ସମ୍ବଲପୁର

ସବୁଜ ପତ୍ରିକାଧାରୀ ପରିବାର କନ୍‌ଠେସା

ସବୁଜ ପତ୍ରିକାଧାରୀ ପରିବାର କନ୍‌ଠେସା

ଲାଠୋର,୨୩ା୧(ଡି.ଏନ.ଏ.):  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଗଁାର ସବୁଜ ପ୍ରତିକାଧାରୀ ପରିବାରମାନକୁ ସରକାରୀ ହିସାବେ ଯେନ୍‌ସବୁ ସୁବିଧା ସୁଯୋଗ ମିଲବାର କଥା ନାଇଁ ମିଲୁଥିବାର ଅଭିଯୋଗ ହେଇଛେ। ଲାଠୋର ଗଁାର ପ୍ରମିଳା ମେହେର, ସବିତା ମେହେର, ସୁରେଖା ମେହେର, ସୁମତି ମେହେର, ସଙ୍ଗୀତା ମେହେର, ବନୀତା ମେହେର ପରମୁଖ ସବୁଜ ପତ୍ରିକାଧାରୀ ମହିଲା। ହେଲେ ଇମାନେ ସଭେ ଯେନ୍‌ ସରକାରୀ ସୁବିଧା ସୁଯୋଗ ପାଏବାର କଥା ନାଇଁ ପାଏବାର। ସେନ୍‌ତା ପରଶାସନ ବି ଇମାନକୁ କନ୍‌ଠେସା କରି ରଖିଥିବାର ଅଭିଯୋଗ କରିଛନ୍‌। ଯେନ୍‌ମାନେ ଗୁଟେ କି ଦୁଇଟା ଛୁଆପିଲାରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରେଇଥିବେ ସେମାନକୁ ସରକାରକଁର ତରଫୁ ସବୁଜ ପତ୍ରିକା ଦିଆଯାଏସି। ସରକାରକଁର ନିୟମ ହିସାବେ ତାକର ପିଲାଛୁଆକୁ ମେଡିକାଲ, ଇଞ୍ଜିନିୟରିଂ, ପଲିଟେକ୍‌ନିକ୍‌, ଆଇଟିଆଇ ଲେଖେଁ ଶିକ୍ଷା କ୍ଷେତ୍‌ରରେ ସଂରକ୍ଷଣ ସୁବିଧା, ଭୂମିହୀନମାନକୁ ଜମି ଦେବାର ନିୟମ ଅଛେ। ହେଲେ ଲୁକ୍‌କର ସରଲତା ଆର ସରକାରୀସ୍ତରରେ ପରଚାର ପରସାର ଅଭାବୁ ଲୋକ୍‌ ଯୋଜ୍‌ନାର ଲାଭ ପାଏବାରୁ ବଁଚିତ ହେଉଛନ୍‌। ସେନ୍‌ତା ଗଲା ୧୦.୧.୨୦୧୩ରେ ଓଡ଼ିଶା ସବୁଜ ପତ୍ରିକାଧାରୀ ମହିଲା ମହାସଂଘ ବଲାଙ୍ଗୀର ଶାଖା ରେଲି କରି ମୁଖ୍ୟମନ୍ତ୍ରୀକଁର ଉଦେଶ୍‌ରେ ବଲାଙ୍ଗୀର ଜିଲାପାଲକୁଁ ୧୧ ଦଫାର ଗୁଟେ ଦାବିପତର ଦେଇଥିଲା।  ସେଥ୍‌ରେ ମୁଖିଆ ଦାବି ଥିଲା, ସରକାରୀ ଚାକରିଆକୁ ଯେନ୍‌ତା ଦୁଇଟା ଇନ୍‌କ୍ରିମେଣ୍ଟ ଦିଆଯାଉଛେ ସେନ୍‌ତା ସବୁଜ ପତ୍ରିକାଧାରୀ ପରିବାରମାନକୁ ମାସିକ ୧ ହଜାର ଟଁକା ଲେଖେଁ ଭତା ଦିଆଯାଉ ବଲି ଦାବି କରାଯାଇଥିଲା। ଏହେଦେ ରାଏଜ୍‌ ସରକାର ଆମ ଗଁା ଆମ ବିକାଶ କାଯ୍‌କରମ ଜରିଆରେ ସମକୁ ସାମିଲ କରି ସବୁ କ୍ଷେତ୍‌ରରେ ବିକାଶ କରୁଛନ୍‌। ହେଲେ ସବୁଜ ପତ୍ରିକାଧରୀ ପରିବାରମାନକର ବାବ୍‌ଦେ କେହେନ୍‌ସି ପିଠା କାଯ୍‌କରମରେ ଆଲୋଚନା ନାଇଁ ହେବାର ବଲି ମହିଲାମାନେ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ଖପ୍ରାଖୋଲ ବିଡିଓ ତରଣୀ ସୁନାକୁଁ ପଚରାଲାରୁ ସବୁଜ ପତ୍ରିକାଧାରୀ ପରିବାରମାନକର ଲାଗି ସରକାରୀସ୍ତରରେ କାଣା ସୁବିଧା ସୁଯୋଗ ରହିଛେ ସେଟା ଉପ୍‌ରର ଅଧ୍‌କାରୀମାନକର ସଂଗେ କଥା ହେଇ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ। ରାଏଜ ସରକାର ଆର ଜିଲା ପରଶାସନ ଇ ଦିଗେ ଧିଆନ୍‌ ଦେଇ ସବୁଜ ପତ୍ରିକାଧାରୀ ପରିବାରମାନକୁ ନିୟମ ହିସାବେ ସୁବିଧ ସୁଯୋଗ ଯୁଗେଇ ଦେବାକେ ଦାବି ହେଉଛେ। ନଁାଇଁ ହେଲେ ଆଏବାର ପିଠା କାଯ୍‌କରମକେ ବିରୋଧ କରାଯିବା ବଲି ଥାନୀୟ ମହିଲାମାନେ କହିଛନ୍‌। 

All Right Reserved By

ସମ୍ବଲପୁର

ଭୂମି ଅଧିକାର ଦାବିରେ ରଣହୁଙ୍କାର

ଭୂମି ଅଧିକାର ଦାବିରେ ରଣହୁଙ୍କାର

ବରଗଡ଼ ଅଫିସ୍‌,୧୫।୨: ଭୂମି ଅଧିକାର ପ୍ରଦାନ ଦାବି ନେଇ ବରଗଡ଼ରେ ଆନ୍ଦୋଳନ ଜୋର୍‌ ଧରିଛି ।

ଧରାପଡିଲେ ୪ ହାଇୱେ ଲୁଟେରା:  ୩୧ଟନ୍‌ ଲୁଟ୍‌ ଲୁହାରଡ୍‌, ଟ୍ରକ୍‌  ଜବତ୍‌

ଧରାପଡିଲେ ୪ ହାଇୱେ ଲୁଟେରା: ୩୧ଟନ୍‌ ଲୁଟ୍‌ ଲୁହାରଡ୍‌, ଟ୍ରକ୍‌ ଜବତ୍‌

 ବଲାଙ୍ଗୀର ଅଫିସ, ୧୫ା୨:ବଲାଙ୍ଗୀର ଜିଲା ପୋଲିସ ଏକ ହାଇୱେ ଲୁଟେରା ଦଳକୁ ଗିରଫ କରି ସେମାନଙ୍କଠାରୁ ସମସ୍ତ ଲୁଟ୍‌ ସାମଗ୍ରୀ ଓ ଲୁଟ୍‌ରେ ବ୍ୟବହୃତ ସାମଗ୍ରୀ ଜବତ୍‌ କରିଛି ।  

ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ, ୬ଗିରଫ

ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ, ୬ଗିରଫ

ବଲାଙ୍ଗୀର ଅଫିସ, ୧୫ା୨:ବଲାଙ୍ଗୀର ବନବିଭାଗ ଟିମ୍‌ ଏକ ବଡଧରଣର ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ କରିଛି ।  ଗୁରୁବାର ବିଳମ୍ବିତ ରାତିରେ କେନ୍ଦୁ କାଠଗଣ୍ଡି ବୋଝେଇ ଏକ ଟ୍ରକ୍‌, ଏକ କାର ଓ ବାଇକ୍‌ ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।  

ପିରବତୀ ଯୁକ୍ତ ୨ ମହିଳା କଲେଜର ତୃତୀୟ ବାର୍ଷିକ ଉତ୍ସବ

ପିରବତୀ ଯୁକ୍ତ ୨ ମହିଳା କଲେଜର ତୃତୀୟ ବାର୍ଷିକ ଉତ୍ସବ

କର୍ଲାମୁଣ୍ଡା,୧୫।୨(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଅଞ୍ଚଳର ଏକମାତ୍ର ପିରବତୀ ଯୁକ୍ତ ୨ ମହିଳା ମହାବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି। 

ବିପୁଳ ପରିମାଣର ମଦ, ମହୁଲ ପୋଚ ଜବତ

ବିପୁଳ ପରିମାଣର ମଦ, ମହୁଲ ପୋଚ ଜବତ

ପାଟଣାଗଡ, ୧୫।୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକର ରେଙ୍ଗାଲି ଏବଂ ଛେଲଖାଇ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ଦେଶୀ ରନ୍ଧାମଦ ଏବଂ ମହୁଲ ପୋଚ ଜବତ କରିଛି। 

ସଂକଳ୍ପିତ ହେଲେ ସବୁକାମ ସମ୍ଭବ ହେବ

ସଂକଳ୍ପିତ ହେଲେ ସବୁକାମ ସମ୍ଭବ ହେବ

ଅମରପାଲି,୧୫।୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଗ୍ରାମ ପଞ୍ଚାୟତର ଭୁତିଆପାଲିସ୍ଥିତ ପରମେଶ୍ୱରୀ କଲେଜରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି।

ଅବକାରୀ ବିଭାଗ ଚଢ଼ାଉ: ଦେଶୀ ମଦ ଜବତ, ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଅବକାରୀ ବିଭାଗ ଚଢ଼ାଉ: ଦେଶୀ ମଦ ଜବତ, ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ପାଟଣାଗଡ଼,୧୫।୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକର ରେଙ୍ଗାଲି ଏବଂ ଛେଲଖାଇ ଗ୍ରାମରେ ଅବକାରୀ ବିଭାଗ ଶୁକ୍ରବାର ଚଢ଼ାଉ କରିଛିି। ଏହି ଚଢ଼ାଉରେ ଜଣେ ମହିଳା ସମେତ ୫ ଜଣଙ୍କୁ ଗିରଫ କରାଯିବା ବେଳେ ୧୭୬ ଲିଟର ଦେଶୀ ରନ୍ଧା ମଦ, ୧୨୦ କେଜି ମହୁଲ ଏବଂ ରେଙ୍ଗାଲି ଜଙ୍ଗଲରୁ ୩.୫ କୁଇଣ୍ଟାଲ ମହୁଲ ପୋଚ ଜବତ କରିଥିଲେ। 

ସପନ୍‌ ହେଇ ରହିଗଲା ପକାଘର: ଭୁଲ କଲା ପରଶାସନ, ଦୁଖ୍‌ ଭୁଗ୍‌ଲେ ଅମ୍ବରିଶ

ସପନ୍‌ ହେଇ ରହିଗଲା ପକାଘର: ଭୁଲ କଲା ପରଶାସନ, ଦୁଖ୍‌ ଭୁଗ୍‌ଲେ ଅମ୍ବରିଶ

ଉଲୁଣ୍ଡା, ୧୫।୨ (ଡି.ଏନ.ଏ): ପଁଚେତ୍‌ କଁଥିରେ ୨୦୧୬ ଏପ୍ରିଲ ମାସେ ଛପାହେଲା ନାଁ। ସରକାରୀ ଆବାସ ଯୋଜନାରେ ପକାଘର ଖଁଡ଼େ ମିଲବା ଇ ଆଶାରେ ସେ ଖୁସ୍‌ଥିଲେ। 

ଆଦିବାସୀକର ଲାଗି ସାତ୍‌ସପନ୍‌ ହେଇଛେ ବିକାଶ: ସରଲତାର ସୁଯୋଗ ନେଉଛନ୍‌ ନେତା, ପରଶାସକ୍‌

ଆଦିବାସୀକର ଲାଗି ସାତ୍‌ସପନ୍‌ ହେଇଛେ ବିକାଶ: ସରଲତାର ସୁଯୋଗ ନେଉଛନ୍‌ ନେତା, ପରଶାସକ୍‌

ଭବାନୀପାଟଣା,୧୫।୨(ଡି.ଏନ.ଏ.): ଗାଁ ଗଁଲିର ବିକାଶ ଲାଗି ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଭିନେ ଭିନେ ଯୋଜନା କରୁଛନ୍‌। ହେଲେ ଆଏଜ୍‌ବି କଳାହାଣ୍ଡି ଜିଲାର ଅନେକ ଗାଁ ରେ ବିକାଶ ଅପହଁଚ୍‌ ହେଇ ରହିଛେ। 

ଏମ୍‌.ସି.ସି କ୍ରିକେଟ୍‌ ଟୁର୍ନାମେଣ୍ଟ: ଦେଓଗାଁ ଚାମ୍ପିୟନ

ଏମ୍‌.ସି.ସି କ୍ରିକେଟ୍‌ ଟୁର୍ନାମେଣ୍ଟ: ଦେଓଗାଁ ଚାମ୍ପିୟନ

ମଦନପୁର,୧୪।୨(ଡି.ଏନ.ଏ.): କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମଦନପୁର ଖେଳ ପଡିଆଠାରେ ଚାଲିଥିବା ଏମ୍‌.ସି.ସି କ୍ରିକେଟ ଟୁର୍ନାମେଣ୍ଟ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ମଦନପୁର ଏମ୍‌.ସି.ସି ଓ ଦେଓଗାଁ ଦଳ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଦେଓଗାଁ ଦଳ ଚାମ୍ପିୟନ ହୋଇଛି। 

ଗାର୍‌ହନ୍ ନାଟକକୁ ୯ଟି ପୁରସ୍କାର

ଗାର୍‌ହନ୍ ନାଟକକୁ ୯ଟି ପୁରସ୍କାର

ଭବାନୀପାଟଣା,୧୪।୨(ଡି.ଏନ.ଏ.): ଝାଡ଼ଖଣ୍ଡ କଳାସଙ୍ଗମ ଗିରିଡିହରେ ଜାତୀୟସ୍ତରୀୟ ନାଟକ ମହୋତ୍ସବ ଆୟୋଜିତ ହୋଇଯାଇଛି। 

କୁକୁର ଆକ୍ରମଣରେ କୁଟୁରା ମୃତ

କୁକୁର ଆକ୍ରମଣରେ କୁଟୁରା ମୃତ

ଭବାନୀପାଟଣା,୧୪।୨(ଡି.ଏନ.ଏ.): ଭବାନୀପାଟଣା ସହରର ୮କିଲୋମିଟର ଦୂରରେ ଥିବା ନାରେଙ୍ଗଖୋଲା ଜଙ୍ଗଲ ନିକଟରେ ଏକ କୁଟୁରାକୁ କୁକୁରମାନେ ଆକ୍ରମଣ କରି ଆହତ କରିଦେଇଥିଲେ।