ବ୍ରହ୍ମପୁର

ରାତିରେ ଦୁର୍ଗମ ଅଞ୍ଚଳକୁ ଯିବନି ମହାପ୍ରୟାଣ ଗାଡି

ରାତିରେ ଦୁର୍ଗମ ଅଞ୍ଚଳକୁ ଯିବନି ମହାପ୍ରୟାଣ ଗାଡି


ଭଞ୍ଜନଗର, ୨୩।୧(ଡି.ଏନ.ଏ.)- ଭଞ୍ଜନଗର ମେଡିକାଲ ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରୀ କମିଟି ବୈଠକ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମେଡିକାଲ ଅଧୀକ୍ଷକ ଡ. ପୀତାମ୍ବର ଦାସ ଅଧ୍ୟକ୍ଷତା କରିଥିଲେ। ବୈଠକରେ ମେଡିକାଲର ଉନ୍ନୟନ, ଗତମାସର ଖର୍ଚ୍ଚ, ମଶାରି ବ୍ୟବସ୍ଥା, ସମନ୍ବିତ ପରାମର୍ଶ କେନ୍ଦ୍ର, ସଫେଇ, ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। ଫେବୃୟାରୀ ୮,୯ ଓ ୧୦ତାରିଖ ୩ଦିନ ବାତ ରୋଗ ନିରାକରଣ ଅଭିଯାନ କାର୍ଯ୍ୟକ୍ରମ ହେବ। ଅଙ୍ଗନୱାଡି କର୍ମୀମାନେ ଘରକୁ ଘର ବୁଲି ଔଷଧ ବଣ୍ଟନ କରିବ। ସୋମବାର ଗାଲେରୀ ରାସ୍ତାରେ ମହାପ୍ରୟାଣ ଗାଡିଚାଳକଙ୍କ ଠାରୁ ଲୁଟ୍‌ ଘଟଣା ପରେ ଏଣିକି ଦୁର୍ଗମ ଅଞ୍ଚଳକୁ ରାତିରେ ଶବବୁହା ଗାଡି ଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଦିନବେଳେ ହିଁ ଦୁର୍ଗମ ଅଞ୍ଚଳକୁ ମହାପ୍ରୟାଣ ଗାଡି ଯିବ। ମେଡିକାଲରେ କର୍ମଚାରୀଙ୍କ ଉପସ୍ଥାନରେ ସ୍ବଚ୍ଛତା ଆଣିବା ପାଇଁ ବାୟୋମେଟ୍ରିକ୍‌ ମେଶିନ୍‌ ଫେବୃୟାରୀ ମାସରେ ବସିବ। ଏଥିସହ ଅନ୍ୟାନ୍ୟ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା। ମେଡିକାଲ ପରିଚାଳକ ବିଚିତ୍ରାନନ୍ଦ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକାରୀ କମିଟି ସଭ୍ୟ ରାଜେନ୍ଦ୍ର ପ୍ରଧାନ, ଡ. ପ୍ରଫୁଲ କୁମାର ଗୌଡ, ପ୍ରଶାନ୍ତ ମହାନ୍ତି, ସିଡିପିଓ ବିଷ୍ଣୁପ୍ରିୟା ସେଠୀ, ପୂର୍ତ୍ତ ବିଭାଗ,
ଜନସ୍ବାସ୍ଥ୍ୟ ବିଭାଗର ଯନ୍ତ୍ରୀମାନେ ଆଲୋଚନାରେ ଭାଗ ନେଇଥିଲେ।

All Right Reserved By

ବ୍ରହ୍ମପୁର

ବିଶ୍ୱସ୍ତରୀୟ କ୍ରିକେଟ ଷ୍ଟାଡିୟମ, ସ୍ପୋଟର୍‌ସ କମ୍ପ୍ଲେକ୍ସ

ବିଶ୍ୱସ୍ତରୀୟ କ୍ରିକେଟ ଷ୍ଟାଡିୟମ, ସ୍ପୋଟର୍‌ସ କମ୍ପ୍ଲେକ୍ସ

ଛତ୍ରପୁର,୧୬ା୨(ଡି.ଏନ.ଏ)-ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପ୍ରକଳ୍ପ ପରିକଳ୍ପନା କରିଛନ୍ତି ା କ୍ରୀଡାର ବିକାଶ ପାଇଁ ଭିତ୍ତିଭୂମି ସୁଦୃୃଢ ହେବା ଆବଶ୍ୟକ । 

କୁର୍ତ୍ତୁମଗଡ଼ରେ ପ୍ରବଳ ବର୍ଷା ସହ କୁଆପଥର ବୃଷ୍ଟି

କୁର୍ତ୍ତୁମଗଡ଼ରେ ପ୍ରବଳ ବର୍ଷା ସହ କୁଆପଥର ବୃଷ୍ଟି

ତୁମୁଡ଼ିବନ୍ଧ, ୧୬ା୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକର କୁର୍ତ୍ତୁମଗଡ଼ରେ ଶୁକ୍ରବାର ରାତି ପ୍ରାୟ ସାଢ଼େ ୮ଟାରେ  ପ୍ରବଳ ବର୍ଷା, ପବନ ହେବା ସହ କୁଆପଥର ପଡ଼ିଛି। ଫଳରେ ସେଠାରେ ବହୁ କ୍ଷୟକ୍ଷତି ଘଟିଛି। 

୧୬ ନଂ. ୱାର୍ଡରେ ଅବ୍ୟବସ୍ଥା ନେଇ ଦାବିପତ୍ର

୧୬ ନଂ. ୱାର୍ଡରେ ଅବ୍ୟବସ୍ଥା ନେଇ ଦାବିପତ୍ର

ହିିଞ୍ଜିଳିକାଟୁ,୧୬ା୨(ଡି.ଏନ୍‌.ଏ)-ହିଞ୍ଜିିଳିକାଟୁ ମ୍ୟୁନିସିପାଲିଟିର ୧୬ ନଂ. ୱାର୍ଡରେ ପାନୀୟ ଜଳ, ରାସ୍ତା ଓ ଡ୍ରେନ ସମସ୍ୟା ନେଇ ଅଞ୍ଚଳବାସୀ ଶୁକ୍ରବାର ପୂର୍ବାହ୍ନରେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। 

ଫେରାର୍‌ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ଗୋପାଳପୁର,୧୬ା୨: ଗୋଳନ୍ଥରା ଥାନାଞ୍ଚଳରେ ଦୁଇଟି ମାମଲାରେ ଫେରାର୍‌ ଥିବା ଅଭିଯୁକ୍ତକୁ ପୋଲିସ ଶୁକ୍ରବାର କୋର୍ଟଚାଲାଣ କରିଛି । ସେ ହେଲେ ବନ୍ଥପଲ୍ଲୀ ଗ୍ରାମର ଅଜିତ ସ୍ବାଇଁ (୨୦) । ଜାନୁୟାରୀ ୧୧ ତାରିଖ ମଧ୍ୟରାତିରେ ଗୋଳନ୍ଥରା ଥାନା କନିଷିରେ ଅଜିତ ଓ ୬ ଜଣ ମିଶି କେସ୍‌ ଭ୍ୟାନ ଭାଙ୍ଗି ଦେଶୀ ବନ୍ଧୁକ ଚୋରି କରିଥିଲେ। 

ଜାତୀୟ ରାଜପଥକୁ ସଂଯୋଗ ରାସ୍ତା ମରଣଯନ୍ତା

ଜାତୀୟ ରାଜପଥକୁ ସଂଯୋଗ ରାସ୍ତା ମରଣଯନ୍ତା

ବ୍ରହ୍ମପୁର ଅଫିସ,୧୬ା୨-ସ୍ଥାନୀୟ ଶିଳ୍ପାଞ୍ଚଳ ଆଙ୍କୁଲି ହରିହର ନଗରରୁ ୧୬ନଂ. ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ଖାଲଖମାରେ ପରିଣତ ହୋଇଛି। ଫଳରେ ଯାନବାହନ ଚଳାଚଳ ବିପଦଜନକ ହୋଇଯାଇଛି।

ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ବିକ୍ଷୋଭ

ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ବିକ୍ଷୋଭ

ବ୍ରହ୍ମପୁର ଅଫିସ୍‌,୧୬ା୨-ସ୍ଥାୟୀ ନିଯୁକ୍ତି ଏବଂ ବେତନ ବୃଦ୍ଧି ଦାବିରେ ଓଡ଼ିଶା ଆଉଟ୍‌ସୋର୍ସିଂ କର୍ମଚାରୀ ମହାସଂଘ ତରଫରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । 

ଚଣ୍ଡିପୁର ସାହି ବୋମାମାଡ଼ ଘଟଣା: ୪ ଗରିଫ, କୋର୍ଟଚାଲାଣ

ଚଣ୍ଡିପୁର ସାହି ବୋମାମାଡ଼ ଘଟଣା: ୪ ଗରିଫ, କୋର୍ଟଚାଲାଣ

ଗଞ୍ଜାମ,୧୫।୨(ଡି.ଏନ.ଏ.)- ରମ୍ଭା ଥାନା ଚଣ୍ଡିପୁର ସାହି ବୋମାମାଡ଼ ଘଟଣାରେ ପୋଲିସ ଶୁକ୍ରବାର ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ପ୍ରଦୀପ ଗୌଡ଼, ବାବୁଲା ଗୌଡ଼ (ରମ୍ଭା ଦାସସାହି), ନାରାୟଣ ସୁବୁଦ୍ଧି (ରମ୍ଭା) ଏବଂ ଯୁଧୀଷ୍ଠିର ବେହେରା (ବାଗଲପୁର)। ଏମାନଙ୍କୁ ବୋମା ତିଆରି ସାମଗ୍ରୀ ଯୋଗାଇ ଥିବା ଅଭିଯୋଗରେ ମଧ୍ୟ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମୁନା ମହାରଣା ଏବଂ ରଞ୍ଜିତ ପ୍ରଧାନ।

ନିଜୁମା ଘାଟିରେ ଦୁର୍ଘଟଣା: ୪୦ଫୁଟ ତଳକୁ ଖସିପଡିଲା ବାଇକ, ୨ ମୃତ

ନିଜୁମା ଘାଟିରେ ଦୁର୍ଘଟଣା: ୪୦ଫୁଟ ତଳକୁ ଖସିପଡିଲା ବାଇକ, ୨ ମୃତ

ମୋହନା,୧୫।୨(ଡି.ଏନ୍‌.ଏ.)- ମୋହନା ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ନିଜୁମା ଘାଟିରେ ଭାରସାମ୍ୟ ହରାଇ ଏକ ବାଇକ ଗଛରେ ପିଟିହୋଇ ୪୦ଫୁଟ ତଳକୁ ଖସି ପଡିଥିଲା। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଗଞ୍ଜାମ ଜିଲା ବଡଗଡ ଥାନା ବଳରାମପୁର ପଞ୍ଚାୟତର ଏ. ବିଜନ ମଣ୍ଡଳ (୨୩) ଓ ମୋହନା ଥାନା ଗୋବିନ୍ଦପୁର ପଞ୍ଚାୟତ ହିଚାଗାନ୍ଧୀ ଗ୍ରାମର ରବି ରଇତ (୨୨)।

ନିର୍ବାଚନୀ ବିଗୁଲ ବଜାଇଲେ ରାମକୃଷ୍ଣ

ନିର୍ବାଚନୀ ବିଗୁଲ ବଜାଇଲେ ରାମକୃଷ୍ଣ

ଶେରଗଡ,୧୫।୨(ଡି.ଏନ୍‌.ଏ.)-ଶେରଗଡସ୍ଥିତ ରାମଚଣ୍ଡୀ କଲ୍ୟାଣ ମଣ୍ଡପରେ ଶୁକ୍ରବାର କଂଗ୍ରେସର ଜୋନ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ଜିଲା କଂଗ୍ରେସ ସଭାପତି ଡ. ତ୍ରିନାଥ ବେହେରା ଅଧ୍ୟକ୍ଷତା କରିଥିଲେ। ଜୋନ ସ୍ତରୀୟ କଂଗ୍ରେସ ସଭାପତି ରାମକୃଷ୍ଣ ପଣ୍ଡା ଓ ସୀମାଞ୍ଚଳ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ମିଳନୀରେ ନିର୍ବାଚନୀ ବୁଗୁଲ ବାଜିଛି।

ଭଞ୍ଜନଗରରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭଞ୍ଜନଗରରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭଞ୍ଜନଗର,୧୫।୨(ଡି.ଏନ.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ସୋରାଦେବୀ  ମନ୍ଦିର ଗଣ୍ଡିଶୁଳା ରାସ୍ତାରେ ଶୁକ୍ରବାର ସକାଳେ ଏନକାଉଣ୍ଟର ହୋଇଛି। 

ପିକ୍‌ଅପ୍‌ ଧକ୍କାରେ ଶିଶୁକନ୍ୟା ମୃତ: ରାସ୍ତାରୋକୋ

ପିକ୍‌ଅପ୍‌ ଧକ୍କାରେ ଶିଶୁକନ୍ୟା ମୃତ: ରାସ୍ତାରୋକୋ

ଦିଗପହଣ୍ଡି/ପାଟପୁର, ୧୫ା୨(ଡି.ଏନ.ଏ.)- ଦିଗପହଣ୍ଡି-ରାୟଗଡ଼ା ରାଜ୍ୟ ରାଜପଥର ଡ଼େଙ୍ଗାଓସ୍ତା ଗ୍ରାମ ଢ଼ିପସାହି ନିକଟରେ ପିକଅପ୍‌ ଧକ୍କାରେ ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଏଲ. ଲିପ୍ସା ଦୋରା(୫)।

ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ

ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ

ବ୍ରହ୍ମପୁର ଅଫିସ୍‌,୧୫ା୨- କେହି ନ ଥିବା ସମୟରେ ଘରେ ପଶି ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ବିଚାର କରି ବ୍ରହ୍ମପୁର ଏଡିଜେ-୨ ପୋକ୍ସୋ କୋର୍ଟ ଜଜ୍‌ ଦୀପକ କୁମାର ଅଭିଯୁକ୍ତ ପଡୋଶୀ ପ୍ରଶାନ୍ତ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି|