ରାଜ୍ୟ |

ପୁରୀ ପୋଲିସକୁ ଅଜଣା ଚିଠି: ଶ୍ରୀମନ୍ଦିରରେ ପଶିବେ ମୁସ୍‌ଲିମ ମହିଳା; ଫଟୋ ଧରି ସାଦା ପୋଷାକରେ ଜଗିଲା ପୋଲିସ

ପୁରୀ ପୋଲିସକୁ ଅଜଣା ଚିଠି:  ଶ୍ରୀମନ୍ଦିରରେ ପଶିବେ ମୁସ୍‌ଲିମ ମହିଳା; ଫଟୋ ଧରି ସାଦା ପୋଷାକରେ ଜଗିଲା ପୋଲିସ

ପୁରୀ ଅଫିସ,୨୩ା୧: ହିନ୍ଦୁ ଧର୍ମର ଆସ୍ଥା ଓ ବିଶ୍ୱାସର ପୀଠ ଶ୍ରୀମନ୍ଦିରର ପବିତ୍ରତା ନଷ୍ଟ କରିବାକୁ ହୋଇଛି ଷଡ଼ଯନ୍ତ୍ର। ମଙ୍ଗଳବାର ମନ୍ଦିର ଭିତରକୁ ଜଣେ ମୁସ୍‌ଲିମ ସମ୍ପ୍ରଦାୟର ମହିଳା ପ୍ରବେଶ କରିବେ। ଏଥିପ୍ରତି ସତର୍କ ରୁହନ୍ତୁ। ଏମିତି ଏକ ଅଜଣା ଚିଠି ସୋମବାର ପୁରୀ ପୋଲିସ ଏବଂ ପ୍ରଶାସନର ହସ୍ତଗତ ହୋଇଥିଲା। ଏହାପରେ ସଜାଗ ହୋଇଯାଇଥିଲା ପୋଲିସ। ମଙ୍ଗଳବାର ସକାଳୁ ଚାରିଦ୍ୱାରରେ ସୁରକ୍ଷା କର୍ମୀଙ୍କୁ ସତର୍କ କରାଇ ଦିଆଯାଇଥିଲା। ଏପରି କି ସାଦା ପୋଷାକଧାରୀ ପୋଲିସ ସମ୍ପୃକ୍ତା ମହିଳାଙ୍କ ଫଟୋ ଧରି ଚାରିଦ୍ୱାରରେ ପଇଁତରା ମାରିଥିଲେ। ସେହି ମହିଳା ଆସିଥିଲେ। କିନ୍ତୁ ମନ୍ଦିର ଭିତରକୁ ପ୍ରବେଶ ନ କରି ସିଂହଦ୍ୱାର ସମ୍ମୁଖରୁ ପଳାଇ ଯାଇଥିଲେ ବୋଲି ପୋଲିସ କହିଛି।

ଜିଲା ପୋଲିସ ନିକଟକୁ ଇଂଲିଶରେ ଲିଖିତ ଚିଠି ସହିତ ସମ୍ପୃକ୍ତା ମହିଳାଙ୍କ ଫଟୋ ଓ ସେ କେଉଁ ହୋଟେଲରେ ରହିବେ ତା’ର ଠିକଣା ଆସିଥିଲା। ଶ୍ରୀମନ୍ଦିରର ପବିତ୍ରତା ରକ୍ଷା କରିବାକୁ ଚିଠି ପଠାଇଥିବା ବ୍ୟକ୍ତି ଜଣକ ଅନୁରୋଧ କରିଥିଲେ। ଚାରିଦ୍ୱାରରେ ଅଧିକ ସଂଖ୍ୟକ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଥିଲା। କେତେଜଣ ବରିଷ୍ଠ ପୋଲିସ ଅଧିକାରୀ ସକାଳୁ ଶ୍ରୀମନ୍ଦିର ନିକଟରେ ପହଞ୍ଚତ୍ଥିଲେ। ସିଂହଦ୍ୱାର ବ୍ୟତୀତ ଅନ୍ୟ ତିନିଦ୍ୱାରରେ କୌଣସି ବାହାର ଭକ୍ତଙ୍କୁ ଛଡା ଯାଇ ନ ଥିଲା। ଅପରାହ୍ନ ପ୍ରାୟ ୨ଟା ପର୍ଯ୍ୟନ୍ତ ଏମିତି ବ୍ୟବସ୍ଥା ରହିଥିଲା।

ଏ ସମ୍ପର୍କରେ ସିଂହଦ୍ୱାର ଥାନା ଆଇଆଇସି ଶ୍ରବଣ କୁମାର ମହାରଣା କହିଛନ୍ତି,  ୭୦/୮୦ ଜଣିଆ ଏକ ଦର୍ଶନାର୍ଥୀ ଦଳ ଶ୍ରୀମନ୍ଦିର ଆସିବେ। ସେମାନଙ୍କ ମଧ୍ୟରେ ଥିବା ଜଣେ ମୁସ୍‌ଲିମ୍‌ ସମ୍ପ୍ରଦାୟର ମହିଳା ମନ୍ଦିରକୁ ପ୍ରବେଶ କରିବେ ବୋଲି ସୂଚନା ମିଳିଥିଲା। ମଙ୍ଗଳବାର ପୂର୍ବାହ୍ନରେ ରାଜ୍ୟ ବାହାରର ଉକ୍ତ ଦଳ ଆସିଥିଲେ। ସେମାନଙ୍କ ମଧ୍ୟରୁ ସମସ୍ତେ ମନ୍ଦିରକୁ ପ୍ରବେଶ କରିଥିବା ବେଳେ ୨ ଜଣ ଯାଇ ନ ଥିଲେ। ସେମାନେ ଜଳଖିଆ ଖାଇ, ସିଂହଦ୍ୱାର ସମ୍ମୁଖ ଏକ ଦୋକାନରୁ ଜିନିଷ କିଣି ରହୁଥିବା ହୋଟେଲକୁ ଫେରି ଯାଇଥିଲେ। ଏଥିରୁ ସନ୍ଦେହ କରାଯାଉଛି ସେହି ଦଳରେ ଆସିଥିବା ଦର୍ଶନାର୍ଥୀଙ୍କ ମଧ୍ୟରେ ସମ୍ପୃକ୍ତ ମହିଳାଙ୍କର କେହି ବିରୋଧୀ ଏହା କରିଥାଇ ପାରନ୍ତି। ସମ୍ପୃକ୍ତା ମହିଳାଙ୍କୁ ଅନୁସରଣ କରି ମୁଁ ମଧ୍ୟ ସାଦା ପୋଷାକରେ ଟାଉନ ଥାନା ପର୍ଯ୍ୟନ୍ତ ଯାଇଥିଲି। ମହିଳା ଜଣକ ଟାଉନ ଥାନା, ମାର୍କେଟ ଛକ ଦେଇ ରହୁଥିବା ହୋଟେଲକୁ ଯାଇଥିଲେ ବୋଲି ଆଇଆଇସି ମହାରଣା କହିଛନ୍ତି। 

ଅପରପକ୍ଷରେ ଉକ୍ତ ଦର୍ଶନାର୍ଥୀ ଦଳ କେଉଁ ରାଜ୍ୟରୁ ଆସିଥିଲେ ତାହା ପୋଲିସକୁ ଜଣାନାହିଁ। ଏହି ଘଟଣାକୁ ହାଲୁକା ଭାବେ ନେବା ସହ ପୋଲିସ ଏହାର ତଦନ୍ତ ମଧ୍ୟ କରିନ ଥିବା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି।





All Right Reserved By

ରାଜ୍ୟ |

 ଗାଁ ଦାଣ୍ଡରେ ମାରଣାସ୍ତ୍ରରେ ଯୁବକଙ୍କୁ ହାଣି ହତ୍ୟା: ଅଭିଯୁକ୍ତ ଫେରାର

ଗାଁ ଦାଣ୍ଡରେ ମାରଣାସ୍ତ୍ରରେ ଯୁବକଙ୍କୁ ହାଣି ହତ୍ୟା: ଅଭିଯୁକ୍ତ ଫେରାର

ବେଗୁନିଆ/ବୋଲଗଡ଼,୧୮।୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ବୋଲଗଡ଼ ବ୍ଲକ ଅଧୀନ ଦେଉଳି ଗ୍ରାମରେ ସୋମବାର ଏକ ଭିଭତ୍ସ ହତ୍ୟାକାଣ୍ଡ ଘଟିଛି।

 ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ବ୍ୟବସାୟୀ

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ବ୍ୟବସାୟୀ

ଖୋର୍ଦ୍ଧା ଅଫିସ,୧୮।୨: ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲା ବ୍ୟବସାୟ ପ୍ରତିଷ୍ଠାନ ସୋମବାର ବନ୍ଦ ରହଛି।

ଶହୀଦଙ୍କ ସ୍ମୃତିରେ ଦୋକାନ ବଜାର ବନ୍ଦ

ଶହୀଦଙ୍କ ସ୍ମୃତିରେ ଦୋକାନ ବଜାର ବନ୍ଦ

କେନ୍ଦୁଝର (ସ୍ବ.ପ୍ର.) ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ମୃତ ଶହୀଦଙ୍କ ସ୍ମୃତିରେ ସର୍ବଭାରତୀୟ ବାଣିଜ୍ୟ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। 

କ୍ୟାଣ୍ଡେଲ ଜାଳି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ରାଲିରେ ସାମିଲ ହେଲେ ସଂଖ୍ୟାଧିକ ମୁସଲିମ ଯୁବକ

କ୍ୟାଣ୍ଡେଲ ଜାଳି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ରାଲିରେ ସାମିଲ ହେଲେ ସଂଖ୍ୟାଧିକ ମୁସଲିମ ଯୁବକ

ପାଟଣା,୧୮।୨(ସ୍ବ.ପ୍ର.):ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୯ ଯବାନ ଶହୀଦ ହୋଇଛନ୍ତି। ଏହି ଆକ୍ରମଣକୁ ନେଇ ସାରା ଦେଶରେ କ୍ଷୋଭ ଏବଂ ଶୋକର ମାହୋଲ ଦେଖାଦେଇଛି। ସବୁଆଡୁ ଘଟଣାକୁ ନିନ୍ଦା କରାଯାଉଛି। 

ମହୋଦଧିରେ ବିସର୍ଜନ ହେଲା ଶହୀଦଙ୍କ ଚିତାଭସ୍ମ

ମହୋଦଧିରେ ବିସର୍ଜନ ହେଲା ଶହୀଦଙ୍କ ଚିତାଭସ୍ମ

ପୁରୀ ଅଫିସ,୧୮।୨: ଜମ୍ମୁ-କଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଦୁଇ ଓଡ଼ିଆ ପ୍ରସନ୍ନ ସାହୁ ଏବଂ ମନୋଜ କୁମାର ବେହେରାଙ୍କ ଚିତାଭସ୍ମ ମହୋଦଧିରେ ବିସର୍ଜନ ହୋଇଛି। 

 ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ବ୍ରହ୍ମପୁରର ୩୦ଟି ବଜାର ବନ୍ଦ

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ବ୍ରହ୍ମପୁରର ୩୦ଟି ବଜାର ବନ୍ଦ

ବ୍ରହ୍ମପୁର ଅଫିସ,୧୮ା୨: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୯ ଯବାନ ଶହୀଦ ହୋଇଛନ୍ତି।   ଏହି ଆକ୍ରମଣକୁ ନେଇ ସାରା ଦେଶରେ କ୍ଷୋଭ ଏବଂ ଶୋକର ମାହୋଲ ଦେଖାଦେଇଛି। ସବୁଆଡୁ ଘଟଣାକୁ ନିନ୍ଦା କରାଯାଉଛି। 

୩ ଜିଲାରେ ବର୍ଷା ସମ୍ଭାବନା

୩ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୮ା୨(ବ୍ୟୁରୋ): ଥଣ୍ଡା କମିବାରେ ଲାଗିଥିବାବେଳେ ଦିନରେ ତାପମାତ୍ରା ବଢ଼ି ଚାଲିଛି। ସକାଳେ ଅଧିକାଂଶ ସ୍ଥାନରେ କୁହୁଡ଼ି ଦେଖାଯାଉଛି। ଏପରିସ୍ଥଳେ ଦୁଇଦିନ ହେଲା ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ସାମାନ୍ୟ ବର୍ଷା ସହ ପବନ ବହୁଛି। 

ଆଶାୟୀଙ୍କୁ ଅଡ଼ୁଆ ଏକାଧିକ ଚୟନ

ଆଶାୟୀଙ୍କୁ ଅଡ଼ୁଆ ଏକାଧିକ ଚୟନ

ଭୁବନେଶ୍ୱର,୧୮ା୨(ବ୍ୟୁରୋ):ସାଧାରଣ ନିର୍ବାଚନ ଘୋଷଣାକୁ ଅଳ୍ପ କିଛିଦିନ ବାକି ରହିଛି। ଏହାପୂର୍ବରୁ କଂଗ୍ରେସ ଦଳ ହିଁ ପ୍ରାର୍ଥୀ ଘୋଷଣାକୁ ନେଇ ପ୍ରଥମେ ଅଣ୍ଟା ଭିଡ଼ିଛି। ଇତିମଧ୍ୟରେ ୧୧ ଲୋକ ସଭା ଓ ୭୭ ବିଧାନସଭା ଆସନ ନେଇ ସ୍କ୍ରିନିଂ କମିଟି ବୈଠକ ସରିଯାଇଛି। 

ଅନିଶ୍ଚିତତା ଭିତରେ ମହାମେଣ୍ଟ

ଅନିଶ୍ଚିତତା ଭିତରେ ମହାମେଣ୍ଟ

ଭୁବନେଶ୍ୱର,୧୮ା୨(ବ୍ୟୁରୋ):ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ଓ ଭାଜପାକୁ ଶାସନ ଗାଦିରେ ବସାଇ ନ ଦେବା ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ ମିଳିବା ପରେ ରାଜ୍ୟର ସମଭାବାପନ୍ନ ଦଳଗୁଡିକ ସହ ମେଣ୍ଟ କରିବାକୁ ଯୋଜନା ଚାଲିଛି। 

ଭଦ୍ରକରେ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ:‘ସ୍ଥାୟୀ ସରକାର ସତ୍ତ୍ବେ ବିକାଶ ହୋଇନି’

ଭଦ୍ରକରେ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ:‘ସ୍ଥାୟୀ ସରକାର ସତ୍ତ୍ବେ ବିକାଶ ହୋଇନି’

ଭଦ୍ରକ ଅଫିସ, ୧୮ା୨:ଓଡ଼ିଶାରେ ୧୯ ବର୍ଷର ସ୍ଥାୟୀ ସରକାର ସତ୍ତ୍ବେ ବିକାଶ ହୋଇପାରିନାହିଁ। ରାଜ୍ୟର ବିକାଶ ନ ହେଲେ ଦେଶର ବିକାଶ ଅସମ୍ଭବ। ଭାଜପା ହିଁ ଏହାର ଏକମାତ୍ର ବିକଳ୍ପ। ଏଣୁ ବୁଥ୍‌ସ୍ତରରୁ ଦଳୀୟ ସୈନିକମାନେ ସଂକଳ୍ପ ନେବା ଆବଶ୍ୟକ। ମୋଦିଙ୍କ ବିକାଶମୂଳକ ଯୋଜନା ଘରେ ଘରେ ପହଞ୍ଚାଇବା ଆବଶ୍ୟକ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ରବିବାର ଭଦ୍ରକ ଜିଲା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି।  

ଅତି ଚାଲାକି ମହଙ୍ଗା ପଡିଲା

ଅତି ଚାଲାକି ମହଙ୍ଗା ପଡିଲା

ବାମରା, ୧୮।୨ (ସ୍ବ.ପ୍ର.):ବିହାରରେ ନିଜ କାକାକୁ ହତ୍ୟା କରି ଫେରାର ଥିବା ଜଣେ ଅଭିଯୁକ୍ତ ନିଜର ଅତି ଚାଲାକି ଯୋଗୁଁ ଗୋବିନ୍ଦପୁର ଥାନା ପୋଲିସ ହାତରେ ଧରା ପଡିଛନ୍ତି। ପୋଲିସ ତାଙ୍କୁ ଅଟକ ରଖିଛି। ଅଭିଯୁକ୍ତଙ୍କୁ ନେବା ପାଇଁ ବିହାର ପୋଲିସ ଆସି ପହଞ୍ଚତ୍ଛି । 

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ବୀରମହାରାଜପୁର, ୧୮ା୨(ଡି.ଏନ୍‌.ଏ.):ସମ୍ପ୍ରତି ଇଣ୍ଟରନେଟର ପ୍ରସାର ଯୋଗୁଁ କମ୍ପ୍ୟୁଟର ଓ ସ୍ମାର୍ଟ ଫୋନର ବ୍ୟବହାର ବଢି ଚାଲିଥିବା ବେଳେ ଏହାର ଦୁରୂପଯୋଗ ଅନେକ କ୍ଷେତ୍ରରେ କ୍ଷତି ଘଟାଇ ଚାଲିଛି।