତ ବଳିରାଜା ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଉପଦେଶ ନ ମାନି ବାମନଙ୍କୁ ତ୍ରିପାଦ ଭୂମିଦାନ କରି ପାତାଳଗାମୀ ହୋଇଥିଲେ। ମହାରାଜା ଶିବି ଶରଣାଗତ କପୋତକୁ ରକ୍ଷା..

ଏଇ ଭାରତରେ

ଏଇ ଭାରତରେ

ଭାରତବର୍ଷ ଏକ ମନ୍ଦିରମାଳିନୀ ଦେଶ। ଅନେକ ମନ୍ଦିରରେ ଅଲୌକିକ ଘଟଣା ଘଟୁଥିବା ଦେଖିବାକୁ ମିଳେ। ଏଭଳି ଘଟଣାମାନ କାହିଁ କେତେ ବର୍ଷରୁ ଚଳିଆସୁଛି, ଯାହାର ଉତ୍ତର ଦେବାକୁ ଆଧୁନିକ ବିଜ୍ଞାନ ମଧ୍ୟ ସକ୍ଷମ ହୋଇପାରି ନାହିଁ। ଆମ ଦେଶରେ ଏପରି ମନ୍ଦିର ରହିଛି, ଯେଉଁଠାରେ ଏକ ଅଖଣ୍ଡ ଦୀପ ଦୀର୍ଘ ୫୫୦ ବର୍ଷ ଧରି ଜଳିଆସୁଛି। ମଧ୍ୟପ୍ରଦେଶର ମନାସା ସହରଠାରୁ ପ୍ରା..

ଆଜିର ଅର୍ଥନୀତି/ସନ୍ଦେହଘେରରେ ଟିକସଦାତା

ଆଜିର ଅର୍ଥନୀତି/ସନ୍ଦେହଘେରରେ ଟିକସଦାତା

ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ବାର୍ଷିକ ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକାରୀମାନଙ୍କ ଆୟକରରେ ଯେଉଁ ରିହାତି ଘୋଷଣା କରିଥିଲେ ତାକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱ ୧୦ ଦିନ ପରେ ବି ଦୂର ହୋଇପାରିଲା ନାହିଁ। ଫେବୃୟାରୀ ପହିଲାରେ ଉପସ୍ଥାପିତ ଅନ୍ତରୀଣ ବଜେଟରେ ଗୋୟଲ ଘୋଷଣା କରିଥିଲେ ଯେ, ଯେଉଁମାନଙ୍କର ବ୍ୟକ୍ତିଗତ ବାର୍ଷିକ ମୋଟ ଆୟ ୫ ଲକ୍ଷ ଟଙ୍କାରୁ ଅଧିକ ହୋଇ ନ ଥିବ, ତାଙ୍କୁ ଆୟକରରେ ରିହାତି ମିଳିବ। ଏହି ଘୋଷଣା ପରେ କିଏ ପ୍ରକୃତରେ ଟିକସ ସୁବିଧା ପାଇବ ଓ କିଏ ପାଇବ ନା..

 ରାଜ୍ୟ ସରକାରଙ୍କ ଅନ୍ତରୀଣ ବଜେଟ

ରାଜ୍ୟ ସରକାରଙ୍କ ଅନ୍ତରୀଣ ବଜେଟ

ଡ. ସନ୍ତୋଷ କୁମାର ମହାପାତ୍ର

ଫେବୃୟାରୀ ୭ ତାରିଖରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଲେଖାନୁଦାନ ଉପସ୍ଥାପନ କରିଛନ୍ତି। ବଜେଟରେ ମୋଟ ବ୍ୟୟ ଅଟକଳ ୧,୩୨,୬୬୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା ବେଳେ ଏପ୍ରିଲରୁ ଜୁଲାଇ ୨୦୧୯ ପାଇଁ ୫୬,୯୨୧କୋଟି ଟଙ୍କାର ଲେଖାନୁଦାନ ଉପସ୍ଥାପନ କରାଯାଇଛି। ଏହା ବେହେରାଙ୍କ ଜୀବନର ଦ୍ୱିତୀୟ ବଜେଟ ହୋଇଥିଲା ବେଳେ ନିର୍ବାଚନ ପୂର୍ବର ଶେଷ ଅନ୍ତରୀଣ ବଜେଟ। ଅର୍ଥମନ୍ତ୍ରୀଙ୍କ କହିବା ଅନୁଯାୟୀ ଯେହେତୁ ନିର୍ବାଚନ ଆଗକୁ ଅଛି ତେଣୁ ସେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ନ କରି ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ବ୍ୟୟ ପାଇଁ ଲେଖାନୁଦାନ ଉପସ୍ଥାପ..

 ପ୍ରଶାସନିକ ନା ପ୍ରାଶାସନିକ

ପ୍ରଶାସନିକ ନା ପ୍ରାଶାସନିକ

ଡ. ସଦାନନ୍ଦ ନାୟକ

ଖବରକାଗଜ କେବଳ ଖବର ପରିବେଷଣ କରେନାହିଁ, ତାହା ସମ୍ପୃକ୍ତ ଭାଷାର ସମୃଦ୍ଧି ସାଧନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ନିର୍ଦ୍ଦିଷ୍ଟ ସମୟରେ ଭାଷା ଏତେସଂଖ୍ୟକ ପାଠକଙ୍କ ପାଖରେ ପହଞ୍ଚିବାର ଏହା ହେଉଛି ସର୍ବୋତ୍କୃଷ୍ଟ ମାଧ୍ୟମ। ଖବରକାଗଜର ଭାଷାକୁ ଲୋକମାନେ ମାନକ ଭାଷା ରୂପେ ଗ୍ରହଣ କରିଥାନ୍ତି। ଶବ୍ଦଜ୍ଞାନ ବୃଦ୍ଧି ନିମନ୍ତେ ଅନେକେ ଖବରକାଗଜକୁ ହିଁ ଆଶ୍ର..

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷାର୍ଥୀଙ୍କ ଜୀବନରେ ପରୀକ୍ଷା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ପରୀକ୍ଷା ଦେବାରୁ ବଞ୍ଚତ୍ତ ହେଲେ ଗୋଟିଏ ବର୍ଷ ନଷ୍ଟ କରିବାକୁ ପଡେ। ତେଣୁ ସବୁ କିଛି ପ୍ରତିବନ୍ଧକକୁ ଏଡାଇ ପରୀକ୍ଷା ହଲ୍‌ରେ ପହଞ୍ଚତ୍ବା ଜରୁରୀ। ଜଣେ ବ୍ୟକ୍ତି ତାଙ୍କ ଝିଅକୁ ପରୀକ୍ଷାକେନ୍ଦ୍ରକୁ ନେଉଥିବା  ବେ..

 ବୁଦ୍ଧିଆ ପ୍ରାଣୀ ଛେଳି

ବୁଦ୍ଧିଆ ପ୍ରାଣୀ ଛେଳି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଜଣେ ବ୍ୟକ୍ତି ଏକ କଂସେଇଖାନାରୁ ଗୋଟିଏ ଅଣ୍ଡିରା ଛେଳିକୁ ଉଦ୍ଧାର କରି ସଞ୍ଜୟ ଗାନ୍ଧୀ ଆନିମଲ କେୟାର ସେଣ୍ଟରରେ ଦେଲେ। ଆମେ ତାକୁ ମୁକ୍ତ ଭାବରେ ପରିସରରେ ଦୌଡ଼ିବା ପାଇଁ ଅନୁମତି ଦେଲୁ। ଦେଖାଗଲା ଅଳ୍ପ ସମୟ ଭିତରେ ସେ ଦଳେ କୁକୁରଙ୍କର ଦଳପତି ହୋଇଗଲା ଏବଂ କୁକୁରମାନେ ସମ୍ମାନଜନକ ଦୂରତାରେ ରହି ତାକୁ ଅନୁସରଣ କରିବାକୁ ଲାଗିଲେ।..

ଆଦିବାସୀ ମେଳା

ଆଦିବାସୀ ମେଳା

ବିଚିତ୍ର ବିଶ୍ୱାଳ

ନିକଟ ଅତୀତରେ ରାଜଧାନୀ ଭୁବନେଶ୍ୱରରେ ସରକାରଙ୍କ ତରଫରୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳା ଯୋଗୁ କିଛି ସମୟ ପାଇଁ ରାଜଧାନୀର ପ୍ରଦର୍ଶନୀପଡ଼ିଆ ଆଦିବାସୀ ଗାଁର ଭ୍ରମ ସୃଷ୍ଟି କରେ। ରାଜଧାନୀର ବଡ଼ବଡ଼ିଆ ବାବୁମାନେ ମେଳା ବୁଲିବୁଲି ଆଦିବାସୀମାନଙ୍କୁ ଦେଖନ୍ତି ଓ ସେମାନଙ୍କ ଉପତ୍ାଦିତ ସାମଗ୍ରୀ କିଣିଥାନ୍ତି। ଏହି ମେଳାରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଆଦିବାସୀମାନଙ୍କ ପାଇଁ ଘର ତିଆରି କରି ଲୋକଙ୍କ ଦର୍ଶନ ପାଇଁ ସେମାନଙ୍କୁ ଯେମିତି ରଖାଯାଇଥାଏ, ଦୂ..

 ପ୍ରେମ ଏକ ପାଟମଠାଶାଢ଼ି

ପ୍ରେମ ଏକ ପାଟମଠାଶାଢ଼ି

ଡ. ଭାଗ୍ୟଲିପି ମଲ୍ଲ

ଆଜି ଭାଲେଣ୍ଟାଇନ୍‌ ଡ଼େ’। ପ୍ରେମ ଦିବସ। ପ୍ରେମର ସ୍ମୃତିରେ ସମଗ୍ର ବିଶ୍ୱ ପାଳନ କରୁଛି ଏହି ଦିବସ। ତେବେ ପ୍ରେମର ଜନ୍ମ କ’ଣ ଆଜି ଓ ଆଜି ହିଁ ତା’ର ମୃତ୍ୟୁ? ପ୍ରେମକୁ ନେଇ କେତେ କଥା। ପ୍ରେମ କାଳେ ପ୍ରାପ୍ତିରେ ମିଳେନା, ମିଳେ ଅପ୍ରାପ୍ତିରେ। ପୁଣି ମିଳନଠୁ ବେଶି ମିଳେ ବିରହରେ। ପୂର୍ଣ୍ଣତା ଅପେକ୍ଷା ଶୂନ୍ୟତାରେ ହୁଏ ଅଧିକ ଗାଢ଼ ଏବଂ ଏହି ପ୍ରେ..

ଏଇ ଭାରତରେ

ଏଇ ଭାରତରେ

ହରିଦ୍ୱାରରେ ଏପରି ଏକ ଆଶ୍ରମ ରହିଛି, ଯେଉଁଠି ଏହାର  ଯଜ୍ଞଶାଳାରେ ଦୀର୍ଘ ୪୫ ବର୍ଷ ଧରି ଅଖଣ୍ଡ ଅଗ୍ନି ପ୍ରଜ୍ୱଳିତ  ହୋଇରହିଛି। ଏଠାରେ ପ୍ରତିଦିନ ସକାଳେ ଦୁଇ ଘଣ୍ଟା ଧରି ଯଜ୍ଞ ହୋଇଥାଏ। ଯଜ୍ଞ ପରେ ଲୁହା ପ୍ଲେଟ୍‌ରେ  ଏହାକୁ ଢାଙ୍କି ଦିଆଯାଏ। ପରବର୍ତ୍ତୀ ଦିନ ସକାଳେ ପୁଣି  ଲୁହା ପ୍ଲେଟ୍‌କୁ ହଟାଇ ଦିଆଯାଇ ସେଥିରେ ଶୁଖିଲା କାଠ ରଖି ଦିଆଯାଏ। କାଠ ରଖାଯିବା ପରେ ସ୍ବତଃ ଅଗ୍ନି ପ୍ରଜ୍ୱ..