ଜୀବନଚର୍ଯ୍ୟା |

ଜାମୁକୋଳି ଆଣେ ତ୍ୱଚାରେ ଚମକ...

ଜାମୁକୋଳି ଆଣେ ତ୍ୱଚାରେ ଚମକ...

ସ୍ବାଦରେ ଜାମୁକୋଳି ଖଟାମିଠା। ହେଲେ ଏହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପଯୋଗୀ। ମଧୁମେହ ରୋଗୀଙ୍କ ଲାଗି ଏହା ମହୌଷଧୀ ସଦୃଶ କାମ କରେ। ମଧୁମେହ ରୋଗୀ ପ୍ରତିଦିନ ଜାମୁ କୋଳି ଖାଇବା ଦ୍ୱାରା ରୋଗ ନିୟନ୍ତ୍ରଣରେ ରହିଥାଏ। ଏହା ତ୍ୱଚାର ରଙ୍ଗ ଉଜ୍ଜ୍ୱଳ କରିବାରେ ସହାୟକ ହୋଇଥାଏ। ଜାମୁକୋଳିରେ ଥିବା ଭିଟାମିନ୍‌ ତ୍ୱଚାର ନିଷ୍କ୍ରିୟ କୋଷକୁ ସକ୍ରିୟ କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଗଣ୍ଠିବାତ  ଓ ରକ୍ତହୀନତା ରୋଗୀଙ୍କ ପାଇଁ ଏହା ବେଶ୍‌ ଉପଯୋଗୀ। ଜାମୁକୋଳି ଗଛର ଛାଲିକୁ ଛେଚି  ତାକୁ ସିଝାଇ ପାଣି ମରିଗଲେ ଏହାକୁ ଆଣ୍ଠୁଗଣ୍ଠିରେ ଲଗାଇଲେ ମିଳେ ଆରାମ। ତେବେ ଅଧିକ ମାତ୍ରାରେ ଜାମୁକୋଳି ଖାଇବା ଦ୍ୱାରା ଜ୍ୱର ହେବାର ସମ୍ଭାବନା ଥାଏ। ସେହିପରି ଖାଲି ପେଟରେ ଜାମୁକୋଳି ନ ଖାଇବାକୁ ବାରଣ କରାଯାଇଥା। ଜାମୁକୋଳି ଖାଇବା ପରେ କ୍ଷୀର ପିଇବା ଅନୁଚିତ। ବିଷାକ୍ତ ଜନ୍ତୁ କାମୁଡ଼ିବା ପରେ ଜାମୁ ପତ୍ରର ରସ ପିଇଲେ ମିଳିଥାଏ ଆରାମ। କ୍ଷତ ସ୍ଥାନରେ ଜାମୁକୋଳିର କଅଁଳ ପତ୍ରକୁ ଛେଚି ବାନ୍ଧିଲେ ଏହା ଶୀଘ୍ର ଶୁଖି ଯାଇଥାଏ। କାରଣ ଜାମୁପତ୍ରରେ କ୍ଷତ ଶୁଖିବାର କ୍ଷମତା ରହିଛି। ଜାମୁକୋଳି ଯକୃତକୁ ସୁସ୍ଥ ରଖିବା ସହିତ ମୂତ୍ରାଶୟ ସମସ୍ୟା ମଧ୍ୟ ଦୂର କରେ। ଜାମୁକୋଳି, ମହୁ ଓ ଗୋଲାପ ଫୁଲର ରସ ପ୍ରତିଦିନ ସକାଳୁ ସେବନ କଲେ ସମସ୍ତ ଶାରିରୀକ ଦୁର୍ବଳତା ଦୂର ହୋଇଥାଏ। ସେହିପରି ଏହାକୁ ପ୍ରତିଦିନ ସେବନ କଲେ ଯୌନ  ତଥା ସ୍ମରଣ ଶକ୍ତି ବୃଦ୍ଧି ପାଏ ବୋଲି ଆୟୁର୍ବେଦରେ ଉଲ୍ଳେଖ ରହିଛି।

All Right Reserved By

ଜୀବନଚର୍ଯ୍ୟା |

କ୍ୟାନସରକୁ  ବି ଦୂରେଇଦିଏ ଏହି ଫଳ

କ୍ୟାନସରକୁ ବି ଦୂରେଇଦିଏ ଏହି ଫଳ

ଅଙ୍ଗୁରରେ ଥିବା ପୋଷକତତ୍ତ୍ୱ କ୍ୟାନସର ଓ ଡାଇବେଟିସ୍‌ ଭଳି ମାରାତ୍ମକ ରୋଗକୁ ଦୂରେଇ ଦେଇଥାଏ। ନିକଟରେ ଆମେରିକାରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଏ ଯେ ଅଙ୍ଗୁର ମଞ୍ଜିର ରସ ପିଇଲେ କ୍ୟାନସର ଭଳି ମାରାତ୍ମକ ବ୍ୟାଧି ବ୍ୟାପି ନ ଥାଏ। 

