ରାଜ୍ୟ |

ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଲାଞ୍ଚ: ଭିଜିଲାନ୍ସକୁ ଆସିଛି ୧୧୧୧ ଫୋନ

କଟକ ଅଫିସ, ୨୩।୧- ବିଜୁ ପକ୍କା ଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ବ୍ଲକରେ ଲାଞ୍ଚ ନ ଦେଲେ ଫାଇଲ ଘୁଞ୍ଚୁନି। କାର୍ଯ୍ୟାଦେଶଠାରୁ ଆରମ୍ଭ କରି ଚୂଡ଼ାନ୍ତ ବିଲ୍‌ ପର୍ଯ୍ୟନ୍ତ ହିତାଧିକାରୀମାନେ ପ୍ରତି ପର୍ଯ୍ୟାୟରେ ହାତଗୁଞ୍ଜା ନିଆଯାଉଛି। ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଦୁର୍ନୀତିକୁ ରୋକିବା ପାଇଁ ୨୦୧୭ରେ ଭିଜିଲାନ୍ସ ପକ୍ଷରୁ ଅଭିନବ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା।  ଭିଜିଲାନ୍ସ ନିର୍ଦ୍ଦେଶାଳୟ ସମେତ ବିଭିନ୍ନ ଡିଭିଜନରେ ଡେଡିକେଟେଡ୍‌ ଟେଲିଫୋନ ନମ୍ବର ଦିଆଯାଇଥିଲା। ଏହି ଅନୁଯାୟୀ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ ମଧ୍ୟ ଟୋଲ ଫ୍ରି ନମ୍ବର ସହିତ ଆଉ ଏକ ଲ୍ୟାଣ୍ଡ୍‌ଲାଇନ ନମ୍ବର ଜାରି କରାଯାଇଥିଲା। ଭିଜିଲାନ୍ସର ୬ଟି ଡିଭିଜନରେ ଥିବା ଏହି ନମ୍ବରଗୁଡ଼ିକୁ କେବଳ ଜାନୁୟାରୀ ପହିଲା ସୁଦ୍ଧା ୧୧୧୧ଟି ଫୋନ କଲ୍‌ ଆସିଛି। ସମସ୍ତ ଫୋନ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଲାଞ୍ଚ ସଂକ୍ରାନ୍ତୀୟ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ହସ୍ତଗତ ସୂଚନାନୁସାରେ, କଟକ ଡିଭିଜନକୁ ୨୧୯ଟି କଲ୍‌ ଆସିଥିବା ବେଳେ ବାଲେଶ୍ୱରକୁ ୩୬୬, ବ୍ରହ୍ମପୁରକୁ ୯୩, ସମ୍ବଲପୁରକୁ ୧୩୦ ଓ କୋରାପୁଟ ଡିଭିଜନକୁ ୯୧ଟି କଲ୍‌ ଆସିଛି। ଏହାକୁ ଆଧାର କରି ଭିଜିଲାନ୍ସ ପକ୍ଷରୁ ୨୩୨ଟି ସ୍ଥାନରେ ସର୍‌ପ୍ରାଇଜ୍‌ ଚେକିଂ କରାଯାଇଥିଲା। ଚେକିଂ ପରେ ୮୦ ମାମଲା ରୁଜୁ କରାଯିବା ସହିତ ୧୮ ଜଣଙ୍କୁ ଗିରଫ କରାଯାଇଛି। ୧୨୭ ଜଣଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କୁ ସୁପାରିସ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି  ଜାନୁୟାରୀ ପହିଲା ସୁଦ୍ଧା ଭିଜିଲାନ୍ସର ୬ଟି ଡିଭିଜନରେ ୭୫୮ଟି ଲିଖିତ ଅଭିଯୋଗ କରାଯାଇଛି। ଏହି ଅଭିଯୋଗକୁ ଆଧାର କରି ୬୧ଟି ସ୍ଥାନରେ ଗୋପନ ତଦନ୍ତ କରାଯାଇଥିବାବେଳେ ୪ଟି ମାମଲା ରୁଜୁ କରାଯାଇଥିବା ଭିଜିଲାନ୍ସ ସୂଚନା ଦେଇଛି।

ରାଜ୍ୟରେ ଲାଞ୍ଚ ନ ନେଲେ ବ୍ଲକ ସ୍ତରରେ ସାଧାରଣ ଲୋକଙ୍କ କାମ ହେଉ ନ ଥିବା ପଞ୍ଚାୟତ ସ୍ତରୀୟ ନେତାମାନେ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। ବିଶେଷକରି ୨୦୧୭ ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ପିସି କାରବାରକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ପରେ ଭିଜିଲାନ୍ସ ପକ୍ଷରୁ ପିସିକୁ ରୋକିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ମାତ୍ର କେବଳ ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ନୁହେଁ, ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ମଧ୍ୟ ବ୍ଲକଗୁଡ଼ିକରେ ପିସି ଆକାଶଛୁଅଁା ଧରିଛି। ଅଧିକାଂଶ ବ୍ଲକରେ ୨୦ ପ୍ରତିଶତ ପିସି ନିଆଯାଉଥିବା ଜଣାପଡିଛି। ଏ ସମ୍ପର୍କରେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ କୁହନ୍ତି, ଦୁର୍ନୀତିକୁ କୌଣସି ମତେ ପ୍ରଶ୍ରୟ ଦିଆଯିବ ନାହିଁ। ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ଭିଜିଲାନ୍ସ ବଦ୍ଧପରିକର ରହିଛି। ଲୋକେ ଏଥିପ୍ରତି ସଚେତନ ହେବା ଆବଶ୍ୟକ।

All Right Reserved By

ରାଜ୍ୟ |

ବିଜେଡି ଶ୍ରମିକ ସେଲ୍‌ର ରାଜ୍ୟ ସମ୍ପାଦକ ହେଲେ ଗଦାଧର ମଲ୍ଲିକ

ଭୁବନେଶ୍ୱର,୨୦।୪(ବ୍ୟୁରୋ): ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଶନିବାର ବିଜେଡି ଶ୍ରମିକ ସେଲ୍‌ର ରାଜ୍ୟ ସମ୍ପାଦକ ଭାବେ ଗଦାଧର ମଲ୍ଲିକଙ୍କୁ ନିଯୁକ୍ତି ଦେଇଛନ୍ତି। 

ଡାକ୍ତରଖାନାରୁ ବିଚାରାଧୀନ କଏଦୀ ଚମ୍ପଟ୍‌, ଛାତିରେ ଯନ୍ତ୍ରଣା ହେଉଥିବା ଦର୍ଶାଇଥିଲେ

ଡାକ୍ତରଖାନାରୁ ବିଚାରାଧୀନ କଏଦୀ ଚମ୍ପଟ୍‌, ଛାତିରେ ଯନ୍ତ୍ରଣା ହେଉଥିବା ଦର୍ଶାଇଥିଲେ

ମାଲକାନଗିରି,୨୦।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାରେ ଥିବା ସବ୍‌ଜେଲ୍‌ରୁ ଶନିବାର ଜଣେ ବିଚାରାଧୀନ କଏଦୀ ଡାକ୍ତରଖାନାରୁ ଚମ୍ପଟ୍‌ ମାରିଛନ୍ତି। ସେ ହେଲେ ରାଜୁ ବାରୋଇ(୩୫)। 

ରାଜ୍ୟ ସାଂଗଠନିକ ସମ୍ପାଦକ ହେଲେ କମଳାକାନ୍ତ ମହାପାତ୍ର

ରାଜ୍ୟ ସାଂଗଠନିକ ସମ୍ପାଦକ ହେଲେ କମଳାକାନ୍ତ ମହାପାତ୍ର

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ଭାବେ କମଳାକାନ୍ତ ମହାପାତ୍ରଙ୍କୁ ଶନିବାର ନିଯୁକ୍ତି ଦେଇଛନ୍ତି। 

‘ବୁଥ ନାହିଁ ତ ଭୋଟ ନାହିଁ’ : ରସାଲି ଗ୍ରାମବାସୀଙ୍କ ଭୋଟ ବର୍ଜନ

‘ବୁଥ ନାହିଁ ତ ଭୋଟ ନାହିଁ’ : ରସାଲି ଗ୍ରାମବାସୀଙ୍କ ଭୋଟ ବର୍ଜନ

ଭଟଲି,୨୦ା୪(ଡି.ଏନ୍‌.ଏ.): ବୁଥ ନାହିଁ ତ ଭୋଟ ନାହିଁ । ଭୋଟ ଦେବା ଜଣେ ଭାରତୀୟ ନାଗରିକର ମୌଳିକ ଅଧିକାର ହୋଇଥିଲେ ହେଁ ‘ଗାଁରେ ବୁଥ ନ ହେଲେ ଆମେ ଭୋଟ ଦେବୁ ନାହିଁ’ ବୋଲି ଅଡ଼ି ବସିଛନ୍ତି ଭଟଲି ବ୍ଲକ୍‌ ଖରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ରସାଳି ଗ୍ରାମବାସୀ ।

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦହେଲେ  ବଦ୍ରି ପାତ୍ର

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦହେଲେ ବଦ୍ରି ପାତ୍ର

ଆନନ୍ଦପୁର,୨୦।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ନିର୍ବାଚନମଣ୍ଡଳୀରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରୁଥିବା କିଛି ବିରୋଧୀଙ୍କ ଭିତ୍ତିହୀନ ମନ୍ତବ୍ୟ ଏବଂ ନିର୍ବାଚନୀ ହିଂସାକୁ ଉସୁକାଇବା ଘଟଣାକୁ ନେଇ ବିଧାୟକ ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଗୁହାରି କରିଛନ୍ତି।

ମିଥ୍ୟା ଅଭିଯୋଗକୁ ଆଧାର କରି ଥାନା ଘେରିଲେ ବିଜେଡି କର୍ମୀ

ମିଥ୍ୟା ଅଭିଯୋଗକୁ ଆଧାର କରି ଥାନା ଘେରିଲେ ବିଜେଡି କର୍ମୀ

ଆନନ୍ଦପୁର,୨୦।୪(ସ୍ବ.ପ୍ର.): ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ନିର୍ବାଚନୀ ହିଂସା କ୍ରମେ ବୃଦ୍ଧି ପାଇବାରେ ଲାଗିଛି। ଏହି ଆଧାରରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦମାନେ ଆକ୍ଷେପ ପ୍ରତିଆକ୍ଷେପ ମୂଳକ ଭାବେ ନିଜ ନିଜ ପ୍ରତିଦ୍ୱନ୍ଦ୍ୱୀ ଦଳ ବିରୋଧରେ ଅଭିଯୋଗ କରୁଛନ୍ତି।

ତାଳଚେରରେ ନବୀନଙ୍କ ନିର୍ବାଚନୀ ପ୍ରଚାର ସଭା: ବିଧାୟକ ପ୍ରାର୍ଥୀ କ୍ଷୀରୋଦ ସାହୁ ହାତ ଛାଡ଼ି ଧରିଲେ ଶଙ୍ଖ

ତାଳଚେରରେ ନବୀନଙ୍କ ନିର୍ବାଚନୀ ପ୍ରଚାର ସଭା: ବିଧାୟକ ପ୍ରାର୍ଥୀ କ୍ଷୀରୋଦ ସାହୁ ହାତ ଛାଡ଼ି ଧରିଲେ ଶଙ୍ଖ

ତାଳଚେର,୨୦।୪(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ନିର୍ବାଚନମଣ୍ଡଳୀ ଘଣ୍ଟପଡା ହାଇସ୍କୁଲ ପଡିଆଠାରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିିର୍ବାଚନୀ ପ୍ରଚାର କରିଛନ୍ତି।

ବ୍ୟବସାୟୀଙ୍କୁ ଭୁଜାଲିମାଡ଼ ଅଭିଯୋଗ: ରାଜନୈତିକ ଶତ୍ରୁତା ନେଇ ସନ୍ଦେହ

ବ୍ୟବସାୟୀଙ୍କୁ ଭୁଜାଲିମାଡ଼ ଅଭିଯୋଗ: ରାଜନୈତିକ ଶତ୍ରୁତା ନେଇ ସନ୍ଦେହ

ବାଲେଶ୍ୱର ଅଫିସ, ୨୦।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସୋର ଥାନା ଅଧୀନ ଉପର ଆଡ଼ିଆ ଗ୍ରାମରେ ଶୁକ୍ରବାର ରାତିରେ ଜଣେ ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଥିଲା।

ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଚାର କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା: ରାତିରେ ଗଛରେ ବାନ୍ଧି ଡରାଇଲେ, ଅଚେତ ଅବସ୍ଥାରେ ଉଦ୍ଧାର

ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଚାର କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା: ରାତିରେ ଗଛରେ ବାନ୍ଧି ଡରାଇଲେ, ଅଚେତ ଅବସ୍ଥାରେ ଉଦ୍ଧାର

ନୟାଗଡ଼ ଅଫିସ,୨୦ା୪- ନିର୍ବାଜନରେ ରାଜ୍ୟ  ସରକାରଙ୍କ ବିରୋଧରେ ପ୍ରଚାର କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି।  ରାତିିସାରା ଗଛରେ ବାନ୍ଧି ଏଥିରୁ ନିବୃତ୍ତ ରହିବା ସହିତ ଏଭଳି କଲେ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଇଛି। ଉକ୍ତ ଘଟଣା ଘଟିଛି ନୟାଗଡ଼ ଜିଲା ଶରଣକୁଳ ଥାନା କରଡ଼ା ଗ୍ରାମର ରୁଷିଆ ପ୍ରଧାନଙ୍କ କ୍ଷେତ୍ରରେ।

କେନ୍ଦୁଝର ସମାବେଶରେ ବର୍ଷିଲେ ଧର୍ମେନ୍ଦ୍ର: ଦୁଇ ପଟ୍ଟନାୟକ ଖଣି ଲୁଟୁଛନ୍ତି; ପର ତିଅଣରେ ଅତିଥି ସତ୍କାର କରୁଛନ୍ତି ନବୀନ

କେନ୍ଦୁଝର ସମାବେଶରେ ବର୍ଷିଲେ ଧର୍ମେନ୍ଦ୍ର: ଦୁଇ ପଟ୍ଟନାୟକ ଖଣି ଲୁଟୁଛନ୍ତି; ପର ତିଅଣରେ ଅତିଥି ସତ୍କାର କରୁଛନ୍ତି ନବୀନ

କେନ୍ଦୁଝର/ରାଇସୁଆଁ,୨୦।୪(ସ୍ବ.ପ୍ର./ଡି.ଏନ୍‌.ଏ.): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ତିନି ଦିନ ବାକି। ଏହି ପରିପ୍ରେକ୍ଷୀରେ ଭାଜପା ପକ୍ଷରୁ ନିର୍ବାଚନ ପ୍ରଚାରକୁ ଜୋରଦାର କରାଯାଉଛି। ଶନିବାର କେନ୍ଦୁଝର ଜିଲାକୁ ତୋଫାନି ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗ ଦେଇ ଉଦ୍‌ବୋଧନ ଦେଇଛନ୍ତି। 

ପାଟଣାରେ ଧର୍ମେନ୍ଦ୍ରଙ୍କ ଭୋଟଭିକ୍ଷା: ଭବାନୀ ଶଙ୍କର, ଅନନ୍ତ ନାଏକଙ୍କୁ  ଜିତାଇବା ଲାଗି ଆହ୍ବାନ

ପାଟଣାରେ ଧର୍ମେନ୍ଦ୍ରଙ୍କ ଭୋଟଭିକ୍ଷା: ଭବାନୀ ଶଙ୍କର, ଅନନ୍ତ ନାଏକଙ୍କୁ ଜିତାଇବା ଲାଗି ଆହ୍ବାନ

ପାଟଣା,୨୦।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ତୁରୁମୁଙ୍ଗାସ୍ଥିତ ନିନୁହାଁ ଫୁଟବଲ ପଡ଼ିଆରେ ଭାଜପାର ବିଜୟ ସଂକଳ୍ପ ସଭା ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। 

ବିଜେଡି ରୋଡ଼୍‌ ଶୋ’ ସମୟରେ ଗୋଷ୍ଠୀକନ୍ଦଳ

ବାରିପଦା ଅଫିସ,୨୦।୪:  ରାଇରଙ୍ଗପୁର ନିର୍ବାଚନମଣ୍ଡଳୀ ଅଧୀନ ବହଳଦା କଲେଜ ନିକଟରେ ଶୁକ୍ରବାର ବିଜେଡି ରୋଡ଼୍‌ ଶୋ’ କରୁଥିବା ବେଳେ ଗଣ୍ଡଗୋଳ ଘଟିଥିଲା। 


Model This Week

କ୍ରିଷ୍ଣା
Why Dharitri