ସମ୍ପାଦକୀୟ |

ଆଚାରରେ ସକାରାତ୍ମକତା ପ୍ରକାଶର ସୁଯୋଗ

ଆଚାରରେ ସକାରାତ୍ମକତା ପ୍ରକାଶର ସୁଯୋଗ

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ

୨୦୧୯ ବର୍ଷର ଶେଷ ‘ମନ୍‌ କି ବାତ୍‌’ରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ନକାରାତ୍ମକତାର ପ୍ରସାର କରିବା ଅତି ସହଜ କିନ୍ତୁ ଲୋକେ ସକାରାତ୍ମକତାର ପ୍ରସାର ପାଇଁ ଆଗେଇ ଆସିବା ଦରକାର। ପ୍ରଧାନମନ୍ତ୍ରୀଙ୍କ ଭଳି ନେତୃସ୍ଥାନୀୟ ବ୍ୟକ୍ତି ଏଭଳି ସକାରାତ୍ମକତାର ବିଚାର ଦେବା ଅନେକ ଆଶା ଉଦ୍ରେକ କରାଏ। ଏହି ନିର୍ବାଚନୀ ଋତୁରେ ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ୍‌’ରେ ରଖିଥିବା ବିଚାରକୁ ନିଜ ଆଚାରରେ ପରିଣତ କରିପାରିଲେ ତାହା ସକାରାତ୍ମକତାର ଉଦାହରଣ ସୃଷ୍ଟିକରିବ। ନିଜ ବିଚାରକୁ ଆଚାରରେ ପରିଣତ କରି ବିରୋଧୀଙ୍କୁ ଟାହିଟାପରା କରିବାର ପ୍ରବୃତ୍ତିରୁ ନିଜକୁ ଦୂରେଇ ବା ବିରୋଧୀଙ୍କ ଟାହିଟାପରାକୁ ଆଦୌ ଗୁରୁତ୍ୱ ନ ଦେଇ ଯଦି ପ୍ରଧାନମନ୍ତ୍ରୀ ନିଜର ପାଞ୍ଚବର୍ଷର ଶାସନକାଳରେ ଆରମ୍ଭ କରିଥିବା ଅନେକ ଯୋଜନା କେମିତି ସୁଫଳ ଆଣିଛି, ତାହା ଉପରେ ହିଁ ମନୋନିବେଶ କରିବେ ତେବେ ତାହା ‘ସକାରାତ୍ମକତା’ର ପ୍ରସାର ଦିଗରେ ଏକ ବିରାଟ ସଫଳତା ହେବ।

ଏହି ପ୍ରାୟ ପାଞ୍ଚବର୍ଷର ଶାସନକାଳରେ ନରେନ୍ଦ୍ର ମୋଦି ଏତେ ଯୋଜନା ଆରମ୍ଭ କରିଛନ୍ତି ଯେ, ସବୁ ଯୋଜନାର ଖବର ହୁଏ ତ ତାଙ୍କ ପାଖରେ ବି ନ ଥିବ। ତେବେ ମୋଦି କିଛି ଖୁବ୍‌ ପ୍ରଚାରିତ ଓ ବଡ଼ ଜାକଜମକରେ ଆରମ୍ଭ ହୋଇଥିବା ଯୋଜନା, ଯଥା: କୃଷକଙ୍କ ଆୟ ଦୁଇଗୁଣ କରିବା, ସ୍ମାର୍ଟ ସିଟି, ସ୍ବଚ୍ଛ ଭାରତ ଅଭିଯାନ, ମେକ୍‌ ଇନ୍‌ ଇଣ୍ଡିଆ, ବୁଲେଟ ଟ୍ରେନ୍‌, ଉଜ୍ଜ୍ୱଳା, ଡିଜିଟାଲ ଇଣ୍ଡିଆ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ମିଶନ ଭାଗୀରଥୀ, ପ୍ରଧାନମନ୍ତ୍ରୀ ସାଂସଦ ଆଦର୍ଶ ଗ୍ରାମ, ନମାମି ଗଙ୍ଗେ, ଆୟୁଷ୍ମାନ ଭାରତ, ଉଡାନ୍‌, ବେଟି ବଚାଓ ବେଟି ପଢ଼ାଓ, ଷ୍ଟାର୍ଟ ଅପ୍‌ ଇଣ୍ଡିଆ, ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଆଦି ଯୋଜନା ଉପରେ ଅଧିକ ଗୁରୁତ୍ୱ ଦେଇପାରନ୍ତି। କିଛି ଅତି ପ୍ରମୁଖ ଯୋଜନା ବିଷୟରେ ଲୋକଙ୍କୁ ଜଣାଇ ସକାରାତ୍ମକତାର ଏକ ନୂଆ ଉଦାହରଣ ସୃଷ୍ଟି କରିବାର କେମିତି ଅପୂର୍ବ ସୁଯୋଗ ପ୍ରଧାନମନ୍ତ୍ରୀଙ୍କ ପାଖରେ ରହିଛି ତାହାର କିଛି ଉଦାହରଣ ଏହି ଆଲେଖ୍ୟରେ ଦେଉଛୁ।

ପ୍ରଥମେ ଆସିବା ‘ଚାଷୀଙ୍କ ଆୟ ଦୁଇଗୁଣ’ ଯୋଜନାକୁ। ପ୍ରଧାନମନ୍ତ୍ରୀ ମୋଦି ୨୮ା୨ା୨୦୧୬ରେ ଏକ ନିର୍ବାଚନୀ ସଭାରେ କହିଥିଲେ ଯେ, ୨୦୨୨ ମସିହା ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ କରିବା ତାଙ୍କର ଲକ୍ଷ୍ୟ। ନୀତିଆୟୋଗ ହିସାବ କରିଛି ଯେ, ୨୦୧୫-୧୬କୁ ମୂଳ ବର୍ଷ ଭାବରେ ନେଲେ ୨୦୨୨-୨୩ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ କରିବାକୁ ହେଲେ କୃଷିକ୍ଷେତ୍ରରେ ବାର୍ଷିକ ହାରାହାରି ୧୦.୪% ହାରରେ ଅଭିବୃଦ୍ଧି ହେବା ଦରକାର। ନୀତିଆୟୋଗ ଏହି ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ଆଶା ରଖିଛନ୍ତି। ତେବେ ବିରୋଧୀ ଓ ଅନେକ ବିଶେଷଜ୍ଞ କହୁଛନ୍ତି ଯେ, ବଢ଼ିବା ଦୂରର କଥା ମୋଦିଙ୍କ ଶାସନରେ କୃଷିକ୍ଷେତ୍ରରେ ଅଭିବୃଦ୍ଧି ହାର ଅନେକ ଧିମେଇ ଯାଇଛି। ବିଶିଷ୍ଟ କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି କହିଛନ୍ତି ଯେ, ଉପା-୨ ଶାସନର ପ୍ରଥମ ଚାରିବର୍ଷରେ କୃଷିକ୍ଷେତ୍ରରେ ଅଭିବୃଦ୍ଧି ହାର ୫.୨% ଥିଲା। ମୋଦିଙ୍କ ଶାସନର ପ୍ରଥମ ୪ବର୍ଷରେ ଏହି ହାର ଅଧାରୁ ଅଧିକ ଖସି ମାତ୍ର ୨.୫% ରହିଛି। ଏବେ ପ୍ରଧାନମନ୍ତ୍ରୀ ଲୋକଙ୍କ ଆୟ ଆଉ ତିନିବର୍ଷରେ କେମିତି ଦୁଇଗୁଣ ହେବ ତାହା କହି ସକାରାତ୍ମକତାର ଏକ ସୁନ୍ଦର ବାର୍ତ୍ତା ଦିଅନ୍ତୁ।

ଏହାପରେ ଆସିବା ‘ସ୍ମାର୍ଟ ସିଟି’ ଯୋଜନାକୁ। ସରକାରକୁ ଆସିବା ମାତ୍ରେ ୨୦୧୪ରେ ମୋଦି ‘ସ୍ମାର୍ଟ ସିଟି’ର ନାରା ଧରିଥିଲେ। ତେବେ ଏହି ଯୋଜନା ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଥିଲା ୨୦୧୬ ଜୁନ୍‌ ୨୫ରେ। ଏହି ଯୋଜନା ଅନୁସାରେ ଦେଶର ୧୦୦ଟି ସହରରେ ଲୋକଙ୍କ ରହଣି ଓ ସାଚ୍ଛନ୍ଦ୍ୟକୁ ଏକ ଅତି ଉନ୍ନତ ସ୍ଥିତିକୁ ଅଣାଯିବ, ଯାହା ଅନ୍ୟ ସହରଗୁଡ଼ିକ ପାଇଁ ଉଦାହରଣ ହେବ। ‘ସ୍ମାର୍ଟ ସିଟି’ ଯୋଜନା ଅଧୀନରେ କିଛି ମୌଳିକ ସ୍ଥିତିରେ ଯଥେଷ୍ଟ ଉନ୍ନତି ଆଣିବାର ଉଦ୍ଦେଶ୍ୟ ଥିଲା- ପର୍ଯ୍ୟାପ୍ତ ପାଣି, ନିରନ୍ତର ବିଜୁଳି, ସ୍ବଚ୍ଛ ପରିମଳ ଓ ବର୍ଜ୍ୟ ପରିଚାଳନା, ଉନ୍ନତ ସହରୀ ଗମନାଗମନ ବ୍ୟବସ୍ଥା, ସମସ୍ତେ ଏପରିକି ଗରିବ ମଧ୍ୟ କିଣିପାରୁଥିବା ଘର, ପ୍ରଯୁକ୍ତି ଓ ଜ୍ଞାନକୌଶଳର ବଳିଷ୍ଠ ଉପଯୋଗ, ଭାଗୀଦାରିଭିତ୍ତିକ ଶାସନ ବ୍ୟବସ୍ଥା, ଉନ୍ନତ ପରିବେଶ ଏବଂ ସମସ୍ତଙ୍କ ସୁରକ୍ଷା ଇତ୍ୟାଦି। ଗତ ଜାନୁୟାରୀ ୩ ତାରିଖରେ ରାଜ୍ୟ ସଭାରେ ଏକ ପ୍ରଶ୍ନର ଉତ୍ତରଦେଇ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ରାଉଣ୍ଡରେ ‘ସ୍ମାର୍ଟ ସିଟି’ ହିସାବରେ ନିଆହୋଇଥିବା ସହରଗୁଡ଼ିକରେ ଆସନ୍ତା ୨୦୨୦-୨୧ ସୁଦ୍ଧା ସମସ୍ତ ପ୍ରକଳ୍ପ ସାରିବାର ଯୋଜନା ଅଛି। ବିରୋଧୀମାନେ ଅବଶ୍ୟ ନକାରାତ୍ମକତା ଦେଖାଇ କହନ୍ତି ଯେ, ‘ସ୍ମାର୍ଟ ସିଟି’ ଏକ ପ୍ରହେଳିକା ଓ ଏହାର କାର୍ଯ୍ୟାନ୍ବୟନ ହାର ଅତି ମନ୍ଥର। ରାଜ୍ୟ ସଭାର ସେହି ଉତ୍ତରରେ ସରକାର କହିଛନ୍ତି ଯେ, ୨,୦୫,୦୧୮ କୋଟି ଟଙ୍କାର ମୋଟ ପ୍ରକଳ୍ପ ମଧ୍ୟରୁ ୫୨,୮୬୬ କୋଟି ଟଙ୍କାର ପ୍ରକଳ୍ପ କାମ ଆରମ୍ଭ ହୋଇଛି ବା ସରିଛି। ତେବେ ପ୍ରଧାନମନ୍ତ୍ରୀ ସକାରାତ୍ମକତା ଦେଖାଇ ‘ସ୍ମାର୍ଟ ସିଟି’ କେମିତି ପରିବର୍ତ୍ତନ ଆଣିପାରିଛି ତାହା ଲୋକଙ୍କୁ ଜଣାନ୍ତୁ।

ମୋଦିଙ୍କ ଆଉ ଏକ ମହତ୍ୱାକାଂକ୍ଷୀ ଯୋଜନା ଥିଲା ସ୍ବଚ୍ଛ ଭାରତ ଅଭିଯାନ। ୨୦୧୪ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି ଯୋଜନା ଅନୁସାରେ ୨୦୧୯ ଗାନ୍ଧୀ ଜୟନ୍ତୀରେ ବା ଆଉ ପ୍ରାୟ ୮ମାସରେ ଭାରତରେ କେହି ପଦାରେ ମଳତ୍ୟାଗ କରୁ ନ ଥିବେ। ଗତ ଡିସେମ୍ବର ୨୭ ତାରିଖରେ ରାଜ୍ୟ ସଭାରେ ସରକାର କହିଛନ୍ତି ଯେ, ଡିସେମ୍ବର ୨୦୧୮ ସୁଦ୍ଧା ଦେଶର ୯.୦୫କୋଟି ଘରୋଇ ପାଇଖାନା ତିଆରି ହୋଇସାରିଛି। ବିରୋଧୀ ଅବଶ୍ୟ କହନ୍ତି ଯେ, ତଥ୍ୟଠାରୁ ସତ୍ୟ ସମ୍ପୂର୍ଣ୍ଣ ଭିନ୍ନ। ତେବେ ସରକାର ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ବାହ୍ୟ ମଳମୁକ୍ତ ବୋଲି ଘୋଷଣା କରିସାରିଲେଣି। ଯଦି ତଥ୍ୟଠାରୁ ସତ୍ୟ ଭିନ୍ନ ନୁହେଁ ତେବେ ସକାରାତ୍ମକତାର ବାଣୀକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବାରେ ଏହାଠୁ ବଡ଼ ଉପଲବ୍ଧି ବା କ’ଣ ହୋଇପାରେ!

ପ୍ରଧାନମନ୍ତ୍ରୀ ଭାବରେ ଲାଲକିଲ୍ଲାରୁ ତାଙ୍କର ପ୍ରଥମ ସ୍ବାଧୀନତା ଦିବସ ଅଭିଭାଷଣରେ ‘ମେକ୍‌ ଇନ୍‌ ଇଣ୍ଡିଆ’ର ଆହ୍ବାନ ଦେଇ ମୋଦି ବିଶ୍ୱର ନିର୍ମାତା ଓ ପୁଞ୍ଜିପତିଙ୍କୁ ଡାକିଥିଲେ, ‘ଆସ, ଭାରତରେ ନିର୍ମାଣ କର ଓ ଯେଉଁଠି ବିକିବାର ଅଛି ନେଇ ବିକ’। ଅତି ସୁନ୍ଦର ଉଦ୍ଦେଶ୍ୟ - ବିଶ୍ୱରେ ଭାରତର ନାଁ, ଭାରତୀୟମାନଙ୍କୁ ରୋଜଗାର ଓ ଭାରତୀୟ ଆର୍ଥିକସ୍ଥିତି ସୁଦୃଢ଼ ହେବାର ତାହା ମାଧ୍ୟମ ହୋଇଥାନ୍ତା। ଅବଶ୍ୟ ବିରୋଧୀ ତଥା ଅନେକ ଅର୍ଥନୀତିଜ୍ଞ କହୁଛନ୍ତି ଯେ, ‘ମେକ୍‌ ଇନ୍‌ ଇଣ୍ଡିଆ’ କେବଳ ସାଇନବୋର୍ଡରେ ସୀମିତ ଏବଂ ଭାରତରୁ ରପ୍ତାନି ବଢ଼ିବା ବଦଳରେ କମିବାରେ ଲାଗିଛି। ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହୋଇଥିବା ବର୍ଷରେ ଭାରତ ୩୧୮.୨ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ରପ୍ତାନି କରିଥିଲା। ୨୦୧୭ରେ ତାହା ୨୭୫.୮ ବିଲିୟନ ଆମେରିକୀୟ ଡଲାରକୁ ଖସି ଆସିଥିଲା। ତେବେ ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ସ୍ପଷ୍ଟୀକରଣ ଦେବା କଦାପି ମୂଲ୍ୟହୀନ ହେବନାହିଁ।

ପ୍ରଧାନମନ୍ତ୍ରୀଙ୍କ ପାଖରେ ସେ ଆରମ୍ଭ କରିଥିବା ଯୋଜନାଗୁଡ଼ିକର ଭଣ୍ଡାର ଅଛି। ତେଣୁ ତାଙ୍କ ପାଖରେ ସକାରାତ୍ମକତାର ବିଚାରକୁ ଆଚାରରେ ପରିଣତ କରିବାର ବିଶାଳ ସାଧନ ମଧ୍ୟ ରହିଛି। ଏଇ ନିକଟରେ ଏକ ମାମଲାର ବିଚାର ଚାଲିଥିବା ବେଳେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି କୁଆଡେ ବିଶିଷ୍ଟ ଓକିଲ ପ୍ରଶାନ୍ତ ଭୂଷଣଙ୍କୁ କହିଲେ ଯେ, ‘ସବୁକୁ ଆଶାବାଦୀ ବା ସକାରାତ୍ମକ ଦୃଷ୍ଟିରେ ଦେଖିବା ଆରମ୍ଭ କରନ୍ତୁ, ଦେଖିବେ ସମାଜ ସୁନ୍ଦର ଦେଖାଯିବ।’ ପ୍ରଧାନମନ୍ତ୍ରୀ ଓ ତାଙ୍କ ଭଳି ବ୍ୟକ୍ତି ‘ସକାରାତ୍ମକତା’ର ବାଣୀ ଦେବା ଅତି ସ୍ବାଗତଯୋଗ୍ୟ। ତେବେ ବାଣୀ ନୁହେଁ, ଠାଣି ବା କାର୍ଯ୍ୟରେ ତାହା ରୂପାନ୍ତରିତ ହେବା ହିଁ ବାସ୍ତବ ସକାରାତ୍ମକତା।


All Right Reserved By

ସମ୍ପାଦକୀୟ |

 ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ଭାରତୀୟ ନ୍ୟାୟପାଳିକାର ସର୍ବୋଚ୍ଚ ଆସନ ଉପରେ ପୁନର୍ବାର କଳାବାଦଲ ଘୋଟିଯାଇଛି। ବର୍ତ୍ତମାନର ପ୍ରଧାନ ବିଚାରପତି(ସିଜେଆଇ) ରଞ୍ଜନ ଗୋଗୋଇଙ୍କ ସମେତ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଚେଲାମେଶ୍ୱର, ମଦନ ବି ଲକୁର ଏବଂ କୁରିୟନ ଯୋଶେଫ୍‌ ତତ୍‌କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମାମଲା ବଣ୍ଟନରେ ଅନି..

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ 

ଲୋକଙ୍କଠାରୁ ତଥ୍ୟ ଲୁଚାଇବାରେ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ବୋଧହୁଏ ସବୁଠୁ ଆଗରେ। ପୂର୍ବ ସରକାର ସମୟରେ ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ ଯଥା ରାଷ୍ଟ୍ରୀୟ ଗ୍ରାମ୍ୟ ପାନୀୟ ଜଳ କାର୍ଯ୍ୟକ୍ରମ ଓ ସମ୍ପୂର୍ଣ୍ଣ ପରିମଳ ଅଭିଯାନ ପାଇଁ ଏକ ବଳିଷ୍ଠ ତଥ୍ୟ ପ..

କିଏ ଏଇ ମା’

କିଏ ଏଇ ମା’

ସୁଧିରାଜ ରାଉତ

ବର୍ଷା ମାସ। ଇନ୍ଦ୍ରାବତୀ ଜଳଭଣ୍ଡାର ସାମର୍ଥ୍ୟଠାରୁ ଅଧିକ ଜଳରେ ପୂର୍ଣ୍ଣହୋଇ ମନେହେଉଥିଲା ସତେ ଅବା ଏକ ମାଟିଆ ସମୁଦ୍ର। କୂଳରେ ବନ୍ଧା ହୋଇଥିବା ଡଙ୍ଗାକୁ ଫିଟାଇଦେଇ ବନ୍ଧୁଙ୍କୁ କହିଲି ଭଲ ଫଟୋ ନେବାକୁ। ବନ୍ଧୁ ଫଟୋ ଉଠାଉଥାଏ କିନ୍ତୁ ମୋତେ ନେଇ ଡଙ୍ଗାଟି ଧୀରେ ଧୀରେ ଦୂରେଇ ଯାଉଥାଏ କୂଳରୁ। ରୋକିବାର ମୋ ସକଳ ପ୍ରୟାସକୁ ଉପହାସକରି ଡ୍ୟାମ୍‌ର ରିଟର୍ନ କରେଣ୍ଟରେ ଡଙ୍ଗାଟି କୂଳରୁ ପାଞ୍ଚଶହ ମିଟରରୁ ଅଧିକ ଦୂରକୁ ଚାଲିଗଲା। ମେଘ ହେବାର ସମ୍ଭାବନା, ଆଉ ପବନ ଲ..

ଏଇ ଭାରତରେ

ଏଇ ଭାରତରେ

ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ବ୍ୟକ୍ତି ମତଦାନ କରି ଲୋକ ପ୍ରତିନିଧି ବାଛିବା ହେଉଛି ମୌଳିକ ଅଧିକାର। ଏହାକୁ  ଆଦୌ ଅଣଦେଖା କରିବା ଉଚିତ ନୁହେଁ। କିନ୍ତୁ କେତେକ ନାଗରିକ ଭୋଟଦାନରୁ ବିରତ ରହିବାକୁ ପସନ୍ଦ କରିଥାଆନ୍ତି। ସେ..

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ରାଜସ୍ଥାନ ବାର୍ମେର ଜିଲାର ଏକ ନିର୍ବାଚନ ସଭାରେ ଏପ୍ରିଲ ୨୧ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରି ଭୋଟ ମାଗିଛନ୍ତିି। ସେ କହିଛନ୍ତି, ଦିନେ ଛାଡ଼ି ଦିନେ ପାକିସ୍ତାନ ବାରମ୍ବାର କହିଆସୁଛି ଯେ, ତା’ ପାଖରେ ପରମାଣୁ ବୋମା ରହିଛି। କିନ୍ତୁ ପାକିସ୍ତାନ ମନେରଖିବା ଉଚିତ ଯେ, ଭାରତ ପାଖରେ ଥିବା ପରମାଣୁ ଅସ୍ତ୍ର ଦୀପାବଳି ପାଇଁ ସାଇତା ..

ଲୋକପ୍ରତିନିଧି କାହାନ୍ତି

ଲୋକପ୍ରତିନିଧି କାହାନ୍ତି

ସହଦେବ ସାହୁ

ବିଲାତକୁ ଗଣତନ୍ତ୍ରର ଜନନୀ କୁହାଯାଏ, କିନ୍ତୁ ତାହାର ଲିଖିତ ସମ୍ବିଧାନ ନାହିଁ, କନ୍‌ଭେନ୍‌ସନ୍‌ ବା ପରମ୍ପରା ସମ୍ବିଧାନର କାମ କରୁଛି: ରାଜା ବା ରାଣୀ ବଂଶାନୁକ୍ରମେ ରାଷ୍ଟ୍ରମୁଖ୍ୟ ହେଉଥିବାରୁ ବିଲାତ ରିପବ୍ଲିକ୍‌ ବା ସାଧାରଣତନ୍ତ୍ର ନୁହେଁ। ଆମ ସମ୍ବିଧାନ-ପ୍ରଣେତାମାନେ ବିଲାତ ଢାଞ୍ଚାର କ୍ୟାବିନେଟ ବା ସଂସଦୀୟ ଗଣତନ୍ତ୍ରକୁ ଅନୁକରଣ ..

ସବୁଥିରେ ପଲିଟିକ୍ସ

ସବୁଥିରେ ପଲିଟିକ୍ସ

ସବ୍ୟସାଚୀ ଅମିତାଭ

ଗଣତନ୍ତ୍ର କ୍ଷମତା ଦେଇଛି। ନିଜେ ନିଜର ଶାସନ କରିବାର କଳା ଲୋକଙ୍କୁ ଶିଖାଇଛି। ହେଲେ ବର୍ତ୍ତମାନ ସମୟର ରାଜନୀତି ଗଣତନ୍ତ୍ରକୁ ଧୀରେ ଧୀରେ କବଳିତ କରିସାରିଲାଣି। ସବୁ କଥାରେ ରାଜନୀତି। ଚାଷୀ ମଲେ ରାଜନୀତି, ପୀଡିତା ଆତ୍ମହତ୍ୟା କଲେ ବି ରାଜନୀତି, ପେଟ୍ରୋଲ ଦର ବଢିଲେ ରାଜନୀତି ଆଉ ଆଦର୍ଶ ହେବାର ..

ଏଇ ଭାରତରେ

ଏଇ ଭାରତରେ

ବିହାରର ଭାଗଲପୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ କରାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ଉପହାର ସ୍ବରୂପ ସେ ନିଜ ଅଢ଼େଇ ବର୍ଷର ପୁଅକୁ ମଧ୍ୟ ସ୍ତ୍ରୀଙ୍କ ହାତରେ ଟେକି ଦେଇଛନ୍ତି। ଏହି ଘଟଣା ଏବେ ଭାଗଲପୁରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗାଁର ଅନେକ ଲୋକ ଏହି ବି..

କଲମ୍ବୋ ନିଆଁ

କଲମ୍ବୋ ନିଆଁ

ଦ୍ୱୀପ ଦେଶ ଶ୍ରୀଲଙ୍କାରେ ଦୀର୍ଘ ବର୍ଷ ପରେ ୨୧ ଏପ୍ରିଲ ୨୦୧୯ରେ ଭୟଙ୍କର ଆତଙ୍କ ଦେଖାଦେଇଛି। ରାଜଧାନୀ କଲମ୍ବୋ ଓ ଆଖପାଖ  ଅଞ୍ଚଳର କେତେକ ଚର୍ଚ୍ଚ ଓ ହୋଟେଲରେ ଲଗାତର ୮ଟି ବିସ୍ଫୋରଣରେ ୨୦୭ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ବେଳେ ୪୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୪୦ ବିଦେଶୀ ଥିବା ଖବର ମିଳିଛି। 

ଜୀବ ସୁରକ୍ଷା ପୃଥିବୀ ରକ୍ଷା

ଜୀବ ସୁରକ୍ଷା ପୃଥିବୀ ରକ୍ଷା

୨୦୧୯ର ଧରିତ୍ରୀ ଦିବସ ପାଳନ ଅବସରରେ ଦିଆଯାଇଥିବା ସଚେତନଧର୍ମୀ ଡାକରାଟା ହେଉଛି ‘ସବୁ ଜୀବଙ୍କୁ ସୁରକ୍ଷା ଦିଅ।’ ଆଠ ନିୟୁତ ଜୀବ ଜାତିର ପୃଥିବୀଟା ଆଜି ଜୀବ ବିଲୁପ୍ତି ପଥରେ ଅଗ୍ରସର। ସକଳ ଜୀବଙ୍କ ପ୍ରାଣସୂତ୍ର ପୃଥିବୀ ସେମାନଙ୍କ ପ୍ରାଣରକ୍ଷା ପାଇଁ ମଣିଷକୁ ଆହ୍ବାନ କରୁଛି। ତେବେ ମଣିଷ କ’ଣ ଜୀବ ବିଲୁପ୍ତିର କାରଣ ସାଜିଛି? ମଣିଷ ଆବିର୍ଭାବ ପୂର୍ବରୁ ତ ପୁଣି ପୃଥିବୀ ପାଞ୍ଚ ପାଞ୍ଚ ଥର ସମୂହ ବିଲୋପକୁ ସାମନା କରିଛି। 

କହିବା କାହାକୁ, ଶୁଣିବ କିଏ

କହିବା କାହାକୁ, ଶୁଣିବ କିଏ

ଯେଉଁ କଥାକୁ ଡର ଥିଲା ତାହା ହିଁ ହେଲା। ଆଶା ଥିଲା, ସରକାର ଆଉ କିଛି କରନ୍ତୁ ବା ନ କରନ୍ତୁ, ନିର୍ବାଚନ ସମୟରେ ମଦକୁ ନିଶ୍ଚିତ ନିଷିଦ୍ଧ କରିବେ। ହେଲେ, ହେଲା ଠିକ୍‌ ତା’ର ଓଲଟା। ସରକାରଙ୍କ ଅବକାରୀ ବିଭାଗ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ମଦ ଦୋକାନୀଙ୍କ ଲାଇସେନ୍ସକୁ ନବୀକରଣ କରି ଏ କ୍ଷେତ୍ରକୁ ସବୁଜ ସଙ୍କେତ(?) ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ନୂତନ ଭାବେ ଅବକାରୀ ନୀତି ପ୍ରସ୍ତୁତ କରିଛନ୍ତି। 

ଏଇ ଭାରତରେ

ଏଇ ଭାରତରେ

ଗୁଜରାଟର ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ଅନ୍ୟ ଗଁାଗୁଡ଼ିକଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ ପ୍ରଚାର କରାଯାଇ ନ ଥାଏ। ଗାଁ ଲୋକଙ୍କ ମତରେ ପ୍ରଚାର କରାଗଲେ ପରିବେଶରେ ଶବ୍ଦ ପ୍ରଦୂଷଣ ବୃଦ୍ଧିପାଇବ। ତେଣୁ ସେମାନେ କୌଣସି ପ୍ରଚାରଗାଡିକୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥାନ୍ତି। 



Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri