ସମ୍ପାଦକୀୟ |

ସମ୍ପାଦକୀୟ/ ଚୋକ୍‌ସିଙ୍କ ପଥ

ସମ୍ପାଦକୀୟ/ ଚୋକ୍‌ସିଙ୍କ ପଥ

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ସ୍କାମ୍‌ ପ୍ରାୟ ବର୍ଷେ ପୂରଣ କରିବାକୁ ଯାଉଛି। ଇତିମଧ୍ୟରେ ଏହାର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକ୍‌ସିଙ୍କୁ ଭାରତ ପ୍ରତ୍ୟର୍ପଣ କରାଯାଇପାରିଲା ନାହିଁ। ଚୋକ୍‌ସି ଆଣ୍ଟିଗୁଆ ନାଗରିକତ୍ୱ ଗ୍ରହଣ କରିସାରିଥିବାରୁ ୨୦୧୯ ଜାନୁୟାରୀ ୨୧ରେ ଭାରତୀୟ ପାସ୍‌ପୋର୍ଟ ସମର୍ପଣ କରିଦେଇଛନ୍ତି। ଭାରତୀୟ ବୈଦେଶିକ ନୀତି ଅନୁଯାୟୀ, ଯେତେବେଳେ ଜଣେ ନାଗରିକ ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରିଥାଆନ୍ତି, ସେତେବେଳେ ସେ ଭାରତର ନାଗରିକତ୍ୱ ହରାଇବସିଥାଆନ୍ତି। ସେହି ଦୃଷ୍ଟିରୁ ଦେଖିଲେ ଚୋକ୍‌ସି ପାସ୍‌ପୋର୍ଟ ଫେରାଇଦେବାରେ କୌଣସି ନୂତନତ୍ୱ ନାହିଁ। ପ୍ରସଙ୍ଗ ହେଉଛି ୨୦୧୮ ପ୍ରାରମ୍ଭରେ ଯେତେବେଳେ ୧୪,୦୦୦ କୋଟି ଟଙ୍କାର ପିଏନ୍‌ବି ଠକେଇ ଲୋକଲୋଚନକୁ ଆସିଲା, ସେହି ସମୟରେ ବ୍ୟାଙ୍କର ଆର୍ଥିକ କାରବାର ନେଇ ପ୍ରଶ୍ନ ଉଠିଥିଲା। କେନ୍ଦ୍ର ସରକାରଙ୍କୁ ବିରୋଧୀମାନେ ଘେରିବା ପରେ ନୀରବ ଓ ଚୋକ୍‌ସିଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କୁହାଯାଇଥିଲା। ଅନ୍ୟପଟେ ନୀରବ ଲଣ୍ଡନରେ ରହୁଥିବା କୁହାଯାଉଛି। ତେବେ ଆଣ୍ଟିଗୁଆ ସହ ଭାରତର ପ୍ରତ୍ୟର୍ପଣ ଚୁକ୍ତି ନ ଥିବାରୁ ଚୋକ୍‌ସିଙ୍କ ଫେରିବା ବିଳମ୍ବ ହେବାରେ ଲାଗିଛି। ଗତବର୍ଷ ଭାରତ ପକ୍ଷରୁ ଏକ ଟିମ୍‌ ଆଣ୍ଟିଗୁଆ ପଠାଯାଇ ତାଙ୍କୁ ଫେରାଇ ଆଣିବା ଲାଗି ଉଦ୍ୟମ କରାଯାଇଥିଲେ ମଧ୍ୟ ବିଫଳତା ଦେଖିବାକୁ ମିଳିଥିଲା। ୨୦୧୮ ଡିସେମ୍ବରରେ ଇଣ୍ଟରପୋଲ୍‌ ପକ୍ଷରୁ ରେଡ୍‌ କର୍ନର ନୋଟିସ ଜାରି କରାଯାଇଥିଲେ ମଧ୍ୟ ଏ ଦିଗରେ ବିଶେଷ ଅଗ୍ରଗତି ହୋଇପାରି ନାହିଁ। ଆଣ୍ଟିଗୁଆ ସହ କୂଟନୈତିକ ସମ୍ପର୍କକୁ ଦୃଢ଼ୀଭୂତ କରି ଚୋକ୍‌ସିଙ୍କୁ ଫେରାଇ ଆଣିବାରେ କୌଣସି ଆନ୍ତରିକତା ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ଦେଖିବାକୁ ମିଳିନାହିଁ। 

୨୦୧୪ରେ କେନ୍ଦ୍ରରେ ଭାଜପା କ୍ଷମତାସୀନ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ସାର୍କ ଦେଶର ମୁଖ୍ୟମାନଙ୍କୁ ନିମନ୍ତ୍ରଣ କରି ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲେ।   ହେଲେ ତାଙ୍କ ବୈଦେଶିକ ନୀତି ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବାରୁ କୌଣସି ଦେଶ ସହ ଭାରତର ସୁସମ୍ପର୍କ ରହିଛି ବୋଲି କୁହାଯାଇପାରିବ ନାହିଁ। ଅନ୍ତର୍ଜାତୀୟ ସ୍ତରରେ ଭାରତ ଏକ ବନ୍ଧୁହୀନ ରାଷ୍ଟ୍ର ଭାବେ ଆବିର୍ଭାବ ହୋଇଛି। ପ୍ରାୟ ୫ ବର୍ଷର ଶାସନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଅନେକ ବିଦେଶ ରାଷ୍ଟ୍ର ଗସ୍ତ କରିଥିଲେ ମଧ୍ୟ ବୈଦେଶିକ ସମ୍ପର୍କରେ ଉନ୍ନତି ଆସିପାରି ନାହିଁ।  ଏଭଳିସ୍ଥଳେ ଆଣ୍ଟିଗୁଆ ଭଳି ଦେଶ ସହ ପ୍ରତ୍ୟର୍ପଣ ଚୁକ୍ତି ନ ଥିବା ବେଳେ ପଳାତକମାନଙ୍କୁ ଫେରାଇ ଆଣିବା କଷ୍ଟକର ହେଉଛି। ୨୦୧୮ ଅଗଷ୍ଟରେ ପଳାତକ ଅର୍ଥନୈତିକ ଅପରାଧୀ ବିଲ୍‌ ରାଷ୍ଟ୍ରପତିଙ୍କ ଅନୁମୋଦିନ ଲାଭ କରିଥିଲା। ସେହି ଅନୁଯାୟୀ ବିଦେଶ ପଳାୟନ କରିଥିବା ବ୍ୟକ୍ତିଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବା ଲାଗି ଆଇନଗତ ସୁବିଧା ମିଳିପାରିଛି। ୨୦୧୮ ଅକ୍ଟୋବର ୧୭ ସୁଦ୍ଧା ୧୪,୦୦୦ କୋଟି ଟଙ୍କା ପିଏନ୍‌ବି ଠକେଇ ମଧ୍ୟରୁ ଆର୍ଥିକ ଗୋଇନ୍ଦା ସଂସ୍ଥା ମାତ୍ର ୪,୪୪୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ବୋଲି କହୁଛି।  ଦେଖିବାକୁ ଗଲେ ପିଏନ୍‌ବି ଠକେଇ ପରିମାଣ ଭରଣା ଅସମ୍ଭବ ମନେହେଉଛି। 

ଚୋକ୍‌ସିଙ୍କୁ ଗିରଫ କରିବା ଲାଗି ଇଣ୍ଟରପୋଲ ରେଡ୍‌ କର୍ନର ନୋଟିସ ଜାରି କରିଥିଲେ ମଧ୍ୟ ଆଣ୍ଟିଗୁଆ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେଉନାହିଁ। ଏହାର କାରଣ ହେଉଛି ଆଣ୍ଟିଗୁଆରେ ଚୋକ୍‌ସି ନାଗରିକତ୍ୱ ଗ୍ରହଣ କରିବା ସହ ବିପୁଳ ଅର୍ଥ ବିନିଯୋଗ କରିଥିବାରୁ ସେଠାକାର ସରକାର ତାଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛି। ଏଥିରୁ ବୁଝିବାକୁ ହେବ ଯେ ଭାରତ ସରକାରଙ୍କ ଚାପକୁ ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣ କରାଯାଉ ନାହିଁ। ଏପରିିସ୍ଥଳେ ଭାରତୀୟ ନେତୃତ୍ୱ ବାହୁସ୍ଫୋଟ ନ ମାରି ବୈଦେଶିକ ଓ କୂଟନୈତିକ ନୀତିକୁ ସୁଦୃଢ଼ କରିବା ଉଚିତ। ନ ହେଲେ ଭାରତରୁ ଲୁଟି ପଳାତକ ସାଜିଥିବା ବ୍ୟକ୍ତିମାନେ କେବଳ ଚିନ୍ତାର ବିଷୟ ହେବେ ନାହିଁ, ତା’ ସହିତ ଭାରତ ବିରୋଧରେ ବିଭିନ୍ନ ପ୍ରକାର ଅର୍ଥନୈତିକ ଅପରାଧ ଘଟିବାର ଆଶଙ୍କା ବୃଦ୍ଧି ପାଇବ। ଅନ୍ୟମାନେ ଦେଖିଶିଖି ଚୋକ୍‌ସିଙ୍କ  ପଥ ବାଛିବେ।

All Right Reserved By

ସମ୍ପାଦକୀୟ |

 ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ଭାରତୀୟ ନ୍ୟାୟପାଳିକାର ସର୍ବୋଚ୍ଚ ଆସନ ଉପରେ ପୁନର୍ବାର କଳାବାଦଲ ଘୋଟିଯାଇଛି। ବର୍ତ୍ତମାନର ପ୍ରଧାନ ବିଚାରପତି(ସିଜେଆଇ) ରଞ୍ଜନ ଗୋଗୋଇଙ୍କ ସମେତ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଚେଲାମେଶ୍ୱର, ମଦନ ବି ଲକୁର ଏବଂ କୁରିୟନ ଯୋଶେଫ୍‌ ତତ୍‌କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମାମଲା ବଣ୍ଟନରେ ଅନି..

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ 

ଲୋକଙ୍କଠାରୁ ତଥ୍ୟ ଲୁଚାଇବାରେ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ବୋଧହୁଏ ସବୁଠୁ ଆଗରେ। ପୂର୍ବ ସରକାର ସମୟରେ ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ ଯଥା ରାଷ୍ଟ୍ରୀୟ ଗ୍ରାମ୍ୟ ପାନୀୟ ଜଳ କାର୍ଯ୍ୟକ୍ରମ ଓ ସମ୍ପୂର୍ଣ୍ଣ ପରିମଳ ଅଭିଯାନ ପାଇଁ ଏକ ବଳିଷ୍ଠ ତଥ୍ୟ ପ..

କିଏ ଏଇ ମା’

କିଏ ଏଇ ମା’

ସୁଧିରାଜ ରାଉତ

ବର୍ଷା ମାସ। ଇନ୍ଦ୍ରାବତୀ ଜଳଭଣ୍ଡାର ସାମର୍ଥ୍ୟଠାରୁ ଅଧିକ ଜଳରେ ପୂର୍ଣ୍ଣହୋଇ ମନେହେଉଥିଲା ସତେ ଅବା ଏକ ମାଟିଆ ସମୁଦ୍ର। କୂଳରେ ବନ୍ଧା ହୋଇଥିବା ଡଙ୍ଗାକୁ ଫିଟାଇଦେଇ ବନ୍ଧୁଙ୍କୁ କହିଲି ଭଲ ଫଟୋ ନେବାକୁ। ବନ୍ଧୁ ଫଟୋ ଉଠାଉଥାଏ କିନ୍ତୁ ମୋତେ ନେଇ ଡଙ୍ଗାଟି ଧୀରେ ଧୀରେ ଦୂରେଇ ଯାଉଥାଏ କୂଳରୁ। ରୋକିବାର ମୋ ସକଳ ପ୍ରୟାସକୁ ଉପହାସକରି ଡ୍ୟାମ୍‌ର ରିଟର୍ନ କରେଣ୍ଟରେ ଡଙ୍ଗାଟି କୂଳରୁ ପାଞ୍ଚଶହ ମିଟରରୁ ଅଧିକ ଦୂରକୁ ଚାଲିଗଲା। ମେଘ ହେବାର ସମ୍ଭାବନା, ଆଉ ପବନ ଲ..

ଏଇ ଭାରତରେ

ଏଇ ଭାରତରେ

ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ବ୍ୟକ୍ତି ମତଦାନ କରି ଲୋକ ପ୍ରତିନିଧି ବାଛିବା ହେଉଛି ମୌଳିକ ଅଧିକାର। ଏହାକୁ  ଆଦୌ ଅଣଦେଖା କରିବା ଉଚିତ ନୁହେଁ। କିନ୍ତୁ କେତେକ ନାଗରିକ ଭୋଟଦାନରୁ ବିରତ ରହିବାକୁ ପସନ୍ଦ କରିଥାଆନ୍ତି। ସେ..

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ରାଜସ୍ଥାନ ବାର୍ମେର ଜିଲାର ଏକ ନିର୍ବାଚନ ସଭାରେ ଏପ୍ରିଲ ୨୧ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରି ଭୋଟ ମାଗିଛନ୍ତିି। ସେ କହିଛନ୍ତି, ଦିନେ ଛାଡ଼ି ଦିନେ ପାକିସ୍ତାନ ବାରମ୍ବାର କହିଆସୁଛି ଯେ, ତା’ ପାଖରେ ପରମାଣୁ ବୋମା ରହିଛି। କିନ୍ତୁ ପାକିସ୍ତାନ ମନେରଖିବା ଉଚିତ ଯେ, ଭାରତ ପାଖରେ ଥିବା ପରମାଣୁ ଅସ୍ତ୍ର ଦୀପାବଳି ପାଇଁ ସାଇତା ..

ଲୋକପ୍ରତିନିଧି କାହାନ୍ତି

ଲୋକପ୍ରତିନିଧି କାହାନ୍ତି

ସହଦେବ ସାହୁ

ବିଲାତକୁ ଗଣତନ୍ତ୍ରର ଜନନୀ କୁହାଯାଏ, କିନ୍ତୁ ତାହାର ଲିଖିତ ସମ୍ବିଧାନ ନାହିଁ, କନ୍‌ଭେନ୍‌ସନ୍‌ ବା ପରମ୍ପରା ସମ୍ବିଧାନର କାମ କରୁଛି: ରାଜା ବା ରାଣୀ ବଂଶାନୁକ୍ରମେ ରାଷ୍ଟ୍ରମୁଖ୍ୟ ହେଉଥିବାରୁ ବିଲାତ ରିପବ୍ଲିକ୍‌ ବା ସାଧାରଣତନ୍ତ୍ର ନୁହେଁ। ଆମ ସମ୍ବିଧାନ-ପ୍ରଣେତାମାନେ ବିଲାତ ଢାଞ୍ଚାର କ୍ୟାବିନେଟ ବା ସଂସଦୀୟ ଗଣତନ୍ତ୍ରକୁ ଅନୁକରଣ ..

ସବୁଥିରେ ପଲିଟିକ୍ସ

ସବୁଥିରେ ପଲିଟିକ୍ସ

ସବ୍ୟସାଚୀ ଅମିତାଭ

ଗଣତନ୍ତ୍ର କ୍ଷମତା ଦେଇଛି। ନିଜେ ନିଜର ଶାସନ କରିବାର କଳା ଲୋକଙ୍କୁ ଶିଖାଇଛି। ହେଲେ ବର୍ତ୍ତମାନ ସମୟର ରାଜନୀତି ଗଣତନ୍ତ୍ରକୁ ଧୀରେ ଧୀରେ କବଳିତ କରିସାରିଲାଣି। ସବୁ କଥାରେ ରାଜନୀତି। ଚାଷୀ ମଲେ ରାଜନୀତି, ପୀଡିତା ଆତ୍ମହତ୍ୟା କଲେ ବି ରାଜନୀତି, ପେଟ୍ରୋଲ ଦର ବଢିଲେ ରାଜନୀତି ଆଉ ଆଦର୍ଶ ହେବାର ..

ଏଇ ଭାରତରେ

ଏଇ ଭାରତରେ

ବିହାରର ଭାଗଲପୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ କରାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ଉପହାର ସ୍ବରୂପ ସେ ନିଜ ଅଢ଼େଇ ବର୍ଷର ପୁଅକୁ ମଧ୍ୟ ସ୍ତ୍ରୀଙ୍କ ହାତରେ ଟେକି ଦେଇଛନ୍ତି। ଏହି ଘଟଣା ଏବେ ଭାଗଲପୁରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗାଁର ଅନେକ ଲୋକ ଏହି ବି..

କଲମ୍ବୋ ନିଆଁ

କଲମ୍ବୋ ନିଆଁ

ଦ୍ୱୀପ ଦେଶ ଶ୍ରୀଲଙ୍କାରେ ଦୀର୍ଘ ବର୍ଷ ପରେ ୨୧ ଏପ୍ରିଲ ୨୦୧୯ରେ ଭୟଙ୍କର ଆତଙ୍କ ଦେଖାଦେଇଛି। ରାଜଧାନୀ କଲମ୍ବୋ ଓ ଆଖପାଖ  ଅଞ୍ଚଳର କେତେକ ଚର୍ଚ୍ଚ ଓ ହୋଟେଲରେ ଲଗାତର ୮ଟି ବିସ୍ଫୋରଣରେ ୨୦୭ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ବେଳେ ୪୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୪୦ ବିଦେଶୀ ଥିବା ଖବର ମିଳିଛି। 

ଜୀବ ସୁରକ୍ଷା ପୃଥିବୀ ରକ୍ଷା

ଜୀବ ସୁରକ୍ଷା ପୃଥିବୀ ରକ୍ଷା

୨୦୧୯ର ଧରିତ୍ରୀ ଦିବସ ପାଳନ ଅବସରରେ ଦିଆଯାଇଥିବା ସଚେତନଧର୍ମୀ ଡାକରାଟା ହେଉଛି ‘ସବୁ ଜୀବଙ୍କୁ ସୁରକ୍ଷା ଦିଅ।’ ଆଠ ନିୟୁତ ଜୀବ ଜାତିର ପୃଥିବୀଟା ଆଜି ଜୀବ ବିଲୁପ୍ତି ପଥରେ ଅଗ୍ରସର। ସକଳ ଜୀବଙ୍କ ପ୍ରାଣସୂତ୍ର ପୃଥିବୀ ସେମାନଙ୍କ ପ୍ରାଣରକ୍ଷା ପାଇଁ ମଣିଷକୁ ଆହ୍ବାନ କରୁଛି। ତେବେ ମଣିଷ କ’ଣ ଜୀବ ବିଲୁପ୍ତିର କାରଣ ସାଜିଛି? ମଣିଷ ଆବିର୍ଭାବ ପୂର୍ବରୁ ତ ପୁଣି ପୃଥିବୀ ପାଞ୍ଚ ପାଞ୍ଚ ଥର ସମୂହ ବିଲୋପକୁ ସାମନା କରିଛି। 

କହିବା କାହାକୁ, ଶୁଣିବ କିଏ

କହିବା କାହାକୁ, ଶୁଣିବ କିଏ

ଯେଉଁ କଥାକୁ ଡର ଥିଲା ତାହା ହିଁ ହେଲା। ଆଶା ଥିଲା, ସରକାର ଆଉ କିଛି କରନ୍ତୁ ବା ନ କରନ୍ତୁ, ନିର୍ବାଚନ ସମୟରେ ମଦକୁ ନିଶ୍ଚିତ ନିଷିଦ୍ଧ କରିବେ। ହେଲେ, ହେଲା ଠିକ୍‌ ତା’ର ଓଲଟା। ସରକାରଙ୍କ ଅବକାରୀ ବିଭାଗ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ମଦ ଦୋକାନୀଙ୍କ ଲାଇସେନ୍ସକୁ ନବୀକରଣ କରି ଏ କ୍ଷେତ୍ରକୁ ସବୁଜ ସଙ୍କେତ(?) ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ନୂତନ ଭାବେ ଅବକାରୀ ନୀତି ପ୍ରସ୍ତୁତ କରିଛନ୍ତି। 

ଏଇ ଭାରତରେ

ଏଇ ଭାରତରେ

ଗୁଜରାଟର ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ଅନ୍ୟ ଗଁାଗୁଡ଼ିକଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ ପ୍ରଚାର କରାଯାଇ ନ ଥାଏ। ଗାଁ ଲୋକଙ୍କ ମତରେ ପ୍ରଚାର କରାଗଲେ ପରିବେଶରେ ଶବ୍ଦ ପ୍ରଦୂଷଣ ବୃଦ୍ଧିପାଇବ। ତେଣୁ ସେମାନେ କୌଣସି ପ୍ରଚାରଗାଡିକୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥାନ୍ତି। 



Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri