ସମ୍ପାଦକୀୟ |

ନିଃସଙ୍ଗ ଜୀବନ

ନିଃସଙ୍ଗ ଜୀବନ

ବିଜୟ ଦାସ

ଜୀବନ ଗୋଟେ ନିଆରା ଫୁଲର ମହକ। ନିଜର ବୃତ୍ତିଗତ ଶିକ୍ଷକ ଜୀବନ ଭିତରେ ନୀଳାମ୍ବର ବାବୁଙ୍କ ଏଇ କଥାର ତାତ୍ପର୍ଯ୍ୟ ଅଧିକ ହୃଦ୍‌ବୋଧ ହେବା ସହ ସେ ଛୋଟ ପିଲାଙ୍କ ପ୍ରତି ଟିକେ ଅଧିକ ସ୍ନେହସିକ୍ତ ହେବା ସାଧାରଣରେ ପରିଲକ୍ଷିତ ହୁଏ। ବାସ୍ତବିକ ଛୋଟ ଛୋଟ ଶିଶୁମାନେ ଈଶ୍ୱରଙ୍କ ବଗିଚାର ଫୁଲ ଭଳି। ସେଇ ଛୋଟ ଶିଶୁଙ୍କ ସ୍ନେହ ଓ ଆଦରଯତ୍ନ ପାଇଁ ସବୁଦିନ ନିଜକୁ ହଜାଇଦେଇ ଜୀବନର ଗୋଟେ ନିଆରା ମହକ ଉପଲବ୍ଧି କରିବା ଓ ଅବସର ପରେ ସେଇ ଶିଶୁମାନଙ୍କ ଆଦରଯତ୍ନରୁ ବଞ୍ଚିତ ହେଲାବେଳେ ବ୍ୟଥା ଅନୁଭବ କରିବା କେବଳ ନୀଳାମ୍ବର ବାବୁ ନୁହନ୍ତି, ଯେ କୌଣସି ମଣିଷ କ୍ଷେତ୍ରରେ ସ୍ବାଭାବିକ।

ନୀଳାମ୍ବର ବାବୁ ଥିଲେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ। ଶିକ୍ଷକ ଜୀବନରେ ସେ କେବଳ ଛାତ୍ରୀଛାତ୍ରଙ୍କ ଗହଣରେ ସ୍ନେହ ଆଦରର ଭାବପ୍ରବଣତା ଭିତରେ ଭାସିଯାଉ ନ ଥିଲେ। ନିଜର ନୀତି, ନିୟମ, ନୈତିକତା ଓ ସମୟାନୁବର୍ତ୍ତିତା ଆଦି ସୁଗୁଣକୁ ଛାତ୍ରୀଛାତ୍ରଙ୍କ ଭିତରେ ପ୍ରତିଭାତ ହେବାକୁ ଦେଇ ସେ ବ୍ୟକ୍ତି ନିର୍ମାଣର ଯେଉଁ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଥିଲେ, ତାହା ତାଙ୍କୁ ଆଖପାଖ ଅଞ୍ଚଳରେ ଅଧିକ ଲୋକପ୍ରିୟ କରିବାରେ ସହାୟକ ହୋଇଥିଲା। ସେ ନିଜେ ଜଣେ ଆଦର୍ଶ ଶିକ୍ଷକ ହୋଇ ସେ ଅଞ୍ଚଳର ବହୁ ଛାତ୍ରୀଛାତ୍ରଙ୍କୁ ଆଦର୍ଶ ଭାବରେ ଗଢ଼ିତୋଳିବା ସହିତ ନିଜର ଏକମାତ୍ର ପୁଅ ନିରଞ୍ଜନକୁ ଜଣେ ଯୋଗ୍ୟ ମଣିଷ ଭାବେ ଗଢ଼ି ତୋଳିପାରିଥିଲେ। ନିରଞ୍ଜନ ବୃତ୍ତିରେ ଜଣେ ଇଞ୍ଜିନିୟର ଥିଲେ ଓ ସେ ଜଣେ ଉଚ୍ଚଶିକ୍ଷିତା ଝିଅକୁ ବିବାହ କରିଥିଲେ। ଏଥିସହିତ ନିରଞ୍ଜନ ଓ ବୋହୂ ଏଲିନାଙ୍କ ଔରସରୁ ଜନ୍ମିତ ନାତି ଲିପୁନକୁ ପାଇ ନୀଳାମ୍ବର ବାବୁ ଅବସର ଜୀବନର ନିଃସଙ୍ଗତାକୁ ଭୁଲିବାର ପ୍ରୟାସ କରୁଥିଲେ। ଏହାର କାରଣ ଥିଲା ଏକମାତ୍ର ନାତି ଲିପୁନ ସହିତ ନୀଳାମ୍ବର ବାବୁଙ୍କର ଅନ୍ତରଙ୍ଗ ସମ୍ପର୍କର ନିବିଡ଼ତା, ଯାହା ତାଙ୍କଠାରୁ ଜଣେ ଛାତ୍ରବତ୍ସଳ ଶିକ୍ଷକଙ୍କର ସବୁ ସ୍ନେହ ଛଡ଼ାଇ ଆଣି ତାଙ୍କୁ ଅସହାୟ କରିଦେଉଥିଲା।

କିନ୍ତୁ ନୀଳାମ୍ବର ବାବୁ ବାସ୍ତବରେ ନିଜକୁ ଅସହାୟ ମନେକଲେ ସେଇଦିନ, ଯେଉଁଦିନ ନିଜର ଏକମାତ୍ର ପୁଅ ନିରଞ୍ଜନ ବୋହୂ ଏଲିନା ଓ ନାତି ଲିପୁନକୁ ନେଇ ବାଙ୍ଗାଲୋରରେ ରହିବାକୁ ମନସ୍ଥ କଲେ। ନୀଳାମ୍ବର ବାବୁଙ୍କ ପତ୍ନୀଙ୍କର ବହୁ ଆଗରୁ ଦେହାନ୍ତ ହୋଇସାରିଥିଲା। ନିଜର ଏକମାତ୍ର ପୁଅର ନୂଆ ନୂଆ ଚାକିରି ଜୀବନରେ ବ୍ୟାଘାତ ନ ଆଣିବା ପାଇଁ ପତ୍ନୀଙ୍କର ଶେଷ ଇଚ୍ଛା ଅନୁସାରେ ପୁଅବୋହୂଙ୍କ ନିଷ୍ପତ୍ତିରେ ସମ୍ମତି ଦେଇଥିଲେ ବି ନାତି ଲିପୁନର ସ୍ନେହସିକ୍ତ ଆନ୍ତରିକତା ଭୁଲିବା ତାଙ୍କ ପାଇଁ ଅତ୍ୟନ୍ତ ଅସହ୍ୟ ହୋଇପଡିଥିଲା। ବାଙ୍ଗାଲୋରରେ ରହଣି ସମୟରେ ପୁଅ ନିରଞ୍ଜନ ବାପାଙ୍କ ଭଲମନ୍ଦ କଥା ନିୟମିତ ଟେଲିଫୋନ କରି ପଚାରି ବୁଝନ୍ତି। ନୀଳାମ୍ବର ବାବୁଙ୍କ ପାଇଁ ପୁଅ ନିରଞ୍ଜନଙ୍କ ଦ୍ୱାରା ନିଯୁକ୍ତ ପଡିଶାଘରର ଝିଅଟିଏ ନିୟମିତ ଆସି ରୋଷେଇବାସ କରିଦିଏ। ଗାଁ ଗହଳି ଭିତରେ ସାଇପଡିଶାର ଯେ କୌଣସି ବ୍ୟକ୍ତି ହାତରେ ପଇସାପତ୍ର ଦେଲେ ସେମାନେ ନୀଳାମ୍ବର ବାବୁଙ୍କ ପାଇଁ ପାଖ ବଜାରରୁ ଦରକାରୀ ସଉଦାପତ୍ର କିଣି ଆଣନ୍ତି। ତା’ ଛଡ଼ା ନିଜେ ବଜାରକୁ ଯାଇ ନିଜ ପାଇଁ ସଉଦାପତ୍ର କିଣିବାର ଶାରୀରିକ ଓ ମାନସିକ କ୍ଷମତା ତାଙ୍କ ପାଖରେ ବହୁଦିନ ପର୍ଯ୍ୟନ୍ତ ଅତୁଟ ହୋଇ ରହିଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିଲା। ବାଙ୍ଗାଲୋରରୁ ବୋହୂ ଏଲିନା ଠିକ୍‌ ସମୟରେ ଖିଆପିଆ କରିବା ସହିତ ସାମାନ୍ୟ ଦେହ ଅସୁସ୍ଥ ହେଲେ ଠିକ୍‌ ସମୟରେ ଔଷଧପତ୍ର ଖାଇବା ପାଇଁ ତାଗିଦ କରି କହୁଥିଲା। ତିନିବର୍ଷର ନାତି ଲିପୁନ ବି ଗୁଲୁଗୁଲିଆ କଥାରେ ଜେଜେଙ୍କ ମନକୁ ଖୁସିରେ ଭରି ଦେଉଥିଲା। ନୀଳାମ୍ବର ବାବୁ ମାନସିକ ସ୍ତରରେ ଅଧିକ କ୍ଷତାକ୍ତ ହେଲେ ସେଇଦିନ, ଯେଉଁଦିନ ପୁଅ ନିରଞ୍ଜନ ସପରିବାର ଆମେରିକା ଯିବାକୁ ମନସ୍ଥ କଲେ। କମ୍ପାନୀର ପ୍ୟାକେଜ୍‌ ଓ ପ୍ରମୋଶନ ଦୃଷ୍ଟିରୁ ନିରଞ୍ଜନ ଆମେରିକା ଯିବାକୁ ବାଧ୍ୟ ହେଲେ। ପୁଅ, ବୋହୂ ଓ ନାତି ଆମେରିକା ଯିବା ପରେ କାଁ ଭାଁ ଟେଲିଫୋନ କଲ୍‌ ଆସେ। ନୀଳାମ୍ବର ବାବୁଙ୍କ ଅସହାୟତା କ୍ରମେ ବଢ଼ିବାକୁ ଲାଗିଲା। ସୁଦୂର ଆମେରିକାର ପାଣିପବନ ଓ ବସ୍ତୁବାଦୀ ଦୁନିଆର ଚାକଚକ୍ୟ ପୁଅ ନିରଞ୍ଜନ, ବୋହୂ ଏଲିନା ଓ ନାତି ଲିପୁନକୁ ସାଧାରଣ ସ୍ନେହମମତାର ଭାବପ୍ରବଣତାରୁ ଦୂରେଇ ଦେଇ ବସ୍ତୁବାଦୀ ଦୁନିଆ ଭିତରେ ବାନ୍ଧି ରଖିବା ସ୍ବାଭାବିକ। ବାର୍ଦ୍ଧକ୍ୟର ସମ୍ପୂର୍ଣ୍ଣ ଅସହାୟତା ଓ କ୍ଳାନ୍ତି ଆସିବା ପୂର୍ବରୁ ନୀଳାମ୍ବର ବାବୁ ଦିନେ ହଠାତ୍‌ ନିଷ୍ପତ୍ତି ନେଲେ ଯେ, ସେ ଏଣିକି ଛୋଟ ଛୋଟ ପିଲାମାନଙ୍କୁ ଟିଉଶନ କରିବେ। ସରକାରୀ ଭାବେ ସିନା ଶିକ୍ଷକତାର ଜୀବନ ସରିଯାଇଛି, ହେଲେ ଜଣେ କର୍ମତତ୍ପର ଶିକ୍ଷକ ଭାବରେ ଶିକ୍ଷାଦାନ କରିବାର ମହାନ୍‌ କର୍ତ୍ତବ୍ୟ ପାଳନ କରିବାକୁ ତାଙ୍କ ଭିତରେ ଏବେ ବି ଉତ୍ସାହ ଓ ଆତ୍ମଶକ୍ତି ମହଜୁଦ ହୋଇ ରହିଛି। ଟିଉଶନ ଅବକାଶରେ ଛୋଟ ଛୋଟ ପିଲାଙ୍କର ସ୍ନେହ ଓ ଭଲ ପାଇବା ଭିତରେ ନୀଳାମ୍ବର ବାବୁ ଆତ୍ମତୃପ୍ତିର ଏକ ଉପଲବ୍ଧି ସାଉଁଟିବାର ପ୍ରୟାସ କଲେ। କଥା କିନ୍ତୁ ବାହାରକୁ ଭିନ୍ନ ଦିଶିଲା। ଲୋକେ କହିଲେ, ନୀଳାମ୍ବର ମାଷ୍ଟରଟା ଭାରି ଲୋଭୀ। ପୁଅବୋହୂ ବିଦେଶରେ ରହି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି, ଅଥଚ ବୁଢ଼ାର ଏତେ ଲୋଭ ଯେ ବୁଢ଼ା ବୟସରେ ଟଙ୍କା କେଇଟା ପାଇଁ ଟିଉଶନ କରୁଛି। ମାତ୍ର ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ଆଶ୍ଚର୍ଯ୍ୟ ହେଲେ, ଯେତେବେଳେ ନୀଳାମ୍ବର ବାବୁ ଟିଉଶନ ବାବଦରେ କୌଣସି ଅର୍ଥ ସେମାନଙ୍କଠାରୁ ନେବେ ନାହିଁ ବୋଲି ସ୍ପଷ୍ଟ ମନା କରିଦେଲେ। କଥା ଯାଇ ଆମେରିକାରେ ରହୁଥିବା ପୁଅବୋହୂଙ୍କ କାନରେ ପଡ଼ିଲା। ନିରଞ୍ଜନ ଓ ଏଲିନା ସୁଦୂର ଆମେରିକାରୁ ଟେଲିଫୋନ କଲେ। ଦେଖନ୍ତୁ ବାପା, ଆମ ଦି’ଜଣଙ୍କ ଦରମା ପ୍ରାୟ ପାଞ୍ଚଲକ୍ଷ ପାଖାପାଖି। ଆପଣଙ୍କର ଯେତେ ଟଙ୍କା ଦରକାର, ଆମେ ପଠାଇବାରେ ଦ୍ୱିଧା ନାହିଁ। ମାତ୍ର ଟଙ୍କା କେଇଟା ପାଇଁ ଆପଣ ଏ ବୟସରେ ଟିଉଶନ କରିବାକୁ ଚାହିଁଲେ ଆମ ମାନସମ୍ମାନ ମାଟିରେ ମିଶିଯିବ। ପୁଅବୋହୂଙ୍କ ତାଗିଦରେ ନୀଳାମ୍ବର ବାବୁଙ୍କ ଦେହରୁ ଗମ୍‌ ଗମ୍‌ ହୋଇ ଝାଳ ବୋହିପଡିଲା। ସେତିକିରେ ବି ସେମାନଙ୍କର ମନ ଶାନ୍ତ ହେଲାନାହିଁ। ବନ୍ଧୁବାନ୍ଧବଙ୍କ ସହ ପରାମର୍ଶ କରି ନିରଞ୍ଜନ ବାପାଙ୍କୁ ଏକ ଜରାନିବାସରେ ରଖିବାର ବନ୍ଦୋବସ୍ତ କରିଦେଲେ। ପୁଅ-ବୋହୂଙ୍କ ସହିତ ସମ୍ପର୍କ ତୁଟିଯିବା ଆଶଙ୍କାରେ ନୀଳାମ୍ବର ବାବୁଙ୍କର ପ୍ରତିବାଦ କରିବାର ଉପାୟ ନ ଥିଲା। ଆଧୁନିକ ମଣିଷକୃତ ଜରାନିବାସର ଦୁଃଖଯନ୍ତ୍ରଣା ଭିତରେ ଏଣିକି ନୀଳାମ୍ବର ବାବୁଙ୍କ ସମୟ ବିତିଲା। ଜରାନିବାସର ସେଇ ନିଆରା ନିଃସଙ୍ଗ ଜୀବନ ଭିତରେ ସେ ନିଜ ଛାତ୍ରୀଛାତ୍ରମାନଙ୍କ ସହିତ ଥିବା ପୁରୁଣା ସମୟର ସ୍ମୃତି ଚାରଣ କରୁଥିଲେ। ଭାବୁଥିଲେ ଫେରି ଆସନ୍ତା କି ସେଇ ଅଭୁଲା ମୁହୂର୍ତ୍ତସବୁ।

ମୋ-୯୧୭୮୦୫୯୫୮୦

All Right Reserved By

ସମ୍ପାଦକୀୟ |

ଆଜିର ଅର୍ଥନୀତି/ଅଳସୁଆ ବଢୁଛନ୍ତି

ଆଜିର ଅର୍ଥନୀତି/ଅଳସୁଆ ବଢୁଛନ୍ତି

ପ୍ରତ୍ୟେକ ରାଜନୈତିକ ଦଳ ଯେକୌଣସି ଉପାୟରେ ନିର୍ବାଚନ ଜିତିବାକୁ ଚାହୁଁଛନ୍ତି। ନିର୍ବାଚନ ବର୍ଷରେ ଏସବୁ ଦେଖିବାକୁ ମିଳିଥାଏ। ପ୍ରମୁଖ ରାଜନୈତିକ ଦଳ, ବିଶେଷତଃ କ୍ଷମତାସୀନ ଦଳ ବିଭିନ୍ନ ଲୋକପ୍ରିୟ ଯୋଜନା ଘୋଷଣା କରି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରନ୍ତି। ଲୋକଙ୍କ ଭୋଟ ହାତେଇବା ଓ ପୁନଃ ନିର୍ବାଚିତ ହେବା ପାଇଁ ..

 ଭାରତୀୟ ଗଣତନ୍ତ୍ରରେ ନିର୍ବାଚନ

ଭାରତୀୟ ଗଣତନ୍ତ୍ରରେ ନିର୍ବାଚନ

ନାରାୟଣ ପଣ୍ଡା

ବିଶ୍ୱର ବୃହତ୍ତମ ଗଣତାନ୍ତ୍ରିକ ଦେଶ ଭାରତରେ ସପ୍ତଦଶ ସାଧାରଣ ନିର୍ବାଚନ ଆରମ୍ଭ ହୋଇଛି। ଦେଶର ସମ୍ବିଧାନ ଅନୁସାରେ ପ୍ରତି ୫ବର୍ଷରେ ଉକ୍ତ ନିର୍ବାଚନ ହେବା କଥା। କିନ୍ତୁ ଗତ ୬୮ବର୍ଷର..

କ୍ଷମାର ମହତ୍ତ୍ୱ

କ୍ଷମାର ମହତ୍ତ୍ୱ

ହରିଶ୍ଚନ୍ଦ୍ର ଅରିଶଲ୍ୟ

ଶୁଭ ଶୁକ୍ରବାର ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ସର୍ବଶ୍ରେଷ୍ଠ ବଳିଦାନ, କ୍ଷମା ଓ ତ୍ୟାଗର ଜୀବନକୁ ମନେପକାଇଦିଏ। ୨୦୦୦ରୁ ଅଧିକ ବର୍ଷ ତଳେ ମିଥ୍ୟା ଓ କପୋଳକଳ୍ପିତ ଷଡ଼ଯନ୍ତ୍ରର ଶିକାର ହୋଇ ପ୍ରଭୁ ଯିଶୁ କ୍ରୂଶବିଦ୍ଧ ..

ଏଇ ଭାରତରେ

ଏଇ ଭାରତରେ

ବର୍ତ୍ତମାନ ନିର୍ବାଚନ ଋତୁ ଜାରି ରହିଛି। ଭାରତ ଭଳି ଏକ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ରରେ ଭୋଟଦେଇ ନିଜ ମନ ପସନ୍ଦର ପ୍ରତିନିଧି ବାଛିବା ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ତ୍ତବ୍ୟ। କିନ୍ତୁ ଅନେକ ସ୍ଥଳରେ ଦେଖାଯାଉଛି କେତେକ ବ୍ୟକ୍ତି ବିଭିନ୍ନ ଆଳ ଦେଖାଇ ଭୋଟଦାନରୁ ବିରତ ରହୁଛନ୍ତି। ଭୋଟଦାନ ନ କରିବା ଅର୍ଥ ଗଣତାନ୍ତ୍ରିକ ଶାସନ ପ୍ରକ୍ରିୟାରୁ ନିଜକୁ ଦୂରେଇ..

କୀଟପତଙ୍ଗରୁ ଔଷଧ

କୀଟପତଙ୍ଗରୁ ଔଷଧ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ପ୍ରକୃତିରେ କୌଣସି କ୍ଷତିକାରକ କୀଟପତଙ୍ଗ (ପେଷ୍ଟ) ବା ଅବାଞ୍ଛିତ ଘାସ (ଓ୍ବିଡ୍‌) ନାହିଁ। କିନ୍ତୁ ମଣିଷ ନିଜ ପାଇଁ ଖାଦ୍ୟ ଉତ୍ପାଦନ କଲାବେଳେ କିମ୍ବା ପ୍ରାଣୀଙ୍କ ନିବାସସ୍ଥାନ ଧ୍ୱଂସ କରି ଗୃହନିର୍ମାଣ କଲାବେଳେ କିଛି ପ୍ରାଣୀ ସେମାନଙ୍କ ବାଟରେ ଆସିଯାନ୍ତି। ତେଣୁ ସେମାନଙ୍କୁ ମାରିବା ପାଇଁ ମଣିଷ ତିଆରି କରିଥିବା କୀଟନାଶକ ଦ୍ୱାରା ଶହ ଶହ କୋଟି କୀଟପତଙ୍ଗ..

ନିର୍ବାଚନର ଦୁଃଖ

ନିର୍ବାଚନର ଦୁଃଖ

ଡ. ସୁବାସ ଚନ୍ଦ୍ର ପାତ୍ର

କେଉଁ ଦେଶ ପାଇଁ ନଦୀ, ପାହାଡ଼, ପର୍ବତ, ମରୁଭୂମି ହୁଏ ତ ଦୁଃଖ ହୋଇପାରେ କିନ୍ତୁ ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ଏକ ଦୁଃଖ, ଏକ ଲାଞ୍ଛନା। ସବୁଠୁ ବେଶୀ ଦୁଃଖ ଭୋଗନ୍ତି ନିର୍ବାଚନ ସହ ଜଡ଼ିତ କର୍ମଚାରୀମାନେ। ଯାବତୀୟ ସାଧୁତା, ନିଷ୍ଠା, ନିଷ୍କପଟତା ସତ୍ତ୍ୱେ ଉପରିସ୍ଥ ହାକିମମାନଙ୍କ କଥାକଥାକେ ନିଲମ୍ବନର ନାଲିଆଖି ଯନ୍ତ୍ର..

ପାପପୁଣ୍ୟର ଦ୍ୱନ୍ଦ୍ୱ

ପାପପୁଣ୍ୟର ଦ୍ୱନ୍ଦ୍ୱ

ରମେଶ ଚନ୍ଦ୍ର ସାମଲ

କଥାରେ ଅଛି-ଲାଉ ଲଗେଇଲେ ଚଣା ଫଳେନା କିମ୍ବା ଚଣା ଲଗେଇଲେ ଲାଉ ଫଳେନା। କର୍ମ ନେଇ ଫଳ। ଆଜି କରିଥିବା କର୍ମର ଫଳ ଆଜି, କାଲି, ଏହି ଜନ୍ମରେ କିମ୍ବା ପରଜନ୍ମରେ, ନ ହେଲେ କେତେ ଜନ୍ମ ପରେ ଭୋଗ କରିବାକୁ ପଡ଼ିଥାଏ। ଶତପୁତ୍ରର ଜନନୀ ଗାନ୍ଧାରୀଙ୍କୁ ତାଙ୍କର ପୂର୍ବ ଅଷ୍ଟମ ଜନ୍ମରେ ପିଲାଦିନେ କରିଥିବା ପାପର ଫଳ ଭୋଗିବାକୁ ପ..

ଏଇ ଭାରତରେ

ଏଇ ଭାରତରେ

କେତେକ ବ୍ୟକ୍ତି ବିଶ୍ୱର କଲ୍ୟାଣସାଧନ ଲାଗି ଅକ୍ଳାନ୍ତ ପରିଶ୍ରମ ଓ ଅନେକ କଷ୍ଟ ସ୍ବୀକାର କରନ୍ତି। ଏପରି ଜଣେ ବିରଳ ବ୍ୟକ୍ତିତ୍ୱ ହେଉଛନ୍ତି ପ୍ୟାରେଲାଲ୍‌। ସେ ବିଶ୍ୱକଲ୍ୟାଣ ପାଇଁ ବଦ୍ରିନାଥ ପର୍ଯ୍ୟନ୍ତ ଦଣ୍ଡବତ ଯାତ୍ରା କରୁଛନ୍ତି। ମଧ୍ୟପ୍ରଦେଶ..

ସମ୍ପାଦକୀୟ/ସବୁଆଡ଼େ କ୍ଷତି

ସମ୍ପାଦକୀୟ/ସବୁଆଡ଼େ କ୍ଷତି

୧୯୯୧ରେ ଭାରତୀୟ ଅର୍ଥନୀତିରେ ବିରାଟ ପରିବର୍ତ୍ତନ ଆସିଥିଲା। ଉଦାରୀକରଣ ନୀତି ଅବଲମ୍ବନ କରାଯିବା ପରେ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆସିବା ସହ ଘରୋଇ କ୍ଷେତ୍ର ବ୍ୟାପକ ହୋଇଥିଲା। ଭାରତରେ ପୁଞ୍ଜିନିବେଶ ପାଇଁ ବିଦେଶୀଙ୍କୁ ଅନୁମତି ଦିଆଯାଇଥିଲା। ମୁକ୍ତ ଅର୍ଥନୀତି ଯୋଗୁ ସରକାରୀ ସ୍ତରରେ ଥିବା ଲାଇସେନ୍ସରାଜ୍‌ ପ୍ରତ୍ୟାହାର ହେଲା ବୋଲି କୁହାଯାଇଥିଲା। ଏଭଳି ସଂସ୍କାରର ସୁଫଳ ଅବଶ୍ୟ କିଛି ବର୍ଷ ପରେ ଦେଶକୁ ମିଳିଥିଲା। ହେଲେ ଏବର ସ୍ଥିତି ଦେଖିଲେ ଅଧିକାଂଶ ସରକାରୀ ଓ ଘରୋଇ ସଂସ୍ଥା କ୍ଷତିରେ ଚାଲୁଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ଭାରତ ସଂଚାର ନିଗମ ଲିମିଟେ..

ନିର୍ବାଚନ ଓ ଦେଶଭାବନା

ନିର୍ବାଚନ ଓ ଦେଶଭାବନା

ଡ. ଶରତଚନ୍ଦ୍ର ରଥ

କିଛି ଲୋକ ଅଛନ୍ତି ଯାହାଙ୍କର କେବଳ ନୋଟ ପାଇଁ ଚିନ୍ତା। ଶୟନେ ସ୍ବପନେ ଜାଗରଣେ କେବଳ ସେଇ ନୋଟ କଥା ହିଁ ଭାବୁଥାଆନ୍ତି। ଭୋଟ ବେଳ ଆସିଗଲେ ନୋଟ ଚିନ୍ତାଟା ଟିକିଏ ଦାନା ବାନ୍ଧିଲାପରି ଲାଗେ। ସେମାନେ ବୁଝିପାରନ୍ତି ଯେ ଠିକଣା ବେଳ ଆସିଗଲା। ନୋଟ ରୂପକ ମୁଗୁରାରେ ଏଥର ଭୋଟ ରୂପକ ମାଛ ପଡିବ। ଖାଲି ମୁଗୁରା ଝାଡିବା କଥା, ଯଦି ମୁଗୁରା ପଛ ମେଲା ଥିବ, ତେବେ ସରିଲା କଥା। ବେଳେବେଳେ ମାଛ ପଡୁପଡୁ ଖ..

ଜୈନ ଦର୍ଶନ ଓ କର୍ମବାଦ

ଜୈନ ଦର୍ଶନ ଓ କର୍ମବାଦ

ଡ. ଭାଗ୍ୟଲିପି ମଲ୍ଲ

ବସନ୍ତର ମହୋତ୍ସବ। ଚତୁର୍ଦ୍ଦିଗରେ ବର୍ଣ୍ଣିଳ ସମାବେଶ। ପ୍ରକୃତିର ଅଙ୍ଗେ ଅଙ୍ଗେ ନବ ଉନ୍ମାଦନାର ଶିହରଣ। ଏହିଭଳି ଏକ କମନୀୟ ସକାଳରେ ପୃଥିବୀ ପୃଷ୍ଠରେ ଅବତୀର୍ଣ୍ଣ ହେଲେ ଭଗବାନ ମହାବୀର। ବୈଶାଳୀ ରାଜକନ୍ୟା ତ୍ରିଶଳା ଏବଂ ରାଜା ସିଦ୍ଧାର୍ଥଙ୍କର ଦ୍ୱିତୀୟ ସନ୍ତାନ। ଏକଦା ସୁପ୍ତ ନିଶିଥିନୀର ବିଳମ୍ବିତ ପ୍ରହରରେ ମହାରାଣୀ ତ୍ରିଶଳା ସ୍ବପ୍ନବିଭୋରା। ସ୍ବପ୍ନରେ ଦେଖୁଛନ୍ତି ଏକ ଶ୍ୱେତହସ୍ତୀ, ଏକ ବିଶାଳ ବୃଷଭ ଏବଂ ପରେ ପରେ ଏକ ବିରାଟକାୟ ସିଂହ। ପଦ୍ମପରିଶୋଭିତ ସମଗ୍ର ପରି..

ଏଇ ଭାରତରେ

ଏଇ ଭାରତରେ

ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ଅଭ୍ୟାସ ରହିଥାଏ। କେତେକ ଲୋକଙ୍କର ନିର୍ବାଚନ ଲଢ଼ିବା ମଧ୍ୟ ଏକ ରୁଚି। ସେହିଭଳି ଜଣେ  ବ୍ୟକ୍ତି ହେଉଛନ୍ତି ଡାକ୍ତର ପଦ୍ମରାଜନ୍‌। ସେ ପଞ୍ଚାୟତଠାରୁ ଆରମ୍ଭ କରି ଲୋକ ସଭା ପର୍ଯ୍ୟନ୍ତ ଇତିମଧ୍ୟରେ ୨୦୦ ଥର ନିର୍ବାଚନରେ ପ୍ରତିଦ୍ୱିନ୍ଦ୍ୱିତା କରି ମଧ୍ୟ ହାରିଯାଇଛନ୍ତି। ତଥାପି ପ୍ରତିଦ୍ୱନ୍ଦ୍ୱିତା କରିବାର ନିଶା ଛାଡ଼ିନାହାନ୍ତି। ଦେଶର ପ୍ରମୁଖ..


Model This Week

କ୍ରିଷ୍ଣା
Why Dharitri