ବ୍ରହ୍ମପୁର

ରାସ୍ତା ନିର୍ମାଣ ନ ହେଲେ ଆନ୍ଦୋଳନ

ରାସ୍ତା ନିର୍ମାଣ ନ ହେଲେ ଆନ୍ଦୋଳନ

ଖଜୁରିପଡା,୨୨।୧(ଡି.ଏନ୍‌.ଏ.)-  ଖଜୁରିପଡା ବ୍ଲକର ୧୪ ପଞ୍ଚାୟତ ମଧ୍ୟରୁ ୪ ପଞ୍ଚାୟତ ବଲସ୍‌କୁମ୍ପା, ଟିଟ୍ରାପଙ୍ଗା, ଦୂତିପଡା, ଆଡାଶିପଡାର ଜନସାଧାରଣ ଫୁଲବାଣୀଠାରୁ ବ୍ରହ୍ମପୁର ସଂଯୋଗ କରୁଥିବା ଜାତୀୟ ରାଜପଥ ପକନାଗଁାଠାରୁ ସଂଯୋଗ କରୁଥିବା ଫୁଲବାଣୀ-ଭୁବନେଶ୍ୱର ଜାତୀୟ ରାଜପଥକୁ ବାରପୁଲିଆ ପର୍ଯ୍ୟନ୍ତ ରାସ୍ତା ଉପରେ ନିର୍ଭର କରନ୍ତି। ଏହି ରାସ୍ତାରେ ଉପରେ ୪ ପଞ୍ଚାୟତବାସୀ ନିର୍ଭର କରୁଛନ୍ତି। ଦୂତିପଡା ବାରପୁଲିଆ ଠାରୁ ପକନାଗଁା ହେଲା ଭୁବନେଶ୍ୱର-ବ୍ରହ୍ମପୁର, କୋରାପୁଟ,ଭବାନିପାଟଣା, ବାଲିଗୁଡା, ଟିକାବାଲି, ଫିରିଙ୍ଗିଆ ଏଭଳି ଅନେକ ଅଞ୍ଚଳକୁ ବାଇପାସ ରାସ୍ତା। ଏହି ରାସ୍ତାଦେଇ ଗଲେ ୨୫ କିମି କମ ପଡିଥାଏ। ବରାଳ ଦେବୀଙ୍କ ପୀଠକୁ ଯିବାକୁ ହେଲେ ମଧ୍ୟ ଏହି ରାସ୍ତା ଉପରେ ନିର୍ଭର କରିବାକୁ ପଡେ। ପକନାଗଁ। ଠାରୁ ବାରପୁଲିଆ ରାସ୍ତା ମରଣଯନ୍ତା ପାଲଟିଛି। ନା ପ୍ରଶାସନ, ନଁା ସ୍ଥାନୀୟ ରାଜନେତା କାହାରି ଏହି ରାସ୍ତା ପ୍ରତି ଦୃଷ୍ଟି ପଡୁନାହିଁ। ବଲସକୁମ୍ପାର ମା’ ଇଷ୍ଟଦେବୀ ଯୁବ କଳା ପରିଷଦ ଯୁବକ ସଂଘ ଏହି ରାସ୍ତା ପାଇଁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ସେମାନଙ୍କ କହିବା କଥା ରାସ୍ତା ନିର୍ମାଣ ପାଇଁ ଅନେକ ଥର ଜିଲା ପ୍ରଶାସନକୁ ପଞ୍ଚାୟତ ତରଫରୁ ରେଜୁଲେଶନ କରାଯାଇ ଦାବି ଜଣାଇଛୁ। ଗ୍ରାମସଭା ପଲ୍ଲିସଭାରେ ମଧ୍ୟ ପ୍ରସ୍ତାବ ଆଗତ ହୋଇଛି। ଏହାପରେ ମଧ୍ୟ ରାସ୍ତା ନିର୍ମାଣ ହେଉନାହିଁ। ମା’ ଇଷ୍ଟଦେବୀ ଯୁବ କଳା ପରିଷଦ ଯୁବକ ସଂଘ, ମା’ ବରାଳଦେବୀ ଅଟୋ ଚାଳକ ସଂଘ, ମା’ ବରାଳ ଦେବୀ ବଣିକ ସଂଘ, ରାଧାକୃଷ୍ଣ ଯୁବକ ସଂଘର ବିନାୟକ ସାହାଣୀ, ବିଦୂର ବେହେରା, ଅଭିମନ୍ୟୁ ପ୍ରଧାନ, ଉଦୟ ଭୋଇ ପ୍ରମୁଖ ପ୍ରକାଶ କରିଛନ୍ତି। ଏହି ୪ ସଂଘ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ମା’ ଇଷ୍ଟଦେବୀ ଯୁବ କଳା ପରିଷଦ ଯୁବକ ସଂଘର ସମ୍ପାଦକ ବିଦୂର ବେହେରା ପ୍ରକାଶ କରିଛନ୍ତି।

All Right Reserved By

ବ୍ରହ୍ମପୁର

ଚଣ୍ଡିପୁର ସାହି ବୋମାମାଡ଼ ଘଟଣା: ୪ ଗରିଫ, କୋର୍ଟଚାଲାଣ

ଚଣ୍ଡିପୁର ସାହି ବୋମାମାଡ଼ ଘଟଣା: ୪ ଗରିଫ, କୋର୍ଟଚାଲାଣ

ଗଞ୍ଜାମ,୧୫।୨(ଡି.ଏନ.ଏ.)- ରମ୍ଭା ଥାନା ଚଣ୍ଡିପୁର ସାହି ବୋମାମାଡ଼ ଘଟଣାରେ ପୋଲିସ ଶୁକ୍ରବାର ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ପ୍ରଦୀପ ଗୌଡ଼, ବାବୁଲା ଗୌଡ଼ (ରମ୍ଭା ଦାସସାହି), ନାରାୟଣ ସୁବୁଦ୍ଧି (ରମ୍ଭା) ଏବଂ ଯୁଧୀଷ୍ଠିର ବେହେରା (ବାଗଲପୁର)। ଏମାନଙ୍କୁ ବୋମା ତିଆରି ସାମଗ୍ରୀ ଯୋଗାଇ ଥିବା ଅଭିଯୋଗରେ ମଧ୍ୟ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମୁନା ମହାରଣା ଏବଂ ରଞ୍ଜିତ ପ୍ରଧାନ।

ନିଜୁମା ଘାଟିରେ ଦୁର୍ଘଟଣା: ୪୦ଫୁଟ ତଳକୁ ଖସିପଡିଲା ବାଇକ, ୨ ମୃତ

ନିଜୁମା ଘାଟିରେ ଦୁର୍ଘଟଣା: ୪୦ଫୁଟ ତଳକୁ ଖସିପଡିଲା ବାଇକ, ୨ ମୃତ

ମୋହନା,୧୫।୨(ଡି.ଏନ୍‌.ଏ.)- ମୋହନା ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ନିଜୁମା ଘାଟିରେ ଭାରସାମ୍ୟ ହରାଇ ଏକ ବାଇକ ଗଛରେ ପିଟିହୋଇ ୪୦ଫୁଟ ତଳକୁ ଖସି ପଡିଥିଲା। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଗଞ୍ଜାମ ଜିଲା ବଡଗଡ ଥାନା ବଳରାମପୁର ପଞ୍ଚାୟତର ଏ. ବିଜନ ମଣ୍ଡଳ (୨୩) ଓ ମୋହନା ଥାନା ଗୋବିନ୍ଦପୁର ପଞ୍ଚାୟତ ହିଚାଗାନ୍ଧୀ ଗ୍ରାମର ରବି ରଇତ (୨୨)।

ନିର୍ବାଚନୀ ବିଗୁଲ ବଜାଇଲେ ରାମକୃଷ୍ଣ

ନିର୍ବାଚନୀ ବିଗୁଲ ବଜାଇଲେ ରାମକୃଷ୍ଣ

ଶେରଗଡ,୧୫।୨(ଡି.ଏନ୍‌.ଏ.)-ଶେରଗଡସ୍ଥିତ ରାମଚଣ୍ଡୀ କଲ୍ୟାଣ ମଣ୍ଡପରେ ଶୁକ୍ରବାର କଂଗ୍ରେସର ଜୋନ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ଜିଲା କଂଗ୍ରେସ ସଭାପତି ଡ. ତ୍ରିନାଥ ବେହେରା ଅଧ୍ୟକ୍ଷତା କରିଥିଲେ। ଜୋନ ସ୍ତରୀୟ କଂଗ୍ରେସ ସଭାପତି ରାମକୃଷ୍ଣ ପଣ୍ଡା ଓ ସୀମାଞ୍ଚଳ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ମିଳନୀରେ ନିର୍ବାଚନୀ ବୁଗୁଲ ବାଜିଛି।

ଭଞ୍ଜନଗରରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭଞ୍ଜନଗରରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭଞ୍ଜନଗର,୧୫।୨(ଡି.ଏନ.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ସୋରାଦେବୀ  ମନ୍ଦିର ଗଣ୍ଡିଶୁଳା ରାସ୍ତାରେ ଶୁକ୍ରବାର ସକାଳେ ଏନକାଉଣ୍ଟର ହୋଇଛି। 

ପିକ୍‌ଅପ୍‌ ଧକ୍କାରେ ଶିଶୁକନ୍ୟା ମୃତ: ରାସ୍ତାରୋକୋ

ପିକ୍‌ଅପ୍‌ ଧକ୍କାରେ ଶିଶୁକନ୍ୟା ମୃତ: ରାସ୍ତାରୋକୋ

ଦିଗପହଣ୍ଡି/ପାଟପୁର, ୧୫ା୨(ଡି.ଏନ.ଏ.)- ଦିଗପହଣ୍ଡି-ରାୟଗଡ଼ା ରାଜ୍ୟ ରାଜପଥର ଡ଼େଙ୍ଗାଓସ୍ତା ଗ୍ରାମ ଢ଼ିପସାହି ନିକଟରେ ପିକଅପ୍‌ ଧକ୍କାରେ ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଏଲ. ଲିପ୍ସା ଦୋରା(୫)।

ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ

ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ

ବ୍ରହ୍ମପୁର ଅଫିସ୍‌,୧୫ା୨- କେହି ନ ଥିବା ସମୟରେ ଘରେ ପଶି ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ବିଚାର କରି ବ୍ରହ୍ମପୁର ଏଡିଜେ-୨ ପୋକ୍ସୋ କୋର୍ଟ ଜଜ୍‌ ଦୀପକ କୁମାର ଅଭିଯୁକ୍ତ ପଡୋଶୀ ପ୍ରଶାନ୍ତ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି| 

ଆଜିଠୁ କୁଷ୍ଠମୁକ୍ତ ଗାଁ ଅଭିଯାନ

ଆଜିଠୁ କୁଷ୍ଠମୁକ୍ତ ଗାଁ ଅଭିଯାନ

ଛତ୍ରପୁର,୧୫ା୨(ଡି.ଏନ.ଏ)- ଗଞ୍ଜାମ ଜିଲା ସମାଜ ସୁରକ୍ଷା ବିଭାଗ ପକ୍ଷରୁ ବୁଧବାର ଛତ୍ରପୁରସ୍ଥିତ ସଂସ୍କୃତି ଭବନ ପରିସରରେ ଜିଲାସ୍ତରୀୟ କୁଷ୍ଠ ନିରାକରଣ ପକ୍ଷ ପାଳିତ ହୋଇଯାଇଛି|  

ମଦମୁକ୍ତ ଅଭିଯାନ: ସ୍ପିରିଟ ପୋଡ଼ିଲେ ମହିଳା

ମଦମୁକ୍ତ ଅଭିଯାନ: ସ୍ପିରିଟ ପୋଡ଼ିଲେ ମହିଳା

ବୁଗୁଡ଼ା,୧୫ା୨(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତରେ ଥିବା ୯ ଖଣ୍ଡ ଗ୍ରାମକୁ ମଦମୁକ୍ତ କରିବାକୁ ମହିଳାମାନେ ଅଣ୍ଟା ଭିଡିଛନ୍ତି। ମଦମୁକ୍ତ ପଞ୍ଚାୟତ ଘୋଷଣା ଦାବି ନେଇ ଗୁରୁବାର ଉକ୍ତ ପଞ୍ଚାୟତର ଜନସାଧାରଣ ତଥା ସହସ୍ରାଧିକ ମହିଳା ଏହି ଅଭିଯାନ ଆରମ୍ଭ କରିଛନ୍ତି।

ବିଦ୍ୟୁତ୍‌ ଆଲୁଅରୁ ବଞ୍ଚିତ ଲୁହୁରିବାଲିବାସୀ

ବିଦ୍ୟୁତ୍‌ ଆଲୁଅରୁ ବଞ୍ଚିତ ଲୁହୁରିବାଲିବାସୀ

ଫୁଲବାଣୀ ଅଫିସ, ୧୫ା୨-କନ୍ଧମାଳ ଜିଲା ଫୁଲବାଣୀ ସହରଠାରୁ ମାତ୍ର ଅଳ୍ପ ଦୂର ଗଞ୍ଜୁଗୁଡା ପଞ୍ଚାୟତ ଲୁହୁରୀବାଲି ଗ୍ରାମରେ ଆଜି ପର୍ଯ୍ୟନ୍ତ ବିଜୁଳି ଆଲୁଅ ପହଞ୍ଚି  ପାରିନାହିଁ। ତେଣୁ ଗ୍ରାମର ମହିଳାମାନେ ଏଥିରେ ଅତିଷ୍ଠ ହୋଇ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରିବା ସହ ଯଥାଶୀଘ୍ର ଗ୍ରାମକୁ ବିଦ୍ୟୁତ୍‌ ଯୋଗାଇ ଦେବାକୁ ପ୍ରଶାସନକୁ ଚେତାବନୀ ଦେଇଛନ୍ତି।

ଫିରିଙ୍ଗିଆ ଉଚ୍ଚ ବିଦ୍ୟାଳୟ: ଛାତ୍ରଙ୍କ ମାଡ଼ରେ ଛାତ୍ର ଗୁରୁତର

ଫିରିଙ୍ଗିଆ ଉଚ୍ଚ ବିଦ୍ୟାଳୟ: ଛାତ୍ରଙ୍କ ମାଡ଼ରେ ଛାତ୍ର ଗୁରୁତର

ଫିରିଙ୍ଗିଆ, ୧୫ା୨: ଫିରିଙ୍ଗିଆ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀର କେତେଜଣ ଛାତ୍ରଙ୍କ ମାଡ଼ରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରଙ୍କ ବାପା ଘଟଣାର ତଦନ୍ତ ସହ ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। 

ପୋଖରୀରେ ବୁଡ଼ି ଛାତ୍ର ମୃତ

ପୋଖରୀରେ ବୁଡ଼ି ଛାତ୍ର ମୃତ

ଗଞ୍ଜାମ,୧୪।୨(ଡି.ଏନ.ଏ.)- ରମ୍ଭା ଥାନା ବିଟି ନୂଆଗଁାସ୍ଥିତ ଏକ ପୋଖରୀରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଡିଆଁଡେଇଁ ଗ୍ରାମର ବିରଞ୍ଚତ୍ ଦାସଙ୍କ ପୁଅ ଚିନ୍ମୟ (୮)। ମିଳିଥିବା ତଥ୍ୟ ଅନୁଯାୟୀ ମୃତ ଚିନ୍ମୟ ବିଟି ନୂଆଗାଁ ନିଜ ଅଜା ଇଶ୍ୱର ନାହାକଙ୍କ ଘରେ ରହି ପାଠ ପଢୁଥିଲେ। ବୁଧବାର ସନ୍ଧ୍ୟାରେ ଶୌଚ ପାଇ ଯାଇ ପୋଖରୀକୁ ଖସି ପଡିଥିଲେ। ଘର ଲୋକେ ପୋଖରୀରୁ ତାଙ୍କର ମୃତଦେହ ଉଦ୍ଧାର କରିଥିଲେ।

ଆକ୍ରମଣ ମାମାଲ: ଯୁବକଙ୍କୁ ୭ମାସ ଜେଲ

ଆକ୍ରମଣ ମାମାଲ: ଯୁବକଙ୍କୁ ୭ମାସ ଜେଲ

ଶେରଗଡ,୧୪।୨(ଡି.ଏନ୍‌.ଏ.)- ଶେରଗଡ ମାଜିଷ୍ଟ୍ରେଟ ରେଖାରାଣୀ ନାୟକ ଗୁରୁବାର ଏକ ଆକ୍ରମଣ ମାମଲାର ଶୁଣାଣି କରି ଜଣେ ଅଭିଯୁକ୍ତଙ୍କୁ ୭ମାସ ଜେଲ ଦଣ୍ଡ ଶୁଣାଇଛନ୍ତି। ପ୍ରକାଶ ଯେ, ୨୦୧୭ ଅଗଷ୍ଟ ୧୧ରେ କାଞ୍ଜିଆମାର ଜୟରାମ ପ୍ରଧାନଙ୍କୁ ଗ୍ରାମର ସନ୍ତୋଷ ଜେନା ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଏନେଇ ଜୟରାମ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସନ୍ତୋଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ସନ୍ତୋଷ ଜାମିନରେ ମୁକୁଳିଥିଲେ। ୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ଶେରଗଡ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନାୟକ ସନ୍ତୋଷଙ୍କୁ ୭ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ତାଙ୍କୁ ଆସିକା ଜେଲ ହାଜତକୁ ପଠାଇ ଦିଆଯାଇଛି। ପିପି ସରୋଜ କୁମାର ମଲ୍ଲିକ ଓ ରାଧାକୃଷ୍ଣ ଡାକୁଆ ମାମଲା ପରିଚାଳନା କରିଥିଲେ।