ରାଜ୍ୟ |

ସରକାରୀ ବସ୍‌ରୁ ୩୬ ବସ୍ତା ଗୁଟ୍‌ଖା ଜବତ: ବ୍ରହ୍ମପୁରରୁ କଟକ ଚାଲାଣ ହେଉଥିଲା

ସରକାରୀ ବସ୍‌ରୁ ୩୬ ବସ୍ତା ଗୁଟ୍‌ଖା ଜବତ: ବ୍ରହ୍ମପୁରରୁ କଟକ ଚାଲାଣ ହେଉଥିଲା

ଭୁବନେଶ୍ୱର, ୨୩ା୧(ବ୍ୟୁରୋ)- କିଛିଦିନ ତଳେ ଦୁଇଟି ଘରୋଇ ବସ୍‌ରୁ ପ୍ରାୟ ୪୬ ବସ୍ତା କଏନ ଜିଏସ୍‌ଟି ବିଭାଗ ଜବତ କରିଥିଲା। ତେବେ କେବଳ କଏନ୍‌ ନୁହେଁ, ବସ୍‌ରେ ଗୁଟ୍‌ଖା ମଧ୍ୟ ଚାଲାଣ ହେଉଛି। ମଙ୍ଗଳବାର ସକାଳେ ବାଣିଜ୍ୟକର ବିଭାଗ ପକ୍ଷରୁ ସିଆରପି ଛକରେ ଓଏସ୍‌ଆରଟିସିର ଏକ ବସ୍‌ରେ ଚଢ଼ାଉ କରାଯାଇ ୩୬ ବସ୍ତା ଗୁଟ୍‌ଖା ଜବତ କରାଯାଇଛି। ଉକ୍ତ ଗୁଟ୍‌ଖା ବ୍ରହ୍ମପୁରରୁ କଟକ ଚାଲାଣ ହେଉଥିବା ଜଣାପଡ଼ିଛି। ବିଭାଗ ପକ୍ଷରୁ ବସ୍‌କୁ ଜବତ କରାଯିବା ସହ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ସରକାରଙ୍କୁ ଜିଏସ୍‌ଟି ଫାଙ୍କିବା ପାଇଁ କେତେଜଣ ଅସାଧୁ ବ୍ୟବସାୟୀ ବେଆଇନ୍‌ ଭାବେ ଗୁଟ୍‌ଖା ଚାଲାଣ କରୁଛନ୍ତି। ଏ ନେଇ ବାଣିଜ୍ୟକର ବିଭାଗକୁ ସୂଚନା ମିଳିବା ପରେ ଅଧିକାରୀମାନେ  ସକାଳ ପ୍ରାୟ ୭ଟାରେ ନୟାପଲ୍ଲୀ ଥାନା ଅନ୍ତର୍ଗତ ସିଆରପି ଛକରେ ବସ୍‌କୁ ଜଗିରହିଥିଲେ। ବସ୍‌ଟି ସିଆରପି ଦେଇ ଯିବା ସମୟରେ ବାଣିଜ୍ୟକର ଅଧିକାରୀମାନେ ବସ୍‌କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ବସ୍‌ରେ ୩୬ ବସ୍ତା ଗୁଟ୍‌ଖା ଥିବା ଜଣାପଡ଼ିଥିଲା। ଅଧିକାରୀମାନେ ବସ୍‌ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ କାଗଜପତ୍ର ମାଗିଥିଲେ ମଧ୍ୟ ସେମାନେ ଦେଖାଇ ପାରି ନ ଥିଲେ। ବସ୍‌ରେ କିଏ ଗୁଟ୍‌ଖା ପଠାଇଥିଲେ ଏବଂ କଟକରେ କେଉଁ ସ୍ଥାନକୁ ଏହା ଯାଇଥାନ୍ତା ସେ ନେଇ ଖୋଳତାଡ଼ କରାଯାଉଛି ବୋଲି ବାଣିଜ୍ୟକର ବିଭାଗର ଯୁଗ୍ମ ବାଣିଜ୍ୟକର ଅଧିକାରୀ ପର୍ଶୁରାମ କଅଁର କହିଛନ୍ତି।

ଅନ୍ୟପଟେ ଅଧିକାଂଶ ବସ୍‌ରେ ପ୍ରତିଦିନ ଏଭଳି କାରବାର ଚାଲିଥିବା ଅଟକ ଥିବା ସୂଚନା ମିଳିଛି। ଏସବୁ ଗୁଟ୍‌ଖା ବ୍ରହ୍ମପୁରରୁ ରାଜଧାନୀ ଦେଇ କଟକ ଯାଉଛି। ବସ୍‌ର ଡ୍ରାଇଭର ଓ କଣ୍ଡକ୍ଟର ପ୍ରତି ପ୍ୟାକେଟ ପିଛା ୧୬୦ ଟଙ୍କା ନେଉଛନ୍ତି। ଗୁଟ୍‌ଖା ଚାଲାଣରୁ ଅଧିକ ଭଡ଼ା ମିଳୁଥିବାରୁ ସେମାନେ ଅଧିକାଂଶ ସମୟରେ ଯାତ୍ରୀ ପରିବହନ କରନ୍ତି ନାହିଁ ବୋଲି ଅଟକ ଥିବା ଡ୍ରାଇଭର ପଚରାଉଚରା ବେଳେ କହିଛନ୍ତି।

All Right Reserved By

ରାଜ୍ୟ |

ବୀର ଯବାନଙ୍କ ସ୍ମୃତିରେ ପଟ୍ଟାମୁଣ୍ତାଇ ବଜାର ବନ୍ଦ

ବୀର ଯବାନଙ୍କ ସ୍ମୃତିରେ ପଟ୍ଟାମୁଣ୍ତାଇ ବଜାର ବନ୍ଦ

ପଟ୍ଟାମୁଣ୍ତାଇ,୧୮।୨(ସ୍ବ.ପ୍ର.): ଜମ୍ମୁ-କଶ୍ମୀର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ଗତ ୧୪ ତାରିଖରେ ଶହୀଦ ହୋଇଥିବା ଯବାନଙ୍କ ସ୍ମୃତିରେ ସର୍ବଭାରତୀୟ ବାଣିଜ୍ୟ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।

ଶହୀଦଙ୍କ ସ୍ମୃତିରେ ଜି. ଉଦୟଗିରି ବନ୍ଦ: ୨ ମିନିଟ୍‌ ନୀରବ ପ୍ରାର୍ଥନା

ଶହୀଦଙ୍କ ସ୍ମୃତିରେ ଜି. ଉଦୟଗିରି ବନ୍ଦ: ୨ ମିନିଟ୍‌ ନୀରବ ପ୍ରାର୍ଥନା

ଜି. ଉଦୟଗିରି,୧୮।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା  ଜି. ଉଦୟଗିରି ସହରର ବ୍ୟବସାୟୀ ସଂଘ ଆନୁକୂଲ୍ୟରେ ଜମ୍ମୁ-କଶ୍ମୀର ପୁୁଲୱାମାଠାରେ ଶହୀଦ ହୋଇଥିବା ବୀର ଯବାନମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସୋମବାର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। 

 ଗାଁ ଦାଣ୍ଡରେ ମାରଣାସ୍ତ୍ରରେ ଯୁବକଙ୍କୁ ହାଣି ହତ୍ୟା: ଅଭିଯୁକ୍ତ ଫେରାର

ଗାଁ ଦାଣ୍ଡରେ ମାରଣାସ୍ତ୍ରରେ ଯୁବକଙ୍କୁ ହାଣି ହତ୍ୟା: ଅଭିଯୁକ୍ତ ଫେରାର

ବେଗୁନିଆ/ବୋଲଗଡ଼,୧୮।୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ବୋଲଗଡ଼ ବ୍ଲକ ଅଧୀନ ଦେଉଳି ଗ୍ରାମରେ ସୋମବାର ଏକ ଭିଭତ୍ସ ହତ୍ୟାକାଣ୍ଡ ଘଟିଛି।

 ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ବ୍ୟବସାୟୀ

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ବ୍ୟବସାୟୀ

ଖୋର୍ଦ୍ଧା ଅଫିସ,୧୮।୨: ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲା ବ୍ୟବସାୟ ପ୍ରତିଷ୍ଠାନ ସୋମବାର ବନ୍ଦ ରହଛି।

ଶହୀଦଙ୍କ ସ୍ମୃତିରେ ଦୋକାନ ବଜାର ବନ୍ଦ

ଶହୀଦଙ୍କ ସ୍ମୃତିରେ ଦୋକାନ ବଜାର ବନ୍ଦ

କେନ୍ଦୁଝର (ସ୍ବ.ପ୍ର.) ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ମୃତ ଶହୀଦଙ୍କ ସ୍ମୃତିରେ ସର୍ବଭାରତୀୟ ବାଣିଜ୍ୟ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। 

କ୍ୟାଣ୍ଡେଲ ଜାଳି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ରାଲିରେ ସାମିଲ ହେଲେ ସଂଖ୍ୟାଧିକ ମୁସଲିମ ଯୁବକ

କ୍ୟାଣ୍ଡେଲ ଜାଳି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ରାଲିରେ ସାମିଲ ହେଲେ ସଂଖ୍ୟାଧିକ ମୁସଲିମ ଯୁବକ

ପାଟଣା,୧୮।୨(ସ୍ବ.ପ୍ର.):ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୯ ଯବାନ ଶହୀଦ ହୋଇଛନ୍ତି। ଏହି ଆକ୍ରମଣକୁ ନେଇ ସାରା ଦେଶରେ କ୍ଷୋଭ ଏବଂ ଶୋକର ମାହୋଲ ଦେଖାଦେଇଛି। ସବୁଆଡୁ ଘଟଣାକୁ ନିନ୍ଦା କରାଯାଉଛି। 

ମହୋଦଧିରେ ବିସର୍ଜନ ହେଲା ଶହୀଦଙ୍କ ଚିତାଭସ୍ମ

ମହୋଦଧିରେ ବିସର୍ଜନ ହେଲା ଶହୀଦଙ୍କ ଚିତାଭସ୍ମ

ପୁରୀ ଅଫିସ,୧୮।୨: ଜମ୍ମୁ-କଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଦୁଇ ଓଡ଼ିଆ ପ୍ରସନ୍ନ ସାହୁ ଏବଂ ମନୋଜ କୁମାର ବେହେରାଙ୍କ ଚିତାଭସ୍ମ ମହୋଦଧିରେ ବିସର୍ଜନ ହୋଇଛି। 

 ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ବ୍ରହ୍ମପୁରର ୩୦ଟି ବଜାର ବନ୍ଦ

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ବ୍ରହ୍ମପୁରର ୩୦ଟି ବଜାର ବନ୍ଦ

ବ୍ରହ୍ମପୁର ଅଫିସ,୧୮ା୨: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୯ ଯବାନ ଶହୀଦ ହୋଇଛନ୍ତି।   ଏହି ଆକ୍ରମଣକୁ ନେଇ ସାରା ଦେଶରେ କ୍ଷୋଭ ଏବଂ ଶୋକର ମାହୋଲ ଦେଖାଦେଇଛି। ସବୁଆଡୁ ଘଟଣାକୁ ନିନ୍ଦା କରାଯାଉଛି। 

୩ ଜିଲାରେ ବର୍ଷା ସମ୍ଭାବନା

୩ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୮ା୨(ବ୍ୟୁରୋ): ଥଣ୍ଡା କମିବାରେ ଲାଗିଥିବାବେଳେ ଦିନରେ ତାପମାତ୍ରା ବଢ଼ି ଚାଲିଛି। ସକାଳେ ଅଧିକାଂଶ ସ୍ଥାନରେ କୁହୁଡ଼ି ଦେଖାଯାଉଛି। ଏପରିସ୍ଥଳେ ଦୁଇଦିନ ହେଲା ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ସାମାନ୍ୟ ବର୍ଷା ସହ ପବନ ବହୁଛି। 

ଆଶାୟୀଙ୍କୁ ଅଡ଼ୁଆ ଏକାଧିକ ଚୟନ

ଆଶାୟୀଙ୍କୁ ଅଡ଼ୁଆ ଏକାଧିକ ଚୟନ

ଭୁବନେଶ୍ୱର,୧୮ା୨(ବ୍ୟୁରୋ):ସାଧାରଣ ନିର୍ବାଚନ ଘୋଷଣାକୁ ଅଳ୍ପ କିଛିଦିନ ବାକି ରହିଛି। ଏହାପୂର୍ବରୁ କଂଗ୍ରେସ ଦଳ ହିଁ ପ୍ରାର୍ଥୀ ଘୋଷଣାକୁ ନେଇ ପ୍ରଥମେ ଅଣ୍ଟା ଭିଡ଼ିଛି। ଇତିମଧ୍ୟରେ ୧୧ ଲୋକ ସଭା ଓ ୭୭ ବିଧାନସଭା ଆସନ ନେଇ ସ୍କ୍ରିନିଂ କମିଟି ବୈଠକ ସରିଯାଇଛି। 

ଅନିଶ୍ଚିତତା ଭିତରେ ମହାମେଣ୍ଟ

ଅନିଶ୍ଚିତତା ଭିତରେ ମହାମେଣ୍ଟ

ଭୁବନେଶ୍ୱର,୧୮ା୨(ବ୍ୟୁରୋ):ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ଓ ଭାଜପାକୁ ଶାସନ ଗାଦିରେ ବସାଇ ନ ଦେବା ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ ମିଳିବା ପରେ ରାଜ୍ୟର ସମଭାବାପନ୍ନ ଦଳଗୁଡିକ ସହ ମେଣ୍ଟ କରିବାକୁ ଯୋଜନା ଚାଲିଛି। 

ଭଦ୍ରକରେ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ:‘ସ୍ଥାୟୀ ସରକାର ସତ୍ତ୍ବେ ବିକାଶ ହୋଇନି’

ଭଦ୍ରକରେ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ:‘ସ୍ଥାୟୀ ସରକାର ସତ୍ତ୍ବେ ବିକାଶ ହୋଇନି’

ଭଦ୍ରକ ଅଫିସ, ୧୮ା୨:ଓଡ଼ିଶାରେ ୧୯ ବର୍ଷର ସ୍ଥାୟୀ ସରକାର ସତ୍ତ୍ବେ ବିକାଶ ହୋଇପାରିନାହିଁ। ରାଜ୍ୟର ବିକାଶ ନ ହେଲେ ଦେଶର ବିକାଶ ଅସମ୍ଭବ। ଭାଜପା ହିଁ ଏହାର ଏକମାତ୍ର ବିକଳ୍ପ। ଏଣୁ ବୁଥ୍‌ସ୍ତରରୁ ଦଳୀୟ ସୈନିକମାନେ ସଂକଳ୍ପ ନେବା ଆବଶ୍ୟକ। ମୋଦିଙ୍କ ବିକାଶମୂଳକ ଯୋଜନା ଘରେ ଘରେ ପହଞ୍ଚାଇବା ଆବଶ୍ୟକ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ରବିବାର ଭଦ୍ରକ ଜିଲା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି।