ରାଜ୍ୟ |

ଭୁବନେଶ୍ୱର ବିମାନବନ୍ଦରରେ ଇ-ଭିଜା ସେବା :ଅନ୍ତର୍ଜାତୀୟ ବିମାନ ସେବା ବଢ଼ିବା ଆଶା

ଭୁବନେଶ୍ୱର ବିମାନବନ୍ଦରରେ ଇ-ଭିଜା ସେବା :ଅନ୍ତର୍ଜାତୀୟ ବିମାନ ସେବା ବଢ଼ିବା ଆଶା

ଭୁବନେଶ୍ୱର,୨୩।୧(ବ୍ୟୁରୋ)- ବହୁ ପ୍ରତୀକ୍ଷିତ ଇ-ଭିଜା ସେବା ଭୁବନେଶ୍ୱର ବିମାନବନ୍ଦରରେ ଆରମ୍ଭ ହେବା ପରେ ରାଜ୍ୟ ପର୍ଯ୍ୟଟନ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଇ-ଭିଜା ସେବା ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର(ବିପିଆଇଏ)କୁ ଅନୁମତି ମିଳିଥିବା ବେଳେ ଜାନୁୟାରୀ ୧୬ରୁ ବିମାନବନ୍ଦର ପରିସରରେ ଆରମ୍ଭ ହୋଇଛି ଇ-ଭିଜା କାଉଣ୍ଟର। ପୂର୍ବରୁ ଏହି ସୁବିଧା ଉପଲବ୍ଧ ନ ଥିବାରୁ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିବାରେ ବିଶେଷ ସମସ୍ୟା ସୃଷ୍ଟି ହେଉଥିଲା। ଏବେ ବିନା କୌଣସି ପ୍ରତିବନ୍ଧକରେ ବିଦେଶୀ ପର୍ଯ୍ୟଟକଙ୍କୁ ସିଧାସଳଖ ପ୍ରବେଶ ଅନୁମତି ମିଳିବ। ଇ-ଭିଜା ସେବା ଆରମ୍ଭ ହେବା ଦ୍ୱାରା ଓଡ଼ିଶାକୁ ବିଦେଶୀଙ୍କ ଆଗମନ ବୃଦ୍ଧି ହେବ ବୋଲି ରାଜ୍ୟ ସରକାର ଆଶା ରଖିଥିବା ବେଳେ ଭୁବନେଶ୍ୱର ବିମାନବନ୍ଦରରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାକୁ ଅଧିକ ସଂସ୍ଥା ଆଗ୍ରହୀ ହେବା ମଧ୍ୟ ସମ୍ଭାବନା ରହିଛି।

ଗତ ନଭେମ୍ବରରେ ଭୁବନେଶ୍ୱରରେ ଅନୁଷ୍ଠିତ ପୁରୁଷ ହକି ବିଶ୍ୱକପ୍‌ ପୂର୍ବରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇ-ଭିଜା ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିଲେ ରାଜ୍ୟ ସରକାର। ଏଥିପାଇଁ କେନ୍ଦ୍ର ସରକାରଙ୍କ ସହ ପ୍ରାରମ୍ଭିକ ଆଲୋଚନା ମଧ୍ୟ ଶେଷ ହୋଇଥିଲା। ମାତ୍ର ବିଭିନ୍ନ କାରଣବଶତଃ ଏହା ଆରମ୍ଭ ହୋଇପାରି ନ ଥିଲା। ଏବେ ଦୀର୍ଘବର୍ଷର ପ୍ରତୀକ୍ଷା ପରେ ଭୁବନେଶ୍ୱର ବିମାନବନ୍ଦରରେ ଏହି ସେବା ଉପଲବ୍ଧ ହୋଇଛି। ଦେଶର ୨୭ତମ ବିମାନବନ୍ଦର ଭାବେ ବିପିଆଇଏକୁ ଏହି ମାନ୍ୟତା ମିଳିଛି। ବିନା କୌଣସି ଏଜେଣ୍ଟ ବା ଝିନ୍‌ଝଟରେ ଏଠାକୁ ଆସିବାର ମାତ୍ର କିଛିଦିନ ପୂର୍ବରୁ ଜଣେ ଘରେ ବସି ଅନ୍‌ଲାଇନ୍‌ରେ ଇ-ଭିଜା ପାଇଁ ଆବେଦନ କରିପାରିବେ। ଯେଉଁ ବିଦେଶୀ ନାଗରିକ ମନୋରଞ୍ଜନ, ଭ୍ରମଣ, ଚିକିତ୍ସା, ବ୍ୟବସାୟିକ ଗସ୍ତ ଓ ଭାରତରେ ଥିବା ନିଜ ବନ୍ଧୁ ପରିଜନଙ୍କ ନିକଟକୁ ଆସିବାକୁ ଚାହୁଁଥିବେ, ସେମାନେ ଏହି ସେବାର ଲାଭ ନେଇପାରିବେ। ପାକିସ୍ତାନକୁ ଛାଡ଼ି ୧୬୩ ଦେଶର ନାଗରିକ ଇ-ଭିଜା ପାଇଁ ଆବେଦନ କରିପାରିବେ। ଏହାପୂର୍ବରୁ ଭାରତର ୨୬ଟି ବିମାନବନ୍ଦରରେ ଇ-ଭିଜା ପାଇଁ ପ୍ରବେଶ ଅନୁମତି ରହିଥିଲା। ଭୁବନେଶ୍ୱର ବିମାନବନ୍ଦରରେ ଏହି ସେବା ଲାଗୁ କରିବା ନେଇ ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କେ.ଜେ. ଆଲଫନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଇ-ଟୁରିଷ୍ଟ ଭିଜା ମାଧ୍ୟମରେ ୨୦୧୭ ଜାନୁୟାରୀରୁ ଜୁନ୍‌ ମଧ୍ୟରେ ଭାରତକୁ ୟୁକେରୁ ସର୍ବାଧିକ ୧,୫୧,୪୭୬ଜଣ ପର୍ଯ୍ୟଟକ ଆସିଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାରୁ ୯୦,୩୭୮, ରୁଷିଆରୁ ୪୯,୩୬୫ ଓ ଚାଇନାରୁ ୪୪,୫୭୭ ପର୍ଯ୍ୟଟକ ଆସିଥିଲେ। ଏଭଳିସ୍ଥଳେ ଇ-ଭିଜା ଲାଗୁ ହେବା ଦ୍ୱାରା ଓଡ଼ିଶାକୁ ଦୁଇଗୁଣା ଅଧିକ ବିଦେଶୀ ପର୍ଯ୍ୟଟକ ଆସିବେ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି। ଏହାବ୍ୟତୀତ ବିମାନ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଏଣିକି ଭୁବନେଶ୍ୱର ବିମାନବନ୍ଦରରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାକୁ ଆଗ୍ରହୀ ହେବେ। ଏବେ କେବଳ ଏୟାର ଏସିଆ ମାଲେସିଆ ଏବଂ ବ୍ୟାଙ୍କକ୍‌କୁ ଅନ୍ତର୍ଜାତୀୟ ବିମାନ ସେବା ଯୋଗାଇ ଦେଉଛି।

All Right Reserved By

ରାଜ୍ୟ |

ମହାପ୍ରଭୁଙ୍କୁ ଦର୍ଶନ କଲେ ମିଥୁନ ଚକ୍ରବର୍ତ୍ତି

ମହାପ୍ରଭୁଙ୍କୁ ଦର୍ଶନ କଲେ ମିଥୁନ ଚକ୍ରବର୍ତ୍ତି

ପୁରୀ ଅଫିସ,୨୫ା୪: ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଗୁରୁବାର ସକାଳେ ପତ୍ନୀଙ୍କ ସହ ମିଥୁନ ସିଂହଦ୍ୱାରରେ ପହଞ୍ଚିଥିଲେ। 

ବରଗଡ଼ର ୩ ବୁଥରେ ଚାଲିଛି ସାନି ମତଦାନ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଗଣମାଧ୍ୟମ ପ୍ରତିନିଧିଙ୍କୁ ବୁଥ୍‌କୁ ମନା

ବରଗଡ଼ର ୩ ବୁଥରେ ଚାଲିଛି ସାନି ମତଦାନ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଗଣମାଧ୍ୟମ ପ୍ରତିନିଧିଙ୍କୁ ବୁଥ୍‌କୁ ମନା

ବରଗଡ଼ ଅଫିସ,୨୫।୪- ବରଗଡ଼ ଜିଲାର ୩ ଭୋଟ ଗ୍ରହଣ କେନ୍ଦ୍ର(ବୁଥ୍‌)ରେ ଗୁରୁବାର ସକାଳ ୭ଟାରୁ ସାନି ମତଦାନ ଆରମ୍ଭ ହୋଇଛି। ଜିଲାର ମାଓବାଦୀ ଅଧ୍ୟୁଷିତ ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ଝାରବନ୍ଧ ବ୍ଲକ ଡଭା ପ୍ରାଥମିକ ସ୍କୁଲ(ବୁଥ୍‌ ନଂ-୧୬)ରେ ଏହା ୪ଟା ପର୍ଯ୍ୟନ୍ତ ଚାଲିବ । 

ମୟୂରଭଞ୍ଜରେ ମୁଖ୍ୟମନ୍ତ୍ରୀଙ୍କ ହାଇଟେକ୍‌ ପ୍ରଚାର: ଜଗନ୍ନାଥଙ୍କୁ ଦର୍ଶନ କରି ପ୍ରଚାରରେ ବାହାରିଲେ

ମୟୂରଭଞ୍ଜରେ ମୁଖ୍ୟମନ୍ତ୍ରୀଙ୍କ ହାଇଟେକ୍‌ ପ୍ରଚାର: ଜଗନ୍ନାଥଙ୍କୁ ଦର୍ଶନ କରି ପ୍ରଚାରରେ ବାହାରିଲେ

ବାରିପଦା ଅଫିସ,୨୫।୪- ମୟୂରଭଞ୍ଜ ଜିଲାରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାଇଟେକ୍‌ ପ୍ରଚାର। ବୁଧବାର ସନ୍ଧ୍ୟାରେ  ବାରିପଦା ସହରରେ ମୁଖ୍ୟମନ୍ତ୍ରୀ ବସ୍‌ ଯୋଗେ ପ୍ରଚାର କରିଥିବା ବେଳେ ସ୍ଥାନୀୟ ସର୍କିଟ ହାଉସ୍‌ରେ ରାତ୍ରୀଯାପନ କରିଥିଲେ।

ଡବଲ୍‌ ଇଞ୍ଜିନ୍‌ ଥିଓରୀକୁ ରାମଦାସ ଅଠଓ୍ବାଲେଙ୍କ ସମର୍ଥନ: କହିଲେ ରାଜ୍ୟ ଓ କେନ୍ଦ୍ରରେ ଗୋଟିଏ ସରକାର ହେବା ଜରୁରୀ

ଡବଲ୍‌ ଇଞ୍ଜିନ୍‌ ଥିଓରୀକୁ ରାମଦାସ ଅଠଓ୍ବାଲେଙ୍କ ସମର୍ଥନ: କହିଲେ ରାଜ୍ୟ ଓ କେନ୍ଦ୍ରରେ ଗୋଟିଏ ସରକାର ହେବା ଜରୁରୀ

ଭୁବନେଶ୍ୱର,୨୫।୪(ବ୍ୟୁରୋ): କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ଦଳ କିମ୍ବା ମେଣ୍ଟ ସରକାର ହେବା ଜରୁରୀ। ତେଣୁୁ ଓଡ଼ିଶାବାସୀ ଏହାକୁ ଚାହିଁ ଭୋଟଦାନ କରନ୍ତୁ। ଆରପିଆଇ(ଅ) ଡବଲ ଇଞ୍ଜିନକୁ ସମର୍ଥନ କରୁଥିବା ଏହାର ନେତା ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠଓ୍ବାଲେ କହିଛନ୍ତି। 

ରାଜ୍ୟର ୯ଟି ବୁଥ୍‌ରେ ଚାଲିଛି ସାନି ମତଦାନ

ରାଜ୍ୟର ୯ଟି ବୁଥ୍‌ରେ ଚାଲିଛି ସାନି ମତଦାନ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ରାଜ୍ୟର ୯ଟି ବୁଥ୍‌ରେ ଗୁରୁବାର ସକାଳ ୭ଟାରୁ ଚାଲିଛି ସାନି ମତଦାନ।

ନବଜ୍ୟୋତିଙ୍କ ମୁଣ୍ଡରେ ସର୍ବାଧିକ ଋଣ

ନବଜ୍ୟୋତିଙ୍କ ମୁଣ୍ଡରେ ସର୍ବାଧିକ ଋଣ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଚଳିତ ମାସ ୨୯ରେ ଅନୁଷ୍ଠିତ ହେବ। ରାଜ୍ୟରେ ଏକସଙ୍ଗରେ ଲୋକ ସଭା ସହ ବିଧାନସଭା ନିର୍ବାଚନ ହେଉଛି। 

ସତ୍ୟବାଦୀ ନିର୍ବାଚନମଣ୍ଡଳୀ: ୧୧ ବୁଥ୍‌ରେ ସାନି ମତଦାନ ଦାବି

ସତ୍ୟବାଦୀ ନିର୍ବାଚନମଣ୍ଡଳୀ: ୧୧ ବୁଥ୍‌ରେ ସାନି ମତଦାନ ଦାବି

ପୁରୀ ଅଫିସ,୨୫ା୪: ସତ୍ୟବାଦୀ ନିର୍ବାଚନମଣ୍ଡଳୀର ୭୮ ନଂ. ବୁଥ୍‌ରେ ଭାଜପା ଏଜେଣ୍ଟଙ୍କୁ ପୂରାଇ ଦିଆଯାଇ ନ ଥିବା ଅଭିଯୋଗ ଆଣିଛନ୍ତି ଭାଜପାର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ଜଗଦ୍ଦେବ ।

୪ର୍ଥ ପର୍ଯ୍ୟାୟ ନିର୍ବାଚନ : ବଦଳିପାରେ ସମୀକରଣ

୪ର୍ଥ ପର୍ଯ୍ୟାୟ ନିର୍ବାଚନ : ବଦଳିପାରେ ସମୀକରଣ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ଚଳିତ ଥର ରାଜ୍ୟର ୨୧ଲୋକ ସଭା ଏବଂ ୧୪୭ ବିଧାନସଭା ଆସନ ପାଇଁ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି। ଗତ ମଙ୍ଗଳବାର ସୁଦ୍ଧା ୩ଟି ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଯାଇଛି। 

ଧର୍ମେନ୍ଦ୍ରଙ୍କ ରୋଡ ଶୋରେ ଭାଜପା-ବିଜେଡି କର୍ମୀ ମୁହାଁମୁହିଁ

ଧର୍ମେନ୍ଦ୍ରଙ୍କ ରୋଡ ଶୋରେ ଭାଜପା-ବିଜେଡି କର୍ମୀ ମୁହାଁମୁହିଁ

ବାରିପଦା ଅଫିସ,୨୫।୪: ମୟୂରଭଞ୍ଜ ଜିଲା ଅଧୀନ ଲୋକ ସଭା ଓ ୭ ବିଧାନସଭା ପାଇଁ ଆସନ୍ତା ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। 

ଓଡ଼ିଶାରେ ଡବଲ ଇଞ୍ଜିନ ଆଣନ୍ତୁ, ବିକାଶ ନିଶ୍ଚିତ’:ନୀତିନ ଗଡ଼କରୀ

ଓଡ଼ିଶାରେ ଡବଲ ଇଞ୍ଜିନ ଆଣନ୍ତୁ, ବିକାଶ ନିଶ୍ଚିତ’:ନୀତିନ ଗଡ଼କରୀ

ବାସୁଦେବପୁର/ବନ୍ତ, ୨୫।୪ (ଡି.ଏନ.ଏ.): ଓଡ଼ିଶାରେ ବିଜେଡି ସରକାର ଶିକ୍ଷା, ସ୍ବାସ୍ଥ୍ୟ ଓ ଶିଳ୍ପର ବିକାଶ ଦିଗରେ କୌଣସି କାମ କରୁନାହିଁ। ସେଥିପାଇଁ ଓଡ଼ିଶା ଆଜି ବିକାଶ କ୍ଷେତ୍ରରେ ବହୁ ପଛରେ ପଡ଼ିଛି ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି।

ଆସୁଛି ବାତ୍ୟା: ୩ରୁ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଆସୁଛି ବାତ୍ୟା: ୩ରୁ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଶ୍ରୀଲଙ୍କା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। 

ଶୀତଲଙ୍କୁ ‘ମିସ୍‌ ଇଣ୍ଡିଆ ଓଡ଼ିଶା-୨୦୧୯’ ଟାଇଟଲ୍‌

ଶୀତଲଙ୍କୁ ‘ମିସ୍‌ ଇଣ୍ଡିଆ ଓଡ଼ିଶା-୨୦୧୯’ ଟାଇଟଲ୍‌

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ୨୦୧୯ ବର୍ଷ ପାଇଁ ଫେମିନା ମିସ୍‌ ଇଣ୍ଡିଆ ଓଡ଼ିଶା ଟାଇଟଲ୍‌ ଜିତିଛନ୍ତି ରାୟଗଡାର ଶୀତଲ ସାହୁ। ମଙ୍ଗଳବାର କୋଲକାତାରେ ଅନୁଷ୍ଠିତ ଏଫ୍‌ବିବି କଲର୍ସ ଫେମିନା ମିସ୍‌ ଇଣ୍ଡିଆର ଇଷ୍ଟ୍‌ ଜୋନାଲ କ୍ରାଉନିଂ ପ୍ରତିଯୋଗିତାରେ ଓଡ଼ିଶାରୁ ଶ୍ରେଷ୍ଠ ବିବେଚିତ ହୋଇ ସେ ଏହି ଟାଇଟଲ୍‌ ଜିତିଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri