
ନୂଆଦିଲ୍ଲୀ, ୨୩।୧: ଯଦି ମନୋବଳ ଦୃଢ, ତେବେ ଜୀବନରେ ଯେ କୌଣସି ଝଡଝଞ୍ଜା ଆସିଲେ ମଧ୍ୟ ତାହାର ସାମ୍ନା କରିବା ସହଜ ମନେ ହୁଏ। ଏମିତି ଜଣେ ଦୃଢମନା ବ୍ୟକ୍ତି ହେଉଛନ୍ତି ଗୁରୁଚରଣ ସିଂହ ସାନ୍ଧୁ। ବୟସ ୧୦୭। ଏତେ ବର୍ଷ ବୟସରେ ବି ନିଜକୁ ଫିଟ୍ ରଖିପାରିଛନ୍ତି ସେ। ତାଙ୍କ ମନୋବଳ ଦେଖି ଖୋଦ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସୂଚନାଯୋଗ୍ୟ, ଗୁରୁଚରଣ କିଛିଦିନ ତଳେ ଗାଧୁଆ ଘରେ ପଡିଯାଇଥିଲେ। ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇଥିଲେ। ତାଙ୍କ ଅଣ୍ଟା ଖସିଯାଇଥିବାବେଳେ ଡାକ୍ତରମାନେ ତାଙ୍କୁ ସର୍ଜରୀ ପାଇଁ ପରାମର୍ଶ ଦେଇଥିଲେ। ସଫଳ ସର୍ଜରୀ ମଧ୍ୟ କରାଯାଇଥିଲା। ଏହାପରେ ସେ ପୁଣି ଫିଟ୍ ହୋଇ ଚାଲିବାକୁ ଲାଗିଥିଲେ। ତାଙ୍କ ଶରୀରରେ ଡାଇବେଟିସ୍, ବ୍ଲଡପ୍ରେସର ନା ଅନ୍ୟ କୌଣସି ରୋଗ ମଧ୍ୟ ନାହିଁ। ଏହାପୂର୍ବରୁ କୌଣସି ଔଷଧ ମଧ୍ୟ ସେ ଖାଉ ନ ଥିଲେ। ଏତେ ବର୍ଷ ବୟସରେ ଅଣ୍ଟା ସର୍ଜରୀ ସଫଳ ହେବା ଆଶ୍ଚର୍ଯ୍ୟର କଥା ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି। ନିଜ ଫିଟ୍ନେସ୍ ଉପରେ ଗୁରୁଚରଣ କହିଛନ୍ତି ମୁଁ, କେବେ ଖଟରେ ଶୋଇବାକୁ ଭଲ ପାଏନି। ସବୁବେଳେ ପଜିଟିଭ୍ରେ ଆଗକୁ ବଢିବାକୁ ଚାହେଁ। ଗୁରୁଚରଣଙ୍କ ନାମ ଗିନିଷ ଓ୍ବାଲର୍ଡ ରେକର୍ଡରେ ସାମିଲ ପାଇଁ ଆବେଦନ କରାଯିବ ବୋଲି ଡାକ୍ତରମାନେ ପ୍ରକାଶ କହିଛନ୍ତି।