ବ୍ରହ୍ମପୁର

ବନ୍ଧୁକ ଦେଖାଇ ଲୁଟ ଘଟଣା, ୨ ଗିରଫ

ବନ୍ଧୁକ ଦେଖାଇ ଲୁଟ ଘଟଣା, ୨ ଗିରଫ


ଦାରିଙ୍ଗବାଡ଼ି,୨୨।୧(ଡି.ଏନ.ଏ): ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଡିସେମ୍ବର ୧୮ ତାରିଖରେ ବନ୍ଧୁକ ଦେଖାଇ ହୋଇଥିବା ଲୁଟ ଘଟଣାରେ ପୋଲିସ ମଙ୍ଗଳବାର ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଅଜୁ କୁମାର ପ୍ରଧାନ, ପାଉସ୍ତିନ ପ୍ରଧାନ। ସେମାନଙ୍କଠାରୁ ଏକ ବାଇକ, ୨ଟି ମୋବାଇଲ ଫୋନ୍‌, ଏକ ଟାବଲେଟ ଏବଂ  ୮ ହଜାର ଟଙ୍କା ଜବତ ହୋଇଥିବା ଦାରିଙ୍ଗବାଡି ଥାନା ଆଇଆଇସି ଅଲେଖ ଗରଡ଼ିଆ ଖବରଦାତା ସମ୍ମଳିନୀରେ କହଛନ୍ତି। ଲୁଟ ଘଟଣାର ମାଷ୍ଟର ମାଇଣ୍ଡ ଫେରାର ଥିବା ପୋଲିସ କହିଛି।  ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଏକ ଟିମ୍‌ ଗଠନ କରି ବିଭିନ୍ନ ଦିଗରୁ ତଦନ୍ତ ଚଳାଇଥିତ୍ଲା । ଏହି ଟିମ୍‌ରେ  ତଦନ୍ତକାରୀ ଅଧିକାରୀ ଗୋପାଳ କୃଷ୍ଣ ଆଗୁପାତ୍ର, ଏଏସ୍‌ଆଇ ଆର.ଭୀମରାଓ ରେଡ୍ଡୀ, ରାଇଟର ବିଦେଶୀ  ବେହରା ପ୍ରମୁଖ ରହିଥିତ୍ଲେ। ସୂଚନାଯୋଗ୍ୟ, ନୟାଗଡ଼ ଜିଲା ଓଡ଼ଗାଁ ଥାନା ନନ୍ଦିଘୋର ଗ୍ରାମର ଦିଲୀପ କୁମାର ସାହ ଡିସେମ୍ବର ୧୮ରେ କୌଣସି ଏକ କାର୍ଯ୍ୟରେ କିରିକୁଟି ପଞ୍ଚାୟତ ଅଲାରୀ ଅଞ୍ଚଳକୁ ଯାଇଥିବା ବେଳେ ବନ୍ଧୁକ ଦେଖାଇ ତାଙ୍କଠାରୁ ଲୁଟ ହୋଇଥିଲା। ଲୁଟେରା ନଗଦ ୧୩ ହଜାର ଟଙ୍କା, ଏକ ଟାବଲେଟ ଛଡ଼ାଇ ନେଇଥିବା ସେ ଅଭିଯୋଗ କରିଥିଲେ। ଏ ନେଇ ନଂ.୧୬୦/୧୮ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଥିଲା।

All Right Reserved By

ବ୍ରହ୍ମପୁର

ବାଲିଗୁଡ଼ାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ : ଜନଜୀବନ ଅସ୍ତବ୍ୟସ୍ତ, ପ୍ରଥମ ଥର ପାଇଁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲା

ବାଲିଗୁଡ଼ାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ : ଜନଜୀବନ ଅସ୍ତବ୍ୟସ୍ତ, ପ୍ରଥମ ଥର ପାଇଁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲା

ବାଲିଗୁଡ଼ା,୨୬।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଜ୍ୟର ସବୁଠାରୁ ଥଣ୍ଡା ସହର ରୂପେ ପରିଗଣିତ ହୋଇଥିବା ବେଳେ ବର୍ତ୍ତମାନ କିଛି ଦିନ ହେଲା ତାପମାତ୍ରା ଅଧିକ ପରିମାଣରେ ବୃଦ୍ଧି ପାଉଛି।

ଛତ୍ରପୁର ହସ୍ପିଟାଲରେ ରାଜ୍ୟସ୍ତରୀୟ ସ୍ବାସ୍ଥ୍ୟ ମନିଟରିଂ ଟିମ୍‌

ଛତ୍ରପୁର ହସ୍ପିଟାଲରେ ରାଜ୍ୟସ୍ତରୀୟ ସ୍ବାସ୍ଥ୍ୟ ମନିଟରିଂ ଟିମ୍‌

ଛତ୍ରପୁର,୨୬ା୪(ଡି.ଏନ.ଏ.)- ଗଞ୍ଜାମ ଜିଲା ହେଡକ୍ୱାର୍ଟରରେ ଥିବା ଛତ୍ରପୁର ହସ୍ପିଟାଲକୁ ୨୦୧୮-୧୯ରେ କାୟାକଳ୍ପ ପ୍ରଶଂସନୀୟ ପୁରସ୍କାର ମିଳିଥିଲା। 

ରାଶନ କାର୍ଡରୁ ବଞ୍ଚିତ ୧୦ କୁଟିଆ ପରିବାର 

ରାଶନ କାର୍ଡରୁ ବଞ୍ଚିତ ୧୦ କୁଟିଆ ପରିବାର 

ତୁମୁଡ଼ିବନ୍ଧ,୨୬ା୪(ଡି.ଏନ୍‌.ଏ.)- କୁଟିଆ ସମ୍ପ୍ରଦାୟର ସାମଗ୍ରିକ ବିକାଶ ପାଇଁ ସରକାର ସ୍ବତନ୍ତ୍ର ଯୋଜନା କରି ଆସୁଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ହେଉ କି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଏହି ସମ୍ପ୍ରଦାୟର ଲୋକଙ୍କ ନିମନ୍ତେ କୌଣସି  ମାନଦଣ୍ଡ ନାହିଁ। 

ଇଭିଏମ୍‌ ଭଙ୍ଗାରୁଜା ଘଟଣା: ନୀଳମଣିଙ୍କ ଜାମିନ ଶୁଣାଣି ୨କୁ ଘୁଞ୍ଚିଲା

ଭଞ୍ଜନଗର/ସୋରଡା,୨୬।୪ (ଡି.ଏନ.ଏ.)- ସୋରଡା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ ଇଭିଏମ୍‌ ମେଶିନ ଭାଙ୍ଗିବା ଅଭିଯୋଗରେ ଗତ ୧୮ ତାରିଖରୁ ସୋରଡା ଜେଲରେ ଅଛନ୍ତି। 

ଠାକୁରାଣୀ ଯାତ୍ରାଦାଣ୍ଡକୁ ଆକର୍ଷିତ କଲା ସମୂହ ଲଣ୍ଡାବେଶ

ଠାକୁରାଣୀ ଯାତ୍ରାଦାଣ୍ଡକୁ ଆକର୍ଷିତ କଲା ସମୂହ ଲଣ୍ଡାବେଶ

ବ୍ରହ୍ମପୁର ଅଫିସ,୨୬ା୪- ରେଶମ ନଗରୀ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଚଳିତ ବର୍ଷ ଯାତ୍ରାର ଗୁରୁବାର ୨୭ ଦିନ ପୂରିଛି। ସନ୍ଧ୍ୟାରେ ବାହାରିଥିବା ବିଜିପୁର ଲଣ୍ଡା ବେଶ ଯାତ୍ରାଦାଣ୍ଡକୁ ବେଶ୍‌ ଆକର୍ଷିତ କରିଥିଲା।

ବାଳକରେ ପିଟ୍‌ବୁଲ୍‌ସ, ବାଳିକାରେ ଚ୍ୟାଲେଞ୍ଜର୍ସ ଚାମ୍ପିୟନ୍‌ 

ବାଳକରେ ପିଟ୍‌ବୁଲ୍‌ସ, ବାଳିକାରେ ଚ୍ୟାଲେଞ୍ଜର୍ସ ଚାମ୍ପିୟନ୍‌ 

ବ୍ରହ୍ମପୁର ଅଫିସ୍‌,୨୬ା୪- ବ୍ରହ୍ମପୁର ଷ୍ଟାଡିୟମ୍‌ରେ ଗତ ୩ ଦିନ ହେଲା ଚାଲିଥିବା ପ୍ରଥମ ବ୍ରହ୍ମପୁର ଗ୍ରୀଷ୍ମକାଳୀନ ବାସ୍କେଟବଲ୍‌ ଲିଗ୍‌ ଗୁରୁବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି। ବାଳକ ବର୍ଗରେ  ୪ଟି ଦଳ ଭାଗ ନେଇଥିଲେ।  

ନିର୍ବାଚନ କାର୍ଯ୍ୟରେ ଯାଇ ଶିକ୍ଷକଙ୍କ ମୃତ୍ୟୁ ଅଭିଯୋଗ, କ୍ଷତିପୂରଣ ଦାବି

ନିର୍ବାଚନ କାର୍ଯ୍ୟରେ ଯାଇ ଶିକ୍ଷକଙ୍କ ମୃତ୍ୟୁ ଅଭିଯୋଗ, କ୍ଷତିପୂରଣ ଦାବି

ଫୁଲବାଣୀ ଅଫିସ, ୨୬ା୪- କନ୍ଧମାଳ ଜିଲାରେ ନିର୍ବାଚନ କାର୍ଯ୍ୟରେ ଯାଇ ମାଓବାଦୀଙ୍କ ଗୁଳିରେ ଜିଆରଏସ୍‌ ସଂଯୁକ୍ତା ଦିଗାଲଙ୍କ ମୃତ୍ୟୁ ଘଟଣାକୁ ଲୋକେ ଭୁଲି ନାହାନ୍ତି। ସେହିପରି ଅନ୍ୟ ଜଣେ ଶିକ୍ଷକ ଅଶୋକ କୁମାର ମଲ୍ଲିକ ନିର୍ବାଚନ କାର୍ଯ୍ୟରେ ଯାଇ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। 

ଇ-ମୂଲ୍ୟାୟନ କେନ୍ଦ୍ରରେ ରହୁନି ଇଣ୍ଟରନେଟ୍‌

ଇ-ମୂଲ୍ୟାୟନ କେନ୍ଦ୍ରରେ ରହୁନି ଇଣ୍ଟରନେଟ୍‌

ବ୍ରହ୍ମପୁର ଅଫିସ୍‌,୨୬ା୪- ଶିକ୍ଷା କ୍ଷେତ୍ର ଭଳି ଏକ ସମ୍ବେଦନଶୀଳ ବିଷୟକୁ ନେଇ ରାଜ୍ୟ ସରକାର କେମିତି ଖାମଖିଆଲ ମନୋଭାବ ରଖୁଛନ୍ତି, ତାହା ଯୁକ୍ତ ୨ ଖାତାଦେଖାରେ ସୃଷ୍ଟି ହୋଇଥିବା ବିଭ୍ରାଟରୁ ପ୍ରମାଣିତ ହେଉଛି।

ବ୍ୟବସାୟୀଙ୍କୁ ଆକ୍ରମଣ ଲୁଟିନେଲେ ୨ଲକ୍ଷ ଟଙ୍କା, ବାଇକ

ବ୍ୟବସାୟୀଙ୍କୁ ଆକ୍ରମଣ ଲୁଟିନେଲେ ୨ଲକ୍ଷ ଟଙ୍କା, ବାଇକ

ପୁରୁଷୋତ୍ତମପୁର,୨୬।୪(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର କଲେଜଛକ-କମାସାହି ରାସ୍ତାରେ ଜଣେ ବ୍ୟବସାୟୀଙ୍କୁ ଗୁରୁବାର ରାତିରେ ଲୁଟେରାମାନେ ଆକ୍ରମଣ କରି ୨ଲକ୍ଷ ଟଙ୍କା ଓ ବାଇକ ଲୁଟି ନେଇଛନ୍ତି। ଲୁଟ୍‌ର ଶୀକାର ହୋଇଛନ୍ତି ଶଙ୍କର ଟ୍ରେଡର୍ସର ମାଲିକ ଅରୂପ କୁମାର ମହାନ୍ତି। ଆକ୍ରମଣରେ ଗୁରୁତର ଅରୂପଙ୍କୁ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଧରିତ୍ରୀ ପ୍ରଭାବ:  ବନ୍ଦ ଥିବା ରାସ୍ତା କାମ ଆରମ୍ଭ ହେଲା

ଧରିତ୍ରୀ ପ୍ରଭାବ: ବନ୍ଦ ଥିବା ରାସ୍ତା କାମ ଆରମ୍ଭ ହେଲା

ଗଞ୍ଜାମ,୨୫ା୪(ଡି.ଏନ.ଏ.)- ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାଡ ନଂ.୩ ଦୁର୍ଗାଦେବୀ ସାହି ଛକଠାରୁ ଭାରତୀ ବିଦ୍ୟାପୀଠ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମ ବିଳମ୍ବ ନେଇ ଗତ ୨୧ ତାରିଖରେ ‘ଧରିତ୍ରୀ’ରେ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରକାଶ ପରେ ନିର୍ମାଣ କାର୍ଯ୍ୟ ହାତକୁ ନେଇଥିବା ପୂର୍ତ୍ତବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରାସ୍ତା ନିର୍ମାଣ କାମ ବୁଧବାର ଠାରୁ ଆରମ୍ଭ ହୋଇଛି। ସହରର ମୁଖ୍ୟ ରାସ୍ତା ଏବଂ ଷ୍ଟେଟବ୍ୟାଙ୍କ ଥିବା ହେତୁ ଦୈନନ୍ଦିନ ଶହ ଶହ ଲୋକ ଉକ୍ତ ରାସ୍ତା ଉପରେ ନିର୍ଭର କରିଥାନ୍ତି। ଏହି ରାସ୍ତା ଉନ୍ନତିକରଣ ନେଇ ୫୬ ଲକ୍ଷ ୩ ହଜାର ୩୫୬ ଟଙ୍କା ବ୍ୟୟ ଅଟକଳ ହୋଇଛି। ଜୁଲାଇ ୧୯ରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଧାରଣ ହୋଇଥିଲା। 

ଆକ୍ରମଣ ମାମଲା, ବାପ-ପୁଅଙ୍କୁ କୋର୍ଟଚାଲାଣ

ଆକ୍ରମଣ ମାମଲା, ବାପ-ପୁଅଙ୍କୁ କୋର୍ଟଚାଲାଣ

ଦିଗପହଣ୍ଡି,୨୫।୪(ଡି.ଏନ.ଏ.)- ଦିଗପହଣ୍ଡି ପୋଲିସ ଚାଞ୍ଚଡ଼ାପଲ୍ଲୀ ଗ୍ରାମର କେଶବ ବିଶୋୟୀ ଓ ତାଙ୍କ ପୁଅ ବିଦ୍ୟାଧରଙ୍କୁ ଗୁରୁବାର ଗିରଫ କରି କୋର୍ଟଚାଲାଣ କରିଛି। ପୈତୃକ ସମ୍ପତ୍ତି ଭାଗବଣ୍ଟନକୁ କେନ୍ଦ୍ରକରି ବୁଧବାର ରାତି ପ୍ରାୟ ସାଢ଼େ ୭ଟାରେ କେଶବଙ୍କ ୨ପୁଅ ବିଦ୍ୟାଧର ଓ ପ୍ରଭାତଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।

ରେଣ୍ଟିରେ ସାନି ମତଦାନ: ମହିଳାଙ୍କ ଭୋଟଦାନ ଅଧିକ

ରେଣ୍ଟିରେ ସାନି ମତଦାନ: ମହିଳାଙ୍କ ଭୋଟଦାନ ଅଧିକ

ଭଞ୍ଜନଗର/ସୋରଡା,୨୫।୪(ଡି.ଏନ.ଏ.)- ସୋରଡ଼ା ନିର୍ବାଚନମଣ୍ଡଳୀ ରେଣ୍ଟିର ୧୮୨ନଂ. ବୁଥରେ ଗୁରୁବାର ସାନି ମତଦାନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri