ବାଣିଜ୍ୟ |

ଜାନୁୟାରୀ-ଡିସେମ୍ବର ଆର୍ଥିକ ବର୍ଷ ଲାଗୁ କରିବାକୁ ପ୍ରସ୍ତୁତି;ବଜେଟ୍‌ରେ ହୋଇପାରେ ଘୋଷଣା

ଜାନୁୟାରୀ-ଡିସେମ୍ବର ଆର୍ଥିକ ବର୍ଷ ଲାଗୁ କରିବାକୁ ପ୍ରସ୍ତୁତି;ବଜେଟ୍‌ରେ ହୋଇପାରେ ଘୋଷଣା

ନୂଆଦିଲ୍ଲୀ,୨୩-୧:  ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଦେଶର ଆର୍ଥିକ ବର୍ଷକୁ ଏପ୍ରିଲ-ମାର୍ଚ୍ଚ ପରିବର୍ତ୍ତେ ଜାନୁୟାରୀ-ଡିସେମ୍ବର କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏନେଇ ବଜେଟ୍‌ରେ ଘୋଷଣା କରାଯିବ ବୋଲି ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। ସମ୍ଭବତଃ ୨୦୨୦ରୁ ଏହି ନୂଆ ଆର୍ଥିକ ବ୍ୟବସ୍ଥା ଲାଗୁ ହୋଇପାରେ ବୋଲି ଆଲୋଚନା ହେଉଛି। ସରକାରୀ ସ୍ତରରେ ନିଷ୍ପତ୍ତି ନିଆଗଲେ ଦୀର୍ଘ ୧୫୨ ବର୍ଷ ଧରି ଚାଲି ଆସିଥିବା ପରମ୍ପରା ଭାଙ୍ଗିଯିବ। 

ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଆର୍ଥିକ ବର୍ଷକୁ ବଦଳାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ନୀତି ଆୟୋଗ ଦ୍ୱାରା ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀରେ ଜୋର୍‌ ଦେଇଥିଲେ। ଏଥିରେ ଯୋଗ ଦେଇ ସେ କହିଥିଲେ ଯେ, ଭାରତ ଭଳି କୃଷି ପ୍ରଧାନ ଦେଶରେ କୃଷିଜାତ ଆୟର ବେଶ ଗୁରୁତ୍ୱ ରହିଛି। କୃଷି ଆୟ ମିଳିବା ସହିତ ବଜେଟ ପ୍ରସ୍ତୁତ ହୋଇଯିବା ଦରକାର। ଜୁନ୍‌ରେ ମୌସୁମୀ ଆସୁଥିବାରୁ ସରକାର ଘୋଷଣା କରୁଥିବା ଅର୍ଦ୍ଧାଧିକ ଯୋଜନାର କ୍ରିୟାନ୍ବୟନ ଆରମ୍ଭ ହେଉ ହେଉ ଅକ୍ଟୋବର ଆସିଯାଉଛି। ଫଳରେ ସରକାରଙ୍କ ନିକଟରେ ଯୋଜନା ଲାଗୁ କରିବାକୁ ଆଉ ମାତ୍ର ୬ ମାସ ସମୟ ମିଳୁଛି। ପ୍ରଚଳିତ ବ୍ୟବସ୍ଥାରେ ଏବେ ଦେଶରେ ଏପ୍ରିଲ ପହିଲାରୁ ପରବର୍ତ୍ତୀ ବର୍ଷର ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମୟକୁ ଆର୍ଥିକ ବର୍ଷ ଭାବେ ଗଣାଯାଏ। ସରକାର, ରିଜର୍ଭ ବ୍ୟାଙ୍କ ଏବଂ ଅନ୍ୟ ଆର୍ଥିକ ସଂସ୍ଥା ଏହି କ୍ୟାଲେଣ୍ଡରକୁ ବ୍ୟବହାର କରିଆସୁଛନ୍ତି। ଏହାକୁ ଧ୍ୟାନରେ ରଖି ଫେବୃୟାରୀରେ ବଜେଟ୍‌ ଉପସ୍ଥାପନ କରାଯାଉଛି। ମିଡିଆ ରିପୋର୍ଟ ଅନୁଯାୟୀ ୨୦୨୦ ଜାନୁୟାରୀ ପହିଲାରୁ ଡିସେମ୍ବର ୩୧ ଯାଏ ଆର୍ଥିକ ବର୍ଷ ପାଳନ କରିବାକୁ କେନ୍ଦ୍ର ସରକାର ବଜେଟ୍‌ରେ ଘୋଷଣା କରିବାକୁ ଯାଉଛନ୍ତି। ବିଶେଷଜ୍ଞଙ୍କ କହିବାନୁଯାୟୀ ଆର୍ଥିକ ବର୍ଷକୁ ବଦଳାଇ ଦେଲେ ସାଧାରଣ ଜନତାଙ୍କ ଉପରେ ଏହାର ବିଶେଷ ଫରକ ପଡ଼ିବ ନାହିଁ। କାରଣ କେବଳ ଟିକସ ପ୍ଲାନିଂ, ଟିକସ ଦାଖଲ, କମ୍ପାନୀଙ୍କ ତ୍ରୈମାସ ଫଳାଫଳ ଘୋଷଣା ସମୟ ବଦଳିବ। ଏହାଛଡ଼ା ପାଶ୍ଚାତ୍ୟ ଢାଞ୍ଚାରେ ଷ୍ଟକ୍‌ ମାର୍କେଟରେ ବ୍ୟବସ୍ଥା ପ୍ରଚଳିତ ହେବ। ପୂର୍ବରୁ ସରକାର ବଜେଟ୍‌ ଉପସ୍ଥାପନ ତାରିଖ ବଦଳାଇସାରିଛନ୍ତି। ପୂର୍ବେ ଫେବୃୟାରୀ ୨୮ରେ ବଜେଟ୍‌ ଉପସ୍ଥାପନ ହେଉଥିଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଏହାକୁ ଫେବୃୟାରୀ ପହିଲାକୁ ଘୁଞ୍ଚାଇ ଆଣିଛନ୍ତି। ସୂଚନାଥାଉ କି, ଆର୍ଥିକ ବର୍ଷକୁ ଜାନୁୟାରୀରୁ ଡିସେମ୍ବର ପର୍ଯ୍ୟନ୍ତ କରିବା ନେଇ ସୁପାରିସ କରିବା ସଂକ୍ରାନ୍ତରେ କେନ୍ଦ୍ର ସରକାର ଦୁଇବର୍ଷ ପୂର୍ବେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ସମସ୍ତ ଦିଗକୁ ଅଧ୍ୟୟନ କରିବା ପରେ ଏହି କମିଟି ସରକାରଙ୍କୁ ନିଜର ସୁପାରିିସ କରିଥିଲେ। ଏଥିରେ ବଜେଟ ଆଗେଇ ନେବା ଯୋଗୁ ଆର୍ଥିକ ବ୍ୟବସ୍ଥା ଉପରେ ପଡ଼ିବାକୁ ଥିବା ପ୍ରଭାବ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା। ଏପରିକି ବୀରପ୍ପା ମୋଇଲିଙ୍କ ଅଧ୍ୟକ୍ଷତାରେ ଗଠିତ ଆର୍ଥିକ ବ୍ୟାପାର ସଂସଦୀୟ କମିଟି ମଧ୍ୟ ୧୮୬୭ରୁ ଜାରି ପ୍ରଥାକୁ ବଦଳାଇବାକୁ ସୁପାରିସ କରିଥିଲେ।

All Right Reserved By

ବାଣିଜ୍ୟ |

ଏବେ ବଜାରରେ ଇନଫିନିକ୍ସର ସ୍ମାର୍ଟ୍‌-୩ ପ୍ଲସ୍‌   ସ୍ମାର୍ଟଫୋନ୍‌

ଏବେ ବଜାରରେ ଇନଫିନିକ୍ସର ସ୍ମାର୍ଟ୍‌-୩ ପ୍ଲସ୍‌ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ, ୨୬।୪:ଟ୍ରାନ୍ସିଅନ ହୋଲଡିଂର ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌  ଇନଫିନିକ୍ସର ସ୍ମାର୍ଟ-୩ ପ୍ଲସ୍‌ ଟ୍ରିପଲ୍‌ ରିୟର କ୍ୟାମେରା ବିଶିଷ୍ଟ ସେଲଫି ସ୍ମାର୍ଟଫୋନ୍‌ର ବଜାର ପ୍ରବେଶ କରିଛି। 

ଭି-ଗାର୍ଡର ଆଣିଲା ନୂଆ ରାଇସ୍‌ କୁକର 

ଭି-ଗାର୍ଡର ଆଣିଲା ନୂଆ ରାଇସ୍‌ କୁକର 

ନୂଆଦିଲ୍ଲୀ,୨୬-୪: ଭିଗାର୍ଡ ପକ୍ଷରୁ ନୂଆ ରାଇସ୍‌ କୁକର ବଜାର ପ୍ରବେଶ  କରାଯାଇଛି। କମ୍ପାନୀ ଏହାର ୩ଟି ମଡେଲ ଆଣିଛି। ଏଗୁଡିକ ୧ଲିଟର, ୨.୨ ଲିଟର ଏବଂ ୨.୮ ଲିଟର ବିଶିଷ୍ଟ। 

ଭିଡିଓ ଲିଙ୍କ ଜରିଆରେ ହାଜର ହେବେ ନୀରବ ମୋଦି

ଭିଡିଓ ଲିଙ୍କ ଜରିଆରେ ହାଜର ହେବେ ନୀରବ ମୋଦି

ଭିଡିଓ ଲିଙ୍କ ଜରିଆରେ ହାଜର ହେବେ ନୀରବ ମୋଦି

ମାରୁତି ଆସନ୍ତାବର୍ଷ ଏପ୍ରିଲରୁ ବିକିବନି ଡିଜେଲ କାର୍‌ 

ମାରୁତି ଆସନ୍ତାବର୍ଷ ଏପ୍ରିଲରୁ ବିକିବନି ଡିଜେଲ କାର୍‌ 

ନୂଆଦିଲ୍ଲୀ,୨୫-୪: ଦେଶର ସର୍ବବୃହତ କାର୍‌ ନିର୍ମାତା କମ୍ପାନୀ ମାରୁତି ସୁଜୁକି ଆସନ୍ତାବର୍ଷ ଏପ୍ରିଲ ପହିଲାରୁ ଡିଜେଲ ଇଞ୍ଜିନ କାର୍‌ ଉତ୍ପାଦନ ବନ୍ଦ କରିଦେବ। ବର୍ତ୍ତମାନ କମ୍ପାନୀ ୨୩% ଡିଜେଲ ଇଞ୍ଜିନ କାର ବିକୁଛି।

ଚିପ୍ସରେ ବ୍ୟବହୃତ ଆଳୁ କିସମ ଚାଷ ;ଚାଷୀଙ୍କୁ ଅଦାଲତକୁ ଟାଣିଲା ପେପ୍ସିକୋ

ଚିପ୍ସରେ ବ୍ୟବହୃତ ଆଳୁ କିସମ ଚାଷ ;ଚାଷୀଙ୍କୁ ଅଦାଲତକୁ ଟାଣିଲା ପେପ୍ସିକୋ

ନୂଆଦିଲ୍ଲୀ,୨୬-୪: ଆଳୁ ଚାଷ କରି ଏବେ ଗୁଜରାଟର ୯ ଜଣ ଚାଷୀ ଅଡୁଆରେ ପଡିଯାଇଛନ୍ତି। ସେମାନଙ୍କୁ ଏବେ ଅଦାଲତଙ୍କ ଚକ୍କର କାଟିବାକୁ ପଡୁଛି। ସେମାନେ ସ୍ବତନ୍ତ୍ର କିସମର ଆଳୁ ଏଫ୍‌ଏଲ୍‌-୨୦୨୭ ଚାଷ କରିବା କାରଣରୁ ଅଦାଲତ ଦୌଡିବାକୁ ବାଧ୍ୟ ହେଉଛନ୍ତି। 

ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ପ୍ରତିଷ୍ଠା ଦିବସ

ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୬-୪: ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ଏହାର କଲିକତାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ୧୫୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବ୍ୟାଙ୍କର ଏମ୍‌ଡି ତଥା ସିଇଓ ସିଏଚ୍‌ ଏସ୍‌.ଏସ୍‌. ମଲ୍ଲିକାର୍ଜୁନ ରାଓ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। 

ଅର୍ଥ ଅଭାବ ଲାଗି ଛିଡା ହେଲା ଏୟାର ଇଣ୍ଡିଆର ୧୯ ବିମାନ

ଅର୍ଥ ଅଭାବ ଲାଗି ଛିଡା ହେଲା ଏୟାର ଇଣ୍ଡିଆର ୧୯ ବିମାନ

ନୂଆଦିଲ୍ଲୀ,୨୬-୪: ଜେଟ୍‌ ଏୟାରଓ୍ବେଜ ଭଳି ଏୟାର ଇଣ୍ଡିଆରେ ଆର୍ଥିକ ସଙ୍କଟ ଦେଖାଦେଇଛି। ଅର୍ଥର ଅଭାବ କାରଣରୁ କମ୍ପାନୀର ୧୯ ବିମାନ ଏବେ ବିମାନ ବନ୍ଦରରେ ଛିଡା ହୋଇଛି। 

ଆଲେନ୍‌ ପକ୍ଷରୁ ଓରିଏଣ୍ଟେସନ କାର୍ଯ୍ୟକ୍ରମ

ଆଲେନ୍‌ ପକ୍ଷରୁ ଓରିଏଣ୍ଟେସନ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୬-୪: ପ୍ରମୁଖ କୋଚିଂ ପ୍ରତିଷ୍ଠାନ ଆଲେନ୍‌ କ୍ୟାରିୟର ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ନୂତନ ଶିକ୍ଷା ଅଧିବେଶନ ପାଇଁ ସ୍ଥାନୀୟ ରେଳ ଅଡିଟୋରିୟମଠାରେ ଏକ ଓରିଏଣ୍ଟେଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

୪୦% ବଢ଼ିବ ଇଣ୍ଟରନେଟ ୟୁଜରଙ୍କ ସଂଖ୍ୟା

୪୦% ବଢ଼ିବ ଇଣ୍ଟରନେଟ ୟୁଜରଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨୬-୪: ଦେଶରେ କ୍ରମାଗତ ଡାଟା ଶସ୍ତା ହେଉଥିବାରୁ ୨୦୨୩ ସୁଦ୍ଧା ଇଣ୍ଟରନେଟ ୟୁଜରଙ୍କ ସଂଖ୍ୟା ପ୍ରାୟ ୪୦କ୍ଷ ବୃଦ୍ଧି ପାଇବ। ସେହିପରି ଏହି ଅବଧି ମଧ୍ୟରେ ସ୍ମାର୍ଟଫୋନଧାରୀଙ୍କ ସଂଖ୍ୟା ମଧ୍ୟ ଦୁଇଗୁଣା ହୋଇଯିବ ବୋଲି ମ୍ୟକିନ୍ସେ ରିପୋର୍ଟରେ କୁହାଯାଇଛି। 

ଜିଓ ଦ୍ୱିତୀୟ ସର୍ବବୃହତ ଟେଲିକମ୍‌ କମ୍ପାନୀ 

ଜିଓ ଦ୍ୱିତୀୟ ସର୍ବବୃହତ ଟେଲିକମ୍‌ କମ୍ପାନୀ 

ନୂଆଦିଲ୍ଲୀ,୨୬-୪: ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ରିଲାଏନ୍ସ ଜିଓ ଆରମ୍ଭ ହେବାର ମାତ୍ର ଅଢ଼େଇ ବର୍ଷ ମଧ୍ୟରେ ଆଉ ଏକ ସଫଳତା ହାସଲ କରିଛି। ଗ୍ରାହକ ସଂଖ୍ୟା ଆଧାରରେ ଏହା ଭାରତୀ ଏୟାରଟେଲକୁ ପଛରେ ପକାଇ ଦେଶର ଦ୍ୱିତୀୟ ସର୍ବବୃହତ ଟେଲିକମ୍‌ କମ୍ପାନୀ ହୋଇଛି।

ଋଣ ସମାଧାନ:ଆର୍‌ବିଆଇ ଦେଇପାରେ ଅତିରିକ୍ତ ୬୦ଦିନର ସମୟ

ଋଣ ସମାଧାନ:ଆର୍‌ବିଆଇ ଦେଇପାରେ ଅତିରିକ୍ତ ୬୦ଦିନର ସମୟ

ମୁମ୍ବାଇ,୨୬-୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଅସୁଲ ହେଉ ନ ଥିବା ଋଣ(ଏନ୍‌ପିଏ) ମାମଲାର ସମାଧାନ ଲାଗି ନିୟମରେ ସଂଶୋଧନ କରିବାକୁ ପ୍ରସ୍ତୁତ ହେଉଛି। ସଂଶୋଧିତ ନିୟମରେ ବକେୟା ଋଣ ଫେରସ୍ତ ଦେବାକୁ ଆର୍‌ବିଆଇ ଅତିରିକ୍ତ ୬୦ ଦିନ ସମୟ ଦେଇପାରେ।

ରିଟର୍ନ ନାହିଁ ନ ଭରିଲେ ମିଳିବନି ଇ-ଓ୍ବେ ବିଲ

ରିଟର୍ନ ନାହିଁ ନ ଭରିଲେ ମିଳିବନି ଇ-ଓ୍ବେ ବିଲ

ନୂଆଦିଲ୍ଲୀ,୨୫-୪: ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜର ଜିଏସ୍‌ଟି ରିଟର୍ନ ଦାଖଲ କରୁ ନ ଥିବା ବ୍ୟବସାୟୀଙ୍କ ବିରୋଧରେ କେନ୍ଦ୍ର ସରକାର ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri