ସମ୍ପାଦକୀୟ |

ସଶସ୍ତ୍ର ମୁକ୍ତି ସଂଗ୍ରାମର ମହାନାୟକ

ସଶସ୍ତ୍ର ମୁକ୍ତି ସଂଗ୍ରାମର ମହାନାୟକ

ଡ. ପ୍ରଫୁଲ୍ଲ କୁମାର ସାହୁ

ଉଚ୍ଚଶିକ୍ଷିତ ଭାରତୀୟଙ୍କ ପକ୍ଷରେ ଯେତେବେଳେ ଆଇସିଏସ୍‌ ଚାକିରି ଥିଲା ଶ୍ରେଷ୍ଠ ସଫଳତା, ସେତେବେଳେ ସୁଭାଷ ବୋଷ ଥିଲେ ପ୍ରଥମ ଭାରତୀୟ, ଯିଏ ଆଇସିଏସ୍‌ ପରୀକ୍ଷାରେ ସଫଳତା ଅର୍ଜନ କରି ମଧ୍ୟ ତାହାକୁ ପାଦରେ ଏଡ଼େଇ ଦେଇ କେମ୍ବ୍ରିଜ୍‌ରୁ ସ୍ବଦେଶ ଫେରି ଆସିଥିଲେ ଦେଶମାତୃକାକୁ ସ୍ବାଧୀନ କରିବାର ଦୃଢ଼ ସଂକଳ୍ପ ନେଇ। ସିଧାସଳଖ ବମ୍ବେରେ ମହାମତ୍ା ଗାନ୍ଧୀଙ୍କୁ ସାକ୍ଷାତ କରି (୨୦ଜୁଲାଇ ୧୯୨୧) ସେ କଂଗ୍ରେସରେ ଯୋଗଦେଲେ ଏବଂ କଲିକତାରେ ରହି ସାଂଗଠନିକ କାର୍ଯ୍ୟରେ ଲାଗିପଡ଼ିଲେ ଚିତ୍ତରଞ୍ଜନ ଦାସଙ୍କ ଦିଗ୍‌ଦର୍ଶନରେ। ମାତ୍ର ତାଙ୍କର ଇଂରେଜ ବିରୋଧୀ ଉଗ୍ର ମନୋଭାବକୁ ଗ୍ରହଣ କରିପାରୁ ନ ଥିଲେ ଗାନ୍ଧିଜୀ। ଛାତ୍ର ଜୀବନରୁ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ନେତାଜୀ ଥିଲେ କଠୋର ବାସ୍ତବବାଦୀ। ସେ କହୁଥିଲେ ଅଧିକାର ଓ ନ୍ୟାଯ୍ୟ ଦାବି ଭିକ୍ଷାକରି ନୁହେଁ, ବରଂ ତାକୁ ଛଡାଇ ଅଣାଯାଏ ବଳପୂର୍ବକ। ଅନ୍ୟପକ୍ଷରେ ଗାନ୍ଧିଜୀ ଥିଲେ ଅହିଂସାର ପୂଜାରୀ। ସ୍ବାଧୀନତା ସଂଗ୍ରାମରେ ସେ ଅହିଂସାର ବ୍ୟତିକ୍ରମକୁ ବରଦାସ୍ତ କରୁ ନ ଥିଲେ। ତେଣୁ ମୁକ୍ତି ସଂଗ୍ରାମର ପନ୍ଥାକୁ ନେଇ ଗାନ୍ଧିଜୀ ଓ ତାଙ୍କ ଭିତରେ ସୃଷ୍ଟି ହୋଇଥିଲା ମତଭେଦ। ଏହି ଆଦର୍ଶଗତ ଲଢେଇ ତୀବ୍ରତର ହେଲା ଗାନ୍ଧୀଙ୍କ ସମର୍ଥିତ ପ୍ରାର୍ଥୀ ସୀତାରାମାୟାଙ୍କୁ ପରାସ୍ତ କରି (୧୯୩୯) ନେତାଜୀ ଦ୍ୱିତୀୟ ଥର ପାଇଁ କଂଗ୍ରେସ ସଭାପତି ନିର୍ବାଚିତ ହେବା ପରେ। ସେହିବର୍ଷ ଏପ୍ରିଲରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ଗାନ୍ଧିଜୀ ଓ ତାଙ୍କ ଅନୁଗତମାନଙ୍କ ଦ୍ୱାରା ପ୍ରବଳ ବିରୋଧର ସମ୍ମୁଖୀନ ହେବା କାରଣରୁ ସେ କଂଗ୍ରେସରୁ ଅଲଗା ହୋଇ ଗଠନ କଲେ ଫରୱାର୍ଡ ବ୍ଲକ୍‌। 

୧୯୩୯ ମସିହା ସେପ୍ଟେମ୍ବରରେ ଆରମ୍ଭ ହେଲା ଦ୍ୱିତୀୟ ବିଶ୍ୱଯୁଦ୍ଧ। ଏତିକି ବେଳେ ନେତାଜୀଙ୍କ ନେତୃତ୍ୱରେ ଫରୱାର୍ଡ ବ୍ଲକ୍‌ ଇଂରେଜ ବିରୋଧୀ ଆନ୍ଦୋଳନକୁ ତୀବ୍ର କରିବା ଫଳରେ ନେତାଜୀ ଓ ଫରୱାର୍ଡ ବ୍ଲକ୍‌ର ହଜାର ହଜାର କର୍ମୀଙ୍କୁ ଗିରଫ କଲେ ଇଂରେଜ ସରକାର। ମାତ୍ର ଜେଲଖାନାରେ ନିଜର ମୁକ୍ତି ଦାବିରେ ଆମରଣ ଅନଶନ ଧମକ ଦେଇ ଇଂରେଜ ସରକାରଙ୍କୁ ଚରମପତ୍ର ଦେଲେ ନେତାଜୀ। ଅବସ୍ଥାର ଗୁରୁତ୍ୱ ଉପଲବ୍ଧି କରି ସରକାର ତାଙ୍କୁ କାରାମୁକ୍ତ କରିଦେଲେ ସତ, କିନ୍ତୁ ୧୧ଥର ବନ୍ଦୀ ଜୀବନ ବିତେଇଥିବା ସୁଭାଷଙ୍କୁ ଏଥର ନଜରବନ୍ଦୀ କରି ରଖାଗଲା କଲିକତାସ୍ଥିତ ଏଲ୍‌ପିନ୍‌ ରୋଡ଼ରେ ଥିବା ତାଙ୍କ ନିଜ ବାସଗୃହରେ। ରୁଷିଆ ଓ ଜର୍ମାନୀ ରେଡ଼ିଓରୁ ବିଶ୍ୱଯୁଦ୍ଧ ସମ୍ପର୍କରେ ଖବର ରଖୁଥିବା ସୁଭାଷ ଅନୁଭବ କଲେ ଇଂରେଜ ଶକ୍ତି ବିରୋଧରେ ସାମରିକ ଶକ୍ତି ପ୍ରୟୋଗ କରି ସ୍ବାଧୀନତା ହାସଲ କରିବାର ଏହା ହିଁ ପ୍ରକୃଷ୍ଟ ବେଳ। ତେଣୁ ଇଂରେଜ ବିରୋଧୀ ଦେଶମାନଙ୍କର ସାହାଯ୍ୟ ଓ ସମର୍ଥନ ହାସଲ କରିବା ପାଇଁ ବିଭିନ୍ନ ରାଷ୍ଟ୍ର ମୁଖ୍ୟଙ୍କୁ ସାକ୍ଷାତ୍‌ କରିବା ତାଙ୍କର ଏକାନ୍ତ ଜରୁରୀ। ସେଥିପାଇଁ ଯୋଜନାବଦ୍ଧ ଭାବରେ ସେ ଇଂରେଜ ସରକାରଙ୍କ ଆଖିରେ ଧୂଳିଦେଇ ଖସିଗଲେ ଜଣେ କାବୁଲିବାଲା ପଠାଣ ବେଶରେ। ପ୍ରଥମେ ପେଶୱାର ଓ ସେଠାରୁ କାବୁଲ୍‌ ଦେଇ ନେତାଜୀ ପହଞ୍ଚତ୍ଲେ ରୁଷିଆରେ। ସେଠାରେ ଆଶାନୁରୂପ ସାହାଯ୍ୟର ପ୍ରତିଶ୍ରୁତି ନ ପାଇ ଏକ ସ୍ବତନ୍ତ୍ର ବିମାନ ଯୋଗେ ଜର୍ମାନୀର ରାଜଧାନୀ ବର୍ଲିନ୍‌ରେ ପହଞ୍ଚତ୍ଲେ ଜର୍ମାନ୍‌ ରାଷ୍ଟ୍ରଦୂତଙ୍କ ସହାୟତାରେ। 

ବର୍ଲିନ୍‌ରେ ଆଡ଼ଲଫ୍‌ ହିଟଲର ଓ ନେତାଜୀଙ୍କ ଏତିହାସିକ ଆଲୋଚନା ପରେ ଭାରତକୁ ସାମରିକ ସହାୟତା ଯୋଗାଇ ଦେବାକୁ ଜର୍ମାନ ପକ୍ଷରୁ ମିଳିଲା ନିର୍ଭର ପ୍ରତିଶ୍ରୁତି। ବର୍ଲିନ୍‌ରେ ପ୍ରତିଷ୍ଠା ହେଲା ଆଜାଦ୍‌ ହିନ୍ଦ୍‌ ରେଡ଼ିଓ ଓ ସ୍ବାଧୀନ ଭାରତ କେନ୍ଦ୍ର। ପରବର୍ତ୍ତୀ ଲକ୍ଷ୍ୟସ୍ଥଳ ଜାପାନରେ ପହଞ୍ଚତ୍ ପ୍ରଧାନମନ୍ତ୍ରୀ ଜେନେରାଲ୍‌ ଟୋଜ୍‌ଙ୍କଠାରୁ ହାସଲ କଲେ ସମର୍ଥନ। ଜାପାନର ଟୋକିଓରେ ଭାରତର ମହାନ୍‌ ବିପ୍ଳବୀ ରାସବିହାରୀ ବୋଷ ପ୍ରତିଷ୍ଠା କରିଥିଲେ ଆଜାଦ୍‌ ହିନ୍ଦ୍‌ ଫୌଜ। ତାଙ୍କ ସହ ସାକ୍ଷାତ୍‌ ପରେ ଆଜାଦ୍‌ ହିନ୍ଦ୍‌ ଫୌଜର ନେତୃତ୍ୱ ନେଲେ ନେତାଜୀ। ତାଙ୍କ ନେତୃତ୍ୱ ଯୋଗୁ ସେନାରେ ସଂଚାର ହେଲା ନୂଆ ଜୀବନ। ସେଥିରେ ସାମିଲ ହେଲେ ଜାପାନରେ ଅଟକ ଥିବା ୨୦ହଜାର ଭାରତୀୟ ଯୁଦ୍ଧବନ୍ଦୀ। 

ଆଜାଦ୍‌ ହିନ୍ଦ୍‌ ଫୌଜର ସୁପ୍ରିମ୍‌ କମାଣ୍ଡୋ ଭାବରେ ୧୯୪୩ ଜୁଲାଇ ୫ତାରିଖ ସିଙ୍ଗାପୁର ଟାଉନ୍‌ହଲ ସମ୍ମୁଖରେ ସେନାକୁ ସମ୍ବୋଧିତ କରି ନେତାଜୀ ବଜେଇଥିଲେ ‘ଦିଲ୍ଲୀ ଚଲୋ’ ବିଗୁଲ୍‌। ସେନାର ଶକ୍ତି ଆକଳନପୂର୍ବକ ସେହିବର୍ଷ ଅକ୍ଟୋବର ୨୧ ତାରିଖରେ ନେତାଜୀ ଗଠନ କଲେ ଭାରତର ଅସ୍ଥାୟୀ ସରକାର। ଅବିଭକ୍ତ ଭାରତବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣକଲେ ନେତାଜୀ। ତାଙ୍କ ସରକାରଙ୍କୁ ସ୍ବୀକୃତି ଦେଲା ଜର୍ମାନ୍‌, ଜାପାନ, ଫିଲ୍‌ଫାଇନ୍ସ, କୋରିଆ, ଚାଇନା, ଇଟାଲି ଓ ଆୟର୍ଲାଣ୍ଡ ଆଦି ଦେଶ।

ଆଜାଦ୍‌ ହିନ୍ଦ୍‌ ଫୌଜ ରେଙ୍ଗୁନ୍‌ ଦେଇ ସ୍ଥଳପଥରେ ଅଗ୍ରସର ହେବା ପୂର୍ବରୁ ରେଙ୍ଗୁନ୍‌ ରେଡ଼ିଓରେ ମହାତ୍ମା ଗାନ୍ଧୀଙ୍କୁ ଜାତିର ପିତା ବୋଲି ସମ୍ବୋଧନ କରି ସେ କହିଥିଲେ- ”ଭାରତର ସ୍ବାଧୀନତା ପାଇଁ ଏବେ ଆରମ୍ଭ ହୋଇସାରିଛି ଯୁଦ୍ଧ। ହେ ରାଷ୍ଟ୍ରପିତା! ଭାରତର ଏହି ପବିତ୍ର ମୁକ୍ତି ସଂଗ୍ରାମରେ ଆମେ କାମନା କରୁଛୁ ଆପଣଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା।“ ଆଜାଦ୍‌ ହିନ୍ଦ୍‌ ଫୌଜ ଭାରତ ଅଭିମୁଖେ ଅଗ୍ରସର ହୋଇ ପହଞ୍ଚତ୍ଥିଲା କୋହିମା ଓ ଇମ୍ଫାଲରେ। ସୈନ୍ୟମାନଙ୍କ ମନରେ ଆହୁରି ତେଜ ଭରିଦେବା ପାଇଁ ସେମାନଙ୍କୁ ସମ୍ବୋଧିତ କରି ନେତାଜୀ କହିଥିଲେ (୧୯୪୪ ସେପ୍ଟେମ୍ବର ୨୨)- ‘ତୁମେ ମୋତେ ରକ୍ତ ଦିଅ , ମୁଁ ତୁମକୁ ସ୍ବାଧୀନତା ଦେବି।’ ଭାରତର ୩୮କୋଟି ଜନତାଙ୍କୁ ସ୍ବତନ୍ତ୍ରତା ଦେବା ପାଇଁ ନେତାଜୀଙ୍କର ଏହି ଆହ୍ବାନ ଆଜି ବି କୋଟି କୋଟି ଯୁବତୀ ଯୁବକଙ୍କ ପ୍ରାଣରେ ଭରିଦିଏ ପ୍ରେରଣାର ମନ୍ତ୍ର। 

(ନେତାଜୀ ଜୟନ୍ତୀ ଉପଲକ୍ଷେ)

ବିଜୁ ପଟ୍ଟନାୟକ ନଗର, ଭଦ୍ରକ, ମୋ-୯୪୩୮୮୫୫୦୮୮


All Right Reserved By

ସମ୍ପାଦକୀୟ |

ମିଶ୍ରିତ ଦ୍ୱନ୍ଦ୍ୱ

ମିଶ୍ରିତ ଦ୍ୱନ୍ଦ୍ୱ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ଜାତୀୟ ନମୁନା ସର୍ଭେ କାର୍ଯ୍ୟାଳୟ (ଏନ୍‌ଏସ୍‌ଏସ୍‌ଓ)ର ଲେବର ସର୍ଭେ ରିପୋର୍ଟ ଏକ ଡ୍ରାଫ୍ଟ ମାତ୍ର, ଏହା ସର୍ବଶେଷ ରିପୋର୍ଟ ନୁହେଁ ବୋଲି ମୋଦି ସରକାର ଦାବି କରିବାର କେଇଦିନ ପରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗଓ୍ବାର ଲୋକ ସଭା..

ପ୍ରବାସୀ ଓ ଆପ୍ରବାସୀ

ପ୍ରବାସୀ ଓ ଆପ୍ରବାସୀ

ଶରତ ଚନ୍ଦ୍ର ମିଶ୍ର

ପ୍ରତ୍ୟେକ ଦେଶରେ ଅଳ୍ପବହୁତ ବିଦେଶାଗତ ବ୍ୟକ୍ତି ଥାଆନ୍ତି ଓ କେତେକ ସ୍ଥାନରେ ସେମାନେ ନାଗରିକତ୍ୱ ଲାଭକରି ପୁରୁଷାନୁକ୍ରମେ ସେଠାରେ ବାସ କରନ୍ତି। ଯେଉଁମାନେ ବିଦେଶରେ ଯାଇ ରହନ୍ତି ଆମେ ସେମାନଙ୍କୁ ପ୍ରବାସୀ କହୁ, ଆଉ ସେ ଦେଶର ଲୋକମାନେ ସେମାନଙ୍କୁ ଆପ୍ରବାସୀ କହନ୍ତି। ଧନୀ ଓ ଉନ୍ନତ ରାଷ୍ଟ୍ର, ବିକାଶଶୀଳ ଓ ଜନବହୁଳ ରାଷ୍ଟ୍ରଗୁଡ଼ିକର ଆପ୍ରବାସୀ..

ମହାଦାନୀ

ମହାଦାନୀ

ଶିବରାମ ଶତପଥୀ

ପୁରାଣ ପୃଷ୍ଠା ଓଲଟାଇଲେ ଆମେ କେତେଜଣ ମହାଦାନୀଙ୍କ ବିଷୟରେ ଅବଗତ ହେଉ। ସୂର୍ଯ୍ୟବଂଶର ପ୍ରାତଃସ୍ମରଣୀୟ ସମ୍ରାଟ୍‌ ହରିଶ୍ଚନ୍ଦ୍ର ନିଜର ରାଜ୍ୟ ସହ ସର୍ବସ୍ବ ଦାନ କରିବା ପରେ ଦକ୍ଷିଣା ଦେବା ପାଇଁ ନିଜର ପତ୍ନୀ ଓ ପୁତ୍ରକୁ ବିକ୍ରିକରି ପରିଶେଷରେ ନିଜକୁ ଚଣ୍ଡାଳ ହାତରେ ବିକିଦେଇ ଶ୍ମଶାନ ରକ୍ଷକ ସାଜିଥିଲେ। ବିଷ୍ଣୁଭକ୍ତ ବଳିରାଜା ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଉପଦେଶ ନ ମାନି ବାମନଙ୍କୁ ତ୍ରିପାଦ ଭୂମିଦାନ କରି ପାତାଳଗାମୀ ହୋଇଥିଲେ। ମହାରାଜା ଶିବି ଶରଣାଗତ କପୋତକୁ ରକ୍ଷା..

ଏଇ ଭାରତରେ

ଏଇ ଭାରତରେ

ଭାରତବର୍ଷ ଏକ ମନ୍ଦିରମାଳିନୀ ଦେଶ। ଅନେକ ମନ୍ଦିରରେ ଅଲୌକିକ ଘଟଣା ଘଟୁଥିବା ଦେଖିବାକୁ ମିଳେ। ଏଭଳି ଘଟଣାମାନ କାହିଁ କେତେ ବର୍ଷରୁ ଚଳିଆସୁଛି, ଯାହାର ଉତ୍ତର ଦେବାକୁ ଆଧୁନିକ ବିଜ୍ଞାନ ମଧ୍ୟ ସକ୍ଷମ ହୋଇପାରି ନାହିଁ। ଆମ ଦେଶରେ ଏପରି ମନ୍ଦିର ରହିଛି, ଯେଉଁଠାରେ ଏକ ଅଖଣ୍ଡ ଦୀପ ଦୀର୍ଘ ୫୫୦ ବର୍ଷ ଧରି ଜଳିଆସୁଛି। ମଧ୍ୟପ୍ରଦେଶର ମନାସା ସହରଠାରୁ ପ୍ରା..

ଆଜିର ଅର୍ଥନୀତି/ସନ୍ଦେହଘେରରେ ଟିକସଦାତା

ଆଜିର ଅର୍ଥନୀତି/ସନ୍ଦେହଘେରରେ ଟିକସଦାତା

ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ବାର୍ଷିକ ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକାରୀମାନଙ୍କ ଆୟକରରେ ଯେଉଁ ରିହାତି ଘୋଷଣା କରିଥିଲେ ତାକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱ ୧୦ ଦିନ ପରେ ବି ଦୂର ହୋଇପାରିଲା ନାହିଁ। ଫେବୃୟାରୀ ପହିଲାରେ ଉପସ୍ଥାପିତ ଅନ୍ତରୀଣ ବଜେଟରେ ଗୋୟଲ ଘୋଷଣା କରିଥିଲେ ଯେ, ଯେଉଁମାନଙ୍କର ବ୍ୟକ୍ତିଗତ ବାର୍ଷିକ ମୋଟ ଆୟ ୫ ଲକ୍ଷ ଟଙ୍କାରୁ ଅଧିକ ହୋଇ ନ ଥିବ, ତାଙ୍କୁ ଆୟକରରେ ରିହାତି ମିଳିବ। ଏହି ଘୋଷଣା ପରେ କିଏ ପ୍ରକୃତରେ ଟିକସ ସୁବିଧା ପାଇବ ଓ କିଏ ପାଇବ ନା..

 ରାଜ୍ୟ ସରକାରଙ୍କ ଅନ୍ତରୀଣ ବଜେଟ

ରାଜ୍ୟ ସରକାରଙ୍କ ଅନ୍ତରୀଣ ବଜେଟ

ଡ. ସନ୍ତୋଷ କୁମାର ମହାପାତ୍ର

ଫେବୃୟାରୀ ୭ ତାରିଖରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଲେଖାନୁଦାନ ଉପସ୍ଥାପନ କରିଛନ୍ତି। ବଜେଟରେ ମୋଟ ବ୍ୟୟ ଅଟକଳ ୧,୩୨,୬୬୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା ବେଳେ ଏପ୍ରିଲରୁ ଜୁଲାଇ ୨୦୧୯ ପାଇଁ ୫୬,୯୨୧କୋଟି ଟଙ୍କାର ଲେଖାନୁଦାନ ଉପସ୍ଥାପନ କରାଯାଇଛି। ଏହା ବେହେରାଙ୍କ ଜୀବନର ଦ୍ୱିତୀୟ ବଜେଟ ହୋଇଥିଲା ବେଳେ ନିର୍ବାଚନ ପୂର୍ବର ଶେଷ ଅନ୍ତରୀଣ ବଜେଟ। ଅର୍ଥମନ୍ତ୍ରୀଙ୍କ କହିବା ଅନୁଯାୟୀ ଯେହେତୁ ନିର୍ବାଚନ ଆଗକୁ ଅଛି ତେଣୁ ସେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ନ କରି ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ବ୍ୟୟ ପାଇଁ ଲେଖାନୁଦାନ ଉପସ୍ଥାପ..

 ପ୍ରଶାସନିକ ନା ପ୍ରାଶାସନିକ

ପ୍ରଶାସନିକ ନା ପ୍ରାଶାସନିକ

ଡ. ସଦାନନ୍ଦ ନାୟକ

ଖବରକାଗଜ କେବଳ ଖବର ପରିବେଷଣ କରେନାହିଁ, ତାହା ସମ୍ପୃକ୍ତ ଭାଷାର ସମୃଦ୍ଧି ସାଧନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ନିର୍ଦ୍ଦିଷ୍ଟ ସମୟରେ ଭାଷା ଏତେସଂଖ୍ୟକ ପାଠକଙ୍କ ପାଖରେ ପହଞ୍ଚିବାର ଏହା ହେଉଛି ସର୍ବୋତ୍କୃଷ୍ଟ ମାଧ୍ୟମ। ଖବରକାଗଜର ଭାଷାକୁ ଲୋକମାନେ ମାନକ ଭାଷା ରୂପେ ଗ୍ରହଣ କରିଥାନ୍ତି। ଶବ୍ଦଜ୍ଞାନ ବୃଦ୍ଧି ନିମନ୍ତେ ଅନେକେ ଖବରକାଗଜକୁ ହିଁ ଆଶ୍ର..

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷାର୍ଥୀଙ୍କ ଜୀବନରେ ପରୀକ୍ଷା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ପରୀକ୍ଷା ଦେବାରୁ ବଞ୍ଚତ୍ତ ହେଲେ ଗୋଟିଏ ବର୍ଷ ନଷ୍ଟ କରିବାକୁ ପଡେ। ତେଣୁ ସବୁ କିଛି ପ୍ରତିବନ୍ଧକକୁ ଏଡାଇ ପରୀକ୍ଷା ହଲ୍‌ରେ ପହଞ୍ଚତ୍ବା ଜରୁରୀ। ଜଣେ ବ୍ୟକ୍ତି ତାଙ୍କ ଝିଅକୁ ପରୀକ୍ଷାକେନ୍ଦ୍ରକୁ ନେଉଥିବା  ବେ..

 ବୁଦ୍ଧିଆ ପ୍ରାଣୀ ଛେଳି

ବୁଦ୍ଧିଆ ପ୍ରାଣୀ ଛେଳି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଜଣେ ବ୍ୟକ୍ତି ଏକ କଂସେଇଖାନାରୁ ଗୋଟିଏ ଅଣ୍ଡିରା ଛେଳିକୁ ଉଦ୍ଧାର କରି ସଞ୍ଜୟ ଗାନ୍ଧୀ ଆନିମଲ କେୟାର ସେଣ୍ଟରରେ ଦେଲେ। ଆମେ ତାକୁ ମୁକ୍ତ ଭାବରେ ପରିସରରେ ଦୌଡ଼ିବା ପାଇଁ ଅନୁମତି ଦେଲୁ। ଦେଖାଗଲା ଅଳ୍ପ ସମୟ ଭିତରେ ସେ ଦଳେ କୁକୁରଙ୍କର ଦଳପତି ହୋଇଗଲା ଏବଂ କୁକୁରମାନେ ସମ୍ମାନଜନକ ଦୂରତାରେ ରହି ତାକୁ ଅନୁସରଣ କରିବାକୁ ଲାଗିଲେ।..

ଆଦିବାସୀ ମେଳା

ଆଦିବାସୀ ମେଳା

ବିଚିତ୍ର ବିଶ୍ୱାଳ

ନିକଟ ଅତୀତରେ ରାଜଧାନୀ ଭୁବନେଶ୍ୱରରେ ସରକାରଙ୍କ ତରଫରୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳା ଯୋଗୁ କିଛି ସମୟ ପାଇଁ ରାଜଧାନୀର ପ୍ରଦର୍ଶନୀପଡ଼ିଆ ଆଦିବାସୀ ଗାଁର ଭ୍ରମ ସୃଷ୍ଟି କରେ। ରାଜଧାନୀର ବଡ଼ବଡ଼ିଆ ବାବୁମାନେ ମେଳା ବୁଲିବୁଲି ଆଦିବାସୀମାନଙ୍କୁ ଦେଖନ୍ତି ଓ ସେମାନଙ୍କ ଉପତ୍ାଦିତ ସାମଗ୍ରୀ କିଣିଥାନ୍ତି। ଏହି ମେଳାରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଆଦିବାସୀମାନଙ୍କ ପାଇଁ ଘର ତିଆରି କରି ଲୋକଙ୍କ ଦର୍ଶନ ପାଇଁ ସେମାନଙ୍କୁ ଯେମିତି ରଖାଯାଇଥାଏ, ଦୂ..

 ପ୍ରେମ ଏକ ପାଟମଠାଶାଢ଼ି

ପ୍ରେମ ଏକ ପାଟମଠାଶାଢ଼ି

ଡ. ଭାଗ୍ୟଲିପି ମଲ୍ଲ

ଆଜି ଭାଲେଣ୍ଟାଇନ୍‌ ଡ଼େ’। ପ୍ରେମ ଦିବସ। ପ୍ରେମର ସ୍ମୃତିରେ ସମଗ୍ର ବିଶ୍ୱ ପାଳନ କରୁଛି ଏହି ଦିବସ। ତେବେ ପ୍ରେମର ଜନ୍ମ କ’ଣ ଆଜି ଓ ଆଜି ହିଁ ତା’ର ମୃତ୍ୟୁ? ପ୍ରେମକୁ ନେଇ କେତେ କଥା। ପ୍ରେମ କାଳେ ପ୍ରାପ୍ତିରେ ମିଳେନା, ମିଳେ ଅପ୍ରାପ୍ତିରେ। ପୁଣି ମିଳନଠୁ ବେଶି ମିଳେ ବିରହରେ। ପୂର୍ଣ୍ଣତା ଅପେକ୍ଷା ଶୂନ୍ୟତାରେ ହୁଏ ଅଧିକ ଗାଢ଼ ଏବଂ ଏହି ପ୍ରେ..

ଏଇ ଭାରତରେ

ଏଇ ଭାରତରେ

ହରିଦ୍ୱାରରେ ଏପରି ଏକ ଆଶ୍ରମ ରହିଛି, ଯେଉଁଠି ଏହାର  ଯଜ୍ଞଶାଳାରେ ଦୀର୍ଘ ୪୫ ବର୍ଷ ଧରି ଅଖଣ୍ଡ ଅଗ୍ନି ପ୍ରଜ୍ୱଳିତ  ହୋଇରହିଛି। ଏଠାରେ ପ୍ରତିଦିନ ସକାଳେ ଦୁଇ ଘଣ୍ଟା ଧରି ଯଜ୍ଞ ହୋଇଥାଏ। ଯଜ୍ଞ ପରେ ଲୁହା ପ୍ଲେଟ୍‌ରେ  ଏହାକୁ ଢାଙ୍କି ଦିଆଯାଏ। ପରବର୍ତ୍ତୀ ଦିନ ସକାଳେ ପୁଣି  ଲୁହା ପ୍ଲେଟ୍‌କୁ ହଟାଇ ଦିଆଯାଇ ସେଥିରେ ଶୁଖିଲା କାଠ ରଖି ଦିଆଯାଏ। କାଠ ରଖାଯିବା ପରେ ସ୍ବତଃ ଅଗ୍ନି ପ୍ରଜ୍ୱ..