
ନୂଆଦିଲୀ,୨୩-୧: ୨୦୧୭-୧୮ ଆର୍ଥତ୍କ ବର୍ଷରେ ଦେଶର ରାଜ୍ୟଗୁଡ଼ିକର ଜିଡ଼ିପି ଅଭିବୃଦ୍ଧି କ୍ଷେତ୍ରରେ ବିହାର ପ୍ରଥମ ସ୍ଥାନରେ ରହିଛି। ତାଲିକାରେ ଆନ୍ଧ୍ରପ୍ରଦେଶ ଦ୍ୱିତୀୟ ସ୍ଥାନ ଏବଂ ଗୁଜରାଟ ତୃତୀୟ ସ୍ଥାନରେ ରହିଥିବା ରେଟିଂ ଏଜେନ୍ସି କ୍ରିସିଲ ମଙ୍ଗଳବାର ସୂଚନା ଦେଇଛି। ର଼୍ୟାଙ୍କିଂ ବେଳେ ୧୭ ରାଜ୍ୟକୁ ବିଚାରକୁ ନିଆଯାଇଥିବା ବେଳେ ବିହାରରେ ରାଜ୍ୟ ଜିଡିପି ଅଭିବୃଦ୍ଧି ୧୧.୩% ରହିଛି। ର଼୍ୟାଙ୍କ ପ୍ରସ୍ତୁତି ବେଳେ ଅଭିବୃଦ୍ଧି, ମୁଦ୍ରାସ୍ଫୀତି ଏବଂ ବିତ୍ତିୟ ନିଅଣ୍ଟକୁ ବିଚାର କରାଯାଇଯାଇଛି। ୨୦୧୮ ଆର୍ଥତ୍କ ବର୍ଷରେ ଟପ୍ ୩ ପରଫରର୍ମିଂ ରାଜ୍ୟ ମଧ୍ୟରେ ଗୁଜରାଟ ଏବଂ କର୍ନାଟକ ରହିଛନ୍ତି। ସେହିଭଳି ଅଭିବୃଦ୍ଧି ର଼୍ୟାଙ୍କରେ ଶେଷ ଆଡକୁ ଝାଡଖଣ୍ଡ, କେରଳ ଏବଂ ପଞ୍ଜାବ ଭଳି ରାଜ୍ୟ ରହିଛନ୍ତି।
ର଼୍ୟାଙ୍କିଙ୍ଗ କରାଯାଇଥିବା ଏହି ରାଜ୍ୟଗୁଡ଼ିକ ଅଣ ସ୍ବତନ୍ତ୍ର କ୍ୟାଟେଗୋରୀ ରାଜ୍ୟ । କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ତଥ୍ୟ ମୁତାବକ ବିଭିନ୍ନ ପ୍ରସଙ୍ଗକୁ ବିଚାର କରି ର଼୍ୟାଙ୍କ ପ୍ରସ୍ତୁତ ହୋଇଥିବା କ୍ରିସିଲ ପକ୍ଷରୁ ସୂଚନା ରହିଛି। ମୋଟ ରାଜ୍ୟ ଜିଡ଼ିପି ଉତ୍ପାଦ ଅଭିବୃଦ୍ଧି କ୍ଷେତ୍ରରେ ପଶ୍ଚିମବଙ୍ଗ ଉନ୍ନତି କରିବା ସହ ଶୀର୍ଷ ୩ ର଼୍ୟାଙ୍କରେ ରହିଛି। ୨୦୧୮ ଆର୍ଥତ୍କ ବର୍ଷରେ ଏହାର ଅଭିବୃଦ୍ଧି ୯.୧% ରହିଛି। ଯାହା ପୂର୍ବ ଆର୍ଥତ୍କ ବର୍ଷରେ ୪.୮% ରହିଥିଲା। ଏଠାରେ ମୁଦ୍ରାସ୍ପୀତି ୭%ରୁ ୪%କୁ କମିଥିବା ବେଳେ ବିତ୍ତିୟ ନିଅଣ୍ଟ ୩%ରୁ ହ୍ରାସ ଘଟି ୨.୪%କୁ ଖସିଛି। ମୋଟ ୧୭ ରାଜ୍ୟ ଅଭିବୃଦ୍ଧି କ୍ଷେତ୍ରରେ ପୂର୍ବବର୍ଷ ତୁଳନାରେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ସ୍ବଳ୍ପ ଆୟକାରୀ ରାଜ୍ୟ ଗୁଡ଼ିକ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଚ୍ଚ ଅଭିବୃଦ୍ଧି ଧରି ରଖିବା ଲାଗି ସକ୍ଷମ ହୋଇ ନାହାନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।