ଯୁବ ସୁଲଭ ଠାଣି ବଜାୟ ରଖିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

ଯୁବ ସୁଲଭ ଠାଣି ବଜାୟ ରଖିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

କପେ ଚା’ ଦିନଯାକର ମାନସିକ ଚାପରୁ ମୁକ୍ତି ଦେବା ସହିତ ଶରୀରରେ ଆଣିଥାଏ ଫୁର୍ତ୍ତି। ଚା’ର କେତେକ ଔଷଧୀୟ ଗୁଣ ରହିଛି ।

କଫ ହେଉଥିଲେ ସକାଳୁ ଆପଣାନ୍ତୁ ଏହି ସହଜ ଉପାୟ...

କଫ ହେଉଥିଲେ ସକାଳୁ ଆପଣାନ୍ତୁ ଏହି ସହଜ ଉପାୟ...

ଲବଙ୍ଗର ଔଷଧୀୟ ଗୁଣ ଅନେକ। ବର୍ଷାଦିନେ ସକାଳୁ ଲବଙ୍ଗକୁ ଗରମ ପାଣିରେ ଫୁଟାଇ  ପିଇଲେ ଏହା ଶରୀର ଲାଗି ହୋଇଥାଏ ହିତକର । 

ଆଣ୍ଠୁଗଣ୍ଠି ବାତରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ଆଣ୍ଠୁଗଣ୍ଠି ବାତରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ସାଲାଡ୍‌ ଖାଇବା ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ। ସାଲାଡ୍‌ରେ ପ୍ରଚୁର ପରିମାଣରେ ଭିଟାମିନ୍‌, ଫୋଲିକ୍‌ ଏସିଡ୍‌, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଲୌହ ଓ ପୋଟାସିୟମ ଭଳି ପୁଷ୍ଟିକର ଉପାଦାନ ରହିଥାଏ।

ଅମୃତ ଭଣ୍ଡାର ଅମୃତ ଗୁଣ...

ଅମୃତ ଭଣ୍ଡାର ଅମୃତ ଗୁଣ...

ଅମୃତଭଣ୍ଡାରେ ଭରି ରହିଛି ଅନେକ ଅମୃତ ଗୁଣ। ଏହାର ବହୁ ଔଷଧୀୟ ଗୁଣ ଥିବାରୁ ଖାଦ୍ୟରେ ଏହାକୁ ନିୟମିତ ଗ୍ରହଣ କଲେ ଅନେକ ରୋଗ ଦୂର ହୁଏ। 

ରକ୍ତହୀନତାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ରକ୍ତହୀନତାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ସକାଳୁ ଆଖୁରସ ପିଇଲେ ମିଳେ ଅନେକ ଉପକାର। ଆଖୁରସରେ ଶରୀରକୁ ସୁସ୍ଥ ରଖିବା ଭଳି ଭିଟାମିନ୍‌,କ୍ୟାଲସିୟମ୍‌, ଫସଫରସ୍‌, ଗ୍ଲୁକୋଜ୍‌ ଆଦି ତତ୍ତ୍ୱ ଭରି ରହିଛି।

ସକାଳେ ଖାଆନ୍ତୁ ୪ଟି ଚିନା ବାଦାମ; ମିଳିବ ଅନେକ ଫାଇଦା...

ସକାଳେ ଖାଆନ୍ତୁ ୪ଟି ଚିନା ବାଦାମ; ମିଳିବ ଅନେକ ଫାଇଦା...

ପ୍ରତିଦିନ ସକାଳେ କିଛି ସମୟ ବ୍ୟାୟାମ ପରେ ୪ଟି ଚିନା ବାଦାମ ଖାଇଲେ ମିଳିଥାଏ ଅନେକ ଉପକାର। ନିୟମିତ ଏପରି କଲେ କ୍ୟାନସରରୁ ମୁକ୍ତି ମିଳିପାରିିବ ବୋଲି ଆୟୁର୍ବେଦରେ ଉଲ୍ଲେଖ କରାଯାଇଛି। 

ଥ୍ରେଡିଂ ପରେ...

ଥ୍ରେଡିଂ ପରେ...

ମୁହଁକୁ ସୁନ୍ଦର ଦେଖାଯିବାକୁ  ହେଲେ ମହିଳାମାନେ ଥ୍ରେଡିଂ କରିଥାନ୍ତି । ଥ୍ରେଡିଂ ପରେ ସେମାନେ ଏମିତି କିଛି ଭୁଲ୍‌ କରିଥାନ୍ତି ତାହା ପରବର୍ତ୍ତୀ ସମୟରେ ଚିନ୍ତାର କାରଣ ହୋଇଥାଏ । ତେବେ ଏଭଳି ସମସ୍ୟାରୁ ଦୂରେଇ ରହିବାପାଇଁ ନିମ୍ନୋକ୍ତ ଟିପ୍ସକୁ ଆପଣାଇପାରିବେ.....

ସକାଳେ ଖାଆନ୍ତୁ ଡ୍ରାଏ ଫ୍ରୁଟସ୍‌ ରହିବେ ବହୁ ରୋଗରୁ ଦୂରେଇ...

ସକାଳେ ଖାଆନ୍ତୁ ଡ୍ରାଏ ଫ୍ରୁଟସ୍‌ ରହିବେ ବହୁ ରୋଗରୁ ଦୂରେଇ...

ସକାଳେ ଡ୍ରାଏ ଫ୍ରୁଟସ୍‌  ଖାଇଲେ ମିଳିଥାଏ ଅନେକ ସୁଫଳ। ଏହା ଯୋଗୁ ମେଦବହୁଳତା ହ୍ରାସ ପାଇଥାଏ। ନିୟମିତ ଏପରି କଲେ ୬ମାସରୁ ଏକ ବର୍ଷ ମଧ୍ୟରେ ବିନା ଡାଏଟିଂରେ ତଥା ବ୍ୟାୟାମରେ ଜଣେ ସ୍ଲିମ୍‌ ହୋଇପାରିବେ। 

ସକାଳେ ପିଅନ୍ତୁ ଅଧାକପ୍‌ କିସ୍‌ମିସ୍‌ ପାଣି; ରହିବେ ବହୁ ରୋଗରୁ ଦୂରେଇ...

ସକାଳେ ପିଅନ୍ତୁ ଅଧାକପ୍‌ କିସ୍‌ମିସ୍‌ ପାଣି; ରହିବେ ବହୁ ରୋଗରୁ ଦୂରେଇ...

ସକାଳୁ କିଛି ସମୟ ବ୍ୟାୟାମ କରିବା ପରେ ଖାଲି ପେଟରେ କିସ୍‌ମିସ୍‌ ପାଣି ପିଇଲେ ସ୍ବାସ୍ଥ୍ୟ ଲାଗି ଖୁବ୍‌ ଭଲ। ନିୟମିତ ଏପରିକଲେ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳିଥାଏ। ଏହା ଲିଭରର କାର୍ଯ୍ୟକୁ ସ୍ବାଭାବିକ କରିବା ସହିତ ଏସିଡିଟି ସମସ୍ୟା ଦୂର କରେ।

ଅନ୍ତର୍ଜାତୀୟ ଅପସ୍ମାର ଦିବସ  ସମ୍ପର୍କରେ ଉପସ୍ଥାପନା...

ଅନ୍ତର୍ଜାତୀୟ ଅପସ୍ମାର ଦିବସ ସମ୍ପର୍କରେ ଉପସ୍ଥାପନା...

ଆଜି (ପ୍ରତିବର୍ଷ ଫେବୃୟାରୀ ଦ୍ୱିତୀୟ ସୋମବାର) ହେଉଛି ଅନ୍ତର୍ଜାତୀୟ ଅପସ୍ମାର ଦିବସ। ସେ ସମ୍ପର୍କରେ ଉପସ୍ଥାପନା...

କ୍ୟାନସର ଚିହ୍ନଟର ନୂଆ ଉପାୟ

କ୍ୟାନସର ଚିହ୍ନଟର ନୂଆ ଉପାୟ

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଥିବା ପ୍ରମୁଖ କେତୋଟି ରୋଗ ମଧ୍ୟରୁ କ୍ୟାନ୍‌ସର ଅନ୍ୟତମ। ପ୍ରାରମ୍ଭିକ ଅବସ୍ଥାରେ କେତେକ କ୍ୟାନ୍‌ସରକୁ ଚିହ୍ନଟ କରାଯାଇପାରିଲେ ଏଥିରୁ ଆରୋଗ୍ୟ ମିଳି ପାରୁଛି।