ରାଜ୍ୟ |

ଅପହଞ୍ଚ ଅଞ୍ଚଳରେ ମିଳିବ ପ୍ରତ୍ୟକ୍ଷ ସ୍ବାସ୍ଥ୍ୟସେବା: ୨୩ ଜିଲାରେ ପ୍ରତିଷ୍ଠା ହେବ ୧୦୨ ଡିଜିଟାଲ ଡିସ୍‌ପେନ୍‌ସାରି

ଅପହଞ୍ଚ ଅଞ୍ଚଳରେ ମିଳିବ ପ୍ରତ୍ୟକ୍ଷ ସ୍ବାସ୍ଥ୍ୟସେବା: ୨୩ ଜିଲାରେ ପ୍ରତିଷ୍ଠା ହେବ ୧୦୨ ଡିଜିଟାଲ ଡିସ୍‌ପେନ୍‌ସାରି

ଭୁବନେଶ୍ୱର, ୨୨।୧(ବ୍ୟୁରୋ)- ରାଜ୍ୟର ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳଗୁଡ଼ିକରେ ଜନସାଧାରଣ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଗମନାଗମନ ସମସ୍ୟା ଯୋଗୁ ସେମାନେ ଡାକ୍ତରଖାନାରେ ପହଞ୍ଚତ୍ପାରୁ ନାହାନ୍ତି। ତେଣୁ ସେସବୁ ଅଞ୍ଚଳରେ ଲୋକଙ୍କୁ ଏମ୍‌ବିବିଏସ୍‌ ଡାକ୍ତରଙ୍କ ଦ୍ୱାରା ପ୍ରତ୍ୟକ୍ଷଭାବେ ପ୍ରାଥମିକ ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ରାଜ୍ୟ ସରକାର ଆଧୁନିକ ଜ୍ଞାନକୌଶଳ ଜରିଆରେ ‘ଡିଜିଟାଲ ଡିସ୍‌ପେନ୍‌ସାରୀ’ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏଥିପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ଉପସ୍ଥିତିରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଗ୍ଲୋକାଲ ହେଲ୍‌ଥ କେୟାର ସିଷ୍ଟମ (ପ୍ରା)ଲିମିଟେଡ୍‌ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଯାଇଛି। ପ୍ରତ୍ୟେକ ଡିଜିଟାଲ ଡିସ୍‌ପେନ୍‌ସାରୀରେ ଭିଡିଓ କନଫେରନ୍ସିଂ ମାଧ୍ୟମରେ ଏମ୍‌ବିବିଏସ୍‌ ଡାକ୍ତରଙ୍କଠାରୁ ପରାମର୍ଶ ଗ୍ରହଣ ବ୍ୟବସ୍ଥା କରାଯାଇଛି। ଏଥିସହିତ ପ୍ରତ୍ୟେକ ଡିସ୍‌ପେନ୍‌ସାରୀରେ ଜଣେ ଲେଖାଏ ଫାର୍ମାସିଷ୍ଟ, ଷ୍ଟାଫ ନର୍ସ, ଲାବରେଟୋରି ଆସିଷ୍ଟାଣ୍ଟଙ୍କୁ ନିଯୁକ୍ତ କରାଯାଇଛି। ଡିସ୍‌ପେନ୍‌ସାରିରେ ପରିସ୍ରା ପରୀକ୍ଷା, ରକ୍ତରେ ହିମୋଗ୍ଲୋବିନ ଓ ସର୍କରା ମାତ୍ରା ଚିହ୍ନଟ ପରୀକ୍ଷା, ମ୍ୟାଲେରିଆ, ଡେଙ୍ଗୁ, ରକ୍ତଚାପ, ଇସିଜି, ଗର୍ଭଧାରଣ ଚିହ୍ନଟ ଭଳି ବିଭିନ୍ନ ପ୍ରକାର ଆବଶ୍ୟକ ପରୀକ୍ଷା ବ୍ୟବସ୍ଥା କରାଯିବା ସହିତ ବିନା ମୂଲ୍ୟରେ ଔଷଧ ଯୋଗାଣ ବ୍ୟବସ୍ଥା ହୋଇଛି। ଲୋକମାନଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଏହି ସମସ୍ତ ସୁବିଧା ବିନାମୂଲ୍ୟରେ ଯୋଗାଇ ଦିଆଯିବ।। ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ଦୁର୍ଗମ ଅଞ୍ଚଳରେ ବାସକରୁଥିବା ଅଧିବାସୀମାନଙ୍କ ଘର ପର୍ଯ୍ୟନ୍ତ ପ୍ରାଥମିକ ସ୍ବାସ୍ଥ୍ୟ ସେବା ପହଞ୍ଚାଇ ହେବ ଓ ଏହା ‘ସୁସ୍ଥ ଓଡ଼ିଶା-ସୁଖୀ ଓଡ଼ିଶା’ ଗଠନର ସ୍ବପ୍ନକୁ ସାକାର କରିବାରେ ସହାୟକ ହେବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି।

