ଉପକୂଳ ଓଡିଶା

ନେତାଜୀ ଜୟନ୍ତୀ ପାଳନକୁ ବିରୋଧ, ଟାଉନ ହାଇସ୍କୁଲ ପଡ଼ିଆରେ ୧୪୪ ଧାରା ଜାରି

ନେତାଜୀ ଜୟନ୍ତୀ ପାଳନକୁ ବିରୋଧ, ଟାଉନ ହାଇସ୍କୁଲ ପଡ଼ିଆରେ ୧୪୪ ଧାରା ଜାରି

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୧- ଟାଉନ ହାଇସ୍କୁଲ ପଡ଼ିଆଠାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ନେତାଜୀଙ୍କ ଜୟନ୍ତୀ ଉପଲକ୍ଷେ ବୁଧବାର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏହାକୁ ସଂଖ୍ୟାଲଘୁ ସେଲ୍‌ ପକ୍ଷରୁ ବିରୋଧ କରାଯିବାରୁ ଏ ନେଇ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଉଭୟ ପକ୍ଷରୁ ପ୍ରାୟ ୧୦ ହଜାର ଲୋକ ହାଇସ୍କୁଲ ପଡ଼ିଆରେ ଏକାଠି ହୋଇଥିବା ବେଳେ  ଜିଲା ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଛନ୍ତି। ତେବେ ଅପରାହ୍ନ ସାଢ଼େ ୪ଟା ବେଳେ ହାଇସ୍କୁଲ ପଡ଼ିଆରେ ଜିଲା ପୋଲିସ ପକ୍ଷରୁ ୧୪୪ ଧାରା ଲାଗୁ କରିଦିଆଯାଇଛି। ଉତ୍ତ୍ୟକ୍ତ ଲୋକେ ନିକଟସ୍ଥ ରାସ୍ତା ଉପରେ ବସିଥିବା ବେଳେ ପୋଲିସ ପରିସ୍ଥିତିକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛି। ଘଟଣାସ୍ଥଳରେ ଉପ ଜିଲାପାଳ ଓ ଏସ୍‌ପି ନୀତିଶେଖର ଉପସ୍ଥିତ ଅଛନ୍ତି। ସହରରେ ୪ ପ୍ଲାଟୁନ ପୋଲିସ୍‌ ଫୋସ୍‌ ମୁତୟନ ହୋଇଛନ୍ତି।

All Right Reserved By

ଉପକୂଳ ଓଡିଶା

ବିଦ୍ୟୁତ୍‌ ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ଜଳିଗଲା ୨ ବଖରା

ବିଦ୍ୟୁତ୍‌ ଶର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ଜଳିଗଲା ୨ ବଖରା

ଯାଜପୁର ଅଫିସ, ୧୯।୪: ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦର ୩ ନମ୍ବର ୱାର୍ଡରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ପରିତୋଷ ମଣ୍ଡଳଙ୍କ ୨ ବଖରା ଭସ୍ମୀଭୂତ ହେଇଯାଇଛି।

ବଳିତରଘାଟ ନିକଟରୁ ମୃତ ବଉଳାକୁମ୍ଭୀର ଉଦ୍ଧାର

ବଳିତରଘାଟ ନିକଟରୁ ମୃତ ବଉଳାକୁମ୍ଭୀର ଉଦ୍ଧାର

ଆଳି,୧୯।୪(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅନ୍ତର୍ଗତ ବଳିତରଘାଟ ନିକଟରୁ ଶୁକ୍ରବାର ଏକ ମୃତ ବଉଳାକୁମ୍ଭୀର ଉଦ୍ଧାର କରାଯାଇଛି।

ଜିଲାରେ ହେଭିଓ୍ବେଟ୍‌ ନେତାଙ୍କ ପ୍ରଚାର ଆଜି:ରଣପୁରରେ ନବୀନ, ନୟାଗଡ଼ରେ ରାଜନାଥ ସିଂ

ଜିଲାରେ ହେଭିଓ୍ବେଟ୍‌ ନେତାଙ୍କ ପ୍ରଚାର ଆଜି:ରଣପୁରରେ ନବୀନ, ନୟାଗଡ଼ରେ ରାଜନାଥ ସିଂ

ନୟାଗଡ଼ ଅଫିସ,୧୯ା୪:ଜିଲାର ଦଶପଲ୍ଲା ବିଧାନସଭା ଆସନ ପାଇଁ ଗୁରୁବାର ନିର୍ବାଚନ ଶେଷ ହୋଇଛି। ଆସନ୍ତା ୨୩ ତାରିଖରେ ଜିଲାର ଅବଶିଷ୍ଟ ୩ଟି ନିର୍ବାଚନମଣ୍ଡଳୀରେ ମତଦାନ ହେବ।

ଖଣ୍ଡପଡ଼ାରେ ଭୋଟରମାନଙ୍କ ମଧ୍ୟରେ ଆଗ୍ରହ ନାହିଁ: କଂଗ୍ରେସ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

ଖଣ୍ଡପଡ଼ାରେ ଭୋଟରମାନଙ୍କ ମଧ୍ୟରେ ଆଗ୍ରହ ନାହିଁ: କଂଗ୍ରେସ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

ଖଣ୍ଡପଡ଼ା,୧୯ା୪(ସ୍ବ.ପ୍ର.)-ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ବିଭିନ୍ନ ଦଳୀୟ ପ୍ରାର୍ଥୀ ଚୟନକୁ ନେଇ ସାଧାରଣ ଭୋଟରମାନଙ୍କ ମଧ୍ୟରେ ଆଗ୍ରହ ନ ଥିବା ପରିଲକ୍ଷିତ ହୋଇଛି| 

ପୋଲିସ ଗାଡ଼ି, ବାଇକ୍‌ ଦୁର୍ଘଟଣା: ୧୯ ଘଣ୍ଟାଧରି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ପୋଲିସ ଗାଡ଼ି, ବାଇକ୍‌ ଦୁର୍ଘଟଣା: ୧୯ ଘଣ୍ଟାଧରି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ରଣପୁର,୧୯ା୪(ସ୍ବ.ପ୍ର.)-ନୟାଗଡ଼ ଜିଲା ଚାନ୍ଦପୁର ଥାନା କେରେଣ୍ଡାଟାଙ୍ଗୀ ପଞ୍ଚାୟତସ୍ଥ ରାଇପଡା ଛକରେ ବୁଧବାର ସନ୍ଧ୍ୟାରେ ଏକ ପୋଲିସ ବୋଲେରୋ ଗାଡି ଧକ୍କାରେ ସେହି ଗ୍ରାମର ବାଇକ୍‌ ଆରୋହୀ ସୁନୀଲ ଚମ୍ପତ୍ତି (୨୨) ଗୁରୁତର ହୋଇଥିଲେ। 

ଫାଣ୍ଡି ସମ୍ମୁଖରେ କଙ୍ଗାରୁ କୋର୍ଟ : ଦୁର୍ବୃତ୍ତଙ୍କୁ ୩ ଲକ୍ଷ ଟଙ୍କା ଜରିମାନା

ଫାଣ୍ଡି ସମ୍ମୁଖରେ କଙ୍ଗାରୁ କୋର୍ଟ : ଦୁର୍ବୃତ୍ତଙ୍କୁ ୩ ଲକ୍ଷ ଟଙ୍କା ଜରିମାନା

ନୟାଗଡ଼ ଅଫିସ,୧୮।୪- ନୟାଗଡ଼ ଜିଲା ସଦର ଥାନା ଅନ୍ତର୍ଗତ ମାଳିସାହି ଫାଣ୍ଡି ସମ୍ମୁଖରେ ଗୁରୁବାର କଙ୍ଗାରୁ କୋର୍ଟ ବସିଥିବା ଜଣାପଡିଛି। କଙ୍ଗାରୁ କୋର୍ଟ ମାଧ୍ୟମରେ ୪ ଜଣ ବ୍ୟକ୍ତିଙ୍କୁ ୩ ଲକ୍ଷ ୪୦ ହଜାର ଟଙ୍କା ଜରିମାନା କରାଯାଇଛି, ଯାହା ପୋଲିସର ପାରିଲାପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।  

ଜନ୍ମନେଲେ ଲକ୍ଷାଧିକ ଅଲିଭ୍‌ ରିଡ୍‌ଲେ ଶାବକ

ଜନ୍ମନେଲେ ଲକ୍ଷାଧିକ ଅଲିଭ୍‌ ରିଡ୍‌ଲେ ଶାବକ

ରାଜନଗର,୧୮ା୪(ଡି.ଏନ.ଏ):: କଇଁଛଙ୍କ ଏନ୍ତୁଡ଼ିଶାଳ ଗହୀରମଥା ଏବେ ଚଳଚଞ୍ଚଳ ହୋଇଉଠିଛି। ଗତମାସରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ କଇଁଛ ବାବୁବାଲି ଦ୍ୱୀପରେ ସମୂହ ଅଣ୍ଡାଦାନ କରିଥିଲେ।

ନୟାଗଡ଼ରେ ଭୋଟ ବର୍ଜନ

ନୟାଗଡ଼ରେ ଭୋଟ ବର୍ଜନ

ନୟାଗଡ଼ ଅଫିସ,୧୮।୪: ନୟାଗଡ ଜିଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ ବ୍ଲକ ଡ଼ିପାମାଳ ମୌଜାର ନଟି ଗଁ।ର ଲୋକମାନେ ଭୋଟ ବର୍ଜନ କରିଛନ୍ତି। 

ଦଶପଲ୍ଲାରେ  ୨୩୪ଟି ବୁଥ୍‌ରେ ଚାଲିଛି ମତଦାନ

ଦଶପଲ୍ଲାରେ ୨୩୪ଟି ବୁଥ୍‌ରେ ଚାଲିଛି ମତଦାନ

ଦଶପଲ୍ଲା,୧୮।୪(ଡି.ଏନ.ଏ): ନୟାଗଡ଼ ଦଶପଲ୍ଲା ନିର୍ବାଚନମଣ୍ଡଳୀର ବିଭିନ୍ନ ବୁଥ୍‌ରେ ସକାଳୁ ଭୋଟରମାନେ ଲମ୍ବାଧାଡ଼ିରେ ଠିଆ ହୋଇ ନିଜର ମତ ସାବ୍ୟସ୍ତ କରିଛନ୍ତି।

ତାତି ଯାଉଛି ମହାନଦୀ ଜଳ, ଡହଳବିକଳ ଜଳଚର

ତାତି ଯାଉଛି ମହାନଦୀ ଜଳ, ଡହଳବିକଳ ଜଳଚର

ଖଣ୍ଡପଡ଼ା,୧୮ା୪(ସ୍ବ.ପ୍ର.)-ସମ୍ପ୍ରତି ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିିଛି। ଏଥିଯୋଗୁ ମହାନଦୀର ଜଳ ତାତିଯାଉଛି । 

ଓଡ଼ଗାଁ ଶ୍ରୀରାମନବମୀ ଯାତ୍ରାର ପଞ୍ଚମ ସନ୍ଧ୍ୟା : ଶ୍ରୀରାମଙ୍କ ଶିବଧନୁ ଭଗ୍ନ, ସୀତା ବିବାହ

ଓଡ଼ଗାଁ ଶ୍ରୀରାମନବମୀ ଯାତ୍ରାର ପଞ୍ଚମ ସନ୍ଧ୍ୟା : ଶ୍ରୀରାମଙ୍କ ଶିବଧନୁ ଭଗ୍ନ, ସୀତା ବିବାହ

ଓଡ଼ଗାଁ,୧୮ା୪(ସ୍ବ.ପ୍ର.): ଓଡ଼ଗାଁରେ ବିଜେ ପ୍ରଭୁ ଶ୍ରୀରଘୁନାଥଜୀଉଙ୍କ ନବ ଦିନ ବ୍ୟାପୀ ଶ୍ରୀରାମନବମୀ ଯାତ୍ରା ଅନୁଷ୍ଠିତ ହେଉଛି। ଉତ୍ସବର ପଞ୍ଚମ ସନ୍ଧ୍ୟା ଅବସରରେ ଚୈତ୍ର ଶୁକ୍ଳ ଅନଙ୍ଗ ତ୍ରୟୋଦଶୀ ତିଥି, ବୁଧବାର ପ୍ରଭୁ ଶ୍ରୀରାମଙ୍କ ଶିବଧନୁ ଭଗ୍ନ, ଜନକନନ୍ଦିନୀ ସୀତାଙ୍କ ସହିତ ବିବାହ ଉତ୍ସବ ସମ୍ପନ୍ନ ହୋଇଛି ।

କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନ  ମଣ୍ଡଳୀରେ ଜମୁଛି ପ୍ରଚାର

କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନ ମଣ୍ଡଳୀରେ ଜମୁଛି ପ୍ରଚାର

କେନ୍ଦ୍ରାପଡ଼ା ଅଫିସ୍‌, ୧୭।୪: ଆସନ୍ତା ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଗତ ୧୬ ତାରିଖରୁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। 


Model This Week

କ୍ରିଷ୍ଣା
Why Dharitri