ଖେଳ |

ଲାରାଙ୍କୁ ପଛରେ ପକାଇଲେ ବିରାଟ

ଲାରାଙ୍କୁ ପଛରେ ପକାଇଲେ ବିରାଟ

ନାପିଅର, ୨୪।୧- ଦିନିକିଆ କ୍ରିକେଟରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ କୋହଲି ୪୫ ରନ କରିଥିଲେ। ଏଥିସହ ଦିନିକିଆ କ୍ରିକେଟରେ ତାଙ୍କ ମୋଟ୍‌ ରନ୍‌ ସଂଖ୍ୟା ୧୦,୪୩୦ରେ ପହଞ୍ଚିଛି । ଏହିକ୍ରମରେ ସେ କିମ୍ବଦନ୍ତୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା (୧୦,୪୦୫)ଙ୍କୁ ପଛରେ ପକାଇ ଦେଇଛନ୍ତି। ବ୍ୟାଟିଂ ମହାରଥି ସଚିନ ତେନ୍ଦୁଲକର (୧୮,୪୨୬) ତାଲିକାର ଶୀର୍ଷରେ ରହିଥିବାବେଳେ କୁମାର ସାଙ୍ଗାକରା (୧୪,୨୩୪), ରିକି ପଣ୍ଟିଂ (୧୩,୭୦୪), ସନଥ ଜୟସୂରିୟା (୧୩,୪୩୦), ମାହେଲା ଜୟବର୍ଦ୍ଧନେ (୧୨,୬୫୦), ଇଞ୍ଜାମାମ-ଉଲ୍‌-ହକ୍‌ (୧୧,୭୩୯), ଜ୍ୟାକ କାଲିସ (୧୧,୫୭୯), ସୌରଭ ଗାଙ୍ଗୁଲି (୧୧,୩୬୩) ଓ ରାହୁଲ ଡ୍ରାଭିଡ୍‌ (୧୦,୮୮୯) ଯଥାକ୍ରମେ ୨ୟରୁ ୯ମ ସ୍ଥାନ ମଧ୍ୟରେ ରହିଛନ୍ତି। ମହେନ୍ଦ୍ର ସିଂ ଧୋନୀ (୧୦,୩୬୬) ତାଲିକାର ଦ୍ୱାଦଶ ସ୍ଥାନ ଲାଭ କରିଛନ୍ତି।

All Right Reserved By

ଖେଳ |

ସନ୍ତୋଷ ଟ୍ରଫି:   ପଞ୍ଜାବ-ଗୋଆ, ସର୍ଭିସେସ୍‌-କର୍ନାଟକ ସେମିଫାଇନାଲ

ସନ୍ତୋଷ ଟ୍ରଫି: ପଞ୍ଜାବ-ଗୋଆ, ସର୍ଭିସେସ୍‌-କର୍ନାଟକ ସେମିଫାଇନାଲ

ଲୁଧିଆନା, ୧୮ା୪- (ପି.ଟି.)-ସନ୍ତୋଷ ଟ୍ରଫି ଫୁଟ୍‌ବଲ ଟୁର୍ନାମେଣ୍ଟରେ ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ ହୋଇଛି। ଏହି ପର୍ଯ୍ୟାୟରେ ଶୁକ୍ରବାର ପଞ୍ଜାବ ଗୋଆ ସହିତ ମୁକାବିଲା କରିବାକୁ ଥିବାବେଳେ ସର୍ଭିସେସ୍‌କୁ କର୍ନାଟକ ଭେଟିବ। ସୂଚନାଯୋଗ୍ୟ, ଜୋନାଲ କ୍ୱାଲିଫାୟର୍ସ ପରେ ୧୦ଟି ଦଳ ଚୂଡ଼ାନ୍ତ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ସର୍ଭିସେସ, ଗୋଆ, ଦିଲ୍ଲୀ ମେଘାଳୟ ଏବଂ ଓଡ଼ିଶା ଗ୍ରୁପ୍‌ ଏ’ରେ ସ୍ଥାନ ପାଇଥିବାବେଳେ  କର୍ନାଟକ, ମହାରାଷ୍ଟ୍ର, ଆସାମ, ସିକ୍କିମ ଏବଂ ଘରୋଇ ଦଳ ପଞ୍ଜାବ ଗ୍ରୁପ୍‌ ବି’ରେ ସ୍ଥାନ ପାଇଥିଲେ।

 ରୋସୋଙ୍କୁ ଆଇସିସିର ଶ୍ରଦ୍ଧାଞ୍ଜଳି

ରୋସୋଙ୍କୁ ଆଇସିସିର ଶ୍ରଦ୍ଧାଞ୍ଜଳି

ଦୁବାଇ, ୧୮ା୪ (ପି.ଟି.)-ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡର ପୂର୍ବତନ ମୁଖ୍ୟ ପ୍ୟାଟ୍ରିକ୍‌ ରୋସୋଙ୍କ ପରଲୋକରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିିସି) ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ରୋସୋଙ୍କୁ ୮୫ ବର୍ଷ ହୋଇଥିଲା। ସେ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ କ୍ୟାରବିୟନ କ୍ରିକେଟ ମୁଖ୍ୟ ଥିଲେ। ସେ ଆଇସିସି ବୋର୍ଡର ମଧ୍ୟ ଜଣେ ସଦସ୍ୟ ଥିଲେ। 

ପୂର୍ବାଞ୍ଚଳ ଦୃଷ୍ଟିହୀନ ବିଦ୍ୟାଳୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ: ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟ ଟିମ୍‌ ଚାମ୍ପିୟନ,ରୋଟାରୀ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା

ପୂର୍ବାଞ୍ଚଳ ଦୃଷ୍ଟିହୀନ ବିଦ୍ୟାଳୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ: ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟ ଟିମ୍‌ ଚାମ୍ପିୟନ,ରୋଟାରୀ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ, ୧୮।୪-ବିହାର ମୁଜାଫରପୁରଠାରେ ଅନୁଷ୍ଠିତ ୨ୟ ପୂର୍ବାଞ୍ଚଳ ଦୃଷ୍ଟିହୀନ ବିଦ୍ୟାଳୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶାର ବାଲେଶ୍ୱର ଜିଲା ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟ ଟିମ୍‌ ଚାମ୍ପିୟନ ହୋଇଛି।

ବିରାଟ,ରାଇନାଙ୍କ ପରେ ଏଲିଟ୍‌ କ୍ଲବରେ ସାମିଲ ହେବେ ରୋହିତ୍‌

ବିରାଟ,ରାଇନାଙ୍କ ପରେ ଏଲିଟ୍‌ କ୍ଲବରେ ସାମିଲ ହେବେ ରୋହିତ୍‌

ନୂଆଦିଲ୍ଲୀ, ୧୮।୪-  ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ମ୍ୟାଚ୍‌ ସ୍ଥାନୀୟ ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। 

ଟୋକିଓ ଅଲିମ୍ପିକ୍ସ: ଅତ୍ୟଧିକ ଗରମରୁ ବର୍ତ୍ତିବା ଲାଗି ସକାଳ ୬ରୁ ମାରାଥନ

ଟୋକିଓ ଅଲିମ୍ପିକ୍ସ: ଅତ୍ୟଧିକ ଗରମରୁ ବର୍ତ୍ତିବା ଲାଗି ସକାଳ ୬ରୁ ମାରାଥନ

ଟୋକିଓ, ୧୮।୪- କ୍ରୀଡ଼ାର ମହାକୁମ୍ଭ ଭାବେ ପରିଚିତ ଅଲିମ୍ପିକ୍ସର ୩୨ତମ ସଂସ୍କରଣ ୨୦୨୦ରେ ଜାପାନର ରାଜଧାନୀ ଟୋକିଓଠାରେ ଅନୁଷ୍ଠିତ ହେବ। ତେବେ ଅତ୍ୟଧିକ ଗରମକୁ ଦୃଷ୍ଟିରେ ରଖି ମାରାଥନ ଇଭେଣ୍ଟକୁ ସ୍ଥାନୀୟ ସମୟ ସକାଳ ୬ଟାରୁ ଆରମ୍ଭ କରିବାକୁ ଆୟୋଜକଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି।

ଶ୍ରୀଲଙ୍କା ବିଶ୍ୱକପ୍‌ ଦଳରେ ଥିରିମାନେ, ସିରିବର୍ଦ୍ଧନେ ସାମିଲ

ଶ୍ରୀଲଙ୍କା ବିଶ୍ୱକପ୍‌ ଦଳରେ ଥିରିମାନେ, ସିରିବର୍ଦ୍ଧନେ ସାମିଲ

କଲମ୍ବୋ, ୧୮।୪- ଆସନ୍ତା ମାସରେ ଇଂଲଣ୍ଡରେ ଖେଳାଯିବାକୁ ଥିତ୍ବା ଆଇସିସି ବିଶ୍ୱକପ୍‌ ଲାଗି ଗୁରୁବାର ଶ୍ରୀଲଙ୍କା କ୍ରିକେଟ୍‌ ଦଳ ଘୋଷଣା କରାଯାଇଛି। ଦିମୁଥ କରୁଣାରତ୍ନେଙ୍କ ନେତୃତ୍ୱରେ ଘୋଷିତ ୧୫ ଜଣିଆ ଦଳକୁ ସ୍ଲୋ-ବୋଲିଂ ଅଲ୍‌ରାଉଣ୍ଡର   ମିଲିନ୍ଦ ସିରିବର୍ଦ୍ଧନେ, ଜୀବନ ମେଣ୍ଡିସ, ଲେଗ୍‌ ସ୍ପିନର ଜେଫ୍ରି ବନ୍ଦାରସେ, ଲାହିରୁ ଥିରିମାନେ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ବିଶ୍ୱକପ୍‌ ପୂର୍ବରୁ ଅବସର ନେଇପାରନ୍ତି ମାଲିଙ୍ଗା

ବିଶ୍ୱକପ୍‌ ପୂର୍ବରୁ ଅବସର ନେଇପାରନ୍ତି ମାଲିଙ୍ଗା

ମୁମ୍ବାଇ, ୧୮।୪- ଶ୍ରୀଲଙ୍କାର ବରିଷ୍ଠ ଦ୍ରୁତ ବୋଲର ଲସିଥ୍‌ ମାଲିଙ୍ଗା ଆଗାମୀ ଆଇସିସି ବିଶ୍ୱକପ୍‌ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇପାରନ୍ତି। ଅବସର ନେଇ ମାଲିଙ୍ଗା ଏଭଳି ଏକ ସୂଚନା 

ସଚିନଙ୍କ ସହ ଡିନର୍‌ କଲେ ପୃଥ୍ବୀ ଶ’

ସଚିନଙ୍କ ସହ ଡିନର୍‌ କଲେ ପୃଥ୍ବୀ ଶ’

ନୂଆଦିଲ୍ଲୀ, ୧୮।୪- ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣରେ ଗୁରୁବାର ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ ଲାଗି ଉଭୟ ଦଳ ଜୋର୍‌ଦାର ପ୍ରସ୍ତୁତି କରିଛନ୍ତି। 

ଚାମ୍ପିୟନ୍ସ ଲିଗ୍‌: ଲିଭରପୁଲ-ବାର୍ସିଲୋନା ସେମିଫାଇନାଲ

ଚାମ୍ପିୟନ୍ସ ଲିଗ୍‌: ଲିଭରପୁଲ-ବାର୍ସିଲୋନା ସେମିଫାଇନାଲ

ପୋର୍ଟୋ (ପର୍ତ୍ତୁଗାଲ), ୧୮।୪(ଏଏଫ୍‌ପି)- ୟୁରୋପର ବଛା ବଛା ଶ୍ରେଷ୍ଠ ଫୁଟ୍‌ବଲ କ୍ଲବଗୁଡ଼ିକୁ ନେଇ ଚାଲିଥିବା ଚାମ୍ପିୟନ୍ସ ଲିଗ୍‌ ପ୍ରତିଯୋଗିତାର ସେମିଫାଇନାଲରେ ଲିଭରପୁଲ ଦଳ ପ୍ରବେଶ କରିଛି।

ନାଡାଲଙ୍କ ବିଜୟ ଅଭିଯାନ

ନାଡାଲଙ୍କ ବିଜୟ ଅଭିଯାନ

ମୋନାକୋ, ୧୮।୪- କ୍ଲେ କୋର୍ଟର ରାଜା ଭାବେ ପରିଚିତ ସ୍ପେନର ରାଫାଲ ନାଡାଲ ଏଠାରେ ଚାଲିଥିବା ମଣ୍ଟେ କାର୍ଲୋ ମାଷ୍ଟର୍ସ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। 

ନିଆରା ଢଙ୍ଗରେ ପିତା ଓ୍ବାର୍ଣ୍ଣରଙ୍କୁ ଚିୟର କଲେ କୁନି ଝିଅ

ନିଆରା ଢଙ୍ଗରେ ପିତା ଓ୍ବାର୍ଣ୍ଣରଙ୍କୁ ଚିୟର କଲେ କୁନି ଝିଅ

ହାଇଦ୍ରାବାଦ, ୧୮।୪: ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇସୁପର କିଙ୍ଗ୍ସ ମଧ୍ୟରେ ବୁଧବାର ଖେଳାଯାଇଥିବା ୩୩ତମ ମ୍ୟାଚରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। 

ହାଇଦ୍ରାବାଦର ସହଜ ବିଜୟ

ହାଇଦ୍ରାବାଦର ସହଜ ବିଜୟ

ହାଇଦ୍ରାବାଦ, ୧୮।୪(ପି.ଟି.)- ଘରୋଇ ପରିବେଶରୁ ଫାଇଦା ଉଠାଇ କେନ୍‌ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ସନ୍‌ରାଇଜର୍ସ ହାଇଦ୍ରାବାଦ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୩ତମ ମ୍ୟାଚ୍‌ରେ ଟେବୁଲ ଟପ୍ପର ଚେନ୍ନାଇ ସୁପର କିଙ୍ଗ୍ସକୁ ୧୯ଟି ବଲ ବାକିଥାଇ ୬ ଉଇକେଟରେ ଅତି ସହଜରେ ପରାସ୍ତ କରିଛି। 


Model This Week

କ୍ରିଷ୍ଣା
Why Dharitri