ଉପକୂଳ ଓଡିଶା

ନେତାଜୀ ଜୟନ୍ତୀରେ ଶିଶୁ ଉତ୍ସବ

ନେତାଜୀ ଜୟନ୍ତୀରେ ଶିଶୁ ଉତ୍ସବ

ମାର୍ଶାଘାଇ, ୨୩।୧ (ଡି.ଏନ୍‌.ଏ.)- ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ପଞ୍ଚାୟତରେ ନେତାଜୀଙ୍କ ଜନ୍ମ ଦିବସ ଉପଲକ୍ଷେ ପଞ୍ଚାୟତସ୍ତରୀୟ ଶିଶୁ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ୨ଟି ପର୍ଯ୍ୟାୟରେ ହୋଇଥିବା ଏହି ଉତ୍ସବର ପ୍ରଥମ ପର୍ଯ୍ୟାୟରେ ସ୍ଥାନୀୟ ସରପଞ୍ଚ ଦୁର୍ଗାବତୀ ପ୍ରଧାନଙ୍କ ସଭାପତିତ୍ୱ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ପଞ୍ଚୟତ ସମିତି ଅଧ୍ୟକ୍ଷା ସୀତାଲତା ପରିଡ଼ା ସଭାପତିତ୍ୱ କରିଥିଲେ। ଏହି ଅବସରରେ କୁନି କୁନି ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।

All Right Reserved By

ଉପକୂଳ ଓଡିଶା

ପୁଲୱାମାରେ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ପୁଲୱାମାରେ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି

ବୋଲଗଡ଼,୧୬ା୨(ଡି.ଏନ.ଏ.):ଜମ୍ମୁ-କାଶ୍ମୀରସ୍ଥିତ ପୁଲୱାମାଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଗତ ୧୪ ତାରିଖରେ ଶହୀଦ ହୋଇଥିବା  ସିଆର୍‌ପିଏଫ୍‌ ଯବାନଙ୍କ ଉଦ୍ଦେଶ୍ୟରେ ବୋଲଗଡ଼ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି।

ଶ୍ରୀଶ୍ରୀ ହନୁମାନ ମନ୍ଦିର, ବିଗ୍ରହ ପ୍ରତିଷ୍ଠା

ଶ୍ରୀଶ୍ରୀ ହନୁମାନ ମନ୍ଦିର, ବିଗ୍ରହ ପ୍ରତିଷ୍ଠା

କୃଷ୍ଣପ୍ରସାଦ,୧୬ା୨(ଡି.ଏନ.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକସ୍ଥିତ ବଡଅଁଳ ପଞ୍ଚାୟତ ଅଧୀନ ବଡଖଟିଆକୁଦିଠାରେ ମହାଆଡ଼ମ୍ବରରେ ଶ୍ରୀଶ୍ରୀ ହନୁମାନ ପ୍ରଭୁଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି।

ମୌଳିକ ସମସ୍ୟା ସମାଧାନ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ମୌଳିକ ସମସ୍ୟା ସମାଧାନ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

ଗଣିଆ,୧୬।୨(ଡି.ଏନ.ଏ.)-ଗଣିଆ ବ୍ଲକ ବଡଶିଲିଙ୍ଗା ପଞ୍ଚାୟତର ଜନସଙ୍ଗଠନ ଆଦିମ ଅଧିବାସୀ ମୁକ୍ତିମଞ୍ଚ ତରଫରୁ ଶୁକ୍ରବାର ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟା ସମାଧାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ସମ୍ବଳିତ ଏକ ଦାବିପତ୍ର ବିଡିଓଙ୍କ ଜରିଆରେ ପ୍ରଦାନ କରାଯାଇଛି । 

ତଦନ୍ତ ଆଳରେ ଉପେକ୍ଷା: ପ୍ରକୃତ ହିତାଧିକାରୀ ପାଉନାହାନ୍ତି ଆବାସ ଗୃହ

ତଦନ୍ତ ଆଳରେ ଉପେକ୍ଷା: ପ୍ରକୃତ ହିତାଧିକାରୀ ପାଉନାହାନ୍ତି ଆବାସ ଗୃହ

ନୂଆଗାଁ,୧୬।୨(ଡି.ଏନ.ଏ.)-ସରକାର ଦେଶର ପ୍ରତି ଗରିବ ଲୋକଙ୍କୁ ଆବାସ ଯୋଜନା ମାଧ୍ୟମରେ ପକ୍କାଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ଅନେକ ସ୍ଥାନରେ ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା ଯୋଗୁ ପ୍ରକୃତ ହିତାଧିକାରୀ ଆବାସ ଯୋଜନା ମାଧ୍ୟମରେ ଘର ପାଇବାରୁ ବଞ୍ଚତ୍ତ ହେଉଛନ୍ତି। 

କେନ୍ଦ୍ରାପଡ଼ାରେ କାଳିଆ ସମାବେଶରେ ଯୋଗେଦେଲେ ନବୀନ, ୩.୫ ଲକ୍ଷ ଭୂମିହୀନଙ୍କୁ ମିଳିଲା ଟଙ୍କା

କେନ୍ଦ୍ରାପଡ଼ାରେ କାଳିଆ ସମାବେଶରେ ଯୋଗେଦେଲେ ନବୀନ, ୩.୫ ଲକ୍ଷ ଭୂମିହୀନଙ୍କୁ ମିଳିଲା ଟଙ୍କା

କେନ୍ଦ୍ରାପଡ଼ା ଅଫିସ୍‌, ୧୪।୨-କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ୩.୫ ଲକ୍ଷ ଭୂମିହୀନ କୃଷି ଶ୍ରମିକ ହିତାଧିକାରୀଙ୍କୁ ଆନୁସଙ୍ଗିକ କୃଷି କ୍ଷେତ୍ରରେ ଜୀବିକା ନିର୍ବାହ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଆର୍ଥିକ ସହାୟତା ଶୁକ୍ରବାର ପ୍ରଦାନ କରାଯାଇଛି।

ଦୁର୍ଘଟଣାରେ ମୃତ ଯୁବକଙ୍କ ଚକ୍ଷୁଦାନ

ଦୁର୍ଘଟଣାରେ ମୃତ ଯୁବକଙ୍କ ଚକ୍ଷୁଦାନ

ଖଣ୍ଡପଡ଼ା,୧୫ା୨(ସ୍ବ.ପ୍ର.)-ନୟାଗଡ଼ ଜିଲା କଣ୍ଟିଲୋ ପଞ୍ଚାୟତ ଅନ୍ତର୍ଗତ ଫକୀର ଅତିବୁଦ୍ଧିପାଟଣାର ରନତ୍ାକର ଖଟୁଆ ଓରଫ ବଜରଙ୍ଗୀ(୧୯)ଙ୍କ ବୁଧବାର ଅପରାହ୍ନରେ ଭୁବନେଶ୍ୱରଠାରେ ବସ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଏଭଳି ଏକ ଦୁଃଖଦ ଘଟଣା ପରେ ମଧ୍ୟ ତାଙ୍କ ପରିବାର ଲୋକେ ମୃତପୁଅଙ୍କ ଚକ୍ଷୁଦାନ କରିଛନ୍ତିି।

 ପୁଲଓ୍ବାମା ଆତଙ୍କବାଦୀ  ଆକ୍ରମଣରେ ୨ ଓଡ଼ିଆ ଯବାନ ଶହୀଦ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ୨ ଓଡ଼ିଆ ଯବାନ ଶହୀଦ

ନାଉଗାଁ,୧୫।୨: ଜମ୍ମୁ-କଶ୍ମୀର ପୁଲଓ୍ବାମାଠାରେ ଗୁରୁବାର ସନ୍ଧ୍ୟାରେ ଆତଙ୍କବାଦୀ  ସଂଗଠନ ଦ୍ୱାରା ହୋଇଥିବା ଆକ୍ରମଣରେ ୪୪ ଯବାନ ଶହୀଦ ହୋଇଛନ୍ତି। 

ନୟାଗଡ଼ରେ ଯୁବକ ପାଳିଲେ ନିଆରା ଭାଲେଣ୍ଟାଇନ୍ସ ଡେ

ନୟାଗଡ଼ରେ ଯୁବକ ପାଳିଲେ ନିଆରା ଭାଲେଣ୍ଟାଇନ୍ସ ଡେ

ନୂଆଗାଁ/ନୟାଗଡ଼ ଅଫିସ,୧୫।୨(ଡି.ଏନ୍‌.ଏ.)- ଫେବୃୟାରୀ ୧୪ ଭାଲେଣ୍ଟାଇନ୍ସ ଡେ’କୁ ପ୍ରେମ ଦିବସ ଭାବେ ପାଳନ କରାଯାଉଛି। ଏ ନେଇ ଅନେକ ଯୁବତୀ ଯୁବକ ପାର୍କ, ସିନେମା ହଲ୍‌, ମଲ୍‌ କିମ୍ବା ଭୋଜିଭାତରେ ସମୟ ବିତାଇଥିବାବେଳେ ନୟାଗଡ଼ର କେତେକ ଯୁବକ ଏହାକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି।

ଖାଦ୍ୟ କମିଶନରଙ୍କ ନୂଆଗାଁ ପରିଦର୍ଶନ: ହିତାଧିକାରୀଙ୍କୁ ତୁରନ୍ତ ଜାଗାର ନକ୍ସା ପ୍ରଦାନ ପାଇଁ ନିର୍ଦ୍ଦେଶ

ଖାଦ୍ୟ କମିଶନରଙ୍କ ନୂଆଗାଁ ପରିଦର୍ଶନ: ହିତାଧିକାରୀଙ୍କୁ ତୁରନ୍ତ ଜାଗାର ନକ୍ସା ପ୍ରଦାନ ପାଇଁ ନିର୍ଦ୍ଦେଶ

ନୂଆଗାଁ, ୧୫।୨ (ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତବାସୀଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଗୁରୁବାର ଖାଦ୍ୟ କମିଶନର ରଙ୍ଗଲାଲ ଜାମୁଡା ନୂଆଗାଁ ଗସ୍ତରେ ଆସିଥିଲେ। 

ଭାଡ଼ିକିଳା ବିଜୁ ସେତୁ ଲୋକାର୍ପିତ:୧୦ ଗ୍ରାମର ୧୫ ହଜାର ଲୋକ ହେବେ ଉପକୃତ

ଭାଡ଼ିକିଳା ବିଜୁ ସେତୁ ଲୋକାର୍ପିତ:୧୦ ଗ୍ରାମର ୧୫ ହଜାର ଲୋକ ହେବେ ଉପକୃତ

ଓଡ଼ଗାଁ,୧୫ା୨(ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ଶରଧାପୁର-ଭାଡ଼ିିକିଳା-ଓସ୍ତିଆ ରାସ୍ତାର ଭାଡ଼ିିକିଳାଠାରେ ୪ କୋଟି ୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବିଜୁ ସେତୁର ଗୁରୁବାର ଉଦ୍‌ଘାଟିତ ଓ ଲୋକାର୍ପିତ ହୋଇଛି| 

 ୬୦ ପ୍ୟାକେଟ୍‌ ଦେଶୀମଦ ଜବତ, ଜଣେ ଜେଲ୍‌

୬୦ ପ୍ୟାକେଟ୍‌ ଦେଶୀମଦ ଜବତ, ଜଣେ ଜେଲ୍‌

ରଣପୁର,୧୫ା୨(ସ୍ବ.ପ୍ର.)-ନୟାଗଡ଼ ଜିଲାର ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ମହୁଲିଆ ଗ୍ରାମରୁ ଗୁରୁବାର ରଣପୁର ପୋଲିସ ଚଢାଉ କରି ଜଣେ ବ୍ୟକ୍ତିଙ୍କ ଘରୁ ୬୦ ପ୍ୟାକେଟ୍‌ ଦେଶୀ ମଦ ପାଉଚ୍‌ ଜବତ କରିଛି

ବାଇଚଢ଼େଇ, ଖଜୁରୀ, ତାଳଗଛ ସୁରକ୍ଷା ପାଇଁ ସଚେତନତା: ମନ ଢାଳିଛନ୍ତି ପରିବେଶପ୍ରେମୀ ଅନ୍ତର୍ଯାମୀ ସାହୁ

ବାଇଚଢ଼େଇ, ଖଜୁରୀ, ତାଳଗଛ ସୁରକ୍ଷା ପାଇଁ ସଚେତନତା: ମନ ଢାଳିଛନ୍ତି ପରିବେଶପ୍ରେମୀ ଅନ୍ତର୍ଯାମୀ ସାହୁ

ଖଣ୍ଡପଡ଼ା,୧୫ା୨(ଅଜୟ କୁମାର ମହାରଣା)-କଣ୍ଟିିଲୋ ଓ ଏହାର ଆଖପାଖ ଅଞ୍ଚଳରୁ ଦୀର୍ଘ ବର୍ଷ ହେବ ଖଜୁରି, ତାଳ ଆଦି ଗଛ ଓ ବାଇଚଢ଼େଇଙ୍କ ବଂଶ କ୍ରମଶଃ ହ୍ରାସ ପାଉଥିବାରୁ ଏଥିନେଇ ଜଣେ ପରିବେଶପ୍ରେମୀ ବିଶେଷ ଭାବେ ଚିନ୍ତା ପ୍ରକଟ କରିଛନ୍ତି।