ସମ୍ବଲପୁର

ମଠଖାଇ ମହୋତ୍ସବ: ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ

ମଠଖାଇ ମହୋତ୍ସବ: ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ

ବଲାଙ୍ଗୀର ଅଫିସ, ୨୩ା୧-ବଲାଙ୍ଗୀର କୋଶଳକଳା ମଣ୍ଡଳ ନୂଆ ରଙ୍ଗମଞ୍ଚରେ ଅନୁଷ୍ଠିତ ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବର ମଙ୍ଗଳବାର  ତୃତୀୟ ସନ୍ଧ୍ୟାରେ  ମୁମ୍ବାଇର ସଲାମ ବମ୍ବେ ଫାଉଣ୍ଡେଶନ୍‌ ରଙ୍ଗମଣ୍ଡଳ ଏବଂ ସୃଜନ ଫାଉଣ୍ଡେଶନ୍‌ ତରଫରୁ ମରାଠୀ ଓ ହିନ୍ଦୀ ନାଟକ ଏକ ଧୋତ୍ରାଚି ଗୋଷ୍ଠ ମଞ୍ଚସ୍ଥ ହୋଇଥିଲା| ଅରୁଣ ମିର୍ଜାକାରଙ୍କ ରଚିତ ଏବଂ ଏନ୍‌ଏସ୍‌ଡିଆନ୍‌ ମିଲିନ୍ଦ ଇନାମଦାରଙ୍କ ନିର୍ଦ୍ଦେଶିତ ଏହି ନାଟକରେ ଏକ ନାଟକ ଗୋଷ୍ଠୀ କୃଷ୍ଣଙ୍କୁ ସବୁଜ ରଙ୍ଗର ଧୋତି ପିନ୍ଧାଇ ନାଟକ ପରିବେଷଣ କରିଥିବାରୁ ଚରମପନ୍ଥୀ ଗୋଷ୍ଠୀର ଆକ୍ରୋଶର ଶିକାର ହୋଇଥିଲେ ା ସେମାନେ ନାଟକ ଦଳର ସଭ୍ୟାମାନଙ୍କୁ କେଶର ରଙ୍ଗର ଧୋତି ପିନ୍ଧିବାକୁ ବାଧ୍ୟ କରିବା ଧର୍ମ ବିଷୟକୁ ନେଇ ସଚେତନ ରହିବାକୁ ତାଗିଦ୍‌ କରିଥିଲେ ା ଏହାପରେ ସମ୍ପୃକ୍ତ ନାଟକ ଦଳ ନିଜର ନାଟକ ଶୈଳୀରେ ବାକ୍‌ ସ୍ବାଧୀନତା ବିଷୟକୁ ଫୁଟାଇ ଚରମପନ୍ଥୀ ଗୋଷ୍ଠୀକୁ ଉଚିତ୍‌ ଜବାବ ଦେଇଥିଲେ ା ଏହି ବିଷୟକୁ ନେଇ ଗତିଶୀଳ ନାଟକରେ ମହାରାଷ୍ଟ୍ରର କଳାକାରମାନେ ନିଖୁଣ ଅଭିନୟ କରିଥିଲେ ା 

         ବୀରେନ୍ଦ୍ର ବନ୍‌ଛୋରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ତୃତୀୟ ସନ୍ଧ୍ୟା ସଭାରେ ମଠଖାଇ ମହୋତ୍ସବ ଅଧ୍ୟକ୍ଷ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ର, ଅତିଥିଭାବେ ପ୍ରିୟରଞ୍ଜନ ସାହୁ ଓ ସଙ୍ଗୀତ ବିଶାରଦ ଶଙ୍କର ପ୍ରଧାନ ଯୋଗଦାନ କରିଥିଲେ ା ଅତିଥି ସାହୁ ତାଙ୍କ ବକ୍ତବ୍ୟରେ ବହୁଭାଷୀ ନାଟକ ମାଧ୍ୟମରେ ମଠଖାଇ ମହୋତ୍ସବ ସାମାଜିକ ସମ୍ପ୍ରିତିର ଏକ ଅନନ୍ୟ ବାର୍ତ୍ତା ଦେଉଛି ବୋଲି କହିଥିଲେ ା ଦୁନିଆରେ ଯେତିକି ଭାଷ ଅଛି, ସବୁ ଭାଷା ମଧୁର ଓ ସ୍ବାଭିମାନର ପ୍ରତୀକ ବୋଲି କହିଥିଲେ ା ଏଣୁ ମଠଖାଇ ମହୋତ୍ସବ କମିଟି ଏଭଳି ଏକ ବହୁଭାଷୀ ନାଟକ ସମାରୋହ ଆୟୋଜନ କରି ଆମ ସମାଜକୁ ଏକ ସଫଳ ବାର୍ତ୍ତା ଦେଉଛନ୍ତି ବୋଲି କହିଥିଲେ ା ଅନ୍ୟତମ ଅତିଥି ପ୍ରଧାନ ବଲାଙ୍ଗୀରର ମହାନ ନାଟକ ପରମ୍ପର ଓ ସଙ୍ଗୀତ କ୍ଷେତ୍ରକୁ ଅବଦାନ ସମ୍ପର୍କରେ କହିଥିଲେ ା  ମଠଖାଇ ମହୋତ୍ସବ କମିଟି ଅଧ୍ୟକ୍ଷ ମିଶ୍ର ତାଙ୍କ ବକ୍ତବ୍ୟରେ ନାଟକ ମାଧ୍ୟମରେ ସାମାଜିକ ସଂସ୍କାର, ସମନ୍ବୟ ଏବଂ ବିକାଶକୁ ମଠଖାଇ ଗୁରୁତ୍ୱ ଦେଇଆସିଛି ବୋଲି କହିଥିଲେ ା ଏହି ଅବସରରେ ବିଶିଷ୍ଠ ଅଭିନେତା, ନାଟ୍ୟ ନିର୍ଦ୍ଦେଶକ ଡା ମନୋରଞ୍ଜନ ଦାଶଙ୍କୁ ଅତିଥିମାନେ ମଠଖାଇ ସମ୍ମାନ ପ୍ରଦାନ କରିଥିଲେ ା ତୃତୀୟ ଦିନର ମଠଖାଇ ମଞ୍ଚକୁ ମହାନ କଳାକାର ସ୍ବର୍ଗତ ଟମ୍‌ ଅଲଟରଙ୍କୁ ଉତ୍ସର୍ଗ କରାଯାଇଥିଲା ା ସଭା ପ୍ରାରମ୍ଭରେ କଳାହାଣ୍ଡି ଜିଲା କେସିଙ୍ଗାର ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଲୋକନୃତ୍ୟ ପରିବେଷଣ କରାଯାଇଥିଲା ା 

All Right Reserved By

ସମ୍ବଲପୁର

ଭଇଁଷାପାଲିରେ ଜଣେ ଦେଲେ ଭୋଟ

ଭଇଁଷାପାଲିରେ ଜଣେ ଦେଲେ ଭୋଟ

ବଲାଙ୍ଗୀର ଅଫିସ, ୧୯ା୪- ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁଇଁନ୍ତଲା ବ୍ଳକ୍‌ ଭଇଁଷାପାଲି ପ୍ରାଥମିକ ସ୍କୁଲ ବୁଥ୍‌ରେ ଜଣେ ମାତ୍ର ଭୋଟର ମତଦାନ କରିଛନ୍ତି। 

ଭାଇ ଚାପୁଡ଼ା ମାଡ଼ରେ ଭଉଣୀ ମୃତ

ଭାଇ ଚାପୁଡ଼ା ମାଡ଼ରେ ଭଉଣୀ ମୃତ

ଖଡିଆଳ,୧୯ା୪(ଡି.ଏନ.ଏ.):ନୂଆପଡା ଜିଲା ଖଡିଆଳ ଥାନା ନେହେନା ଗାଁରେ ଜଣେ ବ୍ୟକ୍ତି ନିଜ ଭଉଣୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବା ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗ ହୋଇଛି ।

ଭୋଟ ବର୍ଜନ କଲେ ୭ ଗାଁର ଭୋଟର

ଭୋଟ ବର୍ଜନ କଲେ ୭ ଗାଁର ଭୋଟର

ଲୋଇସିଂହା/ବାଲିଗୁଡା/ବେଗୁନିଆପଡା,୧୯ା୪(ଡି.ଏନ୍‌.ଏ.):ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନମଣ୍ଡଳୀର ୩ ଓ କନ୍ଧମାଳ ଜିଲା ବାଲିଗୁଡା ନିର୍ବାଚନମଣ୍ଡଳୀର ୪ ଗଁାର ଭୋଟର ଗୁରୁବାର ଅନୁଷ୍ଠିତ  ସାଧାରଣ ନିର୍ବାଚନକୁ ବର୍ଜନ କରିଛନ୍ତି। 

ଭାଗବତ ସପ୍ତାହ ପାରାୟଣ: ଶିଶୁଙ୍କ ଦ୍ୱାରା ନୃତ୍ୟ ନାଟିକା ଋକ୍ମିଣୀ ବିବାହ ମଞ୍ଚସ୍ଥ

ଭାଗବତ ସପ୍ତାହ ପାରାୟଣ: ଶିଶୁଙ୍କ ଦ୍ୱାରା ନୃତ୍ୟ ନାଟିକା ଋକ୍ମିଣୀ ବିବାହ ମଞ୍ଚସ୍ଥ

ହେମଗିର, ୧୯।୪ (ଡି.ଏନ.ଏ)-ଆଧ୍ୟାତ୍ମିକତା ତଥା ଭଗବତ ପ୍ରେମକୁ ପ୍ରତ୍ୟେକ ମାନବ ଜୀବନରେ ପରିସ୍ଫଟ କରିବା ପାଇଁ ହେମଗିର ବ୍ଲକର ଲୁଆବାହାଲଠାରେ ପ୍ରତ୍ୟେକ ବର୍ଷପରି ଏବର୍ଷ ମଧ୍ୟ ଭାଗବତ ସପ୍ତାହ ପାରାୟଣ, ହରିହାଟର ଆୟୋଜନ କରାଯାଇଛି। 

ଜୀବନର ଶେଷ ଭୋଟ ଦେଲେ ବୃଦ୍ଧା: ଭୋଟ ଦେଇସାରି ମତଦାନ କେନ୍ଦ୍ରରେ ଟଳି ପଡ଼ିଲେ

ଜୀବନର ଶେଷ ଭୋଟ ଦେଲେ ବୃଦ୍ଧା: ଭୋଟ ଦେଇସାରି ମତଦାନ କେନ୍ଦ୍ରରେ ଟଳି ପଡ଼ିଲେ

ସବ୍‌ଡେଗା, ୧୯।୪ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା ସବ୍‌ଡେଗା ବ୍ଲକର କିରାଲଗା କସ୍ତୁରବା ବାଳିକା ବିଦ୍ୟାଳୟ ଭୋଟଗ୍ରହଣ କେନ୍ଦ୍ରର ବୁଥ ନଂ. ୧୬୫ରେ ଜୀବନର ଶେଷ ଭୋଟ ଦେଇଛନ୍ତି ଜଣେ ବୃଦ୍ଧା। 

ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ପାଣି ଛାଡିବା ଦାବି: ଜାରିଙ୍ଗଠାରେ ଚାଷୀଙ୍କ ରାସ୍ତାରୋକୋ

ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ପାଣି ଛାଡିବା ଦାବି: ଜାରିଙ୍ଗଠାରେ ଚାଷୀଙ୍କ ରାସ୍ତାରୋକୋ

ଜୁନାଗଡ,୧୮।୪(ଡି.ଏନ.ଏ.): ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ପାଣି ଛାଡିବା ପାଇଁ ଜାରିଙ୍ଗ ଡ୍ରିଷ୍ଟିବ୍ୟୁଟାରୀର ଚାଷୀମାନେ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜାରିଙ୍ଗ ଛକ ୨୬ନଂ. ଜାତୀୟ ରାଜପଥ ଉପରେ ଗୁରୁବାର ପୂର୍ବାହ୍ନ ୧୦ଟାରୁ ସାଢେ ୧୧ଟା ଦେଢ ଘଣ୍ଟା ଧରି ଚାଷୀମାନେ ରାସ୍ତାରୋକୋ କରିଥିଲେ। ଫଳରେ ରାସ୍ତାରେ ଶତାଧିକ ଯାନବାହନ ଅଟକି ରହିଥିଲା। 

ଘର ଉପରକୁ ମାଡିଗଲା ଟ୍ରକ, ୪ ଆହତ

ଘର ଉପରକୁ ମାଡିଗଲା ଟ୍ରକ, ୪ ଆହତ

ଲାଠୋର, ୧୮ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ଝଲିଆଲିଟି ଗ୍ରାମର ରାସ୍ତାପାର୍ଶ୍ୱସ୍ଥ ଏକ ଘର ଉପରେ ଏକ ମାଲ ବୋଝେଇ ଟ୍ରକ ମାଡିଯିବାରେ  ୪ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି। 

ସୁନ୍ଦରଗଡ଼ରେ ନିର୍ବାଚନୀ ହିଂସା: ବିଜେଡି ପ୍ରାର୍ଥୀ ଯୋଗେଶ ସିଂଙ୍କ ଭାଇ, ଖବରଦାତାଙ୍କ ଉପରେ ଭାଜପା ସମର୍ଥକଙ୍କ ଆକ୍ରମଣ ଅଭିଯୋଗ; ୪ ଗିରଫ

ସୁନ୍ଦରଗଡ଼ରେ ନିର୍ବାଚନୀ ହିଂସା: ବିଜେଡି ପ୍ରାର୍ଥୀ ଯୋଗେଶ ସିଂଙ୍କ ଭାଇ, ଖବରଦାତାଙ୍କ ଉପରେ ଭାଜପା ସମର୍ଥକଙ୍କ ଆକ୍ରମଣ ଅଭିଯୋଗ; ୪ ଗିରଫ

ସୁନ୍ଦରଗଡ , ୧୮।୪ (ଡି.ଏନ୍‌.ଏ.): ଭୋଟଗ୍ରହଣ ପୂର୍ବରୁ ବୁଧୁବାର ସନ୍ଧ୍ୟା ଓ ବିଳମ୍ବିତ ରାତିରେ ପୃଥକ ଭାବେ ୨ଟି ସ୍ଥାନରେ ନିର୍ବାଚନୀ ହିଂସା ହୋଇଛି। ସୁନ୍ଦରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ସାଲେପାଲି ଓ ରାଏବଗା ଗ୍ରାମରେ ପୂର୍ବତନ ବିଧାୟକ ତଥା ବିଜେଡି ପ୍ରାର୍ଥୀ ଯୋଗେଶ ସିଂଙ୍କ  ଭାଇ ଓ ସମର୍ଥକଙ୍କ ସମେତ ଜଣେ ଖବରଦାତାଙ୍କ ଉପରେ ପ୍ରତିପକ୍ଷ ଭାଜପା ବିଧାୟକ ପ୍ରାର୍ଥୀନୀ କୁସୁମ ଟେଟେଙ୍କ ସମର୍ଥକ ମାନେ  ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ  ହୋଇଛି। 

ନୂତନ ମତଦାତାଙ୍କ ମଧ୍ୟରେ ଉତ୍ସାହ

ନୂତନ ମତଦାତାଙ୍କ ମଧ୍ୟରେ ଉତ୍ସାହ

ଘଣ୍ଟାପଡ଼ା,୧୮ା୪(ଡି.ଏନ୍‌.ଏ) : ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୧ ନଂ ଜିଲାପରିଷଦ ଜୋନ୍‌ର ଅନେକ ସ୍ଥାନରେ ଇଭିଏମ ଅଚଳ ହୋଇପଡ଼ିଥିଲା।  ଫଳରେ ୧ ଘଣ୍ଟା ବିଳମ୍ବରେ ମତଦାନ କରିଥିଲେ ଭୋଟର।

ବ୍ରଜରାଜନଗରରେ ନିର୍ବାଚନୀ ହିଂସା: ବିଧାୟିକା ରାଧାରାଣୀ ପଣ୍ଡାଙ୍କ ପିଏସ୍‌ଓଙ୍କୁ ଆକ୍ରମଣ

ବ୍ରଜରାଜନଗରରେ ନିର୍ବାଚନୀ ହିଂସା: ବିଧାୟିକା ରାଧାରାଣୀ ପଣ୍ଡାଙ୍କ ପିଏସ୍‌ଓଙ୍କୁ ଆକ୍ରମଣ

ଝାରସୁଗୁଡା ଅଫିସ,୧୮।୪: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ଗୁରୁବାର ନିର୍ବାଚନୀ ହିଂସା ଘଟିଛି। ଅପରାହ୍ନରେ ଉକ୍ତ ନିର୍ବାଚନମଣ୍ଡଳୀରେ ଥିବା ଗଙ୍ଗାନଗର ବୁଥ୍‌ ନଂ-୧୮୨କୁ ବିଧାୟିକା ରାଧାରାଣୀ ପଣ୍ଡା ଯାଇଥିଲେ। 

ବିଭିନ୍ନ ସ୍ଥାନରେ ଇଭିଏମ୍‌ ଅଚଳ ଯୋଗୁ ମତଦାନ ବିଳମ୍ବିତ

ବିଭିନ୍ନ ସ୍ଥାନରେ ଇଭିଏମ୍‌ ଅଚଳ ଯୋଗୁ ମତଦାନ ବିଳମ୍ବିତ

ବରଗଡ଼ ଅଫିସ୍‌,୧୮।୪: ବରଗଡ଼ ଜିଲାରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଛି। ମାତ୍ର ଜିଲାର ବିଭିନ୍ନ ଭୋଟ ଗ୍ରହଣ କେନ୍ଦ୍ରରେ ରହିଥିବା ଇଭିଏମ୍‌, ଭିଭିପିଏଟି ଅଚଳ ହୋଇଯିବା ଯୋଗୁ ମତଦାନ କାର୍ଯ୍ୟ ବିଳମ୍ବିତ ହୋଇଥିବା ସୂଚନା ମିଳିଛି ।

ମତଦାନ ପାଇଁ ବରଗଡ଼ ବାଲିଟିକ୍ରା ଭୋଟ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଧାଡ଼ି: ଦିନ ୧ଟା ସୁଦ୍ଧା ୩୫.୧୨% ମତଦାନ

ମତଦାନ ପାଇଁ ବରଗଡ଼ ବାଲିଟିକ୍ରା ଭୋଟ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଧାଡ଼ି: ଦିନ ୧ଟା ସୁଦ୍ଧା ୩୫.୧୨% ମତଦାନ

ବରଗଡ଼ ଅଫିସ,୧୮।୪: ବରଗଡ଼ ଜିଲାରେ ଦିନ ୧ଟା ସୁଦ୍ଧା ମତଦାନ ହାର ୩୫.୧୨% ରହିଛି । ଇତିମଧ୍ୟରେ ମାଓବାଦୀ ଅଧ୍ୟୁଷିତ ପଦ୍ମପୁର ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୮ ପ୍ରତିଶତ ମତଦାନ ହୋଇଥିବାବେଳେ ବିଜେପୁର ଓ ଭଟ୍‌ଲି ବିଧାନସଭା ନିର୍ବାଚନମଣ୍ଡଳୀରେ ଏହି ହାର ୩୫% ରହିଛି। 


Model This Week

କ୍ରିଷ୍ଣା
Why Dharitri