All Right Reserved By

ରାଜ୍ୟ |

ବୁଝାମଣା ନୁହେଁ, ଆନ୍ଦୋଳନ କରିବ ଏସ୍‌ୟୁସିଆଇ(ସି)

ବୁଝାମଣା ନୁହେଁ, ଆନ୍ଦୋଳନ କରିବ ଏସ୍‌ୟୁସିଆଇ(ସି)

ଭୁବନେଶ୍ୱର,୧୫।୨(ବ୍ୟୁରୋ)- ଭାରତର ପ୍ରମୁଖ ସାମ୍ୟବାଦୀ ଦଳ ଏସ୍‌ୟୁସିଆଇ(ସି) ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିଜ ରଣନୀତି ପ୍ରସ୍ତୁତ କରିଛି। ନିର୍ବାଚନ ଅପେକ୍ଷା ଜନଜୀବନ ସମସ୍ୟା ନେଇ ନ୍ୟାୟସଙ୍ଗତ ବାମପନ୍ଥୀ ଆନ୍ଦୋଳନ ଗଢିବା ଦଳର ମୁଖ୍ୟ ଉଦ୍ଦେଶ୍ୟ।

ବିପୁଳ ପରିମାଣର ମଦ, ମହୁଲ ପୋଚ ଜବତ

ବିପୁଳ ପରିମାଣର ମଦ, ମହୁଲ ପୋଚ ଜବତ

ପାଟଣାଗଡ, ୧୫।୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକର ରେଙ୍ଗାଲି ଏବଂ ଛେଲଖାଇ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ଦେଶୀ ରନ୍ଧାମଦ ଏବଂ ମହୁଲ ପୋଚ ଜବତ କରିଛି। 

ଅବକାରୀ ବିଭାଗ ଚଢ଼ାଉ: ଦେଶୀ ମଦ ଜବତ, ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଅବକାରୀ ବିଭାଗ ଚଢ଼ାଉ: ଦେଶୀ ମଦ ଜବତ, ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ପାଟଣାଗଡ଼,୧୫।୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକର ରେଙ୍ଗାଲି ଏବଂ ଛେଲଖାଇ ଗ୍ରାମରେ ଅବକାରୀ ବିଭାଗ ଶୁକ୍ରବାର ଚଢ଼ାଉ କରିଛିି। ଏହି ଚଢ଼ାଉରେ ଜଣେ ମହିଳା ସମେତ ୫ ଜଣଙ୍କୁ ଗିରଫ କରାଯିବା ବେଳେ ୧୭୬ ଲିଟର ଦେଶୀ ରନ୍ଧା ମଦ, ୧୨୦ କେଜି ମହୁଲ ଏବଂ ରେଙ୍ଗାଲି ଜଙ୍ଗଲରୁ ୩.୫ କୁଇଣ୍ଟାଲ ମହୁଲ ପୋଚ ଜବତ କରିଥିଲେ। 

ଦୁର୍ଘଟଣାରେ ମୃତ ଯୁବକଙ୍କ ଚକ୍ଷୁଦାନ

ଦୁର୍ଘଟଣାରେ ମୃତ ଯୁବକଙ୍କ ଚକ୍ଷୁଦାନ

ଖଣ୍ଡପଡ଼ା,୧୫ା୨(ସ୍ବ.ପ୍ର.)-ନୟାଗଡ଼ ଜିଲା କଣ୍ଟିଲୋ ପଞ୍ଚାୟତ ଅନ୍ତର୍ଗତ ଫକୀର ଅତିବୁଦ୍ଧିପାଟଣାର ରନତ୍ାକର ଖଟୁଆ ଓରଫ ବଜରଙ୍ଗୀ(୧୯)ଙ୍କ ବୁଧବାର ଅପରାହ୍ନରେ ଭୁବନେଶ୍ୱରଠାରେ ବସ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଏଭଳି ଏକ ଦୁଃଖଦ ଘଟଣା ପରେ ମଧ୍ୟ ତାଙ୍କ ପରିବାର ଲୋକେ ମୃତପୁଅଙ୍କ ଚକ୍ଷୁଦାନ କରିଛନ୍ତିି।

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି: ପିଠା କାର୍ଯ୍ୟକ୍ରମରେ ୨ମିନିଟ୍‌ ନୀରବ ପ୍ରାର୍ଥନା

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି: ପିଠା କାର୍ଯ୍ୟକ୍ରମରେ ୨ମିନିଟ୍‌ ନୀରବ ପ୍ରାର୍ଥନା

କାକଟପୁର, ୧୫।୨(ଡି.ଏନ୍‌.ଏ.):  ପୁରୀ ଜିଲା କାକଟପୁର ବ୍ଲକ ଜଳେଶ୍ୱରପଡ଼ା ପଞ୍ଚାୟତ ପକ୍ଷରୁ ସ୍ଥାନୀୟ ଶୁକପୋଖରୀଠାରେ ସତ୍ୟନାରାୟଣ ହାଇସ୍କୁଲ ପରିସରରେ ପିଠା କାର୍ଯ୍ୟକ୍ରମ  ଶୁକ୍ରବାର ଅନୁଷ୍ଠିତ ହୋଇଛି। 

ସଚିବାଳୟରୁ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସଚିବାଳୟରୁ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସଚିବାଳୟରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିଛନ୍ତି।

ସଧାରଣ ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର

ସଧାରଣ ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର

କାମାକ୍ଷାନଗର,୧୫।୨(ଡି.ଏନ୍‌.ଏ.): ସାଧାରଣ ନିିର୍ବାଚନକୁ ନେଇ ଢେଙ୍କାନାଳ ଜିଲା କାମାକ୍ଷାନଗର ମହାବିଦ୍ୟାଳୟରେ ଶୁକ୍ରବାର ପୋଲିଂ ଓ ପ୍ରିଜାଇଡିଂ ଅଫିସରମାନଙ୍କୁ ତାଲିମ ଦିଆଯାଇଛି ।

ପୁଲଓ୍ବାମା ଆକ୍ରମଣରେ  ଦୁଇ ଓଡ଼ିଆ ଶହୀଦଙ୍କ  ପରିବାର ସହ କଥାହୋଇ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ପୁଲଓ୍ବାମା ଆକ୍ରମଣରେ ଦୁଇ ଓଡ଼ିଆ ଶହୀଦଙ୍କ ପରିବାର ସହ କଥାହୋଇ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ଜମ୍ମୁ-କଶ୍ମୀରର ପୁଲଓ୍ବାମାଠାରେ ଗୁରୁବାର ସନ୍ଧ୍ୟାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଛନ୍ତି ୨ ଓଡ଼ିଆ। ସେମାନେ ହେଲେ ଜଗତସିଂହପୁର ଜିଲା ନାଉଗାଁ ବ୍ଲକ ଶିଖର ପଞ୍ଚାୟତ ପାରିଶିଖର ଗ୍ରାମର ପ୍ରସନ୍ନ କୁମାର ସାହୁ ଓ କଟକ ଜିଲା ନିଆଳି ରତନପର ଗ୍ରାମର ମନୋଜ କୁମାର ବେହେରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଶହୀଦ ଓଡ଼ିଆ ଯବାନଙ୍କ ପରିବାର ସହ କଥା ହେବା ସହ ସମବେଦନା ଜଣାଇଛନ୍ତି। 

 ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟାପକ

ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟାପକ

ସୋର,୧୫।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସୋରସ୍ଥିତ ତଳନଗର କଲେଜର  ଅଧ୍ୟାପକ ରାମଚନ୍ଦ୍ର ଉପାଧ୍ୟାୟଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ  ଚଢ଼ାଉ ଚାଲିଛି। 

 ପୁଲଓ୍ବାମା ଆତଙ୍କବାଦୀ  ଆକ୍ରମଣରେ ୨ ଓଡ଼ିଆ ଯବାନ ଶହୀଦ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ୨ ଓଡ଼ିଆ ଯବାନ ଶହୀଦ

ନାଉଗାଁ,୧୫।୨: ଜମ୍ମୁ-କଶ୍ମୀର ପୁଲଓ୍ବାମାଠାରେ ଗୁରୁବାର ସନ୍ଧ୍ୟାରେ ଆତଙ୍କବାଦୀ  ସଂଗଠନ ଦ୍ୱାରା ହୋଇଥିବା ଆକ୍ରମଣରେ ୪୪ ଯବାନ ଶହୀଦ ହୋଇଛନ୍ତି। 

 ମିନିଟ୍ରକ ବାଇକ ମୁହଁ।ମୁହିଁ, ଜଣେ ମୃତ

ମିନିଟ୍ରକ ବାଇକ ମୁହଁ।ମୁହିଁ, ଜଣେ ମୃତ

ବାଲେଶ୍ୱର ଅଫିସ,୧୫।୨: ବାଲେଶ୍ୱର ସୁନହଟ ସ୍ଥିତ ହେମକାପଦା ବ୍ଲକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତକଲେ ହାଇକୋର୍ଟ

ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତକଲେ ହାଇକୋର୍ଟ

କଟକ ଅଫିସ, ୧୫।୨: ଷ୍ଟେଟ୍‌ ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ (ସ୍ୟାଟ୍‌)ରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ  ୪ ସପ୍ତାହ ମଧ୍ୟରେ ପୂରଣ କରିବାକୁ ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସରକାର ଏ କ୍ଷେତ୍ରରେ ବିଫଳ ହୋଇଛନ୍ତି।