ରାଜ୍ୟ |

ଆଜି ନେତାଜୀ ଜୟନ୍ତୀ: ଝଲସୁଛି ସ୍ମୃତି ସୌଧ

ଆଜି ନେତାଜୀ ଜୟନ୍ତୀ: ଝଲସୁଛି ସ୍ମୃତି ସୌଧ

କଟକ ଅଫିସ,୨୩|୧- ବୁଧବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସ। ଏହି ଉପଲକ୍ଷେ ନେତାଜୀଙ୍କ ଅନ୍ତୁଡ଼ିଶାଳ କୁହାଯାଉଥିବା ଓଡ଼ିଆ ବଜାରସ୍ଥିତ ତାଙ୍କ ବାସଭବନ କୋଠା ପରିସର ସହରର ସବୁଠାରୁ ଆକର୍ଷଣୀୟ ସ୍ଥାନ ପାଲଟିଛି। ଆଲୋକମାଳାରେ କୋଠାଟି ଝଲସି ଉଠୁଥିବାବେଳେ ଏହା ପରିସର ପାର୍କକୁ ଆକର୍ଷଣୀୟ ଭାବେ ସଜା ଯାଇଛି। ସେହିଭଳି ଚିତ୍ରକଳା ଓ ବାଲୁକା କଳାରେ ନେତାଜୀଙ୍କ ଜୀବନୀ ପ୍ରତିଫଳିତ ହେଉଛି।  ବୁଧବାର ଭୋର୍‌ରେ ରାମଧୂନ ଗାନ ପରେ ଲୋକାରଣ୍ୟ ହେବାକୁ ଲାଗିବ ଏହି କୋଠା। ଦିନ ତମାମ ନେତାଜୀ ଜନ୍ମସ୍ଥାନରେ ରାଜ୍ୟ ଓ ରାଜ୍ୟ ବାହାରର ନେତାଜୀପ୍ରେମୀଙ୍କ ପାଦ ପଡ଼ିବ। ମଧ୍ୟାହ୍ନ ୧୨ଟାରେ ନେତାଜୀ ଜନ୍ମଗ୍ରହଣ କରିଥିବା ପ୍ରକୋଷ୍ଠରେ ହୋମଯଜ୍ଞ କରାଯିବ।  

ମୁଖ୍ୟ ଆକର୍ଷଣ ରହିବ ପ୍ରକୋଷ୍ଠ ନଂ.୧୨

ପ୍ରଥମଥର ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟରେ ଦେଖିବାକୁ ମିଳିବ ବିରଳ ଫଟୋ। ଯେଉଁଥିରେ ନେତାଜୀଙ୍କ ଓଡ଼ିଶା ଓ ରାଜ୍ୟର ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କର ଝଲକ ଦେଖିବାକୁ ମିଳିବ। ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ବିଭୂଧେନ୍ଦ୍ର ଦାସଙ୍କ ସହ ନେତାଜୀଙ୍କ ସମ୍ପର୍କକୁ ନେଇ ଫଟୋ ପ୍ରସ୍ତୁତ କରାଯାଇଛି। ଏହି ସମସ୍ତ ଫଟୋକୁ କୋଠାର ୧୨ନଂ. ରୁମରେ ପ୍ରଦର୍ଶିତ କରାଯାଇଛି। ଏହାଛଡ଼ା ଛାତ୍ର ଜୀବନରେ ନେତାଜୀଙ୍କ ଆଧ୍ୟାତ୍ମିକ ଗୁରୁ କଟକ ନିତାଇ ଗୌରାଙ୍ଗ ମଠର ସ୍ବର୍ଗତ ରାମଦାସ ବାବାଜୀ ମହାରାଜଙ୍କ ସମ୍ପର୍କିତ ଏକ ଫଟୋ ମଧ୍ୟ ସେଠାରେ ରହିଛି। ପୁରୀ ଶଙ୍କରାଚାର୍ଯ୍ୟ, ହରେକୃଷ୍ଣ ମହତାବଙ୍କ ସହ ଭେଟ ଓ  ରେଭେନ୍‌ଶା କଲିଜିଏଟ ସ୍କୁଲରେ ଏକ ବୈଠକ ସମୟର ଫଟୋ ମଧ୍ୟ ସ୍ଥାନ ପାଇଛି। ନେତାଜୀଙ୍କ ଦ୍ୱାରା ଗଠିତ ହୋଇଥିବା ଇଣ୍ଡିଆନ ନ୍ୟାସନାଲ ଆର୍ମି(ଆଇଏନଏ)ରେ ସୁବେଦାର କଟକ ମଙ୍ଗଳବାଗର ଡ. ଏସ୍‌ ଅସଦ୍ଦୁଲ୍ଲାଙ୍କ ଫଟୋ ମଧ୍ୟ ସଂଗ୍ରହ କରାଯାଇଛି। ଢ଼େଙ୍କାନାଳ ପୋଇପାଳର ସ୍ବାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ସହ ସମ୍ପର୍କକୁ ମଧ୍ୟ ଫଟୋରେ ସ୍ଥାନ ମିଳିଛି। ନେତାଜୀଙ୍କ ଜୀବନବ୍ୟାପି ସାଧନାକୁ କୋଠାର ବିଭିନ୍ନ ପ୍ରକୋଷ୍ଠରେ ସ୍ଥାନ ଦିଆଯାଇଛି।

ଗୋଟିଏ ବର୍ଷରେ ୬୨ହଜାରରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ

ବର୍ଷକ ଭିତରେ  ୬୨ହଜାରରୁ ଉର୍ଦ୍ଧ୍ୱ ପର୍ଯ୍ୟଟକ ଏଠାକୁ ଆସିଲେଣି ବୋଲି ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟର ତତ୍ତ୍ୱାବଧାରକ ଜ୍ୟୋତି ପ୍ରକାଶ ଦାସ କହିଛନ୍ତି। ସବୁଦିନ ଲୋକଙ୍କର ଭିଡ଼ ଏଠାରେ ଦେଖିବାକୁ ମିଳିଛି। ଏଣୁ ଏବେ ବି ଲୋକଙ୍କ ମନରେ ନେତାଜୀଙ୍କ ପାଇଁ ସ୍ଥାନ ରହିଛି। ତେବେ ଅଧିକମାତ୍ରାରେ ଓଡ଼ିଶା ବାହାରର ଲୋକ ଏଠାକୁ ଆସୁଛନ୍ତି। ନେତାଜୀଙ୍କ ପରିବାରର କେହି ବ୍ୟକ୍ତିବିଶେଷ ଆସିପାରନ୍ତି। କିନ୍ତୁ ଏ ସମ୍ପର୍କରେ ପରିବାର ତରଫରୁ ପୂର୍ବରୁ କୌଣସି ସୂଚନା ଦିଆଯାଇ ନ ଥାଏ ବୋଲି ସେ କହିଛନ୍ତି।

କଟକବାସୀ ଉଚିତ ସମ୍ମାନ ଜଣାଇବା ଉଚିତ

ନେତାଜୀଙ୍କ ଜନ୍ମ ସଂଗ୍ରହାଳୟକୁ ଏବେ ବି ଅନେକ କଟକିଆ ଦେଖି ନ ଥିବେ। ଏହାର ଠିକ ଠିକଣା ମଧ୍ୟ ତାଙ୍କ ପାଖରେ ନ ଥିବ। ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟ ବୁଲି ଆସିଥିବାବେଳେ କଟକର ଜଣେ ବରିଷ୍ଠ ନାଗରିକ  ଏ କଥା କ୍ଷୋଭର ସହ କହିଥିଲେ। କଟକରେ ଏହି ବୀର ଜନ୍ମ ଗ୍ରହଣ କରିଥିଲେ ମଧ୍ୟ କଟକବାସୀ ଉଚିତ ସମ୍ମାନ ଜଣାଉ ନାହାନ୍ତି। ସବୁବେଳେ ଓଡ଼ିଶା ବାହାରର ଲୋକ ଓ ବିଦେଶର ଲୋକଙ୍କ ଆଗମନ ଯୋଗୁ ଏହି ସ୍ଥାନର ମର୍ଯ୍ୟାଦା ବଢ଼ିଛି। କଟକବାସୀ ଏଠାକୁ ଆସି ନେତାଜୀଙ୍କୁ ଉଚିତ ସମ୍ମାନ ଦେବା ଉଚିତ ବୋଲି ସେ କହିଛନ୍ତି।

All Right Reserved By

ରାଜ୍ୟ |

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ଚାନ୍ଦବାଲି,୧୯ା୨(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ତଥା ମତୋ ପୋଲିସ ଫାଣ୍ଡି ଅଧୀନ ପ୍ରତାପପୁର ଗାଁ ରାସ୍ତାରୁ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ମଙ୍ଗଳବାର ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି ।  

ନିର୍ବାଚନ ନେଇ ପ୍ରସ୍ତୁତି: ରାଜନଗରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ

ନିର୍ବାଚନ ନେଇ ପ୍ରସ୍ତୁତି: ରାଜନଗରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ

ରାଜନଗର, ୧୯।୨(ଡି.ଏନ୍‌.ଏ.): ୨୦୧୯ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ତାଲିମ ଦିଆଯାଇଛି। 

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ଗୁରୁତର

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ଗୁରୁତର

ଯାଜପୁର ଅଫିସ/କୋରେଇ, ୧୯।୨(ସ୍ବ.ପ୍ର.): ଯାଜପୁର ଜିଲା ୨୦ ନଂ. ଜାତୀୟ ରାଜପଥର କୋରେଇ ଥାନା ଅନ୍ତର୍ଗତ ବେଣାପୁର ଛକରେ ମଙ୍ଗଳବାର ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। 

ରାଜଧାନୀରେ ବାଘ ଆତଙ୍କ: ବାଘ ଖୋଜା ଅଭିଯାନ ପାଇଁ  ରାସ୍ତା ସିଲ୍‌, ଲୋକେ  ହନ୍ତସନ୍ତ

ରାଜଧାନୀରେ ବାଘ ଆତଙ୍କ: ବାଘ ଖୋଜା ଅଭିଯାନ ପାଇଁ ରାସ୍ତା ସିଲ୍‌, ଲୋକେ ହନ୍ତସନ୍ତ

ଭୁବନେଶ୍ୱର, ୧୯।୨(ବ୍ୟୁରୋ): ଭୁବନେଶ୍ୱର ପଳାଶପଲ୍ଲୀ ଅଞ୍ଚଳରେ ଏକ କଲରାପତରିଆ ବାଘ ବୁଲୁଛି। ଏହାକୁ ନେଇ ସୋମବାର ରାତିରୁ ଆରମ୍ଭ ହୋଇଛି ଅପରେଶନ। ବନ ବିଭାଗ ସହିତ ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। 

ପୁଣି ମାଓବାଦୀଙ୍କ ଲାଲ୍‌ ବ୍ୟାନର୍‌: ସରକାରଙ୍କ ଚାଷୀ ଦମନ ନୀତିକୁ ବିରୋଧ

ପୁଣି ମାଓବାଦୀଙ୍କ ଲାଲ୍‌ ବ୍ୟାନର୍‌: ସରକାରଙ୍କ ଚାଷୀ ଦମନ ନୀତିକୁ ବିରୋଧ

ଦାରିଙ୍ଗିବାଡି,୧୯।୨(ଡି.ଏନ.ଏ.):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ନିକଟ  ୫୯ନଂ ଜାତୀୟ ରାଜପଥ ର ବୁଡାଗୁଡା ଛକରେ ଓଡିଶା ରାଜ୍ୟ କମିଟି ସିପିଆଇ (ମାଓବାଦୀ)ଙ୍କ ପକ୍ଷରୁ ଲାଲ ବ୍ୟାନର ସହ ପୋଷ୍ଟର ଲଗାଯାଇଛି। 

ବଢ଼ିବ ତାତି

ବଢ଼ିବ ତାତି

ଭୁବନେଶ୍ୱର,୧୯।୨(ବ୍ୟୁରୋ):ବର୍ଷା ଯୋଗୁ ଗତ ଦୁଇଦିନ ହେବ ରାଜ୍ୟରେ ଥଣ୍ଡା ପାଗ ରହିଥିଲା ।

୨୦ରେ ଆସିବେ ଯୋଗୀ

୨୦ରେ ଆସିବେ ଯୋଗୀ

ଭୁବନେଶ୍ୱର, ୧୯।୨(ବ୍ୟୁରୋ):ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତା ୨୦ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର ସକାଳ ୧୦ଟାରେ ଯୋଗୀ ରାୟପୁର ବିମାନବନ୍ଦରରେ ପହଞ୍ଚିବେ। 

ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ: ଚର୍ଚ୍ଚାରେ ବିଜେଡି ଟିକେଟ

ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ: ଚର୍ଚ୍ଚାରେ ବିଜେଡି ଟିକେଟ

ଯାଜପୁର ଅଫିସ,୧୯।୨:ଯାଜପୁର ଜିଲା ଦାନଗଦି ଓ ସୁକିନ୍ଦା ବ୍ଲକକୁ ନେଇ ଗଠିତ ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୩ ଦଶନ୍ଧି ହେଲା ଗୋଟିଏ ପରିବାର ସଦସ୍ୟ ନିର୍ବାଚିତ ହୋଇ ଆସୁଛନ୍ତି। ଶିଳ୍ପ ଓ ଖଣି ସମୃଦ୍ଧ ଏହି ନିର୍ବାଚନ ମଣ୍ଡଳୀରେ ଏଥର ପଟ ପରିବର୍ତ୍ତନ କିମ୍ବା ରାଜନୈତିକ ସମୀକରଣ ବଦଳିବାର ସମ୍ଭାବନା ରହିଥିବା ଚର୍ଚ୍ଚା ଜୋର ଧରିଛି।

କୋଣାର୍କ ସୂର୍ଯ୍ୟମନ୍ଦିର ଅସୁରକ୍ଷିତ:୬ ସ୍ଥାନରେ ମରାମତି ଆବଶ୍ୟକ

କୋଣାର୍କ ସୂର୍ଯ୍ୟମନ୍ଦିର ଅସୁରକ୍ଷିତ:୬ ସ୍ଥାନରେ ମରାମତି ଆବଶ୍ୟକ

କଟକ ଅଫିସ, ୧୯।୨:କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷିତ। ମନ୍ଦିର ପ୍ରତି ସେଭଳି କୌଣସି ବିପଦ ନାହିଁ। ଏହିଭଳି କଥା ଆରମ୍ଭରୁ କହି ଆସୁଥିବା ଭାରତୀୟ ପ୍ରନତ୍ତାତ୍ତି୍ବକ ସର୍ବେକ୍ଷଣ (ଏଏସ୍‌ଆଇ) ସଂସ୍ଥା ଶେଷରେ ମାନିଛି ଯେ ମନ୍ଦିର ପ୍ରତି ବିପଦ ରହିଛି। 

ଅଭିଯୁକ୍ତଙ୍କ ଜମିରେ ଖଣିଜ ଷ୍ଟକୟାର୍ଡ

ଅଭିଯୁକ୍ତଙ୍କ ଜମିରେ ଖଣିଜ ଷ୍ଟକୟାର୍ଡ

ଯୋଡ଼ା, ୧୯।୨(ଡି.ଏନ.ଏ.): ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ବାଂଶପାଣି ରେଳ ସାଇଡିଂ ନିକଟ ଯୋଡ଼ା-ବାମେବାରୀ ରାସ୍ତା ପାର୍ଶ୍ୱରେ ଥିବା ଜଣେ ଅଭିଯୁକ୍ତଙ୍କ ଜମିରେ ଏକ ଶିଳ୍ପ ସଂସ୍ଥାର ଖଣିଜ ଗଛିତ ହେଉଛି। 

ପୁଣି ନକଲି ଜର୍ଦ୍ଦା କାରଖାନା ଠାବ

ପୁଣି ନକଲି ଜର୍ଦ୍ଦା କାରଖାନା ଠାବ

ଭଦ୍ରକ ଅଫିସ, ୧୯।୨ - ଭଦ୍ରକ ଜିଲା ପୁରୁଣାବଜାର ଥାନା ପୋଲିସ ସୋମବାର ମଧ୍ୟାହ୍ନରେ ପୁଣି ଏକ ନକଲି ଜର୍ଦ୍ଦା କାରଖାନା ଠାବ କରିଛି। ମୁଖ୍ୟ କାର୍ପଟଦାର ଫେରାର ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ, ମେଶିନ, ଏସେନ୍ସ ଓ ସିଲ୍‌ ମେଶିନ ପୋଲିସ ଜବତ କରିଛି। 

ଧାନକିଣାରେ ଅନିୟମିତତା: ଚାଷୀଙ୍କ ଧାରଣା

ଧାନକିଣାରେ ଅନିୟମିତତା: ଚାଷୀଙ୍କ ଧାରଣା

ଭଣ୍ଡାରିପୋଖରୀ, ୧୯।୨ (ଡି.ଏନ.ଏ.) - ଭଣ୍ଡାରିପୋଖରୀ ସଦରମହକୁମାଠାରେ  ଥିବା ନଗୁଁଆ ପ୍ରାଥମିକ କୃଷି ସମବାୟ ସମିତିରେ ଧାନକିଣାରେ ଅନିୟମିତତା ପ୍ରତିବାଦରେ ଚାଷୀମାନେ ସୋମବାର ସମିତି କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଇଥିଲେ।