ବାଣିଜ୍ୟ |

ବିଗ୍‌ ବଜାରର ‘ସବ୍‌ସେ ଶସ୍ତେ ୫ ଦିନ’ ଏବେ ୨୦% ଆହୁରି ଶସ୍ତା

ବିଗ୍‌ ବଜାରର ‘ସବ୍‌ସେ ଶସ୍ତେ ୫ ଦିନ’ ଏବେ ୨୦% ଆହୁରି ଶସ୍ତା

ଭୁବନେଶ୍ୱର,୨୩-୧: ପ୍ରମୁଖ ରିଟେଲ ଚେନ୍‌ ବିଗ୍‌ ବଜାର ପକ୍ଷରୁ ବୁଧବାରଠାରୁ ଆରମ୍ଭ ହେଉଛି ‘ସବସେ ଶସ୍ତେ ୫ ଦିନ’ । ଏହି ଅଫର ଚଳିତ ମାସ ୨୭ ଯାଏ ଚାଲିବାକୁ ଥିବା ବେଳେ ଏଥିରେ ଗ୍ରାହକଙ୍କ ଲାଗି ‘୨୦% ଆହୁରି ଶସ୍ତା’ ଭଳି ସୁବିଧା କରାଯାଇଥିବା ବିଗ୍‌ ବଜାର ପକ୍ଷରୁ ସୂଚନା ରହିଛି। ଏହି ସମୟରେ ବିଗ୍‌ ବଜାରର ବିଭିନ୍ନ ଷ୍ଟୋରରୁ ଗ୍ରାହକ ୩,୦୦୦ ଟଙ୍କାର ସାମଗ୍ରୀ କ୍ରୟରେ ଫ୍ୟୁଚର ପେ ଓ୍ବାଲେଟରେ ୨୦% କ୍ୟାଶବ୍ୟାକ ପାଇ ପାରିବେ। ସେହିଭଳି ବିଭିନ୍ନ ଉତ୍ପାଦ ଶୃଙ୍ଖଳା ଉପରେ ଆକର୍ଷଣୀୟ ଅଫର ଏବଂ ଡିସକାଉଣ୍ଟ ଉପଲବ୍ଧ ହେବ। ଖାଦ୍ୟ ସାମଗ୍ରୀ, ହାଉସହୋଲ୍ଡ ସାମଗ୍ରୀ, ଇଲେକଟ୍ରୋନିକ୍ସ,ଫ୍ୟାଶନ ଆପାରେଲ, ଫୁଟଓ୍ବେର,ଟଏ, ଲଗେଜ, କିଚେନଓ୍ବେର, ହୋମ୍‌ ଡେକର ସହ ଅନ୍ୟାନ୍ୟ ସାମଗ୍ରୀ ଉପରେ ଆକର୍ଷଣୀୟ ଡିଲ ଏବଂ ଡିସକାଉଣ୍ଟ ଲାଭ କରିପାରିବେ। ରୂପେ କ୍ରେଡିଟ କାର୍ଡରେ ସାମଗ୍ରୀ କ୍ରୟରେ ଅତିରିକ୍ତ ରିହାତି ସୁବିଧା ମିଳିବ। ୫୦୦ ଟଙ୍କାର ଅନ୍ୟୁନ ଟ୍ରାଞ୍ଜାକଶନ ଉପରେ ୭% ଅତିରିକ୍ତ ରିହାତି ଏବଂ ୫,୦୦୦ ଟଙ୍କାର ଟ୍ରାଞ୍ଜାକଶନ ଉପରେ ୧୦% ଅତିରିକ୍ତ ରିହାତି ଉପଲବ୍ଧ ହେବ। ଏହି ସମୟରେ ପେଟିଏମରୁ ବିଗ୍‌ ବଜାର ଗିଫ୍ଟ ଭାଉଚର କ୍ରୟରେ ୫୦% କ୍ୟାଶବ୍ୟାକ ମିଳିବ। ଏହି ଭାଉଚରଗୁଡ଼ିକୁ ବିଗ୍‌ ବଜାରରେ ସାମଗ୍ରୀ କ୍ରୟରେ ପ୍ରଡକ୍ଟ ଡିସକାଉଣ୍ଟ ସହ ୨୦% ଅତିରିକ୍ତ କ୍ୟାଶବ୍ୟାକ ମଧ୍ୟ ମିଳିବ। ଚଳିତ ବର୍ଷ ଏହି ଅଫରକୁ ଅଧିକ ବଡ କରିବା ଲାଗି ପଦକ୍ଷେପ ନିଆଯାଇଥିବା ବିଗ୍‌ ବଜାରର ସିଇଓ ସଦାଶିବ ନାୟକ ସୂଚନା ଦେଇଛନ୍ତି। 

All Right Reserved By

ବାଣିଜ୍ୟ |

ସଜହ ହେବ ବ୍ୟବସାୟ;ଇଜ୍‌ ଅଫ୍‌ ଡୁଇଂ ବିଜନେସ ର଼୍ୟାଙ୍କିଙ୍ଗରେ ଟପ୍‌ ୫୦ରେ ସ୍ଥାନ ପାଇବା ଲକ୍ଷ୍ୟ

ସଜହ ହେବ ବ୍ୟବସାୟ;ଇଜ୍‌ ଅଫ୍‌ ଡୁଇଂ ବିଜନେସ ର଼୍ୟାଙ୍କିଙ୍ଗରେ ଟପ୍‌ ୫୦ରେ ସ୍ଥାନ ପାଇବା ଲକ୍ଷ୍ୟ

ନୂଆଦିଲ୍ଲୀ,୨୩-୪: ବ୍ୟବସାୟୀ ସୁଗମତା କ୍ଷେତ୍ରରେ ଭାରତ ଆଉ କିଛି ଦିନ ଭିତରେ ଇତିହାସ ରଚିବାକୁ ଯାଉଛି। କେନ୍ଦ୍ର ସରକାର ଦେଶରେ ବ୍ୟବସାୟ ସୁଗମତାକୁ ଆହୁରି ସହଜ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ବ୍ୟବସାୟୀ ଖୁସିରେ ଉଛୁଳି ଉଠିବେ। ୨୭ ପାଦ ଉପରକୁ ଉଠି ଇଜ୍‌ ଅଫ୍‌ ଡୁଇଂ ବିଜନେସ ର଼୍ୟାଙ୍କିଙ୍ଗର ଟପ୍‌ ୫୦ରେ ସ୍ଥାନ ପାଇବାକୁ ସରକାର ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଯାଉଛନ୍ତି। ନୂଆ ବ୍ୟବସ୍ଥାରେ କମ୍ପାନୀ ଆରମ୍ଭ କରିବା ପ୍ରକ୍ରିୟାକୁ ଅଧିକ ସହଜ ତଥା ସରଳ କରାଯିବ। ମାତ୍ର ୩ ଦିନ ଭିତରେ ବ୍ୟବସାୟୀଙ୍କୁ ପରମାନେଣ୍ଟ ଆକାଉଣ୍ଟ ନମ୍ବର(ପାନ୍‌), ଟ୍ୟାକ୍ସ ଆକାଉଣ୍ଟ ନମ୍ବର(ଟାନ୍‌) ପ୍ରଦାନ ସହ ଜିଏସ୍‌ଟି, ଏମ୍ପ୍ଲୟି ପ୍ରଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେଶନ(ଇପିଏଫଓ) ଏବଂ ଏମ୍ପ୍ଲୟି ଷ୍ଟେଟ୍‌ ଇନ୍‌ସ୍ୟୁରାନ୍ସ କର୍ପୋରେଶନ(ଇଏସ୍‌ଆଇସି)ରେ ପଞ୍ଜୀକରଣ କରାଯିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ନୀରବ,ଚୋକ୍‌ସୀଙ୍କ ପଳାୟନର ପ୍ରଭାବ;ରୁପା ଗହଣା ରପ୍ତାନି କମିଛି ୭୫%

ନୀରବ,ଚୋକ୍‌ସୀଙ୍କ ପଳାୟନର ପ୍ରଭାବ;ରୁପା ଗହଣା ରପ୍ତାନି କମିଛି ୭୫%

ନୂଆଦିଲ୍ଲୀ,୨୩-୪: ହୀରା ବ୍ୟବସାୟୀ ନୀରବ ମୋଦି ଓ ମେହୁଲ ଚୋକ୍‌ସୀଙ୍କ ବିଦେଶ ପଳାୟନ ପରେ ଭାରତୀୟ ରୁପା ଗହଣା ବଜାର ବେଶ୍‌ ପ୍ରଭାବିତ ହୋଇଛି। ଦେଶର ରୁପା ଗହଣା ରପ୍ତାନି ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରାୟ ୭୫% କମିଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ଋଣ ଜାଲିଆତି କରି ନୀରବ ମୋଦି ଓ ମେହୁଲ ଚୋକ୍‌ସୀ ଗତବର୍ଷ ଆରମ୍ଭରେ ବିଦେଶ ଫେରାର ହୋଇଯାଇଥିଲେ। ପଳାୟନ ଯୋଗୁ ସେମାନଙ୍କର ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ପରିଣାମସ୍ବରୂପ, ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶର ରୁପା ଗହଣା ରପ୍ତାନି ୩.୪ ବିଲିୟନ ଡଲାର ଥିବା ବେଳେ ଗତ ଆର୍ଥିକ ବର୍ଷରେ ଏହା ହ୍ରାସ ପାଇ ମାତ୍ର ୮୩୮ ମିଲିୟନ ଡଲାରରେ ପହଞ୍ଚତ୍ଛି ବୋଲି ଜେମ୍ସ ଆଣ୍ଡ ଜୁଏଲାରୀ ଏକ୍ସପୋର୍ଟ ପ୍ରମୋଶନ କାଉନସିଲ ଦ୍ୱାରା ଜାରି ତଥ୍ୟରୁ ଜଣାପଡିଛି। କାଉନସିଲରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମାମୁ-ଭଣଜା ଫେରାର ହେବା ପରେ ଦେଶର ରୁପା ଗହଣା ରପ୍ତାନି ବେଶ ପ୍ରଭାବିତ ହୋଇଛି। କାରଣ ସେମାନେ ଦର୍ଶାଉଥିବା ରପ୍ତାନି ତଥ୍ୟ କେବଳ କାଗଜକଲମରେ ବୋଲି ଜଣାପଡିଛି। 

ସୁପ୍ରିମକୋର୍ଟରେ ଟିକଟକ୍‌ ମାମଲାର ଶୁଣାଣି;ମାଡ୍ରାସ ହାଇକୋର୍ଟକୁ ୨୪ ସୁଦ୍ଧା ସମୟ, ନଚେତ ବ୍ୟାନ ହଟିବ

ସୁପ୍ରିମକୋର୍ଟରେ ଟିକଟକ୍‌ ମାମଲାର ଶୁଣାଣି;ମାଡ୍ରାସ ହାଇକୋର୍ଟକୁ ୨୪ ସୁଦ୍ଧା ସମୟ, ନଚେତ ବ୍ୟାନ ହଟିବ

ନୂଆଦିଲ୍ଲୀ,୨୩-୪: ଭାରତ ସମେତ ବିଶ୍ୱର ବହୁ ଦେଶରେ ଅତ୍ୟନ୍ତ ଲୋକପ୍ରିୟ ସର୍ଟ ଭିଡ଼ିଓ ଆପ୍‌ ଟିକ୍‌ଟକ ଉପରେ ଲାଗିଥିବା ବ୍ୟାନ୍‌ ହଟିଯିବା ସମ୍ଭାବନା ରହିିଛି। ସୋମବାର ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ଆଗତ ମାମଲାର ଶୁଣାଣି ହୋଇଥିଲା। ମାଡ୍ରାସ ହାଇକୋର୍ଟ ବ୍ୟାନ ସଂକ୍ରାନ୍ତରେ ଦେଇଥିବା ଆଦେଶର ପୁନର୍ବିଚାର କରି ଆସନ୍ତା ୨୪ରେ ନିଜର ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାନ୍ତୁ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ବୋଚ୍ଚ ଅଦାଲତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। 

ବିଆଇଏସ୍‌ ଅଧୀନକୁ ଆସିବ ହେଲମେଟ ସୁରକ୍ଷାମାନ

ବିଆଇଏସ୍‌ ଅଧୀନକୁ ଆସିବ ହେଲମେଟ ସୁରକ୍ଷାମାନ

ନୂଆଦିଲ୍ଲୀ,୨୩-୪: ଦୁଇଚକିଆ ଗାଡ଼ିଚାଳକମାନେ ବ୍ୟବହାର କରୁଥିବା ହେଲମେଟର ସୁରକ୍ଷା ମାନକୁ ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡ(ବିଆଇଏସ୍‌) ଅଧୀନକୁ ଅଣାଯିବ। ଏଥିପାଇଁ ଏକ ନୂଆ ନିୟମ ଲାଗୁ ହେବ। ହେଲମେଟ ପ୍ରସ୍ତୁତି ବିଆଇଏସ୍‌ ମାନଦଣ୍ଡ ଅନୁଯାୟୀ ହେଉ ନ ଥିବାରୁ ଏହାର ମାନ ନେଇ ପ୍ରଶ୍ନବାଚୀ ଉଠିଛି। ଦେଶରେ ବର୍ଷରେ ପ୍ରାୟ ୨ କୋଟି ହେଲମେଟ ତିଆରି ହେଉଥିବା ବେଳେ ତହିଁରୁ ୭୦ ପ୍ରତିଶତ କ୍ଷୁଦ୍ର ଓ ଅସଂଗଠିତ କମ୍ପାନୀ ଦ୍ୱାରା ତିଆରି କରାଯାଉଛି। 

ଆଇବିସି ଯାଞ୍ଚରୁ ଖୁଲାସା;୨୦୦ରୁ ଊର୍ଦ୍ଧ୍ୱ କମ୍ପାନୀରେ ୧ ଲକ୍ଷ କୋଟିରୁ ଅଧିକ ଦୁର୍ନୀତି

ନୂଆଦିଲ୍ଲୀ,୨୩-୪: ଦେଶର ଉଦ୍ୟୋଗ ଜଗତରେ ଦୁର୍ନୀତି ଛାଇଯାଇଛି। ଦେବାଳିଆ ଆଇନ ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି) ଅଧୀନରେ ଯାଞ୍ଚ ବେଳେ ୨୦୦ରୁ ଊର୍ଦ୍ଧ୍ୱ କମ୍ପାନୀର ଫରେନ୍ସିକ ଅଡିଟ୍‌ ବେଳେ ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ଧରାପଡିଛି। ଆଇବିସି ଅଧୀନରେ ଇନ୍‌ସଲଭେନ୍ସି ରିଜଲ୍ୟୁଶନର ସାମ୍ନା କରୁଥିବା କମ୍ପାନୀଗୁଡ଼ିକ ପାଣ୍ଠି ସ୍ଥାନାନ୍ତର କରିଥିବା ଆଶଙ୍କା କରାଯାଉଛି। ଆଇବିସି ଅଧୀନରେ ରିଜଲ୍ୟୁଶନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ କେତେକ ହାଇପ୍ରୋଫାଇଲ ମାମଲା ସୁପାରିସ କରିଥିଲା, ସେଥିରେ ସର୍ବାଧିକ ଦୁର୍ନୀତି ଧରାପଡିଛି। 

