ସମ୍ପାଦକୀୟ |

ଏଇ ଭାରତରେ

ଏଇ ଭାରତରେ

ଆମ ଦେଶରେ ବେଳେବେଳେ ଧାର୍ମିକ ବିଦ୍ୱେଷ ଦେଖାଦେବା ସହିତ ଅସହିଷ୍ଣୁ ଭାବ ପ୍ରକାଶ ପାଉଛି। ଜାତି ଓ ଧର୍ମକୁ ନେଇ ବାଦ ବିବାଦ ସୃଷ୍ଟି ହେଉଛି। ଏହା ପଛରେ ରହିଛି ଅସୂୟା ଭାବ। ଗୋଟିଏ ଧର୍ମର ଉପାସନାପୀଠକୁ ଅନ୍ୟ ଧର୍ମର ବ୍ୟକ୍ତି ପ୍ରବେଶ କରିବାର କଟକଣା ରହିଛି। ଏହାକୁ ଅବଜ୍ଞା କଲେ ଭିନ୍ନ ସମ୍ପ୍ରଦାୟର ବ୍ୟକ୍ତି ବଳି ପଡିବାର ନଜିର ଅଛି। କିନ୍ତୁ ଉତ୍ତରପ୍ରଦେଶର କନୌଜରେ ଥିବା ମହାଦେବ ମନ୍ଦିର ପାଲଟିଛି ସର୍ବଧର୍ମ ସମନ୍ବୟର ପବିତ୍ର କ୍ଷେତ୍ର। ଏଠାରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ଲୋକ ଜଳଲାଗି କରିଥାଆନ୍ତି। ସଭିଙ୍କ ମନରେ ଥାଏ ସବୁ ଧର୍ମକୁ ଭଲ ପାଇବାର ନିଆରାପଣ। ଏପରି କି ଶିବରାତ୍ରିରେ ମୁସଲମାନ ମହିଳା ମହାଦେବଙ୍କଠାରେ ଜଳଲାଗି କରିଥାଆନ୍ତି। ସ୍ଥାନୀୟ ଛିବରାମଉଠାରେ ଥିବା ମନ୍ଦିରରେ ଏହି ପରମ୍ପରା ଦୀର୍ଘ ୬ଶହ ବର୍ଷରୁ ଅଧିକ କାଳ ହେଲା ଚଳିଆସୁଛି। ଏଠାରେ ଥିବା ଚମନ ଋଷିଙ୍କ ଆଶ୍ରମରେ ଶିବରାତ୍ରିରେ କେବଳ ମୁସଲମାନ ନୁହନ୍ତି, ସମସ୍ତ ଧର୍ମର ମହିଳା ଜଳଲାଗି କରିଥାନ୍ତି। ମହାଦେବଙ୍କଠାରେ ଜଳଲାଗି କଲେ ମନସ୍କାମନା ପୂରଣ ହୁଏ ବୋଲି ଶ୍ରଦ୍ଧାଳୁଙ୍କର ବିଶ୍ୱାସ ରହିଛି। ବାସ୍ତବରେ ଏହି ମନ୍ଦିର ସବୁ ଧର୍ମର ଲୋକଙ୍କୁ ଏକାକାର କରିବାର ଏକ ନିଆରା କ୍ଷେତ୍ର।


All Right Reserved By

ସମ୍ପାଦକୀୟ |

ଆଜିର ଅର୍ଥନୀତି/ଅଳସୁଆ ବଢୁଛନ୍ତି

ଆଜିର ଅର୍ଥନୀତି/ଅଳସୁଆ ବଢୁଛନ୍ତି

ପ୍ରତ୍ୟେକ ରାଜନୈତିକ ଦଳ ଯେକୌଣସି ଉପାୟରେ ନିର୍ବାଚନ ଜିତିବାକୁ ଚାହୁଁଛନ୍ତି। ନିର୍ବାଚନ ବର୍ଷରେ ଏସବୁ ଦେଖିବାକୁ ମିଳିଥାଏ। ପ୍ରମୁଖ ରାଜନୈତିକ ଦଳ, ବିଶେଷତଃ କ୍ଷମତାସୀନ ଦଳ ବିଭିନ୍ନ ଲୋକପ୍ରିୟ ଯୋଜନା ଘୋଷଣା କରି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରନ୍ତି। ଲୋକଙ୍କ ଭୋଟ ହାତେଇବା ଓ ପୁନଃ ନିର୍ବାଚିତ ହେବା ପାଇଁ ..

 ଭାରତୀୟ ଗଣତନ୍ତ୍ରରେ ନିର୍ବାଚନ

ଭାରତୀୟ ଗଣତନ୍ତ୍ରରେ ନିର୍ବାଚନ

ନାରାୟଣ ପଣ୍ଡା

ବିଶ୍ୱର ବୃହତ୍ତମ ଗଣତାନ୍ତ୍ରିକ ଦେଶ ଭାରତରେ ସପ୍ତଦଶ ସାଧାରଣ ନିର୍ବାଚନ ଆରମ୍ଭ ହୋଇଛି। ଦେଶର ସମ୍ବିଧାନ ଅନୁସାରେ ପ୍ରତି ୫ବର୍ଷରେ ଉକ୍ତ ନିର୍ବାଚନ ହେବା କଥା। କିନ୍ତୁ ଗତ ୬୮ବର୍ଷର..

କ୍ଷମାର ମହତ୍ତ୍ୱ

କ୍ଷମାର ମହତ୍ତ୍ୱ

ହରିଶ୍ଚନ୍ଦ୍ର ଅରିଶଲ୍ୟ

ଶୁଭ ଶୁକ୍ରବାର ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ସର୍ବଶ୍ରେଷ୍ଠ ବଳିଦାନ, କ୍ଷମା ଓ ତ୍ୟାଗର ଜୀବନକୁ ମନେପକାଇଦିଏ। ୨୦୦୦ରୁ ଅଧିକ ବର୍ଷ ତଳେ ମିଥ୍ୟା ଓ କପୋଳକଳ୍ପିତ ଷଡ଼ଯନ୍ତ୍ରର ଶିକାର ହୋଇ ପ୍ରଭୁ ଯିଶୁ କ୍ରୂଶବିଦ୍ଧ ..

ଏଇ ଭାରତରେ

ଏଇ ଭାରତରେ

ବର୍ତ୍ତମାନ ନିର୍ବାଚନ ଋତୁ ଜାରି ରହିଛି। ଭାରତ ଭଳି ଏକ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ରରେ ଭୋଟଦେଇ ନିଜ ମନ ପସନ୍ଦର ପ୍ରତିନିଧି ବାଛିବା ପ୍ରତ୍ୟେକ ବ୍ୟକ୍ତିଙ୍କର କର୍ତ୍ତବ୍ୟ। କିନ୍ତୁ ଅନେକ ସ୍ଥଳରେ ଦେଖାଯାଉଛି କେତେକ ବ୍ୟକ୍ତି ବିଭିନ୍ନ ଆଳ ଦେଖାଇ ଭୋଟଦାନରୁ ବିରତ ରହୁଛନ୍ତି। ଭୋଟଦାନ ନ କରିବା ଅର୍ଥ ଗଣତାନ୍ତ୍ରିକ ଶାସନ ପ୍ରକ୍ରିୟାରୁ ନିଜକୁ ଦୂରେଇ..

କୀଟପତଙ୍ଗରୁ ଔଷଧ

କୀଟପତଙ୍ଗରୁ ଔଷଧ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ପ୍ରକୃତିରେ କୌଣସି କ୍ଷତିକାରକ କୀଟପତଙ୍ଗ (ପେଷ୍ଟ) ବା ଅବାଞ୍ଛିତ ଘାସ (ଓ୍ବିଡ୍‌) ନାହିଁ। କିନ୍ତୁ ମଣିଷ ନିଜ ପାଇଁ ଖାଦ୍ୟ ଉତ୍ପାଦନ କଲାବେଳେ କିମ୍ବା ପ୍ରାଣୀଙ୍କ ନିବାସସ୍ଥାନ ଧ୍ୱଂସ କରି ଗୃହନିର୍ମାଣ କଲାବେଳେ କିଛି ପ୍ରାଣୀ ସେମାନଙ୍କ ବାଟରେ ଆସିଯାନ୍ତି। ତେଣୁ ସେମାନଙ୍କୁ ମାରିବା ପାଇଁ ମଣିଷ ତିଆରି କରିଥିବା କୀଟନାଶକ ଦ୍ୱାରା ଶହ ଶହ କୋଟି କୀଟପତଙ୍ଗ..

ନିର୍ବାଚନର ଦୁଃଖ

ନିର୍ବାଚନର ଦୁଃଖ

ଡ. ସୁବାସ ଚନ୍ଦ୍ର ପାତ୍ର

କେଉଁ ଦେଶ ପାଇଁ ନଦୀ, ପାହାଡ଼, ପର୍ବତ, ମରୁଭୂମି ହୁଏ ତ ଦୁଃଖ ହୋଇପାରେ କିନ୍ତୁ ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ଏକ ଦୁଃଖ, ଏକ ଲାଞ୍ଛନା। ସବୁଠୁ ବେଶୀ ଦୁଃଖ ଭୋଗନ୍ତି ନିର୍ବାଚନ ସହ ଜଡ଼ିତ କର୍ମଚାରୀମାନେ। ଯାବତୀୟ ସାଧୁତା, ନିଷ୍ଠା, ନିଷ୍କପଟତା ସତ୍ତ୍ୱେ ଉପରିସ୍ଥ ହାକିମମାନଙ୍କ କଥାକଥାକେ ନିଲମ୍ବନର ନାଲିଆଖି ଯନ୍ତ୍ର..

ପାପପୁଣ୍ୟର ଦ୍ୱନ୍ଦ୍ୱ

ପାପପୁଣ୍ୟର ଦ୍ୱନ୍ଦ୍ୱ

ରମେଶ ଚନ୍ଦ୍ର ସାମଲ

କଥାରେ ଅଛି-ଲାଉ ଲଗେଇଲେ ଚଣା ଫଳେନା କିମ୍ବା ଚଣା ଲଗେଇଲେ ଲାଉ ଫଳେନା। କର୍ମ ନେଇ ଫଳ। ଆଜି କରିଥିବା କର୍ମର ଫଳ ଆଜି, କାଲି, ଏହି ଜନ୍ମରେ କିମ୍ବା ପରଜନ୍ମରେ, ନ ହେଲେ କେତେ ଜନ୍ମ ପରେ ଭୋଗ କରିବାକୁ ପଡ଼ିଥାଏ। ଶତପୁତ୍ରର ଜନନୀ ଗାନ୍ଧାରୀଙ୍କୁ ତାଙ୍କର ପୂର୍ବ ଅଷ୍ଟମ ଜନ୍ମରେ ପିଲାଦିନେ କରିଥିବା ପାପର ଫଳ ଭୋଗିବାକୁ ପ..

ଏଇ ଭାରତରେ

ଏଇ ଭାରତରେ

କେତେକ ବ୍ୟକ୍ତି ବିଶ୍ୱର କଲ୍ୟାଣସାଧନ ଲାଗି ଅକ୍ଳାନ୍ତ ପରିଶ୍ରମ ଓ ଅନେକ କଷ୍ଟ ସ୍ବୀକାର କରନ୍ତି। ଏପରି ଜଣେ ବିରଳ ବ୍ୟକ୍ତିତ୍ୱ ହେଉଛନ୍ତି ପ୍ୟାରେଲାଲ୍‌। ସେ ବିଶ୍ୱକଲ୍ୟାଣ ପାଇଁ ବଦ୍ରିନାଥ ପର୍ଯ୍ୟନ୍ତ ଦଣ୍ଡବତ ଯାତ୍ରା କରୁଛନ୍ତି। ମଧ୍ୟପ୍ରଦେଶ..

ସମ୍ପାଦକୀୟ/ସବୁଆଡ଼େ କ୍ଷତି

ସମ୍ପାଦକୀୟ/ସବୁଆଡ଼େ କ୍ଷତି

୧୯୯୧ରେ ଭାରତୀୟ ଅର୍ଥନୀତିରେ ବିରାଟ ପରିବର୍ତ୍ତନ ଆସିଥିଲା। ଉଦାରୀକରଣ ନୀତି ଅବଲମ୍ବନ କରାଯିବା ପରେ ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆସିବା ସହ ଘରୋଇ କ୍ଷେତ୍ର ବ୍ୟାପକ ହୋଇଥିଲା। ଭାରତରେ ପୁଞ୍ଜିନିବେଶ ପାଇଁ ବିଦେଶୀଙ୍କୁ ଅନୁମତି ଦିଆଯାଇଥିଲା। ମୁକ୍ତ ଅର୍ଥନୀତି ଯୋଗୁ ସରକାରୀ ସ୍ତରରେ ଥିବା ଲାଇସେନ୍ସରାଜ୍‌ ପ୍ରତ୍ୟାହାର ହେଲା ବୋଲି କୁହାଯାଇଥିଲା। ଏଭଳି ସଂସ୍କାରର ସୁଫଳ ଅବଶ୍ୟ କିଛି ବର୍ଷ ପରେ ଦେଶକୁ ମିଳିଥିଲା। ହେଲେ ଏବର ସ୍ଥିତି ଦେଖିଲେ ଅଧିକାଂଶ ସରକାରୀ ଓ ଘରୋଇ ସଂସ୍ଥା କ୍ଷତିରେ ଚାଲୁଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ଭାରତ ସଂଚାର ନିଗମ ଲିମିଟେ..

ନିର୍ବାଚନ ଓ ଦେଶଭାବନା

ନିର୍ବାଚନ ଓ ଦେଶଭାବନା

ଡ. ଶରତଚନ୍ଦ୍ର ରଥ

କିଛି ଲୋକ ଅଛନ୍ତି ଯାହାଙ୍କର କେବଳ ନୋଟ ପାଇଁ ଚିନ୍ତା। ଶୟନେ ସ୍ବପନେ ଜାଗରଣେ କେବଳ ସେଇ ନୋଟ କଥା ହିଁ ଭାବୁଥାଆନ୍ତି। ଭୋଟ ବେଳ ଆସିଗଲେ ନୋଟ ଚିନ୍ତାଟା ଟିକିଏ ଦାନା ବାନ୍ଧିଲାପରି ଲାଗେ। ସେମାନେ ବୁଝିପାରନ୍ତି ଯେ ଠିକଣା ବେଳ ଆସିଗଲା। ନୋଟ ରୂପକ ମୁଗୁରାରେ ଏଥର ଭୋଟ ରୂପକ ମାଛ ପଡିବ। ଖାଲି ମୁଗୁରା ଝାଡିବା କଥା, ଯଦି ମୁଗୁରା ପଛ ମେଲା ଥିବ, ତେବେ ସରିଲା କଥା। ବେଳେବେଳେ ମାଛ ପଡୁପଡୁ ଖ..

ଜୈନ ଦର୍ଶନ ଓ କର୍ମବାଦ

ଜୈନ ଦର୍ଶନ ଓ କର୍ମବାଦ

ଡ. ଭାଗ୍ୟଲିପି ମଲ୍ଲ

ବସନ୍ତର ମହୋତ୍ସବ। ଚତୁର୍ଦ୍ଦିଗରେ ବର୍ଣ୍ଣିଳ ସମାବେଶ। ପ୍ରକୃତିର ଅଙ୍ଗେ ଅଙ୍ଗେ ନବ ଉନ୍ମାଦନାର ଶିହରଣ। ଏହିଭଳି ଏକ କମନୀୟ ସକାଳରେ ପୃଥିବୀ ପୃଷ୍ଠରେ ଅବତୀର୍ଣ୍ଣ ହେଲେ ଭଗବାନ ମହାବୀର। ବୈଶାଳୀ ରାଜକନ୍ୟା ତ୍ରିଶଳା ଏବଂ ରାଜା ସିଦ୍ଧାର୍ଥଙ୍କର ଦ୍ୱିତୀୟ ସନ୍ତାନ। ଏକଦା ସୁପ୍ତ ନିଶିଥିନୀର ବିଳମ୍ବିତ ପ୍ରହରରେ ମହାରାଣୀ ତ୍ରିଶଳା ସ୍ବପ୍ନବିଭୋରା। ସ୍ବପ୍ନରେ ଦେଖୁଛନ୍ତି ଏକ ଶ୍ୱେତହସ୍ତୀ, ଏକ ବିଶାଳ ବୃଷଭ ଏବଂ ପରେ ପରେ ଏକ ବିରାଟକାୟ ସିଂହ। ପଦ୍ମପରିଶୋଭିତ ସମଗ୍ର ପରି..

ଏଇ ଭାରତରେ

ଏଇ ଭାରତରେ

ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ଅଭ୍ୟାସ ରହିଥାଏ। କେତେକ ଲୋକଙ୍କର ନିର୍ବାଚନ ଲଢ଼ିବା ମଧ୍ୟ ଏକ ରୁଚି। ସେହିଭଳି ଜଣେ  ବ୍ୟକ୍ତି ହେଉଛନ୍ତି ଡାକ୍ତର ପଦ୍ମରାଜନ୍‌। ସେ ପଞ୍ଚାୟତଠାରୁ ଆରମ୍ଭ କରି ଲୋକ ସଭା ପର୍ଯ୍ୟନ୍ତ ଇତିମଧ୍ୟରେ ୨୦୦ ଥର ନିର୍ବାଚନରେ ପ୍ରତିଦ୍ୱିନ୍ଦ୍ୱିତା କରି ମଧ୍ୟ ହାରିଯାଇଛନ୍ତି। ତଥାପି ପ୍ରତିଦ୍ୱନ୍ଦ୍ୱିତା କରିବାର ନିଶା ଛାଡ଼ିନାହାନ୍ତି। ଦେଶର ପ୍ରମୁଖ..


Model This Week

କ୍ରିଷ୍ଣା
Why Dharitri