ବ୍ରହ୍ମପୁର

ଟାଟା ବିସ୍ଥାପିତଙ୍କ ପ୍ରତିଶ୍ରୁତି ପୂରଣ ଦାବି: ଶିବସେନାର ବିକ୍ଷୋଭ, ଆରଡିସିଙ୍କୁ ଦାବିପତ୍ର

ଟାଟା ବିସ୍ଥାପିତଙ୍କ ପ୍ରତିଶ୍ରୁତି ପୂରଣ ଦାବି:  ଶିବସେନାର ବିକ୍ଷୋଭ, ଆରଡିସିଙ୍କୁ ଦାବିପତ୍ର

ବ୍ରହ୍ମପୁର ଅଫିସ,୨୩ା୧-ଟାଟା କମ୍ପାନୀ ଦ୍ୱାରା ବିସ୍ଥାପିତ ଲୋକଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ପ୍ରତିବାଦରେ  ଶିବସେନାର ଯୁବସେନା  ପକ୍ଷରୁୂ ମଙ୍ଗଳବାର ଏକ ବିକ୍ଷୋଭ ଶୋଭାଯାତ୍ରା ଆୟୋଜିତ ହୋଇଥିଲା| ଟାଟା ବିସ୍ଥାପିତ ଅଞ୍ଚଳବାସୀଙ୍କ ସହ ସଙ୍ଗଠନ କର୍ମକର୍ତ୍ତାମାନେ କମାପଲ୍ଲୀ ଛକରୁ ବାହାରି ସହର ପରିକ୍ରମା କରିବା ସହ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଟାଟା ବିସ୍ଥାପିତ ପରିବାରକୁ ଆର୍ଥିକ କ୍ଷତିପୂରଣ ଓ ଚାକିରି ଦେବା ନେଇ ଟାଟା ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା ା କିନ୍ତୁ ଏଯାଏ ୮୦ ପରିବାରକୁ ସହାୟତା ମିଳି ନ ଥିବା ସଂଗଠନ ଅଭିଯୋଗ କରିଛି ା ଶିଳ୍ପ ଉଦ୍ୟୋଗରେ ନିଯୁ୍‌କ୍ତି ଦେବା ନାମରେ ଗଞ୍ଜାମ ଜିଲ୍ଲାର ଶିକ୍ଷିତ ଯୁବକଙ୍କ ସହ ସରକାର ଖେଳୁଥିବା ନେଇ ଶିବସେନା ପକ୍ଷରୁ ବିକ୍ଷୋଭ ସମାବେଶରେ କୁହାଯାଇଥିଲା ା ଲୋକଙ୍କୁ ଚକ୍ରାନ୍ତ କରି ନେଇଥିବା ଆଫିଡାଭିଟ୍‌କୁ ବାଜ୍ୟାପ୍ତ କରିବା, ଟାଟା କଲୋନୀରେ ଖୋଲାଯିବାକୁ ଥିବା ମେଡିକାଲରେ ସ୍ଥାନୀୟ କଲୋନୀବାସୀଙ୍କୁ ନିଯୁକ୍ତି ଦେବା, ଟାଟାକଲୋନୀରେ ଆଦର୍ଶଗ୍ରାମ ପରି ସମସ୍ତ ସୁବିଧା ପ୍ରଦାନ କରାଯିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି ା ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରା ନ ଗଲେ ସଂଗଠନ ପକ୍ଷରୁ ଆନ୍ଦୋଳନକୁ ତୀବ୍ର କରାଯିବାକୁ ଚେତାବନୀ ଦିଆଯାଇଛି। ଏହି ବିକ୍ଷୋଭ ସମାବେଶରେ ସଂଗଠନ ରାଜ୍ୟ ଉପପ୍ରମୁଖ ବଳରାମ ବାବା, ରାଜ୍ୟ ସଙ୍ଗଠନ ମନ୍ତ୍ରୀ ସୀମାଞ୍ଚଳ ପାଢୀ, ଜିଲା ଯୁବସେନା ପ୍ରମୁଖ ପି. ତୁଳସାୟା ରେଡ୍ଡୀ, ସୁଦର୍ଶନ ଦାଶ, ରାଜେଶ ମହାରଣା ଓ ସୀମାଞ୍ଚଳ ଗୌଡଙ୍କ ସମେତ ସମସ୍ତ କର୍ମକର୍ତ୍ତା ଟାଟା ବିସ୍ଥାପିତ ମହିଳା ଓ ପୁରୁଷ ସାମିଲ ହୋଇଥିଲେ ା 

All Right Reserved By

ବ୍ରହ୍ମପୁର

ଚଣ୍ଡିପୁର ସାହି ବୋମାମାଡ଼ ଘଟଣା: ୪ ଗରିଫ, କୋର୍ଟଚାଲାଣ

ଚଣ୍ଡିପୁର ସାହି ବୋମାମାଡ଼ ଘଟଣା: ୪ ଗରିଫ, କୋର୍ଟଚାଲାଣ

ଗଞ୍ଜାମ,୧୫।୨(ଡି.ଏନ.ଏ.)- ରମ୍ଭା ଥାନା ଚଣ୍ଡିପୁର ସାହି ବୋମାମାଡ଼ ଘଟଣାରେ ପୋଲିସ ଶୁକ୍ରବାର ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ପ୍ରଦୀପ ଗୌଡ଼, ବାବୁଲା ଗୌଡ଼ (ରମ୍ଭା ଦାସସାହି), ନାରାୟଣ ସୁବୁଦ୍ଧି (ରମ୍ଭା) ଏବଂ ଯୁଧୀଷ୍ଠିର ବେହେରା (ବାଗଲପୁର)। ଏମାନଙ୍କୁ ବୋମା ତିଆରି ସାମଗ୍ରୀ ଯୋଗାଇ ଥିବା ଅଭିଯୋଗରେ ମଧ୍ୟ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମୁନା ମହାରଣା ଏବଂ ରଞ୍ଜିତ ପ୍ରଧାନ।

ନିଜୁମା ଘାଟିରେ ଦୁର୍ଘଟଣା: ୪୦ଫୁଟ ତଳକୁ ଖସିପଡିଲା ବାଇକ, ୨ ମୃତ

ନିଜୁମା ଘାଟିରେ ଦୁର୍ଘଟଣା: ୪୦ଫୁଟ ତଳକୁ ଖସିପଡିଲା ବାଇକ, ୨ ମୃତ

ମୋହନା,୧୫।୨(ଡି.ଏନ୍‌.ଏ.)- ମୋହନା ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ନିଜୁମା ଘାଟିରେ ଭାରସାମ୍ୟ ହରାଇ ଏକ ବାଇକ ଗଛରେ ପିଟିହୋଇ ୪୦ଫୁଟ ତଳକୁ ଖସି ପଡିଥିଲା। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଗଞ୍ଜାମ ଜିଲା ବଡଗଡ ଥାନା ବଳରାମପୁର ପଞ୍ଚାୟତର ଏ. ବିଜନ ମଣ୍ଡଳ (୨୩) ଓ ମୋହନା ଥାନା ଗୋବିନ୍ଦପୁର ପଞ୍ଚାୟତ ହିଚାଗାନ୍ଧୀ ଗ୍ରାମର ରବି ରଇତ (୨୨)।

ନିର୍ବାଚନୀ ବିଗୁଲ ବଜାଇଲେ ରାମକୃଷ୍ଣ

ନିର୍ବାଚନୀ ବିଗୁଲ ବଜାଇଲେ ରାମକୃଷ୍ଣ

ଶେରଗଡ,୧୫।୨(ଡି.ଏନ୍‌.ଏ.)-ଶେରଗଡସ୍ଥିତ ରାମଚଣ୍ଡୀ କଲ୍ୟାଣ ମଣ୍ଡପରେ ଶୁକ୍ରବାର କଂଗ୍ରେସର ଜୋନ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ଜିଲା କଂଗ୍ରେସ ସଭାପତି ଡ. ତ୍ରିନାଥ ବେହେରା ଅଧ୍ୟକ୍ଷତା କରିଥିଲେ। ଜୋନ ସ୍ତରୀୟ କଂଗ୍ରେସ ସଭାପତି ରାମକୃଷ୍ଣ ପଣ୍ଡା ଓ ସୀମାଞ୍ଚଳ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ମିଳନୀରେ ନିର୍ବାଚନୀ ବୁଗୁଲ ବାଜିଛି।

ଭଞ୍ଜନଗରରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭଞ୍ଜନଗରରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭଞ୍ଜନଗର,୧୫।୨(ଡି.ଏନ.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ସୋରାଦେବୀ  ମନ୍ଦିର ଗଣ୍ଡିଶୁଳା ରାସ୍ତାରେ ଶୁକ୍ରବାର ସକାଳେ ଏନକାଉଣ୍ଟର ହୋଇଛି। 

ପିକ୍‌ଅପ୍‌ ଧକ୍କାରେ ଶିଶୁକନ୍ୟା ମୃତ: ରାସ୍ତାରୋକୋ

ପିକ୍‌ଅପ୍‌ ଧକ୍କାରେ ଶିଶୁକନ୍ୟା ମୃତ: ରାସ୍ତାରୋକୋ

ଦିଗପହଣ୍ଡି/ପାଟପୁର, ୧୫ା୨(ଡି.ଏନ.ଏ.)- ଦିଗପହଣ୍ଡି-ରାୟଗଡ଼ା ରାଜ୍ୟ ରାଜପଥର ଡ଼େଙ୍ଗାଓସ୍ତା ଗ୍ରାମ ଢ଼ିପସାହି ନିକଟରେ ପିକଅପ୍‌ ଧକ୍କାରେ ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଏଲ. ଲିପ୍ସା ଦୋରା(୫)।

ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ

ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ

ବ୍ରହ୍ମପୁର ଅଫିସ୍‌,୧୫ା୨- କେହି ନ ଥିବା ସମୟରେ ଘରେ ପଶି ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ବିଚାର କରି ବ୍ରହ୍ମପୁର ଏଡିଜେ-୨ ପୋକ୍ସୋ କୋର୍ଟ ଜଜ୍‌ ଦୀପକ କୁମାର ଅଭିଯୁକ୍ତ ପଡୋଶୀ ପ୍ରଶାନ୍ତ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି| 

ଆଜିଠୁ କୁଷ୍ଠମୁକ୍ତ ଗାଁ ଅଭିଯାନ

ଆଜିଠୁ କୁଷ୍ଠମୁକ୍ତ ଗାଁ ଅଭିଯାନ

ଛତ୍ରପୁର,୧୫ା୨(ଡି.ଏନ.ଏ)- ଗଞ୍ଜାମ ଜିଲା ସମାଜ ସୁରକ୍ଷା ବିଭାଗ ପକ୍ଷରୁ ବୁଧବାର ଛତ୍ରପୁରସ୍ଥିତ ସଂସ୍କୃତି ଭବନ ପରିସରରେ ଜିଲାସ୍ତରୀୟ କୁଷ୍ଠ ନିରାକରଣ ପକ୍ଷ ପାଳିତ ହୋଇଯାଇଛି|  

ମଦମୁକ୍ତ ଅଭିଯାନ: ସ୍ପିରିଟ ପୋଡ଼ିଲେ ମହିଳା

ମଦମୁକ୍ତ ଅଭିଯାନ: ସ୍ପିରିଟ ପୋଡ଼ିଲେ ମହିଳା

ବୁଗୁଡ଼ା,୧୫ା୨(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତରେ ଥିବା ୯ ଖଣ୍ଡ ଗ୍ରାମକୁ ମଦମୁକ୍ତ କରିବାକୁ ମହିଳାମାନେ ଅଣ୍ଟା ଭିଡିଛନ୍ତି। ମଦମୁକ୍ତ ପଞ୍ଚାୟତ ଘୋଷଣା ଦାବି ନେଇ ଗୁରୁବାର ଉକ୍ତ ପଞ୍ଚାୟତର ଜନସାଧାରଣ ତଥା ସହସ୍ରାଧିକ ମହିଳା ଏହି ଅଭିଯାନ ଆରମ୍ଭ କରିଛନ୍ତି।

ବିଦ୍ୟୁତ୍‌ ଆଲୁଅରୁ ବଞ୍ଚିତ ଲୁହୁରିବାଲିବାସୀ

ବିଦ୍ୟୁତ୍‌ ଆଲୁଅରୁ ବଞ୍ଚିତ ଲୁହୁରିବାଲିବାସୀ

ଫୁଲବାଣୀ ଅଫିସ, ୧୫ା୨-କନ୍ଧମାଳ ଜିଲା ଫୁଲବାଣୀ ସହରଠାରୁ ମାତ୍ର ଅଳ୍ପ ଦୂର ଗଞ୍ଜୁଗୁଡା ପଞ୍ଚାୟତ ଲୁହୁରୀବାଲି ଗ୍ରାମରେ ଆଜି ପର୍ଯ୍ୟନ୍ତ ବିଜୁଳି ଆଲୁଅ ପହଞ୍ଚି  ପାରିନାହିଁ। ତେଣୁ ଗ୍ରାମର ମହିଳାମାନେ ଏଥିରେ ଅତିଷ୍ଠ ହୋଇ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରିବା ସହ ଯଥାଶୀଘ୍ର ଗ୍ରାମକୁ ବିଦ୍ୟୁତ୍‌ ଯୋଗାଇ ଦେବାକୁ ପ୍ରଶାସନକୁ ଚେତାବନୀ ଦେଇଛନ୍ତି।

ଫିରିଙ୍ଗିଆ ଉଚ୍ଚ ବିଦ୍ୟାଳୟ: ଛାତ୍ରଙ୍କ ମାଡ଼ରେ ଛାତ୍ର ଗୁରୁତର

ଫିରିଙ୍ଗିଆ ଉଚ୍ଚ ବିଦ୍ୟାଳୟ: ଛାତ୍ରଙ୍କ ମାଡ଼ରେ ଛାତ୍ର ଗୁରୁତର

ଫିରିଙ୍ଗିଆ, ୧୫ା୨: ଫିରିଙ୍ଗିଆ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀର କେତେଜଣ ଛାତ୍ରଙ୍କ ମାଡ଼ରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରଙ୍କ ବାପା ଘଟଣାର ତଦନ୍ତ ସହ ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। 

ପୋଖରୀରେ ବୁଡ଼ି ଛାତ୍ର ମୃତ

ପୋଖରୀରେ ବୁଡ଼ି ଛାତ୍ର ମୃତ

ଗଞ୍ଜାମ,୧୪।୨(ଡି.ଏନ.ଏ.)- ରମ୍ଭା ଥାନା ବିଟି ନୂଆଗଁାସ୍ଥିତ ଏକ ପୋଖରୀରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଡିଆଁଡେଇଁ ଗ୍ରାମର ବିରଞ୍ଚତ୍ ଦାସଙ୍କ ପୁଅ ଚିନ୍ମୟ (୮)। ମିଳିଥିବା ତଥ୍ୟ ଅନୁଯାୟୀ ମୃତ ଚିନ୍ମୟ ବିଟି ନୂଆଗାଁ ନିଜ ଅଜା ଇଶ୍ୱର ନାହାକଙ୍କ ଘରେ ରହି ପାଠ ପଢୁଥିଲେ। ବୁଧବାର ସନ୍ଧ୍ୟାରେ ଶୌଚ ପାଇ ଯାଇ ପୋଖରୀକୁ ଖସି ପଡିଥିଲେ। ଘର ଲୋକେ ପୋଖରୀରୁ ତାଙ୍କର ମୃତଦେହ ଉଦ୍ଧାର କରିଥିଲେ।

ଆକ୍ରମଣ ମାମାଲ: ଯୁବକଙ୍କୁ ୭ମାସ ଜେଲ

ଆକ୍ରମଣ ମାମାଲ: ଯୁବକଙ୍କୁ ୭ମାସ ଜେଲ

ଶେରଗଡ,୧୪।୨(ଡି.ଏନ୍‌.ଏ.)- ଶେରଗଡ ମାଜିଷ୍ଟ୍ରେଟ ରେଖାରାଣୀ ନାୟକ ଗୁରୁବାର ଏକ ଆକ୍ରମଣ ମାମଲାର ଶୁଣାଣି କରି ଜଣେ ଅଭିଯୁକ୍ତଙ୍କୁ ୭ମାସ ଜେଲ ଦଣ୍ଡ ଶୁଣାଇଛନ୍ତି। ପ୍ରକାଶ ଯେ, ୨୦୧୭ ଅଗଷ୍ଟ ୧୧ରେ କାଞ୍ଜିଆମାର ଜୟରାମ ପ୍ରଧାନଙ୍କୁ ଗ୍ରାମର ସନ୍ତୋଷ ଜେନା ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଏନେଇ ଜୟରାମ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସନ୍ତୋଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ସନ୍ତୋଷ ଜାମିନରେ ମୁକୁଳିଥିଲେ। ୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ଶେରଗଡ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନାୟକ ସନ୍ତୋଷଙ୍କୁ ୭ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ତାଙ୍କୁ ଆସିକା ଜେଲ ହାଜତକୁ ପଠାଇ ଦିଆଯାଇଛି। ପିପି ସରୋଜ କୁମାର ମଲ୍ଲିକ ଓ ରାଧାକୃଷ୍ଣ ଡାକୁଆ ମାମଲା ପରିଚାଳନା କରିଥିଲେ।