ବାଣିଜ୍ୟ |

ଜେଟ୍‌ ଏୟାରଓ୍ବେଜ ଚିନ୍ତା;ବୋର୍ଡରୁ ହଟିବାକୁ ନରେଶ ଗୋଏଲ ସର୍ତ୍ତ ରଖିଲେ

ଜେଟ୍‌ ଏୟାରଓ୍ବେଜ ଚିନ୍ତା;ବୋର୍ଡରୁ ହଟିବାକୁ ନରେଶ ଗୋଏଲ ସର୍ତ୍ତ ରଖିଲେ

ନୂଆଦିଲ୍ଲୀ,୨୩-୧:  ଅତ୍ୟଧିକ କ୍ଷତି ଯୋଗୁ ଦୂରାବସ୍ଥା ଦେଇ ଗତି କରୁଥିବା ଦେଶର ପ୍ରମୁଖ ଏୟାରଲାଇନ କମ୍ପାନୀ ଜେଟ୍‌ ଏୟାରଓ୍ବେଜ ପ୍ରମୋଟର ତଥା ଅଧ୍ୟକ୍ଷ ନରେଶ ଗୋଏଲ ବୋର୍ଡରୁ ହଟିଯିବାକୁ ରାଜି ହୋଇଛନ୍ତି। ତେବେ ଏଥିପାଇଁ ସେ ଏକ ସର୍ତ୍ତ ରଖିଛନ୍ତି। ତେବେ ଆବୁଧାବୀ କମ୍ପାନୀ ଏଟିହାଦ୍‌ ଯଦି ଶେୟାର ବିକ୍ରି ବାବଦରେ ଉଚିତ୍‌ ଦାମ ଦିଏ, ତେବେ ସେ ଏଥିପାଇଁ ରାଜି ଅଛନ୍ତି ବୋଲି ଗୋଏଲ କହିଛନ୍ତି। ଇତିପୂର୍ବେ ଏଟିହାଦ ଶେୟାର ପିଛା ୧୫୦ ଟଙ୍କା ଦେବାକୁ ପ୍ରସ୍ତାବ ଦେଇଥିଲା, ଯାହାକୁ ଗୋଏଲ ଗ୍ରହଣ କରି ନ ଥିଲେ। ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ଯେ, ଜେଟ୍‌ରୁ ହଟିଯିବା ପୂର୍ବରୁ ଗୋଏଲ ନିଜ ଶେୟାର ପାଇଁ ଉଚିତ୍‌ ଦାମ୍‌ ଚାହୁଁଛନ୍ତି। ବୋର୍ଡ ପରିଚାଳନା ନିଜ ହାତକୁ ନେବା ପରେ ଏଟିହାଦ ୨୫% ଜେଟ୍‌ର ଶେୟାର ଜନତାଙ୍କୁ ବିକିବାକୁ ହେବ ବୋଲି ଷ୍ଟକ୍‌ ମାର୍କେଟ ନିୟନ୍ତ୍ରକ ସେବିର ନିୟମାବଳୀରେ ରହିଛି। ତେବେ ଗୋଏଲଙ୍କ ରାଜି ସମ୍ପର୍କରେ ଜେଟ୍‌ ଏୟାରଓ୍ବେଜ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

All Right Reserved By

ବାଣିଜ୍ୟ |

ଜେଟ୍‌ଲୀଙ୍କୁ ଭେଟିଲେ ଜେଟ୍‌ ଏୟାରଓ୍ବେଜ୍‌ କର୍ମଚାରୀ

ଜେଟ୍‌ଲୀଙ୍କୁ ଭେଟିଲେ ଜେଟ୍‌ ଏୟାରଓ୍ବେଜ୍‌ କର୍ମଚାରୀ

ନୂଆଦିଲ୍ଲୀ,୨୧।୪: ଆର୍ଥିକ ସଙ୍କଟ କାରଣରୁ ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବା ପରେ ପ୍ରାୟ ୨୨ ହଜାର କର୍ମଚାରୀଙ୍କ ଭବିଷ୍ୟତ ଏବେ ଅନ୍ଧକାରରେ ବୁଡ଼ି ଯାଇଛି।

ଜେଟ ଏୟାରରେ ଫଶିିଛି ଯାତ୍ରୀଙ୍କ ରିଫଣ୍ଡ ବାବଦ ୩,୫୦୦ କୋଟି ଟଙ୍କା

ଜେଟ ଏୟାରରେ ଫଶିିଛି ଯାତ୍ରୀଙ୍କ ରିଫଣ୍ଡ ବାବଦ ୩,୫୦୦ କୋଟି ଟଙ୍କା

ନୂଆଦିଲ୍ଲୀ, ୨୧।୪: ଜେଟ ଏୟାର ବିମାନ ସେବା ବନ୍ଦ କରିବା ପରେ ଆଗୁଆ ବୁକିଂ କରିଥିବା ଗ୍ରାହକ ଏବେ ଅସୁବିଧାରେ ପଡି ଯାଇଛନ୍ତି। ଅଗ୍ରିମ ବୁକିଂ ବାବଦକୁ କମ୍ପାନୀ ନିକଟରେ ଗ୍ରାହକଙ୍କ ୩,୫୦୦ କୋଟି ଟଙ୍କା ରହିଯାଇଛି। 

ଏୟାର ଇଣ୍ଡିଆ, ସ୍ପାଇସ ଜେଟ ଉଡ଼ାଇ ପାରନ୍ତି ଜେଟ୍‌ ବିମାନ

ଏୟାର ଇଣ୍ଡିଆ, ସ୍ପାଇସ ଜେଟ ଉଡ଼ାଇ ପାରନ୍ତି ଜେଟ୍‌ ବିମାନ

ନୂଆଦିଲ୍ଲୀ,୨୧।୪: ଆର୍ଥିକ ସଙ୍କଟ ଦେଇ ଅସ୍ଥାୟୀ ରୂପେ ସେବା ବନ୍ଦ କରିଥିବା ଜେଟ୍‌ ବିମାନ କମ୍ପାନୀର ବିମାନଗୁଡିକୁ କାମରେ ଲଗେଇବାକୁ କିଛି ବିମାନ ସଂସ୍ଥା ଯୋଜନା କରୁଥିବା ଶୁଣାଯାଉଛି ।

ସ୍ପଷ୍ଟ କଲା ଆର୍‌ବିଆଇ ୫ ଦିନିଆ ହେବନି ବ୍ୟାଙ୍କ କାର୍ଯ୍ୟଦିବସ

ସ୍ପଷ୍ଟ କଲା ଆର୍‌ବିଆଇ ୫ ଦିନିଆ ହେବନି ବ୍ୟାଙ୍କ କାର୍ଯ୍ୟଦିବସ

ମୁମ୍ବାଇ,୨୧ା୪: ବାଣିଜି୍ୟକ ବ୍ୟାଙ୍କଗୁଡ଼ିକର କାର୍ଯ୍ୟ ଦିବସ ୫ ଦିନିଆ ହେବ ନାହିଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶନିବାର ସ୍ପଷ୍ଟ କରିଛି। ମିଡିଆରେ ପ୍ରକାଶ ପାଇଥିବା ରିପୋର୍ଟକୁ ଖଣ୍ଡନ କରି ଆର୍‌ବିଆଇ କହିଛି ଯେ, ଏ ସଂକ୍ରାନ୍ତରେ କୌଣସି ନିର୍ଦ୍ଦେଶ ଜାରି କରାଯାଇନାହିଁ।

ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ନଗଦ ଅଭାବ

ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ନଗଦ ଅଭାବ

ମୁମ୍ବାଇ,୨୧ା୪: ସରକାରୀ ଖର୍ଚ୍ଚରେ ସୁପ୍ତତା ଏବଂ ନିର୍ବାଚନ ସଂକ୍ରାନ୍ତ ଖର୍ଚ୍ଚ ବୃଦ୍ଧି ଯୋଗୁ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ନଗଦ ଅଭାବ ଦେଖାଦେଇଛି। ବର୍ତ୍ତମାନ ବ୍ୟବସ୍ଥାରେ ପ୍ରାୟ ୭୦ ହଜାର କୋଟି ଟଙ୍କାର ନଗଦ ଅଭାବ ରହିଥିବା ଏକ ରିପୋର୍ଟ ପ୍ରକାଶ ପାଇଛି।

ଜିଏସ୍‌ଟି ସେଲ୍‌ସ ରିଟର୍ନ ଦାଖଲ ଅବଧି ବଢିଲା

ଜିଏସ୍‌ଟି ସେଲ୍‌ସ ରିଟର୍ନ ଦାଖଲ ଅବଧି ବଢିଲା

ନୂଆଦିଲ୍ଲୀ,୨୧ା୪: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସେଲ୍‌ସ ରିଟର୍ନ ଦାଖଲ କରିବାରେ ଶେଷ ତାରିଖର ଅବଧିକୁ ସରକାର ବୃଦ୍ଧି କରିଛନ୍ତି। 

୩ଗୁଣା ବଢ଼ିଛି ନୂଆ ନିଯୁକ୍ତି:ଇପିଏଫ୍‌ଓ

୩ଗୁଣା ବଢ଼ିଛି ନୂଆ ନିଯୁକ୍ତି:ଇପିଏଫ୍‌ଓ

ନୂଆଦିଲ୍ଲୀ,୨୧ା୪: ଫେବୃୟାରୀରେ ସଂଗଠିତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ବର୍ଷକର ଏହି ମାସ ତୁଳନାରେ ୩ ଗୁଣ ବୃଦ୍ଧି ପାଇ ୮.୬୧ ଲକ୍ଷରେ ପହଁଚିଯାଇଛି । କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ର ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜାନୁୟାରୀରେ ନୂଆ ନିଯୁକ୍ତି ସଂଖ୍ୟା ସର୍ବାଧିକ ୮.୯୪ ଲକ୍ଷ ରହିଛି। 

ଜେଟ୍‌ର ଯୋଗ୍ୟ କର୍ମଚାରୀଙ୍କୁ ନିଯୁକ୍ତି ମିଳିଯିବ: ଜୟନ୍ତ ସିହ୍ନା

ଜେଟ୍‌ର ଯୋଗ୍ୟ କର୍ମଚାରୀଙ୍କୁ ନିଯୁକ୍ତି ମିଳିଯିବ: ଜୟନ୍ତ ସିହ୍ନା

ନୂଆଦିଲ୍ଲୀ,୨୧ା୪: ଆର୍ଥିକ ସଙ୍କଟ କାରଣରୁ ଜେଟ୍‌ ଏୟାରଓ୍ବେଜ ବନ୍ଦ ହୋଇଯିବା ପରେ ପ୍ରାୟ ୨୨ ହଜାର କର୍ମଚାରୀଙ୍କ ଭବିଷ୍ୟତ ଏବେ ଅନ୍ଧକାରରେ ବୁଡ଼ି ଯାଇଛି। 

ଆଇଡିବିଆଇର ନୂଆ ବ୍ୟବସ୍ଥା

ଆଇଡିବିଆଇର ନୂଆ ବ୍ୟବସ୍ଥା

ଭୁବନେଶ୍ୱର,୨୧।୪: ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ସଞ୍ଚୟ ଖାତା ଖୋଲିବା ପାଇଁ ମୋବାଇଲ ଏବଂ ଓ୍ବେବ ଭିତ୍ତିକ ଇଣ୍ଟରଫେସକୁ ଉନ୍ମୋଚନ କରାଯାଇଛି। ଗ୍ରାହକମାନେ ଆଧାର,କ୍ୟୁ ଆର୍‌ କୋଡ ବ୍ୟବହାର କରି ଏକ ଅନୁକୂଳ ଇଣ୍ଟରଫେସରେ ସେମାନଙ୍କ ଖାତା ଖୋଲି ପାରିବେ। 

ଜେଟ୍‌ ଅଂଶଧନ ଉପରେ ରିଲାଏନ୍ସର ନଜର

ଜେଟ୍‌ ଅଂଶଧନ ଉପରେ ରିଲାଏନ୍ସର ନଜର

ନୂଆଦିଲ୍ଲୀ,୨୧ା୪: ଟେକ୍ସଟାଇଲରୁ ଆରମ୍ଭ କରି ଟେଲିକମ୍‌ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନିଜର ପ୍ରଭୁତ୍ୱ ବିସ୍ତାର କରିଥିବା ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବେ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜର ଅଂଶଧନ କିଣିବାକୁ ଆଗ୍ରହୀ ଥିବା ଜଣାପଡିଛି।

ଫକ୍ସଓ୍ବାଗନ ପୁଣେ ପ୍ଲାଣ୍ଟକୁ ସଫଳତା

ଫକ୍ସଓ୍ବାଗନ ପୁଣେ ପ୍ଲାଣ୍ଟକୁ ସଫଳତା

ପୁଣେ,୨୦-୪:ଉତ୍ପାଦନ କ୍ଷେତ୍ରରେ ଫକ୍ସଓ୍ବାଗନର ପୁଣେ ସ୍ଥିତ ପ୍ଲାଣ୍ଟ ସଫଳତା ହାସଲ କରିଛି। କମ୍ପାନୀ ଏହି ପ୍ଲାଣ୍ଟରୁ ୧୦ ଲକ୍ଷ ତମ କାର ଉତ୍ପାଦନ କରିଛି। ପୂର୍ତ୍ତି ପାଳନ ପୂର୍ବକ କମ୍ପାନୀ ଏହାର ୧୦ ଲକ୍ଷ ତମ କାର କାର୍ବନ ଷ୍ଟିଲ ଆମିଓକୁ ଉନ୍ମୋଚନ କରିଛି। 

ଟିକ୍‌ଟକ୍‌ ମୂଳ କମ୍ପାନୀର ୧ ବିଲିୟନ ଡଲାର ନିବେଶ ଯୋଜନା

ଟିକ୍‌ଟକ୍‌ ମୂଳ କମ୍ପାନୀର ୧ ବିଲିୟନ ଡଲାର ନିବେଶ ଯୋଜନା

ଟିକ୍‌ଟକ୍‌ ମୂଳ କମ୍ପାନୀର ୧ ବିଲିୟନ ଡଲାର ନିବେଶ ଯୋଜନା 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri