ସମ୍ବଲପୁର

ସୁଖାମୁଣ୍ଡା, ଗୋଛାଗୋରାରେ ପୁଷ୍‌ପୁନି ଯାତ୍‌ରା

ସୁଖାମୁଣ୍ଡା, ଗୋଛାଗୋରାରେ ପୁଷ୍‌ପୁନି ଯାତ୍‌ରା

ଘଣ୍ଟାପଡା,୨୩ା୧(ଡି.ଏନ.ଏ): ବୌଦ୍ଧ ଜିଲା କଣ୍ଟାମାଲ ବ୍ଲକ ଖୁଣ୍ଟିଗୋରା ପଁଚେତ୍‌ ସୁଖାମୁଣ୍ଡାରେ କୃଷି ଭିତିକ୍‌ ଗଣପରବ୍‌ ଭୀମ ଯାତ୍‌ରା ଆର ଥାନୀୟ ଭାଷାରେ ପୁଷ୍‌ପୁନି ପରବ୍‌ ଜାକ୍‌ଜମକ୍‌ରେ ପାଲିତ ହେଇଯାଇଛେ। ଇ ସମିଆରେ ଅଂଚଲବାସୀ ଜାତି, ଧରମ, ବରନ୍‌ ପାସ୍‌ରି ସଭେ ଏକ୍‌ଯୋଟ ହେଇ ପରବ୍‌ ପାଲନ୍‌ କରସନ୍‌। ମାହାପୁରୁକୁଁ ଭକ୍‌ତି ସହକାରେ ଦର୍ଶନ କଲେ ରୋଗ୍‌ବାଗ, ଦୁଖ୍‌ ଦୂର ହେବାର ସଂଗେ ପରିବାର୍‌ର ମଂଗଲ ହେସି ବଲି ଲୋକ୍‌ ବିଶାସ୍‌ ରହିଛେ। ଇଟା କୁଦୁର୍କା ପ୍ରଗଣାର ଗୁଟେ ମୁଖିଆ ପରବ୍‌ ହିସାବେ ନଁା କମେଇଛେ। ପରବ୍‌ ଦିନ ସଖାଲୁ ଦେହେରୀ ଗୋବର୍ଦ୍ଧନ ମଲ୍ଲିକ ନିଷ୍‌ଠାରେ ଉପାସ କରି ଦୁଇପହରିଆ ଦେବାଦେବୀକୁଁ ବିଧିମତେ ପୂଜାପାଠ୍‌ କଲା ଉତାରୁ ବରୁଆ ଲିଙ୍ଗରାଜ କବାଟକଁର ଦିହେ ଦେବୀ ଉଭ୍‌ରିଥିଲେ। ତା’ପରେ ବରୁଆକେ ଢ଼ୋଲ ନିସାନ, ଘଁଟ ଶଁଖ୍‌, ମୁହୁରୀ ବଜେଇ  ଗଁାର ଭାଉଁରେ ବୁଲାଯାଇଥିଲା। ଗଁାର ମାଏକିନାମାନେ ପରିବାରର ଶୁଭମନାସି ବରୁଆକେ ବଁଦାପନା କରବାର ସଂଗେ କର୍ଣ୍ଣ ମନ୍ତ୍ର ନେଇଥିଲେ। ପଛେ ଛତି ଛତର, ବାନା ବଏରଖ ଧରି ଢ଼ୋଲ ନିସାନ, ଘଁଟ ଶଁଖ୍‌, ମୁହୁରୀ ବଜେଇ ବରୁଆମାନକୁ ପୀଠ(ଖଲା)କେ ନିଆଯାଇଥିଲା। ବୀଜାମୁଣ୍ଡା ବଁଧୁ ସଫା ପାଏନ ଆନି କ୍ଷୀର, ଅରୁଆ ଚାଉଲରେ ଦେବାଦେବୀମାନକୁ ପୂଜା କରାଯାଇଥିଲା। ତା’ପରେ ଭକତ୍‌ମାନେ ଆନିଥିବାର ପୂଜା ସାମାନ ଲିଆ, କୁକ୍‌ରା, ବୁକା, ପୁଢ଼୍‌ ବଳି ଦିଆଯାଇଥିଲା। ପରବ୍‌ ଲାଗି ଯାତ୍‌ରା ପଡ଼ିଆ ଭିନେ ଭିନେ ପରକାର ଦୁକାନ ବଜାର ଆର ଲୁକ୍‌କର  ଭିଡ଼ରେ ଉଛ୍‌ଲି ପଡ଼ିଥିଲା। ପୂଜା ସଏଲା ଉତାରୁ ପୂଜାରେ ଲାଗିଥିବାର ଲୋକ୍‌ମାନେ ଦେହେରୀକଁର ଘରେ ରାତିରେ ପରସାଦ ପାଇ ଯେଯାର ଘରକେ ଫିରିଥିଲେ। ସେନ୍‌ତା ଗୋଛାଗୋରା ନୂତନ୍‌ ଖଲାରେ ବି ଦେହେରୀ ସତ୍ୟନାରାୟଣ ଭୋଇକଁର ଦୁଆରା ପୂଜାପାଠ୍‌ କରାଯାଇଥିଲା।

All Right Reserved By

ସମ୍ବଲପୁର

ବାପ୍‌ ଆରପାରେ, ମା’ର ପତା ନାଇଁ  ଅଁଧାରକେ ଠେଲି ହେଉଛେ ୩ ଛୁଆକର ଭବିଷତ୍‌

ବାପ୍‌ ଆରପାରେ, ମା’ର ପତା ନାଇଁ ଅଁଧାରକେ ଠେଲି ହେଉଛେ ୩ ଛୁଆକର ଭବିଷତ୍‌

ରାଉରକେଲା ଅଫିସ,୨୩ା ୪: କାମଧଁଦା ଖୁଜବାର ଲାଗି ମା’ ଘର ଛାଡ଼ି କେନ୍‌ଆଡ଼େ ପଲେଇଗଲେ। ଆଏଜ୍‌ତକ୍‌ ତାକର ପତା ନାଇଁ ମିଲବାର। କିଏ କହୁଛେ ଦଲାଲମାନକର ଶିଖାପଢ଼ାରେ ଦିଲ୍ଲୀ ଯାଇଛନ୍‌ ତ ଆର କିଏ କହୁଛେ ମୁମ୍ବାଇ। ଇ ବାବ୍‌ଦେ ଗଲା ୩ ବଛର ହେଲା ପଡ଼ାବାସୀକର ପାସେ କିଛି ଖବର ନଁାଇଁନ। ଏନ୍‌ତାଥି ବାପ୍‌ ରୋଗ୍‌ରେ ପଡ଼ି ଗଲା ୧୫ ତାରିଖ ଆରପାରକେ ଚାଲିଗଲେ। ପଡ଼ାବାସୀ ଚଁାଦାଭେଦା କରି ତାକର ଶବ ସତ୍‌କାର କଲେ। ଇଆଡ଼େ ମା’ବାପ୍‌ ଛେଉଁଡ୍‌ ୩ ପିଲା ଅସାହା ହେଇଯାଇଛନ୍‌। କେନ୍‌ଠାନେ ରହିବେ, କିଏ ଖାଏବାକେ ଦେବା ଭାବି ବୁଧିବାଟ ବନା ହେଇଯାଉଛେ। ପଡ଼ାବାସୀ ବି ଉପେ ଶୂଇନ୍‌ ହେଇଯାଇଛନ୍‌। ବାପ୍‌ ଚାଲିଗଲା ଉତାରୁ ୫ ବଛର୍‌ର ଝି’କେ କେହି ଝନେ ଲାଗେଲେସର ସାଂଗେ ନେଇଯାଇଛନ୍‌। ହେଲେ ଦୁଇ ନାବାଲକ ପିଲାକୁ ପାଖ୍‌ପଡ଼ିଶା ଖାଏବାକେ ଦେଇ ଘରେ ରଖିଛନ୍‌। ପିଲା ଦୁଇଟାକର ଆଏଁଖ୍‌ଥୁ ଲହ ନୁହେ ଶୁଖେ। ଏନ୍‌ତାଥି ଦୁଇ ଭାଇକର ଭବିଷତ୍‌ ଅଁଧାରକେ ଠେଲି ହେଇଯାଉଛେ। 

ଜୀବଜନ୍ତୁ, ଉଦ୍ଭିଦଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଜୀବଜନ୍ତୁ, ଉଦ୍ଭିଦଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ସୋନପୁର,୨୨।୪(ନି.ପ୍ର.): ସୁବର୍ଣ୍ଣପୁରରେ ବିଶ୍ୱ ଧରିତ୍ରୀ ଦିବସ ସୋମବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ସୋନପୁର ବନାଞ୍ଚଳ ପକ୍ଷରୁ ଡିଏଫଓଙ୍କ ସମ୍ମିଳନୀ କକ୍ଷରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। 

ନୂତନ ଆଶାକର୍ମୀ ଚୟନକୁ ଗ୍ରାମବାସୀଙ୍କ ବିରୋଧ

ନୂତନ ଆଶାକର୍ମୀ ଚୟନକୁ ଗ୍ରାମବାସୀଙ୍କ ବିରୋଧ

ଦେଓଗାଁ, ୨୨ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଗାଇବାହାଲ ପଞ୍ଚାୟତ ଗଡଦ୍ୱାରରେ ଚଞ୍ଚକତା କରି ଜନୈକା ଆଶାକର୍ମୀଙ୍କୁ ଚାକିରିରୁ ଅବ୍ୟାହତି ଦିଆଯାଇ ନୂତନ ଆଶା ନିଯୁକ୍ତି ପାଇଁ ଆରମ୍ଭ ହୋଇଥିବା ପ୍ରକ୍ରିୟାକୁ ବିରୋଧ ହୋଇଛି।

ଭଂଗା କୁରିଆରେ ବୁଢ଼ାବୁଢ଼ିକର ବିତୁଛେ ଜୀବନ: ପକାଘର ଖଁଡ଼େ ଆଶ୍‌ରେ ଭାଗୀରଥି ଆର ନୁର

ଭଂଗା କୁରିଆରେ ବୁଢ଼ାବୁଢ଼ିକର ବିତୁଛେ ଜୀବନ: ପକାଘର ଖଁଡ଼େ ଆଶ୍‌ରେ ଭାଗୀରଥି ଆର ନୁର

ଜାମଟିକ୍ରା, ୨୨।୪ (ଡି.ଏନ.ଏ):  କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖିକର ଲାଗି ଯୋଜନା ଉପରେ ଯୋଜନା ତିଆର କରୁଛନ୍‌। ଭିନେ ଭିନେ ଯୋଜନାରେ ସରକାର ଫିବଛର କୋଟି କୋଟି ଟଁକା ସାରୁଛନ୍‌। 

ମଉଲିକ୍‌ ସୁବିଧା ସୁଯୋଗରୁ ବଁଚିତ୍‌ ୨ ପଡ଼ାବାସୀ

ମଉଲିକ୍‌ ସୁବିଧା ସୁଯୋଗରୁ ବଁଚିତ୍‌ ୨ ପଡ଼ାବାସୀ

କେସିଙ୍ଗା,୨୨।୪(ଡି.ଏନ.ଏ.):  କେସିଙ୍ଗା ଏନ୍‌.ଏ.ସି. ୮ ନମ୍ବର ଓ୍ବାର୍ଡର ଯାଦବ ଆର ହରିଜନ ପଡ଼ାବାସୀ ମଉଲିକ ସୁବିଧାରୁ ବଁଚିତ ହେଉଥିବାର ଅଭିଯୋଗ ହେଇଛେ। ୮ ନମ୍ବର ଓ୍ବାର୍ଡର ନ୍ୟୁ ଲାଇଫ୍‌ ସ୍କୁଲ ପାସେ ଥିବାର ହରିଜନ ପଡ଼ାରେ ପାଖାପାଖି ୩୦ ପରିବାରର ୨୫୦ ଲୋକ୍‌ ରହୁଛନ୍‌। 

ସର୍ଗିଗୁଡ଼ାରେ ବଡ଼ଭାରି ପିଇଲା ପାଏନ୍‌ ସମସିଆ:  ପାଏନ୍‌ ନାଁରେ ଫ୍ଲୋରାଇଡ୍‌ ପିଉଛନ୍‌ ଗାଁବାସୀ

ସର୍ଗିଗୁଡ଼ାରେ ବଡ଼ଭାରି ପିଇଲା ପାଏନ୍‌ ସମସିଆ: ପାଏନ୍‌ ନାଁରେ ଫ୍ଲୋରାଇଡ୍‌ ପିଉଛନ୍‌ ଗାଁବାସୀ

ନୂଆପଡା ଅଫିସ,୨୨ା୪:  ନୂଆପଡ଼ା ରାଏଜର ସବୁଠାନୁ ଜହ ଫ୍ଲୋରାଇଡ୍‌ ପରଭାବିତ ଜିଲା। ଇଠାନର ପଚିଶ ପରତିଶତରୁ ଅଧ୍‌କା ଅଂଚଲରେ ଫ୍ଲୋରାଇଡ୍‌ ବାହାରୁଛେ। ନିରମଲ ପିଇଲା ପାଏନ୍‌ ଟିକେ ପାଏବାର ଲାଗି ଇଠାନେ ଲୁକ୍‌କୁ ନାନା ସମସିଆ ସଂଗେ ଯୁଝ୍‌ବାକେ ପଡ଼ୁଛେ।

ହକ୍‌ ପାଏଲେ ଦିବ୍ୟାଙ୍ଗ ଆଶୁତୋଷ

ହକ୍‌ ପାଏଲେ ଦିବ୍ୟାଙ୍ଗ ଆଶୁତୋଷ

ବିନିକା,୨୨ା୪(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଭଣ୍ଡାର ଗାଁର ହରିଶ୍ଚନ୍ଦ୍ର ହୋତାକଁର ଦିବ୍ୟାଙ୍ଗ ପୁଓ ଆଶୁତୋଷ ଶେଷେ ସରକାରୀ ଯୋଜନାରେ ବିଜୁ ପକ୍କାଘର ଖଁଡ଼େ ପଏବାରେ ସଫଲ ହେଇଛନ୍‌। 

କାଳବୈଶାଖୀ ସାଙ୍ଗକୁ ବର୍ଷା, କୁଆପଥର ମାଡ଼: କ୍ଷତିରେ ପରିବା ଓ ଫଳଚାଷୀ

କାଳବୈଶାଖୀ ସାଙ୍ଗକୁ ବର୍ଷା, କୁଆପଥର ମାଡ଼: କ୍ଷତିରେ ପରିବା ଓ ଫଳଚାଷୀ

କୁତ୍ରା/ବଡ଼ଗାଁ, ୨୧।୪ (ଡି.ଏନ.ଏ)- ସୁନ୍ଦରଗଡ ଜିଲା କୁତ୍ରା ଓ ବଡ଼ଗାଁ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ସାଙ୍ଗକୁ ବର୍ଷା ଓ କୁଆପଥର ମାଡ଼ ହୋଇଛି। ଫଳରେ ପରିବା ଓ ଫଳ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚାପରେ ରହୁଥିବା ଜଣାପଡିଛି। 

ସିଆମାଳ ନାଳି କଙ୍କ୍ରିଟକରଣ କରିବାକୁ ଦାବି

ସିଆମାଳ ନାଳି କଙ୍କ୍ରିଟକରଣ କରିବାକୁ ଦାବି

ବିନିକା, ୨୦ା୪(ଡି.ଏନ୍‌.ଏ.):ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡି ଏବଂ ବାବୁପାଲି ପଞ୍ଚାୟତର ୫ଶହ ଏକର ଜମିରେ ସିଆମାଳ ନାଳିର ପାଣି ମାଡିଥାଏ।  ୪ଶହରୁ ଊର୍ଦ୍ଧ୍ୱ ଚାଷୀ ଏହାଦ୍ୱାରା ଉପକୃତ ହୋଇଥାନ୍ତି। 

ସର୍ଗିଗୁଡା ଗାଁରେ ଉତ୍କଟ ହେଉଛି ପାଣି ସମସ୍ୟା : ଜଳ ନାଁ ରେ ପିଉଛନ୍ତି ଜହର

ସର୍ଗିଗୁଡା ଗାଁରେ ଉତ୍କଟ ହେଉଛି ପାଣି ସମସ୍ୟା : ଜଳ ନାଁ ରେ ପିଉଛନ୍ତି ଜହର

ନୂଆପଡା ଅଫିସ, ୨୧।୪- ନୂଆପଡା ରାଜ୍ୟର ସବୁଠାରୁ ବେଶୀ ଫ୍ଲୋରାଇଡ ପ୍ରଭାବିତ ଜିଲା। ଏଠିକାର ପଚିଶ ପ୍ରତିଶତରୁ ଊର୍ଦ୍ଧ୍ୱ ଅଞ୍ଚଳ ଫ୍ଲୋରାଇଡ ପ୍ରବଣ। ବିଶୁଦ୍ଧ ପାନୀୟ ଜଳ ମୁନ୍ଦିଏ ପାଇଁ ଏଠିକାର ଲୋକଙ୍କୁ  ସଂଘର୍ଷ କରିବାକୁ ପଡିଥାଏ। 

ସୁବର୍ଣ୍ଣପୁରରେ ପରିବାର ଅଦାଲତ ଖୋଲିଲା

ସୁବର୍ଣ୍ଣପୁରରେ ପରିବାର ଅଦାଲତ ଖୋଲିଲା

ସୋନପୁର,୨୧।୪(ନି.ପ୍ର.):ଜନସାଧାରଣଙ୍କ ଦୀର୍ଘଦିନର ଦାବି ପରେ ସୁବର୍ଣ୍ଣପୁରରେ ପରିବାର ଅଦାଲତ ଖୋଲିଛି। ଏହି ଅଦାଲତ ଦ୍ୱାରା ପାରିବାରିକ ବିବାଦର ଆପୋଷ ସମାଧାନ ହୋଇପାରିବ। 

ବଡ଼ଗାଁ ରାମଲୀଳା ଯାତ୍ରା: ପିତୃସତ୍ୟ ପାଳନ କରି ବନବାସ ଗଲେ ଶ୍ରୀରାମଚନ୍ଦ୍ର

ବଡ଼ଗାଁ ରାମଲୀଳା ଯାତ୍ରା: ପିତୃସତ୍ୟ ପାଳନ କରି ବନବାସ ଗଲେ ଶ୍ରୀରାମଚନ୍ଦ୍ର

ବଡ଼ଗାଁ, ୨୧।୪ (ଡି.ଏନ.ଏ)-ବଡ଼ଗାଁର ରାମଲୀଳା ଯାତ୍ରାର ସପ୍ତମ ରଜନୀରେ ରାମଚନ୍ଦ୍ରଙ୍କ ବନବାସ ମଞ୍ଚସ୍ଥ ହୋଇଛି। ଦାସୀ ମନ୍ଥରାଙ୍କ କୁମନ୍ତ୍ରଣାରେ ପଡି ରାଜା ଦଶରଥଙ୍କ ମଧ୍ୟମା ରାଣୀ କୈକେୟୀ ରାଜାଙ୍କ ଦୁର୍ବଳ ମୂହୂର୍ତ୍ତର ସୁଯୋଗ ନେଇ ୨ବର ଦେବା ପାଇଁ ସର୍ତ୍ତ ରଖିଥିଲେ ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri