ରାଜ୍ୟ | ବ୍ରହ୍ମପୁର

ନାବାଳିକାଙ୍କ ସହ ପ୍ରେମସମ୍ପର୍କ ରଖିବା ଯୋଗୁ ଜୀବନ ଗଲା, ଧରାକୋଟରେ ବ୍ୟାଙ୍କ କ୍ୟାଶିୟରଙ୍କୁ ହତ୍ୟା

ନାବାଳିକାଙ୍କ ସହ ପ୍ରେମସମ୍ପର୍କ ରଖିବା ଯୋଗୁ ଜୀବନ ଗଲା, ଧରାକୋଟରେ ବ୍ୟାଙ୍କ କ୍ୟାଶିୟରଙ୍କୁ ହତ୍ୟା

ଧରାକୋଟ,୨୩।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ମୁଣ୍ଡମରାଇ ଗ୍ରାମରେ ଥିବା ଆନ୍ଧ୍ରା ବ୍ୟାଙ୍କରେ କାର୍ଯ୍ୟରତ କ୍ୟାଶିୟର ବିନୟ କୁମାର ବେହେରାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ବୁଧବାର ଉଦ୍ଧାର କରାଯାଇଛି। ବିନୟଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। 

ସୂଚନାନୁଯାୟୀ, ବିନୟ ୩ ବର୍ଷ ଧରି ଉକ୍ତ ବ୍ୟାଙ୍କରେ କାମ କରି ଆସୁଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ଏକ ନାବାଳିକାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ମଙ୍ଗଳବାର ସେ ବ୍ୟାଙ୍କରେ କାମ ଶେଷ କରି ରହୁଥିବା ଭଡ଼ା ଘରକୁ ଯାଇଥିଲେ। ସେଠାକୁ ସେ ସମ୍ପୃକ୍ତା ନାବାଳିକାଙ୍କୁ ଡାକିଥିଲେ। ମାତ୍ର ନାବାଳିକାଙ୍କ ଭାଇମାନେ ପୂର୍ବରୁ ଏ ନେଇ  ସନ୍ଦେହ କରି ଆସୁଥିବା ବେଳେ ମଙ୍ଗଳବାର ଉଭୟଙ୍କୁ ଏକାଠି ଦେଖି ଉତ୍‌କ୍ଷିପ୍ତ ହୋଇଥିଲେ। ସେମାନେ ବିନୟଙ୍କୁ ମୁଲଚାଲ କରିବା ବାହାନାରେ ଡକାଇ ସୋମନାଥ ବିଜ୍ଞାନ ମହାବିଦ୍ୟାଳୟ ନିକଟରେ ଥିବା ଏକ ନିର୍ଜନ ମୋରମ କୁଆଁରୀ ଭିତରେ ଅତି ନିର୍ମମ ଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ହତ୍ୟା ଖବର ପାଇ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ରାଜ୍ୟରେ ନାବାଳିକା ମା’ ହେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଧରାକୋଟ ଥାନା ଅଧୀନରେ ଜଣେ ନାବାଳିକାଙ୍କ ସହ ସମ୍ପର୍କ ରଖିଥିବାରୁ ବ୍ୟାଙ୍କ କର୍ମଚାରୀଙ୍କୁ ହତ୍ୟା କରାଯିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ତେବେ ଖବର ଲେଖାଯିବା ସୁଦ୍ଧା ଘଟଣାରେ କାହାକୁ ଗିରଫ କରାଯାଇ ନ ଥିବା ଜଣାପଡ଼ିଛି। 

All Right Reserved By

ରାଜ୍ୟ | ବ୍ରହ୍ମପୁର

ଆନ୍ଦୋଳନ ପରେ ମାନିଲେ କର୍ତ୍ତୃପକ୍ଷ: ଘୁଞ୍ଚିଲା ଯୁକ୍ତ ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ,ମେ’ ୪ ପରିବର୍ତ୍ତେ ଜୁନ୍‌ ୧୭ରୁ ହେବ ଥିଓରୀ ପରୀକ୍ଷା

ଆନ୍ଦୋଳନ ପରେ ମାନିଲେ କର୍ତ୍ତୃପକ୍ଷ: ଘୁଞ୍ଚିଲା ଯୁକ୍ତ ୩ ଚତୁର୍ଥ ସେମିଷ୍ଟର ପରୀକ୍ଷା ,ମେ’ ୪ ପରିବର୍ତ୍ତେ ଜୁନ୍‌ ୧୭ରୁ ହେବ ଥିଓରୀ ପରୀକ୍ଷା

ଭୁବନେଶ୍ୱର,୨୫ା୪(ବ୍ୟୁରୋ)- ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ସ୍ନାତକ କଲେଜଗୁଡିକରେ ହେବାକୁ ଥିବା ଯୁକ୍ତ୩ ଚତୁର୍ଥ ସେମିଷ୍ଟର ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆନ୍ଦୋଳନ ପରେ ଶେଷରେ ବିଶ୍ୱବିଦଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରୀଛାତ୍ରଙ୍କ ସମସ୍ୟାକୁ ମାନିବା ସହ ପରୀକ୍ଷା ଘୁଞ୍ଚାଇବାକୁ ବାଧ୍ୟ ହୋଇଛନ୍ତି।

ରାହୁଲଙ୍କୁ ଶ୍ରୀକାନ୍ତଙ୍କ ୫ ପ୍ରଶ୍ନ

ରାହୁଲଙ୍କୁ ଶ୍ରୀକାନ୍ତଙ୍କ ୫ ପ୍ରଶ୍ନ

ଭୁବନେଶ୍ୱର,୨୫।୪(ବ୍ୟୁରୋ)- କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ବାଲେଶ୍ୱର ଜିଲାରେ ନିର୍ବାଚନୀ ସଭା କରିବାର କାର୍ଯ୍ୟକ୍ରମ ରହିଛି। ରାହୁଲଙ୍କ ଗସ୍ତ ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ୫ଟି ପ୍ରଶ୍ନ ସର୍ବସାଧାରଣରେ ପଚାରିଛନ୍ତି। 

କାକଟପୁରରେ ଭାଜପାର ରୋଡ୍‌ ଶୋ’: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ସମ୍ବିତ୍‌

କାକଟପୁରରେ ଭାଜପାର ରୋଡ୍‌ ଶୋ’: ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ସମ୍ବିତ୍‌

କାକଟପୁର, ୨୫।୪(ଡି.ଏନ୍‌.ଏ.)-କାକଟପୁର ନିର୍ବାଚନ ମଣ୍ଡଳୀରେ ଭାଜପ ପକ୍ଷରୁ ଗୁରୁବାର ଅପରାହ୍ନରେ ରୋଡ ଶୋ’ କରାଯିବା ସହିତ ଅସ୍ତରଙ୍ଗ ବ୍ଳକ ପର୍ଯ୍ୟନ୍ତ ବାଇକ୍‌ ରାଲି ହୋଇଥିଲା।

ମାଲକାନଗିରିରେ  ତାପମାତ୍ରା ୪୩ ଡିଗ୍ରୀ ଛୁଇଁଲା

ମାଲକାନଗିରିରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଲା

ମାଲକାନଗିର,୨୫ା୪(ଡି.ଏନ୍‌.ଏ.)-ମାଲକାନଗିରି ଜିଲାରେ ଗତ କିଛିଦିନ ହେବ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।  ଏନେଇ ଲୋକେ ନାହିଁ ନ ଥିବା ହିନସ୍ତା ହେଉଛନ୍ତି। ଗୁରୁବାର ଜିଲାରେ ତାପମାତ୍ରା  ୪୩ ଡିଗ୍ରୀରେ ପହଞ୍ଚତ୍ଛି।  

ଆସୁଛି ବାତ୍ୟା ଫନି, ୩୦ରେ ଛୁଇଁପାରେ ସ୍ଥଳଭାଗ

ଆସୁଛି ବାତ୍ୟା ଫନି, ୩୦ରେ ଛୁଇଁପାରେ ସ୍ଥଳଭାଗ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଶ୍ରୀଲଙ୍କା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଚଳିତ ମାସ ଶେଷ ଭାଗ ବେଳକୁଏହା ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ। 

ଡାକ୍ତରଖାନା ପରିସରରେ ଧର୍ମେନ୍ଦ୍ରଙ୍କ ସଭାକୁ ବିରୋଧ, ଏହା ବିଜେଡିର ହୀନ ଚକ୍ରାନ୍ତ ବୋଲି କହିଲା ଭାଜପା

ଡାକ୍ତରଖାନା ପରିସରରେ ଧର୍ମେନ୍ଦ୍ରଙ୍କ ସଭାକୁ ବିରୋଧ, ଏହା ବିଜେଡିର ହୀନ ଚକ୍ରାନ୍ତ ବୋଲି କହିଲା ଭାଜପା

ନିଶ୍ଚିନ୍ତକୋଇଲି, ୨୫।୪(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କୋରିଲୋ ପଞ୍ଚାୟତ ହାଣ୍ଡିଭଙ୍ଗା ମେଡିକାଲ ନିକଟରେ ଗୁରୁବାର ଭାଜପାର ଏକ ନିର୍ବାଚନୀ ସଭା ଆୟୋଜନ ହେବାରଥିଲା। 

ପ୍ରଥମ ବୀମାଗ୍ରାମ ଭାବେ ମାନ୍ୟତା ପାଇଲା କଳାହାଣ୍ଡି ଜିଲାର ଲକଟାଖମନ

ଭବାନୀପାଟଣା, ୨୫।୪ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନପୁର ପଞ୍ଚାୟତର ଏକ ଛୋଟିଆ ଗାଁ ଲକଟାଖମନ। ଏହି ଗାଁର ଜନସଂଖ୍ୟା ମାତ୍ର ୨୭୮ ଥିବା ବେଳେ ଗାଁର ସମସ୍ତେ ଅନୁସୂଚିତ ଜନଜାତି ବର୍ଗର। ତେବେ ଗାଁର ୧୦୩ ଜଣ ବ୍ୟକ୍ତି ଭାରତୀୟ ଜୀବନ ବୀମା ନିଗମ ଦ୍ୱାରା ବୀମାଭୁକ୍ତ ହୋଇଛନ୍ତି।

ବରଗଡ଼ ଜିଲାପାଳଙ୍କ ଅଫିସ ପରିସରରେ ଆତ୍ମହତ୍ୟା ଉଦ୍ୟମ: ଉଠାଇନେଲା ପୋଲିସ

ବରଗଡ଼ ଜିଲାପାଳଙ୍କ ଅଫିସ ପରିସରରେ ଆତ୍ମହତ୍ୟା ଉଦ୍ୟମ: ଉଠାଇନେଲା ପୋଲିସ

ବରଗଡ଼ ଅଫିସ,୨୫।୪-ବରଗଡ଼ ଜିଲାପାଳଙ୍କ ଅଫିସ ପରିସରରେ ଗୁରୁବାର ସକାଳ ପ୍ରାୟ ୧୦ଟାରେ ଜନୈକ ଯୁବକ ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି।  ଯୁବକଜଣକ ସ୍ଥାନୀୟ କେନାଲପଡ଼ାର ନିବାସୀ ବୋଲି ସୂଚନା ମିଳିଛି ।

କାଲିଠୁ କଂଗ୍ରେସର ପ୍ରଚାର ମଙ୍ଗ ଧରିବେ କେନ୍ଦ୍ରୀୟ ହେଭିଓ୍ବେଟ୍‌ ନେତା: ଶୁକ୍ରବାର ଆସୁଛନ୍ତି ରାହୁଲ

କାଲିଠୁ କଂଗ୍ରେସର ପ୍ରଚାର ମଙ୍ଗ ଧରିବେ କେନ୍ଦ୍ରୀୟ ହେଭିଓ୍ବେଟ୍‌ ନେତା: ଶୁକ୍ରବାର ଆସୁଛନ୍ତି ରାହୁଲ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଆସନ୍ତା ୨୯ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ଏଥିଲାଗି ବିଭିନ୍ନ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଉଛି। ବିଜେଡି ପକ୍ଷରୁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଙ୍ଗ ଧରିଥିବା ବେଳେ ଭାଜପା ପକ୍ଷରୁ କେନ୍ଦ୍ରୀୟ ନେତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଥିବା ଦେଖାଯାଇଛି।

୨ଟି ବୁଥ୍‌ରେ ସାନି ମତଦାନ

୨ଟି ବୁଥ୍‌ରେ ସାନି ମତଦାନ

ସୁନ୍ଦରଗଡ଼,୨୫ା୪(ଡି.ଏନ୍‌.ଏ.) : ସୁନ୍ଦରଗଡ଼ ଜିଲାର ୨ଟି ବୁଥ୍‌ରେ ଇଭିଏମ୍‌ରେ ତୃଟି ଯୋଗୁ ମତଦାନ ବାତିଲ ହୋଇଥିଲା। ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୁରୁବାର ଏହି ୨ଟି ବୁଥ୍‌ରେ ସାନି ମତଦାନ ହେଉଛି। 

ତିହିଡ଼ିରେ ବିଜେଡିର ରୋଡ ଶୋ: କୁନା ତ୍ରିପାଠୀ କହିଲେ ନବୀନଙ୍କ ଯୋଗୁ ଓଡ଼ିଶା ଏବେ ନଂ-୧, ତାଙ୍କ ହାତମୁଠାକୁ ଟାଣ କରନ୍ତୁ

ତିହିଡ଼ିରେ ବିଜେଡିର ରୋଡ ଶୋ: କୁନା ତ୍ରିପାଠୀ କହିଲେ ନବୀନଙ୍କ ଯୋଗୁ ଓଡ଼ିଶା ଏବେ ନଂ-୧, ତାଙ୍କ ହାତମୁଠାକୁ ଟାଣ କରନ୍ତୁ

ତିହଡ଼ି,୨୫।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ନିର୍ବାଚନମଣ୍ତଳୀ ଅଧୀନ ତିହିଡ଼ି ବ୍ଲକର ୧୩ ପଞ୍ଚାୟତରେ ଗୁରୁବାର ବିଜେଡିର ରୋଡ୍‌ ଶୋ’ ଓ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। 

ଭୋଟ ପରେ ଅଙ୍କ କଷୁଛନ୍ତି ନେତା ଓ କର୍ମୀ

ଭୋଟ ପରେ ଅଙ୍କ କଷୁଛନ୍ତି ନେତା ଓ କର୍ମୀ

ହାଟଡ଼ିହି,୨୫ା୪(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ପରେ ନେତା ଓ କର୍ମୀମାନେ ଏବେ ଅଙ୍କ କଷୁଛନ୍ତି। କେଉଁ ବୁଥ୍‌ରୁ କେତେ ଭୋଟ ମିଳିବ ତାହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ହିସାବନିକାଶ ଚାଲିଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri