ବ୍ରହ୍ମପୁର

ଚାଷୀ ସମାବେଶରେ ଖୋଲିବ ୨୨ ଷ୍ଟଲ୍‌

ଚାଷୀ ସମାବେଶରେ ଖୋଲିବ ୨୨ ଷ୍ଟଲ୍‌

ବ୍ରହ୍ମପୁର ଅଫିସ,୨୩ା୧-ନବଗଠିତ ଗଞ୍ଜାମ ଜିଲା ବିଜୁ କୃଷକ ଜନତା ଦଳର ପ୍ରଥମ ବୈଠକ ମଙ୍ଗଳବାର ବ୍ରହ୍ମପୁର ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୭ ତାରିଖରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ନିକଟରେ ହେବାକୁ ଥିବା କୃଷକ ମହାସମାବେଶକୁ ସମ୍ପୂର୍ଣ୍ଣ ସଫଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସଂଗଠନ ସଭାପତି ତଥା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ଥିବାରୁ ଜିଲାର ସମସ୍ତ ବ୍ଲକରୁ ଆସୁଥିବା ଚାଷୀଙ୍କୁ ଶୃଙ୍ଖଳିତ କରିବା ଲାଗି କୃଷକ ଜନତା ଦଳର କାର୍ଯ୍ୟକର୍ତ୍ତାମାନେ ଦାୟିତ୍ୱ ନେବାକୁ ପରାମର୍ଶ ଦେଇଥିଲେ । 

ବୈଠକ ଶେଷରେ ସ୍ବାଇଁ କହିଥିଲେ, ସମାବେଶ ସ୍ଥଳରେ ବିଜୁ କୃଷକ ଜନତା ଦଳ ପକ୍ଷରୁ ୨୨ ଷ୍ଟଲ ଖୋଲାଯିବ। ସେଥିରେ ସମସ୍ତ କୃଷି ଉପକରଣ ରଖାଯିବ। ପ୍ରତି ବ୍ଲକରୁ ଅନ୍ୟୁନ ହଜାରେ ଲେଖାଏ ଚାଷୀ ଯେଭଳି ଯୋଗଦେବେ ସେ ନେଇ ବ୍ୟବସ୍ଥା କରାଯାଇଛି। କାଳିଆ ଯୋଜନାନୁସାରେ ୪୭ ହଜାରରୁ ଊର୍ଦ୍ଧ୍ୱ ଚାଷୀ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉପକରଣ ଓ ଆର୍ଥିକ ସହାୟତା ବଣ୍ଟନ କରିବେ। କାର୍ଯ୍ୟକ୍ରମରେ କୃଷକ ଜନତା ଦଳ  କର୍ମକର୍ତ୍ତାମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ। ସମାବେଶକୁ ବିଭିନ୍ନ ବ୍ଲକରୁ ଚାଷୀଙ୍କୁ ଆଣିବା ଦାୟିତ୍ୱ ବିଜୁ କୃଷକ ଜନତା ଦଳର ବ୍ଳକ କମିଟି କର୍ମକର୍ତ୍ତାଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ସ୍ବାଇଁ ସୂଚାଇଥିଲେ। ଆଲୋଚନାରେ ଉପସଭାପତି ଜାମୁଲା ଶଙ୍କର ନାରାୟଣଙ୍କ ସମେତ ଅନ୍ୟମାନେ ଭାଗ ନେଇଥିଲେ ।

ଜିଲା ବିଜେଡି ସାଧାରଣ ସମ୍ପାଦକ ତଥା ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା, ଯୁବ ବିଜେଡି ଜିଲା ସଭାପତି ଏନ୍‌. ଧନଞ୍ଜୟ ରାଓ, ବିଡିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଅପରପକ୍ଷରେ କାଳିଆ ଯୋଜନା ଓ କୃଷକ ସମାବେଶ ବିଜେଡି ସରକାରଙ୍କ ନିର୍ବାଚନୀ ଧୂଅଁାବାଣ ହୋଇଥିବା କଂଗ୍ରେସ କଟାକ୍ଷ କରିଛି। ଜିଲାରେ ଚାଷୀ ଆତ୍ମହତ୍ୟା ବଢ଼ି ଚାଲିଛି ଏବଂ ଧାନର ଅଭାବୀ ବିକ୍ରୀ ସାଙ୍ଗକୁ ନିଅଣ୍ଟିଆ ଜଳସେଚନ ଯୋଗୁ କୃଷିଜାତ ପଦାର୍ଥର ଉପତ୍ାଦନ ସବୁ ବର୍ଷ ହ୍ରାସ ପାଉଥିବା ବେଳେ ଭୋଟ ରାଜନୀତି ପାଇଁ ବିଜେଡି ସରକାରଙ୍କ ଚାଷୀ ସମାବେଶ କରାଯାଉଥିବା ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ତାଚ୍ଛଲ୍ୟ କରିଛନ୍ତି ।

All Right Reserved By

ବ୍ରହ୍ମପୁର

ମାଓବାଦୀ ଅଞ୍ଚଳରୁ ଗାଡ଼ି ଆଣିଲେ ମାଲିକ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୪ା୪ -କନ୍ଧମାଳ ଜିଲାରେ ନିର୍ବାଚନ ବେଳେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଗୁ ସେସବୁ ଅଞ୍ଚଳରେ ନିୟୋଜିତ ଗାଡି ନିର୍ବାଚନ ପରେ ଆସିପାରି ନଥିଲା। 

ଟ୍ରାଫିକ୍‌ ନିୟନ୍ତ୍ରଣକୁ ଧ୍ୟାନ ଦେଉନି ପୋଲିସ 

ବ୍ରହ୍ମପୁର ଅଫିସ,୨୪ା୪-ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଅବଧି ସରି ଆସୁଥିବା ବେଳେ ଲୋକମାନଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଜିଲାର ବିଭିନ୍ନ ସ୍ଥାନରୁ ଲୋକମାନେ ମା’ଙ୍କ ଅସ୍ଥାୟୀ ପୀଠକୁ ଦର୍ଶନ ପାଇଁ ଆସୁଛନ୍ତି। 

ପୂର୍ବତନ ଆକାଉଣ୍ଟାଣ୍ଟଙ୍କୁ ୨ବର୍ଷ ଜେଲ

ଫୁଲବାଣୀ ଅଫିସ,୨୪ା୪- ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଭଗବାନ ପ୍ରଧାନ ଏକ ଲାଞ୍ଚ ମାମଲାର ବିଚାର କରି ଜଣେ ଆକାଉଣ୍ଟାଣ୍ଟଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। 

ପୋଲିସ ପରିଚୟ ଦେଇ ଯୁବକଙ୍କୁ ଅପହରଣ ଅଭିଯୋଗ 

ଗୋପାଳପୁର, ୨୪ା୪-ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଜଣେ  ଯୁବକ ଧାର ଟଙ୍କା ଫେରସ୍ତ ନ କରିବାରୁ ତାଙ୍କ ଭାଇଙ୍କୁ ପୋଲିସ  ପରିଚୟ ଦେଇ ବନ୍ଧୁକ ଦେଖାଇ ଅପହରଣ କରି ନିସ୍ତୁକ ମାଡ଼ ମାରିଥିବା ଗୋଳନ୍ଥରା ଥାନାରେ ମଙ୍ଗଳବାର ରାତି ପ୍ରାୟ ୯ଟାରେ ଅଭିଯୋଗ ହୋଇଛି। ଏ ନେଇ ନଂ. ୧୨୨/୧୯ରେ ମାମଲା ରୁଜୁ କରାଯାଇଛି। 

ଝଡ଼ତୋଫାନ ସହ ବର୍ଷା :  ନିଧିଆପଲ୍ଲୀ-ଗାଲେରି ରାସ୍ତାରେ ପଡ଼ିଲା ଗଛ

ଝଡ଼ତୋଫାନ ସହ ବର୍ଷା : ନିଧିଆପଲ୍ଲୀ-ଗାଲେରି ରାସ୍ତାରେ ପଡ଼ିଲା ଗଛ

ଭଞ୍ଜନଗର,୨୩।୪(ଡି.ଏନ.ଏ)-ଭଞ୍ଜନଗର ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। 

ଭଞ୍ଜନଗର ଷ୍ଟ୍ରଙ୍ଗରୁମ୍‌ ଯାଞ୍ଚ କଲେ ଜିଲାପାଳ

ଭଞ୍ଜନଗର ଷ୍ଟ୍ରଙ୍ଗରୁମ୍‌ ଯାଞ୍ଚ କଲେ ଜିଲାପାଳ

ଭଞ୍ଜନଗର,୨୩।୪(ଡି.ଏନ.ଏ)-ଭଞ୍ଜନଗର, ସୋରଡ଼ା ଓ ଆସିକା ନିର୍ବାଚନ ମଣ୍ଡଳୀରେ ଗତ ୧୮ ତାରିଖରେ ମତଦାନ ସରିଛି। ଏହି ୩ ନିର୍ବାଚନ ମଣ୍ଡଳୀର ମୋଟ ୭୨୨ ବୁଥ୍‌ର ଇଭିଏମ୍‌ ଏବଂ ଭିଭିପିଏଟିକୁ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ଷ୍ଟ୍ରଙ୍ଗ୍‌ରୁମରେ ସିଲ କରି ରଖାଯାଇଛି।  

୧୩ରୁ ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା

୧୩ରୁ ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା

ପୁରୁଷୋତ୍ତମପୁର,୨୩।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଐତିହାସିକ ପ୍ରସିଦ୍ଧ ମା’ କନକା ଠାକୁରାଣୀଙ୍କ ସମେତ କାଳୁଆ, ତାରାତାରିଣୀ, କାଳୀ ଓ ଫୁଲସୁନ୍ଦରୀ ପଞ୍ଚ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ସୋମବାର ରାତିରେ ବଡବଜାର ଠାରେ ଠାରେ ଯାତ୍ରା ଅଧିକାରୀ ରମାକାନ୍ତ ଦାଶଙ୍କ ତତ୍ତ୍ୱାବଧାନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଶୁଣିଲା ନାହିଁ ପ୍ରଶାସନ: ମାଓବାଦୀ ଅଞ୍ଚଳରୁ ଗାଡି ଆଣିଲେ ମାଲିକ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୩।୪- କନ୍ଧମାଳ ଜିଲାରେ ନିର୍ବାଚନ ବେଳେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଗୁ ସେସବୁ ଅଞ୍ଚଳରେ ନିୟୋଜିତ ଗାଡି ନିର୍ବାଚନ ପରେ ଆସିପାରି ନଥିଲା। 

ନିଖୋଜ ଜିଆର୍‌ଏସ୍‌ଙ୍କ ପରିବାରକୁ ନ୍ୟାୟ ଦାବିରେ ଧାରଣା

ନିଖୋଜ ଜିଆର୍‌ଏସ୍‌ଙ୍କ ପରିବାରକୁ ନ୍ୟାୟ ଦାବିରେ ଧାରଣା

ଫୁଲବାଣୀ ଅଫିସ, ୨୩।୪-ଚଳିତ ସାଧାରଣ ନିର୍ବାଚନରେ ଜିଆରଏସ୍‌ ସଂଯୁକ୍ତା ଦିଗାଲଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଯେପରି ଚାଞ୍ଚଲ୍ୟ ଖେଳାଇ ଦେଇଛି ସେହିପରି ୨୦୧୪ ସାଧାରଣ ନିର୍ବାଚନ କାର୍ଯ୍ୟରେ ଯାଇ ଘରକୁ ଫେରି ନ ଥିବା ଜିଆରଏସ୍‌ ମମତା ନାୟକଙ୍କ ଘଟଣା ମଧ୍ୟ ଜିଲାରେ ଲୋକଙ୍କ ମନରେ ତାଜା ହୋଇ ରହିଛି । 

ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ଆନ୍ଦୋଳନକୁ ପୂରିବ ୧୨ ବର୍ଷ

ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ଆନ୍ଦୋଳନକୁ ପୂରିବ ୧୨ ବର୍ଷ

ବ୍ରହ୍ମପୁର ଅଫିସ,୨୩।୪- ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଜୋରଦାର ଆନ୍ଦୋଳନ ୨୦୦୭ ଡିସେମ୍ବର ମାସରୁ ଆରମ୍ଭ ହୋଇଥିଲା। 

ଅଂଶୁଘାତରୁ ରକ୍ଷା ଲାଗି ପଦକ୍ଷେପ ଗ୍ରହଣ କରାଯିବ

ଫୁଲବାଣୀ ଅଫିସ, ୨୩।୪-ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଯାତ୍ରୀବାହୀ ଯାନ ଚଳାଚଳ ବନ୍ଦ ରହିବ ।

ଆବର୍ଜନା ଧୂଅଁ।ରେ ଅତିଷ୍ଠ ବ୍ରହ୍ମପୁରବାସୀ

ଆବର୍ଜନା ଧୂଅଁ।ରେ ଅତିଷ୍ଠ ବ୍ରହ୍ମପୁରବାସୀ

ବ୍ରହ୍ମପୁର ଅଫିସ୍‌,୨୩।୪-ସ୍ବଚ୍ଛତା ପାଇଁ ଗୋଟିଏ ପରେ ଗୋଟିଏ ପୁରସ୍କାର ହାତଉଛି ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)। ସହରର ସଫେଇକୁ ନେଇ ପ୍ରଚାର କରାଯାଉଛି। କିନ୍ତୁ ଅନ୍ୟପଟେ ସହରକୁ ପ୍ରଦୂଷିତ କରୁଛି ବିଏମ୍‌ସି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri