ଖେଳ |

ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ହକି ଖେଳାଳି ରାଘବୀରଙ୍କ ବିୟୋଗ

ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ହକି ଖେଳାଳି ରାଘବୀରଙ୍କ ବିୟୋଗ

ନୂଆଦିଲ୍ଲୀ, ୨୩।୧ (ପି.ଟି.)- ଭାରତର ପ୍ରାକ୍ତନ ହକି ଖେଳାଳି ତଥା ଦୁଇଥର ଅଲିମ୍ପିକ ପଦକ ବିଜେତା ରାଘବୀର ସିଂ ଭୋଲଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ରାଘବୀର ତାଙ୍କ ପତ୍ନୀ କମଲ ଭୋଲ ଓ ୩ ଝିଅ ଏବଂ ନାତିଙ୍କ ସହ ରହୁଥିଲେ। 

  ୧୯୫୬ ମେଲବୋର୍ନ ଓ ୧୯୬୦ ରୋମ୍‌ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲା। ଏହି ଦୁଇ ଅଲିମ୍ପିକ୍ସରେ ଭାରତ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲା। ହକିରେ ନିଜର ନିଷ୍ଠାପରତା ଓ ସମର୍ପଣ ଲାଗି ସେ ବେଶ୍‌ ଖ୍ୟାତି ଅର୍ଜନ କରିଥିଲେ। ରାଘବୀର ଅନ୍ତର୍ଜାତୀୟ ହକି ମହାସଂଘ (ଆଇଏଚ୍‌ଏଫ୍‌) ଚୟନ କମିଟିର ସଦସ୍ୟ, ଏଫ୍‌ଆଇଏଚ୍‌ ଇଣ୍ଟରନ୍ୟାଶନାଲ ଅମ୍ପାୟର, ଭାରତୀୟ ହକି ଟିମ୍‌ର ମ୍ୟାନେଜର, ଟିଭି ଭାଷ୍ୟକାର ଓ ଅଲିମ୍ପିକ୍‌ ଗେମ୍‌ରେ ସରକାରୀ ପର୍ଯ୍ୟବେକ୍ଷକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ଏଥିସହ ୧୯୫୪-୬୦ ପର୍ଯ୍ୟନ୍ତ ଇଣ୍ଡିଆନ୍‌ ଏୟାର୍‌ ଫୋର୍ସ ଓ ସର୍ଭିସେସ୍‌ ଟିମ୍‌ର ଅଧିନାୟକ ଭାବେ ମଧ୍ୟ ସଫଳତାର ସହ ଦାୟିତ୍ୱ ସମ୍ପର୍ନ କରିଛନ୍ତି। ୨୦୦୦ ମସିହାରେ ତାଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା। ରାଘବୀରଙ୍କ ବିୟୋଗରେ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ), ଏଫ୍‌ଆଇଏଚ୍‌ ମୁଖ୍ୟ ନରିନ୍ଦର ବାତ୍ରା ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।  

All Right Reserved By

ଖେଳ |

ଗୁରୁକୁଳ ପୁରୁଷ ୫୦କେ ର଼୍ୟାଙ୍କିଙ୍ଗ ଟେନିସ: ଅଂଶୁଙ୍କୁ ଦ୍ୱିମୁକୁଟ

ଗୁରୁକୁଳ ପୁରୁଷ ୫୦କେ ର଼୍ୟାଙ୍କିଙ୍ଗ ଟେନିସ: ଅଂଶୁଙ୍କୁ ଦ୍ୱିମୁକୁଟ

ଭୁବନେଶ୍ୱର, ୧୬।୨(କ୍ରୀଡ଼ା ପ୍ରତିନିଧି)-ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟରେ ଅନୁଷ୍ଠିତ ଏଆଇଟିଏ-ଓଟିଏ ପୁରୁଷ ୫୦କେ ର଼୍ୟାଙ୍କିଙ୍ଗ୍‌ ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ଅଂଶୁ କୁମାର ଭୂୟାଁ ଦ୍ୱିମୁକୁଟ ହାସଲ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସେ ସାଥୀ ଖେଳାଳି ଚିନ୍ମୟ ପ୍ରଧାନଙ୍କୁ ୬-୧, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। 

ମହିଳା ଫୁଟ୍‌ବଲ : ତୁର୍କୀରେ ଟୁର୍ନାମେଣ୍ଟ ଖେଳିବ ଭାରତ

ମହିଳା ଫୁଟ୍‌ବଲ : ତୁର୍କୀରେ ଟୁର୍ନାମେଣ୍ଟ ଖେଳିବ ଭାରତ

ନୂଆଦିଲ୍ଲୀ, ୧୬ା୨ (ପି.ଟି.)-ଭାରତୀୟ ସିନିୟର ମହିଳା ଫୁଟ୍‌ବଲ ଦଳ ତୁର୍କୀରେ ଏକ ଫୁଟ୍‌ବଲ ଟୁର୍ନାମେଣ୍ଟ ଖେଳିବ। ଏଥିରେ ରୋମାନିଆ, ଉଜ୍‌ବେକିସ୍ତାନ ଓ ତୁର୍କମେନିସ୍ତାନ ସହ ଭାରତ ଗ୍ରୁପ୍‌ ଏ’ରେ ସ୍ଥାନ ପାଇଛି।  ଗ୍ରୁପ୍‌ ବି’ରେ ଫ୍ରାନ୍ସ (ବି), ଜୋର୍ଡାନ, ନର୍ଦର୍ନ ଆୟର୍ଲାଣ୍ଡ ଏବଂ ଆୟୋଜକ ତୁର୍କୀ ରହିଛନ୍ତି। ଭାରତ ଫେବୃୟାରୀ ୨୦ରେ ଦେଶ ଛାଡ଼ିବ। 

ସୟଦ ମୁସ୍ତାକ ଅଲ୍ଲୀ ଟି୨୦: ଓଡ଼ିଶା ଦଳ ଘୋଷିତ

ସୟଦ ମୁସ୍ତାକ ଅଲ୍ଲୀ ଟି୨୦: ଓଡ଼ିଶା ଦଳ ଘୋଷିତ

କଟକ ଅଫିସ, ୧୬।୨-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ହେବାକୁ ଥିବା ଆସନ୍ତା ସୟଦ ମୁସ୍ତାକ ଅଲ୍ଲୀ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ନିମନ୍ତେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଶୁକ୍ରବାର ରାଜ୍ୟ ଦଳ ଘୋଷଣା କରାଯାଇଛି। 

ପ୍ରଥମ ଟେଷ୍ଟ: ଦକ୍ଷିଣ ଆଫ୍ରିକା ସ୍ଥିତି ଦୃଢ଼

ପ୍ରଥମ ଟେଷ୍ଟ: ଦକ୍ଷିଣ ଆଫ୍ରିକା ସ୍ଥିତି ଦୃଢ଼

ଡର୍ବାନ,୧୬।୨- ସ୍ଥାନୀୟ କିଙ୍ଗ୍ସ ମେଡ ଗ୍ରାଉଣ୍ଡରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକା ସ୍ଥିତି ଦୃଢ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୨୩୫ ରନ କରି ଅଲଆଉଟ ହୋଇଥିଲା। 

ଇରାନୀ ଟ୍ରଫି: ବିହାରୀଙ୍କ ଅପରାଜିତ ଶତକ: ବିଦର୍ଭର ଟାର୍ଗେଟ ୨୮୦

ଇରାନୀ ଟ୍ରଫି: ବିହାରୀଙ୍କ ଅପରାଜିତ ଶତକ: ବିଦର୍ଭର ଟାର୍ଗେଟ ୨୮୦

ନାଗପୁର, ୧୬।୨(ପି.ଟି.)- ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ହନୁମା ବିହାରୀଙ୍କ କ୍ରମାଗତ ଶତକ ସହାୟତାରେ ଅବଶିଷ୍ଟ ଭାରତ ରଣଜୀ ଚାମ୍ପିୟନ ବିଦର୍ଭ ବିପକ୍ଷ ଇରାନୀ ଟ୍ରଫି ମ୍ୟାଚ୍‌ରେ ସ୍ଥିତି ଦୃଢ କରିଛି। 

ମାର୍କଣ୍ଡେଙ୍କୁ ୫ ଉଇକେଟ:  ଭାରତ ଏ’ର ଇନିଂସ ବିଜୟ

ମାର୍କଣ୍ଡେଙ୍କୁ ୫ ଉଇକେଟ: ଭାରତ ଏ’ର ଇନିଂସ ବିଜୟ

ମହୀଶୂର, ୧୬।୨(ପି.ଟି.)- ୨୧ ବର୍ଷୀୟ ଯୁବ ଲେଗ୍‌ ସ୍ପିନର ମୟଙ୍କ ମାର୍କଣ୍ଡେଙ୍କ ୫ ଉଇକେଟ ସଫଳତା ବଳରେ  ଏଠାରେ ଖେଳାଯାଇଥିବା ଇଂଲଣ୍ଡ ଲାୟନ୍ସ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ  ଶୁକ୍ରବାର ଭାରତ ଏ’ ଏକ ଇନିଂସ ଓ ୬୮ ରନରେ ବିଜୟ ହାସଲ କରିଛି। 

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ: କୋହଲି, ବୁମ୍‌ରାଙ୍କ ପ୍ରତ୍ୟାବର୍ତ୍ତନ

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ: କୋହଲି, ବୁମ୍‌ରାଙ୍କ ପ୍ରତ୍ୟାବର୍ତ୍ତନ

ମୁମ୍ବାଇ,୧୬।୨(ପି.ଟି.)- ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ସିରିଜ ପାଇଁ ଚୟନକର୍ତ୍ତାମାନେ ଏକ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ଦୁଇଟି ଦିନିକିଆ ଓ ଟି୨୦ ସିରିଜରୁ ବିଶ୍ରାମ ନେଇଥିବ ନିୟମିତ ଅଧିନାୟକ ବିରାଟ କୋହଲି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।  

ଗୋଲ୍ଡ କପ୍‌ ମହିଳା ଫୁଟବଲ: ମ୍ୟାନ୍‌ମାର ଚାମ୍ପିୟନ

ଗୋଲ୍ଡ କପ୍‌ ମହିଳା ଫୁଟବଲ: ମ୍ୟାନ୍‌ମାର ଚାମ୍ପିୟନ

ଭୁବନେଶ୍ୱର, ୧୫।୨(କ୍ରୀଡ଼ା ପ୍ରତିନିଧି)-

କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହିରୋ ଗୋଲ୍ଡ କପ୍‌ ଚତୁଃରାଷ୍ଟ୍ରୀୟ ମହିଳା ଫୁଟବଲ ଟୁର୍ନାମେଣ୍ଟରେ ବାଜି ମାରିଛି ମ୍ୟାନ୍‌ମାର। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ୪୪ ର଼୍ୟାଙ୍କ୍‌ପ୍ରାପ୍ତ ଏହି ଦଳ ୧୦୮ ନମ୍ବର ନେପାଳକୁ ୩-୧ ଗୋଲରେ ପରାସ୍ତ କରି ଚାମ୍ପିୟନ ହୋଇଛି। ମ୍ୟାନ୍‌ମାର ପକ୍ଷରୁ ୟି ୟି ଉ ୨ଟି, ୱିନ୍‌ ଥିଙ୍ଗ୍‌ ଟୁନ୍‌ ଗୋଟିଏ ଗୋଲ ଦେଇଥିବାବେଳେ ନେପାଳର ମଞ୍ଜଲି କୁମାରୀ ୟୋନଜାନ ଗୋଟିଏ ଗୋଲ ପରିଶୋଧ କରିିଥିଲେ।

  ସିନ୍ଧୁ-ସାଇନା ଫାଇନାଲ

ସିନ୍ଧୁ-ସାଇନା ଫାଇନାଲ

ଗୁଆହାଟୀ, ୧୫ା୨ (ପି.ଟି.)-ଚଳିତ ୮୩ତମ  ୟୋନେକ୍ସ-ସନ୍‌ରାଇଜ୍‌ ସିନିୟର ନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ପି. ଭି. ସିନ୍ଧୁ ଓ ସାଇନା ନେହ୍ବାଲ ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିଛନ୍ତି। ଫଳରେ ନାଗପୁରଠାରେ ଟୁର୍ନାମେଣ୍ଟର ଗତ ସଂସ୍କରଣରେ  ଦୁଇ ଖେଳାଳିଙ୍କ ମଧ୍ୟରେ ହୋଇଥିବା ଟାଇଟଲ ମୁକାବିଲାର ପୁନରାବୃତ୍ତି ଦେଖିବାକୁ ମିଳିବ।

 ଡୋପ୍‌ ଟେଷ୍ଟରେ ଧରାପଡ଼ିଲେ ଆର୍ଯ୍ୟନ

ଡୋପ୍‌ ଟେଷ୍ଟରେ ଧରାପଡ଼ିଲେ ଆର୍ଯ୍ୟନ

ନୂଆଦିଲ୍ଲୀ, ୧୫ା୨ (ପି.ଟି.)-୧୬ ବର୍ଷୀୟ ଟେନିସ ଖେଳାଳି ଆର୍ଯ୍ୟନ ଭାଟିଆ ଡୋପ୍‌ ଟେଷ୍ଟରେ ଧରାପଡ଼ିଛନ୍ତି। ତାଙ୍କୁ ତୁରନ୍ତ ସସ୍‌ପେଣ୍ଡ କରାଯାଇଛି। ନ୍ୟାଶନାଲ ଆଣ୍ଟିଂ ଡୋପିଙ୍ଗ  ଏଜେନ୍ସି  (ନାଡା) ତରଫରୁ ଶୁକ୍ରବାର ଏ ବିଷୟରେ ସୂଚନା ଦିଆଯାଇଛି। ଡୋପ୍‌ ଟେଷ୍ଟରେ ଧରାପଡ଼ିବାରେ ଆର୍ଯ୍ୟନ ହେଉଛନ୍ତି ପ୍ରଥମ ଭାରତୀୟ ଟେନିସ୍‌ ଖେଳାଳି। ଗତବର୍ଷ ଏଠାରେ ଅନୁଷ୍ଠିତ ଫେନେଷ୍ଟା ଓପନ୍‌ ନ୍ୟାଶନାଲ ଟେନିସ ଚାମ୍ପିୟନଶିପ୍‌ ବେଳେ  ଭାଟିଆଙ୍କ ମୂତ୍ର ନମୁନା ସଂଗ୍ରହ କରାଯାଇଥିଲା। ଚାମ୍ପିୟନଶିପ୍‌ ବେଳେ ନାଡା ପକ୍ଷରୁ ପ୍ରଥମଥର ଟେନିସ୍‌ ଖେଳାଳିଙ୍କଠାରୁ ସାମ୍ପଲ ସଂଗ୍ରହ କରାଯାଇଥିଲା।

ଷ୍ଟ୍ରାଣ୍ଡଜା ବକ୍ସିଂ: ଲାଥରଙ୍କ ପଦକ ନିଶ୍ଚିତ

ଷ୍ଟ୍ରାଣ୍ଡଜା ବକ୍ସିଂ: ଲାଥରଙ୍କ ପଦକ ନିଶ୍ଚିତ

ନୂଆଦିଲ୍ଲୀ,୧୫।୨(ପିଟି)- ପୂର୍ବତନ ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ପଦକଧାରୀ ସୋନିଆ ଲାଥର (୫୭ କିଗ୍ରା)ଙ୍କ ସମେତ ୩ ଜଣ ଭାରତୀୟ ବକ୍ସର ବୁଲଗେରିଆର ସୋଫିଆଠାରେ ଚାଲିଥିବା ଷ୍ଟ୍ରାଣ୍ଡଜା ମେମୋରିଆଲ ଟୁର୍ନାମେଣ୍ଟରେ ପଦକ ନିଶ୍ଚିତ କରିଛନ୍ତି।

ବାକୁ ବିଶ୍ୱକପ୍‌ରେ ଖେଳିବେନାହିଁ ଜିମ୍ନାଷ୍ଟ ଆଶିଷ

ବାକୁ ବିଶ୍ୱକପ୍‌ରେ ଖେଳିବେନାହିଁ ଜିମ୍ନାଷ୍ଟ ଆଶିଷ

ଗୁଆହାଟୀ,୧୫।୨- ଏସିଆନ୍‌ ଗେମ୍ସ ବ୍ରୋଞ୍ଜ ପଦକଧାରୀ ଆଶିଷ କୁମାର ଦୋହା ବିଶ୍ୱକପ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ମାତ୍ର ବାକୁଠାରେ ହେବାକୁ ଥିବା ବିଶ୍ୱକପ୍‌ରେ ଅଂଶଗ୍ରହଣ କରିପାରିବେ ନାହିଁ।