ଖେଳ |

ପ୍ରଥମ ଦିନିକିଆ: ଭାରତର ସହଜ ବିଜୟ

ପ୍ରଥମ ଦିନିକିଆ: ଭାରତର ସହଜ ବିଜୟ

ନାପିଏର, ୨୩।୧(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜ ବିଜୟ ପରେ ଭାରତ ନ୍ୟୁଜିଲାଣ୍ଡ ଗସ୍ତକୁ ପୂରା ଷ୍ଟାଇଲରେ ଆରମ୍ଭ କରିଛି।  ସିମର ମହମ୍ମଦ ସାମି ଓ ଅଭିଜ୍ଞ ଓପ୍‌ନର ଶିଖର ଧାଓ୍ବନଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଭାରତ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡକୁ ଅତି ସହଜରେ ପରାସ୍ତ କରିଛି। ସୂର୍ଯ୍ୟଙ୍କ ପ୍ରଭାବ ଦ୍ୱାରା ବାଧାପ୍ରାପ୍ତ ହୋଇଥିବା ଏହି ମୁକାବିଲାରେ ଭାରତ ଡକ୍‌ଓ୍ବର୍ଥ/ଲୁଇସ୍‌ ପଦ୍ଧତିରେ ୮୫ଟି ବଲ ବାକି ରଖି ୮ ଉଇକେଟରେ ବିଜୟୀ ହୋଇଛି। ଏଥିସହିତ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି।
    ସ୍ଥାନୀୟ ମ୍ୟାକ୍‌ଲିନ୍‌ ପାର୍କ ଗ୍ରାଉଣ୍ଡରେ ଟସ୍‌ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ସଫଳ ମୁକାବିଲା କରି ନ ପାରି ୩୮ ଓଭରରେ ୧୫୭ ରନ୍‌ କରି ଅଲଆଉଟ ହୋଇଥିଲା। ତେବେ ସୂର୍ଯ୍ୟଙ୍କ କିରଣ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇବାରୁ କିଛି ସମୟ ଖେଳ ବନ୍ଦ ରହିଥିଲା। ଫଳରେ ୪୯ ଓଭରରେ ଭାରତ ସମ୍ମୁଖରେ ପରିବର୍ତ୍ତିତ ୧୫୬ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ଭାରତ ଧାଓ୍ବନଙ୍କ ୭୫ ରନ୍‌ର ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ୩୪.୫ ଓଭରରେ ୨ ଉଇକେଟ ହରାଇ ୧୫୬ ରନ୍‌ କରି ବିଜୟୀ ହୋଇଛି। ୬ ଓଭର ବୋଲିଂ କରି ୨ ମେଡେନ ନେବା ସହ ମାତ୍ର ୧୯ ରନ୍‌ ବ୍ୟୟ କରି ମୂଲ୍ୟବାନ ୩ ଉଇକେଟ ହାସଲ କରିଥିବା ଦ୍ରୁତ ବୋଲର ସାମି ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।
    ୧୫୬ ରନ୍‌ ଛୋଟିଆ ଟାର୍ଗେଟର ପିଛା କରି ଭାରତ ଭଲ ଆରମ୍ଭ କରିଥିଲା। ତେବେ ଓପ୍‌ନର ରୋହିତ ଶର୍ମା ୧୧ ରନ୍‌ କରିଥିବା ବେଳେ ଡଗ୍‌ ବ୍ରାସ୍‌ଓ୍ବେଲଙ୍କ ବଲ୍‌ରେ ମାର୍ଟିନ ଗପ୍ଟିଲଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଏହାପରେ ଅଧିନାୟକ ବିରାଟ କୋହଲି ୪୫ ରନ୍‌ କରି ଲୋକି ଫର୍ଗୁଶନଙ୍କ ବଲ୍‌ରେ ଉଇକେଟ କିପର ଟମ୍‌ ଲଥାମଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଦ୍ୱିତୀୟ ଉଇକେଟ ଯୋଡିରେ କୋହଲି ଓ ଧାଓ୍ବନ୍‌ ୯୧ ରନ୍‌ ସଂଗ୍ରହ କରି ଭାରତର ବିଜୟକୁ ସହଜ କରିଥିଲେ। ତେବେ ଏହାପରେ ଧାଓ୍ବନ୍‌ ଓ ଅମ୍ବାତି ରାୟୁଡୁ ଆଉ କୌଣସି କ୍ଷତି ହେବାକୁ ନ ଦେଇ ତୃତୀୟ ଉଇକେଟ ଯୋଡିରେ ଅପରାଜିତ ୨୪ ରନ୍‌ କରି ଦଳକୁ ବିଜୟୀ କରାଇଥିଲେ। ଡିନର ପରେ ୧୦ ଓଭର ଖେଳାଯିବା ପରେ ସୂର୍ଯ୍ୟକିରଣ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଆଖିରେ ପଡିଥିଲା। ଏଥିଯୋଗୁ ସମସ୍ୟା ହେବା କାରଣରୁ ଖେଳ କିଛି ସମୟ ବନ୍ଦ ରହିଥିଲା। ପ୍ରଥମଥର ଲାଗି ବର୍ଷା ନୁହଁ ବରଂ ସୂର୍ଯ୍ୟଙ୍କ ପାଇଁ ଏଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଫର୍ଗୁସନ ଓ ବ୍ରାସଓ୍ବେଲ୍‌ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
    ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ବଡ଼ ସ୍କୋର ହାସଲ କରିବାରେ ବିଫଳ ହୋଇଥିଲା। ସାମିଙ୍କୁ ବାଦ୍‌ ଦେଲେ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ଦମ୍‌ଦାର ବୋଲିଂ କରି ଘରୋଇ ବ୍ୟାଟ୍ସମ୍ୟାନଙ୍କୁ କୌଣସି ସୁଯୋଗ ଦେଇ ନ ଥିଲେ। ସ୍ପିନରମାନେ ୭ ଉଇକେଟ ଅକ୍ତିଆର କରିଥିଲେ। ମାତ୍ର ୧୮ ରନ୍‌ରେ ୨ ଉଇକେଟ ହରାଇ ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅଧିନାୟକ କେନ୍‌ ଉଇଲିୟମସନ ୬୪ ରନ୍‌ର ଲଢୁଆ ପାଳି ଖେଳିଥିଲେ। ତେବେ ତାଙ୍କୁ ଅନ୍ୟ ବ୍ୟାଟ୍ସମ୍ୟାନ ସହଯୋଗ କରି ନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଭିଜ୍ଞ ରସ୍‌ ଟେଲର ୨୪, ମିଚେଲ ସାଣ୍ଟନର ୧୪, ହେନେରୀ ନିକୋଲ୍ସ ୧୨, ଟମ୍‌ ଲଥାମ ୧୧ ରନ୍‌ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁପାରି ନ ଥିଲେ। ବୋଲିଂରେ ଭାରତ ତରଫରୁ କୁଲଦୀପ ୪, ସାମି ୩, ଚହଲ ୨ ଓ କେଦାର ଯାଦବ ଗୋଟିଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ୩୮ ଓଭରରେ ୧୫୭ ଅଲଆଉଟ
(ଉଇଲିୟମସନ- ୬୪, ଟେଲର- ୨୪, ସାଣ୍ଟନର- ୧୪, କୁଲଦୀପ- ୪/ ୩୯, ସାମି- ୩/୧୯, ଚହଲ- ୨/୪୩, କେଦାର- ୧/୧୭)।
ଭାରତ ୩୪.୫ ଓଭରରେ ୧୫୬/୨
(ଧାଓ୍ବନ- ୭୫*, ରାୟୁଡୁ- ୧୩*, କୋହଲି- ୪୫, ଫର୍ଗୁସନ- ୧/୪୧, ବ୍ରାସଓ୍ବେଲ- ୧/୨୩)।

All Right Reserved By

ଖେଳ |

ପରସ୍ପର ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ମହିଳା କ୍ରିକେଟର

ପରସ୍ପର ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ମହିଳା କ୍ରିକେଟର

ସିଡନୀ, ୧୯।୪:  ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ମହିଳା କ୍ରିକେଟର। ନ୍ୟୁଜିଲ୍ୟାଣ୍ଡର ମହିଳା କ୍ରିକେଟର ହ୍ୟାଲି ଜେନସେନ ଅଷ୍ଟ୍ରେଲିଆର ମହିଳା କ୍ରିକେଟର୍‌ ନିକୋଲା ହ୍ୟାନକକ୍‌ଙ୍କୁ ବିବାହ କରିଛନ୍ତି। 

ମୁମ୍ବାଇ ୪୦ ରନରେ ବିଜୟୀ

ମୁମ୍ବାଇ ୪୦ ରନରେ ବିଜୟୀ

ନୂଆଦିଲ୍ଲୀ,୧୯।୪(ପି.ଟି)- ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୪ତମ ମ୍ୟାଚ୍‌ରେ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ୪୦ ରନରେ ପରାସ୍ତ କରିଛି। 

ଜୋକୋଭିଚ୍‌, ନାଡାଲ କ୍ୱାର୍ଟରରେ

ଜୋକୋଭିଚ୍‌, ନାଡାଲ କ୍ୱାର୍ଟରରେ

ମଣ୍ଟେ କାର୍ଲୋ, ୧୯ା୪ (ଏଏଫ୍‌ପି)- ଟପ୍‌ ସିଡ୍‌ ନୋଭାକ ଜୋକୋଭିଚ୍‌ ଏବଂ ୧୧ଥର ଚାମ୍ପିୟନ ରାଫାଲ ନାଡାଲ ଏଠାରେ ଚାଲିଥିବା ମଣ୍ଟେ କାର୍ଲୋ ମାଷ୍ଟର୍ସ ଟେନିସ ଟୁର୍ନାମେଣ୍ଟର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।  

ଅଲ ଇଣ୍ଡିଆ ଓପନ ଚେସ୍‌: ଶୀର୍ଷରେ ରାକେଶ

ଅଲ ଇଣ୍ଡିଆ ଓପନ ଚେସ୍‌: ଶୀର୍ଷରେ ରାକେଶ

କଟକ ଅଫିସ,୧୯ା୪- ଟ୍ରିପଲ ସି’ ଚେସ୍‌ କ୍ଲବ ଆନୁକୂଲ୍ୟରେ ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୪ର୍ଥ ଅଲ ଇଣ୍ଡିଆ ଓପନ ଚେସ୍‌ ଚାମ୍ପିୟନଶିପରେ ଗୁରୁବାର ସୁଦ୍ଧା ଟୁର୍ନାମେଣ୍ଟର ୪ ରାଉଣ୍ଡ ଖେଳ ଶେଷ ହୋଇଛି ।

ଧୋନୀଙ୍କୁ ବିରାଟଙ୍କ ପ୍ରଶଂସା

ଧୋନୀଙ୍କୁ ବିରାଟଙ୍କ ପ୍ରଶଂସା

ନୂଆଦିଲ୍ଲୀ, ୧୯।୪(ପି.ଟି.)- ଜଣେ ଅଧିନାୟକଭାବେ ମହେନ୍ଦ୍ର ସିଂ ଧୋନୀ ଏକଦା ବିରାଟ କୋହଲିଙ୍କ ପ୍ରତି ଦୃଢ଼ ସମର୍ଥନ ଜଣାଇଥିଲେ। ଏହାକୁ ବିରାଟ ଭୁଲନ୍ତେ ବା କିପରି। ଏବେ ତାଙ୍କ ସମୟ ଆସିଛି। କୌଣସି ସମାଲୋଚନାକୁ ଖାତିର ନ କରି ସେ ଧୋନୀଙ୍କ ପ୍ରତି ନିଜର ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। 

ଦକ୍ଷିଣ ଆଫ୍ରିକା ବିଶ୍ୱକପ୍‌ ଦଳରେ ଅମଲା

ଦକ୍ଷିଣ ଆଫ୍ରିକା ବିଶ୍ୱକପ୍‌ ଦଳରେ ଅମଲା

କେପ୍‌ ଟାଉନ୍‌, ୧୯।୪- ଆଗାମୀ ବିଶ୍ୱକପ୍‌ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରିଛି। ଆଉଟ୍‌ ଅଫ୍‌ ଫର୍ମ ଅଭିଜ୍ଞ ବ୍ୟାଟ୍ସମ୍ୟାନ ହାସିମ ଅମଲାଙ୍କୁ ଦଳରେ ସାମିଲ କରାଯାଇଛି। ତେବେ ଆଶ୍ଚର୍ଯ୍ୟଜନକ ଭାବେ ଷ୍ଟାର ଅଲରାଉଣ୍ଡର କ୍ରିସ୍‌ ମୋରିସ୍‌ଙ୍କୁ ଚୟନକର୍ତ୍ତା ଅଣଦେଖା କରିଛନ୍ତି। 

ପାକିସ୍ତାନ ବିଶ୍ୱକପ୍‌ ଦଳରେ ଆମୀରଙ୍କ ସ୍ଥାନ ନାହିଁ

ପାକିସ୍ତାନ ବିଶ୍ୱକପ୍‌ ଦଳରେ ଆମୀରଙ୍କ ସ୍ଥାନ ନାହିଁ

କରାଚୀ, ୧୯।୪(ପି.ଟି.)- ମେ ୩୦ ତାରିଖରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ପାକିସ୍ତାନ ଦଳ ଘୋଷିତ ହୋଇଛି। 

କର ବା ମର ସ୍ଥିତିରେ ବାଙ୍ଗାଲୋର

କର ବା ମର ସ୍ଥିତିରେ ବାଙ୍ଗାଲୋର

କୋଲକାତା,୧୯।୪(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୫ତମ ମୁକାବିଲାରେ ଶୁକ୍ରବାର ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ପରସ୍ପରକୁ ଭେଟିବେ। ସ୍ଥାନୀୟ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ବାଙ୍ଗାଲୋର ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। 

ସନ୍ତୋଷ ଟ୍ରଫି:   ପଞ୍ଜାବ-ଗୋଆ, ସର୍ଭିସେସ୍‌-କର୍ନାଟକ ସେମିଫାଇନାଲ

ସନ୍ତୋଷ ଟ୍ରଫି: ପଞ୍ଜାବ-ଗୋଆ, ସର୍ଭିସେସ୍‌-କର୍ନାଟକ ସେମିଫାଇନାଲ

ଲୁଧିଆନା, ୧୮ା୪- (ପି.ଟି.)-ସନ୍ତୋଷ ଟ୍ରଫି ଫୁଟ୍‌ବଲ ଟୁର୍ନାମେଣ୍ଟରେ ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ ହୋଇଛି। ଏହି ପର୍ଯ୍ୟାୟରେ ଶୁକ୍ରବାର ପଞ୍ଜାବ ଗୋଆ ସହିତ ମୁକାବିଲା କରିବାକୁ ଥିବାବେଳେ ସର୍ଭିସେସ୍‌କୁ କର୍ନାଟକ ଭେଟିବ। ସୂଚନାଯୋଗ୍ୟ, ଜୋନାଲ କ୍ୱାଲିଫାୟର୍ସ ପରେ ୧୦ଟି ଦଳ ଚୂଡ଼ାନ୍ତ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ସର୍ଭିସେସ, ଗୋଆ, ଦିଲ୍ଲୀ ମେଘାଳୟ ଏବଂ ଓଡ଼ିଶା ଗ୍ରୁପ୍‌ ଏ’ରେ ସ୍ଥାନ ପାଇଥିବାବେଳେ  କର୍ନାଟକ, ମହାରାଷ୍ଟ୍ର, ଆସାମ, ସିକ୍କିମ ଏବଂ ଘରୋଇ ଦଳ ପଞ୍ଜାବ ଗ୍ରୁପ୍‌ ବି’ରେ ସ୍ଥାନ ପାଇଥିଲେ।

 ରୋସୋଙ୍କୁ ଆଇସିସିର ଶ୍ରଦ୍ଧାଞ୍ଜଳି

ରୋସୋଙ୍କୁ ଆଇସିସିର ଶ୍ରଦ୍ଧାଞ୍ଜଳି

ଦୁବାଇ, ୧୮ା୪ (ପି.ଟି.)-ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡର ପୂର୍ବତନ ମୁଖ୍ୟ ପ୍ୟାଟ୍ରିକ୍‌ ରୋସୋଙ୍କ ପରଲୋକରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିିସି) ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ରୋସୋଙ୍କୁ ୮୫ ବର୍ଷ ହୋଇଥିଲା। ସେ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ କ୍ୟାରବିୟନ କ୍ରିକେଟ ମୁଖ୍ୟ ଥିଲେ। ସେ ଆଇସିସି ବୋର୍ଡର ମଧ୍ୟ ଜଣେ ସଦସ୍ୟ ଥିଲେ। 

ପୂର୍ବାଞ୍ଚଳ ଦୃଷ୍ଟିହୀନ ବିଦ୍ୟାଳୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ: ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟ ଟିମ୍‌ ଚାମ୍ପିୟନ,ରୋଟାରୀ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା

ପୂର୍ବାଞ୍ଚଳ ଦୃଷ୍ଟିହୀନ ବିଦ୍ୟାଳୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ: ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟ ଟିମ୍‌ ଚାମ୍ପିୟନ,ରୋଟାରୀ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ, ୧୮।୪-ବିହାର ମୁଜାଫରପୁରଠାରେ ଅନୁଷ୍ଠିତ ୨ୟ ପୂର୍ବାଞ୍ଚଳ ଦୃଷ୍ଟିହୀନ ବିଦ୍ୟାଳୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶାର ବାଲେଶ୍ୱର ଜିଲା ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟ ଟିମ୍‌ ଚାମ୍ପିୟନ ହୋଇଛି।

ବିରାଟ,ରାଇନାଙ୍କ ପରେ ଏଲିଟ୍‌ କ୍ଲବରେ ସାମିଲ ହେବେ ରୋହିତ୍‌

ବିରାଟ,ରାଇନାଙ୍କ ପରେ ଏଲିଟ୍‌ କ୍ଲବରେ ସାମିଲ ହେବେ ରୋହିତ୍‌

ନୂଆଦିଲ୍ଲୀ, ୧୮।୪-  ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ମ୍ୟାଚ୍‌ ସ୍ଥାନୀୟ ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। 


Model This Week

କ୍ରିଷ୍ଣା
Why Dharitri