ଜାତୀୟ |

ମାଡ଼ି ଆସୁଛି ବିପଦ: ତରଳୁଛି ଗ୍ରୀନ୍‌ଲାଣ୍ଡ ହିମପାହାଡ଼; ପାଣିରେ ବୁଡ଼ିଯିବ ଅନେକ ଦେଶ

ମାଡ଼ି ଆସୁଛି ବିପଦ: ତରଳୁଛି ଗ୍ରୀନ୍‌ଲାଣ୍ଡ ହିମପାହାଡ଼; ପାଣିରେ ବୁଡ଼ିଯିବ ଅନେକ ଦେଶ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୩।୧: ମାଡ଼ି ଆସୁଛି ପୃଥିବୀ ଉପରେ ବିପଦ। ତାପମାତ୍ରା ବୃଦ୍ଧି ତଥା ପରିବେଶ ପ୍ରଦୂଷଣର ପ୍ରଭାବ ଗ୍ରୀନ୍‌ଲାଣ୍ଡର ହିମପାହାଡ଼ ଉପରେ ପଡ଼ିବାରେ ଲାଗିଛି। ଫଳରେ ଏହା ତରଳିବା ଆରମ୍ଭ କରିଛି। ଏନେଇ ପ୍ରକାଶ ପାଇଛି ଏକ ରିପୋର୍ଟ। ୨୦୧୨ରେ ଏଠାରେ ୪୦ ହଜାର କୋଟି ଟନ୍‌ ହିମଖଣ୍ଡ ତରଳିଥିଲା। ଯାହାକି ୨୦୦୩ଠାରୁ ପ୍ରାୟ ୪ ଗୁଣା ଅଧିକ । ତେବେ ୨୦୧୩-୧୪ରେ ହିମଖଣ୍ଡ ତରଳିବା ବନ୍ଦ ହୋଇଯାଇଥିଲା। ଏବେ ପୁଣି ଦ୍ରୁତ ବେଗରେ ହିମଖଣ୍ଡ ତରଳିବା ଆରମ୍ଭ କରିଛି। ଗତ ୩୫୦ ବର୍ଷ ତୁଳନାରେ ବର୍ତ୍ତମାନର ହିମଖଣ୍ଡ ତରଳିବା ପ୍ରକ୍ରିୟାର ବେଗ ଯଥେଷ୍ଟ ଅଧିକ ରହିଛି। ଏଭଳି ଜାରି ରହିଲେ ଆସନ୍ତା କିଛି ବର୍ଷ ମଧ୍ୟରେ ସମୁଦ୍ର ଜଳସ୍ତର ବୃଦ୍ଧି ପାଇବା ଯୋଗୁ ପୃଥିବୀର ଅନେକ ଦେଶ ପାଣିରେ ବୁଡ଼ିଯିବା ଆଶଙ୍କା ଦେଖାଦେଇଛି। ଏନେଇ ଅନ୍ତର୍ଜାତୀୟସ୍ତରରେ ଉଦ୍‌ବେଗ ପ୍ରକାଶ ପାଇଛି।

All Right Reserved By

ଜାତୀୟ |

ଦକ୍ଷିଣ କୋରିଆ ଗସ୍ତରେ ମୋଦି: ପାଇବେ ‘ସିଓଲ ଶାନ୍ତି ପୁରସ୍କାର’

ଦକ୍ଷିଣ କୋରିଆ ଗସ୍ତରେ ମୋଦି: ପାଇବେ ‘ସିଓଲ ଶାନ୍ତି ପୁରସ୍କାର’

ନୂଆଦିଲ୍ଲୀ/ସିଓଲ, ୨୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି। 

ଆଉ ନାହାନ୍ତି ‘ମୈନେ ପ୍ୟାର କିୟା’ ଫିଲ୍ମ ପ୍ରଯୋଜକ ରାଜ୍‌ କୁମାର ବଡଜାତ୍ୟା

ଆଉ ନାହାନ୍ତି ‘ମୈନେ ପ୍ୟାର କିୟା’ ଫିଲ୍ମ ପ୍ରଯୋଜକ ରାଜ୍‌ କୁମାର ବଡଜାତ୍ୟା

ମୁମ୍ବାଇ, ୨୧।୨: ବଲିଉଡର ବିଶିଷ୍ଟ ପ୍ରଯୋଜକ ରାଜକୁମାର ବଡଜାତ୍ୟାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ହୋଇଥିଲା। ଗୁରୁବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। 

ଘରୋଇ କଳିରୁ ନିୟନ୍ତ୍ରଣ ରେଖା ଟପିଲେ ମହିଳା: ବିଏସ୍‌ଏଫ୍‌ ଗୁଳିରେ ଆହତ

ଘରୋଇ କଳିରୁ ନିୟନ୍ତ୍ରଣ ରେଖା ଟପିଲେ ମହିଳା: ବିଏସ୍‌ଏଫ୍‌ ଗୁଳିରେ ଆହତ

ଅମୃତସର,୨୧।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାପରେ ଏବେ ନିୟନ୍ତ୍ରଣ ରେଖାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗୁରୁବାର ପଞ୍ଜାବ ଗୁରୁଦାସପୁର ଜିଲା ବାଙ୍ଗରପୋଷ୍ଟଠାରେ ନିୟନ୍ତ୍ରଣ ରେଖା ଅତିକ୍ରମ କରୁଥିବା ଜଣେ ସନ୍ଦିଗ୍ଧ ମହିଳାଙ୍କୁ ଗୁଳି କରିଛନ୍ତି।

କଂଗ୍ରେସ ଟାର୍ଗେଟ୍‌ରେ ମୋଦି: ପୁଲଓ୍ବାମା ଘଟଣା ସମୟରେ ଉତ୍ତରାଖଣ୍ଡରେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିଲେ ପ୍ରଧାନମନ୍ତ୍ରୀ

କଂଗ୍ରେସ ଟାର୍ଗେଟ୍‌ରେ ମୋଦି: ପୁଲଓ୍ବାମା ଘଟଣା ସମୟରେ ଉତ୍ତରାଖଣ୍ଡରେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ୭ ଦିନ ପରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛି।  ଫେବୃୟାରୀ ୧୪ରେ ଅପରାହ୍ନ ୩ଟା ୧୦ରେ ପୁଲଓ୍ବାମା ଘଟଣା ଘଟିଥିବାବେଳେ ପ୍ରଧାନମନ୍ତ୍ରୀ ଏହି ସମୟରେ ଉତ୍ତରାଖଣ୍ଡ କର୍ବେଟ୍‌ ନ୍ୟାସନାଲ ପାର୍କରେ ଏକ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିଲେ।

ହଜିନି ମଣିଷ ପଣିଆ: କଶ୍ମୀରବାସୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ଶିଖ୍‌ ଖାଲ୍‌ସା

ହଜିନି ମଣିଷ ପଣିଆ: କଶ୍ମୀରବାସୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ଶିଖ୍‌ ଖାଲ୍‌ସା

ଚଣ୍ଡିଗଡ଼,୨୧।୨: ଭାରତ ସବୁବେଳେ ଦୟା, ପ୍ରେମ ଏବଂ ମଣିଷ ପଣିଆର ଉଦାହରଣ ସୃଷ୍ଟି କରିଥାଏ। ଏଠାକାର ମଣିଷ ପଣିଆ କେବେ ମଧ୍ୟ ହଜେନା। ମଇଁଷି ଶିଙ୍ଗ ଫଟା ଜୁଝିଲା ବେଳକୁ ଗୋଟା ଭଳି ଭାରତରେ ଭିନ୍ନତା ମଧ୍ୟରେ ଏକତା ହିଁ ସବୁବେଳେ ରହି ଆସିଛି।

୨-୩ ଦିନ ମଧ୍ୟରେ ପୁଣି ଜମ୍ମୁ-କଶ୍ମୀରରେ ଆତ୍ମଘାତୀ ଆକ୍ରମଣ ଆଶଙ୍କା: ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

୨-୩ ଦିନ ମଧ୍ୟରେ ପୁଣି ଜମ୍ମୁ-କଶ୍ମୀରରେ ଆତ୍ମଘାତୀ ଆକ୍ରମଣ ଆଶଙ୍କା: ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

ଶ୍ରୀନଗର,୨୧।୨: ପୁଲଓ୍ବାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଲୁହ ଏବେ ଶୁଖିନି ଶହୀଦ୍‌ ପରିବାରଙ୍କ ଆଖିରୁ। ମାତ୍ର ପୁଣି ଏକ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହେବା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ଗୋଇନ୍ଦା ବିଭାଗ। 

ପୁଲଓ୍ବାମା ଶହୀଦ୍‌ ପରିବାରଙ୍କୁ ୬ ଲକ୍ଷ ସହାୟତା ଦେଲେ ମନ୍ଦିରରେ ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା

ପୁଲଓ୍ବାମା ଶହୀଦ୍‌ ପରିବାରଙ୍କୁ ୬ ଲକ୍ଷ ସହାୟତା ଦେଲେ ମନ୍ଦିରରେ ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା

ଆଜମେର,୨୧।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ଙ୍କ ପରିବାରଙ୍କୁ ଦେଶର ବିଭିନ୍ନ ବର୍ଗ ସହାୟତାର ହାତ ବଢ଼ାଇଛନ୍ତି। ଏହି ମର୍ମରେ ଅଜମେର ବଜରଙ୍ଗଗଢ଼ ମାତା ଅମ୍ବେ ମନ୍ଦିରଠାରେ ୭ ବର୍ଷ ଧରି ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା ଦେବକୀ ଶର୍ମାଙ୍କ କାର୍ଯ୍ୟ ସୃଷ୍ଟି କରିଛି ଏକ ଉଦାହରଣ। 

ସୌଦି ଜେଲ୍‌ରୁ ଘର ବାହୁଡ଼ିବେ ୮୫୦ ଭାରତୀୟ

ସୌଦି ଜେଲ୍‌ରୁ ଘର ବାହୁଡ଼ିବେ ୮୫୦ ଭାରତୀୟ

ନୂଆଦିଲ୍ଲୀ/ରିୟାଦ୍‌, ୨୧।୨: ସୌଦିର ବିଭିନ୍ନ ଜେଲ୍‌ରେ ବନ୍ଦୀ ଭାବେ ଥିବା ୮୫୦ ଭାରତୀୟ ଘର ବାହୁଡ଼ିବେ। ଏନେଇ ସୌଦି ଯୁବରାଜ ମହମ୍ମଦ ବିନ୍‌ ସଲମାନ୍‌ ସବୁଜ ସଙ୍କେତ ଦେଇଛନ୍ତି।

ପୁଲଓ୍ବାମା ଆକ୍ରମଣରେ ଜୈଶ୍‌ର ହାତ ନାହିଁ: ଆଝାର

ପୁଲଓ୍ବାମା ଆକ୍ରମଣରେ ଜୈଶ୍‌ର ହାତ ନାହିଁ: ଆଝାର

ଶ୍ରୀନଗର/ଇସଲାମାବାଦ୍‌,୨୧।୨: ଜମ୍ମ-କଶ୍ମୀର ଆତଙ୍କବାଦୀ ଆକ୍ରମଣରେ ଜୈଶ୍‌-ଇ-ମହମ୍ମଦର କୌଣସି ହାତ ନାହିଁ । ଏନେଇ ଜୈଶ୍‌ ମୁଖ୍ୟ ମାସୁଦ୍‌ ଆଝାର ଗୁରୁବାର ଜାରି କରିଛନ୍ତି ଏକ ଅଡ଼ିଓ ଟେପ୍‌।

ଆତଙ୍କବାଦ ଦମନ ଯୋଜନା: ୨୨ ହୁରିୟାତ୍‌ ନେତାଙ୍କ ସମେତ ୧୫୫ଙ୍କର ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହଟିଲା

ଆତଙ୍କବାଦ ଦମନ ଯୋଜନା: ୨୨ ହୁରିୟାତ୍‌ ନେତାଙ୍କ ସମେତ ୧୫୫ଙ୍କର ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହଟିଲା

ନୂଆଦିଲ୍ଲୀ,୨୧।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଦମନ ପାଇଁ ଆରମ୍ଭ କରିଛନ୍ତି ନୂଆ ଯୋଜନା। 

ସୁପ୍ରିମକୋର୍ଟରେ ସାରଦା ଚିଟଫଣ୍ଡ୍‌ ମାମଲା:ଶୁଣାଣିରୁ ଓହରିଲେ ଜଷ୍ଟିସ ରାଓ

ସୁପ୍ରିମକୋର୍ଟରେ ସାରଦା ଚିଟଫଣ୍ଡ୍‌ ମାମଲା:ଶୁଣାଣିରୁ ଓହରିଲେ ଜଷ୍ଟିସ ରାଓ

ନୂଆଦିଲ୍ଲୀ,୨୧।୨(ପି.ଟି.): ବହୁ କୋଟି ଟଙ୍କା ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାର ତଦନ୍ତରେ ପଶ୍ଚିମବଙ୍ଗ ସରକାର ପ୍ରତିବନ୍ଧକ ସାଜୁଥିବା ସିବିଆଇ ଅଭିଯୋଗର ଶୁଣାଣିରୁ ସୁପ୍ରିମକୋର୍ଟ ବିଚାରପତି ଏଲ୍‌. ନାଗେଶ୍ୱର ରାଓ ବୁଧବାର ଓହରିଯାଇଛନ୍ତି।

ଲେଖକ ନାମବର ସିଂଙ୍କ ବିୟୋଗ

ଲେଖକ ନାମବର ସିଂଙ୍କ ବିୟୋଗ

ନୂଆଦିଲ୍ଲୀ,୨୧।୨(ପି.ଟି.):ହିନ୍ଦୀ ସାହିତ୍ୟର ଖ୍ୟାତନାମା ଲେଖକ, କବି ତଥା ସମାଲୋଚକ ନାମବର ସିଂଙ୍କର ମଙ୍ଗଳବାର ରାତିରେ ଏମ୍ସରେ ପରଲୋକ ହୋଇଯାଇଛି।