କେନ୍ଦ୍ରକୁ ଶିବସେନାର ପରାମର୍ଶ;ଜେଟ୍‌ ଏୟାରଓ୍ବେଜ କର୍ମଚାରୀଙ୍କୁ ବଞ୍ଚାଅ

କେନ୍ଦ୍ରକୁ ଶିବସେନାର ପରାମର୍ଶ;ଜେଟ୍‌ ଏୟାରଓ୍ବେଜ କର୍ମଚାରୀଙ୍କୁ ବଞ୍ଚାଅ

ମୁମ୍ବାଇ,୨୩-୪: ଜେଟ୍‌ ଏୟାରଓ୍ବେଜକୁ ଅଧିଗ୍ରହଣ କରି ଏହି ଏୟାରଲାଇନ କର୍ମଚାରୀଙ୍କୁ ବଞ୍ଚାଇବାକୁ ଶିବସେନା ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛି। ଦଳର ମୁଖପତ୍ର ‘ସାମ୍‌ନା’ର ସମ୍ପାଦକୀୟରେ ଲେଖାଯାଇଛି ଯେ, ବେକାରିଙ୍କର ଅଭିଶାପ ସ୍ବାଧ୍ୱୀଙ୍କ ଅଭିଶାପଠାରୁ ଅଧିକ ଶକ୍ତିଶାଳୀ। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଏଟିଏସ୍‌ର ପୂର୍ବତନ ପ୍ରମୁଖ ହେମନ୍ତ କରକରେଙ୍କ ମୃତ୍ୟୁକୁ ନେଇ ସ୍ବାଧ୍ୱୀ ପ୍ରଜ୍ଞାଙ୍କ ମନ୍ତବ୍ୟ ପରେ ଶିବସେନା ପକ୍ଷରୁ ଉକ୍ତ ମନ୍ତବ୍ୟ ଦିଆଯାଇଛି।

ଆର୍‌ବିଆଇ ବଳକା ଅର୍ଥକୁ ନେଇ ଜଲାନ କମିଟି ରିପୋର୍ଟ ଶୀଘ୍ର

ନୂଆଦିଲ୍ଲୀ,୨୩-୪: ଆର୍‌ବିଆଇର ବଳକା ଅର୍ଥ ସଂକ୍ରାନ୍ତ ରିପୋର୍ଟ ପ୍ରଦାନ ଲାଗି ଗଠନ ହୋଇଥିବା ଜଲାଲ କମିଟି ଏହାର ରିପୋର୍ଟ ଶୀଘ୍ର ପ୍ରଦାନ କରିବ ବୋଲି ଜଣାପଡିଛି। କମିଟିର ଅଧ୍ୟକ୍ଷ ପୂର୍ବତନ ଆରିବଆଇ ଗଭର୍ନର ବିମଳ ଜଲାନ କାର୍ଯ୍ୟ କରୁଛନ୍ତି।  କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ପ୍ରାୟ ୧-୩ ଲକ୍ଷ କୋଟି ଟଙ୍କାର ବଳକା ଅର୍ଥ ସଂକ୍ରାନ୍ତରେ କମିଟି ରିପୋର୍ଟ ଦେଇପାରନ୍ତି ବୋଲି ବିଦେଶୀ ବ୍ରୋକରେଜ ଫାର୍ମ ବ୍ୟାଙ୍କ ଅଫ୍‌ ଆମେରିକା ମେରିଲ୍‌ ଲିଞ୍ଚ୍‌ କହିଛି। ଏହା ମୋଟ ଘରୋଇ ଉତ୍ପାଦର ୦.୫%ରୁ ୧.୫% ରହିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଆର୍‌ବିଆଇ ଦ୍ୱାରା ପ୍ରଦାନ କରାଯିବାକୁ ଥିବା ଏହି ଅର୍ଥକୁ ସରକାର ଯଦି ବ୍ୟାଙ୍କର ପୁଞ୍ଜୀକରଣ କ୍ଷେତ୍ରରେ ଖର୍ଚ୍ଚ କରନ୍ତି ତେବେ ଏହା ଲିକ୍ୟୁଡିଟି କ୍ଷେତ୍ରରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଏହା କହିଛି।

ରିୟଲମି ଆଣିଲା ନୂଆ ୩ ପ୍ରୋ,ସି୨ ସ୍ମାର୍ଟଫୋନ

ରିୟଲମି ଆଣିଲା ନୂଆ ୩ ପ୍ରୋ,ସି୨ ସ୍ମାର୍ଟଫୋନ

ନୂଆଦିଲ୍ଲୀ,୨୨-୪: ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ ରିୟଲମି ପକ୍ଷରୁ ନୂଆ ରିୟଲମି ୩ ପ୍ରୋ ଏବଂ ଏଣ୍ଟ୍ରିଲେଭଲ ସି୨ ମଡେଲର ବଜାର ପ୍ରବେଶ ହୋଇଛି।

ସିଆଲଦା-ପୁରୀ ମଧ୍ୟରେ ସ୍ବତନ୍ତ୍ର ଗ୍ରୀଷ୍ମକାଳୀନ ଟ୍ରେନ

ସିଆଲଦା-ପୁରୀ ମଧ୍ୟରେ ସ୍ବତନ୍ତ୍ର ଗ୍ରୀଷ୍ମକାଳୀନ ଟ୍ରେନ

ଭୁବନେଶ୍ୱର,୨୨-୪: ଗ୍ରୀଷ୍ମକାଳୀନ ଯାତ୍ରୀ ଭିଡକୁ ଏଡାଇବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ସିଆଲଦା ଏବଂ ପୁରୀ ମଧ୍ୟରେ ଏକ ସ୍ବତନ୍ତ୍ର ଏସି ଟ୍ରେନ ଚଳାଚଳ ସମ୍ପର୍କରେ ଘୋଷଣା କରାଯାଇଛି।

ଷ୍ଟାର୍ଟଅପ୍‌: ବିଏସ୍‌ଇର ସହାୟତା ନେବ କାଜାକିସ୍ତାନ

ଷ୍ଟାର୍ଟଅପ୍‌: ବିଏସ୍‌ଇର ସହାୟତା ନେବ କାଜାକିସ୍ତାନ

ମୁମ୍ବାଇ,୨୧-୪: ଭାରତର ଷ୍ଟାର୍ଟଅପ୍‌ ଏବଂ ଇଣ୍ଟରନ୍ୟାଶନାଲ ଏକ୍ସଚେଞ୍ଜ ମଡେଲ ପ୍ରତି କାଜାକିସ୍ତାନ ଆକୃଷ୍ଟ ହୋଇଛି। 

ହୋଣ୍ଡା ଆଣିଲା ନୂଆ ସିବିଆର ୬୫୦ ଆର

ହୋଣ୍ଡା ଆଣିଲା ନୂଆ ସିବିଆର ୬୫୦ ଆର

ନୂଆଦିଲ୍ଲୀ,୨୨।୪: ପ୍ରମୁଖ ଦୁଇ ଚକିଆ ଯାନ ନିର୍ମାଣକାରୀ କମ୍ପାନୀ ହୋଣ୍ଡା ପକ୍ଷରୁ ବଜାରକୁ ଆସିଛି ନୂଆ ସିବିଆର ୬୫୦ ଆର । 

ଦେଶ ଗଠନରେ ସୂଚନା ପ୍ରଯୁକ୍ତିବିଦ୍ୟାର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଦେଶ ଗଠନରେ ସୂଚନା ପ୍ରଯୁକ୍ତିବିଦ୍ୟାର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୂବନେଶ୍ୱର,୨୨।୪(ବ୍ୟୁରୋ): ପବ୍ଲିକ ରିଲେସନ ସୋସାଇଟି ଅଫ ଇଣ୍ଡିଆ (ପିଆରଏସଆଇ) ଭୂବନେଶ୍ୱର ଚାପ୍ଟର ପକ୍ଷରୁ ଜାତୀୟ ଲୋକ ସମ୍ପର୍କ ଦିବସ ଭୂବନେଶ୍ୱରଠାରେ ପାଳନ କରାଯାଇଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri