
ବ୍ରିସବେନ,୨୩।୧- ସ୍ଥାନୀୟ ଗାବା ଷ୍ଟାଡିୟମ୍ରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଗୁରୁବାରଠାରୁ ଦିବା ରାତ୍ର ଭିତ୍ତିରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ରେ ଘରୋଇ ଅଷ୍ଟ୍ରେଲିଆ ଦଳ ପକ୍ଷରୁ ଝେ ରିଚାର୍ଡସନ ଓ କୁର୍ଟିସ ପାଟରସନ ପଦାର୍ପଣ କରିବେ। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପାଇଁ ଘୋଷିତ ଅଷ୍ଟ୍ରେଲିଆ ଟିମ୍ରେ ଉଭୟଙ୍କୁ ସୁଯୋଗ ଦିଆଯାଇଛି। ଏମାନଙ୍କୁ ଦଳରେ ସାମିଲ କରାଯାଇଥିବାରୁ ଓ୍ବିଲ ପୁକ୍ଭସ୍କି, ମାଥ୍ୟୁ ରେନ୍ଶ୍ୱା ଓ ପିଟର ସିଡ୍ଲ ଚୂଡ଼ାନ୍ତ ଏକାଦଶକରୁ ବାଦ୍ ପଡ଼ିଛନ୍ତି। ନିକଟରେ ଶେଷ ହୋଇଥିବା ଶ୍ରୀଲଙ୍କା ବିପକ୍ଷ ଅଭ୍ୟାସ ମ୍ୟାଚ୍ର ଉଭୟ ଇନିଂସରେ ପାଟରସନ ଶତକୀୟ ଇନିଂସ ଖେଳିଥିଲେ। ସେ ପ୍ରଥମ ଇନିଂସରେ ୧୫୭* ଓ ଦ୍ୱିତୀୟ ଇନିଂସରେ ୧୦୨ ରନ୍ କରି ଅପରାଜିତ ଥିଲେ। ଅନ୍ୟପକ୍ଷରେ ରିଚାର୍ଡସନଙ୍କୁ ଭାରତ ବିପକ୍ଷ ଦିନିକିଆ ସିରିଜ୍ରେ ଭଲ ପ୍ରଦର୍ଶନ ବଳରେ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ଦୁଇଙ୍କ ସମେତ ଟିମ ପେନଙ୍କ ନେତୃତ୍ୱାଧୀନ ଦଳରେ ମାର୍କସ ହାରିସ, ଜୋ ବର୍ନ, ଉସମାନ ଖ୍ବାଜା, ମାର୍ନସ ଲାବୁସ୍କାଗନେ, ଟ୍ରାଭିସ ହେଡ, ପାଟ କମିନ୍ସ, ମିଚେଲ ଷ୍ଟାର୍କ ଓ ନାଥନ ଲିଓନ ଦଳରେ ସ୍ଥାନ ପାଇଛନ୍ତି।